spot_img
Home Blog Page 1079

୨୮ ମିନଟ ପରେ ବାରବାଟୀକୁ ଆସିଲା ଆଲୁଅ

କଟକ : ବାରବାଟୀରେ ଘୋର ଲଜ୍ଜା। ମ୍ୟାଚ୍ ଚାଲିଥିବା ବେଳେ ବିରାଟ ବିଭ୍ରାଟ ।  ଅନ୍ଧାର ହୋଇଗଲା ପୁରା ଷ୍ଟାଡିୟମ। ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକି ଯାଇଥିଲା ମ୍ୟାଚ୍ ।  ଦୀର୍ଘ ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଲାଇଟ୍ । ଆଲୁଅ ଆସିବା ପରେ ଜାରି ରହିଛି ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ୨୮ ମିନଟ୍ ଧରି ଅଟକି ରହିଥିଲା ମ୍ୟାଚ୍ । ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସମୟରେ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ୩୦୫ ରନର ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ । ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ୨୮ ମିନଟ୍ ପରେ ଲାଇଟ୍ ଆସିଥିଲା। ତା ପରେ ଖେଳ ସ୍ଵାଭାବିକ ହୋଇଛି।

ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ଜାରି ରଖିଛନ୍ତି ଭାରତୀୟ ଖେଳାଳି ।

ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

କଟକ : ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ଅଧାରୁ ଅଟକିରହିଲା ମ୍ୟାଚ୍ । ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ଏହି ସମୟରେ ଲିଭି ଯାଇଥିଲା ଫ୍ଲଡ ଲାଇଟ୍ । ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା ।

ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।  ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ରଖିଥିଲେ ଭାରତୀୟ ଖେଳାଳି ।

ରଙ୍ଗବେରଙ୍ଗର ଫୁଲରେ ଝଲସୁଛି ବିଦ୍ୟାଳୟର ପରିବେଶ

କାମାକ୍ଷାନଗର : ସୁନ୍ଦର ସବୁଜିମା ଓ ରଙ୍ଗ ବେରଙ୍ଗର ଫୁଲରେ ପୁରି ଉଠିଛି ପରିବେଶ l ଫୁଲର ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ସୃଷ୍ଟି କରିଛି ପାର୍କର ଭ୍ରମ l ଏହି କୌଣସି ଘରୋଇ ଶିକ୍ଷାନୁଷ୍ଠାନର ନୁହେଁ ଏହା ହେଉଛି କାମାକ୍ଷାନଗର ସ୍ଥିତ କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ଦୃଶ୍ୟ । କ୍ୟାମ୍ପସ ପରିସରରେ ଯେଉଁଆଡ଼େ ଚାହିଁବେ ଗେଣ୍ଡୁ, ସେବତୀ, ଡାଲିଆ, ଗୋଲାପ ଭଳି ଦେଶି ବିଦେଶୀ ଫୁଲରେ ଝଲସୁଛି ବିଦ୍ୟାଳୟର ପରିବେଶ । ଶିକ୍ଷା ଗ୍ରହଣ ସହିତ ପିଲାମାନଙ୍କୁ କର୍ମାନୁଭୂତି ଯୋଗାଇବା ପାଇଁ ସୃଷ୍ଟି କରିଛନ୍ତି ସୁନ୍ଦର ଫୁଲ ବଗିଚା l ଏହି ସୁନ୍ଦର ଫୁଲ ବଗିଚାଟି ବିଦ୍ୟାଳୟର ଶୋଭାକୁ ଦ୍ଵିଗୁଣିତ କରୁଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ଏହି ଫୁଲ ବଗିଚାଟି ସାଜିଛି ଚିତ୍ତ ବିନୋଦନର ମାଧ୍ୟମ l ନିଜ ହାତରେ ଏହି ସୁନ୍ଦର ଫୁଲ ବଗିଚାଟିକୁ ତିଆରି କରିଥିବା ବେଳେ ସୁନ୍ଦର ପରିବେଶକୁ ନେଇ ଖୁସିବ୍ଯକ୍ତ କରିଛନ୍ତି ଛାତ୍ରଛାତ୍ରୀ l…

