spot_img
Home Blog Page 7699

ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ

ବେଳେବେଳେ ଆପଣଙ୍କ ଶରୀରରେ ଏମିତି କିଛି ପରିବର୍ତ୍ତନ ଆସିଥାଏ ଯାହା ଆପଣଙ୍କ ଖରାପ ସ୍ୱାସ୍ଥ୍ୟକୁ ଦର୍ଶାଇଥାଏ । ଯାହା ସାଧାରଣରେ ଆପଣ ଅନୁମାନ କରିପାରିନ୍ତି ନାହିଁ । ତେବେ ଜାଣନ୍ତୁ ଏମିତି କିଛି ସଙ୍କେତ ବିଷୟରେ ଯାହା ଆପଣଙ୍କ ଶରୀର ଆପଣଙ୍କୁ ସୂଚାଇଥାଏ, ଯେତେବେଳେ ଆପଣଙ୍କ ଶରୀର ଖରାପ ଥାଏ ।

୧. ଶୁଖିଲା ଚର୍ମ/ଓଠ-

ଯଦି ଆପଣଙ୍କ ଓଠ ଏବଂ ଚର୍ମ ସବୁବେଳେ ଶୁଖିଲା ରହୁଛି କିମ୍ବା ଫାଟୁଛି ତେବେ ଏହା ଆପଣଙ୍କ ଅସୁସ୍ଥ ଶରୀରର ସଙ୍କେତ । ଶୁଖିଲା ଓଠ ସାଧାରଣତଃ କମ ପାଣି ପିଇବା ଦ୍ୱାରା ହୋଇଥାଏ  କିନ୍ତୁ ଏହା ହାଇପର-ଥାଇରଏଡ ଏବଂ ଡାଇବେଟିକର ମଧ୍ୟ ସଙ୍କେତ ହୋଇଥାଏ । ତେଣୁ ଏହାକୁ ଅଣଦେଥା ନକରି କୁରନ୍ତ ଏହାର ଚିକିତ୍ସା କରାନ୍ତୁ ।

୨. ମୁହଁରେ ଅନାବଶ୍ୟକ ଚୁଟି ରହିବା-

ଯଦି ଆପଣଙ୍କ ଓଠ ଉପରେ, ଥୋଡ଼ିରେ ଏବଂ ଗାଲରେ ଅତିରିକ୍ତ ଚୁଟି ରହିଛି, ତେବେ ଏହା ହରମୋନ ଅସନ୍ତୁଳତା ସଙ୍କେତ । ପୋଲିସିସଟିକ୍ ଓଭାରୀ ସିନଣ୍ଡ୍ରମ ଏକ ହରମୋନ ବିକାଶ  । ଏହା ମହିଳା ମାନଙ୍କ ଶରୀରକୁ ପ୍ରଭାବିତ କରିଥାଏ ।

୩. ଆଖି ତଳ କଳା ପଡ଼ିବା-

ଆଖି ତଳ କଳା ପଡ଼ିବା ବା ଆଖି ସିଝିଯିବା ଭଳି ଦେଖାଗଲେ ଏହା ସାଧାରଣତଃ ରାତି ଅନିଦ୍ରାର ପାଇଁ ହୋଇଥାଏ । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ଏହା କ୍ରୋନିକ ଆଲର୍ଜିର ଲକ୍ଷଣ ମଧ୍ୟ ହୋଇପାରେ । ତେଣୁ ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୪. ଦେହ ହଳଦିଆ ପଡ଼ିଯିବା-

ଯଦି ହଠାତ ଆପଣଙ୍କ ଦେହର ରଙ୍ଗ ହଳଦିଆ ପଡ଼ିଯାଏ ତେବେ ଏହା ଏନାଇମିଆ ( ଦେହରେ ରକ୍ତର ଅଭାବ )ର ଲକ୍ଷଣ । ଦେହରେ ରକ୍ତର ପରିମାଣ କମିଗଲେ ଦେହ ହଳଦିଆ ପଡ଼ିବାକୁ ଲାଗେ । ତେଣୁ ଏପରି ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଡାଙ୍କରଙ୍କ ସହ ପରାମର୍ଶ କରନ୍ତୁ ।

୫. ଦେହ କୁଣ୍ଡେଇ ହେବା-

ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଦେଲେ ଦେହ କୁଣ୍ଡେଇ ଦେବାର ସମ୍ଭାବନା ରହିଛି । ମୁହଁ, ପିଠି, ଗୋଡ଼ ଆଦି କୁଣ୍ଡେଇ ହେଉଥିଲେ Inflammatory Bowel Disease (IBD) ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଯାହା ସିଧାସଖଳ ଆପଣଙ୍କ କୁଣ୍ଡିଆ ରୋଗକୁ ବଢ଼ାଇଥାଏ ।

