spot_img
Home Blog Page 7438

ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

ଚାରିଆଡ଼େ କରୋନା ଭୟ । ନିଆଁ ଭଳି ବ୍ୟାପୁଥିବା ଏହି କରୋନା ଭାଇରସ ପାଇଁ ସମସ୍ତେ ସଜାଗ । କାରଣ ଜଣେ ସଂକ୍ରମିତ ଲୋକ ଏକାଥରକେ ୫୯ହଜାର ଲୋକଙ୍କୁ ସଂକ୍ରମଣ କରିପାରିବ । ଇଂଲଣ୍ଡର ସଂକ୍ରମଣ ବିଶେଷଜ୍ଞ ହୁ ମଣ୍ଟୋଗୋମରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଏକାସାଙ୍ଗରେ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବ । ଏବଂଏହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି  କିପରି ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଭୂତାଣୁକୁ ବିସ୍ତାର କରି ପାରିବେ ତାହାକୁ  ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଡାକ୍ତର । ସେ ସାମାଜିକ ଦୂରତାକୁ କଠୋରତାର ସହ ଅନୁସରଣ କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ,ଜଣେ ସାଧାରଣ ଫ୍ଲୁ ସଂକ୍ରମିତ ବ୍ୟକ୍ତି ସେମାନେ ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ସଂକ୍ରମିତ କରନ୍ତି । ଫ୍ଲୁ  ସଂକ୍ରମଣ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରନ୍ତି ଏବଂ ଯଦି ୧୦ ଥର ସଂକ୍ରମଣ ଚକ୍ର ଜାରି ରହେ, ତେବେ ୧୪ଟି ସଂକ୍ରମଣ ହେବ।

କେବଳ ସେତିକି ନୁହେଁ ମଣ୍ଟୋଗୋମରି ଫ୍ଲୁ ସହିତ କରୋନା ଭୂତାଣୁକୁ ତୁଳନା କରିଥିଲେ ଏବଂ  ବିପଦ ବିଷୟରେ ଚେତାବନୀ ଦେଇ କହିିଛନ୍ତି ଯେ, କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ୩ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ।

କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହା ୧୦ଟି ସ୍ତରରେ ଅଗ୍ରଗତି ହୁଏ, ତେବେ ୫୯,୦୦୦ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ଉଦାହରଣ ସ୍ୱରୂପ, ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ ।

ତେବେ ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ ପ୍ରତିଶତ ଲୋକ ଅସୁସ୍ଥ ହେବେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ । ଅବଶ୍ୟ, ଯେଉଁମାନେ ଅସୁସ୍ଥ ନ ହୁଅନ୍ତି ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ମଧ୍ୟରେ ଭୁତାଣୁ ବିସ୍ତାର କରିବେ।

ତେବେ ବର୍ତ୍ତମାନ ସୁଧା ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି। ଏଥି ସହିତ, ଏପର୍ଯ୍ୟନ୍ତ ଭାରତରେ ୫୮୭ ଟି କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ବଢୁଛି କରୋନା । ୫୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ କୋଭିଡ୍-19 ନେଲା ପ୍ରଥମ ଜୀବନ । ୧୨ ଛୁଇଁଲା ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ।

ଦେଶରେ ବଢୁଛି କରୋନା । ୫୫୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡୁରେ କୋଭିଡ୍‌-19 ନେଲା ପ୍ରଥମ ଜୀବନ । ୧୨ ଛୁଇଁଲା  ମୃତ୍ୟୁସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ସର୍ବାଧିକ ।

ବ୍ରିଟିଶ୍ ରାଜା ପରିବାର ଉପରେ କରୋନା ଆକ୍ରମଣ, ପ୍ରିନ୍ସ ଚାର୍ଲସ ପଜିଟିଭ୍

ଲଣ୍ଡନ: କରୋନା ବିଶ୍ୱରେ ଆତଙ୍କ ଖେଳାଇ ଚାଳିଥିବା ବେଳେ ଏହାର ନୂଆ ସେଲିବ୍ରିଟି ସଂକ୍ରମିତ ହେଉଛନ୍ତି, ବ୍ରିଟିଶ ପ୍ରିନ୍ସ ଚାର୍ଲସ । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ରାଜପରିବାର ପକ୍ଷରୁ କରାଯାଇଥିବା ଘୋଷଣାରେ ପ୍ରିନ୍ସ ଚାର୍ଲସଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିବା କଥାକୁ ସ୍ୱୀକାର କରାଯାଇଛି । ଚାର୍ଲସଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ରାଜ ପରିବାର ପକ୍ଷରୁ କୁହାଯାଇଛି । ୭୧ ବର୍ଷୀୟ ଚାର୍ଲସଙ୍କ ଟେଷ୍ଟ ସ୍କଟଲାଣ୍ଡରେ ହୋଇଥିଲା ।

