spot_img
Home Blog Page 7500

ରସିକିଆ ଶଳା ପାଇଁ କନିଆ ଠିକ୍‌ କରି ଫଶିଲା ଭିଣୋଇ

ଆଠଗଡ଼: ମହଙ୍ଗା ପଡ଼ିଲା ବାହାଘର ନିଶା । ଦୁଇଥର ବାହା ହେବା ପରେ ତୃତୀୟ ଥରରେ ଧରାପଡ଼ିଲା ବରର କାରନାମା । ବାହାଘର ପାଇଁ ଚାଲିଥିଲା ଶଳା ଭିଣେଇଙ୍କର ଯୋରଦାର ପ୍ରୟାସ । ପ୍ଲାନ ସଫଳ ହେଲା କିନ୍ତୁ ବରର କାରନାମା ଧରାପଡ଼ିଗଲା । ନିଜ ଭାଇ କହି ଶଳାର ତୃତୀୟ ବିବାହ କରି ଥାନାରେ ଭିଣୋଇ । ଭିଣୋଇକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ବର ଏବେ ଫେରାର ରହିଛି । କଟକ ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ,  କଟକ କଙ୍କଡ଼ାଯୋଡ଼ି ଗାଁର ଅରବିନ୍ଦ ସାହୁ ପୂର୍ବରୁ ୨ଥର ବିବାହ କରିଥିଲେ । ପରେ ଫେବ୍ରୁଆରୀ ୨୮ ତାରିଖରେ ବୌଦ୍ଧରେ ପୁଣି ତୃତୀୟ ଥର ପାଇଁ ବିବାହ କରିଥଲେ । ତୃତୀୟ ବାହାଘର ନେଇ ଭିଣୋଇ ଏବଂ ଶଳାଙ୍କର ଚାଲିଥିଲା ଯୋରଦାର ପ୍ଲାନ । ନିଜ ଶଳାକୁ ଭାଇର ପରିଚୟ ଦେଇ ଭିଣୋଇ ବାହା କରାଇବା ପରେ ନୂଆବୋହୁକୁ ନିଜ ଘରେ ରଖିଥିଲେ ଭିଣୋଇ ।

କିନ୍ତୁ ନବବିବାହିତା ତାଙ୍କ ସ୍ୱାମୀ ୨ଥର ବିବାହ କରିଥିବା ଜାଣି ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଝିଅଙ୍କ ପରିବାର ଲୋକ ଗୁରୁଡ଼ିଝାଟିଆ ଥାନାରେ ଏତଲା ଦେବା ପରେ ପୋଲିସ ନବବଧୂଙ୍କୁ ଉଦ୍ଧାର କରିବା ସହ ଯୌତୁକ ଜିନିଷ ଜବତ କରିଛି । ଘଟଣାରେ ଭିଣୋଇ ସନ୍ତୋଷ ସାହୁ ଥାନାରେ ଅଟକ ଥିବା ବେଳେ ବର ଫେରାର ଅଛି ।

ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ୪ଟି ବିଭାଗର ମୋଟ୍‌ ୮ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ହାଇସ୍କୁଲ୍‌ଗୁଡ଼ିକର ମୃରାମୃତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ ଆଧାରରେ ଏହାକୁ ଅନୁମୋଦନ କରିଛି କ୍ୟାବିନେଟ୍‌ । ସେହିପରି ହଜ୍‌ କମିଟିକୁ ଭୁବନେଶ୍ୱରରେ ଶୂନ୍‌ ଦଶମିକ ୦.୨୨ ଡେସିମିଲ୍‌ ଜମି ମାଗଣାରେ ଯୋଗାଇ ଦିଆଯିବ । ଏଥିପାଇଁ କୈାଣସି ଷ୍ଟାମ୍ପ ଡ୍ୟୁଟି ଲାଗୁ ହେବ ନାହିଁ । ଡ୍ରେନେଜ୍‌ ଉନ୍ନତିକରଣ ଓ କେନାଲ୍‌ ମରାମତି ସଂପର୍କୀୟ ଦୁଇଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ଅଚଳ ପଡିଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକର ପୁନରୁଦ୍ଧାରକୁ ମଧ୍ୟ ମିଳିଛି ଅନୁମୋଦନ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନଗୁଡ଼ିକୁ ଓଡ଼ିଶାରେ ଡାକ୍ତରଖାନା ଓ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହୋଇଛି ନୂଆ ଗାଇଡ୍‌ଲାଇନ୍‌ । ଏହି ଗାଇଡ୍‌ଲାଇନ୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି ।

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା: ଜାଣନ୍ତୁ କପି ରୋକିବାକୁ କେମିତି ହୋଇଛି ବ୍ୟବସ୍ଥା ?