ପାଠ ସାଙ୍ଗକୁ ସୁନ୍ଦର ପରିବେଶ ଛାତ୍ରଛାତ୍ରୀ ମାନଙ୍କ ମାନସିକ ଅବସାଦ ଦୂର କରିବାରେ ବେଶ ସହାୟକ ହେଉଛି l ପାଠ ପଢ଼ାରୁ ସମୟ ବାହାର କରି କର୍ମାନୁଭୂତିର ଅବସରକୁ ସୁନ୍ଦର ଭାବେ ବ୍ୟବହାର କରି ସଜାଇଛନ୍ତି ଏହି ଫୁଲର ଗାଲିଚା l ରଙ୍ଗ ବେରଙ୍ଗର ଫୁଲ ବଗିଚା ସାଙ୍ଗକୁ ବିଦ୍ୟାଳୟ ପରିସରରେ ଶ୍ରମଦାନ କରି ପିଲାମାନେ ପରିବା ବଗିଚା ମଧ୍ୟ ସୃଷ୍ଟି କରିଛନ୍ତି l ଋତୁ ଅନୁସାରେ ବିଭିନ୍ନ ପ୍ରକାର ପରିବା ଚାଷ କରି ପିଲାମାନେ କୃଷି ପ୍ରତି ଆକୃଷ୍ଟ ହେଉଛନ୍ତି । ପରିବା ବଗିଚାରେ ବାଇଗଣ, କୋବି, ଲଙ୍କା, କଲରା, ଝୁଡ଼ଙ୍ଗ ଇତ୍ୟାଦି ପରିବା ଚାଷ କରିଛନ୍ତି l ଶିକ୍ଷକଙ୍କ ପ୍ରେରଣା ପାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ଓ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଇଛି l ଶିକ୍ଷା ସାଙ୍ଗକୁ ସୁନ୍ଦର ସ୍ଵଚ୍ଛ ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଛି କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ l ଶିକ୍ଷା ଗ୍ରହଣ ସହିତ ପିଲାମାନଙ୍କୁ କର୍ମାନୁଭୂତି ଯୋଗାଇବା ପାଇଁ ସୃଷ୍ଟି ହୋଇଛି ସୁନ୍ଦର ଫୁଲ ବଗିଚା l ଏହାଦ୍ଵାରା ପିଲାଟି ମଧ୍ୟରେ ଛୋଟ ବୟସରୁ ବୃକ୍ଷରୋପଣ ଓ ପ୍ରକୃତି ପ୍ରତି ଭଲପାଇବା ବଢୁଛି ।

