spot_img
Home Blog Page 1203

ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବେ ରୋହିତ ଶର୍ମା? ବୁମ୍ରା ସମ୍ଭାଳି ପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୩ରୁ ବର୍ଡର-ଗାଭାସ୍କର ଟ୍ରଫି (BGT)ର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦଳ ଏବେ ୨-୧ରେ ପଛୁଆ ରହିଥିବାରୁ ସିରିଜ୍ ଡ୍ର କରିବାକୁ ଭାରତ ପ୍ରାଣପଣେ ଉଦ୍ୟମ କରିବ । ସିଡନୀ ଟେଷ୍ଟରେ ଆକାଶ ଦୀପ ଖେଳିବେ ନାହିଁ ବୋଲି ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜଣେ ଖେଳାଳି ପ୍ଲେଇଂ-୧୧ରୁ ବାଦ୍ ପଡ଼ି ପାରନ୍ତି । ଅନ୍ତିମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏଭଳି ସ୍ଥିତିରେ ରୋହିତଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା ଅଧିନାୟକ ଭାର ସମ୍ଭାଳି ପାରନ୍ତି ।

BGT ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହା ସକାଳ ୫ଟାରୁ ଆରମ୍ଭ ହେବ । ତେବେ ଏହି ମୁକାବିଲାରେ ଭାରତୀୟ ଟେଷ୍ଟ ଅଧିନାୟକଙ୍କୁ ବାହାରେ ବସିବାକୁ ପଡ଼ିପାରେ । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା କ୍ୟାପ୍ଟେନସିପ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶୁବମନ ଗିଲ ପ୍ଲେଇ-୧୧କୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ମ୍ୟାଚରେ ଓପନିଂ କରିପାରନ୍ତି । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ନିଜ ନିଷ୍ପତ୍ତି ବାବଦରେ ଅବଗତ କରିସାରିଥିବା କୁହାଯାଉଛି । ଏହାକୁ ନେଇ କୋଚ ଓ ଚୟନ କମିଟି ଅଧ୍ୟକ୍ଷ ସହମତି ପ୍ରଦାନ କରିଥିବା କୁହାଯାଉଛି ।

ଓଡ଼ିଶାର ପ୍ରଜ୍ଞାପନ ମେଢ ମଡେଲକୁ ଖାରଜ କଲା କେନ୍ଦ୍ର,ପୁଣି ହତାଶ ହେଲା ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡ଼ିଶା ହତାଶ । ଡବଲ ଇଞ୍ଜିନ ସରକାର ସତ୍ତ୍ବେ ଓଡ଼ିଆ ଅସ୍ମିତା ଅଣଦେଖା । ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର । ଏଥର ଓଡିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର । ଚଳିତବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ପରେଡରେ ସାମିଲ ହେବ । ୧୫ଟି ରାଜ୍ୟ ମଧ୍ୟରେ ଓଡିଶା ନାହିଁ । ଏହାସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ ।

ମହାନଦୀ ପ୍ରସଙ୍ଗ: ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ । ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡ଼ିଶା ବଞ୍ଚିବା ପାଇଁ ମହାନଦୀ ଦରକାର । ମହାନଦୀ ଟ୍ରିବ୍ୟୁନାଲ ଏ ବିବାଦରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀରେ ଆବଶ୍ୟକ ମୁତାବକ ପାଣି ଆସିବା ଦରକାର ବୋଲି ଜୋର ଦେଇଛନ୍ତି ଅମର । ସେପଟେ ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଯାଏଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ପ୍ରସଙ୍ଗରେ ବୈଠକ କଲେ ନାହିଁ । ମାର୍ଚ୍ଚ ମାସକୁ ଓଡ଼ିଶାରେ ଭୟଙ୍କର ଜଳ ସଂକଟ ଦେଖାଦେବ । ସରକାର ଏବେଠାରୁ ପଦକ୍ଷେପ ନେବା ଆବଶ୍ୟକ । କେବଳ ଭାଷଣ ଦେଲେ ଚଳିବନି ବୋଲି ସମାଲୋଚନା କରିଛନ୍ତି ବିଜୟ ।

