spot_img
Home Blog Page 7696

ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲିବାକୁ RBI ଗଭର୍ଣ୍ଣରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, କାଲି ଭୁବନେଶ୍ୱରରେ ସେଣ୍ଟ୍ରାଲ୍ ବୋର୍ଡ ବୈଠକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀ ଦାସ । କହିଛନ୍ତି, ଆସନ୍ତାକାଲି ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ୨୦୧୨ ରେ ଏହି ବୈଠକ ଶେଷଥର ପାଇଁ ଭୁବନେଶ୍ବରରେ ହୋଇଥିଲା ।

ଦୀର୍ଘ ୭ ବର୍ଷ ପରେ ପୁଣିଥରେ ଭୁବନେଶ୍ବରରେ ଏହି ବୈଠକ ହେବାକୁ ଯାଉଛି । ବୈଠକରେ ଯୋଗଦେବାକୁ ସେ ଓଡ଼ିଶା ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ସୌଜନ୍ୟତା ମୂଳକ ଥିବା ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଆରବିଆଇ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶାର ଅର୍ଥନୈତିକ ଦେଣନେଣ, ଇ-ବ୍ୟାଙ୍କି, କୃଷି ଋଣ ପ୍ରଭୃତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ନେଇ ପ୍ରତିକ୍ରିୟା ରଖିଥିଲେ । ମାନ୍ଦାବସ୍ଥା ନେଇ ବ୍ୟାଙ୍କ ମାନଙ୍କ ସହ ସବୁବେଳେ ଆଲୋଚନା ହୋଇଥାଏ । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସବୁବେଳେ ନୂଆ ନୂଆ ସମସ୍ୟା ସୃଷ୍ଟି ହୁଏ । ସମସ୍ୟା କୁ ସାମ୍ନା କରିବାକୁ ସବୁବେଳେ ପ୍ରସ୍ତୁତ ରହିବାକୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।  ବିଭିନ୍ନ ଯୋଜନାରେ ସରକାରଙ୍କ ଟଙ୍କା ଲୋକଙ୍କ ପାଖକୁ କିଭଳି ସୁବିଧାରେ ଦିଆଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।

ରାଜ୍ୟର ସଫଳତାରେ ବିଜେପି ଇର୍ଷାନ୍ୱିତ ହେଉଥିବା ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ସଫଳତାରେ ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ହେବା ବଦଳରେ ବିଜେପି ଇର୍ଷାନ୍ୱିତ ହେଉଛି । ଏଥିସହ ଯେଭଳି ହୀନ ରାଜନୀତି କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାଦ୍ୱାରା ରାଜ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଛି । ବିଜେପି ସାମ୍ୱାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି । ସେ ଆହୁରୀ କହିଛନ୍ତି ଯେ, ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ସହିତ ଅର୍ନ୍ତଜାତୀୟ ସ୍ତରରେ ଓଡିଶା ସରକାର ପୁରସ୍କୃତ ହୋଇଥିବାବେଳେ ବିଜେପି ଏଥିରେ ଅତ୍ୟନ୍ତ ଇର୍ଷାନ୍ୱିତ ।

