ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ । ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ତେବେ ବିଧାନସଭାର ଜଣେ କର୍ମଚାରୀ କରୋନା ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବିଲଡିଂ ବଦଳରେ ଲୋକସେବା ଭବନ କନଭେନସନରେ ବସିବ ଅଧିବେଶନ । ଏଥିପାଇଁ ଲୋକସେବା ଭବନ କନଭେନସନ ବାହାର ଓ ଭିତରକୁ ବିଶୋଧନ କରାଯାଇଛି । ତେବେ ମିଳିତ ଭାବେ କରୋନା ମୁକାବିଲା ପାଇଁ ବିରୋଧୀ ସ୍ୱତନ୍ତ୍ର ଅଧିବେଶନ କିମ୍ବା ସର୍ବଦଳୀୟ ବୈଠକ ପାଇଁ ଦାବି କରିପାରନ୍ତି । ଏଥିସହ ବ୍ୟୟମଞ୍ଜୁରୀ ବିଲ୍ ପାସ୍ କରିବାକୁ ସବୁ ସମର୍ଥନ କରିବା ସ୍ପଷ୍ଟ କରିଛନ୍ତି । ହଠାତ୍ ଲକଡାଉନ୍ ଯୋଗୁ ବହୁ ବିଧାୟକ ଭୁବନେଶ୍ୱରରେ ଫସି ରହିଛନ୍ତି । ଗିଲୋଟିନ୍ ମାଧ୍ୟମରେ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବ । କମ୍ ସମୟ ମଧ୍ୟରେ ଅଧବେଶନ ସାରିବା ପାଇଁ ପ୍ରଶ୍ନକାଳ ବାତିଲ୍ କରିବାକୁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି ।
ଭାରତରେ ବଢୁଛି କରୋନା ସଂକଟ, ଦେଶରେ ୧୧ଶହରୁ ଅଧିକ ଆକ୍ରାନ୍ତ । ୨୪ ଘଣ୍ଟାରେ ୧୩୦ ନୂଆ ମାମଲା । ଏଯାଏଁ ଗଲାଣି ୨୭ରୁ ଅଧିକ ଜୀବନ, ସେନାରେ ଆଉ ୨ ସଂକ୍ରମିତ…
ଭାରତରେ ବଢୁଛି କରୋନା ସଂକଟ… ଦେଶରେ ୧୧ଶହରୁ ଅଧିକ ଆକ୍ରାନ୍ତ, ୨୪ ଘଣ୍ଟାରେ ୧୩୦ ନୂଆ ମାମଲା…ଏଯାଏଁ ଗଲାଣି ୨୭ରୁ ଅଧିକ ଜୀବନ… ସେନାରେ ଆଉ ୨ ସଂକ୍ରମିତ…
ଭାରତରେ ବଢୁଛି କରୋନାର ସ୍ପିଡ…ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ
କରୋନା ଥମିବାର ନାଁ ନଉନି । ଧିରେ ଧିରେ ଏହା ବ୍ୟାପିବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ୧୦୦ ରୁ ଅଧିକ ଆକ୍ରାନ୍ତ ନୂଆ ଚିହ୍ନଟ ହୋଇଛନ୍ତି । କେରଳ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ବହୁତ କମ୍ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସମଗ୍ର ବିଶ୍ୱ ଏବେ କରୋନା କବଳରେ । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଛୁଇଁଛି ।

ରାଜସ୍ଥାନ, ଦିଲ୍ଲୀ, ତେଲେଙ୍ଗାନା, ଗୁଜୁରାଟରେ ମଧ୍ୟ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସା ପାଇଁ କେନ୍ଦ୍ରର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ କେସ୍ ସାମ୍ନାକୁ ଆସିଛି । ୨୧ ଦିନିଆ ଲକ୍ ଡାଉନରେ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଗତ କାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ପ୍ରବାସୀ ଶ୍ରମିକ ମାନେ ନିଜ ଘର ମୁହାଁ ହୋଇଛନ୍ତି । ଏ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସୀମା ଗୁଡିକ ସିଲ କରିବା ପାଇଁ କୁହାଯାଇଛି । ରାଜପଥରେ ଯେମିତି ଲୋକ ମାନଙ୍କର କୈାଣସି ଗତିବିଧି ନଜରକୁ ନଆସେ ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଯେଉଁମାନେ ଲକଡାଉନ ନିୟମକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତରେ ବଢୁଛି କରୋନାର ସ୍ପିଡ । ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ । ମୃହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ମୃତ୍ୟୁ, ସେପଟେ ବିଶ୍ବରେ ୭ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ହଜାର ମୃତ
ଭାରତରେ ବଢୁଛି କରୋନାର ସ୍ପିଡ…. ଦିଲ୍ଲୀରେ ଗୋଟିଏ ଦିନରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ…. ମୃହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩ ମୃତ୍ୟୁ…. ସେପଟେ ବିଶ୍ବରେ ୭ ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୩୨ ହଜାର ମୃତ
ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ…ମାନସିକ ଅଶାନ୍ତି ବଢିବ, ଅର୍ଥ ଅଭାବ ରହିବ
ଆଜି ୩୦ ମାର୍ଚ୍ଚ, ୨୦୨୦ ମସିହା, ମୀନ ୧୭ ଦିନ
୧୯୪୧ ଶକାଦ୍ଦ, ୧୪୨୭ ସାଲ୍, ୨୦୭୭ ସମ୍ବତ୍
ଚୈତ୍ର ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ସୋମବାର
ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି
ଆଜି ଯୋଗିନୀ ପଶ୍ଚିମ ଦିଗରେ ରହୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା କରିବା ନିଷେଧ
ଆଜି ବିଛା ରାଶି ପାଇଁ ଘାତଚନ୍ଦ୍ର
ମିଥୁନ ରାଶି ପାଇଁ ଆଜି ଘାତବାର
ଶୁଭ ସମୟ-ସକାଳ ୯ଟା ଠାରୁ ଦିନ ୧୦ଟା ୩୦ ମିନିଟ୍
ଦିନ ୧ଟା ୩୦ ମିନିଟ୍ ଠାରୁ ଦିନ ୩ଟା ପର୍ଯ୍ୟନ୍ତ
ଅଶୁଭ ସମୟ- ସକାଳ ୭ଟା ୩୦ ମିନିଟ୍ ଠାରୁ ଦିନ ୯ଟା ପର୍ଯ୍ୟନ୍ତ
ଆଜି ନିମ୍ବ ଖାଇବା ମନା
ମେଷ
ଅଶ୍ବିନୀ ମେଷ- ଶରୀର ସୁସ୍ଥ ରହିବ, ପାରିବାରିକ ଶାନ୍ତି ରହିବ
ଦ୍ବିଜା ନକ୍ଷତ୍ର- ଦୁର୍ଘଟଣାର ଭୟ ରହିଛି, ଜଗି ରଖି ଚଳନ୍ତୁ
କୃତ୍ତିକା ନକ୍ଷତ୍ର- ଆନନ୍ଦରେ ଦିନଟି କଟିବ
ଓଁ ମଙ୍ଗଳାୟ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
ବୃଷ
କୃତ୍ତିକା ନକ୍ଷତ୍ର- ଅଧା ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ
ରୋହିଣୀ ନକ୍ଷତ୍ର- ସମୟ ଭଲ ରହିବ ନାହିଁ , ଜଗି ରଖି ଚଳନ୍ତୁ
ମୃଗଶିରା -କମ୍ ପରିଶ୍ରମରେ ସଫଳତା ପାଇବେ
ଓଁ ଶୁକ୍ରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ
ମିଥୁନ
ମୃଗଶିରା ନକ୍ଷତ୍ର- ଚେଷ୍ଟା କରୁଥିବା ଦିଗରୁ ଅର୍ଥ ଆସିବ
ଆଦ୍ରା ନକ୍ଷତ୍ର- ଶାରିରୀକ କଷ୍ଟ ରହିବ
ପୁନର୍ବସୁ ନକ୍ଷତ୍ର-ଉତ୍ସାହର ସହ କାର୍ଯ୍ୟ କରିବେ ,ସଫଳତା ପାଇବେ
ଓଁ ନମଃ ଶିବାୟ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
କର୍କଟ ରାଶି