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଉପଯୁକ୍ତ ତଦନ୍ତ ସହ ନିର୍ଦ୍ଦିଷ୍ଟ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କୁ ପାଣିପାଗ ନେଇ ମଧ୍ୟ ସମୟ ପୂର୍ବରୁ ସଚେତନ କରିବାକୁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ନବୀନ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଦୁଃଖ ଜଣାଇଛନ୍ତି । ଗତ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ନବୀନ ଗଂଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଭେଟିଥିଲେ । ଅମଳ ପୂର୍ବରୁ ବର୍ଷା ସବୁ ଫସଲ ଉଜାଡି ଦେଇଥିବାରୁ ଚାଷୀ ପରିବାର ମନସ୍ତାପ ମଧ୍ୟରେ ଅଛନ୍ତି । ଗସ୍ତ ସମୟରେ ନବୀନଙ୍କୁ ଚାଷୀମାନେ ତାଙ୍କ କଷ୍ଟ ଓ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇଥିଲେ । ଏପରିକି ସରକାର ଚାଷୀଙ୍କୁ ବର୍ଷା ପୂର୍ବରୁ କୌଣସି ମାର୍ଗଦର୍ଶିକା ଜାରି କରିନଥିଲେ । ଫସଲ ନଷ୍ଟ ପାଇଁ ଚାଷୀମାନେ ଯେପରି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି । ସେ ନିଜ ମଧ୍ୟ ଜଗତସିଂହପୁର ବାଲିକୁଦା ବ୍ଲକର ଆତ୍ମହତ୍ୟା କରିଥିବା ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାରକୁ ଭେଟିଥିଲେ ନବୀନ । ବର୍ଷାରେ ହୋଇଥିବା କ୍ଷତି ଚାଷୀଙ୍କ ଆତ୍ମବିଶ୍ବାସକୁ ଦୋହଲାଇଦେଇଛି । ତେଣୁ ସେମାନଙ୍କ ଆତ୍ମବିଶ୍ବାସକୁ ଫେରାଇ ଆଣିବାକୁ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି । ଭୌଗୋଳିକ ଅବସ୍ଥିତି ଯୋଗୁଁ ଓଡିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ଯେଉଁଥିପାଇଁ ବିଜେଡି ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଆସୁଥିଲା । ଏହି ମାନ୍ୟତା ମିଳିଥିଲେ ଓଡିଶାର ଚାଷୀଙ୍କୁ ଅତିରିକ୍ତ ସହାୟତା ମିଳିପାରିଥାନ୍ତା ବୋଲି ନବୀନ କହିଛନ୍ତି ।

ମନୁ ଭାକର ଓ ଡୀ ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଭାରତ ସରକାର ମନୁ ଭାକର ଓ ଡୀ ଗୁକେଶଙ୍କ ସମେତ ୪ ଜଣଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେହିପରି ୩୨ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ । ହକି ଖେଳାଳି ହରମନପ୍ରୀତ ସିଂହ ଓ ପାରା ଆଥଲେଟ ଖେଳାଳି ପ୍ରବୀଣ କୁମାରଙ୍କୁ ମଧ୍ୟ ଖେଳ ରତ୍ନ ପୁରସ୍କାର ମିଳିବ । ଆଥଲେଟ ଅନ୍ନୁ ରାଣୀ ଓ ଜ୍ୟୋତି ୟାରାଜୀ, ବକ୍ସର ସ୍ବୀଟୀ ଓ ନୀତୁ, ଚେସ ଖେଳାଳି ବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲୀମା ଟେଟେ, ଅଭିଷେକ, ସଞ୍ଜୟ, ଜରମନପ୍ରୀତ ସିଂହ ଓ ସୁଖଜୀତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଆଜି ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ୨୦୨୪ ଘୋଷଣା କରାଯାଇଛି । ଜାନୁଆରୀ ୧୭ ତାରିଖ (ଶୁକ୍ରବାର) ସକାଳ ୧୧ଟା ସମୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମସ୍ତ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ପ୍ରଦାନ କରିବେ । କମିଟିର ସୁପାରିଶ ଆଧାରରେ ଓ ଉଚିତ ଯାଞ୍ଚ ପରେ କେନ୍ଦ୍ର ସରକାର ଏହି ସମସ୍ତ ଖେଳାଳି, କୋଚ, ବିଶ୍ବବିଦ୍ୟାଳୟ ଓ ସଂସ୍ଥାମାନଙ୍କୁ ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।