ମରଣାଯନ୍ତା ପାଲଟିଛି ପକ୍କା ରାସ୍ତା, ନିର୍ମାଣକୁ ବର୍ଷେ ନପୁରୁଣୁ ରାସ୍ତା ଫାଟି ଆଁ

ସୋନପୁର : ନିମ୍ନମାନର କାମ ପାଇଁ ନିର୍ମାଣକୁ ବର୍ଷେ ନପୁରୁଣୁ ରାସ୍ତାର ଏପରି ଅବସ୍ଥା ହୋଇଗଲାଣି । ରାସ୍ତା ଫାଟି ଗାତ ସୃଷ୍ଟି ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଡାହିମାଲ ଗାଁରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ସହିତ ପକ୍କା ରାସ୍ତା ନିର୍ମାଣ ହୋଇଥିଲା । ତେବେ ନିମ୍ନ ମାନର କାମ ପାଇଁ ପୋଲକୁ ସଂଯୋଗ ଆପ୍ରୋଚ ରୋଡ୍ ଦବି ଯାଇଥିବା ବେଳେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇଛି । ପ୍ରାୟ ୭ ମାସ ତଳେ  ଗତ ବର୍ଷାଦିନ ପୂର୍ବରୁ ତରଭା ବ୍ଲକ ଡାହିମାଲ ଗାଁରେ ନିର୍ମାଣ ହୋଇଥିଲା ରାସ୍ତା । ରାସ୍ତାରେ ହୋଇଥିବା ଫାଟ ଏବଂ ଖାଲ ଖମା ଯୋଗୁଁ ପ୍ରତ୍ୟେହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜାଣି ଅଜଣା ପରି ଜିଲ୍ଲାପ୍ରଶାସନ ରହୁଥିବା ଅଭିଯୋଗ ହୋଇଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘଦିନର ଦାବି ପରେ ପ୍ରାୟ ୭ ମାସ ତଳେ ନିର୍ମାଣ ହୋଇଥିଲା ଏହି ପୋଲ ।  ଗମନା ଗମନର ସୁବିଧା ଏବଂ ଡାହିମାଲ ଗାଁକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବାକୁ ଏ ହେଉଛି ଏକ ମାତ୍ର ରାସ୍ତା । ଦୀର୍ଘ ଦିନର ଦାବି ପରେ ସ୍ଵପ୍ନ ସାକାର ହେଲା ସତ, କିନ୍ତୁ ମାତ୍ର ଦିନ କେଇଟା ପରେ ନବ ନିର୍ମିତ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଲୋକଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଅତି ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅପର ପକ୍ଷରେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ ମୁହାଁ ଖୋଲବାକୁ ନାରାଜ ବିଭାଗୀୟ ଅଧିକାରୀ କି ଜିଲ୍ଲାପାଳ । ଗମନାଗମନର ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଖର୍ଚ୍ଚରେ ରାସ୍ତା ନିର୍ମାଣ ହେଉଛି । ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ପାଇଁ ସେହି ଅର୍ଥର ସଠିକ ବିନିଯୋଗ ହୋଇପାରୁନାହିଁ ।

ଆର୍ଦ୍ରତା ନାଁରେ କପା କିଣୁନାହିଁ ସିସିଆଇ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଆଦିବାସୀ ଚାଷୀ

ରାୟଗଡା : ଆର୍ଦ୍ରତା ନାଁରେ କପା କିଣୁନାହିଁ ସିସିଆର । କମ୍ ଦାମରେ କପା କିଣିନେଉଛନ୍ତି ଆନ୍ଧ୍ର ଓ ତେଲଙ୍ଗାନା ଦଲାଲ । ଶୋଷଣର ଶିକାର ହେଉଛନ୍ତି  । ରାୟଗଡ଼ାର କପା ଚାଷୀ ।  ଧାନ ଚାଷ ପରେ କପା ଚାଷକୁ ପ୍ରାଧାନ୍ୟ ଦେଇଆସୁଛନ୍ତି ରାୟଗଡ଼ା ଜିଲ୍ଲାର ଚାଷୀ । ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ କପା ଉତ୍ପାଦନ ସରିଗଲାଣି । ତେବେ ଏବେ ମଣ୍ଡିରେ ସମସ୍ୟା ପାଇଁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଆର୍ଦ୍ରତା ନାଁରେ ଚାଷୀଙ୍କ କପାକୁ ସିସିଆଇ କ୍ରୟ କରୁନାହିଁ । ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କ କବଳରେ ପଡିଛନ୍ତି ନିରୀହ ଆଦିବାସୀ । ମଣ୍ଡି ବଦଳରେ ଆନ୍ଧ୍ର ବେପାରୀଙ୍କ କାର୍ଯ୍ୟଳୟ ଆଗରେ ଚାଷୀମାନେ ଧାଡ଼ି ବାନ୍ଦି ଠିଆ ହୋଇଛନ୍ତି । ସରକାର କପା କ୍ବିଣ୍ଟାଲ ପ୍ରତି ୭ ହଜାର ୫୨୧ ଟଙ୍କା ଧାର୍ଯ୍ୟ କରିଛନ୍ତି । ସିସିଆଇ କପା କିଣୁନଥିବା ବେଳେ ଆନ୍ଧ୍ର ଓ ତେଲେଙ୍ଗାନାର ବେପାରୀଙ୍କୁ କ୍ଵିଣ୍ଟାଲ ପିଛା ୬ ହଜାର ୭ଶହ ଟଙ୍କାରେ ବିକ୍ରି କରିଦେଉଛନ୍ତି । ଗାଡି ଭଡ଼ା କରି ମଣ୍ଡିକୁ ନେବା ସମ୍ଭବ ଏଣୁ ବାଧ୍ୟ ହୋଇ ଦଲାଲଙ୍କୁ ବିକ୍ରି କରୁଥିବା କହିଛନ୍ତି କପା ଚାଷୀ।

