spot_img
Home Blog Page 1198

ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ଏୟାର ଷ୍ଟ୍ରାଇକରେ ୪୨ ଜଣ ପାଲେଷ୍ଟାଇନୀୟ ମୃତ

ନୂଆଦିଲ୍ଲୀ : ଗୁରୁବାର ରାତି ଏବଂ ଶୁକ୍ରବାର ଦିନ ଗାଜା ଉପରେ  ଇସ୍ରାଏଲ ଆକ୍ରମଣ କରିଛି ।  ଏଥିରେ ଶିଶୁଙ୍କ ସମେତ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନା ଏବଂ ଜରୁରୀକାଳୀନ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି । ଅଲ-ଅକ୍ସା ଶହୀଦ ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଗାଜାର ନୁସରାଟ, ଜାୱିଡା, ମାଗାଜୀ ଏବଂ ଡିଆର ଅଲ-ବାଲାରେ ହୋଇଥିବା ଆକ୍ରମଣରେ ଏକାଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ୍ ଆକ୍ରମଣରେ ଏହି ଅଞ୍ଚଳରେ ଡଜନେ ଲୋକଙ୍କର ମୃତ୍ୟୁ ଘଟିଥିଲା।  ମାଗାଜୀ ଶରଣାର୍ଥୀ ଶିବିରରେ ଅବଦୁଲ ରହମାନ ଅଲ-ନାବ୍ରିସି କହିଛନ୍ତି ଯେ, ଆମେ କ୍ଷେପଣାସ୍ତ୍ର ଆକ୍ରମଣର ଶବ୍ଦକୁ ଶୁଣିଛୁ । ଆମେ ଦେଖିଲୁ ଯେ ପୁରା ଘର ନଷ୍ଟ ହୋଇଯାଇଛି  । ଗୁରୁବାର ଦିନ ହାମାସ ସୁରକ୍ଷା ଅଧିକାରୀ ତଥା ଇସ୍ରାଏଲ ଦ୍ୱାରା ଘୋଷିତ ମାନବିକ ଜୋନ୍ ଉପରେ ଆକ୍ରମଣ ହୋଇଥିଲା।

ଶୁକ୍ରବାର ସକାଳେ ଇସ୍ରାଏଲର ଲୋକମାନେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଇସ୍ରାଏଲ କହିଛି ଯେ, ୟେମେନରୁ ଦେଶକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ଯାହା ଦ୍ବାରା ଜେରୁଜେଲମ ଏବଂ ମଧ୍ୟ ଇସ୍ରାଏଲରେ ଏୟାର ରେଡ ସାଇରନ ଶୁଣାଗଲା  । ଲୋକମାନେ ସୁରକ୍ଷିତ ସ୍ଥାନକୁ ପଳାଇଲେ। ଆହତ କିମ୍ବା କ୍ଷୟକ୍ଷତିର କୌଣସି ଖବର ନଥିଲା, ଯଦିଓ ଜେରୁଜେଲମରେ ଏକ କ୍ଷେପଣାସ୍ତ୍ର କିମ୍ବା ଇଣ୍ଟରସେପ୍ଟରରୁ ଦୁର୍ବଳ ବିସ୍ଫୋରଣ ଶୁଣିବାକୁ ମିଳିଥିଲା ​​ । ଇସ୍ରାଏଲ୍ ସେନା କହିଛି ଯେ ଏକ କ୍ଷେପଣାସ୍ତ୍ର ନଷ୍ଟ କରିଦିଆଯାଇଛି । ଏହି ଆକ୍ରମଣ ଜାରି ରହିଥିବାରୁ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ଉଦ୍ୟମ ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ ସେ ମୋସାଦ ଖୁଫିଆ ଏଜେନ୍ସି, ସିନ୍ ବେଟ୍ ଆଭ୍ୟନ୍ତରୀଣ ସୁରକ୍ଷା ଏଜେନ୍ସି ଏବଂ ସେନାର ଏକ ପ୍ରତିନିଧୀ ଦଳକୁ କତାରରେ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି ।

