spot_img
Home Blog Page 1028

‘ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ସାମଗ୍ରୀ ଦେବାକୁ ବ୍ୟବସାୟୀ ମହାସଂଘ ନେଲା ବଡ଼ ପଦକ୍ଷେପ’

ଭୁବନେଶ୍ବର : ସରକାରଙ୍କ ଉପରୁ ତୁଟିଲା ଭରସା । ଏବେ ଦରଦାମ ନିୟନ୍ତ୍ରଣ, ଚାଷୀଙ୍କ ଉତ୍ପାଦନ ବୃଦ୍ଧି ସହ ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ସାମଗ୍ରୀ ଦେବାକୁ ବ୍ୟବସାୟୀ ମହାସଂଘ ହାତକୁ ନେଇଛି ବଡ଼ ପଦକ୍ଷେପ । ଏପ୍ରିଲ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ହେବ ବିଶାଳ ବ୍ୟବସାୟୀ ସମାବେଶ। ରାଜ୍ୟ ବ୍ୟବସାୟୀ ମହାସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ କରାଯିବ ଏହି ସମାବେଶ। ଏଥିରେ ସାରା ରାଜ୍ୟର ବହୁ ବ୍ୟବସାୟୀଙ୍କ ସମେତ ଚାଷୀ, ଚାଷୀ ନେତା, ସାଧାରଣ ଲୋକେ ମଧ୍ୟ ହେବେ ସାମିଲ। ଚାଷୀଙ୍କ ଉତ୍ପାଦିତ ଶସ୍ୟ ଲୋକଙ୍କ ପାଖରେ କିଭଳି ସିଧାସଳଖ ପହଂଚିବ ଓ ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ପାଇଁ ଉଦ୍ୟମ କରିଛି ସଂଘ । ଦରଦାମ ନିୟନ୍ତ୍ରଣକୁ ଆଣିବା ମଧ୍ୟ ଉଦେଶ୍ୟ ରହିଛି । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗୀର, ଭବାନୀପାଟଣା, କେସିଙ୍ଗା, ବରଗଡ଼, ବରପାଲି ଓ ଢେଙ୍କାନାଳରେ ବ୍ୟବସାୟୀ ସଂଘ ସବୁ ବର୍ଗଙ୍କୁ ନେଇ ଆଲୋଚନା ହୋଇଛି। ଚାଷ ସାମଗ୍ରୀର ଅଭାବୀ ବିକ୍ରି କିଭଳି ନ ରହିବ ଓ ସାମଗ୍ରୀ ସଂରକ୍ଷଣ କରାଯିବ, ବାରମାସୀ ଚାଷ କିଭଳି ଅଧିକ ବଢ଼ିପାରିବ, ରାଜ୍ୟର ଉତ୍ପାଦିତ ସାମଗ୍ରୀ କିଭଳି ଗ୍ରାହକଙ୍କ ପାଖରେ କିଭଳି ସୁଲଭ ମୂଲ୍ୟରେ ପହଂଚିବ ସେ ନେଇ ଉଦ୍ୟମ ହେବ। ଏଥିରେ ସରକାରଙ୍କ ସହଯୋଗ ଦରକାର କିନ୍ତୁ ସରକାର ଆନ୍ତରିକତା ଦେଖାଉ ନାହାଁନ୍ତି। ସରକାର ସହଯୋଗ ପାଇଁ ଆଗଭର ହେଉ ନାହାନ୍ତି। ତେଣୁ ବ୍ୟବସାୟୀ ସଂଘ ନେବ ଏହି ଦାୟିତ୍ୱ ବୋଲି ସୂଚନା ଦେଲେ ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ । ଭିଜିଲାନ୍ସ ଜାଲରେ ଧରାପଡିଲେ ନବରଙ୍ଗପୁର ଜିଲ୍ଲା  ଉମରକୋଟ କୃଷି ବିଭାଗର ଦୁଇ କର୍ମଚାରୀ। ଜଣେ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡା। ଏହା ସହ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲାଙ୍କୁ ବି ମାଡିବସିଲା ଭିଜିଲାନ୍ସ । ଜଳନିଧି ଯୋଜନାରେ   ଉମରକୋଟ ବ୍ଲକ  ଜମରଣ୍ଡାର ଚାଷୀ ଲକ୍ଷ୍ମୀଧର ମାଝୀଙ୍କ  ଜମିରେ ବୋରୱେଲ ସବସିଡି କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡି ବସିଥିଲା । ଏହି ଚଢ଼ାଉ ରେ ନବରଙ୍ଗପୁର ଓ ଜୟପୁର ଭିଜିଲାନ୍ସ ଟିମ ସାମିଲ ଥିଲେ ।

ଆସିଲା ଉଡନ୍ତା କାର୍, ଏହାର ମାର୍କେଟ୍ ଦାମ୍ କେତେ ?

