spot_img
Home Blog Page 1219

ଆଜି ପଞ୍ଚଭୂତରେ ଲୀନ ହେବ ଡକ୍ଟର ମନମୋହନ ସିଂହ ମରଶରୀର

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା । ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର । କଂଗ୍ରେସ ମୁଖ୍ୟାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଦୁଛି ସାରା ଦେଶ। ଚାରିଆଡେ ଶୋକର ଛାୟା ଖେଳିଯାଇଛି । ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ । ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ । ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି । ଗତକାଲି ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ । ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ ସାରା ଦେଶ ପାଇଁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସେ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ସାରା ବିଶ୍ବରେ ସୁପରିଚିତ ଥିଲେ ମନମୋହନ ସିଂହ। ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସେ ବହୁତ୍ ଆଗକୁ ନେଇଯାଇଥିଲେ। ତାଙ୍କ ଶାନ୍ତ ସ୍ଵଭାବ ରାଜନୀତିରେ ତାଙ୍କୁ ସ୍ଵତନ୍ତ୍ର କରି ରଖିଥିଲା। ମହାପ୍ରଭୁ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମନ ମୋହନଙ୍କୁ ଝୁରୁଛି ଓଡ଼ିଶା, ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ମନମୋହନ ସିଂ। ମନମୋହନଙ୍କ ବିୟୋଗରେ ପୁରା ଦେଶରେ ଶୋକର ଛାୟା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଓଡ଼ିଶା ସହ ଥିଲା ଘନିଷ୍ଠ ସମ୍ପର୍କ। ଝିଅ ଦେଇ ଓଡ଼ିଶାରେ ବନ୍ଧୁ ବାନ୍ଧିଥିଲେ ମନମୋହନ। କଟକର ପୁଅ ଆଇପିଏସ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ ମନମୋହନ ସିଂହଙ୍କ ଦ୍ବିତୀୟ ଝିଅ ଦାମନ ସିଂ। ମନମୋହନ ସିଂ ୨୦୧୨ରେ ଓଡ଼ିଶା ଗସ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଗୁଣଶରଣ କୌର ଭୁବନେଶ୍ବର ସ୍ଥିତ ୟୁନିଟ-୩ ଖାରବେଳନଗରେ ଥିବା ସମୁଦୁଣୀଙ୍କ ଘରକୁ ଆସିଥିଲେ। ସେତେବେଳେ ମନମୋହନଙ୍କ ଓଡ଼ିଶାର ବନ୍ଧୁଘର କଥା ସାମ୍ନାକୁ ଆସିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ତାଙ୍କ ସମୁଦୁଣୀଙ୍କ ଘର ଖାଁ ଖାଁ। ଓଡ଼ିଶା ସହ ମନମୋହନଙ୍କ ସମ୍ପର୍କକୁ ମନେ ପକାଇଛନ୍ତି ତାଙ୍କ ପ୍ରଧାନମନ୍ତ୍ରୀ ସମୟରେ ସମ୍ବଲପୁର ସାଂସଦ ଥିବା ଅମର ପ୍ରଧାନ। ମନମୋହନଙ୍କ ପରି ସରଳ ନେତା ଭାରତ ବର୍ଷରେ ଆଉ କେବେ ଜନ୍ମ ନେବେ ନାହିଁ ବୋଲି ସେ କହିଛନ୍ତି। ଅନ୍ୟ ନେତାମାନେ ମଧ୍ୟ ମନମୋହନଙ୍କ ଓଡ଼ିଶା ସ୍କୃତିକୁ ମନେପକାଇଛନ୍ତି।

ସେପଟେ କଂଗ୍ରେସ ଭବନରେ ବରିଷ୍ଠ କଂଗ୍ରେସ ନେତାମାନେ ଏକାଠି ହୋଇ ମନମୋହନ ସିଂହଙ୍କ ବିୟୋଗରେ ଶୋକ ସଭା କରିଛନ୍ତି। ଦୁଇ ଦୁଇ ଥରର ପ୍ରଧାନମନ୍ତ୍ରୀ କେତେ ସରଳ ଓ ସାଧାସିଧା, ଶୋକସଭାରେ ତାଙ୍କ ସହ କାମ କରିଥିବା ନେତା ମନମୋହନଙ୍କୁ ମନେପକାଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଝୁରୁଛି ଦେଶ, ଆସନ୍ତାକାଲି ଶେଷକୃତ୍ୟ