ପୁନର୍ବସୁ ନକ୍ଷତ୍ର-ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ
ପୁଷ୍ୟ। ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ
ଅଶ୍ଳେଷା- କିଛି ଦ୍ରବ୍ୟ ହାନୀ ହୋଇପାରେ, ସତର୍କ ରୁହନ୍ତୁ
ଓଁ ସୋମାୟ ନମଃ ମନ୍ତ୍ରକୁ ୫ ଥର ପାଠ କରନ୍ତୁ
ସିଂହ ରାଶି
ମୃଘା ନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସଫଳ ହେବ
ପୂର୍ବାଫାଲଗୁନି-ଘରେ କାହାର ସ୍ବାସ୍ଥ୍ୟ ଖରାପ ହୋଇପାରେ
ଉତ୍ତରାଫାଲଗୁନି-ପ୍ରତି କାର୍ଯ୍ୟରେ ସଫଳତା ପାଇବେ
ଓଁ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
କନ୍ୟା ରାଶି
ଉତ୍ତରାଫାଲଗୁନି ନକ୍ଷତ୍ର- ପଡୋଶୀଙ୍କ ସହଯୋଗ ପାଇବେ
ହସ୍ତା ନକ୍ଷତ୍ର- ଶରୀରରେ ଆଘାତ ଲାଗିପାରେ
ଚିତ୍ରା ନକ୍ଷତ୍ର- କମ୍ ପରିଶ୍ରମରେ ଅଧିକ ଲାଭ ମିଳିବ
ଓଁ ଗଂ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ
ତୁଳା ରାଶି
ଚିତ୍ରା ନକ୍ଷତ୍ର- ପରିବାରର ପୂର୍ଣ୍ଣ ସହଯୋଗ ପାଇବେ
ସ୍ବାତୀ ନକ୍ଷତ୍ର- ନିଜ ଉପରେ ବିଶ୍ବାସ ରଖି କାର୍ଯ୍ୟ କରନ୍ତୁ
ବିଶାଖା ନକ୍ଷତ୍ର-ସମସ୍ତ କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ
ଓଁ ଦୁର୍ଗା ଦୁର୍ଗାୟ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ
ବିଛା ରାଶି
ବିଶାଖା ନକ୍ଷତ୍ର- ଶରୀର ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ
ଅନୁରାଧା ନକ୍ଷତ୍ର- ଦିନଟି ଭଲରେ କଟିବ, ସଫଳତା ପାଇବେ
ଜ୍ୟୋଷ୍ଠା ନକ୍ଷତ୍ର-କୈାଣସି ଜିନିଷ ଚୋରୀ ହୋଇପାରେ, ସତର୍କ ଥିବେ
ଓଁ ହଂ ହନୁମତେ ନମଃ ମନ୍ତ୍ର ପାଠ କରି କାର୍ଯ୍ୟ କରନ୍ତୁ
ଧନୁ ରାଶି
ମୂଳା ନକ୍ଷତ୍ର- ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇବେ
ପୂର୍ବାଷାଢା- ମାନସିକ ଅଶାନ୍ତି ବଢିବ, ଅର୍ଥ ଅଭାବ ରହିବ
ଉତ୍ତରାଷାଢା- ଆକସ୍ମିକ ଧନ ଲାଭର ଯୋଗ ରହିଛି
ଓଁ ଭାସ୍କରାୟ ନମଃ ମନ୍ତ୍ରକୁ ୩ ଥର ପାଠ କରନ୍ତୁ
ମକର ରାଶି
ଉତ୍ତରାଷାଢା- ବିଭିନ୍ନ ଦିଗରୁ ଲାଭବାନ୍ ହେବେ
ଶ୍ରବଣା- ମାନସିକ ଅଶାନ୍ତି ବଢିବ
ଧନିଷ୍ଠା ନକ୍ଷତ୍ର- ପାରିବାରିକ ଜୀବନ ସୁଖମୟ ହେବ
ଓଁ ଭୂ ଭୂବ ସ୍ୱଃ ମନ୍ତ୍ର ପାଠ କରି କାର୍ଯ୍ୟ ଆରମ୍ଭ କରନ୍ତୁ
କୁମ୍ଭ ରାଶି
ଧନିଷ୍ଠା- ଆକସ୍ମିକ ଧନ ଲାଭର ଯୋଗ
ଶତଭିଷା ନକ୍ଷତ୍ର- ମାନସିକ ଅଶାନ୍ତି ଭିତରେ ସମୟ କାଟିବେ
ପୂର୍ବଭାଦ୍ର- ଶରୀର ଓ ମନ ସୁସ୍ଥ ରହିବ
ହନୁମାନଙ୍କୁ ଧ୍ୟାନ କରି ବେସନ ଭୋଗ ଲଗାନ୍ତୁ
ମୀନ ରାଶି
ପୂର୍ବଭାଦ୍ର- ପରିବାର ଲୋକଙ୍କର ପୂର୍ଣ୍ଣ ସହଯୋଗ ପାଇବେ
ଉତ୍ତରଭାଦ୍ର-ବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭବାନ୍ ହେବେ
ରେବତୀ ନକ୍ଷତ୍ର- ଖର୍ଚ୍ଚ ଅଧିକ ବଢିବ, ମାନସିକ ଅଶାନ୍ତି ରହିବ
ଜ୍ୟୋତିର୍ବିଦ ଶ୍ୟାମ ସୁନ୍ଦର ବାଗ୍