୧୫ ମାସର ଯୁଦ୍ଧ ସମୟରେ ଆମେରିକାର ନେତୃତ୍ୱାଧୀନ ଆଲୋଚନା ବାରମ୍ବାର ଅଟକି ଯାଇଥିଲା । ଯାହା ୭ ଅକ୍ଟୋବର ୨୦୨୩ରେ ହାମାସ ନେତୃତ୍ୱାଧୀନ ଆତଙ୍କବାଦୀଙ୍କ ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣରୁ ଆରମ୍ଭ ହୋଇଥିଲା। ଏହି ଆତଙ୍କବାଦୀମାନେ ପ୍ରାୟ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ । ପ୍ରାୟ ୨୫୦ ଲୋକଙ୍କୁ ଅପହରଣ କରି ନେଇଥିଲେ। ପ୍ରାୟ ୧୦୦ ଜଣ ବନ୍ଧକ ଏବେ ମଧ୍ୟ ଗାଜା ଭିତରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅତି କମରେ ଏକ ତୃତୀୟାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସିଡନୀ ଟେଷ୍ଟ ନ ଖେଳିବା ନେଇ ଏମିତି କହିଲେ ହିଟମ୍ୟାନ୍

ନୁଆଦିଲ୍ଲୀ : ରୋହିତ ଶର୍ମାଙ୍କ ବିନା ସିଡନୀ ଟେଷ୍ଟ ଖେଳୁଛି ଟିମ୍ ଇଣ୍ଡିଆ । ଗତ କିଛି ଦିନ ହେବ ଖବର ଆସିଥିଲା ​​ଯେ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଟେଷ୍ଟ ଦଳରେ ଚାହୁଁନାହିଁ ଏବଂ ଏହି ସିରିଜ୍ ହେଉଛି ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍ । ଏଭଳି ପରିସ୍ଥିତିରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ରୋହିତଙ୍କୁ ସିଡନୀ ଟେଷ୍ଟରୁ ବାହାର କରିଦିଆଯାଇଛି ନା ସେ ନିଜେ ଏହି ମ୍ୟାଚରୁ ବାହାରିଛନ୍ତି ? ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ରୋହିତ ଶର୍ମା ଏବେ ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଫର୍ମରେ ନଥିବାରୁ  ଦଳ ପାଇଁ ସିଡନୀ ଟେଷ୍ଟ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଭାବିଲେ ଯେ ତାଙ୍କ ସ୍ଥାନରେ ଜଣେ ଫର୍ମରେ ଥିବା ଖେଳାଳୀଙ୍କୁ ଏକ ସୁଯୋଗ ମିଳିବା ଉଚିତ୍  । ସେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଲୋଚନା କରିଥିଲେ ଯେଉଁଠାରେ ଉଭୟ ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ।

ରୋହିତ ଶର୍ମା ଆହୁରି କହିଛନ୍ତି, ବର୍ତ୍ତମାନ ଫର୍ମରେ  ନାହାନ୍ତି, କିନ୍ତୁ ୫ମାସ ମଧ୍ୟରେ ପର୍ମରେ ରହିବେ ନାହିଁ ବୋଲି କିଛି ଗ୍ୟାରେଣ୍ଟି ନାହିଁ  । ମୁଁ କଠିନ ପରିଶ୍ରମ କରିବି । କିନ୍ତୁ ଏହି ନିଷ୍ପତ୍ତି ଅବସର ମଧ୍ୟରୁ ଗୋଟିଏ ନୁହେଁ  । ଲାପଟପ୍, କଲମ ଏବଂ କାଗଜ ଧରି ବାହାରେ ବସିଥିବା ଲୋକମାନେ ସ୍ଥିର କରନ୍ତି ନାହିଁ ଯେ, ଅବସର କେବେ ନେବି ଏବଂ ମୋତେ କେଉଁ ନିଷ୍ପତ୍ତି ନେବାକୁ ପଡ଼ିବ  । ଏହା ବ୍ୟତୀତ ରୋହିତ କହିଛନ୍ତି ଯେ, ସେ ଲଗାତାର ରନ୍ ସ୍କୋର କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏହା ହେଉନାହିଁ । ତେଣୁ ଏଭଳି ପରିସ୍ଥିତିରେ ସିଡନୀକୁ ଆସିବା ପରେ ସେ ଶେଷ ମ୍ୟାଚ୍ ଖେଳିବେ ନାହିଁ ବୋଲି ମ୍ୟାନେଜମେଣ୍ଟକୁ କହିଛନ୍ତି।

ଗୋଟିଏ ଦିନ ଥରିବ, ୬ ତାରିଖରୁ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ଆଉ ଦିନେ ପ୍ରବଳ ଶୀତ। ୬ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ଏବେ ଉପକୂଳ ଅପେକ୍ଷା ଅଧିକ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। କାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାଡ଼ ଜାରି ରହିବ । ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ଯକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢ଼ିବ। ପ୍ରଭାବରେ ଦୁଇ ଦିନ ପରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘନକୁହୁଡି ପାଇଁ ସତର୍କତା ଜାରି ହୋଇଛି ।

