ବ୍ରହ୍ମପୁର: ମଧ୍ୟାହ୍ନ ଭୋଜନ ବିରତି ଭଳି ପାଣି ପିଇବା ପାଇଁ ସ୍କୁଲରେ ବାଜିବ ଘଣ୍ଟି । ସଭିଏଁ ରହିବେ ସୁସ୍ଥ । ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ସୁସ୍ଥ ରହିବା ନିହାତି ଆବଶ୍ୟକ । ଏହି କଥାକୁ ଭଲ ଭାବେ ବୁଝିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଜି ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ବିଦ୍ୟାଳୟରେ ପାଣି ପାଇଁ ଘଣ୍ଟି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଭିଭିଗିରି ବାଳିକା ବିଦ୍ୟାଳୟରେ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏହି ଅବସରରେ ଜିଲ୍ଲାପାଳ ବିଦ୍ୟାଳୟକୁ ୨ ଶହ ପାଣି ବୋତଲ ଦାନ କରିଛନ୍ତି ।
ସୁସ୍ଥ ଶରୀର ପାଇଁ ଜଳର ଆବଶ୍ୟକତା ଜରୁରୀ । କିନ୍ତୁ ବିଦ୍ୟାଳୟରେ ଗୁଡ଼ିକରେ ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଅନେକ ସମୟରେ ଛାତ୍ରଛାତ୍ରୀ ମାନେ ପାଣି ପିଇବାରେ ଅବହେଳା କରୁଛନ୍ତି । ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ଶରୀରକୁ ଗ୍ରାସ କରୁଛି । ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲା ପ୍ରଚୁର ପରିମାଣରେ ପାଣି ପିଇ ସୁସ୍ଥ ରହିପାରିବେ ।
ବିଦ୍ୟାଳୟରେ ପାଠ ପଢ଼ା ଭିତରେ ୩ ଥର ପିଲାମାନେ ପାଣି ପିଇବେ । ଏଥିଲାଗି ସମୟ ମଧ୍ୟ ନିର୍ଘଣ୍ଟ ହୋଇଛି । ପ୍ରଥମେ ସକାଳ ୧୧ଟା ୪୦ରେ ପ୍ରଥମ ୱାରଟ ବେଲ୍ ବାଜିବ । ଦ୍ୱିତୀୟରେ ୧ ଘଣ୍ଟା ୩୦ରେ ସେକେଣ୍ଡ ବେଲ ଶେଷରେ ତୃତୀୟ ବେଲ ଅର୍ଥାତ ଶେଷ ବେଲ ତିନିଥର ବାଜିବ, ଆଉ ପିଲାମାନେ ପାଣି ପିଇବେ । ଏହି ସମୟକୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନିବାକୁ ବାଧ୍ୟ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ମହାନଗର ନଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଓ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।









ପୂର୍ବ ଡିଜାଇନ୍ ଅନୁଯାୟୀ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ୪ ରାଜ୍ୟର ଶତାଧିକ ଗାଁ ଜଳମଗ୍ନ ହେବ । ବୁଡ଼ିଯିବ ହେକ୍ଟର ହେକ୍ଟର ଚାଷ ଜମି । ମାଲକାନଗିରି ସହ ପଡ଼ୋଶୀ ଛତିଶଗଡ଼ ସୁକମ ଜିଲ୍ଲାର ସବୁଜ ବନାନୀ ମଧ୍ୟ ଲୋପ ପାଇଯିବ । ଉଭୟ ରାଜ୍ୟର କୋୟା ଆଦିବାସୀ ଭିଟା ମାଟି ହରାଇବେ ବୋଲି ଅଭିଯୋଗ କରିବା ସହ ପ୍ରକଳ୍ପକୁ ବିରୋଧ କରିଛନ୍ତି ।


ଧାନ ସଂଗ୍ରହ ପାଇଁ ଅନଲାଇନ ଟୋକନ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ ଯଥେଷ୍ଟ ପୂର୍ବରୁ ଚାଷୀଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରରେ ସୂଚନା ଦିଆଯାଉଛି । ଏଥିରେ କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପ କି ପାତରଅନ୍ତର ନାହିଁ । ଟୋକନର ସମସ୍ତ ତଥ୍ୟ ସୋସାଇଟି ସେକ୍ରେଟାରୀ ପ୍ରଦାନ କରୁଛନ୍ତି । ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିନପାରିଲେ, ସମ୍ପୃକ୍ତ ଚାଷୀଙ୍କୁ ପୁଣି ଧାନ ବିକ୍ରି ପାଇଁ ସୁଯୋଗ ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।


ଏଥିସହ କୋର୍ଟ କ୍ଷମତାରେ ରହିବା ପାଇଁ ଦିଲ୍ଲୀ ସରକାରଙ୍କ ହକ୍ ନଥିବା କହିଛନ୍ତି । ପଡ଼ୋଶୀ ପଞ୍ଜାବ, ହରିୟାଣା ସରକାର ସହ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ସମସ୍ତ ମତଭେଦ ଭୁଲି କାମ କରିବାକୁ କହିଛନ୍ତି କୋର୍ଟ । ଏଥିସହ ବାୟୁ ପ୍ରଦୂଷଣ ରୋକିବା ପାଇଁ ସ୍ମଗ ରିଡକ୍ସନ ଟାୱାର ଯୋଜନା ବନାଇବାକୁ ୧୦ ଦିନ ସମୟ ଦେଇଛନ୍ତି ।
ବାୟୁ ପ୍ରଦୂଷଣ ଭଳି ଦିଲ୍ଲୀ-ଏନସିଆରରେ ଜଳ ପ୍ରଦୂଷଣ ଉପରେ ସର୍ବୋଚ୍ଚ ଅଦାଲତ ଚିନ୍ତା ବ୍ୟକ୍ତ କରିଛନ୍ତି ।