spot_img
Home Blog Page 7439

କବିର ସିଂ ମାର୍କା ଦାଢି ରଖିଛନ୍ତି କି ? ସତର୍କ ହୋଇଯାନ୍ତୁ କାରଣ ଦାଢି ଦିଏ କରୋନାକୁ ନିମନ୍ତ୍ରଣ ! ଜାଣନ୍ତୁ କାହିଁଁକି ?

କରୋନା ଭୂତାଣୁ ଏପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି । ଏହି ସମୟରେ CDC (ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର) କହିଛି ଯେ, ଦାଢିଆ ଲୋକଙ୍କୁ ଏହି ଭୂତାଣୁ  ସଂକ୍ରମିତ କରିବାର ଅଧିକ ଆଶଙ୍କା ରହିଛି । ସିଡିସିର ଏମିତି ତଥ୍ୟ ଦେବାର କାରଣ ମଧ୍ୟ ସେ ସ୍ପଷ୍ଟ କରିଛି ।

ସିଡିସି ଅନୁଯାୟୀ, କରୋନା ଭୂତାଣୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାହାରକୁ ଆସିବାବେଳେ, ପାଟିରେ ଏକ ମାସ୍କ ପିନ୍ଧିବା ଉଚିତ୍ ଏବଂ  କିଛି ସ୍ପର୍ଶ କରିବା ମାତ୍ରେ ହାତ ଧୋଇବା ଉଚିତ୍ । କିନ୍ତୁ କେତେ ଏହାକୁ ମାନୁଥିବା ବେଳେ ଆଉ କେତେଜଣ ଅମାନ୍ୟ କରୁଛନ୍ତି । କିନ୍ତୁ ବେଶି ଦାଢିଆ ଲୋକଙ୍କୁ ବିନା ମାସ୍କରେ ଦେଖିବାକୁ ମିଳୁଛି । ତେଣୁ ଏମାନେ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ଆଜିକାଲି ଲୋକଙ୍କ ଭିତରେ ଦାଢି ରଖିବାର ଏକ ପାଗଳମୀ ଦେଖିବାକୁ ମିଳିଛି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଷ୍ଟାଇଲିଷ୍ଟ ଲୁକ୍ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ?

ସିଡିସି ଅନୁଯାୟୀ, ମୁହଁକୁ ଆଚ୍ଛାଦନ କରୁଥିବା ଫେସ୍ ମାସ୍କ ଦାଢି ହେତୁ ମୁହଁରେ ସଠିକ୍ ଫିଟ୍ ହୋଇପାରିବ ନାହିଁ । ଅଜାଣତରେ ଏହି ଅବହେଳା ହେତୁ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂସ୍ପର୍ଶରେ ଆସିପାରନ୍ତି ।

ସିଡିସି ଦ୍ୱାରା ପ୍ରକାଶିତ ଏହି ଛବିରେ, କେଉଁ ପ୍ରକାରର ଦାଢି ରଖିଲେ ଆପଣ ସୁସ୍ଥ ରହିବେ ଏବଂ ସଂକ୍ରମଣର ଶୀକାର ହେବେନାହିଁ ତାହା ଜାଣିହେବ । କ୍ଲିନ ସେଭ୍ ହେଲେ ତ ଭଲ କିନ୍ତୁ ଯଦି ଆପଣ କେବଳ ନିଶ ରଖିବେ ତେବେ ମଧ୍ୟ ମୁହଁରେ ମାସ୍କ ସଠିକ୍ ଭାବରେ ଫିଟ୍ ରହିବ ।

କିଛି ସମୟ ପୂର୍ବରୁ ନ୍ୟୁୟର୍କର ଜଣେ ସଂକ୍ରାମକ ବିଶେଷଜ୍ଞ ସ୍ପଷ୍ଟ କରିଥିଲେ ଯେ, କେବଳ ଦାଢି ନୁହେଁ ନଖ ମଧ୍ୟ ଦେହ ପାଇଁ କ୍ଷତିକାର ହୋଇପାରେ।

ସେ ଏହା ମଧ୍ୟ କହିଛନ୍ତି ଯେ, କିଛି ଲୋକ ସେମାନଙ୍କର ଖରାପ ଅଭ୍ୟାସ ହେତୁ ସେମାନେ କରୋନା ଭୂତାଣୁର ଶିକାର ହେବାର ସମ୍ଭାବନା ରହିଛି । ଏହା କହିବାର କାରଣ କେତେ ଲୋକ ଅଛନ୍ତି ଯେଉଁମାନେ ପାଟିରେ ନଖ ଖାଇବାର ଅଭ୍ୟାସ ରଖିଥାନ୍ତି । ତେଣୁ ସେ ସେମାନଙ୍କୁ ସଚେତନ କରିଛନ୍ତି । ଏବଂ ଏହାର କାରଣ ମଧ୍ୟ କହିଛନ୍ତି ।

