spot_img
Home Blog Page 7698

ସରକାର କା ମାଲ୍… ବୋହି ନେଉଛନ୍ତି ବସ୍ତା ବସ୍ତା ଚାଉଳ

0

କଟକ: ମୋ ସରକାର ଯୋଜନାରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ଉଚ୍ଚପଦସ୍ଥ ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ସ୍କୁଲକୁ ଗସ୍ତ କରୁଛନ୍ତି । ସ୍କୁଲର ସମସ୍ୟା ବୁଝିବା ସହ ସେଠାରେ ମଧ୍ୟାନଭୋଜନ ମଧ୍ୟ କରୁଛନ୍ତି ।

ତେବେ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଝାଜିଆ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ତାଙ୍କ ସହକାରୀ ଶିକ୍ଷକ ଦିନ ଦ୍ୱିପ୍ରହରରେ ମଧ୍ୟାହ୍ନ ଭୋଜନ ଚାଉଳ ବାହାରକୁ ଚାଲାଣ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ଆଗରୁ ଅନେକ ଥର ଏଭଳି ମଧ୍ୟାନଭୋଜନ ଚାଉଳକୁ ବିକ୍ରିକରୁଥିବାର ଅଭିଯୋଗ ଥିଲେ ମଧ୍ୟ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉଚ୍ଚପଦସ୍ଥ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ ।

ଗତ ୧୧ତାରିଖ ଦିନ ପ୍ରାୟ ୧୨ଟା ସମୟରେ ସ୍କୁଲ ଭିତରୁ ଚାଉଳ ଚାଲାଣ ହୋଇଥିବ ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍କୁଲରେ ପାଠପଢୁଥିବା ପିଲାଙ୍କୁ ଚାଉଳ ଟେକିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି । ଏସବୁ ଘଟଣା ପ୍ରଧାନ ଶିକ୍ଷକଙ୍କ ଅଜାଣତରେ ହୋଇଥିବା ସେ କହିଛନ୍ତି । ସ୍କୁଲରେ ଅନୁପସ୍ଥିତ ଥିବାବେଳେ ଏସବୁ ଘଟିଛି ଏବଂ ସ୍କୁଲକୁ ଯାଇ ଏ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

ମିଳିବ ମୃତ୍ୟୁ ଦଣ୍ଡ ଯଦି ବିନା ଅନୁମତିରେ ଫୋନ୍‌ କରନ୍ତି; କାହିଁକି ଓ କେଉଁଠି ପଢନ୍ତୁ

ମାଲକାନାଗିରି: ଏଣିକି ଫୋନ୍‌ କଲେ ମିଳିବ ମୃତ୍ୟୁ ଦଣ୍ଡ । ବିନା ଅନୁମତିରେ କେହିବି କାହା ପାଖକୁ ଫୋନ୍‌ କରିପାରିବେ ନାହିଁ । ହିଟଲରୀ ଶାସନ ଭଳି ଜାରି ହୋଇଛି ଫତଓ୍ୱା । ଏଭଳି ଧମକ ଆସିଛି ସ୍ୱାଭିମାନ ଅଞ୍ଚଳରୁ । ସାଧାରଣ ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ମାଓବାଦୀ ଦେଇଛନ୍ତି ଧମକ । ଏଭଳି କିଛି ପୋଷ୍ଟର କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଅନେକ ଗାଁରେ ।

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ପୋଷ୍ଟର ଏହି ସବୁ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଲ୍ଲେଖ ଥିଲାକି ଫୋନ୍‌ କଲେ ମିଳିବ ମୃତ୍ୟୁ ଦଣ୍ଡ । ଯେଉଁଠି ମୋବାଇଲ ନେଟ୍‌ୱର୍କ ଭଲ ଆସୁଛି ସେହି ଅଞ୍ଚଳର ଲୋକଙ୍କୁ ମାଓବାଦୀ କରିଛନ୍ତି ଟାର୍ଗେଟ । କାହା ପାଖକୁ ଯଦି ଫୋନ୍‌ କରିବାର ଅଛି ତେବେ ସେମାନେ ପ୍ରଥମେ ମାଓବାଦୀ ମାନଙ୍କଠାରୁ ଅନୁମତି ନେବେ । ଯଦି କେହିବି  ବିନା ଅନୁମତିରେ ଫୋନ୍‌ କରିବେ ସେମାନଙ୍କ ପାଇଁ ମୃତ୍ୟୁ ଦଣ୍ଡ ରହିଛି । ସଥିପାଇଁ ସାଧାରଣ ଲୋକଙ୍କୁ ସିଧା ସିଧା ଚେତାବନି ଦେଇଛନ୍ତି ମାଓବାଦୀ ।