ଦେଶର ଅନ୍ୟ କୌଣସି ବିଜେପି ଶାସିତ ରାଜ୍ୟ ଏଭଳି ପୁରସ୍କାର ପାଇନଥିବାରୁ ରାଜ୍ୟ ବିଜେପି ଏଥିରେ ଇର୍ଷାନ୍ୱିତ ହେଉଥିବା ଦଳୀୟ ମୁଖପାତ୍ରଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରିହୋଇ ପଡ଼ୁଥିବା ସେ କହିଛନ୍ତି । ଏଭଳି ପୁରସ୍କାର ଓଡିଶା ପାଇଁ ଗର୍ବ ଓ ଆମେ ସମସ୍ତେ ଓଡିଶାବାସୀ । ତେଣୁ ଦଳୀୟ ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ସହିତ ବିଜେପି ମୁଖପାତ୍ରମାନେ ଶାଳୀନତା ରକ୍ଷାକରିବା ଆବଶ୍ୟକ ବୋଲି ସେ କହିଛନ୍ତି । ୱାର୍ଲ୍ଡ ହାବିଟାଟ୍ ୧୯୮୭ ମସିହାରୁ ସାରା ବିଶ୍ୱରେ ବାସହୀନଙ୍କ ପାଇଁ ବାସଗୃହ ଯୋଗାଇ ଦେଉଥିବା ବିଭିନ୍ନ ଯୋଜନାକୁ ତର୍ଜମା କରି ଶ୍ରେଷ୍ଠ ବିବେଚିତ ଯୋଜନା ଗୁଡ଼ିକୁ ପୁରସ୍କୃତ କରିଥାଏ । ଯାହା ଏହି ସଂସ୍ଥାର ବିଶ୍ୱସନୀୟତାକୁ ଦର୍ଶାଏ । ଓଡିଶା ଭଲ କାମ କରିଥିବାରୁ ପୁରସ୍କାର ପାଇଛି । ହେଲେ ବିଜେପି ନେତାମାନଙ୍କ ସମାଲୋଚନା ସେମାନଙ୍କର ଇର୍ଷା, ହତାଶା ଓ ନିମ୍ନରୁଚିତର ରାଜନୀତିକୁ ଦର୍ଶାଉଛି ବୋଲି ବିଜେଡି ମୁଖପାତ୍ର ଲେନନ୍‌ ମହାନ୍ତି କହିଛନ୍ତି ।

ପୂର୍ବରୁ ପ୍ରେସମିଟ୍‌ କରି ‘ଜାଗା ମିଶନ’ ଏକ ବାହାସ୍ଫୋଟ ଏବଂ ଓ୍ୱାଲଡ୍‌ ହାବିଟାଟ୍‌ ପୁରସ୍କାରକୁ ପ୍ରୟୋଜିତ ବୋଲି କହିଛି ବିଜେପି ।

ବନ୍ଧୁକ ଦେଖାଇ ନେଇଗଲେ ୧୦ଲକ୍ଷ

0

ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ନେଇଗଲେ ୧୦ଲକ୍ଷ ଟଙ୍କା । ଏହା କୌଣସି ବ୍ୟାଙ୍କ କି ରାସ୍ତାଘାଟରେ ନୁହେଁ ବରଂ ଏକ ଦୋକାନ ଭିତରେ ପସି ବନ୍ଧୁକ ମୁନରେ ଲୁଟିନେଇଛନ୍ତି ୧୦ଲକ୍ଷ ୪୦ହଜାର ଟଙ୍କା ।

ଘଟଣାଟି ହେଉଛି ଝାରସୁଗୁଡ଼ା ଜିଲ୍ଲାର ଶଙ୍କର କେଡ଼ିଆ ଗ୍ରୋସରି ଗୋଦାମରେ । ଆଜି ଦିନ ପ୍ରାୟ ୧ଟା ୩୦ ମିନିଟରେ ହୋଇଛି ସଶସ୍ତ୍ର ଲୂଟ । ହଠାତ୍ ଦୁଇଜଣ ଦୁର୍ବୃତ୍ତ  ମୋଟର ସାଇକେଲରେ ଆସି ଗୋଦାମ ଭିତରକୁ ପଡ଼ିଆସିଥିଲେ ଏବଂ ବନ୍ଧୁକ ଦେଖାଇ କ୍ୟାସ୍ କାଉଣ୍ଟରରୁ ପାଖାପାଖି ୧୦ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଥିଲେ । ଲୁଟ୍ ପରେ ସେଠାରୁ ଚମ୍ପଟ ମାରିଥିଲେ ଲୁଟେରା ।

 

ଗୋଦାମ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ଝାରସୁଗୁଡା ପୋଲିସ ଏବଂ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ଲୁଟରେ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ କରୁଛି ପୋଲିସ ।

ପ୍ରଦୂଷଣ ରୋକିବାକୁ ବିଏମ୍‌ସିର ପ୍ରୟାସ: ‘ବିନା ଗାଡ଼ିରେ ଦିନଟିଏ’