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପରଲୋକରେ କାନ୍ଧୁଛି ସାରା ଦେଶ। ଚାରିଆଡେ ଖେଳିଯାଇଛି ଶୋକର ଛାୟା। ସାତ ଦିନିଆ ଶୋକ ପାଳୁଛି ଦେଶ । ସବୁଠି ଜାତୀୟ ପତାକା ଅର୍ଦ୍ଧନମିତ। ଆଜି ବାତିଲ ହୋଇଛି ସମସ୍ତ ସରକାରୀ କାର୍ଯ୍ୟକ୍ରମ। ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ନେତା, ଜନତା ଓ ଦଳୀୟ କର୍ମୀ। ଦିଲ୍ଲୀ ମୋତିଲାଲ ନେହରୁ ମାର୍ଗ ସ୍ଥିତ ବାସଭବନରେ ମନମୋହନଙ୍କ ପାର୍ଥିକ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯାଇଛି। ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଦୀର୍ଘ ଦିନଧରି ଅସୁସ୍ଥତାରୁ ଗୁରୁବାର ଦିଲ୍ଲୀ ଏମସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶ ବିଭାଜନ ସମୟରେ ଭାରତକୁ ଆସି ଜୀବନର ସମସ୍ତ କ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହଜସାଧ୍ୟ କଥା ନୁହଁ। ଜଣେ ଶ୍ରେଷ୍ଠ ବ୍ଯକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ସାଂସଦ ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବାସଭବନକୁ ଆସି ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଆସନ୍ତାକାଲି ହେବ ଶେଷକୃତ୍ୟ। ସକାଳ ସାଢେ ୯ଟାରେ ଆରମ୍ଭ ହେବ ଶେଷ ଯାତ୍ରା। ପ୍ରଥମେ ମନମୋହନ ସିଂହଙ୍କ ବାସଭବନରୁ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିବ ପାର୍ଥିବ ଶରୀର। କଂଗ୍ରେସ ମୁଖ୍ଯାଳୟରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କେଉଁଠାରେ କରାଯିବ ଏହାର ନିଷ୍ପତ୍ତି ନେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆମେରିକାରେ ଥିବା ତାଙ୍କର ଜଣେ ଝିଅ ଆସୁଛନ୍ତି। ସେ ଆସିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦାର ସହ ସମ୍ପନ୍ନ ହେବ। ସରକାରଙ୍କ ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରିଦିଆଯାଇଛି। ଆସନ୍ତାକାଲି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ।