ପ୍ରତିବର୍ଷ ହେକ୍ଟର ହେକ୍ଟର ଜମିରେ ଧଳା ସୁନା ଚାଷ କରୁଛନ୍ତି ରାୟଗଡ଼ା ଅଞ୍ଚଳର ଆଦିବାସୀ ଚାଷୀ । ଚାଷ କାର୍ଯ୍ୟ ବେଳେ ବାହାର ରାଜ୍ୟର ବ୍ୟବସାୟୀମାନେ ଚାଷୀଙ୍କୁ କୀଟନାଶକ ଔଷଧ ଓ ସାର ଯୋଗାଇ ଦେଇଥାନ୍ତି । ଅମଳ ପରେ ସେହି ବେପାରୀମାନେ ଚାଷୀଙ୍କ ଠାରୁ କପା ଉଠାଇନେଉଛନ୍ତି । ମହାରାଷ୍ଟ୍ର,ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସି କପା ମିଲ୍ କରିଥିବା ବ୍ୟବସାୟୀମାନେ ଦଲାଲ ଲଗାଇ କପା ଲୁଟ୍ କରୁଛନ୍ତି । ୬୦ ପ୍ରତିଶତ କପା ମଣ୍ଡିକୁ ଆସିବା ପରିବର୍ତ୍ତେ ସିଧାସଳକ ମିଲକୁ ଚାଲିଯାଉଛି । ଚଳିତ ବର୍ଷ ରାୟଗଡା ଜିଲ୍ଲାର ୪୯ ହଜାର ୮୧୦ ହେକ୍ଟର ଜମିରେ କପା ଚାଷ ହୋଇଛି । କପା କ୍ରୟ କରିବା ପାଇଁ ମାତ୍ର ୨ ଟି ମଣ୍ଡି ରହିଥିବାରୁ ଚାଷୀଙ୍କୁ କପା ବିକ୍ରି କରିବାକୁ ସମସ୍ୟା ହେଉଛି । କପାର ଅଭାବୀ ବିକ୍ରି ସମ୍ପର୍କରେ ସିସିଆଇ ମୁହଁ ଖୋଲୁନଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଣ କହୁଛନ୍ତି ଶୁଣନ୍ତୁ । ରାୟଗଡ଼ା ଜିଲ୍ଲାରେ ବହୁଳ ଭାବେ କପା ଚାଷ ହେଉଛି । ସରକାରୀ ସ୍ତରରେ ଏହି ଆଦିବାସୀ ଚାଷୀଙ୍କୁ କୃଷି ଋଣ ଯୋଗାଇ ଦେବା ବ୍ୟବସ୍ଥାରେ ସରଳୀକରଣ କରିବା ସହିତ ମଣ୍ଡିରେ କପା କିଣିବାକୁ ଚାଷୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେବା ଜରୁରୀ ।

କମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଅକାଳରେ ଚାଲିଗଲା ଦୁଇଜଣଙ୍କ ଜୀବନ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲାରେ କମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ । ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଯନ୍ତ୍ରଣା । ଲୋକଙ୍କୁ ରୋଜଗାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କୋମାରେ ରାଜ୍ୟ ସରକାରଙ୍କ ଦାଦନ ଟାସ୍କ ଫୋର୍ସ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଡଙ୍ଗରପଡ଼ା ଗାଁରେ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ଅଭିରାମ କଟାରଙ୍କ ପରିବାର । ତାମିଲନାଡୁର ଶିଖଲୁର୍ ଗାଁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ ଉକ୍ତ ପରିବାର । ଫାର୍ମ ବାହାରେ ବାରହା ଧରିବାକୁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଅଭିରାମଙ୍କ ସହିତ ପୁଅ ଉତ୍ତମଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରୋଜଗାରିଆ ବାପା ଓ ଭାଇକୁ ହରାଇ ଝିଅ ମମତାଙ୍କ ଆଖିରୁ ଲୁହ ଶୁଖୁନାହିଁ । ଲୋକଙ୍କ କହିବା ହେଲା, ଗାଁରେ କାମ ମିଳିଥିଲେ, ଲୋକମାନେ ଦାଦନ ଖଟି ବାହାରକୁ ଯାଇନଥାନ୍ତେ ।

ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁର ଅଭିରାମ କଟାରଙ୍କ ପରିବାର ଦୀର୍ଘ ୩ ବର୍ଷ ତଳେ ପୋଲଟ୍ରି ଫାର୍ମରେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ପୁଅ ଉତ୍ତମ ସାଙ୍ଗମାନଙ୍କ ସହିତ ଫାର୍ମ ବାହାରକୁ ଯାଇଥିବା ବେଳେ ବାରହା ପାଇଁ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।  ଖବର ପାଇ ବାପା ଅଭିରାମ ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାର ରେ ଲାଗିଯାଇଥିଲେ । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।  ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ୨ ଜଣଙ୍କ ମୃତ୍ୟୁ ପୃଥକ ପୃଥକ ସ୍ଥାନରେ ହୋଇଥିବାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ ।  ଘଟଣାର ଉପଯୁକ୍ତ ତଦନ୍ତ ସହିତ ପୀଡ଼ିତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହିଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲାରେ ରୋଜଗାର ପାଇଁ ସୁଯୋଗ ନଥିବାରୁ ବାଧ୍ୟହୋଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଏକ ପ୍ରକାର ଅସମର୍ଥ ହୋଇଛି ଜିଲ୍ଲା ଶ୍ରମ ବିଭାଗ ।

ଚଣ୍ଡୀଗଡ଼ରେ ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ଚଣ୍ଡୀଗଡ଼ : ଆମେରିକାରୁ ଦୟନୀୟ ଭାବେ ଭାରତୀୟଙ୍କୁ ପଠାଯିବ ଘଟଣାର ପ୍ରତିବାଦ। ପଞ୍ଜାବରେ ତାତିଛି ଯୁବ କଂଗ୍ରେସ। ଚଣ୍ଡୀଗଡ଼ରେ କରାଯାଇଛି ଜୋରଦାର ବିକ୍ଷୋଭ। କେନ୍ଦ୍ର ସରକାର ଆମେରିକା ଚାପରେ ପାଟି ଖୋଲୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଏନେଇ ଶହ ଶହ ଯୁବ କଂଗ୍ରେସ କର୍ମୀ କରିଛନ୍ତି ନାରାବାଜି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପୋଲିସ ଲାଠିଚାର୍ଜ କରିବା ସହ ପାଣି ମାଡ କରିଛି। ପଞ୍ଜାବର ଶହ ଶହ ଯୁବକ ଆମେରିକାରେ କାମ କରୁଥିବାବେଳେ ଟ୍ରମ୍ପଙ୍କ ନୂଆ ନିୟମ ଯୋଗୁ ସେମାନଙ୍କୁ ଫେରାଇଦିଆଯାଉଛି। ରାଜ୍ଯରେ ବେକାରୀ ଚରମ ସୀମାରେ ପହଞ୍ଚିଥିବାରୁ ଲୋକମାନେ ବାଧ୍ଯ ହୋଇ ଆମେରିକା ସମେତ ବିଭିଵ୍ନ ରାଷ୍ଟ୍ରକୁ ଯାଉଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ବାରବାଟୀ ମହାମୁକାବିଲା, ଭାରତ ଆଗରେ ୩୦୫ ରନର ଟାର୍ଗେଟ୍

