ଭାରତ ମହାସାଗରରେ ଭାରତ ନିର୍ମାଣ କରୁଛି କି ଗୁପ୍ତ ସାମରିକ ଘାଟି ?

1 min read
Agalega India Military Base In Indian Ocean Mauritius Island China

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ କରୁଛି ଗୁପ୍ତ ସାମରିକ ଘାଟି ! ଏହି ସୈନ୍ୟ ଆଡ୍ଡାର ବ୍ୟବହାର କରି ସମୁଦ୍ରରେ ନିଜ ସ୍ଥିତି ସହ ଶକ୍ତି ବଢ଼ାଇବ ଭାରତ । କିଛିଦିନ ତଳେ ଅନ୍ତରାଷ୍ଟ୍ରୀୟ ନ୍ୟୁଜ୍ ଚ୍ୟାନେଲ୍ ଅଲ ଜଜିରା ନିଜ ରିସର୍ଚ୍ଚ ଆଧାରରେ ଏଭଳି ଦାବି କରି ସମୁଦ୍ରରେ ଭାରତର ଦମଦାର ସୈନ୍ୟ ଉପସ୍ଥିତିକୁ ଇସାରା କରିଛି ।

ଅଲ ଜଜିରା ଦାବି ଅନୁସାରେ, ମରିସସଠାରୁ ୧୧୦୦ କିଲୋମିଟର ଦୂର ଅଗାଲେଗା ଦ୍ୱୀପରେ ଭାରତ ନିଜର ନୌସେନା ଆଡ୍ଡା ପ୍ରସ୍ତୁତ କରୁଛି । ସାଟେଲାଇଟ୍ ଇମେଜ ଅନୁସାରେ ସେଠାରେ ନିର୍ମାଣ ଗତିବିଧି ଆଦି ଦ୍ରୁତଗତିରେ ଚାଲିଛି । ସେଠାରେ ଭାରତ ଅନ୍ତରାଷ୍ଟ୍ରୀୟ ସ୍ତରର ଏୟାରଷ୍ଟ୍ରିପର ନିର୍ମାଣ କରୁଛି ।

Agalega India Military Base In Indian Ocean Mauritius Island China

କେଉଁଠି ରହିଛି ଅଗାଲେଗା ଦ୍ୱୀପ ?

ଭାରତ ମହାସାଗରର ମରିସସରେ ରହିଛି ଏକ ଛୋଟ ଦ୍ୱୀପ ଅଗାଲେଗା । ଏହା ମୁଖ୍ୟ ମରିସସ ଦ୍ୱୀପ ଠାରୁ ଉତ୍ତରରେ ପ୍ରାୟ ୧୦୦୦ କିଲୋମିଟର ଦୂରରେ ରହିଛି । ଏହି ଦ୍ୱୀପର ଲମ୍ବା ୧୨ କିଲୋମିଟର ହୋଇଥିବା ବେଳେ ଚଉଡ଼ା ୧.୫ କିଲୋମିଟର । ଏଠାକାର ଜନସଂଖ୍ୟା ବହୁତ କମ୍ । ଆକଳନ ଅନୁସାରେ ଅଗାଲେଗା ଦ୍ୱୀପରେ ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି ।

 Agalega India Military Base In Indian Ocean Mauritius Island China

ଅଗାଲେଗା ଦ୍ୱୀପ ଅଞ୍ଚଳରେ ଆମେରିକାର ସୈନ୍ୟ ଠିକଣା ଡିଏଗୋ ଗାର୍ସିୟା, ଚୀନର ସୈନ୍ୟ ଆଡ୍ଡା ଜିବୁତି, ଫାନ୍ସର ମିଲିଟ୍ରି ବେସ୍ ରିୟୁନିୟୋଁରେ ରହିଛି । ଏହି ସମସ୍ତ ସାମରିକ ଘାଟି ସମୁଦ୍ରରେ ରହିଛି । କ୍ଷେତ୍ରଫଳ ଅନୁସାରେ ମାତ୍ର କିଛି କିଲୋମିଟର ପରିବ୍ୟାପ୍ତ ଏହି ସାମରିକ ଘାଟି ବେଶ୍ ଶକ୍ତିଶାଳୀ । ତାର ପ୍ରକୃତ ଶକ୍ତି ସେଠାରେ ଥିବା ସେନା ଓ ରାଷ୍ଟ୍ର ମୁଖ୍ୟଙ୍କୁ ଜଣା । ଦୁନିଆର ଅନ୍ୟ ସଂସ୍ଥା ସେଠାକାର ସାମରିକ ଘାଟିକୁ ନେଇ କେବଳ ଆକଳନ କରିଥାନ୍ତି । ସ୍ପଷ୍ଟତଃ ଭାରତର ଅଗଣା ଭାବେ ପରିଚିତ ଭାରତ ମହାସାଗରର ଏବେ ବ୍ୟାପକ ଭାବେ ସାମରିକିକରଣ ହୋଇ ସାରିଛି । ଏହି ସମୁଦ୍ର କ୍ଷେତ୍ର ଦେଇ ବିଶ୍ୱକୁ ଦୁଇ ଦୃତୀୟାଂଶ ତୈଳ କାରବାର କରାଯାଏ ।