ଏନେଇ ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଯାହାପାଇଁ ଲୋକେ ଆବଶ୍ୟକତା ଥାଇ ବି ଫୋନ କରିପାରୁ ନାହାନ୍ତି । ଫୋନକୁ ହାତ ଲଗାଇବା ପୂର୍ବରୁ ଶହେ ଥର ଭାବିବା ପାଇଁ ବାଧ୍ୟ ହେଉଛନ୍ତି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ତଦନ୍ତ କରିବେ ୩ ଜଣିଆ କମିଟି

ନୂଆଦିଲ୍ଲୀ : ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ । ଏଥିପାଇଁ ଏକ ୩ ଜଣିଆ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଭି.ଏସ୍ ସିରପୁକାର ଏହି ତଦନ୍ତ କମିଟିର ଅଧ୍ୟକ୍ଷ ରହିବେ। ବମ୍ବେ ହାଇକୋର୍ଟର ବିଚାରପତି ରେଖା ସୋନ୍ଦୁର ବାଲଡୋଟା ଏବଂ ପୂର୍ବ ସିବିଆଇ ନିର୍ଦ୍ଦେଶକ ଡି.ଆର କାର୍ତ୍ତିକେୟନ୍ ଏହି ଟିମର ସଦସ୍ୟ ରହିବେ । ଅନ୍ୟ କୌଣସି କୋର୍ଟ କିମ୍ୱା ଅଧିକାରୀ ଏହାର ତଦନ୍ତ ନକରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ୬ ମାସ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଶାନ୍ତ ହେଉନି ଉତ୍ତର ପୂର୍ବ, ଆସାମକୁ ଟ୍ରେନ୍ ଓ ବିମାନ ସେବା ବାତିଲ୍

ନୂଆଦିଲ୍ଲୀ : ପାର୍ଲାମେଣ୍ଟର ଉଭୟ ଗୃହରେ ନାଗରିକ ସଂଶୋଧନ ବିଲ୍ ପାସ୍ ହେବା ପରେ ଉତ୍ତର ପୂର୍ବ ଅଞ୍ଚଳରେ ଏହାକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି । ଗତ ୪ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଓ ବିକ୍ଷୋଭ ଅଧିକ ଭୟଙ୍କର ହୋଇଛି । ବିଶେଷକରି ଆସାମରେ ପରିସ୍ଥିତି ଏବେ ଅଣାୟତ୍ତ ହୋଇଛି । ଆର୍ମି ମୁତୟନ ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ । ଅଧିକାଂଶ ସ୍ଥାନରେ ବଜାର ବନ୍ଦ କରି ଲୋକେ ରାସ୍ତାରେ ପୋଡ଼ା ଜଳା କରିଛନ୍ତି । ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ ବିଭିନ୍ନ ସ୍ଥାନରେ ହରତାଳ୍ ଜାରି ରହିଛନ୍ତି । ବିଭିନ୍ନ ରାଜନୀତିକ ଦଳର ନେତା ମନ୍ତ୍ରୀଙ୍କ ବାସ ଭବନ ଆଗରେ ଆନ୍ଦୋଳନ ଚାଲିଛି । ହିଂସାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ରଖାଯାଇଥିବା ବେଳେ ବହୁ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଛି ।

ଏପଟେ ନର୍ଥ ଫ୍ରଣ୍ଟାୟାରର ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସୂଚନା ମୁତାବକ ଅପ୍ପର ଆସାମ୍ ଅଞ୍ଚଳକୁ ଯାଉଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ୍ କରାଯାଇଛି ।