ନୂଆଦିଲ୍ଲୀ : ଟ୍ରେଫିକ ଜାମ ସମସ୍ୟା ଖାଲି ଭାରତରେ ନାହିଁ । ବରଂ ଏହି ସମସ୍ୟା ପୃଥିବୀର ଅନେକ ବଡ ବଡ ସହରରେ ଲାଗି ରହିଛି । ଏହାକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି। କଳ୍ପନା କରନ୍ତୁ ଯଦି ଆପଣ ଟ୍ରାଫିକ୍ ଜାମ୍‌ରେ ଫସି ଯାଇଛନ୍ତି ଏବଂ ଆପଣଙ୍କ ପାଖରେ ଏକ ଗାଡ଼ି ଅଛି ଯାହା ପବନରେ ଉଡ଼ି ଆପଣଙ୍କୁ ଜାମ୍‌ରୁ ବାହାର କରିପାରିବ, ତେବେ ଏହା କିପରି ହେବ? ଏ ସବୁ କଥା ଆପଣଙ୍କ ଭାବନାର ବାହାରେ ଥିବ । ନଜେତ ଆପରଙ୍କୁ ସ୍ବପ୍ନ କରି ଲାଗୁଥିବ ।କିନ୍ତୁ ଆମେରିକାର ଏକ କମ୍ପାନୀ ଏହା କରିକି ଦେଖାଇଛି ।

ଆମେରିକୀୟ କମ୍ପାନୀ ଆଲେଫ୍ ଏରୋନଟିକ୍ସ ଆକାଶରେ ଉଡ଼ୁଥିବା ଏକ କାରର ପ୍ରଥମ ଭିଡିଓ ଜାରି କରିଛି, ଯାହା ଏକ ବିଜ୍ଞାନ-କଳ୍ପନା ଫିଲ୍ମ ପରି ଦେଖାଯାଉଛି। କାଲିଫର୍ନିଆର ଏହି କାର୍ ନିର୍ମାତା ଏହାର ଇଲେକ୍ଟ୍ରିକ୍ କାର୍ ରାସ୍ତାରେ ଅନ୍ୟ ଏକ କାର୍ ଉପରେ ଡେଇଁବାର ଫୁଟେଜ୍ ଜାରି କରିଛି, ଏହାକୁ ସହରରେ ଗାଡ଼ି ଚଲାଇବା ଏବଂ ଭୂଲମ୍ବ ଉଡ଼ାଣ କରିବାର ଇତିହାସର ପ୍ରଥମ ପରୀକ୍ଷଣ ବୋଲି କହିଛି। ଏହି ପରୀକ୍ଷାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି  । ଲୋକମାନେ ଏହାକୁ କିଣିବା ପାଇଁ ମନସ୍ଥ କରିସାରିଥିବା ଜଣାପଡିଛି । କମ୍ପାନୀ ଦ୍ବାରା ଜାରି କରାଯାଇଥିବା ଫୁଟେଜରେ ରାସ୍ତାରେ ଛିଡା ହୋଇଥିବା କାରକୁ ଆଉ ଗୋଟେ କାର ଡେଇଁ ପଡୁଥିବାର ଦେଖାଯାଇଛି । ରାସ୍ତାରେ ଛିଡା ହୋଇଥିବା ବାରର କିଛି ଦୂରରୁ କାର ଉଡିଉଡି ଯାଇ ପାର ହେବା ପରେ ପୁଣି ତଳକୁ ଖସି ଆସୁଛି । ପ୍ରୋପେଲ ବେଓକୁ କଭର କରୁଥିବା ଏକ ଜାଲି ବଡି ସହିତ ବୈଦ୍ୟୁତିକ ବ୍ୟବହାର କରି, କାରଟି ଭୂମିରୁ ଉଡୁଛି । ଏକ ରିପୋର୍ଟ ଅନୁସାରେ କମ୍ପାନୀ ପରୀକ୍ଷଣ ପାଇଁ ଏକ ପ୍ରୋଟୋଟାଇପ୍ ବ୍ୟବହାର କରିଥିଲା ​​ଯାହା ଆଲେଫ୍ ମଡେଲ୍ ଜିରୋର ଏକ ଅଲ୍ଟ୍ରାଲାଇଟ୍ ସଂସ୍କରଣ ଥିଲା। ଏହି କାରଟି ଏପର୍ଯ୍ୟନ୍ତ ବଜାରରେ ଲଞ୍ଚ ହୋଇନାହିଁ ଏବଂ ଏହାର ମୂଲ୍ୟ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଆଲେଫ୍ ଆରୋନୋୱିଜ୍‌ଙ୍କ ଅନୁଯାୟୀ, ଏହାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ ଏବଂ ଏହା ସାଧାରଣ କାର ପରି ରାସ୍ତାରେ ଚାଲିପାରିବ।