 Agalega India Military Base In Indian Ocean Mauritius Island China

ଭାରତ ମହାସାଗରରେ ଚୀନ ନିଜ ପ୍ରଭୃତ୍ୱ ବିସ୍ତାର କରିବାକୁ ଚାହୁଁଛି । ଏଥିପାଇଁ ଋଣକୁ ମୁଖ୍ୟ ଅସ୍ତ୍ର କରିଛି ଚୀନ । ଭାରତ ମହାସାଗରରେ ଥିବା ଋଣ ଦେଇ ଚୀନ ସେମାନଙ୍କୁ ନିଜ ଜାଲରେ ପକାଉଛି । ଋଣ ସୁଝି ନପାରୁଥିବା ଦେଶଙ୍କ ଠାରୁ ବନ୍ଦର ଓ ବିମାନ ଘାଟିର ନିୟନ୍ତ୍ରଣ ହାସଲ କରୁଛି । ସେହି ସବୁ ବନ୍ଦରରୁ ଚୀନ ନୌସେନା ଭାରତ ମହାସାଗର ଉପରେ ନଜର ରଖୁଛି । ଭାରତକୁ ଭାରତ ମହାସାଗରରେ ଘେରିବା ପାଇଁ ଚୀନର ଏହି ରଣନୀତିକୁ ବିଶେଷଜ୍ଞ ମୁକ୍ତା ଫାସ ବୋଲି କହିଥାନ୍ତି । ଚୀନର ଏଭଳି ରଣନୀତିକୁ ମାତ୍ ଦେବା ପାଇଁ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏକାଠି ହୋଇଛନ୍ତି । ଅତୀତରେ ଶ୍ରୀଲଙ୍କାକୁ ଚୀନ ଋଣ ଦେଇଥିଲା । ଋଣ ସୁଝି ନ ପାରିବା ପରେ ଚୀନ, ଶ୍ରୀଲଙ୍କାର ଏକ ବନ୍ଦରକୁ ନିଜ ଅଧିନକୁ ନେବାକୁ ଚାହୁଁଥିଲା । ତେବେ ଭାରତ, ଶ୍ରୀଲଙ୍କାକୁ ଋଣ ସୁଝିବାରେ ସାହାଯ୍ୟ କରିବା ପରେ ଚୀନର ଉଦ୍ୟମ ପଣ୍ଡ ହୋଇଥିଲା ।

ଭୂ-ରଣନୈତିକ ଦୃଷ୍ଟିରୁ ଭାରତ ମହାସାଗରର ଅଗାଲେଗାରେ ଭାରତର ସାମରିକ ଘାଟିକୁ ନେଇ ଅଲ ଜଜିରାର ଦାବି ସତ ହେଲେ ସାମରିକ କ୍ଷେତ୍ରରେ ଭାରତ ମହାସାଗରରେ ଏହା ଶକ୍ତି ସନ୍ତୁଳନ ସହ ଭାରତର ଶକ୍ତି ବଢ଼ାଇବ ।

ଅଗାଲେଗାକୁ ନେଇ ଦାବି କ’ଣ ?