ଇଣ୍ଡିଗୋ ସମେତ ପ୍ରମୁଖ ବିମାନ ସେବା କଂପାନୀ ଦିବ୍ରୁଗଡ଼ ବିମାନ ବନ୍ଦରରୁ ସମସ୍ତ ଉଡ଼ାଣ ବାତିଲ୍ କରିଛନ୍ତି । ଆଜି ସେଠାରୁ କୌଣସି ବିମାନ ଉଡ଼ାଣ ଭରିବ ନାହିଁ ବୋଲି ସୂଚନା ଦିଆଯାଇଛି । ଟିକେଟ୍ କରିଥିବା ଲୋକଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଂପାନୀ କର୍ତ୍ତୃପକ୍ଷ ।

ଓଡ଼ିଆ ପୁଅଙ୍କ କମାଲ୍, ମାଷ୍ଟର ସେଫ୍ ରେ ଚିକେନ୍ ବେସର ପରଷି ହାତେଇଲେ ଆପ୍ରନ୍

0

ଆସିକା: ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର ପ୍ଲସ୍’ରେ ପ୍ରସାରିତ ହେଉଥିବା ମାଷ୍ଟର ସେଫ୍ ସିଜନ-୬ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅ ଅବିନାଶ ନାଏକଙ୍କ ବଜିମାତ୍ । ପୁର୍ବରୁ ସେ ଅନେକ ରୋଷେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତେବେ ମାଷ୍ଟର ସେଫ୍ ରେ ଚିକେନ୍ ବେସର ପରଷି ଅଡିସନ୍ ରାଉଣ୍ଡକୁ ମନୋନିତ ହେବା ସହ ଆପ୍ରନ୍ ପାଇ ଚର୍ଚ୍ଚାକୁ ଆସିଛନ୍ତି ।

ଅବିନାଶଙ୍କ ଘର ଗଞ୍ଜାମ ଜିଲ୍ଲା ଉପକଣ୍ଠ ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମରେ । ତେବେ ସେ ଇଲେକ୍ଟ୍ରୋନିକ୍ ଟେଲିକମ୍ୟୁନିକେସନ ବ୍ରାଞ୍ଚରେ ଇଞ୍ଜିନିୟରିଂ ପଢ଼ାସାରି ଏବେ ହାଇଦ୍ରାବାଦ୍ ର ଇନଫୋସିସ୍ ରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଅବିନାଶ ମାଷ୍ଟର ସେଫ୍ ରେ ଚିକେନ୍ ସହ ବେସର ମସଲାରେ କରି ଉପସ୍ଥିତ ୩ ଜଜ୍ ଙ୍କ ମନ କିଣି ନେଇଥିଲେ ।  ତେବେ ସେଥିରେ ସେ ପାରମ୍ପରିକ ରାନ୍ଧଣା ଶୈଳୀରେ ଆଧୁନିକତାର ଛୁଙ୍କ ଦେଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏଥିରେ ବିକାଶ ଖନ୍ନା ଅତି ଆନନ୍ଦରେ ‘ଜୟ ହୋ ଓଡିଶା’ ବୋଲି ସମ୍ବୋଧନ କରିଥିଲେ ।

ପୂର୍ବରୁ ସେ ଲୋକିକୁକ୍ସ୍ ଫେଲୋସିପ୍ ୨୦୧୯ ପାଇଥିବା ବେଳେ ଗତ ବର୍ଷ ହଳଦୀରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ଜଣଙ୍କ ମଧ୍ୟରେ ଥିଲେ । ବର୍ତ୍ତମାନ ଅବିନାଶ ପଞ୍ଜାବରେ ସୋ’ର ସୁଟିଂରେ ବ୍ୟସ୍ତ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ତେବେ ତାଙ୍କ ବାପା ଆଦିକନ୍ଧ ନାୟକ ଏବଂ ମାଆ ବାସନ୍ତୀ ଦେବୀଙ୍କ କହିବାନୁଯାୟୀ ଅବିନାଶ୍ ଜଣେ ଇଞ୍ଜନିୟର ହୋଇଥିଲେ ମଧ୍ୟ ତାଙ୍କର ରୋଷେଇରେ ସର୍ବଦା ରୁଚି ଥାଏ ।