0

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ କମାଇବା ଲାଗି ଭୁବନେଶ୍ୱର ମୁନ୍‌ସିପାଲଟି କର୍ପୋରେସନ୍‌ର ପଦକ୍ଷେପ । ପ୍ରତି ଶୁକ୍ରବାରକୁ ‘ନୋ ଭେହିକିଲ୍‌ ଡେ’ ଭାବେ ଘୋଷଣା କଲା ବିଏମ୍‌ସି ।

ବିଏମ୍‌ସିର ସମସ୍ତ ଅଧିକାରୀ, କର୍ମଚାରୀ, ଠିକା କର୍ମଚାରୀଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରିଛି ବିଏମ୍‌ସି । ଅଫିସ୍‌କୁ ଯିବା ଆସିବା ନେଇ କୌଣସି ୨ ଚକିଆ କିମ୍ୱା ୪ ଚକିଆ  ବ୍ୟବହାର ନକରିବାକୁ ନିର୍ଦ୍ଦେଶ । ଏଭଳି କି ଅଧିକାରୀଙ୍କ ପାଇଁ ନିୟୋଜିତ ଅଫିସ୍‌ ଗାଡ଼ି ବ୍ୟବହାରରୁ ମଧ୍ୟ ଦୂରେଇ ରହିବାକୁ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ଦିଲ୍ଲୀରେ ପରିବେଶ ପ୍ରଦୂଷଣ ରୋକିବା ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅଡ୍‌- ଇଭେନ୍‌ ଫର୍ମୁଲା ଲାଗୁ କରିଥିଲେ ।

୨୧ ବର୍ଷୀୟ ଫେସବୁକ୍ ପ୍ରେମିକର କାରନାମା, ବାହାହେବାକୁ କହି ପଳାଇଗଲା ବେଙ୍ଗାଲୁରୁ

0

ଝାରସୁଗୁଡ଼ା: ଫେସବୁକରେ ପ୍ରେମ, ଲୋଭନୀୟ ପ୍ରତିଶ୍ରୁତିର ପାହାଡ଼, ପୁଳା ପୁଳା ସ୍ୱପ୍ନ ଭିଜା ପ୍ରତିଶ୍ରୁତି । କିନ୍ତୁ, ସବୁକିଛି ଥିଲା ମିଛ ଆଉ ପ୍ରତାରଣା । ପ୍ରେମ ଓ ପ୍ରେମୀକୁ ଭରସା କରି ସିନା ଘରୁ ଗୋଡ଼ କାଢ଼ିଥିଲା କିନ୍ତୁ ପ୍ରେମିକ ଯେ ଧୋକାବାଜ୍ ବାହାରିବ ତାହା ସ୍ୱପ୍ନରେ ବି କଳ୍ପନା କରିନଥିଲା ଯୁବତୀ ।

ଫେସବୁକର ଫେକ୍ ପ୍ରେମୀ ଏବେ ଥାନା ଭିତରେ। ଯୁବକଙ୍କ ଟାର୍ଗେଟରେ ଥିଲେ ବିବାହିତ ମହିଳା । ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ପ୍ରେମ ଜାଲରେ ଫସାଉଥିଲେ ମହିଳାଙ୍କୁ । ଘଟଣାଟି ହେଉଛି ଝାରସୁଗୁଡା ଜିଲ୍ଲାର । ଯେଉଁଠି ଯୁବକ ଜଣଙ୍କ ଫେସବୁକରେ  ବିବାହିତା ମହିଳାକୁ ପ୍ରେମ ନିବେଦନ କରି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଏବଂ ବିବାହ କରିବାକୁ କହି ମହିଳାଙ୍କୁ ଅନୁଗୁଳରେ ଛାଡ଼ିଦେଇ ଫେରାର ମାରିଥିଲେ ଯୁବକ । ତେବେ ଉକ୍ତ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ବଡ଼ମାଲ ପୋଲିସ l