ଚାର୍ଲସଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ପତ୍ନୀ କାମିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉଭୟ ଏବେ ସ୍କଟଲାଣ୍ଡସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି । କୁହାଯାଉଛି ଯେ, କିଛିଦିନ ତଳେ ଚାର୍ଲସଙ୍କର ମୋନାକୋର ପ୍ରିନ୍ସ ଆଲବର୍ଟଙ୍କ ସହ ସାକ୍ଷାତ ହୋଇଥିଲା ।

କବିର ସିଂ ମାର୍କା ଦାଢି ରଖିଛନ୍ତି କି ? ସତର୍କ ହୋଇଯାନ୍ତୁ କାରଣ ଦାଢି ଦିଏ କରୋନାକୁ ନିମନ୍ତ୍ରଣ ! ଜାଣନ୍ତୁ କାହିଁଁକି ?

ପରେ ଆଲବର୍ଟ କରୋନା ଦ୍ୱାରା ସଂକ୍ରମିତ ବୋଲି ଜଣା ପଡ଼ିଥିଲେ । ଆଲବର୍ଟଙ୍କ ଠାରୁ ଚାର୍ଲସ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ବ୍ରିଟେନରେ ଏପର୍ଯ୍ୟନ୍ତ ୪୦୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୮୦୦୦ରୁ ଅଧିକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

ଅର୍ଥନୀତିରେ ସୁଧାର ଆଣିବା ପାଇଁ ଚଳିତ ସପ୍ତାହରେ ପ୍ୟାକେଜ୍ ଘୋଷଣା କରିପାରେ କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଗିଡ଼ି ଯାଇଛି ଅର୍ଥନୀତି । ୨୧ ଦିନ ପାଇଁ ଲକ୍ ଡାଉନ୍ ଦେଶ । ଅର୍ଥନୀତିକୁ ସୁସ୍ଥ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ପ୍ୟାକେଜ୍ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଏବଂ ଦିନ ମଜୁରିଆ ଏହି ପ୍ୟାକେଜ୍ ଦ୍ୱାରା ଉପକୃତ ହେବେ ।

ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !

ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ କ୍ୟାପିଟାଲ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟିଜ୍ ଏବଂ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସ ଅର୍ଥମନ୍ତ୍ରାଳୟକୁ ଏନେଇ ପ୍ରସ୍ତାବ ଦେବ । ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହା ଉପରେ ଯୋଜନା ତିଆରି କରୁଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ସରକାର ୨୦ ବିଲିଅନ୍ ଡଲାର୍ସର ବେଲ୍ ଆଉଟ୍ ପ୍ୟାକେଜ୍ ଆଣୁଥିବା ଚର୍ଚ୍ଚା କରାଯାଉଥିଲା । ତା’ପରେ କେନ୍ଦ୍ର ସରକାର ଅର୍ଥନୀତି ପ୍ୟାକେଜ୍ ନେଇ କାମ ଚାଲିଥିବା ମଙ୍ଗଳବାର ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏବଂ ପ୍ୟାକେଜ୍ ବଜାର ଓ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବ ବୋଲି କହିଥିଲେ ।

କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି

କରୋନା ଭାଇରସ୍ କାୟାକୁ ରୋକିବାକୁ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏପ୍ରିଲ୍ ୧୪ ଯାଏଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇପଡ଼ିଛି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ଓ ମହାଭାରତ ଯୁଦ୍ଧ ମଧ୍ୟରେ କଣ ପାଇଁ ତୁଳନା କଲେ ପ୍ରଧାନମନ୍ତ୍ରୀ ?