୬. ଦେହରେ ନୂଆ କଳା ଜାଇ ବାହାରୁ ଥିଲେ-

ଆଜନ୍ମ କଳା ଜାଇ କୌଣସି ଚିନ୍ତାର କାରଣ ହୋଇନଥାଏ, କିନ୍ତୁ ଦେହରେ ଯଦି ନୂଆ କଳା ଯାଇ ବାହାରୁଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସହ ପୂର୍ବରୁ ଥିବା କଳା ଜାଇ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ, ଯେପରି ସେଗୁଡ଼ିକ ଆକାର, ରଙ୍ଗ ଏବଂ ଚାରିପାଖରୁ ରକ୍ତ ନ ବାହାରୁଥାଏ ।    

୭. ଚୁଟି ଝଡ଼ିବା-

ପ୍ରତିଦିନ ମୁଣ୍ଡରୁ ଅଳ୍ପ ବହୁତେ ଚୁଟି ଝଡ଼ିଥାଏ । କିନ୍ତୁ ସେହି ଚୁଟି ଯଜି ଆଖି ପତା ଏବଂ ଆଇବ୍ରୋରୁ ଝଡ଼ିଥାଏ ତେବେ ଏହା ଚିନ୍ତାଜନକ । ଅଧିକ ଷ୍ଟ୍ରେସ୍ ବା ଚିନ୍ତାରେ ରହିଲେ ସାଧାରଣତଃ ଚୁଟି ଝଡ଼ିଥାଏ । Autoimmume Disorder ଏଥିପାଇଁ ଦାୟୀ ହୋଇପାରେ । ଆଲୋପେସିଆ ଆରେଟିଆ  ଏକ ରୋଗ ଯାଗା କାରଣରୁ ମାତ୍ରାଧିକ ଚୁଟି ଝଡ଼ିଥାଏ ।

୮. ଆଖି ଡୋଳା ହଳଦିଆ ଦେଖାଦେବା-

ଶରୀରରେ କୋଲେଷ୍ଟ୍ରୋଲ ଅଧିକ ପରିମାଣରେ ପଢ଼ିଯାଇଥିଲେ ଆଖି ଡୋଲା ହଳଦିଆ ଦେଖାଦେଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଆଖି ଡୋଳା ସାମାନ୍ୟ ହଳିଦିଆ ଦେଖାଦେଇଥାଏ ସେମାନଙ୍କ ଧମନୀ ଧିରେ ଧିରେ କଠିନ ହେବାକୁ ଲାଗିଥାଏ ।

ନାଗରିକତ୍ୱ ସଂଶୋଧନ ବିଲ୍ ୨୦୧୯ ପାସ୍‌: କଳାଦିନ କହିଲେ ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୯ । ବିଲ୍ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୧୦୫ ଭୋଟ୍‌ । ଗତ କାଲି ଲୋକସଭାରେ ପାରିତ ହୋଇଥିଲା ବିଲ୍‌ ।

ଗତ ଲୋକସଭାରେ ବିଲ୍‌ ପାସ୍ ହେବା ପରେ ଆଜି ରାଜ୍ୟସଭାରେ ଆଗତ ହୋଇଥିଲା ନାଗରିକତ୍ୱ ସଂଶୋଧନ ବିଲ୍ ୨୦୧୯ । ମଧ୍ୟାହ୍ନ ୧୨ ଟାରେ ରାଜ୍ୟସଭାରେ ବିଲ୍‌ ଉପସ୍ଥାପାନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା । ଏହା ପରେ ବିଲ୍‌ ଉପରେ ଦୀର୍ଘ ୮ ଘଣ୍ଟା ଧରି ବିତର୍କ ହୋଇଥିଲା ।  ଅପରପକ୍ଷରେ ଗତକାଲି ଲୋକସଭାରେ ବିଲ୍‌କୁ ସମର୍ଥନ କରିଥିବା ଶିବସେନା ଆଜି ରାଜ୍ୟସଭାରେ ନିଜକୁ ଭୋଟିଂ ପ୍ରକ୍ରିୟାରୁ ଦୁରେଇ ରଖିଥିଲା ।