‘ଆମ ନଖ ମଧ୍ୟରେ ଥିବା ମଇଳା କିମ୍ବା ଅଳିଆ ସହଜରେ ଜମା ହୋଇଯାଏ । ଫଳରେ ଯେତେବେଳେ ଆମେ ଏହି ନଖକୁ ଖାଇଥାଉ ସେତେବେଳେ ଏହି ମଇଳା ଆମ ଶରୀର ଭିତରକୁ ସହଜରେ ଯାଇଥାଏ । ଯାହା ଫଳରେ ଆମେ ସଂକ୍ରମଣର ଶିକାର ସହଜରେ ହେଇଥାଉ ।

ତେଣୁ ଲକଡାଉନ୍ ସମୟରେ ଘରେ ରହୁଥିବା ଲୋକେ ଏଥିପ୍ରତି ଯତ୍ନବାନ ହୁଅନ୍ତୁ । ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରନ୍ତୁ ନାହିଁ  । ଦାଢି କିମ୍ବା ନଖକୁ ସଫା କରନ୍ତୁ ଯେମିତି ଏହା ଆପଣଙ୍କ ସଂକ୍ରମଣର କାରଣ ନହୁଏ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଆଗୁଆ ମିଳିବ ୪ ମାସର ଦରମା

ଭୁବନେଶ୍ୱର: ମାନବ ଜାତି ପାଇଁ ମହାମାରୀ ପାଲଟିଛି କରୋନା ଭାଇରସ୍ । ଲଢ଼େଇ ବଡ଼ ଆହ୍ୱାନରେ ପ୍ରଥମ ଲାଇନରେ ଅଛନ୍ତି ଡାକ୍ତର ମାନଙ୍କ ଠାରୁ ଆରମ୍ଭ କରି ପାରା ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀ । ଆପଣଙ୍କ ନିଷ୍ଠା, ତ୍ୟାଗ ଓ ସେବାର ତୁଳନା ନାହିଁ । କଠିନ ପରିସ୍ଥିତିରେ ଆପଣମାନେ ସେବା ଯୋଗାଇ ଚାଲିଛନ୍ତି । ମୁଁ ଓ ଓଡ଼ିଶାବାସୀ ଏହି ସମୟରେ ଆପଣଙ୍କ ପରିବାର ସହ ଅଛୁ ।

ଆପଣମାନଙ୍କ ଏହି ନିଷ୍ଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନ ଜଣାଉଛି । ଏଥିସହ ଆପଣଙ୍କ ପରିବାରର ସୁବିଧା ପାଇଁ ୪ ମାସର ଦରମା ଆଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଓ ସ୍ୱାସ୍ଥ୍ୟସେବାରେ ଲାଗିଥିବା କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ । ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ୍ ମାସରେ ପ୍ରଦାନ କରାଯିବ ।

ସୁଖ, ସୁବିଧା ତ୍ୟାଗ କରି ସେମାନେ ଆମ ସେବା କରି ଚାଲିଛନ୍ତି । ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାର୍ଯ୍ୟରେ ହଇରାଣ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

ଚାରିଆଡ଼େ କରୋନା ଭୟ । ନିଆଁ ଭଳି ବ୍ୟାପୁଥିବା ଏହି କରୋନା ଭାଇରସ ପାଇଁ ସମସ୍ତେ ସଜାଗ । କାରଣ ଜଣେ ସଂକ୍ରମିତ ଲୋକ ଏକାଥରକେ ୫୯ହଜାର ଲୋକଙ୍କୁ ସଂକ୍ରମଣ କରିପାରିବ । ଇଂଲଣ୍ଡର ସଂକ୍ରମଣ ବିଶେଷଜ୍ଞ ହୁ ମଣ୍ଟୋଗୋମରି ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତି ଏକାସାଙ୍ଗରେ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବ । ଏବଂଏହା ଏକ ଅତ୍ୟଧିକ ସଂକ୍ରାମକ ଭୂତାଣୁ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି  କିପରି ହଜାର ହଜାର ଲୋକଙ୍କ ମଧ୍ୟରେ ଏହି ଭୂତାଣୁକୁ ବିସ୍ତାର କରି ପାରିବେ ତାହାକୁ  ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି ଏହି ଡାକ୍ତର । ସେ ସାମାଜିକ ଦୂରତାକୁ କଠୋରତାର ସହ ଅନୁସରଣ କରିବାକୁ କହିଛନ୍ତି ।

ସେ କହିଛନ୍ତି ଯେ,ଜଣେ ସାଧାରଣ ଫ୍ଲୁ ସଂକ୍ରମିତ ବ୍ୟକ୍ତି ସେମାନେ ହାରାହାରି ୧.୩ ରୁ ୧.୪ ଲୋକଙ୍କୁ ସଂକ୍ରମିତ କରନ୍ତି । ଫ୍ଲୁ  ସଂକ୍ରମଣ ସମୟରେ ପରବର୍ତ୍ତୀ ସଂକ୍ରମିତ ବ୍ୟକ୍ତି ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରନ୍ତି ଏବଂ ଯଦି ୧୦ ଥର ସଂକ୍ରମଣ ଚକ୍ର ଜାରି ରହେ, ତେବେ ୧୪ଟି ସଂକ୍ରମଣ ହେବ।