ଏବେ ହ୍ବାଟ୍ସଆପ ମାଧ୍ୟମରେ କରନ୍ତୁ E-FIR, ଦେଶର ଏହି ରାଜ୍ୟରେ ହେଲା ପ୍ରଥମ ଅଭିଯୋଗ

ଶ୍ରୀନଗର :  ଆପଣଙ୍କୁ ଏଫଆଇଆର ଦେବା ପାଇଁ ଥନାକୁ ଯିବାକୁ ପଡୁଛି । ନାହିଁ ତ ଅନଲାଇନ ମାଧ୍ୟମରେ ପୋଲିସ ଓ୍ବେବସାଇଟକୁ ଯାଇ ଦାଖଲ କରିବାକୁ ପଡୁଛି । କିନ୍ତୁ ଏବେ ଆପଣଙ୍କୁ କୁଆଡେ ଯିବାକୁ ପଡିବନି । କାରଣ ଏବେ ଆପଣ ନିଜ ମୋବାଇଲରେ ହ୍ବାଟ୍ସଆପ ମଧ୍ୟମରେ ଇ-ଏଫଏଇଆର ଦାଖଲ କରିପାରିବେ । ଜମ୍ମୁ ଓ କାଶ୍ମୀର ପୋଲିସ ହ୍ବାଟ୍ସଆପ ମାଧ୍ୟମରେ ପ୍ରଥମ ଇ-ଏଫଏଇଆର ପ୍ରଞ୍ଜିକରଣ କରିଛି ।

ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ଇମତିଆଜ ଅହମ୍ମଦ ଦାର ହ୍ୱାଟ୍ସଆପ୍ ମାଧ୍ୟମରେ ପୋଲିସକୁ ଅଭିଯୋଗ ପଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ତ୍ରାଥପୋରାରୁ ଶ୍ରୀନଗର ଯାଉଥିବା ସମୟରେ ଆଶିକ୍ ହୁସେନ୍ ଭଟ୍ ଏବଂ ଗୌହର ଅହମଦ ଭଟ୍ ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଭିଲଗାମରେ ଅଟକାଇ ଆକ୍ରମଣ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ବିଏନଏସ ଧାରା ୧୧୫(୨), ୧୨୬(୨)ରେ ଇ-ଏଫଏଇଆର ପଞ୍ଜିକୃତ କରିଛି । ଏମିତି ପ୍ରଥମ ଥର ହୋଇଛି, ଯାହା ଥାନାକୁ ନ ଯାଇ ସରକାରୀ ଫର୍ମ ଦିଆଯାଇଛି ।

ଇ-ଏଫଏଇଆରରେ କ’ଣ ରହିଛି ସୁବିଧା ଆଉ ଅସୁବିଧା

ସହଜ ଓ ଶିଘ୍ର ପାଇଁ ଲୋକ ଡିଜିଟାଲ ମାଧ୍ୟମରେ ହ୍ବାଟ୍ସଆପରେ  ଇ-ଏଫଏଇଆର ଦାଖଲ କରିପାରିବେ ।

ଥାନାକୁ ଯିବାକୁ ପଡିବ ନାହିଁ, ଏହି ସୁବିଧା  ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ପାଇଁ ଉପଯୋଗୀ ପ୍ରମାଣିତ ହେବ ।

