ରାୟପୁର : ଛତିଶଗଡ଼଼ରେ ମାଓ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ। ଗାରିଆବନ୍ଧ ଜିଲ୍ଲାରେ ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଜୋରଦୋର ହୋଇଥିଲା ଗୁଳିବିନିମୟ। ଏଥିରେ ୩ ନକ୍ସଲ ନିପାତ ହୋଇଛନ୍ତି। କମ୍ବି ଅପରେସନ ଚାଲିଥିବାବେଳେ ନକ୍ସଲଙ୍କ ସହ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସର୍ଚ୍ଚ ଅପରେସନରେ ଏସଓଜି, ସିଆରପିଏଫ୍ ଏବଂ ମିଳିତ ପୋଲିସ ଟିମ ସାମିଲ ହୋଇଥିଲେ। ଛତିଶଗଡ଼ ପୋଲିସ ସହ ଓଡ଼ିଶା ପୋଲିସ ଏହି ମିଳିତ ଅପରେସନରେ ସାମିଲ ହୋଇଥିଲା। ଖୋଜାଖୋଜି ପରେ ୨ ନକ୍ସଲଙ୍କ ମୃତଦେହ ଜବତ ହୋଇଛି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଅଧିକ ସଂଖ୍ୟକ ମାଓବାଦୀ ସାମିଲ ଥିବା ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସେପଟେ ବିଜାପୁର ଜିଲ୍ଲାରେ କମ୍ବି ଅପରେସନ ଚାଲିଥିବାବେଳେ ଆଇଇଡି ବ୍ଲାଷ୍ଟରେ ୩ ଜବାନ ଆହତ ହୋଇଛନ୍ତି।
ଜୀବନ ବଞ୍ଚାଉଥିବା ଏୟାର ବ୍ୟାଗ୍ ନେଲା ଝିଅର ଜୀବନ
ପ୍ରାୟ ସମସ୍ତେ ଲକ୍ଷ୍ୟ କରିଥିବେ ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସୀମା ପାର୍ କରିଛି । ସଡକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କ ସୁରକ୍ଷା ପାଇଁ କାର୍ ଗୁଡିକରେ ଏୟାରବ୍ୟାଗ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏୟାରବ୍ୟାଗ୍ ଲୋକଙ୍କ ଜୀବନ ମଧ୍ୟ ନେଇଯାଇପାରେ ବୋଲି । ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେ , ମୁମ୍ବାଇରେ ଏକ କାରରେ ଏୟାରବ୍ୟାଗ ଖୋଲିବା ପରେ ଗୋଟିଏ ୬ବର୍ଷର ଝିଅର ଜୀବନ ଚାଲିଯାଇଛି । ପ୍ରକୃତରେ ଘଟଣାଟି ଥିଲା ଏହିପରି । ଦୁଇଟି କାର୍ ପରସ୍ପର ସହ ଧକ୍କା ହେବା ଫଳରେ ସୁରକ୍ଷା ପାଇଁ କାରର ଏୟାରବ୍ୟାଗଟି ଖୋଲିଯାଇଥିଲା । କିନ୍ତୁ ଏୟାରବ୍ୟାଗ୍ ଟି ଏତେ ଜୋରେ ଖୋଲିଲା ଯେ ଝିଅଟିର ବେକରେ ଯାଇ ଜୋରେ ମାଡ ହେଲା । ଫଳରେ ସେହି ସମୟରେ ହିଁ ସାଙ୍ଗେ ସାଙ୍ଗେ ଝିଅଟିର ମୃତ୍ୟୁ ଘଟିଲା । ତେବେ ଏଥିରୁ ପ୍ରଶ୍ନ ଉଠୁଛି ଯେ, ଏୟାରବ୍ୟାଗ୍ କଣ ଆପଣଙ୍କ ପିଲା ପାଇଁ ଘାତକ ହୋଇପାରେ କି ? ଆସନ୍ତୁ ଜାଣିବା ।
ପ୍ରଥମେ ଜାଣନ୍ତୁ ଏୟାରବ୍ୟାଗ୍ କଣ ?
ଏୟାରବ୍ୟାଗ୍ ସାଧାରଣତଃ ଏକ ବେଲୁନ୍ ପରି ଆବରଣ ଅଟେ । ଯାହା ପଲିଷ୍ଟର ପରି ଏକ ଶକ୍ତିଶାଳୀ ଟେକ୍ସଟାଇଲ୍ କିମ୍ବା କପଡାରେ ନିର୍ମିତ । ଏହାକୁ ଏକ ଖାସ୍ ମ୍ୟାଟେରିଆଲରେ ତିଆରି କରାଯାଇଛି । ଯାହାକି ଦୁର୍ଘଟଣା ସମୟରେ ଯାତ୍ରୀକୁ ସୁରକ୍ଷିତ ରଖିପାରିବ । ଏହା କାରରେ ଏକ ସୁରକ୍ଷିତ ତକିଆ ପରି କାମ କରେ । ଯେତେବେଳେ ବି କାର୍ ସହ କାହାର ଧକ୍କା ହେବ କି କାର୍ କେଉଁଠି ବି ମାଡ ହେବ ଏହି ସିଷ୍ଟମ ଟି ସାଙ୍ଗେ ସାଙ୍ଗେ ଚାଲୁ ହୋଇଯିବ ।
ଏୟାରବ୍ୟାଗ୍ କାମ କରେ କେମିତି ?
ଏୟାରବ୍ୟାଗକୁ ସପ୍ଲିମେଣ୍ଟ୍ରି ରିସଣ୍ଟ୍ରେଟ୍ ସିଷ୍ଟମ ମଧ୍ୟ କୁହାଯାଏ । ଏହି ସିଷ୍ଟମରେ ପୂର୍ବରୁ ହିଁ ନାଇଟ୍ରୋଜେନ୍ ଗ୍ୟାସ୍ ଏୟାରବ୍ୟାଗ୍ ଭିତରେ ଭର୍ତ୍ତି ହୋଇଥାଏ । ଏହି ପୁରା ପ୍ରକ୍ରିୟା ଆଖି ବନ୍ଦ କରିବା ଖୋଲିବା ସମୟ ମଧ୍ୟରେ ହିଁ ଶେଷ ହୋଇଯାଇଥାଏ । ଏହା ପରେ ଏୟାରବ୍ୟାଗ୍ ଖୋଲିଯାଇଥାଏ ଏବଂ ଯାତ୍ରୀଙ୍କୁ ଉନ୍ନତ ତକିଆ ମିଳିବା ସହ ସୁରକ୍ଷା ମଧ୍ୟ ଯୋଗାଇଥାଏ ।
ଏୟାରବ୍ୟାଗରେ ଏକ କଣା ରହିଥାଏ ଯାହାକି ଖୋଲିବା ମାତ୍ରେ ତା ଭିତରେ ଥିବା ଗ୍ୟାସ୍ ବାହାରକୁ ବାହାରିଯାଇଥାଏ । ଏହି ସବୁ ପ୍ରକ୍ରିୟା ମଧ୍ୟରେ ଏୟାରବ୍ୟାଗ୍ ଗାଡି ଭିତରର ମଧ୍ୟ ଯତ୍ନ ନେଇଥାଏ । ଫଳରେ ଦୁର୍ଘଟଣା ସମୟରେ ଗାଡି ଭିତରେ ବସିଥିବା ବ୍ୟକ୍ତିର କୈାଣସି ବି କ୍ଷୟକ୍ଷତି ହୋଇନଥାଏ ।
ଏୟାରବ୍ୟାଗର ସ୍ପିଡ଼୍ କେତେ ରହିବା ଆବଶ୍ୟକ ?
ଦୁର୍ଘଟଣାର ଗମ୍ଭୀରତାକୁ ଆଧାରକୁ ନେଇ ଏୟାରବ୍ୟାଗ ଖୋଲିବାର ସ୍ପିଡ୍ ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟ୍ ନିର୍ଧାରିତ କରିଥାଏ । ଦୁର୍ଘଟଣା ସ୍ଥିତିରେ କ୍ରାସ୍ ସେନ୍ସର ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟକୁ ଏକ ସଙ୍କେତ ଦେଇଥାଏ । ଏହି କଣ୍ଟ୍ରୋଲ୍ ୟୁନିଟ୍ ଇନଫ୍ଲେକ୍ସନ ଡିଭାଇସକୁ ଆକ୍ଟିଭ୍ କରିଥାଏ । ଯାହାକି ଏୟାରବ୍ୟାଗରେ ଭିତରେ ଥିବା ସୋଡିୟମ୍ ଏଜାଇଡ୍ ଏବଂ ପୋଟାସିୟମ୍ ନାଇଟ୍ରେଟର ମିଶ୍ରଣକୁ ଆହୁରି ଉତ୍ତେଜିତ କରି ନାଇଟ୍ରୋଜେୱ୍ ଗ୍ୟାସ୍ ଉତ୍ପନ୍ନ କରାଏ । ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଦୁର୍ଘଟଣା ହେଲା ବୋଲି ଜାଣିବା ପରେ ଏବଂ ଏୟାରବ୍ୟାଗ୍ ପୁରା ଭଲସେ ଖୋଲିବାର ସମୟ ମଧ୍ୟରେ ପ୍ରାୟ ୦.୦୧୫ ସେକେଣ୍ଡରୁ ୦.୦୫୦ସେକେଣ୍ଡ ସମୟ ଲାଗିଥାଏ । ସେହି ସମୟରେ ଏୟାରବ୍ୟାଗର ସ୍ପିଡ୍ ୩୦୦ କିଲୋମିଟର ପ୍ରତି ଘଣ୍ଟା ଥାଏ ।
ଏୟାରବ୍ୟାଗ୍ ନିୟୋଜିତ ହେବା ପାଇଁ ୩୦ରୁ ୫୦ ମିଲିସେକେଣ୍ଡ ଲାଗିଥାଏ । ଗୋଟିଏ ସାମାନ୍ୟ କାର୍ ଦୁର୍ଘଟଣାର ପ୍ରକ୍ରିୟା ୧୨୦ ମିଲିସେକେଣ୍ଡ ଯାଏଁ ଚାଲିଥାଏ । ତେବେ ଏହି ଦୁଇଟା ଜିନିଷକୁ ତୁଳନା କଲେ ଆଖି ଖୋଲି ବନ୍ଦ କରିବାର ପ୍ରକ୍ରିୟା ପାଖାପାଖି ୧୦୦ରୁ ୧୫୦ରୁ ମିଲିସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ । ବହରହାଲ୍ ନାଭି ମୁମ୍ବାଇର ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଆର୍ଲାମ ଘଣ୍ଟି, ଯେଉଁମାନେ ପିଲାମାନଙ୍କୁ ବେପରୁଆ ଭାବରେ ଯେଉଁଠି ସେଇଠି କାରରେ ବସାଇଦିଅନ୍ତି । କାରରେ ପିଲାମାନଙ୍କୁ ସେମାନଙ୍କର ବୟସ ଅନୁଯାୟୀ ବସିବାର ନିୟମ ରହିଛି । ଛୋଟ ପିଲାମାନଙ୍କୁ କେବେ ବି ଆଗରେ ବସାଇବା କଥା ନୁହେଁ । କାରଣ ତାଙ୍କ ଶରୀରର ପ୍ରାୟ ଅଙ୍ଗ କୋମଳ ଥାଏ । ଏବଂ ଦୁର୍ଘଟଣା ସମୟରେ ଏୟାରବ୍ୟାଗ ଖୋଲିବା ପିଲାମାନଙ୍କ ପାଇଁ ବିପଦଜନକ ହୋଇପାରେ ।
କ’ଣ ଆପଣ ଜାଣିଛନ୍ତି କି ଦିନକୁ କେତେ ଥର ଏବଂ କଣ ଖାଇବା ଖାଇବା ଉଚିତ୍ ?
ଠିକ୍ ଖାଇବା ପିଇବା ହେଉଛି ସୁସ୍ଥ ରହିବାର ମୂଳଦୂଆ । ସେଥିପାଇଁ ବଡ ଲୋକମାନେ କହିଛନ୍ତି ଯେ,ଖାଇବା ଠିକ୍ ସମୟରେ ଖାଇବା ଦରକାର । କିନ୍ତୁ ଏହା କେହି କେବେ କୁହନ୍ତିନି ଯେ, କଣ ଏବଂ କେତେ ପରିମାଣର ଖାଇବ ? ଖାଇବାର ଠିକ୍ ସମୟ କେଉଁଟା ଏବଂ ସାକ୍ନସ ଖାଇବା ଠିକ୍ କି ନୁହେଁ ? ଦିନରେ ୨ଥର ଖାଇବା କଥା ନାଁ ତିନିଥର ? ଏମିତି ଅନେକ ପ୍ରଶ୍ନ ମନକୁ ଆସେ । ଯଦି ଆମେ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ନ ଖାଇବା ତେବେ ଆମ ଶରୀର ଦୁର୍ବଳ ହୋଇଯାଏ । ଫଳରେ ଯେତେବେଳେ ରୋଗ ଆମ ଶରୀରକୁ କ୍ଷତି ପହଞ୍ଚାଏ ସେତେବେଳେ ଯାଇ ଆମେ ଜାଣୁ ।
ତେବେ ଆସନ୍ତୁ ଜାଣିବା ଦିନରେ କେତେ ଥର ଖାଇବା ଦରକାର ଏବଂ କଣ ଖାଇବା ଉଚିତ୍ ?
ସୂଚନା ଅନୁସାରେ, ଦିନରେ ତିନି ଥର ବଡ ବଡ ମିଲ୍ ଖାଇବା ଦରକାର । ଯେମିତି କି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ । ଥରେ ଖାଇବା ପରେ ତାର ୪ ଘଣ୍ଟା ପରେ ହିଁ ଖାଇବା ଦରକାର । ସାକ୍ନସ୍ ଖାଇବା ମଧ୍ୟ ବହୁତ ଜରୁରୀ । ଆମ ଶରୀରକୁ ପ୍ରତି ୨- ୩ଘଣ୍ଟା ବ୍ୟବଧାନ ଖାଦ୍ୟ ଦରକାର ହୁଏ । ସେଥିପାଇଁ ସାକ୍ନସରେ ଫଳ ନିହାତି ଖାଇବା ଦରକାର । ସାକ୍ନସ ଖାଇବା ଦ୍ବାରା ଶରୀରରେ ମେଟାବୋଲିଜିମ୍ ଭଲ ରହିଥାଏ । ରକ୍ତ ଶର୍କରା ଶରୀରରେ ନିୟନ୍ତ୍ରିତ ରହିବା ସହ ହଜମ ଶକ୍ତି ମଧ୍ୟ ଠିକ୍ ରହିଥାଏ ।
ତେବେ ଗୋଟିଏ ଦିନରେ କେତେ ଖାଇବା ଦରକାର ?
ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୨୫୦ ଗ୍ରାମ ଶସ୍ୟ , ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା , ୮୫ଗ୍ରାମ୍ ଡାଲି, ଅଣ୍ଡା କିମ୍ବା ସବୁଜ ଫଳ ଖାଇବା ଦରକାର । ଏହା ବ୍ୟତୀତ ବିଭିନ୍ନ ପ୍ରକାର ବାଦାମ ମଧ୍ୟ ଖାଇବା ଉଚିତ୍ ।ସକାଳ ଜଳଖିଆ ଖାଇବାର ସଠିକ୍ ସମୟ ହେଉଛି ସକାଳ ୭ଟାରୁ ୯ଟା । ସେହିପରି ମଧ୍ୟାହ୍ନ ଭୋଜନ ଦିନ ୧୨ଟା ୩୦ରୁ ଦିନ ୨ଟା ଭିତରେ ଖାଇବା ଦରକାର । ଏବଂ ରାତି ଭୋଜନ ଶୋଇବାର ତିନିଘଣ୍ଟା ପୂର୍ବରୁ ଖାଇବା ଉଚିତ୍ । କିନ୍ତୁ ପ୍ରକୃତରେ ରାତି ଭୋଜନର ସମୟ ହେଉଛି ସଂଧ୍ୟା ୭ଟାରୁ ୮ଟା ମଝିରେ ।
Google Pay, Phone Pay ଉପରେ ରୋକ ଲଗାଇବେନି ସରକାର: ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କଲା NPCI
ନନ୍ଦିଘୋଷ ବ୍ୟୁରୋ: ୟୁପିଆଇ ଆପ୍ସ ଉପରେ ମାର୍କେଟ ଶେୟାର କ୍ୟାପ ଲାଗୁ କରିବାର ସମୟସୀମା ଦୁଇ ବର୍ଷ ପାଇଁ ବୃଦ୍ଧି କରି ୨୦୨୬ ପର୍ଯ୍ୟନ୍ତ କରାଯାଇଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI)ର ଏହି ନିଷ୍ପତ୍ତି ଫଳରେ ଭାରତୀୟ ୟୁପିଆଇ ଇକୋସିଷ୍ଟମରେ ଅଗ୍ରଣୀ ଥିବା ଗୁଗଲ ପେ ଓ ଫୋନ ପେ’କୁ ଆଶ୍ବସ୍ତି ମିଳିବ । ମାର୍କେଟ ଶେୟାର କ୍ୟାପର ପ୍ରସ୍ତାବ ୨୦୨୦ରେ ଦିଆଯାଇଥିଲା । କୌଣସି ୟୁପିଆଇ ପେମେଣ୍ଟ ଆପକୁ ୩୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ରଖିବା ନେଇ ରୋକାଯିବାର ଥିଲା । ପ୍ରତିଦ୍ବନ୍ଦ୍ବିତାକୁ ଗୁରୁତ୍ବ ଦେବା ଓ ମନମାନୀକୁ ରୋକିବା ଏହା ପଛର ଉଦ୍ଦେଶ୍ୟ ଥିଲା ।
ବର୍ତ୍ତମାନ ସମୟରେ ଫୋନ ପେ’ର ବଜାର ଅଂଶଧନ ୪୭.୮ ପ୍ରତିଶତ ରହିଥିବା ବେଳେ ଗୁଗଲ ପେ’ର ୩୭ ପ୍ରତିଶତ ରହିଛି । ଉକ୍ତ ପ୍ରସ୍ତାବ ଲାଗୁ କରିଥିଲେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ସେବାରେ ବାଧା ସୃଷ୍ଟି ହୋଇଥାନ୍ତା । ଏହି ସମୟସୀମା ବୃଦ୍ଧି କରି ବଜାରରେ କମ୍ପିଟିସନକୁ ସନ୍ତୁଳନ ରକ୍ଷା କରିବାକୁ NPCI ପ୍ରୟାସ କରିଛି । ଏହାଫଳରେ ନୂଆ କରି ଆସୁଥିବା ଫିନଟେକ ପ୍ଲାଟଫର୍ମଗୁଡ଼ିକୁ ନିଜର ବ୍ୟବସାୟକୁ ମଜବୁତ କରିବାକୁ ଅଧିକ ସମୟ ମିଳିବ । NPCI ତରଫରୁ WhatsApp Pay ଉପରେ ୧୦୦ ମିଲିୟନ ୟୁଜର୍ସ ସୀମାକୁ ମଧ୍ୟ ହଟାଇ ଦିଆଯାଇଛି । ଏହାଫଳରେ Metaର ମାଲିକାନାରେ ରହିଥିବା ଏହି ପ୍ଲାଟଫର୍ମ ଏବେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବୀ ଢଙ୍ଗରେ କମ୍ପିଟିସନ କରି ପାରିବ ।