ଚାଷୀଙ୍କ କାନ୍ଦ ସରକାରଙ୍କୁ ଶୁଭୁନି, ବିଜେଡି ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ଅନ୍ନଦାତାଙ୍କ ଆଖିରେ ଲୁହ। ମେରୁଦଣ୍ଡ ଭାଙ୍ଗିଦେଇଛି ଅଦିନିଆ ବର୍ଷା। କ୍ଷେତରେ ଭାସୁଛି ବର୍ଷକର କଷ୍ଟ ଉପାର୍ଜିତ ସମ୍ପତ୍ତି। ଉଜୁଡ଼ା ଜମିକୁ ଦେଖି ବିକଳରେ କାନ୍ଦୁଛି ଚାଷୀ। ଅନେକ ଅଞ୍ଚଳରେ ଚାଷୀଙ୍କ ଜୀବନ ଗଲାଣି। ହେଲେ ସରକାର, ପ୍ରଶାସନ ଆଖିକାନ ବନ୍ଦ କରି ଚୁପ୍ ବସିଛନ୍ତି। ଚାଷୀଙ୍କ କ୍ରନ୍ଦନ ଯେପରି ତାଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ତେଣୁ କଟକ ଜିଲ୍ଲା ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ଜିଲ୍ଲାପାଳଙ୍କୁ ଭେଟି ଦେଇଛନ୍ତି ସ୍ମାରକପତ୍ର। ଶୋଭାଯାତ୍ରାରେ ଆସି ସାଂସଦ ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଦସ୍ୟମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ଜୀବନ ଯାଉଥିବା ବେଳେ ଏପର୍ଯ୍ଯନ୍ତ କୌଣସି ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନାହାନ୍ତି। ଏବେ କହୁଛନ୍ତି, ୭୨ ଘଣ୍ଟା ମଧ୍ଯରେ ସବୁ ଆକଳନ ସରିବ। ବୀମାଧାରୀ ସେମାନଙ୍କର ପଞ୍ଜିକରଣ କରି ନେବେ। ତେବେ ଏହି ସମୟ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି ବିଜେଡି। ଅନ୍ଯ ପକ୍ଷରେ ବୀମା କରି ନଥିବା ଚାଷୀଙ୍କ ପାଇଁ ମଧ୍ଯ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଆଜିଠୁ ଫିଲଡ୍ ଭିଜିଟ ଆରମ୍ଭ ହୋଇଛି। ବୀମାଧାରୀ ପଞ୍ଜିକରଣ କରିବାକୁ ଏକ ପ୍ରଚାର ରଥ ବୁଲୁଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଚାଷୀଙ୍କୁ ଅବହେଳା କଲେ ଆଗକୁ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଆଦିବାସୀଙ୍କ ହାଟରେ ବିଦେଶୀ ପର୍ଯ୍ୟଟକ; କିଣିଲେ ପାରମ୍ପରିକ କାନଫୁଲ ଓ ମାଳି

କୋରାପୁଟ: ଆଦିବାସୀ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ। ଆଦିମ ଜନଜାତି ବଣ୍ଡା ମହିଳାଙ୍କ ସହିତ ମୂଲଚାଲ କରୁଛନ୍ତି ବିଦେଶୀ ପର୍ଯ୍ୟଟକ। ନିତ୍ୟ ବ୍ୟବହୃତ କାନ ଫୁଲ, ମାଳି ସହ ଅନ୍ୟାନ୍ୟ  ଜିନିଷ କିଣୁଥିବା ନଜର ଆସିଛନ୍ତି। ଏହା ସହିତ ଆଦିବାସୀଙ୍କ ଖାଦ୍ୟପେୟର ମଜା ନେଉଛନ୍ତି।  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବିଶ୍ୱ ପ୍ରସିଦ୍ଧ ଅନକାଡେଲି ଆଦିବାସୀ ସାପ୍ତାହିକ ହାଟରେ। ଏହି ହାଟରେ ପନି ପରିବା ଠାରୁ ଆରମ୍ଭ କରି ବିଭିନ୍ନ ଦୈନିକ ବ୍ୟବହୃତ ସାମଗ୍ରୀ ବିକ୍ରି ହୋଇଥାଏ । ପ୍ରତି ଗୁରୁବାର ଦିନ ଏହି ହାଟ ବସିଥାଏ । ଆଦିବାସୀ ମାନଙ୍କ ପରମ୍ପରା ଓ ସଂସ୍କୃତିକୁ ଅତି ନିକଟରୁ ଦେଖିବାକୁ ଦେଶ ବିଦେଶରୁ ଆସିଥାନ୍ତି ଏହି ହାଟକୁ। ସେମାଙ୍କୁ ଅତି ନିକଟରୁ ଦେଖି ବେଶ ଉତ୍ସାହିତ ହୋଇଥାନ୍ତି ବିଦେଶୀ ପର୍ଯ୍ୟଟକ।

