spot_img
Home Blog Page 7624

ବନ୍ଧା ହେଲେ କୋଟିପତି ପ୍ରଧାନ ଶିକ୍ଷକ, ଜବତ ହେଲା ୨କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି

ନବରଙ୍ଗପୁର: ଗିରଫ ହେଲେ କୋଟିପତି ଶିକ୍ଷକ। ଆୟବହିଭର୍ଭୂତ  ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ ଗିରଫ ହୋଇଛନ୍ତି। ରଞ୍ଜିତଙ୍କ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍‌ସ।

 

ରଞ୍ଜିତଙ୍କ ୩ଟି ବାସଭବନ, ଦୋକାନ ଘର, ଗୋଦାମ ଘର ଓ ସ୍କୁଲରେ ରେଡ୍‌ କରାଯାଇଥିଲା। ଜୟପୁର, ମାଲକାନଗିରି ଓ ଭାବାନୀପାଟଣାରୁ ମୋଟ୍‌ ୩୦ ଜଣ ସଦସ୍ୟ ୫ଟି ଟିମ୍‌ରେ ଭାଗ ହୋଇ ଚଢାଉ କରିଥିଲେ। ଶିକ୍ଷକଙ୍କଠାରୁ ମୋଟ୍‌ ୨କୋଟି ୬୦ ଲକ୍ଷ ୬୭ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି ।

ଏଥିରେ ବିଭିନ୍ନ ବ୍ୟାଙ୍କରେ ୭୦ ଲକ୍ଷ ଟଙ୍କା, ୩ମହଲା କୋଠା, ୨ଟି ୨ମହଲା କୋଠା, ଗାଡ଼ି, ୬ଲକ୍ଷ ଟଙ୍କାର ଗହଣା, ୨୦ ଲକ୍ଷ ଟଙ୍କାର ବୀମା ଓ ବିଭିନ୍ନ ସ୍ଥାନରେ ୬ଟି ପ୍ଲଟ୍‌ ରହିଛି।

ନନ୍ଦନକାନନକୁ ସ୍ନେହା ଆଣିଲା ଦୁଇଟି କୁନି ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ନୂଆ ଅତିଥୀ । ଜନ୍ମ ନେଲେ ଦୁଇଟି ବାଘ ଛୁଆ । ଧଳା ବାଘୁଣୀ ସ୍ନେହା ଜନ୍ମ ଦେଇଛି ଦୁଇଟି ଛୁଆ । ଗୋଟିଏ ଛୁଆ ଭୋର୍୩ଟା ୩୮ ମିନିଟ୍‌ରେ ରେ ଅନ୍ୟ ଛୁଆଟି ଭୋର୍୫ଟା ୪୪ ମିନିଟ୍‌ରେ ରେ ଜନ୍ମ ହୋଇଛି ।

ସିସିଟିଭିରେ ଉଭୟ ମାଆ ଛୁଆଙ୍କ ଉପରେ ନଜର ରଖାଯାଇଛି । ଏଥିସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ବଢ଼ିଛି । ଏଯାଏ ନବଜାତକ ଶାବକ ମାନଙ୍କ ଚିହ୍ନଟ ହୋଇନି

ହୋଟେଲ ରୁମ୍‌ରୁ ଉଦ୍ଧାର ହେଲା କର୍ଣ୍ଣାଟକ ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା: ହୋଟେଲ୍ରୁମ୍ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ମୃତକ କର୍ଣ୍ଣାଟକର ଶିବନାପା ଶିଦପ୍ପା ବାରୀ ଝାରସୁଗୁଡ଼ା ରେଳ ଷ୍ଟେସନ୍ଛକ ନିକଟରେ ଥିବା ରାଜଦୂତ ହୋଟେଲ୍ରୁମ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ଗତ ୨ତାରିଖରୁ ଯୁବକ ଜଣକ ହୋଟେଲରେ ରହୁଥିଲେ କିନ୍ତୁ ରୁମ୍ଟି ଭିତରୁ ଲକ୍ନଥିଲା

ରୁମ୍ସଫା କରିବାକୁ ଆସିଥିବାବେଳେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ହୋଟେଲ୍ଷ୍ଟାଫ୍ମ୍ୟାନେଜରଙ୍କୁ ଖବର ଦେଇଥିଲେ ଝାରସୁଗୁଡ଼ା ଟାଉନ୍ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା

ସାଇଣ୍ଟିଫିକ୍ଟିମ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ଜବତ କରି ତଦନ୍ତ ଜାରି ରହିଛି ମୃତକଙ୍କ ପକେଟରୁ ମୋବାଇଲ୍ଫୋନ୍ଉଦ୍ଧାର କରାଯାଇ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଛି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି

ସମ୍ପତ୍ତି ଲୋଭରେ ମାଆ ଏବଂ ଭଉଣୀକୁ ଗଛରେ ବାନ୍ଧିଲେ ଦୁଇ ଭାଇ

ଜଗତସିଂହପୁର: ସମ୍ପତ୍ତି ଲୋଭରେ ତୁଚ୍ଛ ହୋଇଗଲା ସମ୍ପର୍କ । ନା ମାଆ ନା ଭଉଣୀ, ସମ୍ପତ୍ତି ଆଗରେ ଫିକା ପଡ଼ିଲା ରକ୍ତର ସମ୍ପର୍କ । ସମ୍ପତ୍ତି ଲୋଭରେ ମାଆ ଏବଂ ଭଉଣୀଙ୍କୁ ଗଛରେ ବାନ୍ଧିଲା ଭାଇ । ଏଭଳି ଏକ ଘଟଣା  ଜଗତସିଂହପୁର କୁଜଙ୍ଗ ଥାନା ହସୀନା ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଦୁଇ ଭାଇ, ମା, ଭଉଣୀଙ୍କ ମଧ୍ୟରେ କିଛିଦିନ ହେବ ଘର ଜାଗା ବାଡ଼ିକୁ ନେଇ କଳହ ଲାଗି ରହିଥିଲା । କିନ୍ତୁ ଏ ଲୋଭ ଏତେ ଅଧିକ ହୋଇଗଲାଯେ ଶେଷରେ ଘର ବାହାରେ ଏକ ଗଛରେ ଦୁଇ ଜଣଙ୍କୁ ବାନ୍ଧିଦେଲା ଭାଇ ।

ସମ୍ପତ୍ତି ହାତେଇବା ଲୋଭରେ ଦୁଇ ଭାଇ ମିଶି ମାଆ ଏବଂ ଭଉଣୀଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି କୁଜଙ୍ଗ ପୋଲିସ ହସୀନା ଗାଁରେ ପହଞ୍ଚି  ଅଭିଯୁକ୍ତ ୨ ଭାଇଙ୍କୁ ଗିରଫ କରିଛି ।

ଫୋକସରେ ସ୍ୱର୍ଣ୍ଣ ତ୍ରିଭୁଜ, କୋଣାର୍କର ସୂର୍ଯ୍ୟମନ୍ଦିର ବୁଲିଲେ ୫-ଟି ସଚିବ

କୋଣାର୍କ : ପୁରୀ ଶ୍ରୀମନ୍ଦିର ଓ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରେ ଏବେ ସରକାରଙ୍କ ଫୋକସରେ କୋଣାର୍କର ସୂର୍ଯ୍ୟ ମନ୍ଦିର । ଏହାର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହେବ ପ୍ଲାନ୍ ।


ଜାନୁଆରୀରେ ଥଣ୍ଡା ସକାଳ । ସମସ୍ତେ ଉଠିବା ଆଗରୁ କୋଣାର୍କରେ ଥିବା ସୂର୍ଯ୍ୟମନ୍ଦିର ଏବଂ ଚନ୍ଦ୍ରଭାଗା ବୁଲିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳୁ ସକାଳୁ ୫-ଟି ସଚିବ ଅଚାନକ କୋଣାର୍କ ଗସ୍ତ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ମଧ୍ୟ ଉପସ୍ଥିତ ଥିଲେ ।


ପୂର୍ବରୁ ପୁରୀ ପାଇଁ ହେରିଟେଜ୍ କରିଡରର ନକ୍ସା ଓ ମହାପ୍ରଭୁ ଲିଙ୍ଗରାଜଙ୍କ ପାଇଁ କେଦାରଗୌରୀ ପ୍ରକଳ୍ପ ଘୋଷଣା କରିସାରିଛନ୍ତି ସରକାର । ଏବେ କୋଣାର୍କର ଚତୁର୍ପାଶ୍ୱ ବିକାଶ ସହିତ ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟ କିଭଳି ରକ୍ଷା କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଛି ।

ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ ସହ ଐତିହ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ପ୍ଲାନକୁ ଆଗେଇ ନେଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।

ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ପାଖରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ । ଟ୍ରେନ୍‌ ଚାଲିଥିବା ସମୟରେ ଲାଗିଲା ଟ୍ରେନ୍‌ରେ ନିଆଁ । ଟ୍ରେନ୍‌ର ଗୋଟିଏ ଓ୍ୱାଗନରେ ନିଆଁ ଲାଗିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିମ୍ବା ବିଡ଼ି ନିଆଁ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ବିଶ୍ରା ଜଙ୍ଗଲରୁ ମିଳିଲା ମାଇ ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଞ୍ଜ ଅନ୍ତର୍ଗତ ହୁରାଙ୍ଗ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ । ମୃତ ହାତୀର ବୟସ ୧୫ ବର୍ଷରୁ ଅଧିକ ବୟସ ହେବ ବୋଲି ଅନୁମାନ କରାଯାଉଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ କହିଛି ।

ଦିଲ୍ଲୀର ପତପରଗଞ୍ଜରେ ବଡ଼ ଅଗ୍ନିକାଣ୍ଡ, ଜଣଙ୍କ ମୃତ୍ୟୁ, ନିଆଁ ଲିଭାରେ ଲାଗିଛନ୍ତି ୩୨ ଦମକଳ

ନୂଆଦିଲ୍ଲୀ : ପତପରଗଞ୍ଜ ଶିଳ୍ପାଞ୍ଚଳରେ ଆଜି ସକାଳେ ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ୩୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି ।


ପୂର୍ବ ଦିଲ୍ଲାରେ ଥିବା ଏହି ଅଞ୍ଚଳରେ ଭୋରୁ ଭୋରୁ ନିଆଁ ଲାଗିବା ସହ ପାଖ ଆଖ ବିଲ୍ଡିଂକୁ ଏହା ବ୍ୟାପିବାର ସମ୍ଭାବନା ଥିବାରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି ।

ଜଳେଶ୍ୱରରୁ ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଧଳାଜହର ଜବତ । ଭୋର ୪ଟା ୩୦ରେ ଶେଖବାଡ଼ ଅଞ୍ଚଳରେ ଚଢାଉ କରି ୫୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଜଳେଶ୍ୱର ଅଞ୍ଚଳରେ ବାରମ୍ବାର ବ୍ରାଉନସୁଗାର ଜବତ ହେଉଥିଲେ ହେଁ ଥମୁନି ଧଳା ଜହର କାରବାର ।

ପୋଲିସ ପଞ୍ଝାରେ ମାଓ କମାଣ୍ଡର ବାଲେମ ନାରାୟଣ ଓ ପତ୍ନୀ ଫୁଲବତୀ

ମାଲକାନଗିରି: ମୋଷ୍ଟ ୱାଣ୍ଟେଡ ମାଓ ଦମ୍ପତି ଗିରଫ । ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସମ୍ପୃକ୍ତ ଟପ୍ ମାଓନେତାଙ୍କୁ ବିଶାଖାପାଟଣା ପୋଲିସ ଗିରଫ କରିଛି । ମାଲକାନଗିରି ଡିଭିଜନାଲ କମିଟିର ସମ୍ପାଦକ ଦାମଦାର ଓରଫ ବାଲେମ ନାରାୟଣ ଏବଂ ତାଙ୍କ ପତ୍ନୀ ଫୁଲବତୀକୁ ଗିରଫ କରାଯାଇଛି ।

ଗିରଫ ମାଓ ଦମ୍ପତି

ଚିତ୍ରକୋଣ୍ଡା ଜଳ ଭଣ୍ଡାର ଲଞ୍ଚ ଆକ୍ରମଣରେ ୩୫ ଜଣଙ୍କୁ ହତ୍ୟା, ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ, କାଲିମେଳ ତେଲରାଇରେ ୧୧ ଜଣ ପୋଲିସଙ୍କୁ ହତ୍ୟା ଭଳି ବହୁ ସଙ୍ଗୀନ ଘଟଣାରେ ଜଡ଼ିତ ଥିଲେ ମାଓ ଦମ୍ପତି । ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଦାମୋଦର ନାଁରେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ଫାଇଲ ଫଟୋ

୨୦୧୧ ଫେବ୍ରୁଆରୀ ୧୬ ତାରିଖରେ ମାଓବାଦୀ ମାନେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଆର୍.ଭିନୀଲ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ । ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରି ଫେରିବା ବେଳେ ଲାଲବାହିନୀ ତାଙ୍କୁ ଅପହରଣ କରି ନେଇଥିଲା । ଅପହରଣ ଘଟଣାର ୮ ବର୍ଷ ପରେ ପୋଲିସ ମୁଖ୍ୟ କାର୍ପେଟଦାରଙ୍କୁ ଗିରଫ କରିଛି ।