ଚାଷୀଙ୍କ ଦରଦୀ ନେତା ନବୀନ : ଗଣେଶ୍ୱର ବେହେରା

ନନ୍ଦିଘୋଷ ବ୍ୟୁରୋ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଉଛନ୍ତି ଲୋକ ପ୍ରିୟ ନେତା । ଚାଷୀଙ୍କ ଦରଦୀ ନେତା ହେଉଛନ୍ତି ନବୀନ । ବିରୋଧୀ ଦଳ ନେତା ଜିଲ୍ଲା ଗସ୍ତ କରିବା ସମୟରେ ତାହା ପରିଷ୍କାର ଭାବେ ଦେଖାଦେଇଛି । ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ୱାସକୁ ଦେଖି ସହିପାରୁନି ବିଜେପି । ରାଜ୍ୟ ସରକାର ଚକ୍ଷୁହୀନ ହୋଇପଡିଛନ୍ତି l ଚାଷୀଙ୍କ ଦୁଃଖରେ ଦୁଃଖୀ ନବୀନ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା । ସେପଟେ ଚାଷୀମାନଙ୍କୁ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତୁରନ୍ତ ଚାଷୀମାନଙ୍କୁ କିପରି କ୍ଷତିପୂରଣ ମିଳିବ ମୋହନ ସରକାର ଗୁରୁତ୍ଵ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ଚଢ଼ାଉ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ସବୁଠାରୁ ବଡ ରେଡ। ଗନ୍ଦିଆ ତହସିଲ ନିହଲ ପ୍ରସାଦ ବେଆଇନ ପାହାଡ ଓ ପଥର ଖଣି ଗୁଡ଼ିକରେ ପ୍ରଶାସନର ଜୋରଦାର ଚଢ଼ାଉ । ତିନି ଦିନ ହେଲା ଚାଲିଛି ରେଡ । ଏଯାବତ ବେଆଇନ କାରବାର ଅଭିଯୋଗରେ ୬ ଜିଲ୍ଲାର ୨୧ ଖଣି ମାଫିଆଙ୍କୁ ପ୍ରଶାସନ ବାନ୍ଧିଲାଣି । ୧୭ ଟ୍ରକ୍ ସମେତ ଗୋଟିଏ କାର ଓ ବାଇକ୍ ଜବତ ହୋଇଛି । ସଂରକ୍ଷିତ ଜଙ୍ଗଲରେ ଥିବା ଖଣି ଖାଦାନରୁ ମାଫିଆ ଖଣି ଲୁଟ କରୁଥିବା ଅଭିଯୋଗ ହୋଇଥିଲା । ୧୬୩ ଧାରା ଜାରି ସତ୍ତ୍ବେ ନିଶ୍ଚିନ୍ତା ପାହାଡକୁ କାଟି କଳା ପଥର ଲୁଟ କରୁଥିଲେ ଢେଙ୍କାନାଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର,କଟକ,ଖୋର୍ଦ୍ଧା,ଓ ଭଦ୍ରକ ଖଣି ମାଫିଆ । ଏହାପରେ ଏନଜିଟି ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନର ତିନିଟି ବିଭାଗ ରେଡ ଆରମ୍ଭ କରିଥିଲେ । ଏଥିରେ ପୋଲିସ ସହ ରାଜସ୍ବ  ଓ ବନ ବିଭାଗ ସାମିଲ ଅଛନ୍ତି । ଏକସାଙ୍ଗରେ ୯୦ ଜଣ କର୍ମଚାରୀ ରେଡ କରୁଛନ୍ତି । ଜିଲ୍ଲାପାଳ କହିଛନ୍ତି, ଏହି ଚଢାଉ ଜିଲ୍ଲାର ପ୍ରତ୍ଯେକ ଅଞ୍ଚଳରେ ହେବ । ଆଠଟି ତହସିଲରେ ଥିବା ବେଆଇନ ଖଣି କ୍ରସର ଗୁଡ଼ିକରେ ରେଡ ହେବ। ଖଣି ମାଫିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ସ୍ତ୍ରୀକୁ ତୀର ମାରି ହତ୍ୟା କଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ପରକୀୟା ପ୍ରୀତିର କରୁଣ ପରିଣତି। ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ତୀର ମାରି ଜୀବନରୁ ମାରିଦେଲା ସ୍ଵାମୀ। କେନ୍ଦୁଝର ଜିଲ୍ଲାରେ ଘଟିଛି ଏ  ଅଭାବନୀୟ ଘଟଣା। ବାମେବାରୀ ଥାନାର ହାଣ୍ଡିଭଙ୍ଗା ଗାଁର ଏ ଘଟଣା।  ଦଶରା ମୁଣ୍ଡାଙ୍କ ସ୍ତ୍ରୀ ଚନି ମୁଣ୍ଡାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ସଫର୍କକୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ସେହି ଘଟଣାକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ଦଶରା ମୁଣ୍ଡା ଉତ୍ୟକ୍ତ ହୋଇ ଚିନି ମୁଣ୍ଡାଙ୍କୁ ତୀର ମାଡ କରିଥିଲା। ତୀରଟି ଚିନିଙ୍କ ଛାତିରେ ବାଜିଥିଲା। ଆଜି ସକାଳୁ ସ୍ୱାମୀ ଦଶରା ଓ ତାଙ୍କ ପରିବାର ଲୋକେ ଚିନିଙ୍କୁ ଆଣି ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ପରେ ଚିନିଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀକୁ ଅଟକ ପୋଲିସ ଅଧିକ ରଖି ପଚରାଉଚରା କରୁଛି ।

