spot_img
Home Blog Page 1222

ବ୍ରହ୍ନପୁର ମହାମାୟୀ ମହାବିଦ୍ୟାଳୟର ନୂଆ କ୍ୟାମ୍ପସରେ ଝୁଲୁଛି ତାଲା

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲି ରହିଛି ତାଲା । କୋଟି କୋଟି ଟଙ୍କା ଅଟକଳରେ ନିର୍ମାଣ ଆରମ୍ଭ ହେଲା। କାମ ସରିବା ପରେ ଉଦଘାଟନ ହେଲା। ଉଦଘାଟନର ୯ ମାସ ବିତିବାକୁ ବସିଲାଣି ତଥାପି କାର୍ଯ୍ୟକ୍ଷମ ହୋଇପାରୁନି ନୂତନ କ୍ୟାମ୍ପସ କୋଠା ।ଏଥିରେ ଦୁର୍ନୀତିର ଅଭିଯୋଗ ବି ଆସିଛି।

ବ୍ରହ୍ନପୁର ମହାମାୟୀ ମହିଳା ମହାବିଦ୍ୟାଳୟ ନୂଆ କ୍ୟାମ୍ପସରେ ଝୁଲୁଛି ତାଲା । ଛାତ୍ରୀଙ୍କ ଶିକ୍ଷାରେ ଉପଯୋଗ ହୋଇପାରୁନି ଏହି ନୂଆ କୋଠା । ଉଦଘାଟନର ୯ ମାସ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି । ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଓ ଅନ୍ଯାନ୍ଯ ସମସ୍ୟା ଦୃଷ୍ଟିରୁ ନୂଆ କ୍ୟାମ୍ପସ ପାଇଁ ପୂର୍ବ ସରକାର ୨୦୨୨ ମସିହାରେ ମୀନାକ୍ଷୀ ନଗର ଅଞ୍ଚଳରେ ୨.୦୬୩ ଏକର ଜମି ଦେଇଥିଲେ। ବିଶ୍ୱବ୍ୟାଙ୍କର ୫କୋଟି ୫୪ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣ ହେଲା ମହାମାୟୀ ମହାବିଦ୍ୟାଳୟର ଦ୍ଵିତୀୟ ବା ଡିଗ୍ରୀ କ୍ୟାମ୍ପସ । ୨୦୨୪ ମାର୍ଚ୍ଚ ୧୪ ତାରିଖରେ ପୂର୍ବ ସରକାର ଉଦଘାଟନ କରିଥିଲେ । ଏହାପରେ ବଦଳି ଯାଇଥିଲା ସରକାର । ଏବେ ଉଦଘାଟନକୁ ୯ ମାସ ବିତିଯାଇଥିଲେ ମଧ୍ୟ କୋଠାଟି କାର୍ଯ୍ୟକ୍ଷମ କରାଯାଇପାରୁନାହିଁ  । ବିଦ୍ୟୁତକରଣ ଅସମ୍ପୂର୍ଣ୍ଣ ଥିବା ବେଳେ ବିଦ୍ୟୁତ୍ ବିଲ୍ ବାବଦକୁ ମାସିକ ପ୍ରାୟ ୩୦ ରୁ ୩୫ ହଜାର ଟଙ୍କା କଲେଜ କତୃପକ୍ଷଙ୍କୁ ଅଯଥାରେ ଦେବାକୁ ପଡୁଛି । ନୂଆ କ୍ୟାମ୍ପସ କାର୍ଯ୍ୟକ୍ଷମ ଲାଗି ଚେଷ୍ଟା ଚାଲିଥିବା ଅଧ୍ୟକ୍ଷା କହୁଥିବା ବେଳେ ଛାତ୍ରୀମାନେ କ୍ୟାମ୍ପସ ସ୍ଥାନାନ୍ତରକୁ ଚାହିଁ ବସିଛନ୍ତି ।