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତ ଦୁଇ ପରୀକ୍ଷା । ପ୍ରସ୍ତୁତି ଚୁଡାନ୍ତ। ସବୁ ହବ୍‌ରେ ପହଞ୍ଚି ସାରିଛି ପ୍ରଶ୍ନପତ୍ର । କେନ୍ଦ୍ରକୁ ଜଗି ରହିଛନ୍ତି ସଶସ୍ତ୍ର ପୋଲିସ । ଚଳିତ ବର୍ଷ ରାଜ୍ୟର ୩ ଲକ୍ଷ ୫୦ହଜାର ୮ଶହ ପିଲା ପରୀକ୍ଷା ଦେବେ ।  କପି ରୋକିବା ସହ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି । ହଲକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କ ଦୁଇ ଦୁଇ ଥର ଚେକିଂ କରିବାର ବ୍ୟବସ୍ଥା କରିଛି ବୋର୍ଡ । ସବୁକେନ୍ଦ୍ରରେ ଲାଗିଛି ସିସିଟିଭି । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏଭଳି ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଗଜପତି, ରାୟଗଡା ଏବଂ ମାଲକାନଗିରିରେ ପ୍ରଶ୍ନପତ୍ର ହବ୍‌କୁ ଜଗି ରହିଛନ୍ତି ଆର୍ମଫୋର୍ସ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ ସବୁ ହଲରେ କାନ୍ଥଘଣ୍ଟା ଲଗାଯାଇଛି । ମାଲକାନଗିରିରେ ୩ଟି ଷ୍ଟ୍ରଙ୍ଗରୁମ୍‌ କରାଯାଇଥିବା ବେଳେ ଗତପତିରେ ୪ଟି ଏବଂ ରାୟଗଡାରେ ୫ଟି ହବ୍‌ରେ ପ୍ରଶ୍ନପତ୍ର ରହିଛି ।

ସେପଟେ ଚାପମୁକ୍ତ ହୋଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛି ବୋର୍ଡ । ୧୧୪୩ ପରୀକ୍ଷା କେନ୍ଦ୍ରରେ 3 ଲକ୍ଷ ୫୦ହଜାର ୮୦୦ ପିଲା ପରୀକ୍ଷା ଦେବେ । ପରୀକ୍ଷା ହଲ୍‌ ଚତୁଃର୍ପ।ଶ୍ବକୁ ନୋ ମୋବାଇଲ୍‌ ଜୋନ୍‌ ଘୋଷଣା କରାଯାଇଛି । ଏପରିକି ସ୍କ୍ୱାର୍ଡ ଓ ନୀରିକ୍ଷକ ମଧ୍ୟ ମୋବାଇଲ ନେଇ ପାରିବେ ନାହିଁ । ସ୍ୱଚ୍ଛ ଏବଂ ଶୃଙ୍ଖଳିତ ପରୀକ୍ଷା ପାଇଁ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି ଶିକ୍ଷାବିତ୍‌ ।

ସୋମବାର ଶୃଙ୍ଖଳିତ ଭାବରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ସାରିବାକୁ ସବୁ କଳବଳ ଲଗାଇ ଦେଇଛି ଗଣଶିକ୍ଷା ବିଭାଗ। ଏସବୁ ଭିତରେ ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ।

ତୃତୀୟଥର ପାଇଁ ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, କାଲି ହେବନି ଫାଶୀ

ନୂଆଦିଲ୍ଲୀ : କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନନେଇ ପାରେ ଜନ୍ତୁରାଣ । ଅର୍ଥାତ୍ ଯମ ନ ଚାହିଁଲେ ପ୍ରାଣ ଯିବନାହିଁ । ଠିକ୍ ସେଇଆ ହିଁ ହୋଇଛି ନିର୍ଭୟା ଦୋଷୀଙ୍କ କ୍ଷେତ୍ରରେ । ଆସନ୍ତାକାଲି ହେବାକୁ ଥିବା ଫାଶୀ ପୁନର୍ବାର ସ୍ଥଗିତ ରହିଛି । ପଟିଆଲା ହାଉସ୍ କୋର୍ଟର ଡେଥ୍ ଓ୍ୱାରେଣ୍ଟ ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀର ଏକ କୋର୍ଟ ।  ଫାଶୀ ଉପରେ ପୁନର୍ବାର ରୋକ୍ ଲଗାଇବା ସହ ତୃତୀୟ ଥର ପାଇଁ ଘୂଞ୍ଚିଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ତାରିଖ । ତେବେ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇନାହିଁ ।