ଆଜି ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ତଳମୁହାଁ ପାରଦ। ଆଜି ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା ରେକର୍ଡ ହୋଇଛି। ୭ ଡିଗ୍ରୀ ସହ ରାଉରକେଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର, ଦାରିଙ୍ଗବାଡି ଓ ଫୁଲବାଣୀରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି।ସୁନ୍ଦରଗଡରେ ୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ୩ ଦିନ ମଧ୍ୟରେ ୧୦.୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ତାପମାତ୍ରା। ଡିସେମ୍ବର ୨୯ରେ ଝାରସୁଗୁଡାରେ ରେକର୍ଡ ହୋଇଥିଲା ୧୮.୪ ଡିଗ୍ରୀ। ଆଜି ଝାରସୁଗୁଡାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ୩୦ ଡିସେମ୍ବରରେ ଭୁବନେଶ୍ୱରରେ ଥିଲା ୧୯.୪ ଡିଗ୍ରୀ। ଆଜି ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ୬.୨ ଡିଗ୍ରୀ କମିଛି ତାପମାତ୍ରା। ଆସନ୍ତା ଦୁଇ ଦିନ ମଧ୍ୟରେ ପୁଣି ଶୀତ ଲହରୀ ସମ୍ଭାବନା ରହିଛି। ଏ ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ହତ୍ୟାକାଣ୍ଡ। ଯୁବକଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା। ମୃତ ଯୁବକ ହେଲେ ସ୍ୱରାଜ ବେହେରା। କ୍ଷତାକ୍ତ ଅବସ୍ଥାରେ ମିଳିଲା ମୃତଦେହ। ପୁନାମା ଗେଟ ନିକଟସ୍ଥ ରେଳ ଧାରଣାରୁ ମିଳିଲା ମୃତଦେହ। ପିଠି ଓ ଦେହରେ ରହିଛି ଖଣ୍ଡା ଚୋଟର ଚିହ୍ନ।ମୃତ ଯୁବକଙ୍କ ଘର ପୁରୁଣା ଭୁବନେଶ୍ୱର ସ୍ଥିତ ଗୋସାଗରେଶ୍ୱର ଅଂଚଳରେ। ସ୍ୱରାଜଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଘରେ ମା’ ଓ ଦୁଇ ଭାଇ ରହନ୍ତି। ତେବେ ପୂର୍ବଶତ୍ରୁତା ଓ ନୂଆବର୍ଷରେ ଗଣ୍ଡଗୋଳ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।