୧୯୮୧ରେ ତତ୍କାଳୀନ ବିଧାୟକ ବିନାୟକ ମହାପାତ୍ରଙ୍କ ଉଦ୍ୟମରେ ମହାମାୟୀ ମହିଳା ମହାବିଦ୍ୟାଳୟ ପ୍ରଥମେ ବ୍ରହ୍ମପୁର ସହରର ପାର୍କ ସାହି ଓ ପରେ ଗୁଡସେଡ୍ ରୋଡରେ ଚାଲିଥିଲା। ପରେ ଗାନ୍ଧିନଗରରେ ଏକ ଘରୋଇ ଜମି କିଣି ୧୯୯୦ ମସିହାରୁ ଏହି ମହାବିଦ୍ୟାଳୟ ଟି ଚାଲିଛି। କଲେଜର କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରୀଙ୍କ ସଂଖ୍ଯା ବର୍ତମାନ ୩ ହଜାରରେ ପହଞ୍ଚିଛି । ସେଥିରୁ ଡିଗ୍ରୀ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୨ହଜାର। ନୂଆ କ୍ୟାମ୍ପସ ପାଇଁ ଆବଶ୍ୟକ ଦେଢ଼କୋଟି ଟଙ୍କାର ଆସବାବ ପତ୍ର କିଣିବା ଲାଗି ପୂର୍ବତନ ଅଧ୍ୟକ୍ଷା ମଞ୍ଜୁର କରିଥିଲେ। ତେବେ ଘରୋଇ ସଂସ୍ଥା ଆସବାବପତ୍ର ଯୋଗାଇ ପାରିଲା ନାହିଁ। ଯାହାକୁ ନେଇ ଦୁର୍ନୀତିର ଅଭିଯୋଗ ହୋଇଛି । ଅନ୍ୟପଟେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଡିଗ୍ରୀ କ୍ୟାମ୍ପସ କାର୍ଯ୍ୟକାରୀ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିବା ଆଞ୍ଚଳିକ ଶିକ୍ଷା ଉପନିର୍ଦ୍ଦେଶକ କହିଛନ୍ତି ।

 

ସୁବର୍ଣ୍ଣପୁରରେ ଶାଗ ମାଛ ଦରରେ ବିକ୍ରି ହେଉଛି ଧାନ, ଚାଷୀଙ୍କୁ ଘାରିଛି ଟୋକନ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ସମସ୍ୟା ପରେ ସମସ୍ୟା ନେଇ ଅଣ୍ଟା ସଳଖେଇ ପାରୁନାହାନ୍ତି ଚାଷୀ । କେତେବେଳେ ଡେରିରେ ମଣ୍ଡି ଖୋଲିବା ତ କେତେବେଳେ ଟୋକନ ସମସ୍ୟା ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଝୁଛି। ସୁବର୍ଣ୍ଣପୁରରେ ଚଳିତ ବର୍ଷ ଭଲ ଧାନ ଅମଳ ହୋଇଥିଲେ ବି ଟୋକନ ମିଳିବାରେ ବିଳମ୍ବ ହେତୁ ଅସନ୍ତୋଷ ଚାଷୀ। ଦିନକୁ ଦିନ ଘାରୁଛି ଋଣ ସୁଝିବା ଚିନ୍ତା।

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ବର୍ଷ ବର୍ଷା ଭଲ ହୋଇଥିଲା । ଚାଷ ମଧ୍ୟ ଭଲ ହୋଇ ଧାନ ଅମଳ ହେଲା । ଜିଲ୍ଲାରେ କିଛି ଦିନ ଡେରିରେ ଖୋଲିଲା ମଣ୍ଡି। ତଥାପି ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ଥିବାବେଳେ ଟୋକାନ ସମସ୍ୟା ଚାଷୀଙ୍କ ଚିନ୍ତା ବଢାଇଦେଇଛି। ଯେଉଁ ଚାଷୀ ଧାନ ଅମଳ କରିନାହିଁ ତାର ଡିସେମ୍ବର ମାସର ଟୋକେନ୍ ଆସିଛି । ଯେଉଁ ଚାଷୀର ଅମଳ ସରିଗଲାଣି ତାର ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକ୍ରି ପାଇଁ ଟୋକେନ ଆସିଛି ।

