ଭଦ୍ରକ: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ବସ ଟ୍ରକ-ମୁହାଁମୁହିଁ । ଦୁର୍ଘଟଣାରେ ୨୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଯାତ୍ରୀଙ୍କ ମୃତ ହୋଇଛି । ବସ ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ କଟର ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭୋର ୩.୫୦ ସମୟରେ ଧାମନଗରରୁ ଯାତ୍ରୀ ମାନେ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଯାତ୍ରୀ ମାନଙ୍କୁ ବନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।




୧୯୯୯ ମହାବାତ୍ୟାରେ ଓଡ଼ିଶାରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଉ ବିଗତ ୪ ବର୍ଷ ମଧ୍ୟରେ ଓଡ଼ିଶାକୁ ତିନି ତିନୋଟି ସାମୁଦ୍ରିକ ଝଡ଼ ଛୁଇଁଛି । ଏଥିରେ ପ୍ରାୟ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୪ ବର୍ଷ ମଧ୍ୟରେ ଓଡ଼ିଶାର ବାତ୍ୟା ମୁକାବିଲା କୌଶଳ, ସମୟାନୁବର୍ତ୍ତୀ ପଦକ୍ଷେପ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି ।
ପୂର୍ବରୁ ପ୍ରଚଳିତ ଥିବା ୧୩୯ ନମ୍ବରରେ ଅନ୍ୟ ନମ୍ବର ଗୁଡ଼ିକୁ ସଂଯୋଗୀକରଣ କରାଯାଇଛି । ତେବେ, ସୁରକ୍ଷା ପାଇଁ ପୂର୍ବଭଳି ୧୮୨ ନମ୍ବର ଜାରି ରହିବ । ସାଧାରଣ ଅଭିଯୋଗ ପାଇଁ (୧୩୮), ଦୁର୍ଘଟଣା ଓ ସୁରକ୍ଷା ପାଇଁ (୧୦୭୨), ଏସ୍ଏମ୍ଏସ୍ ଅଭିଯୋଗ (୯୭୧୭୬୩୦୯୮୨), କ୍ଲିନ୍ ମାଇଁ କୋଚ୍ (୫୮୮୮୮/୧୩୮), ଭିଜିଲାନ୍ସ (୧୫୨୨୧୦), କ୍ୟାଟରିଂ ସେବା (୧୮୦୦୧୧୧୩୨୧) ନମ୍ବରକୁ ବନ୍ଦ କରିଦିଆଯିବ । ଏହା ପରିବର୍ତ୍ତେ ସବୁଥିପାଇଁ ରେଳବାଇ ୧୩୯ ନମ୍ବର ଜାରି କରିଛି । ୧୩୯ ନମ୍ବରରେ ୧୨ଗୋଟି ଭାଷାରେ ସୂଚନା ମିଳିବ ।