କେବଳ ସେତିକି ନୁହେଁ ମଣ୍ଟୋଗୋମରି ଫ୍ଲୁ ସହିତ କରୋନା ଭୂତାଣୁକୁ ତୁଳନା କରିଥିଲେ ଏବଂ  ବିପଦ ବିଷୟରେ ଚେତାବନୀ ଦେଇ କହିିଛନ୍ତି ଯେ, କରୋନା ଭୂତାଣୁ ଜଣେ ବ୍ୟକ୍ତିଙ୍କ ଠାରୁ ହାରାହାରି ୩ଜଣ ବ୍ୟକ୍ତିଙ୍କୁ ବ୍ୟାପିଥାଏ।

କରୋନା ଭୂତାଣୁ ସଂକ୍ରମଣ ଏକରୁ ତିନି ପର୍ଯ୍ୟନ୍ତ ହୋଇପାରେ ଏବଂ ଯଦି ଏହା ୧୦ଟି ସ୍ତରରେ ଅଗ୍ରଗତି ହୁଏ, ତେବେ ୫୯,୦୦୦ ଲୋକଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି । ଉଦାହରଣ ସ୍ୱରୂପ, ୧ ରୁ ୩, ୩ ରୁ ୯, ୯ ରୁ ୨୭, ୨୭ ରୁ ୮୧, ୮୧ ରୁ ୨୪୩, ୨୪୩ ରୁ ୭୨୯, ୭୨୯ ରୁ ୨୧୮୭, ୨୧୮୭ ରୁ ୬୫୬୧, ୬୫୬୧ ରୁ ୧୯୬୮୩, ୧୯୬୮୩ ରୁ ୫୯,୦୪୯ ଲୋକ ।

ତେବେ ସେ କହିଛନ୍ତି ଯେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ ପ୍ରତିଶତ ଲୋକ ଅସୁସ୍ଥ ହେବେ ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଆଇସିୟୁରେ ରଖିବାକୁ ପଡ଼ିବ । ଅବଶ୍ୟ, ଯେଉଁମାନେ ଅସୁସ୍ଥ ନ ହୁଅନ୍ତି ସେମାନେ ମଧ୍ୟ ସଂକ୍ରମିତ ହୋଇ ଅନ୍ୟମାନଙ୍କ ମଧ୍ୟରେ ଭୁତାଣୁ ବିସ୍ତାର କରିବେ।

ତେବେ ବର୍ତ୍ତମାନ ସୁଧା ସାରା ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି। ଏଥି ସହିତ, ଏପର୍ଯ୍ୟନ୍ତ ଭାରତରେ ୫୮୭ ଟି କରୋନା ସଂକ୍ରମିତ ମାମଲା ଦେଖିବାକୁ ମିଳିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୬ ଜଣ ସୁସ୍ଥ ହୋଇଛନ୍ତି ।

ମହାମାରୀ ରୋକିବାକୁ ଏକ ମାସ ମହାସଂକଳ୍ପ କରି ପାଳନ୍ତୁ ମହାବ୍ରତ

ପୁରୀ: ସାରା ବିଶ୍ୱରେ ମହାମାରୀ କରୋନା ଭଳି ଭୟଙ୍କର ବିପଦ ବ୍ୟାପିଛି । ଏଥିରୁ ରକ୍ଷା ପାଇବାକୁ ହେଲେ ୨୧ ଦିନ ଧରି ଘର ଭିତରେ ରହିବା ସହ ବ୍ରତ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା । ପାପ ମୋକ୍ଷ ଉଦ୍ଦେଶ୍ୟରେ ଓଡ଼ିଆ ତଥା ଉତ୍କଳୀୟ ମାନେ କାର୍ତ୍ତିକ ବ୍ରତ, ମାଘ ବ୍ରତ ଆଦି ମାସାଧିକ ସମୟ ପର୍ଯ୍ୟନ୍ତ ଘରେ ରହି ବ୍ରତ ପାଳନ କରୁଥିବାର ନିଦର୍ଶନ ରହିଛି ।

https://www.facebook.com/nandighoshatv/videos/2686392974907485

ଏପରିକି ପାପରୁ ମୋକ୍ଷ ପାଇବା ପାଇଁ ମହାକୁମ୍ଭ ଏବଂ ଗଙ୍ଗା ସ୍ନାନ ଆଦି କରୁଥିବାର ନଜିର ରହିଛି । କରୋନା ରୂପକ ମହାବିପତ୍ତି ତଥା ଭୂତାଣୁ ଜନିତ ରୋଗରୁ ନିଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଆଜିଠାରୁ ଏକମାସ  ଧରି ମହାସଂକଳ୍ପ ବ୍ରତ ପାଳିବା ସହ ଘରୁ ପଦାକୁ ନବାହାରିବା ଉଚିତ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ନିଜକୁ ରୋଗମୁକ୍ତ କରିବା ପାଇଁ ଏହି ଏକମାସ ମହାସଂକଳ୍ପ କରି ମହାବ୍ରତ ପାଳନ କରି ଜଗନ୍ନାଥଙ୍କ ନିକଟରେ ଉପାସନା କଲେ ଏହି ମହାବିପତ୍ତିରୁ ରକ୍ଷା ମିଳିବ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ନିବେଦନ କରିଛନ୍ତି ।

ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ଆନ୍ଧ୍ରରେ ସମସ୍ୟାର ସମ୍ମୁଖୀନ ହୋଇଥିବା ୭୦ଜଣ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ୍‌ ୬ ଶହ ଜଣ କର୍ମଚାରୀଙ୍କୁ ସହାୟତାର ହାତ ବଢ଼ାଇଲା ବିଜେଡିର ସମାଜସେବା ଓ୍ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’। ଏମାନେ ସମସ୍ତେ ଆନ୍ଧ୍ରପ୍ରଦେଶର ପଶ୍ଚିମ-ଗୋଦାବରୀ ଜିଲ୍ଲା ପେଡ଼ା- ଟାଡ଼େପାଲି ସ୍ଥିତ ଶ୍ରୀନିବାସ ସ୍ପିଣ୍ଟକ୍‌ସ କାରଖାନାରେ କାମ କରୁଥିଲେ । ଲକ୍‌ଡାଉନ୍‌ ଘୋଷଣା ପରେ କାରଖାନା ବନ୍ଦ ହୋଇଯାଇଥିଲା ।

୨୧ ଦିନର ଲକ୍‌ଡାଉନ୍‌,ଦୋକାନୀ ଶିଖାଉଛନ୍ତି ସୋସିଆଲ ଡିଷ୍ଟାନସିଂ

ଏହି କର୍ମଚାରୀମାନଙ୍କୁ କାରଖାନା ମାଲିକ ଦରମା ନଦେଇ ଘରକୁ ଚାଲିଯିବାକୁ କହିଥିଲେ । ୬ ଶହ କର୍ମଚାରୀ ସମସ୍ୟାରେ ପଡ଼ିଯାଇଥିଲେ । ଏହି ଘଟଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଗୋପବନ୍ଧୁ ଦାଶ ଓଡ଼ିଶା ଲେବର କମିଶନରଙ୍କୁ ଜଣାଇବା ପରେ ସେ ଆନ୍ଧ୍ର ଲେବର କମିଶନରଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶାର ୭୦ଜଣଙ୍କ ସମେତ ମୋଟ୍‌ ୬ ଶହ ଜଣ କର୍ମଚାରୀଙ୍କୁ କାରଖାନା ପରିସରରେ ରହିବାର ବ୍ୟବସ୍ଥା କରାଯାଇଛି । ଲକ୍‌ଡାଉନ୍‌ କୋହଳ ପରେ ଏମାନେ ଘରକୁ ଫେରିବାର ବ୍ୟବସ୍ଥା କରାଯିବ ବୋଲି ବିଜେଡିର ସମାଜସେବା ଓ୍ୱିଙ୍ଗ ଓଡ଼ିଶା ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ପ୍ରଭାବ : କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସାମାଜିକ ଦୂରତା

ନୂଆଦିଲ୍ଲୀ: କରୋନା ଭାଇରସ ବିପଦ ଭିତରେ ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଛି ।  ଲକ୍‌ଡାଉନ୍ ଜାରିର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୋସିଆଲ ଡିଷ୍ଟାନ୍ସିଂ ଦେଖିବାକୁ ମିଳିଛି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମତେ ସବୁ ମନ୍ତ୍ରୀ ପରସ୍ପରଠାରୁ ଏକ-ଏକ ମିଟର ଦୂରତାରେ ବସିଥିବା ଦେଖିବାକୁ ମିଳିଛି ।

 

କରୋନା ଉପରେ ଚର୍ଚ୍ଚା ପାଇଁ ବସିଥିବା ଏହି ବୈଠକରେ  ସବୁ ମନ୍ତ୍ରୀଙ୍କ ଚୌକିକୁ ଏକ ନିର୍ଦ୍ଦିଷ୍ଟ ଦୂରତାରେ ରଖାଯାଇଥିଲା ଯେମିତିକି ସାମାଜିକ ଦୂରତା ବଜାୟ ରହିବ । ବିଶେଷଜ୍ଞଙ୍କ କହିବା ହେଉଛି ଦୁଇ ଜଣ ଲୋକଙ୍କ ମଧ୍ୟରେ ଏକ ମିଟରରୁ ଅଧିକା ଦୂରତା ରହିଲେ ଭାଇରସ ସଂକ୍ରମଣ  ବିପଦ କମ ହେବ ।