ନନ୍ଦିଘୋଷ ବ୍ୟୁରୋ : ବାରବାଟୀ ମହାମୁକାବିଲାରେ ଇଂଲଣ୍ଡର ଦମଦାର ପ୍ରଦର୍ଶନ। ଭାରତ ଆଗରେ ୩୦୫ ରନର ଟାର୍ଗେଟ୍। ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ। ଦ୍ବିତୀୟ ଦିନିକିଆରେ ଘରୋଇ ଦଳର ବିଶାଳ ସ୍କୋର। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି । ଷ୍ଟାର୍ ପ୍ଲେୟରଙ୍କ ହାଇ ସଟ୍ ଦେଖିଛନ୍ତି ବାରବାଟୀର ଦର୍ଶକ। ଆରମ୍ଭରୁ ଇଂଲଣ୍ଡର ଓପନିଂ ଜୋଡି ଫିଲ୍ ସଲ୍ଟ ଓ ବେନ୍ ଡକେଟ୍ ୧୦ ଓଭରରେ ୮୦ ରନର ପାରି ଖେଳିଥିଲେ। ଉଭୟଙ୍କର ଦମଦାର୍ ୮୧ ରନର ପାଟନରସିପ୍ ଇଂଲଣ୍ଡର ମୂଳଦୁଆକୁ ଶକ୍ତ କରିଥିଲା। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ପ୍ରଥମ ୱିକେଟ୍ ନେଇ ଇଂଲଣ୍ଡର ସ୍କୋରରେ ରୋକ୍ ଲଗାଇଥିଲେ। ଫିଲ ସଲ୍ଟଙ୍କୁ ୧୦.୫ ଓଭରରେ ୨୬ ରନରେ ଆଉଟ୍ କରିଥିଲେ। ଏହାପରେ ଇଂଲଣ୍ଡର ପାରି ସମ୍ଭାଳିଥିଲେ ହେରି ବ୍ରୁକ୍ । ଡକେଟ୍ ଓ ବ୍ରୁକ କିଛି ସମୟ କ୍ରିଜରେ ରହିବା ପରେ ଦଳୀୟ ସ୍କୋର ୧୦୨ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଡକେଟ୍। ଡକେଟ୍ ୫୬ ବଲରୁ ୬୫ ରନର ଦମଦାର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ଜାଡେଜାଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ଇଂଲଣ୍ଡର ଅନ୍ୟତମ ଓପନର। ଭାରତ ପକ୍ଷରୁ ତୃତୀୟ ୱିକେଟ୍ ନେଇଥିଲେ ହର୍ଷିତ ରଣା। ହେରି ବ୍ରୁକଙ୍କୁ ୩୧ ରନରେ ଆଉଟ୍ କରିଥିଲେ। ଏହାପରେ ଲମ୍ବା ଖେଳିଥିଲେ ଜୋ ରୁଟ୍ ଏବଂ ଜୋସ୍ ବଟଲର। ଇଂଲଣ୍ଡର ସ୍କୋର ୨୧୯ ବେଳେ ପଡ଼ିଥିଲା ଚତୁର୍ଥ ୱିକେଟ୍। ଭାରତ ପକ୍ଷରୁ ଜୋସ୍ ବଟଲରଙ୍କୁ ୩୪ ରନରେ ଆଉଟ୍ କରିଥିଲେ ପାଣ୍ଡ୍ୟା। ଏହାପରେ ଧିମେଇଥିଲା ଇଂଲଣ୍ଡର ରନ୍ ସ୍କୋର। ପ୍ରତି ଓଭର ପ୍ରେସରରେ ଖେଳୁଥିଲା ଇଂଲଣ୍ଡ। ଆରମ୍ଭରୁ ଚାଲିଥିବା ଧୂଆଁଧାର ବ୍ୟାଟିଂ ସାମାନ୍ୟ ଧିମେଇ ଯାଇଥିଲା। ସେଞ୍ଚୁରୀ ଆଡକୁ ଅଗ୍ରସର ହେଉଥିବା ବେଳେ ଜୋ ରୁଟଙ୍କୁ ୬୯ ରନରେ ଅଟକାଇଥିଲେ ଜାଡେଜା। ପଞ୍ଚମ ୱିକେଟର ପତନ ସହିତ ଇଂଲଣ୍ଡ ୪୨ ଓଭରରେ ୨୪୮ ରନ୍ କରିଥିଲା। ଏହାପରେ ଇଂଲଣ୍ଡର ଷଷ୍ଠ ୱିକେଟର ପତନ ହୋଇଥିଲା। ଜାମି ୱଭରଟନଙ୍କ ୱିକେଟ ନେଇଥିଲେ ଜାଡେଜା। ଇଂଲଣ୍ଡର ସ୍କୋର ୨୭୨ ହୋଇଥିବା ବେଳେ ସପ୍ତମ ୱିକେଟର ପତନ ହୋଇଥିଲା। ମାତ୍ର ୩ ରନ୍ କରି ସାମିଙ୍କ ବଲରେ ପ୍ୟାଭିଲିଅନ୍ ଫେରିଥିଲେ ଗସ୍ ଆଟକିନସମ୍। ମାତ୍ର ୧୪ ରନ କରି ରନ୍ ଆଉଟ୍ ହୋଇଥିଲେ ଆଦିଲ ରସିଦ୍। ଦଳୀୟ ସ୍କୋର ୨୯୭ରେ ପଡ଼ିଥିଲା ଅଷ୍ଟମ ୱିକେଟ୍। ୪୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ ଲିଆମ୍ ଲିଭିଂଷ୍ଟୋନ୍। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ ୱିକେଟ୍ ହାସଲ କରିଛନ୍ତି। ମହମ୍ମଦ ସାମି, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଫିଲ୍ଡିଂ ଖରାପକୁ ନେଇ ପଡିଆରେ ରଗିଗଲେ ରୋହିତ