ଉଲ୍ଲେଖଯୋଗ୍ୟ ଯେ  ମାଷ୍ଟର ସେଫ୍ ରେ ଏହି ସୋ’ର ପ୍ରିମିୟର ଡିସେମ୍ବର ୭ରେ ପ୍ରସାରିତ ହୋଇଯାଇଛି । ତେବେ ଏହାର ୱିନର୍ କିଏ ହେବ ତାହା ଦେଖିବା ବାକି ରହିଲା ।

ନାଗରିକତ୍ୱ ସଂଶୋଧନ ବିଲକୁ ବିରୋଧ କରି ଚାକିରି ଛାଡ଼ିଲେ ବରିଷ୍ଠ ଆଇପିଏସ ଅଧିକାରୀ

0

ରାଜ୍ୟସଭାରେ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ଗୃହୀତ ହେବା ପରେ ଏହାର ପ୍ରତିବାଦରେ ଚାକିରି ଛାଡ଼ିଛନ୍ତି ମହାରାଷ୍ଟ୍ରର ବରିଷ୍ଠ ଆଇପିଏସ୍ଅଧିକାରୀ ଅବ୍ଦୁର ରହମନ ଏହି ବିଲ୍ବିରୋଧରେ ଖୋଲାଖୋଲି ଭାବେ ବିକ୍ଷୋଭ କରିବା ପାଇଁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି

ସେ କହିଛନ୍ତି, ‘ମୁଁ ବ୍ୟକ୍ତିଗତ କାରଣରୁ ଆଇଜିପି ପାହ୍ୟା ଅଧିକାରୀ ପଦ ଛାଡ଼ିଥିବା ମୋ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛି ତେବେ ମୋ ନିଷ୍ପତ୍ତି ସମ୍ପର୍କରେ ମୁଁ ବିସ୍ତୃତ ଭାବେ ଜଣାଇଛି।’

 

ମୟୂରଭଞ୍ଜରେ ପୁଣି ଲଜ୍ୟା, ସମ୍ପର୍କୀୟ ନାବାଳିକା ଭଉଣୀକୁ ଅସଦାଚରଣ କରି ଭାଇ ଗିରଫ

0

ରାଇରଙ୍ଗପୁର: ମୟୂରଭଞ୍ଜରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ତାର ଭାଇ ଅସଦାଚର କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ପ୍ରେମ ଓ ଭାତୃତ୍ୱ ବନ୍ଧନରେ ବନ୍ଧା ତଥା ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧୁଥିବା ଭଉଣୀକୁ ଛାଡୁ ନାହିଁ ଭାଇ। ଭାଇ ଶବ୍ଦରେ କଳଙ୍କର ଟୀକା ଲଗାଇ ଭଉଣୀକୁ ଅସଦାଚର କରିଛି ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତଗର୍ତ ସାନ ପାଖନା ଗ୍ରାମର  ଯୁବକ ।

ନିଜ ଦାଦାଙ୍କ ନାବାଳିକା ଝିଅଙ୍କୁ ଏକୁଟିଆ ଘରେ ପାଇ ଅସଦାଚରଣ କରିଛି ଭାଇ। ଏମିତି  ସଙ୍ଗୀନ ଅଭିଯୋଗରେ ଭାଇ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ଭାଇ ହେଲା ସାନ ପାଖନା ଗ୍ରାମର ବାପୁନ ଦାସ। ରାଇରଙ୍ଗପୁର ଟାଉନ ପୁଲିସ ଅଭିଯୁକ୍ତ ବାପୁନକୁ  ପୋକ୍ସ ଆକ୍ଟରେ ଗିରଫ କରି ଆଇପିସି ଧାରା ୪୫୧/୨୯୪/୩୨୩/୩୪୧/୩୫୪/୩୫୪(କ)/୫୦୬ ଲଗାଇଛି। ଆସନ୍ତା କାଲି ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାକୁ ଥିବା ଜଣାପଡିଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ, ୧୭ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ

0

ଝାଡଖଣ୍ଡ: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ ଅପରାହ୍ନ 3ଟା ଯାଏଁ ମତଦାନ ହେବ । ତେବେ ରାଞ୍ଚି, ହଟିଆ, କାଙ୍କେ, ରାମଗଡ଼ ଏବଂ ବରକଠା ରେ ସଂଧ୍ୟା ୫ଟା ଯାଏଁ ମତଦାନ ଅନୁଷ୍ଠିତ ହେବ ।

ମଇଦାନ ୩୦୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୨ ମହିଳା ଏବଂ ୯୯ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ୫୬ଲକ୍ଷ ୧୮ ହଜାର ୨ଶହ ୬୭ ମତଦାତା ମତଦାନ ସାବସ୍ତ୍ୟ କରୁଛନ୍ତି । ସେ ମଧ୍ୟରେ  ୨୯ଲକ୍ଷ ୩୭ ହଜାର ୯୭୬ ପୁରୁଷ ଏବଂ ୨୬ ଲକ୍ଷ ୮୦ ହଜାର ୨ଶହ ୫ ମହିଳା ଭୋଟ ଅଛନ୍ତି । ୮୬ ତୃତୀୟ ଲିଙ୍ଗ ଭୋଟ ଥିବା ବେଳେ ୧ଲକ୍ଷ ୪୪ହଜାର ୧୫୩ ନୂଆ ଭୋଟର ଅଛନ୍ତି । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିସିଟିଭି ଏବଂ ଡ୍ରୋନ ନଜରେ ରହିଛି ବୁଥ ।

ଅନ୍ୟପଟେ ଦୁର୍ଗମ ଅଞ୍ଚଳ ଗୁଡିକରେ ପୋଲିଂ ଟିମ ପାଇଁ ହେଲିକପଟରର ବ୍ୟବସ୍ଥା କରାଯାଇଛି । ସମସ୍ତ ଚରଣ ମତଦାନ ଶେଷ ପରେ ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି ।

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ପଇଡ଼ ପାଣି, ମିଳିବ ଏହି ସବୁ ଫାଇଦା

ପଇଡ଼ ପାଣି ଆମ ଶରୀର ପାଇଁ ଖୁବ ଲାଭଦାୟକ । ସକାଳୁ ଉଠି ଖାଲି ପେଟରେ ପଇଡ଼ ପାଣି ପିଇବା ଫଳପ୍ରଦ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋକ ଶକ୍ତି ବଢିବା ସହ ଓଜନ କମ ହୋଇଥାଏ  । ଯଦି ଆପଣ ବ୍ୟାୟାମ କରୁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ପଇଡ ପାଣି ପିଅନ୍ତୁ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଥାଇରଏଡ ହର୍ମୋନକୁ ସନ୍ତୁଳିତ କରିବାରେ ପଇଡ ପାଣି ବହୁତ ଉପକାରୀ ହୋଇଥାଏ ସକାଳେ ପଇଡ଼ ପାଣି ପିଇବା ଦ୍ୱାରା ଥାଇରଏଡ ହର୍ମୋନ ସନ୍ତୁଳିତ ହୋଇଥାଏ କିଡନୀକୁ ସୁସ୍ଥ ରଖିବା ପାଇଁ ପଇଡ଼ ପାଣି ଉତ୍ତମ ଅଟେ କିଡନୀରେ ଷ୍ଟୋନ ହେବାକୁ ମଧ୍ୟ ଦେଇ ଥାଏ

ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ପଇଡ଼ ପାଣି ପିଅନ୍ତୁ । ଏଥିରେ କମ ପରିମାଣରେ କ୍ୟାଲୋରୀ ରହିଛି । ପଇଡ ପାଣି ପିଇବା ଦ୍ୱାରା ଭୋକ କମ ହୋଇଥାଏ । ଏହା ଶରୀରର ଓଜନକୁ କମ କରିଥାଏ ।