ନୂଆଦିଲ୍ଲୀ : ଚମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମୁକାବିଲା। ଭାରତକୁ ୨୪୨ ରନର ଟାର୍ଗେଟ ଦେଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ କରିଛି ୨୪୧ ରନ।ଦଳ ପାଇଁ ସର୍ବାଧିକ ୬୨ ରନ କରିଛନ୍ତି ସଉଦ ସକିଲ। ଅଧିନାୟକ ମହମ୍ମଦ ରିଜୱାନ ଦ୍ଵିତୀୟ ସର୍ବାଧିକ ୪୬ ରନ କରିଛନ୍ତି। ଖୁସଦିଲ ଶାହ ସଲମାନ ଆଘା ୧୯ ରନ କରିଛନ୍ତି। ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିବା ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟ ଘଟିଥିଲା। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନର ପ୍ରଥମ ୱିକେଟ ନେଇଥିଲୋ। କ୍ରିଜରେ ସ୍ଥିତି ଜମାଇଥିବା ବାବର ଆଜମଙ୍କ ୱିକେଟ ନେଇଥିଲେ ପାଣ୍ଡ୍ୟା।୨୩ ରନ କରି ପ୍ଯାଭିଲିୟନ ଫେରିଥିଲେ ବାବର ଆଜମ। ବ୍ଯାଟ୍ସମ୍ୟାନ ଇମାମ ଉଲ ହକ ୧୦ ରନ କରି ରନ ଆଉଟ ହୋଇଥିଲେ।ମାତ୍ର ୪୭ ରନ ମଧ୍ୟରେ ଦୁଇଟି ୱିକେଟ ହରାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ହୋଇଛି ପାକିସ୍ତାନ ଦଳ। କୁଲଦୀପ ଯାଦବଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ୨ ୱିକେଟ ମିଳିଛି। ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି।
ପ୍ରେମ ବିବାହ କରି ଦୀର୍ଘ ୮୪ ବର୍ଷ ହେବ ସାଥିରେ ରହିଛନ୍ତି ।
ବ୍ରାଜିଲ: ଆଜିକାଲି ବିବାହା ଓ ବିଚ୍ଛେଦ ସାଧାରଣ କଥା ହୋଇଗଲାଣି । ପ୍ରେମ କରି ବିବାହ କରିଥିଲେ ମଧ୍ୟ ସାମାନ୍ୟ କଥା ପାଇଁ ମନମତାନ୍ତର ହୋଇ ବିବାହ ବିଚ୍ଛେଦ ହେଉଛି । ସମ୍ପର୍କର ମାନେ ଏବେର ଯୁବ ପିଡି ବୁଝି ପାରୁ ନାହାନ୍ତି । ଏହି ଭିତରେ ପ୍ରେମ ବିବାହ କରି ୮୪ବର୍ଷ ଏକାଠି ରହି ରେକର୍ଡ କରିଛନ୍ତି ବ୍ରାଜିଲର ଦମ୍ପତି । ବ୍ରାଜିଲ ଦମ୍ପତିଙ୍କ ନିଆରା ପ୍ରେମ କାହାଣୀ । ପ୍ରେମ ବିବାହ କରିଥିଲେ ଏହି ଦମ୍ପତି । ତାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ନିଆରା ।୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋ ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି। କେମିତି ଥିଲା ତାଙ୍କର ଏହି ପ୍ରେମ କାହାଣୀ ଆସନ୍ତୁ ଜାଣିବା ।