ଭୁବନେଶ୍ୱର: ମହାଭାରତ ଯୁଦ୍ଧ ଓ କରୋନା ବିରୋଧରେ ଯୁଦ୍ଧ ମଧ୍ୟରେ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସଂସଦୀୟ କ୍ଷେତ୍ର ବାରଣାସୀର ଭୋଟରଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରି ସେ କହିଛନ୍ତି ଯେ, ମହାଭାରତ ଯୁଦ୍ଧ ୧୮ ଦିନରେ ଜିତା ଯାଇଥିଲା । କରୋନା ସହ ଯୁଦ୍ଧ ୨୧ ଦିନରେ ଜିତିବା ହେଉଛି ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ପିଏମ୍ ମୋଦି କହିଥିଲେ ଯେ, ମହାଭାରତ ଯୁଦ୍ଧ ୧୮ ଦିନରେ ଜିତା ଯାଇଥିଲା । ଆଜି କରୋନା ବିରୋଧରେ ଯେଉଁ ଯୁଦ୍ଧକୁ ଦେଶ ଲଢୁଛି,ସେଥିରେ ୨୧ ଦିନ ଲାଗିବ । ଆମେ ଏହି ଯୁଦ୍ଧକୁ ୨୧ ଦିନରେ ଜିତିବାକୁ ଚାହୁଁଛୁ ।  ଦେଶକୁ ସମ୍ବୋଧନ କରିବାର ଗୋଟିଏ ଦିନ ପରେ ପିଏମ୍ ନିଜ ସଂସଦୀୟ କ୍ଷେତ୍ରର ଭୋଟରଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି । ସେ କହିଛନ୍ତି ଯେ, ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ମହାରଥୀ ଥିଲେ । କରୋନା ବିରୋଧ ଯୁଦ୍ଧରେ ୧୩୦ କୋଟି ମହାରଥୀଙ୍କୁ ନେଇ ଆମକୁ ଜିତିବାକୁ ହେବ ।

 

କରୋନା ମୁକାବିଲା ଚିନ୍ତା । ନିଜ ଏମ୍ଏଲ୍ଏ ଲାଡ୍ ଫଣ୍ଡର ବର୍ଷକ ଅର୍ଥ ଦାନ କଲେ ମୁଖ୍ୟମନ୍ତ୍ରୀ । ସିଏମ୍ ରିଲିଫ୍ ଫଣ୍ଡକୁ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଦେଲେ ବର୍ଷକର ଲାଡ୍ଫଣ୍ଡ ଅର୍ଥ । ଓଏମ୍ସି ଦେଲା ୫ଶହ କୋଟି ।

କରୋନା ମୁକାବିଲା ଚିନ୍ତା । ନିଜ ଏମ୍‌ଏଲ୍‌ଏ ଲାଡ୍‌ ଫଣ୍ଡର ବର୍ଷକ ଅର୍ଥ ଦାନ କଲେ ମୁଖ୍ୟମନ୍ତ୍ରୀ । ସିଏମ୍‌ ରିଲିଫ୍‌ ଫଣ୍ଡକୁ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଦେଲେ ବର୍ଷକର ଲାଡ୍‌ଫଣ୍ଡ ଅର୍ଥ । ଓଏମ୍‌ସି ଦେଲା ୫ଶହ କୋଟି ।

କରୋନା ବୀରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

କରୋନା ବୀରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ହଇରାଣ କଲେ ହେବ କାର୍ଯ୍ୟାନୁଷ୍ଠାନ । ପୋଲିସକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

କରୋନା ମୁକାବିଲା ପାଇଁ ସବୁ ଜିଲ୍ଲା ଚିକିତ୍ସାଳୟକୁ ସହାୟତା । ୪୪ କୋଟି ୫୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଦେଲେ ରାଜ୍ୟ ସରକାର । ଔଷଧ ସପ୍ଲାଏରମାନଙ୍କ ପାଇଁ ଇନସେନଟିଭ । ନିର୍ଦ୍ଧାରିତ ସମୟ ପୂର୍ବରୁ ଔଷଧ ଯୋଗାଇଦେଲେ ମିଳିବ ଅଧିକ ଅର୍ଥ ।

କରୋନା ମୁକାବିଲା ପାଇଁ ସବୁ ଜିଲ୍ଲା ଚିକିତ୍ସାଳୟକୁ ସହାୟତା । ୪୪ କୋଟି ୫୦ ଲକ୍ଷ ଟଙ୍କାର ପାଣ୍ଠି ଯ଼ୋଗାଇଦେଲେ ରାଜ୍ୟ ସରକାର । ଔଷଧ ସପ୍ଲାଏରମାନଙ୍କ ପାଇଁ ଇନସେନଟିଭ । ନିର୍ଦ୍ଧାରିତ ସମୟ ପୂର୍ବରୁ ଔଷଧ ଯୋଗାଇଦେଲେ ମିଳିବ ଅଧିକ ଅର୍ଥ ।

କରୋନା ପାଇଁ ଏନପିଆର ସ୍ଥଗିତ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁଯାୟୀ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର ଅର୍ଥାତ ଏନପିଆର ଅପଡେଟ୍ ପ୍ରକ୍ରିୟାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଅନେକ ରାଜ୍ୟରେ ଏନପିଆର ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାର ଥିଲା । ତେବେ, କରୋନାକୁ ଦୃଷ୍ଟିରେ ରଖି ଆଗାମୀ ଆଦେଶ ପର୍ଯ୍ୟନ୍ତ ଏନପିଆର ଅପଡେଟକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଆଦେଶ ଦେଇଛି ।

ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?