କତର ମିଡିଆ ହାଉସ୍ ଅଲ ଜଜିରା ଅନୁସାରେ, ଅଗାଲେଗା ଦ୍ୱୀପରେ ଭାରତ ଗୁପ୍ତ ସାମରିକ ଘାଟି ନିର୍ମାଣ କରୁଛି । ସେଠାରେ ଭାରତ ୩ କିଲୋମିଟର ଲମ୍ବର ଏୟାରପୋର୍ଟ ନିର୍ମାଣ କରୁଛି । ଏହାଦ୍ୱାରା ଭାରତ ନିଜ ଜାହାଜ ଷ୍ଟେସନ ରୂପେ ବ୍ୟବହାର କରିପାରିବ । ଏଥିସହ ରନୱେର ବ୍ୟବହାର P-8I ଏୟାରକ୍ରାଫ୍ଟ କରିପାରିବ । P-8I ଭାରତର ସାମୁଦ୍ରିକ ପାଟ୍ରୋଲିଂ ହେଲିକପ୍ଟର । ଏହାର ବ୍ୟବହାର ସର୍ଭିଲାନ୍ସ, ଆଣ୍ଟି ସରଫେସ୍, ଆଣ୍ଟି ସବମରିନ ଗତିବିଧି ପାଇଁ କରାଯାଇ ପାରିବ । ଦ୍ୱୀପର କୂଳରେ ଜାହାଜ ଓ ବୋଟ୍ ଲାଗିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ନିର୍ମାଣ ଚାଲିଛି ।

 Agalega India Military Base In Indian Ocean Mauritius Island China

ଅଲ ଜଜିରା ଅନୁସାରେ, ଅଗାଲେଗାରରୁ ମିଳିଥିବା ଫଟୋ ଓ ତଥ୍ୟ ଅନୁସାରେ ଏହି ଦ୍ୱୀପରେ ଗତ ୨ ବର୍ଷ ହେଲା ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ ଚାଲିଛି । ସେଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସଂଖ୍ୟାଧିକ ଶ୍ରମିକ ଅସ୍ଥାୟୀ କ୍ୟାମ୍ପରେ ରହୁଛନ୍ତି ।

ଅଲ ଜଜିରାର ଦାବି ଯାହା ବି ହେଉ… ୨୦୧୫ରେ ଭାରତ ମହାସାଗରର ଅବହେଳିତା ହୋଇ ରହିଥିବା ଏହି ଦ୍ୱୀପରେ ଏଣ୍ଟ୍ରି ମାରିଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ ଗସ୍ତରେ ଯାଇଥିଲେ । ସେଠାରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା । ସେହି ଚୁକ୍ତି ମଧ୍ୟରୁ ଗୋଟିଏ ଥିଲା ଏହି ଅଗାଲେଗା ଦ୍ୱୀପକୁ ବିକଶିତ କରିବା । ଏହି ବୁଝାମଣା ଅନୁସାରେ, ଭାରତ ଅଗାଲେଗା ଦ୍ୱୀପରେ ସମୁଦ୍ର ଓ ବିମାନ ପରିବହନ ସୁବିଧାକୁ ଉନ୍ନତ ସହ ଭିତ୍ତିଭୂମି ବିକଶିତ କରିବା ।

 Agalega India Military Base In Indian Ocean Mauritius Island China

ଚୁକ୍ତି ଅନୁସାରେ, ଭାରତ ଏହି ଦ୍ୱୀପକୁ ବିକଶିତ କରିବା ପାଇଁ ୬୩୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛି । ଦ୍ୱୀପରେ ମାତ୍ର ୩୦୦ ଲୋକ ରହୁଥିବା ବେଳେ ୩ କିଲୋମିଟର ଲମ୍ବା ବିମାନବନ୍ଦର ନିର୍ମାଣ ହେଉଛି । ଦ୍ୱୀପକୁ ବିକଶିତ କରିବାର ଅର୍ଥ ସୈନ୍ୟ ଆଡ୍ଡା ନଜରରେ ଦେଖାଯାଉଛି ।

ତେବେ ମିଡିଆରେ କରାଯାଉଥିବା ଦାବିକୁ ମରିସସ କେବେ ସ୍ୱୀକାର କରିନାହିଁ । ମରିସସ ସରକାରଙ୍କ ପକ୍ଷରୁ କୁହାଯାଇଛି- ଅଗାଲେଗା ଦ୍ୱୀପରେ ସାମରିକ ଆଡ୍ଡା ପାଇଁ ଭାରତକୁ ଅନୁମତି ଦିଆଯାଇ ନାହିଁ କି ସେଭଳି କିଛି ଚୁକ୍ତି ହୋଇନାହିଁ ।

Leave a Reply