ଡିଜିଟାଲ ରେକର୍ଡ ପୋଲିସ ବ୍ୟବସ୍ଥାରେ ଦୁର୍ନୀତି ହ୍ରାସ କରିବ ଏବଂ ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବ।

କମ ସମୟ ମଧ୍ୟରେ ନ୍ୟାୟ: ଏହା ଅପରାଧ ପଞ୍ଜିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ, ଯାହା ଫଳରେ ମାମଲାର ତଦନ୍ତ ଶୀଘ୍ର ଆରମ୍ଭ ହୋଇପାରିବ।

ମିଥ୍ୟା ଅଭିଯୋଗର ବିପଦ: ଡିଜିଟାଲ୍ ମାଧ୍ୟମରେ ମଧ୍ୟ ମିଥ୍ୟା ମାମଲା ପଞ୍ଜିକୃତ କରାଯାଇପାରିବ।

ବୈଷୟିକ ସମସ୍ୟା: ଇଣ୍ଟରନେଟ୍ ଉପଲବ୍ଧତା ଏବଂ ସାଇବର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ହେବ।

ହ୍ୱାଟସଅପରେ ଇ-ଏଫଆଇଆରର ଲାଭ

ଯଦି ଏହି ପରୀକ୍ଷଣ ସଫଳ ହେବ, ତାହା ହେଲେ ଏହା ଅନ୍ୟ ରାଜ୍ୟରେ ମଧ୍ୟ ଲାଗୁ ହେବ । ଏହର ପୋଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶଳୀ କରିବା  ଇ- ଗଭର୍ଣ୍ଣାନ୍ସକୁ ପ୍ରତ୍ସୋହିତ କରିବ  । ଜମ୍ମୁ ଓ କାଶ୍ମୀରରେ ଇ- ଏଫଆଇଆର ପ୍ରଣାଳୀର ଆରମ୍ଭ ଡିଜିଟାଲ ଓ ସୁଲଭ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ  । ଯଦି ଏହି ପଦ୍ଧତିକୁ ସଠିକ ଢଙ୍ଗରେ ଲାଗୁ କରାଯିବ, ତାହା ହେଲେ ପୋଲିସି ବ୍ୟବସ୍ଥାର ଭବିଷ୍ୟତ ବଦଳି ପାରିବ  ।

ସାମ୍ନାକୁ ଆସିଲା ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ରର କାରଣ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏବେ ଏହାର କାରଣ ସାମ୍ନାକୁ ଆସିଛି।

ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଏବେ ଛାଡପତ୍ର ନେଇଛନ୍ତି। ଗୁରୁବାର ମୁମ୍ବାଇ ପରିବାର ଅଦାଲତରେ ଏହି ଦମ୍ପତି ଛାଡପତ୍ର ପ୍ରକ୍ରିୟା ସମାପ୍ତ କରିଛନ୍ତି। ଏହି ଖବର ସେମାନଙ୍କ ଉଭୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଛି।

ଏହି ସୂଚନା କୋର୍ଟରେ ଉପସ୍ଥିତ ଜଣେ ଓକିଲ ଗଣମାଧ୍ୟମକୁ ଦେଇଥିବା ଜଣାଯାଇଛି। ସେ କହିଛନ୍ତି ଯେ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ଏବଂ ସମସ୍ତ ଔପଚାରିକତା ପୂରଣ କରିବା ପାଇଁ ଉଭୟ ସକାଳ ୧୧ଟାରୁ ପରିବାର ଅଦାଲତରେ ଉପସ୍ଥିତ ଥିଲେ। ବିଚାରପତି ଉଭୟଙ୍କୁ ଜଣେ ପରାମର୍ଶଦାତାଙ୍କ ପାଖକୁ ପଠାଇ ଦେଇଥିଲେ, ଏହି ଅଧିବେଶନ ୪୫ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ୪୫ ମିନିଟ ପରେ ଦୁହେଁ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇସାରିଥିବା ଅଦାଲତଙ୍କୁ ଜଣାଇଥିଲେ। ଉଭୟ ପାରସ୍ପରିକ ସହମତିରେ ଅଲଗା ହେବାକୁ ଚାହୁଁଥିବା କହିଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪:୩୦ ସମୟରେ, ବିଚାରପତି ଆନୁଷ୍ଠାନିକ ଭାବରେ ସେମାନଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ।

