ୱାଂଶିଟନ୍: ଆକ୍ରମଣ , ପ୍ରତି ଆକ୍ରମଣ ଓ ପ୍ରତିକ୍ରିୟା । ଇରାକରେ ଥିବା ଆମେରିକା ସେନା କ୍ୟାମ୍ପରେ ଇରାନର ମିସାଇଲ ମାଡ଼ ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ି ଚାଲିଥିବା ବେଳେ ଟ୍ରମ୍ପ ପ୍ରେସମିଟ୍ କରି ଇରାନକୁ ଚେତାବନୀ ଦେଇଛନ୍ତି । ଇରାନକୁ ଆଣବିକ ଶକ୍ତି ବନିବାକୁ ଦେବେ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଇରାନ୍ କରିଥିବା ଆକ୍ରମଣରେ ଆମେରିକା ମିଲିଟାରୀ କ୍ୟାମ୍ପରେ କେହି ମୃତାହତ ହୋଇନାହାନ୍ତି । ଆମେରିକାର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । କେବଳ କ୍ୟାମ୍ପରେ ସାମାନ୍ୟ କ୍ଷତି ହୋଇଥିବା ଟ୍ରମ୍ପ କହିଛନ୍ତି । ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନ ପରମାଣୁ ଅସ୍ତଶସ୍ତ୍ର ରଖିପାରିବ ନାହିଁ ବୋଲି କହିଛନ୍ତି ।
ଇରାନ୍ ହିଂସା ଜାରି ରଖିବା ଯାଏଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିପାରିବ ନାହିଁ । ଇରାନକୁ ଆତଙ୍କବାଦ ବିରୋଧରେ ଶିକ୍ଷା ଦେବାକୁ ବିଶ୍ୱକୁ ଏକାଠି ହେବାକୁ ପଡ଼ିବ । ଚୀନ, ଫ୍ରାନ୍ସ ଓ ବ୍ରିଟେନ୍ ଏକାଠି ହୋଇ ଇରାନ୍ ବିରୋଧରେ ଆମେରିକା ସହ ସ୍ୱର ଉଠାଇବାକୁ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !


ନୂଆ ଭାରତ ଗଠନ ପାଇଁ ସଂସଦ ଭବନ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ବିଲ୍ଡିଂରେ ସାଂସଦ ଓ କର୍ମଚାରୀ ମାନେ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ସଂସଦ ଭବନକୁ ଏବେ ୯୨ ବର୍ଷ ପୁରିଲାଣି । ନୂତନ ବିଲ୍ଡିଂ ନିର୍ମାଣ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ହେଲେ ସରକାରୀ ଭାବେ କୌଣସି ବିବୃତି ଆସିନଥିଲା । ନୂତନ ବିଲ୍ଡିଂ ନିର୍ମାଣ ନେଇ ସମସ୍ତଙ୍କ ସହ ଆବଶ୍ୟକୀୟ ବିଚାର ବିମର୍ଶ ଶେଷ ହୋଇଥିବା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିଛନ୍ତି ।



ଇରାନ ଠାରୁ ତୈଳ ଆମଦାନୀ କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ଦେଶ, ଯିଏ ଅଧିକ ତୈଳ ଆମଦାନୀ କରେ । ଭାରତ ଆବଶ୍ୟକ କରୁଥିବା ତେଲର ୩୯ ପ୍ରତିଶତ ସାଉଦି ଆରବ ଓ ଇରାନରୁ ଆମଦାନୀ କରାଯାଇ ଥାଏ । ତେଣୁ, ଯୁଦ୍ଧ ହେଲେ ତେଲ ନେଇ ଆସୁଥିବା ଜାହାଜ ଅଧାବାଟରେ ଅଟକିପାରେ । ଏପରି ହେଲେ ଭାରତ ସମେତ ଅନ୍ୟ କେତକ ଦେଶର ତେଲର ଦାମ ଅଚାନକ ବଢ଼ିଯିବ ।
କଚ୍ଚା ବା ଅଶୋଧିତ ତୈଳ ଦର ବୃଦ୍ଧି ଘଟିଲେ ଡିଜେଲ, ପେଟ୍ରୋଲ ଆଦିର ଦାମ ବଢ଼ିବ । ଫଳରେ ଦେଶରେ ନିତିଦିନିଆ ସାମଗ୍ରୀର ଦରଦାମ ବଢ଼ିବ । କାରଣ ଡିଜେଲ, ପେଟ୍ରୋଲ ମହଙ୍ଗା ହେଲେ ସାମଗ୍ରୀ ପରିବହନ ଖର୍ଚ୍ଚ ବ୍ୟୟବହୁଳ ହୋଇଯିବ ।
ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ଏସିଆ ମହାଦେଶରେ ଅଧିକ ପ୍ରଭାବିତ ହେବ ଭାରତ । ଭାରତର କୂଟନୀତିକ ଓ ରାଜନୀତିକ ସ୍ଥିତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଭାରତ ସହ ଆମେରିକା ଓ ଇରାନ ୨ ଦେଶର ଭଲ ସମ୍ପର୍କ ରହିଛି । ରାଜନୀତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଇରାନ୍ ବହୁତ ଜରୁରୀ ଅଟେ । ଏଭଳି ସ୍ଥିତିରେ ଭାରତ ଗୋଟିଏ ଦେଶ ପାଇଁ ଛିଡ଼ା ହେଲେ ଅନ୍ୟଜଣକ ସହ ସମ୍ପର୍କ ଖରାପ ହେବା ଥୟ ।