ସୂଚନା ଅନୁସାରେ, ଜଣେ ବିବାହିତା ମହିଳାକୁ ଢେଙ୍କାନାଳ ଜିଲ୍ଲାର ସୌମ୍ୟ ରଞ୍ଜନ ସେଠୀ ନାମକ ଜଣେ ଯୁବକ ଫେସବୁକରେ ପ୍ରେମ ନିବେଦନ କରିଥିଲେ ପରେ ପରଷ୍ପରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଦୁହେଁ ବିବାହ କରିବାର ନିଷ୍ପତି ନେଇଥିଲେ । ବିବାହ ପାଇଁ ମହିଳା ଜଣଙ୍କୁ, ସୌମ୍ୟରଞ୍ଜନ ପ୍ରଥମେ ଢେଙ୍କାନାଳ ଏବଂ ପରେ ନିଜ ମାଉସୀ ଘର ଅନୁଗୁଳକୁ ଡାକିନେଇଥିଲେ । ସେଠାରେ ତାଙ୍କ ମାଉସୀ ଏ ବିବାହ ପାଇଁ ସମ୍ମତି ଦେଇନଥିଲେ । ପରେ ମହିଳା ଜଣଙ୍କୁ ସୌମ୍ୟରଞ୍ଜନ ଅନୁଗୁଳ ବସଷ୍ଟାଣ୍ଡରେ ଛାଡ଼ିଦେଇ ଫେରାର ମାରିଥିଲା ।

ମହିଳା ଜଣଙ୍କ ସେଠୁ ଝାରସୁଗୁଡ଼ା ନିଜ ଘରକୁ ଆସି ସବୁ କଥା ଘରଲୋକଙ୍କୁ ଜଣାଇବା ପରେ ବଡ଼ମାଲ ଥାନାରେ ଅଭିଯୋଗ କରାଯାଇଥିଲା । ପୂର୍ବରୁ ଗତ ନଭେମ୍ବର ମାସ ୨୮ତାରିଖରେ ମହିଳା ଜଣକ ନିଖୋଜ ଥିବାନେଇ ବଡ଼ମାଲ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଏହାକୁ ଆଧାର କରି ବଡ଼ମାଲ ପୋଲିସ ଯୁବକର ମୋବାଇଲ ନମ୍ବରକୁ ଟ୍ରାକ୍ କରି ଯୁବକଙ୍କୁ ବେଙ୍ଗଳୁରରୁ ଗିରଫ କରିଛି ।

ଜନ୍ମଦିନରେ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ, ବାଟରେ ଚାପିଦେଲା ଟ୍ରକ୍

0

ଅନୁଗୁଳ : ଜନ୍ମଦିନ ହେଲା ମରଣଦିନ। ଠାକୁରାଣୀ ଦର୍ଶନ ପାଇଁ ମନ୍ଦିର ଆସିଥିବା ବେଳେ ଟ୍ରକ ଚାପି ଦେବା ଫଳରେ ତାଙ୍କର ମୃତ୍ୟୁ ହେବା ସହ ସାଙ୍ଗରେ ଆସିଥିବା ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ମାଟିଗାଡ଼ିଆ ଗାଁର ଶୁଭମ ସାହୁ ଆଜି ଏକ ସ୍କୁଟିରେ ତାଙ୍କ ମା’ଙ୍କୁ ବସାଇ ବୁଢୀ ଠାକୁରାଣୀଙ୍କ ଦର୍ଶନ ପାଇଁ ଆସିଥିଲେ । ବୁଢୀ ଠାକୁରାଣୀଙ୍କ ମନ୍ଦିରରୁ ବାହାରି ୫୫ ନମ୍ବର ଜାତୀୟ ରାଜପଥ ଛକ ଉପରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ମା ବିତା ସାହୁ ଓ ପୁଅ ଶୁଭମଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି । ଟ୍ରକ ଡ୍ରାଇଭରକୁ ଦୁର୍ଘଟଣା ପରେ ପୋଲିସ ଅଟକ ରଖିଛି ।