ସେ ଆହୁରି କହିଛନ୍ତି ଯେ, ଚହଲ ଏବଂ ଧନଶ୍ରୀ ଗତ ୧୮ମାସ ଧରି ଅଲଗା ରହୁଥିଲେ। ଛାଡପତ୍ର ନେବାର ସମ୍ଭାବ୍ୟ କାରଣ ବିଷୟରେ ପଚରାଯିବାରୁ ଦମ୍ପତି କହିଥିଲେ ଯେ, “ଦୁହେଁ କୌଣସି ଜିନିଷକୁ ନେଇ ଏକମତ ହୋଇପାରୁନଥିଲେ। ଦୁହିଁଙ୍କ ଚିନ୍ତାଧାରା ଭିନ୍ନ ଥିବାରୁ ସାଙ୍ଗରେ ରହିବା ଅସମ୍ଭବ ହୋଇଯାଇଥିଲା।।”

ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନାର ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ପ୍ରାଣମୂର୍ଛା ଉଦ୍ଯମ। ଟନେଲ ଭିତରେ ଫସିଛନ୍ତି ୮ରୁ ଅଧିକ ଶ୍ରମିକ। ଶ୍ରୀସାଇଲମ୍ ବାମ କେନାଲ ଟନେଲରେ ଏହି ଅଘଟଣ ଘଟିଛି। ନିର୍ମାଣାଧୀନ ଟନେଲ ଛାତରୁ କଂକ୍ରିଟ ଖଣ୍ଡ ଖସିବାରୁ ଫସି ରହିଛନ୍ତି ସେମାନେ  ନଗର କୁର୍ଣ୍ଣୁଲ ଜିଲ୍ଲାରେ ଏହି ଅଘଟଣ ଘଟିଛି। ରେସ୍କ୍ୟେୁ ଅପରେସନରେ ସାମିଲ ହୋିଛନ୍ତି ଏନଡିଆରଏଫ୍ ଓ ଏସଡିଆରଏଫ୍। ଶ୍ରୀସାଇଲମ୍ ର ବାମ କେନାଲରେ ଟନେଲ ଛାତରୁ ପାଣି ଲିକ୍ ହେଉଥିଲା। ତାକୁ ବନ୍ଦ କରିବାକୁ କଂକ୍ରିଟ କରାଯାଇଥିଲା ଟନେଲ ଭିତରକୁ କାମ କରିବା ଲାଗି ୫୦ ଶ୍ରମିକ ଯାଇଥିଲେ। ସେମାନେ ୨୦୦ ମିଟର ଦୀର୍ଘ ଟନେଲ ବୋରିଂ ମେସିନ ବି ସାଥୀରେ ନେଇଥିଲେ। ପ୍ରାୟ ସାଢେ ୧୩ କିଲୋମିଟର ଦୂର ଯାଏ ସେମାନେ ଟନେଲ ଭିତରକୁ ଯାଇଥିଲେ। ଟନେଲ ଭିତରେ ସମୁଦାୟ ୮ ଜଣ ଫସିଥିବା ସୂଚନା ମିଳିଛି। ୪୨ ଜଣ ପଦାକୁ ବାହାରିବାକୁ ସକ୍ଷମ ହୋଇଥିଲେ। ଫସିଥିବା ୮ ଜଣଙ୍କ ମଧ୍ଯରୁ ୨ ଇଞ୍ଜିନିୟର ଓ ୪ ଶ୍ରମିକ ହେଉଛନ୍ତି ଜୟପ୍ରକାଶ ଆସୋସିଏଟ୍ସର। ଅବଶିଷ୍ଟ ୨ ଜଣ ହେଉଛନ୍ତି ଏକ ଆମେରିକୀୟ କମ୍ପାନୀର। ଶ୍ରୀସାଇଲାମ ପ୍ରକଳ୍ପରୁ ପାଣିଆଣିବା ଲାଗି ବିଶ୍ବର ସବୁଠାରୁ ଦୀର୍ଘ ୪୪ କିଲୋମିଟର ଟନେଲ ଖୋଳାଯାଉଛି। ନାଲଗୋଣ୍ଡା ଜିଲ୍ଲାର ପ୍ରାୟ ୪ ଲକ୍ଷ ଏକର ଜମିକୁ ଜଳଯୋଗାଣ ଲାଗି ଏହି ଟନେଲ ଖୋଳାଯାଉଛି। ତେବେ ୪୪ କିଲୋମିଟରରୁ ମାତ୍ର ୯ ଦଶମିକ ୫ କିଲୋମିଟର ଟନେଲ ବାକି ଥିବା ସୂଚନା ମିଳିଛି।

ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମୁକାବିଲା । ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ସେପଟେ ଭାରତ ପ୍ରଥମେ ବୋଲିଂ କରୁଥିବାବେଳେ ଦଳର ପ୍ରଦର୍ଶନ ଉପରେ ରହିଛି ସମସ୍ତଙ୍କ ନଜର ।

ଭାରତ

ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, ଅକ୍ଷର ପଟେଲ,
କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା କିମ୍ବା ଅର୍ଶଦୀପ ସିଂହ, ମହମ୍ମଦ ଶମି, କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀ

ପାକିସ୍ତାନ

ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ଉସମାନ ଖାନ, ସଲମାନ ଆଗା, ତୈୟବ ତାହିର, ଖୁଶଦିଲ ଶାହ, ଶାହୀନ ଆଫ୍ରିଦି, ନଶୀମ ଶାହ, ହାରିସ ରଉଫ, ଅବରାର ଅହମ୍ମଦ

ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବଢ଼ିଲା ବସ୍ ବିବାଦ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବଢ଼ିଲା ବସ୍ ବିବାଦ। ମହାରାଷ୍ଟ୍ର ରାଜ୍ଯ ପରିବହନ ନିଗମ ବା ଏମଏସଆରଟିସିର ଏକ ବସ ଉପରେ କର୍ଣ୍ଣାଟକ ଚିତ୍ରଦୁର୍ଗରେ ନବନିର୍ମାଣ ସେନା ପକ୍ଷରୁ ଆକ୍ରମଣ ହେବା ପରେ କର୍ଣ୍ଣାଟକକୁ ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ଯ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ। ଆକ୍ରମଣର ସମ୍ମୁଖୀନ ହୋଇଥିବା ବସଟି ବେଙ୍ଗାଳୁରୁରୁ ମୁମ୍ବାଇ ଆସୁଥିବାବେଳେ କନ୍ନଡ ସପକ୍ଷବାଦୀ କର୍ମୀମାନେ ଆକ୍ରମଣ କରିଥିଲେ। ବସର ଡ୍ରାଇଭରଙ୍କ ମୁହଁରେ ବି କର୍ମୀମାନେ କଳା ବୋଳିଦେଇଥିଲେ। ଏହି ଘଟଣାରେ କର୍ଣ୍ଣାଟକରେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେପଟେ କର୍ଣ୍ଣାଟକ ବେଲଗାଭିରେ କର୍ଣ୍ଣାଟକ ସଡ଼କ ପରିବହନ ନିଗମର ଏକ ବସର କଣ୍ଡକ୍ଟର ଜଣେ ଯୁବତୀଙ୍କୁ ମରାଠୀ ଭାଷାରେ ଉତ୍ତର ନଦେବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହି କଣ୍ଡକ୍ଟରଙ୍କ ବିରୋଧରେ ଏପରିକି ପୋକ୍ସୋ ମାମଲା ବି ରୁଜୁ ହୋଇଥିଲା। କଣ୍ଡକ୍ଟରଙ୍କ ଅଭିଯୋଗ ଥିଲା- ସେ ଯୁବତୀଙ୍କୁ କନ୍ନଡରେ କହିବା ଲାଗି ଅନୁରୋଧ କରିଥିଲେ। ମାତ୍ର ଯୁବତୀ ଜଣକ ମରାଠୀରେ କହିବା ସହ ଉତକ୍ଷିପ୍ତ ହୋଇଥିଲେ। ଏହାକୁ ନେଇ ବିବାଦ ହୋଇଥିଲା ଏବଂ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲା। କର୍ଣ୍ଣାଟକର ବେଲଗାଭି ରହିଛି ମହାରାଷ୍ଟ୍ର ସୀମା ନିକଟରେ ଏବଂ ସେଠାରେ ବହୁଳ ଭାବେ ମରାଠୀ ବାସ କରନ୍ତି। ଏହି ଜିଲ୍ଲାକୁ ମହାରାଷ୍ଟ୍ର ସହ ମିଶାଇବା ଲାଗି ଦାବି ଜୋର ଧରିଛି। ମରାଠୀ ସମ୍ପ୍ରଦାୟଙ୍କ ଦାବିକୁ କନ୍ନଡ ଭାଷାଭାଷୀ ବିରୋଧ କରୁଛନ୍ତି।