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର : ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଇ ଭଉଣୀ, ମା’ ମାଉସୀ ସଭିଁଙ୍କୁ ଜୁହାର କରିଛନ୍ତି ନବୀନ ପଟ୍ଟନାୟକ। ବରଗଡ଼ ଧନୁଯାତ୍ରା ଆମ ସଂସ୍କୃତି, ପରମ୍ପରା ଓ ପରିଚୟ। ଏଥିସହ ସମସ୍ତ କଳାକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ।

ମଣିପୁରରେ ପୁଣି ତେଜିଲା ହିଂସା, କାଙ୍ଗପୋକପି ଜିଲ୍ଲାପାଳଙ୍କ ଅଫିସ ଉପରେ ଆନ୍ଦୋଳନକାରୀଙ୍କ ହମଲା

ନୂଆଦିଲ୍ଲୀ : ମଣିପୁରରେ ପୁଣି ତେଜିଲା ହିଂସା। ମଣିପୁର କାଙ୍ଗପୋକପିରେ ଜିଲ୍ଲାପାଳଙ୍କ ଅଫିସ ଉପରେ ହମଲା କଲେ ଆନ୍ଦଳନକାରୀ। ଆକ୍ରମଣରେ ଏସପି ସମେତ ଅନେକ ଆହତ ହୋଇଛନ୍ତି। ଆକ୍ରମଣରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ। ହମଲାରେ ଗାଙ୍ଗପୋକପି ଏସପିଙ୍କ ସମେତ ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ପୁରା ଅଂଚଳରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଇମ୍ଫାଲ ଇଷ୍ଟ ଜିଲ୍ଲାର ସାଇବୋଲ ଗାଁରୁ ସୁରକ୍ଷାକର୍ମୀଙ୍କୁ ହଟାଇବାକୁ ଦାବି କରି ଲୋକେ ଏହି ହମଲା କରିଥିଲେ। ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଗାଁରୁ ହଟାଇବାକୁ ଦାବି ପରେ ମଧ୍ୟ ପ୍ରଶାସନ ଅବହେଳା କରିବାକୁ ଲୋକେ ଆସି ହମଲା କରିଥିଲେ। ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ଗତ ୩୧ ଡିସେମ୍ବରରେ ସୁରକ୍ଷାକର୍ମୀଙ୍କ କଡ଼ା ତାଗିଦ କାରଣରୁ କୁକି ଆଦିବାସୀ ସମୂହ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିବା ପରେ ଲୋକେ ଭଂଗାରୁଜା କରିଥିଲେ। ଅଫିସ ଉପରେ ପଥର ମାଡ଼ କରିଥିଲେ। ଅଫିସ ପରିସରରେ ଥିବା ଅନେକ ଗାଡ଼ି ମଧ୍ୟ ଲୋକଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ଅନେକ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି। ସାଇବୋଲ ଗାଁରେ ସିଆରପିଏଫ, ବିଏସଏଫ୍ ଏବଂ ସେନାର ଯବାନଙ୍କ ମୁତୟନକୁ ଲଗାତାର ଲୋକେ ବିରୋଧ କରି ଆସୁଛନ୍ତି। ଗତ ୩୧ ଡିସେମ୍ବରରେ ପାଖାପାଖି ୮୦ ଜଣ କୁକି ମହିଳା କେନ୍ଦ୍ରୀୟ ଫୋର୍ସକୁ ହଟାଇବାକୁ ଦାବି କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକୁ ଭଂଗ କରିବାକୁ ଯବାନ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏଥିରେ ୫୦ ମହିଳା ଆହତ ହୋଇଛନ୍ତି। ଜଣ ମହିଳା ଗୁରୁତର ହୋଇ ଗୁଆହାଟିକୁ ସ୍ଥାନାନ୍ତର କରିବାକୁ ପଡିଛି। ଏହି କାରଣରୁ ଜିଲ୍ଲାପାଳଙ୍କ ଅଫିସ ଉପରେ ହମଲା ହୋଇଥିବା ଜଣାପଡିଛି।

ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା

ଅନୁଗୁଳ : ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କୁମ୍ଭୀର ଗଣନା ପାଇଁ କାଲି ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ କଟକଣା ଲଗାଯାଇଛି । ସେହିଭଳି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।  ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଗଣନା କାର୍ଯ୍ୟ ସୂଚାରୁରୂପେ କରିବା ପାଇଁ ପର୍ଯ୍ୟଟକଙ୍କୁ ମହାନଦୀରେ ବୋଟିଂ ପାଇଁ ବାରଣ କରାଯାଇଥିବା ଡିଏଫଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି ।

ଭବାନୀପାଟଣା ବିଶାଳ ମେଗାମାର୍ଟକୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା

କଳାହାଣ୍ଡି : ଭବାନୀପାଟଣା ବିଶାଳ ମେଗାମାର୍ଟକୁ ଖାଉଟି ଅଦାଲତଙ୍କ ଝଟକା। ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଲେ ଖାଉଟି ଅଦାଳତ। ଭବାନୀପାଟଣାର ବାହାଦୂର ବଗିଚା ପଡା ସ୍ଥିତ ବିଶାଲ ମେଗାମାର୍ଟ ଖାଉଟି ଅଦାଳତ ଦ୍ବାରା ଦଣ୍ଡିତ ହୋଇଛି । ଜିଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଏକ ଖାଉଟି ମାମଲାର ଶୁଣାଣି କରି ବିଶାଲ ମେଗାମାର୍ଟକୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି ।ଏହି ଅର୍ଥଦଣ୍ଡ ରାଶିରୁ ୩୫ ହଜାର ଅଭିଯୋଗ କାରୀ ଓ ଅବଶିଷ୍ଟ ୧ଲକ୍ଷ ଟଙ୍କାକୁ ଓଡିଶା ରାଜ୍ୟ ଖାଉଟି ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇଁ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ଡିସୋମ୍ବର  ୮ରେ କନ୍ଧମାଳ ଜିଲ୍ଳା ବାଲିଗୁଡା ଥାନା ଅନ୍ତର୍ଗତ ବରାଖମା ଗାଁଁର ବିରୁପାକ୍ଷ ପାତ୍ର ନିଜ ଭାଇ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ସହ ଭବାନୀପାଟଣା ବାହାଦୂରବଗିଚା ପଡା ସ୍ଥିତ ବିଶାଲ ମେଗା ମାର୍ଟକୁ କିଣାକିଣି କରିବାକୁ ଯାଇଥିଲେ । ସେଠାରେ ସେ ଏକ ଲେଡିଜ୍ କୁର୍ତ୍ତି ପସନ୍ଦ କରିଥିଲେ । ଯାହାର ବିକ୍ରିମୂଲ୍ୟ ଉପରେ ୧୫% ପ୍ରତିଶତ ରିହାତି ଅଫର ଉଲ୍ଲେଖ ରହିଥିଲା । ତେବେ ଏହାର ବିଲିଂ କରିବା ସମୟରେ ଉପରୋକ୍ତ ବସ୍ତ୍ର ଉପରେ ୧୫% ରିହାତି ହିସାବ ନଥିବାରୁ ଅଭିଯୋଗକାରୀ  ମଲ ଇନ୍‌ଚାର୍ଯଙ୍କ ଦୃଷ୍ଟି ଆକାର୍ଷଣ କରିଥିଲେ । କିନ୍ତୁ ସେ ରିହାତି ଦେବାର ଅଗ୍ରାହ୍ୟ କରିବା ସହ ମ୍ୟାନେଜରଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ଫଳରେ ଅଭିଯୋଗକାରୀ ପାତ୍ର ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ । ହେଲେ ମ୍ୟାନେଜର ରିହାତି ଅଫର ଦେବାକୁ ମନା କରିଦେଇଥିବା ବେଳେ କୁର୍ତ୍ତୀରେ ଲାଗିଥିବା ଡିସପ୍ଲେ ବୋର୍ଡଟି ଭୁଲରେ ଲାଗିଥିବା କହିଥିଲେ । ସେହିପରି ଟଙ୍କା ମଧ୍ୟ ଫେରସ୍ତ କରିବାକୁ ମନା କରିଦେଇଥିଲେ । ଯାହାଫଳରେ ଅଭିଯୋଗ କାରୀ ପାତ୍ର ନିରାଶ ହୋଇ ଖାଉଟି ଅଦାଳତର ଦ୍ବାରସ୍ଥ ହୋଇଥିଲେ  ଆଉ ଏହି ମାମଲାର ଶୁଣାଣି କରିଚନ୍ତି ଖାଉଟି ଅଦାଲତ।

