ଆପଣ ଦିନକୁ କେତେ ସମୟ ଫୋନ୍ରେ କଥା ହେଉଛନ୍ତି?
ଆପଣ ଦିନକୁ ପାଖାପାଖି ୨୦୦ ଏମ୍ବି ବା କମ୍ ଡାଟା ବ୍ୟବହାର କରୁଛନ୍ତି କି ?
ଯଦି ଏସବୁର ଉତ୍ତର ହଁ, ତେବେ ଅଯଥାରେ ମୋବାଇଲ୍ ଅପରେଟର କମ୍ପାନୀଙ୍କୁ ପୋଷିବା ଦରକାର ନାହିଁ । ୫୦ ଟଙ୍କାରୁ ବି କମ୍ରେ ଆପଣ ଆପଣଙ୍କ ମୋବାଇଲ ରିଚାର୍ଜ କରି ନିଜର ଆବଶ୍ୟକତା ପୂରଣ କରିପାରିବେ । ଆଉବାକି ପଇସା ଅନ୍ୟ ଜରୁରୀ କାମରେ ବ୍ୟବହାର କରିପାରିବେ ବା ସଞ୍ଚୟ କରିପାରିବେ ।
ବିଏସଏନଏଲ ଆପଣଙ୍କ ପାଇଁ ଆଣି ଦେଇଛି ଦୁଇଟି ବଢ଼ିଆ ଅଫର । ଗୋଟିଏରେ ଆପଣ ୩୬ ଟଙ୍କା ରିଚାର୍ଜ କରି ୧୦୦୦୦ ସେକେଣ୍ଡ ଫ୍ରି କଲ୍ ପାଇପାରିବେ । ଦଶ ହଜାର ସେକେଣ୍ଡ ଅର୍ଥାତ୍ ୧୬୬ ମିନିଟ୍ ମାନେ ଅଢ଼େଇ ଘଣ୍ଟାରୁ ଅଧିକ ଟକ୍ ଟାଇମ୍ । ଏହାର ବୈଧତା ହେଉଛି ୩୦ ଦିନ । ତା’ ଛଡ଼ା ଆପଣଙ୍କୁ ଦିନକୁ ୨୦୦ ଏମବି ଡାଟା ମିଳିବ । ଆପଣ ଯଦି ଅଧିକ ଭିଡିଓ ଡାଉନଲୋଡ୍ କରୁନାହାନ୍ତି ବା ଡାଟା ବ୍ୟବହାର କରୁ ନାହାନ୍ତି, ତେବେ ୨୦୦ ଏମ୍ବି ଡାଟା ଆପଣଙ୍କ ପାଇଁ ଯଥେଷ୍ଟ । ଯଦି ଡାଟା ସରିଗଲା ତେବେ ଆପଣ ୩୦ ଟି ଫ୍ରି ଏସଏମଏସ୍ କରିପାରିବେ । ଏବେ କୁହନ୍ତୁ ଅଫରଟି କେମିତି ଲାଗୁଛି ।
ଆଉ ଏକ ବଢ଼ିଆ ପ୍ଲାନ୍ ହେଉଛି ୭୨ ଟଙ୍କା ରିଚାର୍ଜ । ଏଥିରେ ୨୦୦୦୦ ସେକେଣ୍ଡ ଫ୍ରି କଲ୍, ୭୨ ଦିନ ପାଇଁ ଦିନକୁ ୨୦୦ ଏମବି ଡାଟା ଏବଂ ୭୨ଟି ମେସେଜ ପାଇପାରିବେ ।
ସବୁଠୁ ବଡ଼ କଥା ହେଲା ୧୬୬ ମିନିଟ୍ ରୁ ଯଦି ଆପଣ କମ କଥା ହେଉଛନ୍ତି ତେବେ ଅନ୍ୟ ପ୍ଲାନ ଭଳି ଏହା ବ୍ୟର୍ଥ ନ ହୋଇ ବଳକା ମିନିଟ ସବୁ ଆପଣଙ୍କ ଆଗାମୀ ରିଜାର୍ଜ ପରେ ଯୋଡ଼ି ହେଇଯିବ । ଜିଓ ବା ଅନ୍ୟ ଅପରେଟର ଭଳି ତାହା ବିଲକୁଲ ଏକ୍ସପାରି ହେବ ନାହିଁ ।
ଦେଶର ବିଶିଷ୍ଟ ଟେଲିକମ୍ କମ୍ପାନୀର ଘୋଷଣା ପରେ ଏବେ ନୂଆ ଟ୍ୟାରିଫ ଅନୁଯାୟୀ କମ୍ପାନୀ କଲ୍ ଏବଂ ଡାଟା ପ୍ଲାନର ଦର ବଢ଼ାଇଛନ୍ତି । ଟେଲିକମ୍ ସେକ୍ଟରରେ ହେଉଥିବା କ୍ଷତିକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି ଆପଣଙ୍କ ପକେଟ ଉପରେ ଭାରି ପଡ଼ିପାରେ । ଚଢ଼ା ଦର ଦେଇ ଆପଣ ଯଦି ରିଚାର୍ଜ କରିବାକୁ ଚାହୁଁନାହାନ୍ତି ତେବେ ଏହି ପ୍ଲାନ ଦ୍ୱାରା ଆପଣ ଲାଭବାନ ହୋଇପାରିବେ ।