ସୋଆ ନୂତନ କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ 5T ସଚିବ ଓ ଉନ୍ନୟନ କମିଶନର
ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ପାଇଁ ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ରାଜ୍ୟ ସରକାରଙ୍କ ସହାୟତାରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି । ରବିବାର ଏହି ନୂତନ ହସ୍ପିଟାଲର ସ୍ଥାପନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ।

ସୋଆର କ୍ୟାମ୍ପସ-୨ କନଭେନସନ ସେଣ୍ଟରରେ ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ନୂତନ କୋଭିଡ-19 ହସ୍ପିଟାଲ ପରିଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକ ଅଧିକାରୀମାନଙ୍କୁ ହସ୍ପିଟାଲ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

ପରିଦର୍ଶନ ସମୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସିନାଲ୍ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ରାଜେଶ ଲେଙ୍କା, ଆଇଟିଆରର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ସୋଆର ଛାତ୍ର ମଙ୍ଗଳ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତି ଥିଲେ ।

ଦେଶର ସର୍ବବୃହତ କୋଭିଡ-19 ହସ୍ପିଟାଲ ସ୍ଥାପନ ନେଇ ଗତ ଗୁରୁବାର ଦିନ ସମ ହସ୍ପିଟାଲ୍ ସହିତ ରାଜ୍ୟ ସରକାରଙ୍କ ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଆସନ୍ତା ୧୫ ଦିନ ମଧ୍ୟରେ ଏହି ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏହି ହସ୍ପିଟାଲରେ କୋଭିଡ୍-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ ହେବା ସହ ରୋଗୀ ସେବା, ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଲାବୋରେଟୋରୀ, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦିଆଯିବ । ଏହି ସ୍ଵତନ୍ତ୍ର ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ଯୋଗାଇଦେବ । କିମ୍ସରେ ନିର୍ମିତ କୋଭିଡ୍-19 ହସ୍ପିଟାଲ ଗସ୍ତ କରି ନିର୍ମାଣ ଅଗ୍ରଗତି ନେଇ 5T ସଚିବ ସମୀକ୍ଷା କରିଥିଲେ ।
କୋଭିଡ ହସ୍ପିଟାଲ ପରିଦର୍ଶନରେ ୫-ଟି ସଚିବ: ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା
ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ନିଆଯାଉଛି ପଦକ୍ଷେପ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଲକ୍ ଡାଉନ ହେବା ପରେ ବହୁତ ଲୋକ ଅନ୍ୟ ରାଜ୍ୟରେ ଫସିଛନ୍ତି । କାମ ଓ ଯିବାଆସିବା ବନ୍ଦ ହୋଇ ଯାଇଥିବାରୁ ସେମାନେ ସେଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏବେ କେହି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ନାହିଁ । ଫଳରେ କେହି ଘରକୁ ଫେରି ପାରିବେ ନାହିଁ । ଏବଂ ସଂକ୍ରମଣ ବ୍ୟାପିବା ଭୟ ରହିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।
ସମସ୍ତ ରାଜ୍ୟକୁ ଏଥିପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେଇଛନ୍ତି । ଫସିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସେମାନେ ଖାଇବା ପିଇବା ଦେବେ । ସେଥିପାଇଁ ରିଲିଫ୍ କୋଡର ଜିଆର୍ ଅନୁସାରେ ଅର୍ଥ ଖର୍ଚ୍ଚ କରାଯିବ । କରୋନା ସଂକ୍ରମଣ ରୋକିବାକୁ ଅନ୍ୟ ରାଜ୍ୟରୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରଦେଶ ପାଇଁ ବରିଷ୍ଠ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଏଥିସହ ଗୃହ ବିଭାଗ ପକ୍ଷରୁ ୦୬୭୪-୨୩୯୨୧୧୫ କଲ୍ ସେଣ୍ଟର ଖୋଲା ରହିଛି । ଆମେ ଏ ପର୍ଯ୍ୟନ୍ତ ୧୮୬୦ଟି କଲ୍ ରାଜ୍ୟ ବାହାରୁ ପାଇଛୁ । ୫ଟି ରାଜ୍ୟ ଗୁଜରାଟ, ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡ଼ୁରୁ ଅଧିକ କଲ୍ ଆସୁଛି । ଅନ୍ୟ ରାଜ୍ୟରେ ଯାଜପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଆଦି ୫ଟି ଜିଲ୍ଲାର ଅଧିକାଂଶ ଲୋକ ଫସି ରହିଛନ୍ତି ।
ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀଙ୍କୁ ଅନ୍ୟ ରାଜ୍ୟ ସରକାରଙ୍କ ସହାୟତାରେ ସହାୟତା ଯୋଗାଇ ଦେବୁ । ପାଖାପାଖି ଲକ୍ଷେ ଓଡ଼ିଆ ଅନ୍ୟ ରାଜ୍ୟରେ ଫସିଛନ୍ତି । ଏଥିରେ ପ୍ରାୟ ୧୫ ହଜାର ଶ୍ରମିକ ଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ଆଣିବା ପାଇଁ ରାଜ୍ୟରୁ କୌଣସି ଟିମ୍ ଯିବ ନାହିଁ ବରଂ ସେଠାକାର ସରକାରଙ୍କ ସହାୟତାରେ ସେମାନଙ୍କ ଖାଇବା ପିଇବା ଓ ରହିବା ଦାୟିତ୍ୱ ତୁଲାଯିବ ।
ପ୍ରଶ୍ନ ଘେରରେ ଚୀନ: କାହିଁକି ବନ୍ଦ ଅଛି ୨ କୋଟି ଲୋକଙ୍କ ମୋବଇଲ ଫୋନ ?
ଚୀନ: କରୋନା ଜୀବାଣୁ ଯୋଗୁଁ ବିଶ୍ୱରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ୬ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ଏହା ବ୍ୟତୀତ ସାରା ବିଶ୍ୱରେ ୬୫ ହଜାର ନୂଆ କରୋନା ଭାଇରସର ମାମଲା ରୁଜୁ ହୋଇଛି। ଏଥି ସହିତ, ପ୍ରଥମେ ଏହି ଜୀବାଣୁ ଚାଇନାରେ ବ୍ୟାପିଗଲା ଏବଂ ସେଠାରେ ୮୧,୪୩୯ ଲୋକଙ୍କୁ ସଂକ୍ରମିତ କଲା । ଯେଉଁଥିରୁ ତିନି ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ଅନ୍ୟ ଏକ ବିଷୟ ଯେ ଚୀନ୍ ଦେଇଥିବା ଆକଳନକୁ ନେଇ ବିଶ୍ୱ ସନ୍ଦେହ କରୁଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି କି ଚୀନ୍ କରୋନା ଭାଇରସରେ ପୀଡିତ ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁର ପ୍ରକୃତ ଆକଳନକୁ ଲୁଚାଉଛି କି? ଚାଲନ୍ତୁ ଏହି ସନ୍ଦେହର କିଛି କାରଣ ଜାଣିବା |
ଦୁନିଆର ଧାରା କ’ଣ?