ଗିନିଜ ଓ୍ବାଲର୍ଡ ରେକର୍ଡ ଅନୁସରେ୧୯୩୬ ମସିହାରେ ଏହି ଦମ୍ପତି ଦୁହେଁ ଦୁହିଁଙ୍କୁ ପ୍ରଥମେ ଭେଟିଥିଲା । ମାନୋଏଲ୍ ଏବଂ ମାରିଆ ପ୍ରଥମ ଥର ପାଇଁ ୧୯୩୬ ମସିହାରେ କୃଷି କାର୍ଯ୍ୟ କରୁଥିବା ବେଳେ ସାକ୍ଷାତ କରିଥିଲେ। ମାନୋଏଲ ଆଲମେଇଡା ଅଞ୍ଚଳକୁ ବୋଆ ଭିଆଗେମ୍ ଜିଲ୍ଲାରେ ରାପାଡୁରା (ଏକ ପାରମ୍ପରିକ ବ୍ରାଜିଲିୟାନ୍ ମିଠା) ଆଣିବା ପାଇଁ ଯାଇଥିଲେ, ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ପ୍ରେମ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରମରେ ପଡିଯାଇଥିଲେ । ୧୯୪୦ ମସିହାରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ପ୍ରଥମେ ମାରିଆଙ୍କ ମାଆ ଏହି ବିବାହ ପାଇଁ ରାଜି ହୋଇନଥିଲେ। ମାତ୍ରପରେ ମାନୋଏଲ୍ ତାଙ୍କ ପରିବାରକୁ ରାଜି କରାଇଥିଲେ। ସେଥିପାଇଁ ସେ ଏକ ଘର ମଧ୍ୟ ନିର୍ମାଣ କରିଥିଲେ। ପରିବାରକୁ ଏହି ବିବାହ ପାଇଁ ରାଜି କରାଇବା ପରେ ମାନୋଏଲ୍ ଏବଂ ମାରିଆ ବିବାହ କରିଥିଲେ । ସେ ନିଜେ ଗଢିଥିବା ଘରେ ସାଂସାରିକ ଜୀବନ ଆରମ୍ଭ କଲେ। ତାଙ୍କର ୧୩ ଜଣ ସନ୍ତାନ ହୋଇଥିଲେ। ସେତେବେଳେ ତାଙ୍କୁ ପରିବାର ପୋଷଣ କରିବା ପାଇଁ ଖୁବ ସଂଘର୍ଷ କରିବାକୁ ପଡିଥିଲା । ହେଲେ ଏହି ଖରାପ ପରିସ୍ଥିତିରେ ମଧ୍ୟ କେହି କାହା ହାତ ଛାଡି ନଥିଲେ । ସେବେଠାରୁ ୧୦୦ ବର୍ଷ ହୋଇଗଲାଣିଦୁହେଁ ଦୁହିଁଙ୍କ ସହ ରହିଛିନ୍ତି । ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଯେଉଁ ଶପଥ ନେଇଥିଲେ ଦୁହେଁ ସେହି ପ୍ରତିଶୃତିକୁ ପାଳନ କରୁଛନ୍ତି । ଜୀବନର ପ୍ରତିଟି ସମୟରେ ଦୁହେଁ ସାଥି ହୋଇ ରହିଛନ୍ତି । ଜୀବନର ଅନେକ ଘାତ ପ୍ରତିଘାତ ପରେ ମଧ୍ୟ ଉଭୟ ଉଭୟଙ୍କ ହାତ ଛାଡ଼ି ନାହାନ୍ତି । ଏ ପରିଣତ ବୟସରେ ବି ସେମାନେ ଏକାଠି ଓ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି। ଅଧିକ ବୟସ ହେତୁ ସେମାନେ ପ୍ରାୟତଃ ଦିନରେ ବିଶ୍ରାମ ନିଅନ୍ତି କିନ୍ତୁ ସନ୍ଧ୍ୟା ୬ଟାରେ ରେଡିଓରେ ଜପମାଳା ପ୍ରାର୍ଥନା ଶୁଣିବା ପାଇଁ ମାରିଆଙ୍କ ସହ ବୈଠକ ଘରେ ଯୋଗ ଦିଅନ୍ତି, ତାପରେ ଟେଲିଭିଜନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଦେଖନ୍ତି। ଏକ ଦୀର୍ଘସ୍ଥାୟୀ ବିବାହର ରହସ୍ୟ କଣ ପଚାରିବାରୁ ମରିଆ କହିଛନ୍ତି ପ୍ରେମ ଅତି ସରଳ । ଏହାକୁ ସବୁଠାରୁ ଅତ୍ୟଧୁନିକ କମ୍ପ୍ୟୁଟର ମଧ୍ୟ ଗଣନା କରିପାରିବ ନାହିଁ ।
ଲଙ୍ଗଏଭିଟିକ୍ୱେଷ୍ଟ ଏକ ସଂଗଠନ ଯାହା ଶତାୟୁ ଲୋକଙ୍କ ଜୀବନୀ ନେଇ ଅନୁସନ୍ଧାନ କରେ। ସଂଗଠନଟି ଇନଷ୍ଟାଗ୍ରାମରେ ଏହି ବ୍ରାଜିଲ ଦମ୍ପତିଙ୍କ ପ୍ରେରଣାଦାୟକ ପ୍ରେମ କାହାଣୀ ଓ ଜୀବନ ସଂପର୍କରେ ଭିଡିଓ ସେୟାର କରିଛି। ଭାଲେଣ୍ଟାଇନ୍ସ ଡେ ଅନୁଯାୟୀ, ଏହି ଦମ୍ପତି ବିବାହର ୮୪ ବର୍ଷ ୭୭ ଦିନ ଧରି ଏକାଠିରହିଆସୁଛନ୍ତି ।
ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା ।
ନୂଆଦୀଲ୍ଲି : ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା । ସାପକୁ ବ୍ୟାଗ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ । କିଙ୍ଗ କୋବ୍ରା ବ୍ୟଗ୍ ଭିତରେ ଏକା ନଥିଲା ତା ସହିତ ଥିଲା ଆହୁରି ୯ଟି ବିଷଧର ଅଜଗର ଏବଂ ୧୩ ଟି ସାପ । ଏହି ସାପ ଗୁଡିକୁ ଦେଖି କିଛି ଲୋକ ଭୟରେ ଦୈଡି ପଳାଇଥିଲେ । ଆଉ କିଛି ଲୋକ ସାହସିକତା ଦେଖାଇ ଆଗକୁ ଆାସି ଏହାକୁ ଦେଖି ମଜା ନେଇଥିଲେ । କିଛି ସମୟ ମଧ୍ୟରେ ଏହି ସାପ ଗୁଡିକ ପାଇଁ ସମଗ୍ର ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଗଲା ।
ଏହି ଘଟଣିଟି ଆଇଜିଆଇ ଏୟାରପୋର୍ଟ ଟର୍ମିନାଲର । ବିମାନବନ୍ଦରରେ ନିୟୋଜିତ କଷ୍ଟମ ଇଣ୍ଟେଲିଜେନ୍ସି ୟୁନିଟ୍କୁ ଗୁପ୍ତ ସୂଚନା ମିଳିଥିଲା ବିପଦପୂର୍ଣ୍ଣ ଅବସ୍ଥାରେ ବନ୍ୟପ୍ରାଣୀଙ୍କୁ ବ୍ୟାଗରେ ଭରି ନିଆଯାଉଛି । ଇନପୁଟ ଆଧାରରେ ଗ୍ରୀନ ଜୋନ ଅଞ୍ଚଳରେ ତଦନ୍ତ ପାଇଁ ତିନିଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା । ତଦନ୍ତ ସମୟରେ ବ୍ୟାଗଟିକୁ ଖୋଲାଯାଇଥିଲା । ବ୍ୟାଗଟିରେ ଅଜଗର ସମେତ ବିଭିନ୍ନ ପ୍ରଜାତିର ମୋଟ ୨୨ଟି ସାପ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଗଟିରେ ସାପ ଥିବା ଖବର ପାଇବା ମାତ୍ରେ ଅନ୍ୟ AIU ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ।
ବ୍ୟାଗଟି ମିଳିବା ପରେ ସତର୍କତାର ସହ ବ୍ୟାଗର ସନ୍ଧାନ ଆରମ୍ଭ ହେଲା । ଖୋଳତାଳ ସମୟରେ ବ୍ୟାଗ ଭିତରୁ ୨୨ଟି ପ୍ରଜାତିର ସାପ ବ୍ୟତୀତ ବିଭିନ୍ନ ପ୍ରଜାତିର ୨୩ଟି ଛିଟିପିଟି ଉଦ୍ଧାର କରାଯାଇଥିଲା । କେବଳ ଏତିକି ନୁହେଁ ୧୪ଟି ତେଲୁଣି ପୋକ ଏବଂ ଗୋଟିଏ ବୁଢୀଆଣି ମଧ୍ୟ ଉଦ୍ଧାର କରାଯାଇଥିଲା ।
ଜଣେ ବରିଷ୍ଠ କଷ୍ଟମ ଅଧିକାରୀଙ୍କ ଅନୁଯାୟୀ ଖତରନାକ ବନ୍ୟପ୍ରଣୀ ଚୋରା ଚାଲାଣ ଷଡଯନ୍ତ୍ର ମାମଲାରେ ଗିରଫ୍ ହୋଇଥିବା ତିନିଜଣ ଅଭିଯୁକ୍ତ ହୋଉଛନ୍ତି ଭାରତୀୟ ବଂଶୋଭବ । ଏହି ତିନିଜଣ ଫେବୃଆରୀ ୨୩ ତାରିଖ ଦିନ ରାତ୍ରୀ ପ୍ରାୟ ୦୧.୩୫ ସମୟରେ ଏୟାର ଇଣ୍ଡିଆର ବିମାନ ଯୋଗେ IGI ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ବିମାନଟି ବ୍ୟାଙ୍କକରୁ ବାହାରି ଦିଲ୍ଲୀ ଆସେ । ପଚରାଉଚରା ସମୟରେ ଏହି ତିନି ଅଭିଯୁକ୍ତ କେଉଁ ଉଦ୍ଦେଶ୍ୟ ପାଇଁ ସାପ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଭାରତକୁ ଅଣିଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।

