spot_img
Home Blog Page 7716

ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ,୨୦ଟି ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ

ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୦ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି  । ୨୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ୪୮ଲକ୍ଷ ମତଦାତା କରୁଛନ୍ତି ମତଦାନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ରଘୁବର ଦାସ ବାଚସ୍ପତି ଡ. ଦିନେଶ ଓରାଓନ୍‌ଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହେବାକୁ ଯାଉଛି ।

ଅନ୍ୟପଟେ ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ଦିନ ୩ଟା ଯାଏଁ ମତଦାନ ଚାଲିବ । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି । ଅଧିକ ସଂଖ୍ୟାରେ ମତଦାନ କରିବାପାଇଁ ଟ୍ୱିଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ଡିସେମ୍ବର ୮ରେ ଆସିବ ଫଳାଫଳ ।

ବିଜୟ ଦେଲା ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ

0

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ଭାରତ ହାସଲ କରିନେଇଛି । ୩ ଟିକିଆ ଟି-ଟ୍ୱେଣ୍ଟି ଶୃଙ୍ଖଳାରେ ୬ ୱିକେଟ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଟସ୍‌ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ରନ ବର୍ଷା କରିଥିଲା ଇଣ୍ଡିଜ ଦଳ ।

କିନ୍ତୁ ବିରାଟ କୋହଲିଙ୍କ ଅପରାଜିତ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଆଗରେ ଫିକା ପଡ଼ିଥିଲା ବିଶାଳ ୨୦୭ ରନ୍‌ ସ୍କୋର । ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୪ରନ୍‌ ବଳରେ ଭାରତ-ୱେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୦୮ ରନ୍‌ର ବିଶାଳ ଲକ୍ଷ୍ୟକୁ ୧୮.୪ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୭ ରନ୍‌ କରିଥିଲା ଭ୍ରମଣକାରୀ ଦଳ । ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳରେ ୧-୦ରେ ଅଗ୍ରଣୀ ହାସଲ କରିଛି । ରବିବାର କେରଳରେ ଖେଳାଯିବ ସିରିଜର ଦ୍ୱିତୀୟ ମ୍ୟାଚ ।

ମେଡିକାଲ ବେଡରେ କଣ କହିଥିଲେ ଉନ୍ନାଓ ପୀଡ଼ିତା…

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଶୁକ୍ରବାର ରାତି ପ୍ରାୟ ୧୧ଟା ୪୦ରେ ଆଖି ବୁଜିଛନ୍ତି । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବା ଅବସ୍ଥାରେ ଗୁରୁବାର ରାତିରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁବାର ସକାଳେ ହିଁ ୨ ଦୁଷ୍କର୍ମ ଅଭିଯୁକ୍ତ ଅନ୍ୟ ୩ ଜଣଙ୍କ ସହ ମିଶି ତାଙ୍କୁ ଜାଳି ଦେଇଥିଲେ ।

ଦୋଷୀ ଫାଶୀ ପାଇବା ଦେଖିବାକୁ ଶେଷ ଇଚ୍ଛା ରଖିଥିଲେ ଉନ୍ନାଓ ପୀଡ଼ିତା । କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଶେଷ ଇଚ୍ଛା ସହିତ ତାଙ୍କ ଜୀବନ ବିସବୁଦିନ ପାଇଁ ଶେଷ ହୋଇଯାଇଛି । ୪୦ ଘଣ୍ଟା ଧରି ମୃତ୍ୟୁ ସହ ସଂଗ୍ରାମ ପରେ ସେ ହାରି ଯାଇଛନ୍ତି ।ତେବେ, ମୃତ୍ୟୁ ପୂର୍ବରୁ ମେଡିକାଲ ବେଡରେ ସେ ଭାଇଙ୍କୁ କୋହଭରା କଣ୍ଠରେ କହିଥିଲେ ‘ମୁଁ ବଞ୍ଚିବାକୁ ଚାହେଁ’ । କିନ୍ତୁ ତାଙ୍କ ଆଶା ସବୁ ମିଳାଇ ଯାଇଛି । ନ୍ୟାୟ ପାଇବା ପୂର୍ବରୁ ସେ ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଅଧାରେ ରହିଯାଇଛି ଶେଷ ଆଶା ।

https://nandighoshatv.comunnao-rape-victim-died-in-delhi-hospital/

ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ: ଯନ୍ତ୍ରଣା ଜୁଇରେ ଜଳିଥିଲେ । ଜାଳିଦେବା ପରେ ମେଡିକାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିଲେ । ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲେ ବି ଛାଡ଼ି ନଥିଲେ ବଞ୍ଚିବାର ଆଶା । ୪୦ ଘଣ୍ଟାର କସରତ ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀସ୍ଥିତ ସଫଦରଜଙ୍ଗ ମେଡିକାଲରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି ।ରାତି ପ୍ରାୟ ୧୧ଟା ୪୦ରେ ଡାକ୍ତରୀ ଦଳର ପ୍ରଚେଷ୍ଟା ସତ୍ତ୍ୱେ ହାରି ଯାଇଛନ୍ତି ସେ । ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ, ପୀଡ଼ିତା ମୃତ୍ୟୁ ପୂର୍ବରୁ ଭାଇକୁ କହିଥିଲେ ‘ମୁଁ ବଞ୍ଚିବାକୁ ଚାହେଁ’ । ଏଥିସହ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡଦେବାକୁ ପୀଡ଼ିତା ଭାଇଙ୍କୁ କହିଥିଲେ ।

ଗୁରୁବାର ଦିନ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ୨ ଦୁଷ୍କର୍ମ ଅଭିଯୁକ୍ତ ସହ ୫ ଜଣ ଜାଳି ଦେଇଥିଲେ । ନିଆଁ ଲାଗିବା ପରେ ପ୍ରାୟ ୧ କିଲୋମିଟର ଚାଲି ଚାଲି ବଞ୍ଚିବା ପାଇଁ ଗୁହାରି କରିଥିଲେ ପୀଡ଼ିତା ଜଣଙ୍କ । ଏପରିକି ସେ ନିଜେ ୧୧୨ ନମ୍ବରକୁ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଗତ ୫ ତାରିଖରେ ଉତ୍ତରପ୍ରଦେଶ ବିହାର ଅଞ୍ଚଳରେ ପୀଡ଼ିତାଙ୍କୁ ଦୁଷ୍କର୍ମକାରୀ ଜାଳି ଦେଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଇ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।