ଏହା ସତ୍ୟ ଯେ ଅଧିକାଂଶ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେଉଛନ୍ତି । ଭାଇରସର ଅଧିକ ବିପଦରେ ସେହି ମାନଙ୍କୁ ଅଛି ଯେଉଁ ମାନଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ଠିକ ନାହିଁ । ଇଟାଲୀରେ ଚାଇନାରୁ ତିନି ଗୁଣରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇଟାଲୀରେ ୯୨,୪୭୨ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୧୦,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ବରଣ କରିଛନ୍ତି । ଆମେରିକା ବିଷୟରେ କହିବାକୁ ଗଲେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି । ଏହାସହ ଦୁଇ ହଜାର ଲୋକ ମୃତ୍ୟୁ ବରଣ କଲେଣି । ଏହି ଜୀବାଣୁ ଚାଇନା ଅପେକ୍ଷା ଆମେରିକାରେ ଅଧିକ ସମୟ ବ୍ୟାପିଛି ।
ଚାଇନାରେ ୨୦ କୋଟିରୁ ଅଧିକ ଫୋନ୍ ବନ୍ଦ ରହିଛି

ଚାଇନାର ମୋବାଇଲ୍ କମ୍ପାନୀଗୁଡିକର ସୂଚନା ଅନୁଯାୟୀ, ଗତ ଦୁଇ-ତିନି ମାସ ମଧ୍ୟରେ ୨୦ କୋଟିରୁ ଅଧିକ ବ୍ୟବହାରକାରୀଙ୍କ ଫୋନ୍ ନିଷ୍କ୍ରିୟ ହୋଇଯାଇଛି। ଏହିଭଳି ଟେଲିଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରଥମ ଥର ପାଇଁ ହ୍ରାସ ପାଇଛି | ପ୍ରଶ୍ନ ଉଠେ, ସେହି ଲୋକମାନେ କିଏ ଏବଂ ସେମାନଙ୍କର ଫୋନ୍ କାହିଁକି ବନ୍ଦ ହୋଇଗଲା? ଏହା ପଛର କାରଣ ହେଉଛି ଯେ କରୋନା ଜୀବାଣୁ କାରଣରୁ ସହର ଛାଡି ଗାଁକୁ ଯାଇଥିବା ପ୍ରବାସୀ ଶ୍ରମିକମାନେ ସେମାନଙ୍କ ସହର ନମ୍ବର ବ୍ୟବହାର ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ସମୟରେ ଚାଇନାର ବିଭିନ୍ନ କମ୍ପାନୀ ଗୁଡିକରେ କାମ ଆରମ୍ଭ ହୋଇସାରିଛନ୍ତି । ଏପରି ପରିସ୍ଥିତିରେ, ଯଦି ଏହି ଯୁକ୍ତି ପଛରେ ସତ୍ୟତା ଅଛି, ତେବେ ଏହି ଫୋନ୍ ଗୁଡ଼ିକ ପୁଣି ଆରମ୍ଭ ହେବ | ଯଦି ଏପରି ନହୁଏ, ତେବେ ଚୀନ ତଥ୍ୟ ଲୁଚାଇଥିବା କଥା ସାମ୍ନାକୁ ଆସିବ ।
ଚାଇନାରେ ମିଡିଆ ମୁକ୍ତ ନୁହେଁ

ଚାଇନାରେ ମିଡିଆ ସ୍ୱାଧୀନ ନୁହେଁ। ଯେଉଁଥିପାଇଁ, ଚୀନରେ ସରକାର ଅନୁମତି ଦେଇଥିବା ଖବର ଗୁଡ଼ିକ ହିଁ କେବଳ ବିଶ୍ୱ ଜାଣେ | ଚୀନ୍ ପ୍ରଥମେ କରୋନା ଜୀବାଣୁ ଖବରକୁ ଦମନ କରିବାକୁ ଚେଷ୍ଟା କରିଥିଲା। କେବଳ ଏତିକି ନୁହେଁ, ସେ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତରମାନଙ୍କୁ ନିର୍ଯାତନା ଦେଇଥିଲେ ଏବଂ ସରକାରଙ୍କୁ ସଚେତନ କରିବାକୁ ଚେଷ୍ଟା କରିଥିଲେ। ଭାଇରସର ଉତ୍ପତ୍ତି ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା। ଆଶାକରେ ଆଗାମୀ ସମୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯିବ ।
ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଶ୍ରମିକଙ୍କୁ ରଖ କ୍ୱାରେଣ୍ଟାଇନରେ
କଟକ: ଓଡ଼ିଶାକୁ ଆସୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସୀମାବର୍ତ୍ତୀ ଅଞ୍ଚଳରେ ହିଁ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାହାରୁ ପ୍ରବେଶ କରୁଥିବା ଶ୍ରମିକଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବର୍ଗର ଶ୍ରେଣୀର ବ୍ୟକ୍ତିଙ୍କ ହିସାବ ରଖାଯିବ । ଏନେଇ ସୀମାବର୍ତ୍ତୀ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଆବଶ୍ୟକ ସ୍ଥଳେ ନିଜ ଅଞ୍ଚଳରେ ରହୁଥିବା ସ୍କୁଲ ଓ କଲେଜରେ ରଖିପାରିବେ । କ୍ୱାରେଣ୍ଟାଇନର ବ୍ୟବସ୍ଥା ସହିତ ଖାଦ୍ୟ, ଆଶ୍ରୟ, ଚିକିତ୍ସା ଓ ପରୀକ୍ଷାର ବ୍ୟବସ୍ଥା ରହିବ । ଆନ୍ତଃଜିଲ୍ଲାରେ ମଧ୍ୟ ଏହି ନିର୍ଦ୍ଦେଶ ଲାଗୁ କରାଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରେଜିଷ୍ଟରଙ୍କ ପକ୍ଷରୁ ସୋ-ମୋଟୋ ଏକ ଜନସ୍ୱାର୍ଥ ମାମଲା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୩୧ ହଜାର ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକା ପାଇଁ ଘନଉଛି ବିପଦ
ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ବିଶ୍ୱ । ୬ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା । ବିଶ୍ୱର ୧୯୯ ଦେଶରେ କାୟା ମେଲାଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୭ ହଜାର ୭୫୨ରେ ପହଞ୍ଚିଛି । ଏଥିରେ ସାରା ଦୁନିଆରେ ଏଯାବତ୍ ମୋଟ ୩୧ ହଜାର ୭୨୦ ଜଣ ମୃତ୍ୟୁ ବରଣ କଲେଣି । ୧ ଲକ୍ଷ ୩୯ ହଜାର ୨୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଚୀନର ଉହାନରୁ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଇଟାଲୀ ପରେ ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆତଙ୍କ ଖେଳାଇଛି । ଚୀନରେ କରୋନା ଆକ୍ରାନ୍ତଙ୍କ ୮୧ ହଜାର ୪୩୯ରେ ସୀମିତ ଥିବା ବେଳେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି । ବିଶ୍ୱର ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରହିଛି ଆମେରିକା । ରବିବାର ଅପରାହ୍ଣ ୪ଟା ସୁଦ୍ଧା ଆମେରିକାରେ ୧ ଲକ୍ଷ ୨୪ ହଜାର ୩୭୭ଟି କରୋନା ପଜିଟିଭ୍ ମାମଲା ଆସିଛି । ଦ୍ୱିତୀୟରେ ରହିଛି ଇଟାଲୀ । ଏଠାରେ ୯୨ ହଜାର ୪୭୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

୨୪ ଘଣ୍ଟାର ରିପୋର୍ଟକୁ ଦେଖିଲେ ଇଟାଲୀ ଅପେକ୍ଷା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତେ ବଢ଼ି ଚାଲିଛି । ତେବେ, ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲଗାଇବାରେ ଆମେରିକା ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଇଟାଲୀ ଚକମା ଦେଖାଇପାରିନି । ବିଗତ ୨୪ ଘଣ୍ଟା ମଧ୍ୟରେ ଆମିରେକାରେ ୯୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୦ ହଜାର ୨୩ରେ ପହଞ୍ଚିଛି । ସେହିଭଳି ଆମେରିକାରେ ମୃତ୍ୟୁ ସଂଖ୍ୟା ୨ ହଜାର ୧୯୦ରେ ପହଞ୍ଚିଛି ।
ଚୀନର ଏକ ଶବଦାହ ଗୃହକୁ ୨ ଦିନରେ ଆସିଲା ୫୦୦୦ ଅସ୍ଥି କଳସ, ମୃତ୍ୟୁ ସଂଖ୍ୟା ଲୁଚାଉଛି କି ଚୀନ?
ବିଶ୍ୱରେ ତାଣ୍ଡବ ରଚୁଥିବା କରୋନା ପ୍ରକୋପରୁ ଭାରତ ବି ବାଦ୍ ପଡ଼ିନି । ଦେଶରେ ୧୦୫୩ଟି କରୋନା ପଜିଟିଭ୍ ମାମଲା ଆସିଛି । ଏଥିସହ ଆଜି ୩ଟି ମୃତ୍ୟୁସହ ଦେଶରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୧୯୬ରେ ପହଞ୍ଚିଥିବା ବେଳେ ଦ୍ୱିତୀୟରେ କେରଳରେ ୧୮୨ ଜଣ ଆକ୍ରାନ୍ତ ରହିଛନ୍ତି ।

ତେବେ, ଓଡ଼ିଶାର ସ୍ଥିତି ସାମାନ୍ୟ ରହିଛି । ରାଜ୍ୟରେ ଏଯାବତ୍ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ବିଶେଷକରି ସାମଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