ପ୍ରଧାନମନ୍ତ୍ରୀ ଗତକାଲି ରାଷ୍ଟ୍ରକୁ ସମ୍ବୋଧନ କରି ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଲଗାଯିବା କଥା ଘୋଷଣା କରିଥିଲେ. । ଲକ୍‌ଡାଉନକୁ ସଠିକ ଭାବେ ପାଳନ ନକଲେ ଦେଶ ପାଇଁ କ୍ଷତିକାରକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

୨୧ ଦିନର ଲକ୍‌ଡାଉନ୍‌,ଦୋକାନୀ ଶିଖାଉଛନ୍ତି ସୋସିଆଲ ଡିଷ୍ଟାନସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ପୁରା ଦେଶ ପାଇଁ ୨୧ ଦିନର ଲକ୍‌ଡାଉନ୍‌ ଘୋଷଣା କରଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶ ସରା ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀ ମହଜୁଦ କରିବା ପାଇଁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏମିତିରେ ଦୋକାନୀଙ୍କୁ ଗହଳି ଭିତରେ ନିଜର ତଥା ଗ୍ରାହକଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ପଡୁଛି । କିଛି ଦୋକାନୀ ନିଜ ଦୋକାନ ଆଗରେ ଧାଡି ପାଇଁ ଗାର ଟାଣିଛନ୍ତି । ପ୍ରତି ଗାର କିମ୍ବା ଗୋଲେଇ ମଧ୍ୟରେ ଏକ ମିଟରର ଦୂରତା ରହୁଛି । ଯାହା ମଧ୍ୟରେ ଛିଡା ହୋଇ ଗ୍ରାହକଙ୍କୁ ନିଜ ପାଳିକୁ ଅପେକ୍ଷା କରିବାକୁ ପଡୁଛି ।

ପୁଡୁଚେରି ରାଜ୍ୟପାଳ  କିରନ ବେଦୀ ଗୋଟିଏ ଫଟୋ ଟ୍ୱିଟ୍ କରିଛନ୍ତି,ଯେଉଁଥିରେ ଗୋଟିଏ ଦୋକାନ ଆଗରେ ଗ୍ରାହକଙ୍କ କିଛି ଦୂରତା ଅନ୍ତରାଳରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି ।

ଗୁଜୁରାଟ ସରକାର ତେଜରାତି ଦୋକାନ ଗୁଡ଼ିକ ଆଗରେ ଲୋକଙ୍କ ମଧ୍ୟରେ ଦୂରତା ବଜାୟ ରଖିବାକୁ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନିତ କରିଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ’ଣ କଲେ ଗୃହକୁ ସୁଖସମୃଦ୍ଧି ଆସିପାରିବ ?

ଗୃହକୁ ସୁଖସମୃଦ୍ଧି ଆଣିଥାଏ “ନାଲି ଫିତାରେ ତିନୋଟି କିମ୍ବା ପାଞ୍ଚଟି ବନ୍ଧାହୋଇଥିବା ପିତଳର ମୁଦ୍ରା”

  • ନାଲିଫିତାରେ ବନ୍ଧା ହୋଇଥିବା ତିନୋଟି କିମ୍ବା ପାଞ୍ଚୋଟି ପିତ୍ତଳର ମୁଦ୍ରା ଗୃହର ମୂଖ୍ୟ ଦ୍ୱାରରେ ଟଙ୍ଗାଇବା ଦ୍ୱାରା ସୁଖସମୃଦ୍ଧି ବଢିଥାଏ ॥
  • ତିନୋଟି ମୁଦ୍ରା ଥିବା ନାଲିଫିତା ସ୍ୱର୍ଗ, ଧରିତ୍ରୀ ଓ ପ୍ରକୃତିର ପ୍ରତୀକ ହୋଇଥିବା ବେଳେ, ପାଞ୍ଚୋଟି ମୁଦ୍ରା କାଠ, ଜଳ, ବାୟୁ, ଅଗ୍ନି ଓ ଧରିତ୍ରୀର ପ୍ରତିକ ତେଣୁ ଗୃହର ପ୍ରାକୃତିକ ତତ୍ତ୍ୱ ଅସନ୍ତୁଳନର କୁ-ପ୍ରଭାବରୁ ରକ୍ଷା କରିଥାଏ ॥
  • ଗୃହର ଉତ୍ତର ଦିଗ ଧନର ଦିଗ ତେଣୁ ଏହି ଦିଗରେ ଟଙ୍ଗାଇଲେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ॥
  • ପିଲାଙ୍କର ପଢିବାଗୃହ ଦ୍ୱାରରେ ଟଙ୍ଗାଇଲେ ପିଲାଙ୍କର ଧର୍ଯ୍ୟଶକ୍ତି ବୃଦ୍ଧି ହୋଇଥାଏ ॥
  • ଅଫିସ କିମ୍ବା ବ୍ୟବସାୟ ସ୍ଥଳରେ ଲଗାଇଲେ ନକରାତ୍ମକ ଶକ୍ତିରୁ ରକ୍ଷା ମିଳିଥାଏ ॥

ଆଜି ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିପାରେ !

ମେଷ

ଅଶ୍ୱିନୀ ନକ୍ଷତ୍ର – ଆଜି ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ, ମୁଣ୍ଡ ଅଯଥା ବିନ୍ଧାହେବ, ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ॥

ଦ୍ୱିଜା ନକ୍ଷତ୍ର – ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁର୍ବଳ ହେବ,କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୂତ ହେବ॥

କୃତ୍ତିକା ନକ୍ଷତ୍ର – ଚାକିରି କ୍ଷେତ୍ରରେ ଉତ୍ତମ ଫଳ ପାଇବେ ମାତ୍ର ଚର୍ମ ରୋଗ ହେବ, ମହିଳାମାନେ ରୋଷେଇ କଲାବେଳେ ସତର୍କ ରହିବେ କିଛି ବି ଦୁର୍ଘଟଣା ହୋଇପାରେ ॥

ଶୁଭରଙ୍ଗ – ହଳଦିଆ

ଉପଚାର – ବ୍ରାହ୍ମଣଙ୍କୁ କିଛି ଦାନ କରନ୍ତୁ

ବୃଷ

କୃତ୍ତିକା ନକ୍ଷତ୍ର – ଧର୍ମକାର୍ଯ୍ୟରେ ମନ ବଳାଇବେ, ଭବିଷ୍ୟତର ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ॥

ରୋହିଣି ନକ୍ଷତ୍ର – ବ୍ୟବସାୟ ବାଣିଜ୍ୟରେ ସ୍ୱଳ୍ପ ଲାଭପାଇବେ, ଖର୍ଚ୍ଚ ବଢିବ, ଆର୍ଥିକ ଓ ମାନସିକ ଦୁର୍ବଳତା ବଢିବ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ॥

ମୃଗଶିରା ନକ୍ଷତ୍ର – ନିଜ ପରିବାର ମଧ୍ୟରେ କାହା ସହିତ ମନୋମାଳିନ୍ୟ ଯୋଗୁଁ ଚିନ୍ତାରେ ରହିବେ, ପେଟ ଜନିତ ପୀଡା ହେବ, ମାତ୍ର କର୍ମକ୍ଷେତ୍ରରେ ଲାଭ ହେବ॥

ଶୁଭରଙ୍ଗ – ଖଇରିଆ

ଉପଚାର – ଘରେ କୈାଣସି ଦେବୀଙ୍କୁ ଆରାଧନା କରନ୍ତୁ॥

ମିଥୁନ

ମୃଗଶିରା ନକ୍ଷତ୍ର – ବହୁଦିନର ପୁରାତନ ରୋଗ ଭଲ ହେବ, ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ,କାର୍ଯ୍ୟରେ ସଫଳତା ମିଳିବ॥

ଆଦ୍ରା ନକ୍ଷତ୍ର – ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ, ବିବାହ ସ୍ଥିର ହେବ,ମାତ୍ର ଆର୍ଥିକ ଦୁର୍ବଳତା ରହିବ  ॥

ପୁନର୍ବସୁ ନକ୍ଷତ୍ର – ଅବିବାହିତମାନଙ୍କର ବିବାହ ସ୍ଥିର ହେବ, ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ, ମହିଳାମାନେ ନୂତନ କର୍ମ ନିଯୁକ୍ତି ପାଇବେ॥

ଶୁଭରଙ୍ଗ – ଗୋଲାପି

ଉପଚାର – ଆଜି ବ୍ରାହ୍ମଣଙ୍କୁ ଦାନ କରନ୍ତୁ

କର୍କଟ

ପୁନର୍ବସୁ ନକ୍ଷତ୍ର – ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପୀଡ଼ା ଭୋଗିବେ॥

ପୂଷ୍ୟା ନକ୍ଷତ୍ର – ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦ ମର୍ଯ୍ୟାଦା ପାଇବେ, ନୂତନ ବ୍ୟବସାୟ ଆରମ୍ଭ କିମ୍ବା ଯାନବାହାନ କ୍ରୟ କରିବେ॥

ଅଶ୍ଲେଷା ନକ୍ଷତ୍ର – କୌଣସି ସରକାରୀ ଯୋଜନାର ଲାଭ ପାଇବେ, ଧର୍ମ ସମ୍ବନ୍ଧିୟ ଦୂରଯାତ୍ରା କରିବେ, ମହିଳାମାନେ ସତର୍କ ରହିବେ॥

ଶୁଭରଙ୍ଗ – ସବୁଜ

ଉପଚାର – କୌଣସି ଯାନ୍ତ୍ରିକ ଦ୍ରବ୍ୟ ଦାନ କରନ୍ତୁ ରିଷ୍ଟ ଖଣ୍ଡନ ହେବ॥

ସିଂହ

ମଘା ନକ୍ଷତ୍ର – କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ॥

ପୂର୍ବାଫାଲଗୁନି ନକ୍ଷତ୍ର – ବ୍ୟବସାୟ କ୍ଷେତ୍ରରେ ସଫଳ ହେବେ, ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ, ଭାଗ୍ୟସାଥ ଦେବ॥