ଆସନ୍ତାକାଲି ସକାଳ ୬ଟାରେ ଫାଶୀ ପାଇଥାନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପବନ, ମୁକେଶ, ଅକ୍ଷୟ ଓ ବିନୟ । ତେବେ ଦିଲ୍ଲୀ କୋର୍ଟ କହିଛନ୍ତି ଯେ, ଆସନ୍ତାକାଲି ଫାଶୀ ହେବ ନାହିଁ । ଯେହେତୁ ପବନର ରାଜକ୍ଷମା ଆବେଦନ ଉପରେ ବିଚାର ହୋଇନାହିଁ ତେଣୁ ଫାଶୀକୁ ସ୍ଥଗିତ ରଖାଯାଇଥିବା କୋର୍ଟ କହିଛନ୍ତି । ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତିହାର ଜେଲରେ ନିର୍ଭୟା ଦୋଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିସାରିଛି ଫାଶୀର ତାରିଖ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା । ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ପରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାକୁ ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲା । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇଥିଲେ ଦୋଷୀଙ୍କ ଓକିଲ ।

ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ହେବ ନା ନାହିଁ ?

ରିଲିଜ ହେଲା ସୂର୍ଯ୍ୟବଂଶୀର ଟ୍ରେଲର, ୪ ଘଣ୍ଟାରେ ଦେଖିଲେ ୧୧ ମିଲିୟନ ଲୋକ

ଶେଷ ହେଲା ଅପେକ୍ଷା । ବହୁ ଚର୍ଚ୍ଚିତ ବଲିଉଡ୍‌ ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର, ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଜ୍ୟାକି ଶ୍ରଫ, ଗୁଲଶନ ଗ୍ରୋଭର, ନିକିତିନ ଧିର, ବିଧାନ ଶର୍ମା ଆଦିଙ୍କୁ ଦେଖିବାକୁ ମିଳିବ।

ମାତ୍ର ୪ ଘଣ୍ଟାରେ ଟ୍ରେଲର ଟିକୁ ୧୧ ମିଲିୟନ ଲୋକ ଦେଖିସାରିଥିବା ବେଳେ ୟୁଟୁବରେ ଏହା ଏକ ନମ୍ବର ଟ୍ରେଡିଂରେ ଅଛି ।

ଏହି ଟ୍ରେଲର ରିଲିଜ୍‌ ଅବସରରେ ଟ୍ରାଫିକ ଜାମ୍‌କୁ ଦୂରେଇ ଦେବାକୁ ଅକ୍ଷୟ କୁମାର ଏକ ନୂଆ ଫର୍ମୁଲା ଆପଣେଇ ଥିବା ଦେଖାଯାଇଛି। ଟ୍ରେଲର୍‌ ରିଲିଜ ଅବସରରେ ସେ ଏକ ରେସିଂ ବାଇକ୍‌ ନେଇ ପହଞ୍ଚିଥିବା ଜଣାପଡିଛି। ଏହି ରେସିଂ ବାଇକ୍‌ ସହ ଅକ୍ଷୟ ହାତରେ ହେଲମେଟ୍‌ ଧରିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଅକ୍ଷୟ ଲେଖିଛନ୍ତି ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ଅବସରରେ ମୁମ୍ବାଇ ଟ୍ରାଫିକରୁ ବଞ୍ଚିବାକୁ ଆଜି ସୂର୍ଯ୍ୟବଂଶୀ ହେଲିକପ୍ଟର ବଦଳରେ ବାଇକ୍‌ର ସାହାରା ନେଇଛନ୍ତି। ଅକ୍ଷୟଙ୍କ ଏହି ଫଟୋକୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି।

ବିଜୁଙ୍କ ଆଦର୍ଶ ବିଜେଡିର ଆଭିମୁଖ୍ୟ : ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବ ଦଳ

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ ହେବ । ପ୍ରତିବର୍ଷ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜୟନ୍ତୀ ପାଳନ କରୁଥିବା ବେଳେ ଏଥର ଦଳ ଟିକେ ନିଆରା ଢଙ୍ଗରେ ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଜୟନ୍ତୀ ପାଳନ ପାଇଁ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସହ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନକୁ ପାଳନ କରିବା ପାଇଁ ତାଗିଦ କରିଛନ୍ତି ସୁପ୍ରିମୋ ।