ବିଲ୍ ପାସ୍‌ ନେଇ ହୋଇଥିବା ଭୋଟିଂ ପ୍ରକ୍ରିୟାରେ ମୋଟ ୨୩୦ ଜଣ ସଦସ୍ୟ ଭୋଟିଂ କରିଥିଲେ । ୧୨୫ ଜଣ ବିଲ୍‌ ସପକ୍ଷରେ ଭୋଟ କରିଥିବା ବେଳେ ୧୦୫ ଜଣ ବିଲ୍‌ ବିପକ୍ଷରେ ଭୋଟିଂ କରିଥିଲେ । ଏବେ ସଂସଦର ଉଭୟ ଗୃହରେ ବିଲ୍‌କୁ ମଞ୍ଜରୀ ମିଳିସାରିଛି । ଏହାପରେ ବିଧେୟକକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନେଇ ପଠାଯିବା । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଏହା ଆଇନରେ ପରିଣତ ହେବ ।

ଅମିତ୍ ଶାହା ବିଲ୍ ଆଗତ କରି କହିଛନ୍ତି, ସେ ଗୃହରେ ଐତିହାସିକ ବିଲ୍‌ ଉପସ୍ଥାପନ କରିବାକୁ ଆସିଛନ୍ତି । ଏହି ବିଲ୍‌ରେ ଥିବା ପ୍ରାବଧାନ ଅନୁଯାୟୀ ଲକ୍ଷ ଲକ୍ଷ ଲୋକେ ଉପକୃତ ହେବେ । ଅଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସି ରହୁଥିବା ଅଳ୍ପ ସଂଖ୍ୟକଙ୍କୁ ସେମାନଙ୍କ ଅଧିକାର ମିଳିପାରିବ । ସେମାନଙ୍କୁ ସେମାନଙ୍କ ଦେଶରେ ସମାନତା ଅଧିକାର ନମିଳିଥିବାରୁ ସେମାନେ ଭାରତକୁ ଆସିଛନ୍ତି । ପାକିସ୍ତାନରେ ପୂର୍ବରୁ ୨୦% ଅଳ୍ପ ସଂଖ୍ୟକ ରହୁଥିବା ବେଳେ ଏବେ ୩% ରହିଛନ୍ତି । ଏହି ବିଲ୍‌ ଜରିଆରେ ହିନ୍ଦୁ, ଜେନୖ, ଶିଖ୍‌, ଇସାଇ, ପାରସି ଶରଣାର୍ଥୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ।

ବିଲ୍ ପାସ୍‌ ହୋଇଥିବାରୁ ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କରିବା ସହ ସମର୍ଥନ କରିଥିବା ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦେଶ ପାଇଁ ଲ୍ୟାଣ୍ଡ୍‌ମାର୍କ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହାକୁ ଭାରତୀୟ ସମ୍ୱିଧାନ ଇତିହାସର କଳାଦିନ ବୋଲି କହିଛନ୍ତି ।

 

ନାରୀ ସୁରକ୍ଷା ନେଇ ନୂଆ ଉଦ୍ଭାବନ: ଛୁଇଁଲେ ମାରିବ ୨୨୦ ଭୋଲଟ୍‌ର ଝଟକା

ନୂଆପଡ଼ା: ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକୁ ନେଇ ସମଗ୍ର ଦେଶରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଛି । ଆଉ ଏଭଳି ପରିସ୍ଥିତିରେ ମିହଳାଙ୍କ ସୁରକ୍ଷା ପୋଲସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଝିଅ ହେଉ ବା ମହିଳା କେହିଁ ଘରୁ ଏକାକୀ ବାହାରିବା ସୁରକ୍ଷିତ ମଣୁନାହାନ୍ତି । ଘର ବାହାରେ ଥିବା ଝିଅର ଫେରିବା ବାଟକୁ ଚାହିଁ ରହିଥାଉଛନ୍ତି ବାପା ମା’ । ଏଭଳି ସମୟରେ ନାରୀଙ୍କ ସୁରକ୍ଷା କବଚ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ କଲେଜ ଛାତ୍ର ।