ଉତ୍ତରାଫାଲଗୁନୀ ନକ୍ଷତ୍ର – ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଚନା ପାଇବେ, ପାରିବାରିକ ଜୀବନରେ ସୁଖଶାନ୍ତି ରହିବ, ମାତ୍ର ଭାଗିଦାରି ବ୍ୟବସାୟରେ କ୍ଷତି ହେବ ॥

ଶୁଭରଙ୍ଗ – କମଳା

ଉପଚାର – ଶିବମନ୍ଦିରରେ ରକ୍ତଚନ୍ଦନ କାଠି ଦାନ କରନ୍ତୁ॥

କନ୍ୟା

ଉତ୍ତରାଫାଲଗୁନୀ ନକ୍ଷତ୍ର – ଶାରୀରିକ ଅସୁସ୍ଥତା ଦେଖାଦେବ,କର୍ମକ୍ଷେତ୍ରରେ କର୍ମଚାପ ବଢିବ, ମନକୁ ଅଜଣା ଭୟ ଆକ୍ରାନ୍ତ କରିବ ॥

ହସ୍ତା ନକ୍ଷତ୍ର – ଠିକା ବ୍ୟବସାୟରେ ମନମୁତାବକ ଲାଭ ପାଇବେ, ମହିଳାମାନେ ନିଜର ବନ୍ଧୁ ପରିଜନରେ ପ୍ରଶଂସିତ ହେବେ, ବିଦ୍ୟାର୍ଥିଙ୍କର ଅଧିକ ଶୁଭ ହେବ ॥

ଚିତ୍ରା ନକ୍ଷତ୍ର – କର୍ମଜୀବୀମାନେ କର୍ମକ୍ଷେତ୍ରରେ ପ୍ରସଂଶିତ ହେବେ, ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ॥

ଶୁଭରଙ୍ଗ – କମଳା ରଙ୍ଗ

ଉପଚାର – ଛୋଟ ଛୋଟ ୫ଜଣ କନ୍ୟାଙ୍କୁ ମିଠା ଖୁଆଇବେ ॥

ତୁଳା

ଚିତ୍ରା ନକ୍ଷତ୍ର – ଚାକିରି ବ୍ୟବସାୟରେ ଉନ୍ନତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପୀଡ଼ା ଯୋଗ ରହିବ॥

ସ୍ୱାତୀ ନକ୍ଷତ୍ର – କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ, ଆର୍ଥିକ ପରିସ୍ଥିତି ଭଲରହିବ, ଶିକ୍ଷାର୍ଥୀ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ ॥

ବିଶାଖା ନକ୍ଷତ୍ର – କର୍ମକ୍ଷେତ୍ରରେ ଉନ୍ନତି ହେବ, ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ତେଣୁ ସତର୍କ ରହିବେ ॥

ଶୁଭରଙ୍ଗ – ସବୁଜ

ଉପଚାର – ଆକାଶିଆ ରଙ୍ଗର ବସ୍ତ୍ର କୌଣସି ଅନାଥ କନ୍ୟାକୁ ଦାନ କରନ୍ତୁ॥

ବିଛା

ବିଶାଖା ନକ୍ଷତ୍ର – ଭ୍ରମଣ କଷ୍ଟ ଏବଂ ଶରୀରପୀଡା ରହିବ ମାତ୍ର ଆର୍ଥିକ ସ୍ୱଚ୍ଛଳତା ସହିତ ବ୍ୟବସାୟରେ ଉନ୍ନତି ହେବ ॥

ଅନୁରାଧା ନକ୍ଷତ୍ର – ସୁଖଶାନ୍ତି ପ୍ରାପ୍ତି, ଆର୍ଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ, ମହିଳାମାନଙ୍କର ସ୍ୱାସ୍ଥ୍ୟରେ ଅବନତି ହେବ॥

ଜ୍ୟେଷ୍ଠା ନକ୍ଷତ୍ର – ସମାଜ କଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତୀତ ଫଳ ମିଳିବ,ଅର୍ଥଚିନ୍ତା ଦୂର ହେବ ॥

ଶୁଭରଙ୍ଗ – ଧଳା

ଉପଚାର – କୌଣସି ଜୀବକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥

ଧନୁ 

ମୂଳା ନକ୍ଷତ୍ର – କୌଣସି ବିଳାଶବ୍ୟସନ କିମ୍ବା ଯୋଗାଯୋଗ ସୃଷ୍ଟି କରୁଥିବା ଦ୍ରବ୍ୟ କ୍ରୟ କରିବେ, ଚାକିରିରେ ଝଡଝଞ୍ଜା ଲାଗି ରହିବ, ମନ ଅଶାନ୍ତ ରହିବ ॥

ପୂର୍ବଷାଢା ନକ୍ଷତ୍ର – ସବୁ ପ୍ରକାର ସୁବିଧା ସୁଯୋଗ ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଶ ମିଳିବ॥