ଅନ୍ୟ ପକ୍ଷରେ ବିଏସଏନଏଲ ନିଜ ସେବାରେ ଏବେ ସୁଧାର ଆଣିଛି । ଲୋକଙ୍କ ପାଇଁ ଭଲ ଅଫର ସହ ସ୍ପିଡ୍ ଇଣ୍ଟରନେଟ ମଧ୍ୟ ଯୋଗାଇ ଦେଉଛି ବିଏସଏନଏଲ ।
ଜିଓଠୁ ବି ଭଲ
ଏହି ଦୁଇଟି ବିଏସ୍ଏନ୍ଏଲ୍ ପ୍ୟାକ୍ ତୁଳନାତ୍ମକ ଭାବେ ଜିଓଠୁ ବି ଭଲ । ଜିଓରେ ଆପଣଙ୍କୁ ମାସକୁ ଅତି କମ୍ରେ ୧୦୮ ଟଙ୍କା ( ୯୮ ଟଙ୍କା ଓ ୧୦ ଟଙ୍କା ଆୟୁସି) ରିଜାର୍ଜ କରିବାକୁ ପଡ଼ିବ । ଜିଓରେ ଆପଣ କେବଳ ଜିଓକୁ ଫ୍ରି କଲ ପାଉଥିବା ବେଳେ ବିଏସ୍ଏନ୍ଏଲ୍ର ୧୬୬ ମିନିଟ୍କୁ ଆପଣ ଯେ କୌଣସି ମୋବାଇଲ୍କୁ କଲ୍ କରିପାରିବେ । ଜିଓରେ ମୋଟ୍ ୨ ଜିବି ଡାଟା ମିଳୁଥିବା ବେଳେ ଆପଣ ୩୬ ଟଙ୍କିଆ ପ୍ୟାକ୍ରେ ଦିନକୁ ୨୦୦ ଏମ୍ବି ଲେଖାଏଁ ମାସକୁ ୬ ଜିବି ଓ ୭୨ ପ୍ୟାକ୍ରେ ଦିନକୁ ୨୦୦ ଏମ୍ବି ଲେଖାଏଁ ମାସକୁ ପାଖାପାଖି ୧୪ ଜିବି ଡାଟା ପାଇେବ ।




୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇଥିବା ନବୀନ କହିଛନ୍ତି ।
ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇରହିବ ।

ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ତେଲେଙ୍ଗାନାର ସାଂସଦମାନେ ପ୍ରତିଦାବ କରିଥିଲେ । ହାଇଦ୍ରାବାଦରେ ମଧ୍ୟ ତୃତୀୟ ଦିନ ପାଇଁ ଜୋରଦାର ପ୍ରତିବାଦ ଜାରି ରହିଛି । ଗତକାଲି କୋର୍ଟ ରୁମକୁ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ନିଆଯାଉଥିବା ବେଳେ ଢେଲା ପଥର ମାଡ଼ କରିଥିଲେ ସ୍ଥାନୀୟ ଲୋକେ । ଡାକ୍ତରାଣୀଙ୍କୁ ନ୍ୟାୟ ଦେବାକୁ ଦେଶର ସବୁ ସହରରେ ଆନ୍ଦୋଳନ ହେଉଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ଘଟଣାକୁ ନେଇ ରିପୋର୍ଟ ମାଗିବା ସହ ଅନୁଧ୍ୟାନ କରୁଛି ।
୮ ତାରିଖ ସନ୍ଧ୍ୟା ୫ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଜଣେ ଏସିପି ପାହ୍ୟାର ପୋଲିସ ଅଧିକାରୀ କାର୍କେଡ୍ ଦାୟିତ୍ୱରେ ରହିବେ । ଖୋର୍ଦ୍ଧା ପୋଲିସ ଓ କମିଶନରେଟ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦର, ରାଜଭବନ, ଖୋର୍ଦ୍ଧା, ବାଣୀବିହାର ଏବଂ ରୁଟ୍ ଲାଇନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଅନ୍ତରୀଣ ପୋଲିସ ଡିଜି କହିଛନ୍ତି । ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଆଇଜି ଅପରେସନ, ଆଇଜି ଗୁଇନ୍ଦା, ଭୁବନେଶ୍ୱର ଡିସିପି, ସିଆଇଏସ୍ଏଫ୍, ଏୟାରପୋର୍ଟ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।
ସମୟ ଗତିଶୀଳ । ସମୃଦ୍ଧି ଓ ବିକାଶ ଏହା ସହ ତାଳ ଦେଇ ଆଗକୁ ପାଦ ନଥାପିଲେ ସଂସ୍କୃତି ବଞ୍ଚି ରହି ପାରିବନି । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭବିଷ୍ୟତ ପିଢ଼ି ପାଇଁ ଆମ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏକମାତ୍ର ଉପାୟ ହେଉଛି ଶ୍ରୀକ୍ଷେତ୍ରର ବିକାଶ ଓ ସମୃଦ୍ଧି । ହୁଏତ ଏ ବାସ୍ତବତାକୁ ଅନୁଭବ କରି ପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନର ଉତ୍କର୍ଷକୁ ମନେ ପକାଇ ପୁରୀକୁ ଆଗାମୀ ଶହ ଶହ ବର୍ଷ ପାଇଁ ଓଡ଼ିଆ ସମୃଦ୍ଧିର ପରିଚୟ ଭାବେ ନବ ନିର୍ମାଣ କରିବାକୁ ଆଗେଇ ଆସିଛନ୍ତି ସେ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜ୍ରେ ପୋଷ୍ଟ ହୋଇଥିବା ଏକ ସନ୍ଦେଶଭରା ଭିଡିଓ ସୋସିଆଲ୍ ମିଡିଆରେ ଭିନ୍ନ ଏକ ଆବେଗ ସୃଷ୍ଟି କରିଛି ।
ହେଲେ ବାସ୍ତବରେ କିନ୍ତୁ ବଡ଼ଦାଣ୍ଡ ଦିନକୁ ଦିନ ସଂକୁଚିତ ହୋଇଯାଉଥିଲା । ବଡ଼ ଦେଉଳର ଚାରିପାଖ ଜବରଦଖଲ ଯୋଗୁଁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ହାନି ହେଉଥିଲା । ସବୁ କିଛି ଶୃଙ୍ଖଳିତ କରିବାକୁ ମୁଖ୍ୟମନ୍ତ୍ରୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପୁରୀ ସହରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପରେ ଥଇଥାନ ଓ ବିକାଶମୂଳକ କାର୍ଯ୍ୟ ପାଇଁ ତୁରନ୍ତ ୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ବଡ଼ଠାକୁରଙ୍କ ନବକଳେବର ପାରମ୍ପରିକ ରୀତିନୀତି ଅନୁଯାୟୀ ହେଉଥିବା ବେଳେ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପୁରୀ ସହରର ନବକଳେବର ପାଇଁ ଏକ ମନେ ରଖିବା ଭଳି ନିଷ୍ପତ୍ତି ନେଇଛନ୍ତି ।