ନାରୀ ସୁରକ୍ଷା ପାଇଁ କରିଛନ୍ତି ନୂଆ ଉଦ୍ଭାବନ । ତିଆରି କରିଛନ୍ତି ସୁରକ୍ଷା କବଚ୍‌ । ଏହି ବ୍ୟାଣ୍ଡକୁ ପିନ୍ଧିଥିବା ଯେ କୌଣସି ଝଅ କିମ୍ୱା ମହିଳା ବଟନ୍‌ ଚିପିଲେ ଆକ୍ରମଣକାରୀଙ୍କ ଲାଗିବ ୨୨୦ ଭୋଲଟ୍‌ର ଝଟକା । ଏହା ଦ୍ୱାରା ନିଜ ସୁରକ୍ଷା ନିଜେ କରିପାରିବେ ବୋଲି କହିଛନ୍ତି ବ୍ୟାଣ୍ଡ୍‌ ତିଆାରି କରିଥିବା ଛାତ୍ର ଲଛମନ୍‌ ଦୁଣ୍ଡି ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଥିବା ଲୋକଦୃଷ୍ଟି କଲେଜ ପଦାର୍ଥ ବିଜ୍ଞାନର ଛାତ୍ର ଲଛମନ୍‌ ପୂର୍ବରୁ ଅଚଳ ୫୦୦ ଟଙ୍କିଆ ନୋଟରୁ ବିଦ୍ୟୁତ ଉତ୍ପର୍ଣ୍ଣ କରି ବଲପ୍‌ ଜଳାଇବା ପରେ ଚର୍ଚ୍ଚାକୁ ଆସିଥିଲେ । ଏବେ ନାରୀଙ୍କ ସୁରକ୍ଷାକୁ ନେଇ ଏକ କବଚ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ନାରୀଙ୍କ ପାଇଁ ଏପରି ସୁରକ୍ଷା କବଚ ତିଆରି କରିଥିବା ଛାତ୍ର ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ଏହାକୁ ପ୍ରଦର୍ଶନ କରିବା ସହ ଏହାର ବ୍ୟବହାର ସମ୍ପର୍କରେ ବୁଝାଉଛନ୍ତି । ଲଛ୍‌ମନ୍‌ ଏପରି ଉଦ୍ୟମକୁ ନେଇ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

ନାଗରିକତା ବିଲକୁ ଉତ୍ତର ପୂର୍ବରେ ଜୋରଦାର ବିରୋଧ, ବିଭିନ୍ନ ସ୍ଥାନରେ କର୍ଫ୍ୟୁ ମୁତୟନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲକୁ ନେଇ ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଛି । ବିଶେଷ କରି ଉତ୍ତରପୂର୍ବ ରାଜ୍ୟ ଗୁଡ଼ିକରେ ହିଂସା ଅଧିକ ହୋଇଛି । ଗୌହାଟୀର ୧୦ଟି ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଖୁବ୍ ଜୋର ହୋଇଛି । କେଉଁଠି ଛାତ୍ରଛାତ୍ରୀ ବିଲକୁ ବିରୋଧ କରି ହାତ କାଟିଛନ୍ତି ତ ଆଉ କେଉଁଠି ପୋଡ଼ାଜଳା, ଭଙ୍ଗାରୁଜା ହୋଇଛି ।

ଗୌହାଟୀକୁ ୨ କଂପାନୀ ଫୋର୍ସ ପଠାଯାଇଛି ।  ଆଜି ଗୌହାଟୀରେ ମୁଖ୍ୟମନ୍ତ୍ରୀଙ୍କୁ ଏୟାରପୋର୍ଟ ଯିବାବେଳେ ହଟହଟ୍ଟା ହେବାକୁ ପଡ଼ିଛି । ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ପାଣିମାଡ଼ କରାଯାଇଛି । ଗୌହାଟୀର ୧୨ ଜିଲ୍ଲାରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ସାମୟିକ ପାଇଁ ବନ୍ଦ ରଖାଯାଇଛି ।

ଏପଟେ ରାଜ୍ୟସଭାରେ ବିଲକୁ ନେଇ ଜୋରଦାର ଆଲୋଚନା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ପ୍ରସଙ୍ଗରେ ଆଲୋଚନା କରି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ।

 

ମିଶନ୍ ଶକ୍ତି ମେଳାରୁ କଣ କିଣିଲେ ମୁଖ୍ୟମନ୍ତ୍ରୀ ? ପଢ଼ନ୍ତୁ…

ଭୁବନେଶ୍ୱର : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ମିଶନ ଶକ୍ତି ମେଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା କରିବା ସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ‘ମଲଟି କାଫେ’, ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ଢୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶ ଜାତ ଦ୍ରବ୍ୟ, ଖାଦ୍ୟ ଓ ମସଲା ସାମଗ୍ରୀର ପ୍ରଶଂସା ମଧ୍ୟ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସବାଇ ଘାସର ବ୍ୟାଗକୁ ୨୫୦ ଟଙ୍କାରେ କିଣିଥିଲେ । ଏକ ଅଳଙ୍କାର ବାକ୍ସ ମଧ୍ୟ ୨୫୦ ଟଙ୍କା ଦେଇ କିଣିଥିଲେ ମୁଖ୍ୟମନ୍ତ୍ରୀ । ମେଳାକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମାନେ ଉପହାର ସ୍ୱରୂପ ମସଲା ପ୍ରଦାନ କରିଥିଲେ । ବ୍ୟାଗ୍ କିଣିବା ପରେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଖାତାରେ ଏକ୍ସଲେଣ୍ଟ ଲେଖିଥିଲେ ।

ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ଦିଗରେ ମହିଳା ଗୋଷ୍ଠିଙ୍କର ସାମୁହିକ ଅବଦାନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ବାର୍ଷିକ 0% ସୁଧରେ ରାଜ୍ୟ ସରକାର ମିଶନ ଶକ୍ତି ୠଣ ପ୍ରଦାନ କରୁଥିବାରୁ, ଏ ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଧନ୍ୟବାଦ ଦେଇଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ବିଭାଗୀୟ ସଚିବ ଅନୁ ଗର୍ଗ, ମିଶନ ଶକ୍ତି କମିଶନର/ନିର୍ଦ୍ଦେଶିକା ସୁଜାତା.ଆର କାର୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଦର୍ଶନୀ ପଡିଆରେ ଡିସେମ୍ବର ୫ରୁ ଆରମ୍ଭ ହୋଇଥିବା ମେଳା ଆସନ୍ତା ୧୬ରେ ଉଦଯାପନ ହେବ । ୨୦୨ ଷ୍ଟଲ ମାଧ୍ୟମରେ ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଏବଂ ଅଣ କୃଷି ଜାତୀୟ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଏହାବ୍ୟତୀତ ୧୨ଟି ଷ୍ଟଲରେ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଛି । ଅଦ୍ୟାବଧି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ୨.୩ କୋଟି ଟଙ୍କାର ସାମଗ୍ରୀ ବିକ୍ରୀ ହୋଇସାରିଥିବା ସୂଚନା ଦେଇଛନ୍ତି ମିଶନ ଶକ୍ତି ଅଧିକାରୀ ।

ମିଜୋରାମରେ ଜଣେ ମା’ର କର୍ତ୍ତବ୍ୟ ଓ ଦାୟିତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା

0

ସେ ମା । ସର୍ବଂସହା । ପିଲା ପାଇଁ ତା ପଣତ ତଳେ ଯେତିକି ଭଲପାଇବା ସେତିକି ସ୍ନେହ, ପ୍ରେମ ଓ କର୍ତ୍ତବ୍ୟର ଭରପୁର ବୋଝ । ସେ କର୍ତ୍ତବ୍ୟ କରେ, ଆକଟ କରେ, ଭବିଷ୍ୟତ ପାଇଁ ରାସ୍ତା ଦେଖାଏ । ସବୁ ବିପଦ ଆପଦରେ ଥାଇ ମଧ୍ୟ ନିଜ ଛୁଆଙ୍କୁ ସୁରକ୍ଷିତ ରଖିଥାଏ ।


ମିଜୋରାମରେ ଜଣେ ମାଆଙ୍କର କାହାଣୀ ଆଜି ସାରା ଦେଶରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି । ମିଜୋରାମ୍ ତୁଉକୁମ୍ ଭଲ୍ଲିବଲ୍ ଟିମର ସଦସ୍ୟ ହେଉଛନ୍ତି ଲାଲଭେନଲିଙ୍ଗ । ସେ ମ୍ୟାଚ୍ ଖେଳିବାକୁ ତାଙ୍କ ସହ ତାଙ୍କର ୭ ମାସର ପିଲାକୁ ନେଇ ଆସିଥିଲେ । ମ୍ୟାଚ୍ ଚାଲିଥିବା ବେଳେ ଛୁଆଟି କାନ୍ଦିବାରୁ ସେ ବ୍ରେକ୍ ନେଇ ତାକୁ ଖୀର ଦେବା ପାଇଁ ବାହାରକୁ ଆସିଲେ । ଚେୟାରରେ ବସି ୭ ମାସର ପିଲାକୁ ଖୀର ଦେଇଥିଲେ ଲାଲଭେନଲିଙ୍ଗ ।