ବଣ୍ଡା ମହିଳାମାନେ ଅନକାଡେଲି ସାପ୍ତାହିକ ହାଟକୁ ଆସିଥିବା ବିଦେଶୀ ପର୍ଯ୍ୟଟକ ମାନଙ୍କ ନିକଟରେ ବିଭିନ୍ନ ସାମଗ୍ରୀ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି। ଏହି ଆଦିବାସୀ ସାପ୍ତାହିକ ହାଟରେ ପର୍ଯ୍ୟଟକ ମାନଙ୍କ ପାଇଁ ରହିବାକୁ ସୁବିଧାସୁଯୋଗ ନାହିଁ। କୌଣସି ସୁବିଧା ନଥିବାରୁ ହାଟରେ ଅତି କମ ସମୟ ବିତାଇ ଫେରି ଯାଉଛନ୍ତି  ବିଦେଶୀ ପର୍ଯ୍ୟଟକ l ରାଜ୍ୟ ସରକାର ପର୍ଯ୍ୟଟକମାନଙ୍କ ପାଇଁ କଟେଜ୍ ସୁବିଧା ଓ ଆଦିବାସୀ ସାପ୍ତାହିକ ହାଟର ଉନ୍ନତିକରଣ କରିବାକୁ ଦାବି ହେଉଛି l

ରାଜ୍ୟ ସରକାର ଏହି ହାଟ ଓ ପର୍ଯ୍ୟଟନକ କ୍ଷେତ୍ରର ବିକାଶ କରିବାକୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି ।

 

ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ

କଟକ: ସରକାରୀ କାର୍ଯ୍ୟାଳୟ ଗେଟ ବାହାରେ ଝୁଲୁଛି ତାଲା। କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଧିକାରୀ କି କର୍ମଚାରୀ। ଫଳରେ ଭୂତ କୋଠି ପାଲଟିଛି ସରକାରୀ କାର୍ଯ୍ୟାଳୟ। କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କେବଳ ଏହି କାର୍ଯ୍ୟାଳୟ ନୁହେଁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବେ ଭୂତ କୋଠି ପାଲଟି ଗଲାଣି । ଏଠାରେ ଦୀର୍ଘଦିନ ହେବ ଏହି କାର୍ଯ୍ୟାଳରେ ଅଧିକାରୀଙ୍କ ପାଦ ପଡ଼ିନଥିବା ଅଭିଯୋଗ ହୋଇଛି। ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ ହେବାକୁ ବସିଲାଣି। ଏହାସହ ଅଫିସର ସାଇନ୍ ବୋର୍ଡ ମଧ୍ୟ ହଜିଯାଇଛି। ସୂଚନା ଅନୁଯାୟୀ, ୧୦ରୁ ଅଧିକ ପଞ୍ଚାୟତର ଚାଷୀ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ମାତ୍ର ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତାଲା ଝୁଲୁଛି। ଚାଷୀମାନେ ବାରମ୍ବାର ଆସି ଫେରିକି ଯାଉଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଘର ଗୁଡ଼ିକ ଭାଙ୍ଗିରୁଜି ଗଛଲତା ଉଠିବା ସହ ବୁଲା ଗାଈ ଗୋରୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି ।

ଅଧିକାରୀଙ୍କ କାର୍ଯ୍ୟାଳୟରେ ପାଦପଡୁ ନଥିବାରୁ ଲୋକେ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି । ଲୋକମାନଙ୍କ ଉନ୍ନତି ପାଇଁ ରାଜକୋଶରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି। ରାଜକୋଶରୁ ଅଧିକାରୀ ଓ କର୍ମଚାରୀ ମଧ୍ୟ ମୋଟା ଅଙ୍କର ଦରମା ନେଉଛନ୍ତି। ହେଲେ ଦୀର୍ଘଦିନ ହେବ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ନେମାଳ ଅଞ୍ଚଳର ଲୋକଙ୍କ କାମରେ ଆସୁନାହିଁ। ଏବେ ଏହି କାର୍ଯ୍ୟାଳୟ ଗୁଡ଼ିକ ଭୂତ କୋଠିରେ ପରିଣତ ହୋଇଥିବା ବେଳେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ଵା ରାଜ୍ୟ ସରକାରଙ୍କ ନିଘା ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ

 