ଆଜିର ରାଶିଫଳ (୧୩.୧୨.୨୦୧୯) ଶୁକ୍ରବାର

ଆଜିର ପଞ୍ଚାଙ୍ଗ(୧୩.୧୨.୨୦୧୯) ଶୁକ୍ରବାର

ଆଜି ୨୦୧୯ ମସିହା ଡିସେମ୍ବର ୧୩ ତାରିଖ, ଶୁକ୍ରବାର, ପୌଷ କୃଷ୍ଣ ପକ୍ଷ, ସୌରମାସ ବିଛା ୨୭ ଦିନ ପ୍ରତିପଦ ଭୂକ୍ତ ଦ୍ୱିତୀୟା, ମୃଗଶିରା ନକ୍ଷତ୍ର ପ୍ରାତଃ ୬/୧୮ମି. ଗତେ ଆର୍ଦ୍ରା, ମିଥୁନଚ଼ନ୍ଦ୍ର, ଶୁଭଯୋଗ, କୈଳବ କରଣ

ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ରାଶିର ।

ରାହୁକାଳ- ଦିବା ୧୦/୧୯ମି. ଦିବା ୧୧/୪୦ମି.

କାଳବେଳା- ଦିବା ୧୦/୧୯ମି. ଦିବା ୧୧/୪୦ମି.

ଶୁଭବେଳା- ପ୍ରାତଃ ଘ୭/୪୩ମି.ରୁ ଦିବା ୮/୫୮ମି.

ଆଜିର ରାଶିଫଳ

ମେଷ- ଗୃହ ଓ ପାରିବାରିକ କ୍ଷେତ୍ରରେ ବିବାଦୀୟ ହୋଇ ପଡିବେ । ମାନସିକ ଅସ୍ଥିରତା ବୃଦ୍ଧିପାଇବ । କର୍ମକ୍ଷେତ୍ରରେ ଉଦାସୀନ ରହିବେ । କାହାର ମଧୁର କଥା ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ବୃଷ- ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରର ଅର୍ଥାଗମର ଯୋଗ ରହୁଛି । ରଚନାତ୍ମକ କ୍ଷେତ୍ରରେ ମନୋନିବେଶ କରିବେ ।

ମିଥୁନ- ପୂରାତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । ଆୟ ଭଲ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ- ନୂତନ ଉତ୍ସାହ ଉଦ୍ଦିପଲନା ସହିତ କର୍ମ କ୍ଷେତ୍ରରେ ଅଗ୍ରସର ହେବେ । ବିବାଦୀୟ ସମସ୍ୟାର ସମାଧାନ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ସିଂହ- ମାନସିକ ଅସ୍ଥିରତା ଦେଇ ଗତି କରିବେ । ପାରିବାରିକ ଜୀବନ ସମସ୍ୟା ବହୁଳ ରହିପାରେ । ପରିପାର୍ଶ୍ୱିକ ପରିବେଶ ଅଶାନ୍ତ ରହିବା ସହିତ ଅର୍ଥପ୍ରାପ୍ତିରେ ବାଧା ସୃଷ୍ଟି ହେବ ।

କନ୍ୟା– ଆଜି ଦିନଟି ଶୁଭଫଳ ପ୍ରଦାୟକ ହେବ । ମନ ଶାନ୍ତ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବକେୟା ଅର୍ଥ ପ୍ରାପ୍ତି ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ ।

ତୁଳା- ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଲାଭ କରିବେ । କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ । ବହୁ ଦିନରୁ ଲାଗିରହିଥିବା ବିବାଦୀୟ ପରିସ୍ଥିତିର ସମାଧାନ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା- ଘାତତିଥି ହେତୁ ମାନସିକ ଅସ୍ଥିରତା ବୃଦ୍ଦି ପାଇବ । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅର୍ଥଚିନ୍ତା ମନକୁ ବିବ୍ରତ କରିବ । ବନ୍ଧୁ ବିଦ୍ୱେଷ ଦେଖାଦେବ । ପାରିବାରିକ ଜୀବନ ଅସନ୍ତୋଷ ହେବ ।

ଧନୁ- ନିଜ ଲୋକଙ୍କ ଦ୍ୱାରା ହଇରାଣ ହେବେ । କର୍ମ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ଆଜି କୌଣସି ଅର୍ଥ ମମ୍ବଦ୍ଧିୟ କର୍ଯ୍ୟ କରନ୍ତୁ ନାହିଁ ।

ମକର- ପାରିବାରିକ ଜୀବନ ସୁଖଶାନ୍ତିରେ୍ କଟିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ ।