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଇଂଲଣ୍ଡ ମଧ୍ୟ ଚାଲିଛି ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଏହି ସମୟରେ ରୋହିତ ଶର୍ମା ରାଗିଯାଇଥିବା ଦେଖିବାକୁ ମିଳିଛି । ଅକ୍ଷର ପଟେଲ ଓ ହର୍ଷିତ ରାଣାଙ୍କ ଉପରେ ରାଗିଯାଇଥିଲେ । ଟିମ୍ ଇଣ୍ଡିଆଣ ଫିଲ୍ଡିଂ ମଧ୍ୟ ଏହି ମ୍ୟାଚରେ ଭଲ ନଥିଲା । ତଥାପି ଶୁଭମନ ଗିଲ ଡ୍ୟାରି ବ୍ରୁକଙ୍କ ଚମତ୍କାର କ୍ୟାଚ ଧରିଥିଲେ । ୨୫ ଓଭର ଶେଷ ବଲରେ ରୁଟଙ୍କୁ ଆଉଟ କରିବା ପାଇଁ ଇଣ୍ଡିଆ ପାଖରେ ସୁଯେଗା ଥିଲା । ହେଲେ ଅକ୍ଷର ପଟେଲ ରିଭ୍ୟୁ ନେଇନଥିଲେ । ଫଲରେ ରୁଟଙ୍କୁ ଆଶ୍ବସ୍ତି ମିଳିଥିଲା । ଏହି ଓଭରରେ ଅକ୍ଷର ପଟେଲ ଦୁଇ ଥର ଆଉଟ କରିବା ପାଇଁ ଅପିଲ କରିଥିଲେ ।  ଶେଷ ବଲରେ ରିଭ୍ୟୁ ନ ନେବାରୁ ରୋହିତ ଶର୍ମା ଅକ୍ଷର ପଟେଲଙ୍କ ଉପରେ ରାଗି ଯାଇଥିଲେ ।

