ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ଚାଲିପାରିଲାନି ଗୃହ । ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭା ଅପରାହ୍ଣ ୩ଟା ଯାଏଁ ମୁଲତବି ।
ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହେଲା ବର, ପୋଲିସ ଆସିଯିବାରୁ…
ବାହାଘର ପାଇଁ ଭାରତରେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଛି । ତେବେ ଏହା ଯୁବକ ମାନଙ୍କ ପାଇଁ ୨୧ ଥିବା ବେଳେ ଯୁବତୀ ମାନଙ୍କର ୧୮ ରହିଛି । ଏହି ବୟସ ସୀମାରୁ କମ୍ ଥିଲେ ସେମାନେ ଆମ ସମ୍ବିଧାନିକ ନିୟମ ଅନୁଯାୟୀ ବିଭାଘର ଯୋଗ୍ୟ ନୁହଁନ୍ତି । ତେବେ ନିକଟରେ ଏହି କାରଣରୁ ଏକ ବର ନିଜ ବିଭାଘର ପାଇଁ ଆସି ଶିଶୁପାଳ ହୋଇଥିବା ଦେଖାଯାଇଛି ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭାଲେଣ୍ଟାଇନ ଡେ’ରେ ଶିଶୁପାଳ ହୋଇଛି ବର । କନ୍ୟା ନାବାଳିକା ଥିବାରୁ ବାହା ନହୋଇ ବର ଫେରିଛି ଘରକୁ ।

ଖଇରା ଥାନା ତୁଡିଗଡିଆ ପଞ୍ଚାୟତର ଶରତ ମହାରଣା ବାହାନଗାର ଜଣେ ନାବାଳିକାକୁ ବାହା ହେବା ପାଇଁ ଯାଇଥିଲେ । ଖବରପାଇ ଶିଶୁ ସୁରକ୍ଷାର ୫ ଜଣିଆ ସଦସ୍ୟ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାହାଘର ନକରିବାକୁ କହିଥିଲେ । ବିଳମ୍ବିତ ରାତିରେ ବର ଏବଂ ବରଯାତ୍ରୀ ପ୍ରସେସନ କରି ଆସିଥିବା ବେଳେ ଗୋପାଳପୁର ବଜାରରେ ପୋଲିସକୁ ଦେଖି ଫେରାର ହୋଇଥିଲେ ।
ଆଜିଠୁ ଆରମ୍ଭ ହୋଇଯାଇଛି ସିବିଏସଇ ବୋର୍ଡ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ତେବେ ଗୋଟିଏ ତାରିଖରେ ଉଭୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେଉଥିଲେ ହେଁ ଦଶମ ଶ୍ରେଣୀ ମାର୍ଚ୍ଚ ୨୦ ଓ ଦ୍ଵାଦଶ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ । ୧୪ଟି ବିଷୟରେ ପରୀକ୍ଷା ଦେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ।

ମାର୍ଚ୍ଚ ୨୦ ତାରିଖରେ କମ୍ପ୍ୟୁଟର ଆପ୍ଲିକେସନ୍ ଓ ଇନଫରମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବିଷୟରେ ପରୀକ୍ଷା ଦେବେ । ଫେବୃୟାରୀ ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବା ବେଳେ ୨୬ ତାରିଖରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୭ ତାରିଖରେ ସଂସ୍କୃତ ଓ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ । ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା ।
୧୦ଟା ସୁଦ୍ଧା ସମସ୍ତ ପରୀକ୍ଷାର୍ଥି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଚଳିତ ବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୯ ହଜାର ଓ ଦ୍ଵାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ନେଇ ସୂଚନା ରହିଛି ।
ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ ।
ଝାରସୁଗୁଡ଼ା: ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ରାଜପୁର ବଗରାଚକା ଭଡ଼ା ଘରୁ ଉଠାଇ ନେଇଥିବା ପରିବାର ଲୋକଙ୍କ ସୂଚନା । ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି ପୋଲିସ ।
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।
ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଗତକାଲି ବାଚସ୍ପତି ଦେଇଥିବା ରୁଲିଂକୁ ବିରୋଧ କରି କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଲେ ବାଚସ୍ପତି ।
ଆଜିଠାରୁ ୨୯ ଫେବ୍ରୁଆରୀ ଯାଏଁ ମାଗଣା ମିଳିବ Fastag: ପଢ଼ନ୍ତୁ କେଉଁଠି
ନୂଆଦିଲ୍ଲୀ: ଆଜିଠୁ ମାଗଣା ମିଳିବ Fastag । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଡ଼କ କର ଆଦାୟ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସୁବିଧ ଆରମ୍ଭ କରାଯାଇଛି । ୨୯ ଫେବ୍ରୁଆରୀ ଯାଏଁ Fastag ମାଗଣାରେ ଦିଆଯିବ ।