 

 

ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହେଲା ହୃଦଘାତ,ଭଲ ହେଲା ପରେ କହିଲେ ୪ ଜଣ ଯମଦୂତ ଗାଡ଼ିକୁ କଲେ ସାଇଡ୍ !

ନନ୍ଦିଘୋଷ ବ୍ୟୁରୋ: ବିନା ଡ୍ରାଇଭରରେ ୫୦୦ ମିଟର ଚାଲିଲା ବସ ! ରାସ୍ତାକଡ଼କୁ ଯାଇ ଆପ ଆପ ସାଇଡ୍ ହେଲା ଗାଡ଼ି । ବଞ୍ଚିଗଲା ୬୦ ଯାତ୍ରୀଙ୍କ ଜୀବନ । ଆଉ ପରେ ଡ୍ରାଇଭର ଯାହା କହିଲେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଝାଡ଼ଖଡ଼ରେ ଏବେ ଏମିତି ଏକ ଘଟଣାକୁ ବେଶ ଚର୍ଚ୍ଚା ହେଉଛି । ତେବେ ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହେଲା ହୃଦଘାତ,ଭଲ ହେଲା ପରେ କହିଲେ ୪ ଜଣ ଯମଦୂତ ଗାଡ଼ିକୁ କଲେ ସାଇଡ୍ ! ଯାହାକୁ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହୁଥିବାବେଳେ କିଛି ଲୋକ କହିଛନ୍ତି କି ଭଗବାନ ବଞ୍ଚାଇ ଦେଇଛନ୍ତି ।

କହି ରଖୁଛୁ କି, ଘଟଣାଟି ଘଟିଛି ଶୁକ୍ରବାର ପାଖାପାଖି ଦିନ ୯ଟା୩୦ ସମୟରେ । ବସ ଚଳାଉଥିବା ଡ୍ରାଇଭରଙ୍କୁ ହଠାତ ହାର୍ଟ ଆଟାକ ହୋଇଥିଲା । ଗାଡ଼ି ଚାଲିଥିବାବେଳେ ତାଙ୍କ ହାର୍ଟ ଆଟାକ ହୋଇଥିବାବେଳେ କଣ ହୋଇଛି ସେ ଜାଣିନଥିବା କହିଥିଲେ । ବସରେ ୬୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ବସଟି ସାଇଡରେ ଯାଇ ରହିଥିଲା । ଯାତ୍ରୀମାନେ ଡ୍ରାଇଭରଙ୍କୁ CPR ଦେବା ପରେ ସୁସ୍ଥ ହୋଇଥିଲେ । ଆଉ ପଚାରିବା ପରେ କହିଥିଲେ କି, ଯମଦୂତ ମାନେ ଗାଡ଼ିକୁ ସାଇଡ୍ କରିଥିଲେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ମୋ ସହ ଯାହା ଘଟିଛି ମୁଁ ସତ କହୁଛି ବୋଲି ଡ୍ରାଇଭର ଭାଇଜଣକ କହିଥିଲେ । ଯାହାକୁ ଅନେକ ଲୋକ ବିଶ୍ବାସ କରୁଥିବାବେଳେ ଆଉ କିଛି ଲୋକ ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ ଯାତ୍ରୀମାନେ ମାନବିକତାର ପରିଚୟ ଦେଇଥିବାବେଳେ ସେମାନେ ସିପିଆର ଦେଇଥିଲେ । ହେଲଫର ଏବଂ କଣ୍ଡକ୍ଟର ସାଙ୍ଗେ ସାଙ୍ଗେ ଗାଡ଼ିର ଷ୍ଟାର୍ଟ ବନ୍ଦ କରିଥିବାବେଳେ ପାଟିରେ ଫୁଙ୍କିଥିଲେ । ତେବେ ଡ୍ରାଇଭର କହିଛନ୍ତି କି, ହଠାତ ମୋ ଆଗରେ ୪ ଜଣ ବର୍ଛା ଧରି ଯିବା ଭଳି ମନେ ହେଲା ଏହାପରେ ମୋର ହୋସ୍ ଚାଲିଗଲା ।