ଭୟଙ୍କର ବାଣ ବିସ୍ଫୋରଣ : ଦୁଇ ମୃତ, ଦୁଇ ଗୁରୁତର

ଜଗତସିଂହପୁର  : ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଘଟଣାରେ  ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ସୂଚନା ଅନୁସାରେ, ଜଗତସିଂହପୁର ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂର ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥଇଲା । ବିସ୍ଫୋରଣରେ ସୁଶୀଲ ଦାସଙ୍କ ବଡ଼ ପୁଅ ରାଜେନ୍ଦ୍ର ଦସ ଓ ସ୍ତ୍ରୀ ସସ୍ମିତା ଦାସଙ୍କ ମୃତ ଦେହ ଉଦ୍ଧାର କରଯାଇଥିବା ବେଳେ ତାଙ୍କ ସାନ ଭାଇ ପରେଶ ଦାସ ଓ ପରେଶଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ସେମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଛାତ ଉଡିଯାଇଛି ଓ ଲୁଗାପଟା ଏଣେତେଣେ ପଡ଼ିଛି। ସୂଚନାରୁ ଜଣାପଡ଼ିଛି ଯେ, ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସ ଘର ଭିତରେ ବାଣ ତିଆରି କରୁଥିଲେ। ଅନ୍ୟ ଏକ ଘରେ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଶୋଇଥିଲେ । ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଘଟଣାସ୍ତଲରେ ବଡ଼ପୁଅ ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ

ବରଗଡ : ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭ ଉଦଘାଟନ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍, ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ଵର ଶତପଥୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ପରେ ମହାରାଜା ଉଗ୍ରସେନ ବରଗଡ଼ ସମଲେଶ୍ବରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ମଞ୍ଚରେ ପହଞ୍ଚିଥିଲେ। ଏହା ପରେ ମହାରାଜା ଉଗ୍ରସେନଙ୍କ ଅଲିଅଳି କନ୍ୟା ଦେବକୀଙ୍କ ବିବାହ ବସୁଦେବଙ୍କ ସହ ସମ୍ପନ୍ନ ହୋଇଥିଲା।

ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବରେ ମୋହର। ଏଥି ମଧ୍ୟରେ  ସୁଭଦ୍ରା ଯୋଜନାକୁ ନେଇ କ୍ୟାବିନେଟରେ ବଡ ଘୋଷଣା ହୋଇଛି। ଆସନ୍ତା  ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ କିସ୍ତି ସହ ଦ୍ଵିତୀୟ।ଯିଏ ପ୍ରଥମ କିସ୍ତି ପାଇନଥିବେ ମୋଟ ୧୦ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନା ୨୦୨୧-୨୨ରୁ ୨୫-୨୬ ୫ ବର୍ଷ ପାଇଁ ୮୭୪ କୋଟି ଟଙ୍କା ଅନୁମୋଦନ ହୋଇଛି। ଏହା କୃଷି ଉଦ୍ୟୋଗୀଙ୍କୁ ସବସିଡି ଆକାରରେ ଦିଆଯିବ। ରାଜ୍ୟ ଯୋଗାଣ ନିଗମ ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କା ଋଣ କରିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ଗ୍ୟାରେଣ୍ଟି ରହିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ସବସିଡି ନେଇ କ୍ୟାବିନେଟ ଅନୁମୋଦନ କରିଛନ୍ତି। ତିନି କିଲୋ ୱାଟ ରୂଫଟପ୍ ସୋଲାର ପାଇଁ କିଲୋୱାଟ ପିଛା ୨୫ ହଜାର ଟଙ୍କା ହିସାବରେ ୨ କିଲୋ ୱାଟ ପର୍ଯ୍ୟନ୍ତ ଏବଂ ତିନି କିଲୋ ୱାଟ ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ସବସିଡ ଦେବା ନେଇ କ୍ୟାବିନେଟ୍ ରେ ନିଷ୍ପତ୍ତି ହୋଇଛି। ୮୦ ବର୍ଷ ବୟସ ଓ ୮୦ ପ୍ରତିଶତ ଭିନ୍ନକ୍ଷମଙ୍କ ବଢିଲା ମାସିକ ଭତ୍ତା। ୩ ହଜାର ୫୦୦ କୁ ବୃଦ୍ଧି କରିଛନ୍ତି ସରକାର। ମଧୁବାବୁ ଯୋଜନାରେ ଆଗରୁ ମିଳୁଥିଲା ୧୨୦୦ ଟଙ୍କା