ମୁମ୍ବାଇ: ମନ୍ଦିରକୁ ସମସ୍ତେ ଦେବ ଦର୍ଶନ ପାଇଁ ଗଲେ କିଛିନା କିଛି ଦାନ ଦେଇ ଥାଆନ୍ତି । ହୁଣ୍ଡିରେ ହେଉ କି ବ୍ରାହ୍ମଣ ଦକ୍ଷିଣା, ଦେବଙ୍କୁ ସ୍ମରଣ କରି ଯେ ଯାହା ସାମର୍ଥ୍ୟ ଅନୁସାରେ କିଛି ଦାନ ଦେବା ବହୁ ଆଗରୁ ଏକ ପରମ୍ପରା ସଦୃଶ ହୋଇ ସାରିଲାଣି । ତେବେ ଆସ୍ଥା ପାଇଁ ୧୪କୋଟିର ସୁନା ଦାନ ! କଥାଟି ଟିକେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିରକୁ ଜଣେ ଭକ୍ତ ୩୫କେଜି ସୁନା ଦାନ କରିଛନ୍ତି । ଦାନ ସଂପର୍କରେ ସୂଚନା ଦେଇଛି ମନ୍ଦିର ଟ୍ରଷ୍ଟ ।
ତେବେ ଦାନ କରିଥିବା ଭକ୍ତଙ୍କର ପରିଚୟ ଗୋପନ ରଖାଯାଇଛି । ମନ୍ଦିର ଟ୍ରଷ୍ଟ ଅନୁସାରେ, ଦାନ ଅର୍ଥରେ ମନ୍ଦିରର ଛାତ ଓ କବାଟ ମରାମତି କରିବାରେ ଲଗାଯିବ । ସୂଚନା ଅନୁସାରେ ଜାନୁଆରୀ ୧୫ରୁ ୧୯ ତାରିଖ ଭିତରେ ଛାତ ଓ କବାଟରେ ସୁନାର ପରଚ ଚଢାଯାଇ ସାରିଛି । ତେବେ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି, ଦାନ ଟଙ୍କାରେ ଗରିଙ୍କର ସାହାଯ୍ୟ କରାଯିବ । ବର୍ତ୍ତମାନ ସୁଦ୍ଧା ୨୦ ହଜାର ଲୋକଙ୍କୁ ଜଣକା ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରାଯାଇସାରିଛି ।

ମୁମ୍ବାଇର ଏହି ମନ୍ଦିର ଦେଶର ଧନୀ ମନ୍ଦିର ଭିତରୁ ଅନ୍ୟତମ । ୨୦୧୭ ବେଳକୁ ମନ୍ଦିରର ଦାନଅର୍ଥ ୩୨୦ କୋଟି ଥିଲା, ଯାହା କି ବର୍ତ୍ତମାନ ୪୧୦ କୋଟି ହୋଇସାରିଛି ।











ଆଳୁ ଖୋଳୁ ଖୋଳୁ ମହାଦେବା ବାହାରିବା ଭଳି ନନ୍ଦିଘୋଷ ଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ଭତ୍ତା ବଣ୍ଟନ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର କୁମାର ନନ୍ଦ ଖଇରଙ୍ଗ ପଞ୍ଚାୟତ ଅଫିସରୁ ବ୍ଲକ୍ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟିଥିଲେ । ହେଲେ, ସହଯୋଗ ମିଳିନଥିଲା । ଶେଷରେ ସେ ବାଧ୍ୟ ହୋଇ ସୂଚନା ଅଧିକାର ଆଇନର ଆଶ୍ରୟ ନେଇଥିଲେ । ଆଉ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସାଂଘାତିକ ତଥ୍ୟ ଆହୁରି ରହସ୍ୟ ଭିତରକୁ ଟାଣି ନେଇଥିଲା ।
୨ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ସରକାରୀ ଯୋଜନାରେ ଅର୍ଥ ଓ ସହାୟତା ହଡ଼ପ ଚାଲିଛି । ତେବେ, ଏଥିରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ନା ମନ୍ଦିରରେ ମୁଣ୍ଡି ମାରିବା ନାଁରେ ପ୍ରଶାସନ ଜାଣତରେ ଚାଲିଛି ସବୁକିଛି । ଖବର ପ୍ରସାରଣ ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଦେଖିବାର କଥା ପ୍ରଶାସନ ଦେଇଥିବା ତଦନ୍ତ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେଉଛି ?
ଉଭୟ ବାଇକ ଯୋଗେ ବାସୁଦେବପୁର ପଟୁ ରିମୂଳି ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏକ ବୋଲେରୋ ବାଇକକୁ ଧକ୍କା ଦେଇ ପଳାଇଛି । ଚମ୍ପୁଆ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।