ପାଳ ଗଦାରେ ସ୍କୁଟି ସହିତ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼: ପାଳ ଗଦାରେ ସ୍କୁଟି ସହିତ ଯୁବକଙ୍କୁ ଜାଳିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିିଛି ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଅଞ୍ଚଳରେ ।  ସର୍ଗିପାଲି ନବୋଦୟ ସ୍କୁଲ ପଛ ପଟୁ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ସହିତ ଜଳିଯାଇଥିବା ସ୍କୁଟି ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଏକ ଚାଷ ଜମିରେ ଗଦାହୋଇ ରହିଥିବା ଜଳନ୍ତା ପାଳଗଦାରୁ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଦେଖି ପୋଲସିକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ମୃତଦେହକୁ ଜବତ କରିଛି । ସ୍କୁଟିଟି ସମ୍ପୂର୍ଣ୍ଣ ଜଳିଯାଇଛି । ବାଇକର ଯନ୍ତ୍ରାଂଶ ଜବତ କରିଛି ପୋଲିସ । ହେଲେ କିଏ କାହିଁକି ଏହିଭଳି ଭାବରେ କାହାକୁ ପାଳ ଗଦା ଭିତରେ ଜଳାଇଲା ତାହା ଏବେ ପୋଲସି ପାଇଁ ଏକ ବଡ଼ ପ୍ରଶ୍ନ ପାଲଟିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ, ୨ ଗିରଫ

ମୟୂରଭଞ୍ଜ: ବନ୍ଧୁକ କାରଖାନା ଉପରେ ଚଢ଼ାଉ କରି ୨ଜଣ ବନ୍ଧୁକ କାରିଗରକୁ ଗିରଫ କରିଛି ଉଦଳା କପ୍ତିପଦା ବନବିଭାଗ। ଗତ ୨୫ ତାରିଖରେ କୁଲଡିହା ୱାଇଲଡ ଲାଇଫ ଅଫିସର କୁନା ସିଂ ନାମକ ଜଣେ ଶିକାରୀକୁ ଗିରଫ କରିବା ପରେ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଥିଲା।

ସୂଚନା ଅନୁଯାୟୀ, କପ୍ତିପଦା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଁ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲେ । ଅନେକ ଖୋଳତାଡ କରିବା ପରେ ଦେଶୀ ବନ୍ଧୁକଟି ମାଙ୍କଡପଡା ଗାଁରେ ତିଆରୀ କରାଯାଇଥିବା ଜାଣିବାକୁ ମିଳିଥିଲା। ଏନେଇ ଗତକାଲି ରାତିରେ କପ୍ତିପଦା ବନ ବିଭାଗ ମାଙ୍କଡ଼ପଡା ଅଞ୍ଚଳରେ ଚଢ଼ାଉ କରି ବନ୍ଧୁକ ପ୍ରସ୍ତୁତ କରୁଥିବା ୨ ଜଣ ବେପାରୀଙ୍କୁ ଗିରଫ କରିଥିଲା।

ଗିରଫ ୨ ଜଣ ହେଲେ ୨ ଭାଇ ରବୀନ୍ଦ୍ର ଲୋହାର ଏବଂ ଦୁଃଶାସନ ଲୋହାର। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ତିଆରିରେ ଲାଗୁଥିବା ନଜଲ ପାଇପ, ହାତୁଡି, ଓ ଅନ୍ୟ ସାମଗ୍ରୀ ଜବତ କରିବା ପରେ ୨ ଭାଇଙ୍କୁ ପୋଲିସକୁ ହସ୍ତାନ୍ତର କରିଛି ବନବିଭାଗ।

ଜିରୋ ନାଇଟ ସେଲିବ୍ରେସନ ନାଁରେ ଚୋରାରେ ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଚୋରା ମଦ ବିକୁଥିଲେ ହେଇଯାନ୍ତୁ ସାବଧାନ! ଜିରୋ ନାଇଟ ସେଲିବ୍ରେସନକୁ ନେଇ ଅବକାରୀ ବିଭାଗର ପ୍ରସ୍ତୁତି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର କଡା ନଜର ରହିଛି। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ। ଆଗାମୀ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଜିରୋ ନାଇଟ ପାଇଁ କାହାକୁ ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।