ଏନପିଆରକୁ କରୋନା ଝଟକା

୨୦୨୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବାର ଥିଲା । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୦୨୦ରୁ ସେପ୍ଟମ୍ବର ୨୦୨୦ ଯାଏ ହେବାର ଥିଲା । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ଓ ସୂଚୀବଦ୍ଧ ହୋଇଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା ହୋଇଥାନ୍ତା । ଏନପିଆର ଅପଡେଟ୍ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ହେବାର ଥିଲା । କିନ୍ତୁ, ଭାଇରସ ସଂକ୍ରମଣ କାରଣରୁ ଏହାକୁ ରୋକି ଦିଆଯାଇଛି ।

୧୪ ଏପ୍ରିଲ ପର୍ଯ୍ୟନ୍ତ ପୁରା ଦେଶରେ ଲକ୍ ଡାଉନ୍

କରୋନା ଭାଇରସ ଦ୍ୱାରା ଉତ୍ପନ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂରା ଦେଶକୁ ଲକ୍ ଡାଉନ କରିଛନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହ ଲକ୍ ଡାଉନ୍ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ଛାଡି ଦେଲେ ବାକି ସବୁକିଛି ବନ୍ଦ ରହିବ ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ପ୍ରତିରୋଧ ପାଇଁ ୩୦ ଜିଲ୍ଲାକୁ ୪୪.୦୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର: ମହାମାରୀ କରୋନା ସହ ଲଢ଼ିବା ସରକାର ପ୍ରସ୍ତୁତ ରହିଛନ୍ତି । ଏଥିପାଇଁ ଆଗାମୀ ଦିନରେ ଜନବଳ, ମନୋବଳ ଓ ଅର୍ଥବଳ ଆବଶ୍ୟକ । କରୋନା ପ୍ରତିରୋଧ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୪୪.୦୫ କୋଟି ଟଙ୍କା ୩୦ ଜିଲ୍ଲାକୁ ଦିଆଯାଇଛି । ସବୁ ଚିକିତ୍ସାଳୟକୁ ଜିନିଷପତ୍ର ଯୋଗାଇବା ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଇଛି ।

ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ, ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ଶୀଘ୍ର କଲେ ୫୦ ପ୍ରତିଶତ ଅର୍ଥ ଅଧିକ ଦିଆଯିବ । ୭ ଦିନ ଆଗରୁ ଡେଲିଭରୀ କଲେ ୫୦ ପ୍ରତିଶତ ଅର୍ଥ ଅଧିକ ମିଳିବ । ୧୫ ଦିନ ପାଇଁ ୨୫ ପ୍ରତିଶତ ଓ ମାସକ ପାଇଁ ୧୦ ପ୍ରତିଶତ ଇନସେଣ୍ଟିଭ୍ ମିଳିବ । ଏଥିସହ ପରିବହନର ସମସ୍ତ ଖର୍ଚ୍ଚ ମଧ୍ୟ ଦିଆଯିବ । ଯୋଗାଣର ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରାଜ୍ୟ ଔଷଧ ସେବା ନିଗମ ପେମେଣ୍ଟ ସପ୍ଲାଏରକୁ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ପରିବହନରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ବାହାରୁ ଓଡ଼ିଶାକୁ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଫେରିଛନ୍ତି । ୩ଟି ଜିଲ୍ଲାରେ ୫୦୦ ପାଖାପାଖି ଲୋକ ଫେରିଥିବା ବେଳେ ଅନ୍ୟ ୨୭ଟି ଜିଲ୍ଲାରେ ଏକ ହଜାରରୁ ୧୧ ହଜାର ଲୋକ ଫେରିଛନ୍ତି । ଏଥିରେ ସଂକ୍ରମିତ ରାଜ୍ୟରୁ ଫେରିଥିବା ଲୋକ ସାମିଲ୍ ଅଛନ୍ତି । ବାହାର ରାଜ୍ୟରୁ ଆସିଥିବା ଲୋକ ୧୪ ଦିନ ପାଇଁ ସଂଘରୋଧ ହୋଇ ରୁହନ୍ତୁ । ଏଥିପାଇଁ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।