ଘଟଗାଁ: ସାର୍ ହେଲେ ସସପେଣ୍ଡ୍ । ମହଙ୍ଗା ପଡ଼ିଲା ବେତମାଡ଼ । ଉଦୁ ଉଦିଆ ଖରାବେଳେ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ଆଣ୍ଠେଇ ପିଟିବା ଟିଙ୍ଗା ଟିଚରଙ୍କୁ ସାବାଡ୍ କରିଛି । ନନ୍ଦିଘୋଷ ଟିଭିରେ ଏ ସମ୍ପର୍କିତ ଖବର ପ୍ରସାରଣ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ ।
ବେତ ଭାଙ୍ଗିଲା ଯାଏଁ ପିଟି ଚାଲିଥିଲେ ସାର୍, ଆଣ୍ଠେଇ କାନ୍ଦୁଥିଲେ ପିଲା- ଦେଖନ୍ତୁ ଭିଡିଓ
ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିର୍ଧୁମ ଛେଚିଥିବା ପିଟାଟାଙ୍ଗର ସ୍କୁଲର ଟିଙ୍ଗା ଟିଚର ନିଲମ୍ବିତ ହୋଇଛନ୍ତି । ଶିକ୍ଷକ ରତି ନାରାୟଣ ରାଉତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ହରିଚନ୍ଦନପୁର ବ୍ଲକ ଶିକ୍ଷାଅଧିକାରୀ । ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡଦେଇ ସାର୍ ଫସିଛନ୍ତି ।
ସୋସିଆଲ ମିଡିଆରେ ସାର୍ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହେବା ପରେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ତୁରନ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଥିଲେ ।




ଖରାବେଳେ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇବା ସହ ବେତ ଭାଙ୍ଗିବା ଯାଏଁ ମନ ଇଚ୍ଛା ପିଟିଥିଲେ ସାର୍ । ପିଲାଙ୍କ ଆଖିରୁ ଝରୁଥିଲା ଧାର ଧାର ଲୁହ । ହେଲେ ଛୁଆଙ୍କ ଲୁହରେ ତରଳି ନଥିଲା ନିର୍ଦ୍ଦୟ ସାରଙ୍କ ବେଦରଦି ହୃଦୟ । କିଛି ସମୟ ଧରି ଶିକ୍ଷକ ୧୦ରୁ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ବେତରେ ଏମିତି ମାଡ଼ ମାରି ଚାଲିଥିଲେ ।
ସମାଜକୁ ଅହିଂସାର ପଥ ପ୍ରଦର୍ଶନ କରାଉଥିବା ଶିକ୍ଷକ ହିଂସ୍ର ହୋଇ ଉଠିଲେ ଛାତ୍ରଛାତ୍ରୀ ଆଉ କାହାଠୁ କଣ ଶିଖିବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।