ଏହି ସମୟରେ ଲାଲଭେନଲିଙ୍ଗଙ୍କର ଏକ ଫଟୋକୁ ଉଠାଇଥିଲେ ନିଙ୍ଗଲୁନ୍ ହଙ୍ଗାଲ୍ ନାମକ ଜଣେ ଦର୍ଶକ । ଏ ଫଟୋକୁ ସେ ଫେସବୁକରେ ସେୟାର କରିବା ପରେ ଲକ୍ଷାଧିକ ଲୋକ କମେଣ୍ଟ କରିଥିଲେ । ସମସ୍ତେ ଲାଲଭେନଲିଙ୍ଗଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଦୁଇଟି ଦାୟିତ୍ୱକୁ କିଭଳି ସତର୍କତାର ସହ ନିଭାଇବାକୁ ପଡ଼େ ତାହା ଲାଲଭେନଲିଙ୍ଗଙ୍କ ଠାରୁ ଶିଖିବାର ଅଛି ବୋଲି କେହି କେହି ଲେଖିଥିଲେ । ତେବେ ଏ ଫଟୋ ଭାଇରାଲ୍ ହେବା ପରେ ମିଜୋରାମର କ୍ରୀଡାମନ୍ତ୍ରୀ ରୋବର୍ଟ ରୋମାନିଆ ରାଏଟ୍ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ସମସ୍ତେ ଲାଲଭେନଲିଙ୍ଗଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କ ମାତୃତ୍ୱକୁ ସଲାମ୍ କରିଥିଲେ ।

ପାଣିରେ ବୁଡ଼ି ରହିଛି ଖେତ, ଖାଦ୍ୟଶସ୍ୟ ବାଣ୍ଟିଲେ ଆନ୍ଧ୍ର ବାସିନ୍ଦା

0

ଚିତ୍ରକୋଣ୍ଡା: ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତ ସ୍ୱାଭିମାନ ଅଞ୍ଚଳ ବାସୀ । ବାଲିମେଳା ଜଳ ଭଣ୍ଡାରରେ ଅଧିକ ଜଳ ରହିଥିବାରୁ ବୁଡ଼ି ରହିଛି ଚାଷ ଜମି । ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉନାହାନ୍ତି ସବୁବେଳେ ଅବହେଳା କରି ଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।  ଏହାକୁ ବିରୋଧ କରି ‘ବିଛିନ୍ନାଞ୍ଚଳ ଜନ ବିକାଶ ମଞ୍ଚ’ ପକ୍ଷରୁ ୬ ଟି ପଞ୍ଚାୟତର ପ୍ରାୟ ୧୦୦୦ରୁ ଅଧିକ ଆଦିବାସୀ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ ।

ଅପରପକ୍ଷରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଅଧୀନରେ ଯାଉଥିବା କିଛି ପଞ୍ଚାୟତର ବାସିନ୍ଦା ସାହାଯ୍ୟର ହାତ ବଢ଼ାଇଛନ୍ତି । ଧାନ, ମାଣ୍ଡିଆ, ସୁଆଁ ଭଳି ରବି ଜାତୀୟ ଫସଲ ନିଜେ ଖେତରେ ଚାଷ କରି ଆଣି ଗରିବ ଆଦିବାସୀ ଲୋକଙ୍କୁ ବିନା ଅର୍ଥରେ ଦେଇଥାନ୍ତି । ସେଥିପାଇଁ ବିଛିନ୍ନାଞ୍ଚଳ ବସିନ୍ଦା ସ୍ଥିର କରିଛନ୍ତି, ଯଦି ଆଗାମୀ ଦିନରେ ପ୍ରଶାସନ ଏହି ସମସ୍ୟା ସମାଧାନ ନକରନ୍ତି ତେବେ ପଡ଼ୋଶୀ ଆନ୍ଧ୍ର ସାମିଲ ହେବେ ।

ଦୀର୍ଘ ବର୍ଷ ଧରି ବିଛିନ୍ନାଞ୍ଚଳ ବାସିନ୍ଦା ଆନ୍ଧ୍ର ଲୋକଙ୍କ ସହାୟତାରେ ଜୀବନ ଯାପନ କରୁଛନ୍ତି । ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ ଆଜି ଆନ୍ଧ୍ର ନିଜର କାୟା ବିସ୍ତାର କରିଚାଲିଛି ଓଡିଶା ଉପରେ। ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଏହି ବିଛିନ୍ନାଞ୍ଚଳ ମାଲକାନଗିରି ଜିଲ୍ଲା ମାନଚିତ୍ରରୁ ହଟି ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ସହ ଯୋଡ଼ିହୋଇଯିବ ବୋଲି ଚର୍ଚ୍ଚା ହେଉଛି ।

ଆଜିର ରାଶିଫଳ (୧୨.୧୨.୨୦୧୯) ଗୁରୁବାର

ଆଜିର ପଞ୍ଚାଙ୍ଗ (୧୨.୧୨.୨୦୧୯) ଗୁରୁବାର

ଆଜି ୨୦୧୯ ମସିହା ଡିସେମ୍ବର ୧୨ ତାରିଖ, ମାର୍ଗଶିର ଶୁକ୍ଳପକ୍ଷ, ସୌରମାସ ଦି୨୬ନ ଗୁରୁବାର, ପୂର୍ଣ୍ଣିମା ତିଥି ଦିବା ୧୦/୪୨ ଗତେ ପ୍ରତିପଦା, ରୋହିଣୀ ନକ୍ଷତ୍ର ପ୍ରାତଃ ୬/୨୧ ଗତେ ମୃଗଶିସ, ବୃଷଚନ୍ଦ୍ର ସନ୍ଧ୍ୟା ୬/୨୨ ଗତେ ମିଥୁନ, ସାନ୍ଧ୍ୟଯୋଗ, ବବକରଣ ।