ରାଜସ୍ଥାନ ବିଧାନସଭାରେ ଥମୁନି ଇନ୍ଦିରା ଝଡ: ଗୃହ ଛାଡିବାକୁ ନାରାଜ କଂଗ୍ରେସ ବିଧାୟକ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ବିଧାନସଭାରେ ଥମୁନି ଇନ୍ଦିରା ଝଡ। ଗୃହ ଛାଡିବାକୁ ନାରାଜ କଂଗ୍ରେସ ବିଧାୟକ। ରଘୁପତି ରାଘବ ରାଜାରାମ ଗୀତ ବୋଲି ବିଧାୟକଙ୍କ ପ୍ରତିବାଦ। ଦାଦି ଶବ୍ଦର ପ୍ରତ୍ଯାହାର ଦାବି କରି ଅଟଳ ରହିଛନ୍ତି ବିଧାୟକ। ଇନ୍ଦିରାଙ୍କୁ ନେଇ ବିଜେପି ମନ୍ତ୍ରୀ ଦେଇଥିବା ମନ୍ତବ୍ଯ ପ୍ରତ୍ଯାହାର ଦାବିରେ ଅଟଳ ଅଛନ୍ତି ବିଧାୟକ। ଗତ ୨୧ ତାରିଖଠାରୁ ଗୃହ ଭିତରେ ରହି ନାରାବାଜି ଚଳାଇଛନ୍ତି ବିଧାୟକ। ବଜେଟ ଅଧିବେଶନର ଅବଶିଷ୍ଟ ସମୟକାଳରୁ ସେମାନଙ୍କୁ ବହିଷ୍କାର ପ୍ରତିବାଦରେ କରିଛନ୍ତି ଅଭିନବ ପ୍ରତିବାଦ। ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂ ଦୋତସାରା, ବିରୋଧୀ ଦଳ ନେତା ରାମକେଶ ମୀନା, ଅମିନ କାଗଜି, ଜାକିର ହୁସେନ ଗେସାୱତ, ହାକିମ ଅଲ୍ଲୀ ଖାନ ଓ ସଞ୍ଜୟ କୁମାର ଜାଟବ ଗୃହରେ ଶୋଇ ଜଣାଇଥିଲେ ପ୍ରତିବାଦ। ଗତ ଶୁକ୍ରବାର କଂଗ୍ରେସକୁ କଟାକ୍ଷ କରି ଗୃହରେ ସାମାଜିକ କଲ୍ଯାଣ ଓ ସଶକ୍ତିକରଣ ମନ୍ତ୍ରୀ ଅବିନାଶ ଗେହଲତ କହିଥିଲେ- ୨୦୨୩-୨୪ ବଜେଟରେ କର୍ମଜୀବୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ହଷ୍ଟେଲକୁ କଂଗ୍ରେସ ସରକାର ଦାଦି ଇନ୍ଦିରା ଗାନ୍ଧୀଙ୍କ ନାମରେ ନାମିତ କରିଥିଲା । ମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା। ଏହାକୁ ବିରୋଧୀ ଦଳ ନେତା ତିକାରାମ ଜୁଲ୍ଲୀ ତୀବ୍ର ବିରୋଧ କରିଥିଲେ। ପରେ ସେମାନେ ଗୃହରେ ରାତି କଟାଇ ଏହି ବୟାନର ପ୍ରତିବାଦ ଜଣାଇଥିଲେ। ତେବେ ଦାଦି ଶବ୍ଦ କୌଣସି ଅଣସଂସଦୀୟ ଶବ୍ଦ ନୁହେଁ ବୋଲି କହିଥିଲେ ସଂସଦୀୟ ବ୍ଯାପାର ମନ୍ତ୍ରୀ ଯୋଗଗାମ ପଟେଲ। ମନ୍ତ୍ରୀ ନିଜ ମନ୍ତବ୍ଯ ଫେରାଇ ନନେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଧାୟକ ତିକାରାମ ।