କୁମ୍ଭ- ବିବାଦୀୟ ପରିସ୍ଥିତିର ଅନ୍ତ ଘଟିବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ଲାଭ କରିବେ । ଅର୍ଥ ସମ୍ବଦ୍ଧିୟ କର୍ଯ୍ୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ । ପରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

ମୀନ- ସୁ-ସମ୍ବାଦ ପାଇ ମନର ଖୁସି ଦ୍ୱି-ଗୁଣିତ ହେବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ହାତୀଙ୍କୁ ସୁରକ୍ଷା କରିବ ଇନଫ୍ରା ରେଞ୍ଜ ଯନ୍ତ୍ର, ଲୋକଙ୍କୁ ଆଗୁଆ ମିଳିବ ସଂକେତ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା । ଆଉ ହାତୀ ପଲକୁ ନେଇ ଭୟ ରହିବ ନାହିଁ । ହାତୀ ଆସିବା ମାତ୍ରେ ପୂର୍ବରୁ ମିଳିବ ସଂକେତ । ଟ୍ରେନ୍‌ କି ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହ୍ରାସ ପାଇବ । କାରଣ ହାତୀ ମାନଙ୍କ ପାଇଁ କରାଯିବ ନୂଆ ଅଭୟାରଣ୍ୟ । ଅଭୟାରଣ୍ୟର ରହୁଥିବା ହାତୀମାନଙ୍କ ବେକରେ ଲାଗିବ ଇନଫ୍ରା ରେଞ୍ଜ ଯନ୍ତ୍ର । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁଯାୟୀ, ହାତୀକୁ ନେଇ ଅନେକ ସୟମୟର ଭିନ୍ନ ଭିନ୍ନ ପରିସ୍ଥିତି ଦେଖା ଦେଇଛି । କେତେବେଳେ ହାତୀ ମଣିଷ ମୁହାଁମୁହିଁ ହୋଇଛନ୍ତି ତ ଆଉ  କେତେବେଳେ ଟ୍ରେନରେ କଟି ହାତୀଙ୍କ ମୃତ୍ୟୁ ହେଉଛି । କିନ୍ତୁ ଏବେ ଆଉ ଏସବୁ ଅସୁବିଧା ହେବ ନାହିଁ । କାରଣ ରାଜ୍ୟରେ ହାତୀ ସୁରକ୍ଷା ପାଇଁ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ କନ୍ଧମାଳର ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରାଯିବାକୁ ସରକାର ଯୋଜନା କରିଛନ୍ତି । ଦୂରରୁ ହାତୀର ଶବ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା ମଧ୍ୟ କରାଯିବ ।

ହାତୀ ଶବ୍ଦ ଶୁଣିପାରିବା ଲାଗି ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ । ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି । ଜଙ୍ଗଲରେ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ଭାରତ ଗସ୍ତ ବାତିଲ୍ କଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ପରେ ଦକ୍ଷିଣ ଏସୀୟ ଦେଶ ଗୁଡ଼ିକର ନେତାମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ବିଶେଷକରି ପାକିସ୍ତାନ ଓ ବାଂଲାଦେଶର ନେତା କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି ।

ବାଂଲାଦେଶର ବୈଦେଶିକ ମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଏ.କେ ଅବଦୁଲ୍ ମୋମେନ୍ ତାଙ୍କର ତିନିଦିନିଆ ଭାରତ ଗସ୍ତ ବାତିଲ୍ କରିଥିବା ସୂଚନା ମିଳିଛି । ଡିସେମ୍ବର ୧୨ରୁ ୧୪ ଯାଏଁ ଭାରତ ଗସ୍ତରେ ଆସିଥାନ୍ତେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ । ବିଲ୍ ପାସ୍ ହେବା ପରେ ସେହି ପ୍ରସଙ୍ଗକୁ ଆଖି ଆଗରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ତେବେ ମୋମେନ୍ କାହିଁକି ଗସ୍ତ ବାତିଲ୍ କଲେ ସେ ନେଇ କିଛି ଜଣାପଡ଼ିନାହିଁ ।