ଭବାନୀପାଟଣା: ପୁଣି ମିଳିଲାନି ଶବବାହକ ଆମ୍ବୁଲାନ୍ସ । ମୃତଦେହକୁ କାନ୍ଧରେ ବୋହିଲେ ସଂପର୍କୀୟ । ଏଭଳି ଘଟଣାକୁ ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଏପରିକି ଘଟଣାସ୍ଥଳରେ ପୋଲିସକୁ ମଧ୍ୟ ପହଞ୍ଚିବାକୁ ପଡ଼ିଥିଲା ।

କିନ୍ତୁ ତଥାପି ବି ଆସି ନ ଥିଲା ମହାପ୍ରୟାଣ ଗାଡ଼ି । ମୃତକ ହେଲେ ଲାଞ୍ଜିଗଡ଼ ସୁକନାଭଟା ଗାଁର କୁନି ନାୟକ । ସେ ଜରରେ ପୀଡ଼ିତ ହୋଇ ଗତ ୬ ଦିନ ହେବ ଚିକିତ୍ସିତ ହେଉଥିଲେ । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା ପରେ ବି ଆମ୍ବୁଲାନ୍ସ ଆସି ନ ଥିବା ଅଭିଯୋଗ ହୋଇଛି ।








ନୂଆବର୍ଷରେ ମସ୍ତି ପାଇଁ ରାଇଝୋଳ ଗାଁର ୫ ଜଣ ସାଙ୍ଗ ମିଶିକରି ପଦ୍ମତୋଳା ଗାଁକୁ ଯାଇଥିଲେ । ସାଙ୍ଗଘରେ ହସ ମଜା, ଖିଆପିଆ ପରେ ସନ୍ଧ୍ୟାରେ ୨ଟି ବାଇକରେ ରାଇଝୋଳ ଫେରୁଥିଲେ । ହଠାତ୍ କୋଟିନଡ଼ା ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ୨ଟି ବାଇକ୍ । ଆଉ ୫ ଜଣ ସାଙ୍ଗ ବ୍ରିଜ୍ ତଳେ ଥିବା କୂଅ ଭିତରକୁ ଖସି ପଡ଼ିଥିଲେ ।
ଘଟଣାସ୍ଥଳରୁ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା ଜଣାପଡ଼ିନାହିଁ ।