ଘାତବାର- ତୁଳା, କୁମ୍ଭ ରାଶିର

ଘାତଚନ୍ଦ୍ର- ବିଛା ରାଶିର

ରାହୁକାଳ- ଦିବା ୧/୦୧ମି.ରୁ ୨/୨୨ମି.

କାଳବେଳା- ଦିବା ୨/୨୨ମି.ରୁ ୩/୩୪ମି.

ଶୁଭବେଳା- ପ୍ରାତଃ ୬/୧୬ମି.ରୁ ପ୍ରାତଃ ୭/୪୨ମି.

ପର୍ବପର୍ବାଣୀ- ପଣ୍ଡୁ ପୂର୍ଣ୍ଣିମା, ମାଣବସା ଗୁରୁବାର(ଶେଷ ପାଳି), ଗୁରୁ ପୂର୍ଣ୍ଣିମା ବ୍ରତ

ଆଜିର ରାଶିଫଳ

ମେଷ ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।

 

ବୃଷ ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ଗୃହକୁ ବନ୍ଧୁଙ୍କର ଆଗମନ ହେବ । କର୍ମକ୍ଷେତ୍ରରେ ସଫଳ ହେବେ । ଲାଗିରହିଥିବା ବିବାଦୀୟ ପରିସ୍ଥିତିର ସମାଧାନ ହେବ ।

 

ମିଥୁନ– ଶାରିରୀକ ଅସୁସ୍ଥତା କାରଣରୁ ବିବ୍ରତ ରହିବେ । ଆୟଠାରୁ ବ୍ୟୟର ମାତ୍ରା ଅଧିକ ହେବ । ଅନ୍ତରର କଥା ଚାପିରଖି ଦୁଖ ପାଇବେ । ପାରିବାରିକ ଜୀବନ ଅଶାନ୍ତ ରହିବ ।

 

କର୍କଟ– ଉଚିତ ସମୟରେ ଉପଯୁକ୍ତ ନିଷ୍ପତି ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

 

ସିଂହ ସାମାନ୍ୟତମ ଭାବରେ ସାନସିକ ସ୍ଥିତି ଅସ୍ଥିର ରହିପାରେ । ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହୋଇପାରେ । ପାରିବାରିକ ଜୀବନ ଭଲରେ କଟିବ ।

 

କନ୍ୟା– କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ହସ ଖୁସିରେ ସମୟ ଅତିବାହିତ ହେବ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବିରାଜମାନ ହେବ ।

 

ତୁଳା ମାନସିକ ଉଦାସୀନ ମଧ୍ୟରେ ଗତି କରିବେ । ଚିଡ୍ ଚିଡା ସ୍ୱଭାବ ଯୋଗୁଁ ସମ୍ପର୍କରେ ଅନ୍ତରାୟ ସୃଷ୍ଟି ହେବ । ଅଯଥା ଭ୍ରମଣ ଓ ଅଯଥା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ପାରିବାରିକ ଜୀବନ ବିଷାଦପୂର୍ଣ୍ଣ ରହିବ ।

 

ବିଛା ଘାତଚନ୍ଦ୍ର ଯୋଗୁଁ ମାନସିକ ସ୍ଥିତି ଅସ୍ଥିର ରହିବ । ଆୟ ଅପେକ୍ଷା ବ୍ୟୟର ମାତ୍ରା ବୃଦ୍ଧି ପାଇବ । ମଧ୍ୟାହ୍ନ ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପାରିବାରିକ ଜୀବନ ସୁଖମୟ ହେବ ।

 

ଧନୁ ଆଜି ଆପଣଙ୍କର ଅର୍ଥପ୍ରାପ୍ତି ଯୋଗ ରହୁଛି । ଦେବଦର୍ଶନ ଓ ତୀର୍ଥଭ୍ରମଣ କରିପାରନ୍ତି । ମାନସିକ ସ୍ଥରରେ ଯଶଖ୍ୟାତି ସମ୍ପନ୍ନ ହେବ । ପାରିବାରିକ ସୁଖ ଶାନ୍ତି ଅତିବାହିତ ହେବ ।

 