ଉତ୍ତରାଷାଢା ନକ୍ଷତ୍ର – ଯୋଗ୍ୟତା ଏବଂ ପରିଶ୍ରମ  ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ॥

ଶୁଭରଙ୍ଗ – ସବୁଜ ରଙ୍ଗ

ଉପଚାର – ଦହିଖାଇ ଦିନ ଆରମ୍ଭ କରିବେ, ଅଧାଲିଟର ସୋରିଷ ତେଲ କୌଣସି ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ ॥

ମକର 

ଉତ୍ତରାଷାଢା ନକ୍ଷତ୍ର – ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ॥

ଶ୍ରବଣା ନକ୍ଷତ୍ର – ଭାତୃ ସହଯୋଗ ଦ୍ୱାରା  ଭୂମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ ॥

ଧନିଷ୍ଠା ନକ୍ଷତ୍ର – ବନ୍ଧୁପରିଜନଙ୍କର  ସହଯୋଗରେ  ଭବିଷ୍ୟତରେ ଶୁଭକର୍ମର ସୂଚନା ମିଳିବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ॥

ଶୁଭରଙ୍ଗ -ସବୁଜ

ଉପଚାର –  ୨୧ଥର “ଓଁ ମାତଙ୍ଗୀ ଦେବୀ ଶରଣଂ” ଜପ କରନ୍ତୁ॥

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର କିମ୍ବା ସ୍ୱାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ॥

ଶତଭିଷା ନକ୍ଷତ୍ର – ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୁରୁଣା ଋଣ ପରିଶୋଧ କରିବା ସୁଯୋଗ ପାଇବେ॥

ପୂର୍ବଭାଦ୍ର ନକ୍ଷତ୍ର – ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ, ବ୍ୟବସାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ, ଗୁଣିଗାରେଡି ଭଳି ଭୟ ରହିବ॥

ଶୁଭରଙ୍ଗ – ଇଷତ୍ କଳା

ଉପଚାର – ଚନ୍ଦନ କାଠି ଏବଂ ପେଡା କୌଣସି ମନ୍ଦିରରେ ଦାନ କରନ୍ତୁ ॥

ମୀନ 

ପୂର୍ବଭାଦ୍ର ନକ୍ଷତ୍ର – ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ, ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ  ॥

ଉତ୍ତରଭାଦ୍ର ନକ୍ଷତ୍ର – ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉନ୍ନତି ହେବ, କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ ॥

ରେବତୀ ନକ୍ଷତ୍ର – କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ, ଅର୍ଥଚିନ୍ତା ଦୂର ହେବ, ପଶୁପାଳନରେ ଲାଭବାନ ହେବେ॥

ଶୁଭରଙ୍ଗ – ହଳଦିଆ

ଉପଚାର – ଗୋଟେ ଖୁର ଦାନ କରନ୍ତୁ॥

ଲକ୍‌ଡାଉନ୍‌ ପରେ ବି ବାହାରେ ବୁଲୁଥିଲେ, ପୋଲିସ୍‌ ଧରି ବସ୍‌ଉଠ୍‌ କରାଇଲା

ଭୁବନେଶ୍ୱର: କରୋନା ପାଇଁ ଏବେ ରାହା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି । ସମସ୍ତଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । କିନ୍ତୁ ଏହି ନିୟମକୁ ବାରମ୍ବାର କିଛି ଲୋକ ଭାଙ୍ଗିବାରେ ଲଗିଛନ୍ତି । ଯାହାକୁ ନେଇ କମିଶନରେଟ ପୋଲିସ ଅଧିକ ଶକ୍ତ ହୋଇଛି ।

ଲକ୍‌ ଡାଉନ୍‌ କଟକଣାକୁ ଅବମାନନାକରିବା ଲୋକଙ୍କୁ ମହଙ୍ଗା ପଡ଼ିଛି । ଭୁବନେଶ୍ୱର ବାଣୀବିହାରରେ ଆଜି ୪ ଜଣ ଯୁବକଙ୍କୁ ପୋଲିସ ଉଠବସ୍‌ କରାଇଛି । ବିନା କାରଣରେ ସେମାନେ ନିୟମ ନମାନି ବାହାରେ ବୁଲୁଥିଲେ । ଏବେ ସାରା ଦେଶର ଲକ୍‌ଡାଉନ୍‌ ସ୍ଥିତି । ବାହାରକୁ ନବାହାରିବାକୁ ସବୁଠି ପୋଲିସ ଲୋକଙ୍କୁ ସଚେତନ କରାଉଛି । ତେବେ ଏହାକୁ କିଛି ଲୋକ ନମାନି ବାହାରେ ବୁଲୁଛନ୍ତି । ପୋଲିସ ବୁଝାସୁଝା କରିବା ସତ୍ତ୍ୱେ ଯେଉଁମାନେ ନିୟମ ମାନୁ ନାହାନ୍ତି, ପୋଲିସ ସେମାନଙ୍କୁ ତ୍ୱରିତ ଦଣ୍ଡ ବିଧାନ କରୁଥିବା ଦେଖିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…