ଏହା ପରେ ୩୧ ଓଭର ପଞ୍ଚମ ବଲରେ ଷ୍ଟ୍ରାଇକରେ ଥିଲେ ବଟଲର । ବଟଲର ଯେତେବେଳେ ବ୍ୟାଟିଂ କରିଥିଲେ ସେତେବେଳେ ହର୍ଷିତ ରାଣାଙ୍କ ହାତକୁ ବଲ ଯାଇଥିଲା । ହର୍ଷିତ ସିଧା ଷ୍ଟମ୍ପ ଆଡକୁ ବଲ ଫୋପାଡିଥିଲେ । ଏହି ସମୟରେ କ୍ରିଜ ପାଖଣେ ଛିଡା ହୋଇଥିଲେ ବଟଲର । ସିଧା ଥାର୍ଡ ମ୍ୟାନ ଆଡକୁ ଯାଇ ବାଉଣ୍ଡ୍ରି ଛୁଇଁଥିଲା । ଫଳରେ ଇଂଲଣ୍ଡକୁ ମାଗଣାରେ ୪ ରନ୍ ମିଳିଥିଲା । ଭାରତ ବିପକ୍ଷରେ ୧୦୦ ରନରେ ବେନ୍ ଡକେଟ୍ ଇଂଲଣ୍ଡକୁ ଦ୍ୱିତୀୟ ୱିକେଟ ଦେଇଥିଲେ। ରବିନ୍ଦ୍ର ଜାଡେଜା ବେନ୍ ଡକେଟଙ୍କ ଓ୍ବକେଟ୍ ନେଇଥିଲେ। ବେନ୍ ୬୫ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ବର୍ତ୍ତମାନ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍। ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ ।

ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ

ଭୁବନେଶ୍ବର : ୩ ଦଫା ଦାବି ନେଇ ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ। ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଉନାହାନ୍ତି ।  ୨୦୧୦ରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଛନ୍ତି। ଶିକ୍ଷା ଅଧିକାର ଆଇନ ରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭିଭୂମିର ବିକାଶ କରୁନାହାନ୍ତି । ଅନ୍ୟପଟେ ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ୨୦୨୨ରେ ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଇ ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ନୋସନାଲ ଇନକ୍ରିମେଣ୍ଟ ଦେଇ ସେହି କର୍ମଚାରୀ ମାନଙ୍କୁ ନିୟମିତ କରାଯାଇଥିଲା।  ୨୦୦୧ ମସିହାରୁ ନିଯୁକ୍ତପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଉପେକ୍ଷା କରାଗଲା । ତେଣୁ ଏକ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକ ୩ ଦଫା ଦାବିରେ ଲୋୟର ପିଏମଜିଠାରେ ଚାରି ଦିନ ଧରି ଆନ୍ଦୋଳନ କରିଥିଲେ । ତତ୍କାଳୀନ ବିରୋଧୀ ଦଳର ଉପ ସଚେତକ ଓ ବର୍ତ୍ତମାନର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଅଚଳ କରି ନିଜ ଦଳର ଅନେକ ବିଧାୟକ ମାନଙ୍କୁ ଧରି ଆନ୍ଦୋଳନ ସ୍ଥଳକୁ ଆସିଥିଲେ । ତାଙ୍କ ଦଳ ସରକାରକୁ ଆସିଲେ ପ୍ରାଥମିକ ଶିକ୍ଷାରୁ ଠିକା/ସ୍କିମାଟିକ ନିଯୁକ୍ତି ଉଠିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।  କିନ୍ତୁ ସରକାର ଆସିବାର ୮ ମାସରୁ ଅଧ‌ିକ ସମୟ ବୀତି ଯାଇଥିଲେ ମଧ୍ୟ ସରକାର ପ୍ରାଥମିକ ଶିକ୍ଷକ ମାନଙ୍କର ଦାବୀ ପୂରଣ କରିନାହାନ୍ତି । ତେଣେ ବିଭିନ୍ନ ଦାବିରେ ଆସନ୍ତା ୧୬ ତାରିକରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପିଷ୍ଟା ର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦସାହୁ, କନିଷ୍ଠ ଶିକ୍ଷକ ସଂଘ (ସ୍ପିମାଟିକ)ର ରାଜ୍ୟ ଆବାହକ ଶେଷଦେବ ଯଜ୍ଞକାମ ଦେଓ, ଅଲୋଷ୍ଟା ର ସଭାପତି ବିକ୍ରମ କୁମାର ଦାଶ ପ୍ରମୁଖ ସାମିଲ ଥିଲେ।