ମକର ଭବିଷ୍ୟତ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରିବେ । କୌଣସି ବ୍ରାହ୍ମଣ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତି ହେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ସନ୍ତାନ ସନ୍ତତିଙ୍କ କାର୍ଯ୍ୟକୁ ନେଇ ଗର୍ବିତ ହେବେ ।

 

କୁମ୍ଭ ମାନସିକ ଅସ୍ଥିରତା ମଧ୍ୟରେ ଗତି କରିବେ । ଦାମ୍ପତ୍ୟ ଜୀବନ ବିଷାଦପୂର୍ଣ୍ଣ ରହିବ । ଭାତ୍ରୁ ବିବାଦ ଦେଖାଦେଇପାରେ । ଆୟ ଠାରୁ ବ୍ୟୟର ମାତ୍ରା ବୃଦ୍ଧି ପାଇବ ।

 

ମୀନ ଲକ୍ଷ୍ମୀପ୍ରାପ୍ତି ଯୋଗ ରହୁଛି । ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଠିତ ହୋଇପାରେ । ପୂରାତନ ବକେୟା ଋଣ ପରିଶୋଧ କରିବେ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

 

 

ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ

ଯୋଗଯୋଗ- ୯୮୬୧୨୭୧୫୫୭

ମହାକାଶ ବିଜ୍ଞାନରେ ଭାରତର ଆଉ ଏକ ସଫଳତା, ଉତକ୍ଷେପିତ ହେଲା ରିସାଟ୍-2BR1 ଉପଗ୍ରହ

ଶ୍ରୀହରିକୋଟା : ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଇତିହାସ ଚରିଛି ଭାରତ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ମହାକାଶ ଗବେଷଣା କେନ୍ଦ୍ରରୁ ମହାକାଶରୁ ସଫଳତାର ସହ ଉତକ୍ଷେପିତ ହୋଇଛି ରିସାଟ୍-2BR1 । ଇସ୍ରୋ ଦ୍ୱାରା ପ୍ରସ୍ତୁତ ଏହି ଉପଗ୍ରହ ସହ ୯ଟି ବିଦେଶୀ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଯାଇଛି । PSLV-C48 ରକେଟ୍ ମାଧ୍ୟମରେ ଅପରାହ୍ନ ୩ଟା ୨୫ରେ ଏହାକୁ ପ୍ରେରଣ କରାଯାଇଥିଲା । ପୁରା ପ୍ରକ୍ରିୟା ୨୧ ମିନିଟ ମଧ୍ୟରେ ସମାପ୍ତ ହୋଇଥିଲା ।


ରାଡାର ଇମେଜିଙ୍ଗ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ ରିସାଟ-2BR1କୁ ପିଏସଏଲଭି-C48 ରକେଟ ଉତକ୍ଷେପଣ କରିବାର ୧୬ ମିନିଟ୍ ପରେ ଏବଂ ପୃଥିବୀଠାରୁ ୫୭୬ କିମି ଉର୍ଦ୍ଧ୍ୱରେ ଥିବା କକ୍ଷପଥରେ ଅବସ୍ଥାପିତ କରିଛି । ଏହା ପିଏସଏଲଭିର ୫୦ ତମ ଉତକ୍ଷେପଣ ଭାବେ ରେକର୍ଡ କରିଛି ।

ଏହି ଉପଗ୍ରହ ସାହାଯ୍ୟରେ ବିଶେଷକରି ସାମରିକ କାର୍ଯ୍ୟକଳାପ, କୃଷି ଓ ବିପର୍ଯ୍ୟୟ ମୁକାବିଲା ପ୍ରଭୃତିକୁ ସହଜରେ ଉପଲବ୍ଧ କରାଯାଇପାରିବ । ୬୨୮ କେଜିର ଏହି ଉପଗ୍ରହ ସହ ଅନ୍ୟ ୯ଟି କର୍ମସିଆଲ ସାଟେଲାଇଟକୁ ଅନ୍ତରୀକ୍ଷକୁ ପଠାଯିବ । ଏଥିରେ ଇସ୍ରାଏଲ, ଇଟାଲି, ଜାପାନର ଗୋଟିଏ ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ଅଛି ।

ସଫଳତାର ସହ ୯ଟି ଉପଗ୍ରହକୁ ମହାକାଶକୁ ଛଡ଼ାଯିବା ପରେ ଇସ୍ରୋ ମୁଖ୍ୟ ଡକ୍ଟର କେ. ଶିଭନଙ୍କୁ ସବୁ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସମସ୍ତେ ଭାରତୀୟ ବୈଜ୍ଞାନିକ ଓ ଗବେଷକଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ।