ନନ୍ଦିଘୋଷ ବ୍ୟୁରୋ: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଜୀବନ। ହାତୀ ପାଦ ତଳୁ ଖସିଗଲେ ଯୁବକ। ଘର ଓଳିରେ ପଶି ଧାନ ଖାଉଥିଲା ହାତୀ । ହାତୀକୁ ଦେଖି ଘଉଡ଼ାଇବା ପାଇଁ ପାଟି କରିବାରୁ ଆକ୍ରମଣ କରିଥିଲା । ତଳେ ପଡିଯିବାରୁ ଯୁବକଙ୍କ ହାତ ଉପରେ ଚଢ଼ିଗଲା ହାତୀ । କପ୍ତିପଦା ବନାଞ୍ଚଳ ଗଣ୍ଡୀଦର ଗାଁରେ ଘଟିଛି ଏହି ଘଟଣା। ଗାଁର ନୀଳକଣ୍ଠ ପାଣିଆଳିଆ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଡ଼ି ପାଖରେ ଶବ୍ଦ ଶୁଣିବାକୁ ପାଇଥିଲେ। ରାତିରେ ଘର ବାଡ଼ିକୁ ଯାଇ ଦେଖିବାରୁ ଏକ ବିଶାଳ ହାତୀ ଧାନ ଖାଉଥିଲା । ହାତୀ ମୁହଁରୁ ଧାନକୁ ବଞ୍ଚାଇବା ପାଇଁ ଘଉଡ଼ାଇବାରୁ ହାତୀ ଓଲଟା ନୀଳକଣ୍ଠଙ୍କୁ ଆକ୍ରମଣ କରିଥିଲା। ନୀଳକଣ୍ଠକୁ ହାତୀ ଗୋଡ଼ାଇବାରୁ ସେ ତଳେ ପଡି ଯାଇଥିଲେ । ହାତୀଟି ନୀଳକଣ୍ଠଙ୍କ ହାତ ଉପରେ ଚଢି ତାହାକୁ ଦଳି ଦେଇଥିବା ବେଳେ ଅଳ୍ପକେ ହାତୀ ପାଦ ତଳୁ ଜୀବନ ରକ୍ଷା କରିପାଇଯାଇଛି । ଗୁରୁତର ଅବସ୍ଥାରେ ନୀଳକଣ୍ଠଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସୁଦ୍ଧା ବନ ବିଭାଗ ତାଙ୍କ ନିକଟରେ ପହଞ୍ଚିନାହିଁ ।
ମେସିଙ୍କ ରୋଜଗାର ଶୁଣିଲେ ଉଡ଼ିଯିବ ହୋସ୍, ୭ ଜଣ ବଡ଼ ଭାରତୀୟ କ୍ରିକେଟର ମଧ୍ୟ ହେବେନି ସମାନ…
ନନ୍ଦିଘୋଷ ବ୍ୟୁରୋ: ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି । ସାରା ବିଶ୍ବର ଧନୀ କ୍ରୀଡ଼ାବିତଙ୍କ ମଧ୍ୟରେ ତାଙ୍କ ନାମ ଆସେ । ତେବେ ତାଙ୍କର ରୋଜଗାର ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମେସି ଏତେ ସମ୍ପତ୍ତିର ମାଲିକ ଯେ ଭାରତର ଜଣାଶୁଣା ତଥା ଧନୀ କ୍ରିକେଟର ୭ ଜଣଙ୍କ ରୋଜଗାର ମିଶିଲେ ମଧ୍ୟ କମ୍ ପଡ଼ିଯିବ । ଏବେ ଭାରତ ଗସ୍ତରେ ରହିଥିବା ମେସିଙ୍କୁ ନେଇ ବହୁତ ଚର୍ଚ୍ଚା ଲାଗି ରହିଛି । ତେବେ ଅଧିକାଂଶ ଲୋକେ ତାଙ୍କ ରୋଜଗାର ସମ୍ପର୍କରେ ଜାଣିବା ପାଇଁ ବେଶ ମନ ବଳାଇଥାନ୍ତି । ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ତାଙ୍କ ରୋଜଗାର ସମ୍ପର୍କରେ…
ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ମେସିଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ହେଉଛି ୭୦୫୫ କୋଟି । ତେବେ ଆମେ ଯଦି ଭାରତୀୟ ଧନୀ କ୍ରିକେଟରଙ୍କ କଥା କହିବା ତାହେଲେ ଆଗରେ ଆସନ୍ତି ଅଜୟ ଜାଡେଡ଼ା । ତାଙ୍କ ନେଟଓ୍ବର୍ଥ ରହିଛି ୧୪୫୦ କୋଟି । ଦ୍ବିତୀୟ ସ୍ଥାନରେ ଆସୁଛନ୍ତି ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ତେନ୍ଦୁଲକରଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୧୪୧୫ କୋଟି । ସେହିପରି ଧୋନୀ ୧୦୬୦ କୋଟି, ବିରାଟ କୋହଲି ୧୦୪୦ କୋଟି, ସୌରଭ ଗାଙ୍ଗୁଲି ୮୦୦ କୋଟି, ରୋହିତ ଶର୍ମା ୨୪୫ କୋଟି ଏବଂ ଶୁଭମନ ଗିଲ୍ ୧୩୦ କୋଟି ଟଙ୍କାର ମାଲିକ ଅଟନ୍ତି ।
ତେବେ ଭାରତର ୭ ଜଣ ଧନୀ କ୍ରିକେଟରଙ୍କ ସମ୍ପତ୍ତି ୫୮୯୫ କୋଟି ଟଙ୍କା ରହିଥିବାବେଳେ ମେସିଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୭୦୫୫ କୋଟି । ଆମେ ୭ ଜଣଙ୍କ ଭାରତୀୟ ଧନୀ କ୍ରିକେଟରଙ୍କ ସମ୍ପତ୍ତିକୁ ଯଦି ମିଶାଇବା ତାହେଲେ ସେମି ସେମାନଙ୍କଠାରୁ ୧୧୬୦ କୋଟି ଟଙ୍କାର ସମ୍ପତ୍ତିରେ ଆଗୁଆ ରହୁଛନ୍ତି । ତେବେ କ୍ରିକେଟ ଅପେକ୍ଷା ଫୁଟବଲରେ ଅଧିକ ରୋଜଗାର ରହିଥିବା ଏଥିରୁ ଦର୍ଶାଉଛି ।
କଂଗ୍ରେସର ବହିଷ୍କୃତ ହେବା ପରେ ଏମିତି କହିଲେ ମୋକିମ
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତି, ମୁଁ ରାଜନୀତିରେ ଥିଲି ଓ ରହିବି। ୨୪ ଘଣ୍ଟା ସମାଜ ପାଇଁ କାମ ଜାରି ରହିବ। ମୋ ବିଚାରଧାରାରୁ କେହି ଦୂରେଇ ପାରିବେନି। ମୋ ବିଚାରଧାରାରେ କଂଗ୍ରେସ ରହିଛି। ଭାବିଥିଲି ଦଳରେ ସୁଧାର ଆଣିବି, କିନ୍ତୁ ମୋ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମର୍ଥକ, ଶୁଭେଚ୍ଛୁଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ କହିଛନ୍ତି। ଯାହା କହିଛି ସେଥିରେ ଅନୁଶୋଚନା ନାହିଁ, ଆଗକୁ କଂଗ୍ରେସ ପାଇଁ ଭଲ ହେବ ବୋଲି କହିଛନ୍ତି ମୋକିମ ।
ଭୁବନେଶ୍ବରସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକଲା ବିଜେଡି । ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ ଘଟଣାରେ ପ୍ରତିବାଦ । ଆକ୍ରମଣକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉକରିଛି ବିଜେଡି । ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଧର୍ମଶାଳା ସ୍ଥିତ ଫାର୍ମହାଉସରେ କିଛି ଦୁର୍ବୃତ୍ତ ପଶି ଲଙ୍କାକାଣ୍ଡ ଭିଆଇଥିଲେ । ଜେନାପୁର ଥାନା ଅଧୀନ ପନ୍ତୁରି ଠାରେ ଥିବା ଫାର୍ମହାଉସରେ ପ୍ରଣବଙ୍କ କିଛି ସମର୍ଥକ ଆଜି ରବିବାର ଥିବାରୁ ଭୋଜି ଆୟୋଜନ କରିଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଆକ୍ରମଣ କରିବା ସହ ଫାର୍ମହାଉସରେ ବ୍ଯାପକ ଭଙ୍ଗାରୁଜା କରିଛନ୍ତି । ପ୍ରଣବଙ୍କ ଆହତ ସମର୍ଥକମାନଙ୍କୁ ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।ଏଇ ଖବର ଜାଣିବା ପରେ ନିଜେ ପ୍ରଣବ ବଳବନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ସମର୍ଥକମାନଙ୍କୁ ଚିକିତ୍ସାପାଇଁ ପଠାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସିଡନୀ ବଣ୍ଡି ବିଚ୍ ପାର୍କରେ ଗୁଳିମାଡ ମାନବିକତା ଉପରେ ଆକ୍ରମଣ, ଅଷ୍ଟ୍ରେଲିଆ ସହ ଭାରତ ଛିଡ଼ା ହୋଇଛି: ମୋଦି
ସିଡନୀ ବଣ୍ଡି ବିଚ୍ ପାର୍କରେ ଗୁଳିମାଡ ମାନବିକତା ଉପରେ ଆକ୍ରମଣ, ଅଷ୍ଟ୍ରେଲିଆ ସହ ଭାରତ ଛିଡ଼ା ହୋଇଛି: ମୋଦି
ନନ୍ଦିଘୋଷ ବ୍ୟୁରୋ: ସିଡନୀର ବଣ୍ଡି ବିଚ୍ ପାର୍କରେ ହୋଇଥିବା ଗୁଳିମାଡ ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଘଟଣାରେ ବହୁତ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସାରା ବିଶ୍ବରେ ନିନ୍ଦା କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ କଡ଼ଶ ଭାଷାରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ବର୍ଗଙ୍କୁ ଭାରତର ଜନତାଙ୍କ ତରଫରୁ ସମବେଦନା ଜଣାଇଛନ୍ତି । ଏମିତି ସମୟରେ ଭାରତ ଅଷ୍ଟ୍ରେଲିଆ ସହ ପୂରା ଦୃଢ଼ତାର ସହ ଛିଡ଼ା ହୋଇଛି ।
ଆଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦେଶ ଭିତରେ ଏମିତି ଘଟଣା ଆଶ୍ଚର୍ଯ୍ୟ କରିବା ସହ ବହୁତ ପୀଡ଼ାଦାୟକ । ସେହିପରି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏମିତି ଘଟଣା ବହୁତ ଭୟାନକ ଓ ଚିନ୍ତାରେ ପକାଇବା ଭଳି ସେ କହିଛନ୍ତି ।
ଭାଇରାଲ ହେଉଛି ସାଧାରଣ ନାଗରିକଙ୍କ ବାହାଦୁରୀ
ବଣ୍ଡି ବିଚ୍ ପାର୍କ ଗୁଳିମାଡ଼ ଘଟଣା ଏକ ଭୁଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ସାଧାରଣ ନାଗରିକ ଆତତାତୀ ସହ ଲଢୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଆତତାତୀ ଜଣଙ୍କ ଗୁଳିମାଡ଼ କରୁଥିବା ବେଳେ ନାଗରିକ ଜଣଙ୍କ ପଛରୁ ଯାଇ ତାଙ୍କୁ ମାଡି ବସୁଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ହାତାହାତି ହେଉଛି । ତେବେ ନାଗରିକ ଜଣଙ୍କ ଆତତାତୀଙ୍କ ପାଖରୁ ତାଙ୍କ ବନ୍ଧୁକ ଛଡ଼ାଇ ଆଣୁଥିବା ଦେଖଇବାକୁ ମିଳୁଛି ।