ଚଳିତ ବର୍ଷ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ମାର୍ଚ୍ଚ ୫ ଠାରୁ ୨୦ ତାରିଖ ଯାଏଁ ବିଭିନ୍ନ ନିର୍ବାଚନୀମଣ୍ଡଳୀରେ ପାଳନ କରାଯିବ । କେବଳ ସେତିକି ନୁହେଁ ବିଜୁ ବାବୁଙ୍କ ଜୟନ୍ତୀ ଠାରୁ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ମଧ୍ୟରେ ବିଜେଡ଼ିର ଯୁବ ଏବଂ ଛାତ୍ର ସଙ୍ଗଠନ ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ ଆୟୋଜନ କରାଯିବ ।

ଦାରିଦ୍ର୍ୟ ଦୂରୀକରଣ ସହିତ ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ ଭିତ୍ତିଭୂମିର ଉନ୍ନତି ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ସଂଖ୍ୟାଧିକ ପଦକ୍ଷେପ  ଗ୍ରହଣ କରାଯାଇଛି । ପ୍ରସାଶନକୁ ଆହୁରି ଉତ୍ତରଦାୟୀ, ସ୍ୱଚ୍ଛ ଏବଂ ଲୋକାଭିମୂଖୀ କରିବା ପାଇଁ 5ଟି ମନ୍ତ୍ର ସହିତ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନିକଟରେ ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ  ତାଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ ସର୍ଭେ କରିବା ପାଇଁ ଏକ ଐତିହାସିକ ନିଷ୍ପତି ଗ୍ରହଣ କରାଯାଇଛି । ବିଜୁବାବୁଙ୍କ ଜନ୍ମ ତିଥିରୁ ଆରମ୍ଭ କରି ଏହି ଦୁଇ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଲରେ ପକ୍କା ଘର ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗ୍ୟତା କାର୍ଡ ଏବଂ ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ମାଧ୍ୟମରେ ଭୂମି ଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯିବ ।

ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଦଳର ମହିଳା ସଂଗଠନ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯାଇ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୦ଜଣ ସଫଳ ମହିଳାଙ୍କୁ ସମ୍ମାନିତ କରାଯିବା ସହିତ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳରେ ମହିଳାଙ୍କ ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବ ବୋଲି ନବୀନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି  ।

ବ୍ୟବସାୟ ଛାଡ଼ି ଏବେ ୨୫୦ ଆଦିବାସୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି

କୋଏମ୍ବାଟୁର: ବ୍ୟବସାୟ ଛାଡ଼ି ଏବେ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି । ୬୦ ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟବସାୟ ଚଳାଉଥିଲେ ଆଉ ଏବେ ୨୫୦ ଆଦିବାସୀଙ୍କୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି  । ଦେଢ଼ ବର୍ଷ ଧରି, ଥୋଥୁକୁଡିର ୬୩ ବର୍ଷିୟ ଏମ୍‌ ବାଲାଚନ୍ଦ୍ର ଅସୁସ୍ଥତା କିମ୍ବା ବୃଦ୍ଧାବସ୍ଥା ହେତୁ କାମ କରିବାକୁ ଯାଇପାରୁ ନଥିବା ଆଦିବାସୀ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି।

ସେ ପ୍ରଥମେ ଅନାଇକାଟୀ ପାହାଡରେ ପାନପାଲ୍ଲୀ, କୋଣ୍ଡାନୁର, ଜାମ୍ବୁକାଣ୍ଡି, କୁଟୁପୁଲି ଏବଂ ଥେକାଲୁରରେ ଥିବା ଆଦିବାସୀ ହାମଲେଟ୍ ପରିଦର୍ଶନ କରିଥିଲେ। ପରେ ଖାଦ୍ୟ ବାଣ୍ଟିବା ପାଇଁ ନିସ୍ପତି ନେଇଥିଲେ ।