ଏଣିକି Fastag ପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନାହିଁ । ୧୫ ଫେବ୍ରୁଆରୀଠାରୁ ୨୯ ଫେବ୍ରୁଆରୀ ଯାଏଁ ମଗଣାରେ ପାଇପାରିବେ Fastag । ସରକାର ଇଲୋକଟ୍ରନିକ ସଡ଼କ କର ସଂଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ଏହା ଯୋଗାଇଦିଆଯିବ ।
ସରକାର ଦେଶରେ ଥିବା ୫୨୭ରୁ ଅଧିକ ଜାତୀୟ ରାଜପଥରେ Fastag ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, Fastag କିଣିବା ପାଇଁ ଲୋକଙ୍କୁ ୧୦୦ ଦେବାକୁ ପଡ଼ୁଥିଲା ।
ଏନ୍ଏଚ୍ ପଥକର ପ୍ଳାଜାରେ Fastag ଜରିଆରେ ଡିଜିଟାଲ ଉପାୟରେ ସଂଗ୍ରହ ବଢ଼ାଇବା ପାଇଁ ଏହି ଟଙ୍କା ନନେବାକୁ ନିଷ୍ପତ୍ତି ନିଆଯାଇଛି । ଆପଣ ଯେ କୌଣସି ଅଧିକୃତ ପଏଣ୍ଟ ଅଫ୍ ସେଲ୍ ରେ ନିଜ ଗାଡ଼ିର ଆରସି ଦେଖାଇ ମାଗଣାରେ Fastag ପାଇପାରିବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ।
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ମୁଲତବି ନୋଟିସ୍ । ଗୋଳନ୍ଥରା ଥାନା ମେନ୍ଦ୍ରାରଜପୁରରେ ବସରେ ବିଦ୍ୟୁତ୍ ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣାରେ ନୋଟିସ୍ ଦେଲା ବିଜେପି । ଉତ୍ତର ରଖିବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ: କିସ୍ ଆବାସିକ ଜନଜାତି ବିଦ୍ୟାଳୟର କରିବେ ଉଦ୍ଘାଟନ
ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ କିସ ଆବାସିକ ଜନଜାତି ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତୁଷୁରା ଏୟାରଫିଲ୍ଡରେ ପହଞ୍ଚିବା ପରେ କିସ ସ୍କୁଲରେ ଆୟୋଜିତ ସଭା ସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଏହି ବସରରେ କିଟ୍-କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କିସର ୨୦ ଏକର ବିଶିଷ୍ଟ ଜମିରେ ଓସାଲ ଗ୍ରୁପର ସହଯୋଗରେ ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଏଠାରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଯାଏଁ ବଲିଙ୍ଗିର ଜିଲ୍ଲାର ୧୫ ଶହ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି ।
ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ!: ତଦନ୍ତ ଆରମ୍ଭ କଲେ କଲେଜ କର୍ତ୍ତୃପକ୍ଷ
କଟକ: ରେଭେନ୍ସାରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗେ । ବିଶ୍ୱବିଦ୍ୟାଳୟ ଜଣେ ସିନିୟର ଛାତ୍ର ସମ୍ପୃକ୍ତ ଛାତ୍ରୀଙ୍କୁ ରାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଗତ ଜାନୁଆରୀ ୮ ତାରିଖରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଛି । ଏହା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ସିନିୟର ଛାତ୍ର ଜଣଙ୍କ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିବା ସହ ତାଙ୍କୁ ମାଡ଼ ମାରିଥିବା ଓ ଧମାକାଉଥିବା ସୂଚନା ରହିଛି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ ଆଣ୍ଟି ରାଗିଂ ସେଲର ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅଭିଯୋଗ ସଂପର୍କରେ ଆଲୋଚନା କରାଯିବା ନେଇ ଆଣ୍ଟି ରାଗିଂ ସେଲ ପକ୍ଷରୁ ସୂଚନା ଦିଆଯାଇଛି ।
ମୋ ସରକାର ପ୍ରଭାବ: ବନ୍ଧା ହେଲେ ଲାଞ୍ଚୁଆ ଡାକ୍ତର
ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଗିରଫ ପରେ ଶୁକ୍ରବାର ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର । କୋରାପୁଟ ଜିଲ୍ଲା ହସ୍ପିଟାଲ ଡାକ୍ତର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ଗତ ଡିସେମ୍ବର ମାସରେ ଜଣେ ଲୋକ ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ୨୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଡାକ୍ତର ମନୋଜ କୁମାର ଜେନା । ପୋଲିସ ତଦନ୍ତ କରି ଶୁକ୍ରବାର ମନୋଜ କୁମାର ଜେନାଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍ପି । ପୂର୍ବରୁ ଏହି ଘଟଣାରେ ଆମ୍ବଗୁଡା ଥାନା ଅଧିକାରୀ ନାରାୟଣ ପଟ୍ଟନାୟକ ଦୁର୍ଘଟଣାରେ ସମ୍ପୃକ୍ତ ଗାଡି ଛାଡିବାକୁ ୬ ହଜାର ଟଙ୍କା ଲାଞ୍ଚ ମାଗି ଗିରଫ ହୋଇଥିଲେ । ମୋ ସରକାର ପ୍ରଭାବ ରେ ପୋଲିସ କୌଣସି ଦୁର୍ନୀତିକୁ ପ୍ରସୟ ଦେଉ ନଥିବା ଜଣା ପଡୁଛି ।



