ନୂଆଦିଲ୍ଲୀ : ରାତି ପାହିଲେ ଫାଶୀ । ପୂର୍ବ ଆଦେଶ ମୂତାବକ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଲ୍ଲୀର ତିହାର ଜେଲ୍ ପରିସରରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ସ୍ଥିର ହୋଇଛି । ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ଫାଶୀ ପାଇଁ ଦଉଡ଼ି, ଘାତକ, ସ୍ଥାନ, ସମୟ, ଡାକ୍ତର, ଭିଡିଓ ଗ୍ରାଫିର ବ୍ୟବସ୍ଥା ସବୁକିଛି ସ୍ଥିର ହୋଇ ସାରିଛି ।
ଏ ସବୁ ମଧ୍ୟରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସନ୍ତାକାଲି ଫାଶୀ ଦିଆଯିବ କି ନାହିଁ । କାରଣ ପୂର୍ବରୁ ଦୁଇ ଦୁଇ ଥର ଘୁଞ୍ଚିସାରିଛି ଫାଶୀ ର ତାରିଖ । ପ୍ରଥମେ ଜାନୁଆରୀ ୨୨ ଏବଂ ପରେ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ । ମାତ୍ର ଭିନ୍ନ ଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇଥିଲେ ଦୋଷୀଙ୍କ ଓକିଲ ।
ଆଜି ମଧ୍ୟ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । କିନ୍ତୁ, ପବନ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ କରିଥିବା ଆବେଦନର ଏଯାଏଁ ଶୁଣାଣି ସରିନି । କୋର୍ଟ ନିଜର ନିର୍ଦ୍ଦେଶକୁ ରିଜର୍ଭ ରଖିଛନ୍ତି ।
ପବନ ଆବେଦନର ଦର୍ଶାଇଛି ଯେ, ତାଙ୍କର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଆସନ୍ତାକାଲି ଦିଆଯିବାକୁ ଥିବା ଫାଶୀ ଉପରେ ରୋକ୍ ଲଗାଯାଉ । ଯେହେତୁ ରାଷ୍ଟ୍ରପତି ରାଜକ୍ଷମା ଉପରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ତେଣୁ ଆସନ୍ତାକାଲିର ଫାଶୀ ରୋକିବାକୁ ପବନ୍ ପଟିଆଲା ହାଉସକୋର୍ଟରେ ଆବେଦନ କରିଛି । କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ପୂର୍ବରୁ ଅକ୍ଷୟ ଓ ବିନୟର ରାଜକ୍ଷମା ଖାରଜ୍ ହୋଇସାରିଛି । ତେଣୁ ପଟିଆଲା ହାଉସକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ଆସନ୍ତାକାଲି ଏ ୪ ଜଣଙ୍କୁ ଫାଶୀ ଦିଆଯିବ ନା ନାହିଁ ।



ଚଳିତଥର ରାଜ୍ୟର ୬୧ଟି କେନ୍ଦ୍ରରେ ମାଟ୍ରିକ ମୂଲ୍ୟାୟନ ହେବ । ଖାତା ଦେଖାରେ ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଶ୍ରମିକ ସମାରୋହରେ ସାମିଲ ହୋଇଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା ୮ ତାରିଖରେ ଉଦ୍ଯାପିତ ହେବ ।
୪ ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଛି । ତେବେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ନୂଆ ନୂଆ ବାଟ ଆପଣାଉଥିବାରୁ ଫାଶୀକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସେହିପରି ଦୋଷୀ ଅକ୍ଷୟ ଠାକୁର ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ପୁଣି ଥରେ ରାଜକ୍ଷମା ଆବେଦନ କରିଛି ।
ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ମଧ୍ୟ ସେତେବେଳେ କାଗଜପତ୍ର ଠିକ୍ ନଥିବା ଦର୍ଶାଇ ସେ ପୁନର୍ବାର ଆବେଦନ କରିଛି । ଏବେ ପୱନ ପାଖରେ ଦୟା ଆବେଦନର ବିକଳ୍ପ ରହିଛି ।