ପ୍ରତିଦିନ ରାମଚନ୍ଦ୍ର, ତାଙ୍କ ସାଙ୍ଗ – ଅନିକାଟିର ମୁରୁଗାନ୍, ୧୧ ରୁ ୧୨ ଟା ମଧ୍ୟରେ ହାମଲେଟରେ ଆଦିବାସୀଙ୍କୁ ୨୫୦ ପ୍ୟାକେଟ୍ ବିଭିନ୍ନ ପ୍ରକାରର ଖାଦ୍ୟ ଦିଅନ୍ତି । ଏହା ବ୍ୟତୀତ, ପ୍ରତି ତୃତୀୟ ରବିବାରରେ ସେ ପାଲାମଲାଇ ଜନଜାତି ଅଞ୍ଚଳ ପରିଦର୍ଶନ କରି ୨୫୦ ଆଦିବାସୀ ପରିବାରକୁ ୫ କିଲୋଗ୍ରାମ ଚାଉଳ ଏବଂ ୧ କିଲୋଗ୍ରାମ ଡାଲି ମଧ୍ୟ ପ୍ରଦାନ କରଥାନ୍ତି ।

ବାଲାଚନ୍ଦ୍ରଙ୍କର ଏକ ପତ୍ନୀ, ଗୋଟିଏ ପୁଅ ଏବଂ ଦୁଇ ଝିଅ ଅଛନ୍ତି । ପୁଅ କୋଏମ୍ବାଟୁରର ଏକ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଜେନେରାଲ୍ ମେଡିସିନ୍ରେ ଡାକ୍ତର ଭାବରେ କାର୍ଯ୍ୟ କରନ୍ତି । ଦୁଇ ଝିଅ ବିଦେଶରେ ବସବାସ କରିଛନ୍ତି। ସେ କହିଛନ୍ତି ଯେ କୋଏମ୍ବାଟୁରଠାରେ ଜନ୍ମ ହୋଇଥିବା ତାଙ୍କ ପତ୍ନୀ ଜୀବନର ଶେଷ ପର୍ଯ୍ୟାୟକୁ ସେହି ଅଞ୍ଚଳରେ ବଞ୍ଚିବାକୁ ଚାହୁଁଥିଲେ।

ସେ କହିଛନ୍ତି, “ଆଦିବାସୀ ହାମଲେଟରେ ଅଭାବୀ ଲୋକଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ଆମେ ଆଦିବାସୀ ଅଞ୍ଚଳକୁ ଘର ଦ୍ୱାର ପରିଦର୍ଶନ କରିଥିଲୁ। ସବିଶେଷ ତଥ୍ୟ ନେବା ପରେ ଆମେ ସେମାନଙ୍କ ହାମଲେଟ୍ ପରିଦର୍ଶନ କରି ସେମାନଙ୍କୁ ଖାଦ୍ୟ ପରିବେଷଣ କରିବା ଆରମ୍ଭ କରିଥିଲୁ।” ଥାଡାଗାମରେ ରହୁଥିବା ମହିଳା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ।

ପ୍ରତିଦିନ ୨୫୦ ଜଣଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ପ୍ରାୟ ୬ ହଜାର ଟଙ୍କା ଖର୍ଚ୍ଚ କରନ୍ତି ।

 

ଦିଲ୍ଲୀରେ BSF ଯବାନ ଆନିସଙ୍କ ପରିବାରକୁ ଭେଟି ଓଡ଼ିଶା ସରକାରଙ୍କ ସହାୟତା ରାଶି ପ୍ରଦାନ କଲେ ଆବାସିକ କମିଶନର

ନୂଆଦିଲ୍ଲୀ : ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ସ୍ୱତନ୍ତ୍ର ଆବାସିକ କମିଶନର ରବିକାନ୍ତ BSF ଯବାନ ମହମ୍ମଦ ଆନିସଙ୍କ ପରିବାର ବର୍ଗଙ୍କୁ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଆଜି ଯବାନଙ୍କ ପରିବାର ଲୋକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି ।

ଦିଲ୍ଲୀ ହିଂସାରେ ଯବାନଙ୍କ ଘର ପୋଡ଼ି ଘଟଣା, ୧୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSF ଯବାନ ମହମ୍ମଦ ଆନୀସଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଦିଲ୍ଲୀ ହିଂସାରେ ଆନିସଙ୍କର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆନିସ୍ ଏବେ ମାଲକାନଗିରିର ମାଓ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି । ବିଏସଏଫ ୯ମ ବାଟାଲିୟନର ଯବାନ ମହମ୍ମଦ ଆନିସ ଓଡ଼ିଶାରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଛନ୍ତି ।  ଦିଲ୍ଲୀ ହିଂସାରେ ତାଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହାପରେ ସରକାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ।

ଦିଲ୍ଲୀ ହିଂସାରେ ପ୍ରଭାବିତ ହୋଇଥିବା ଓଡ଼ିଆ ଲୋକଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସେମାନଙ୍କ ପରିବାରକୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି ।

ଲାଗିଲା ନିଆଁ, ୫ ପରିବାରର ଘର ହେଲା ପାଉଁଶ

ଭୁବନେଶ୍ୱର: ଭୁବନ ବ୍ଲକ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି । ୫ଟି ପରିବାରର ୧୩ବଖରା ଭସ୍ମିଭୁତ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଛି । ଭୁବନ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଁଚି ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛି । କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିଗ୍ରସ୍ତଙ୍କୁ ୯୫ହଜାର ୧ଶହ ଟଙ୍କା କ୍ଷତି ପୂରଣ ଦିଆଯାଇଛି ।

Image result for fire in house

ତେବେ ଅଗ୍ନିକାଣ୍ଡରେ ବିଶ୍ୱନାଥ ପ୍ରଧାନ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ତେବେ ଏକ ପରିବାରରେ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି ।

ବାହାଘର ପୂର୍ବରୁ ସମୁଦି ସମୁଦୁଣି ହୋଇଥିଲେ ଫେରାର, ଘରକୁ ଫେରିବା ପରେ ଏମିତି ହେଲା…

ଫେରାର ପରେ ପୁଣି ଘର ମୁହାଁ ହୋଇଥିଲେ ଦମ୍ପତି । କିନ୍ତୁ ଘରେ ସ୍ଥାନ ନମିଳିବାରୁ ପୁଣି ଥରେ ହୋଇଗଲେ ଫେରାର । ଏମାନେ କୌଣସି ଯୁବ ଦମ୍ପତି ନୁହଁନ୍ତି । ଏମାନଙ୍କର ବୟଷ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏମାନଙ୍କର ବୟଷ ୪୦ରୁ ଅଧିକ ହେବ । ଏହି ଦୁଇଜଣ ନିଜ ପୁଅ ଏବଂ ଝିଅର ବିବାହର ଠିକ୍‌ ସପ୍ତାହେ ପୂର୍ବରୁ ଫେରାର ହୋଇଥିଲେ । କହିବାକୁ ଗଲେ ପୁଅ ଝିଅର ବାହାଘର ପରେ ଏମାନେ ହୋଇଥାନ୍ତେ ସମୁଦି ସମୁଦୁଣି  ।

ଏମାନେ ହେଉଛନ୍ତି ସୁରଟର ହିମାତ୍ ପାଣ୍ଡବ ଏବଂ ନଭସାରୀର ଶୋଭନା ରାଭାଲ । ସେମାନେ ଚଳିତ ବର୍ଷ ଜାନୁଆରୀରେ ନିଜ ପୁଅ ଏବଂ ଝିଅର ନିର୍ଦ୍ଧାରିତ ବିବାହର ସପ୍ତାହେ ପୂର୍ବରୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ସେମାନେ ନିଜ ନିଜ ପରିବାରକୁ ଫେରିଥିଲେ । କିନ୍ତୁ ସେମାନଙ୍କୁ ଘରେ କେହି ସ୍ଥାନ ଦେଇନଥିଲେ  । ଯାହାପାଇଁ ପୁନର୍ବାର ଦମ୍ପତି ଫେରାର ହୋଇଥିଲେ ।

ତେବେ ଗତଥର ତୁଳନାରେ ଏହି ଯୋଡି ‘ନିଖୋଜ’ ହେବା ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ । ପାଣ୍ଡବ ସୁରଟର କାଟାରଗାମ ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ରାଭାଲ ନାଭସାରୀ ଜିଲ୍ଲାର ବିଜୟଲପୁର ସହରରୁ ଆସିଛନ୍ତି।

ଜାନୁଆରୀ ୨୬ ରେ ସେମାନେ ଫେରିବା ପରେ ସ୍ୱାମୀ ତାଙ୍କୁ ଗ୍ରହଣ କରିବାକୁ ମନା କରିବା ପରେ ରାଭାଲ ତାଙ୍କ ପିତାମାତାଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେବି ତାଙ୍କକୁ ନିରାଶ ହୋଇ ଫେରିବାକୁ ପଡ଼ିଥଲା ।

ପାଣ୍ଡବ ଏବଂ ରାଭାଲ ଗତ ଶନିବାର ନିଜ ନିଜ ଘରୁ ବାହାରିଛନ୍ତି । ସେମାନେ ସୁରଟର ଏକ ଭଡା ଘରେ ରହିଥିବାର ଜଣାଯାଇଛି।