ଜିଲ୍ଲାରେ ଚଳିତ ବର୍ଷ ୩୫ ଲକ୍ଷ ୫୦ହଜାର କ୍ଵିଣ୍ଟାଲ ଧାନ ୯୪ଟି ପ୍ଯାକ୍ସ ମାଧ୍ୟମରେ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଡିସେମ୍ବର ମାସ ସରିବାକୁ ବସିଲାଣି ମାତ୍ର ୨ ହଜାର ୭୫୬ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୪୧ ହଜାର ୯୫୫ କ୍ଵିଣ୍ଟାଲ୍ ଧାନ କିଣାଯାଇଛି । କ୍ଵିଣ୍ଟାଲ ପିଛା ୩୧୦୦ରେ ସରକାର ଧାନ କିଣିବା ପ୍ରତିଶୃତି ଧୂଆଁବାଣ ହୋଇଥିବା କହିଛି ଚାଷୀ। କୋହଲା ପାଗ ଓ ଅଦିନିଆ ବର୍ଷାରେ କ୍ଵିଣ୍ଟାଲ କ୍ଵିଣ୍ଟାଲ ଧାନ ଏବେ କେଉଁଠି ସାଇତି ରଖିବେ ସେଇ ଚିନ୍ତା। ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଦାୟିତ୍ଵରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ।

 

ବ୍ୟାଙ୍କରେ ନକିଲି ସୁନା ବନ୍ଧକ ଦେଇ ହଟ୍ଟହଟା

ନନ୍ଦିଘୋଷ ବ୍ୟୁରୋ: ନକଲି ସୁନା ବନ୍ଧକ ଦେଇ ଧରାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ହଟହଟା ହେଲେ ଦୁଇ ଯୁବକଙ୍କ ସହ ଜଣେ ମହିଳା । ଏମିତି ଘଟଣା ଘଟିଛି ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଅଞ୍ଚଳରେ । ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ସୁଦାମ ସାମଲ ଓ ତାଙ୍କର ୨ ସହଯୋଗୀ କିଛି ଦିନ ତଳେ ୧୦୦ ଗ୍ରାମରୁ ଅଧିକ ନକଲି ସୁନା ଦେଇ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କ ଶାଖାରୁ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ଋଣ ନେଇଥିଲେ । ଗତକାଲି ପୁଣି ଥରେ ୧୦୦ଗ୍ରାମରୁ ଅଧିକ ସୁନା ନେଇ ଋଣ ନେବାକୁ ବ୍ୟାଙ୍କରେ ପହଞ୍ଚିଥିଲେ । ତାଙ୍କୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସୁନା ଗୁଡିକୁ ଭଲ ଭାବରେ ତନଖି ପରେ ନକଲି ବୋଲି ଜଣାପଡ଼ିଥିଲା । ଏହା ପରେ ପୂର୍ବରୁ ବନ୍ଧକ ଥିବା ସୁନାକୁ ପୁଣି ଥରେ ପରଖା ଯାଇଥିଲା । ତାହା ମଧ୍ୟ ନକଲି ବୋଲି ଜଣାପଡ଼ିଥିଲା । ଠକ ବୋଲି ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ସେମାନଙ୍କୁ ଅଟକ ରଖିଥିଲେ । କିଛି ଉପାୟ ନ ପାଇ ଟଙ୍କା ଫେରାଇବାକୁ ବାଧ୍ୟ ହୋଇଥିଲେ ଠକ । ଏମାନେ ଠକ ବୋଲି ଜାଣିବା ପରେ ସ୍ଥାନୀୟ ଲୋକମାନେ ନିର୍ଧୂମ ଛେଚିଥିଲେ । ଖବର ପାଇଁ ଘଣ୍ଟେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଠକ ମାନଙ୍କୁ ମୁକୁଳାଇ ଥାନାକୁ ନେଇଛି ।

ସ୍ଥଗିତ ରହିଲା ଶ୍ରୀମନ୍ଦିରରେ ଧାଡି ଦର୍ଶନ

ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ୨୮ ରୁ ହେବ ନାହିଁ ଶ୍ରୀମନ୍ଦିରରେ ଧାଡି ଦର୍ଶନ। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସହ ବୈଠକ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଶ୍ରୀମନ୍ଦିରରେ ଭିଡ ଲାଗିରହିବ । ସେଥିପାଇଁ ଧାଡି ଦର୍ଶନ ବ୍ଯବସ୍ଥା ଏବେ ଲାଗୁ ହେବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୨୦ ରୁ ୨୨ ତାରିଖ ଭିତରେ ଶୀମନ୍ଦିରରେ ଧାଡି ଦର୍ଶନ ବ୍ଯବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି  ।

ଏହି ୪ ଫିଲ୍ମ କରିବାକୁ ମନା କରିଥିଲେ ସଲମାନ, ଅମୀର ଏବଂ ଶାହାରୁଖ ବକ୍ସ ଅଫିସରେ ରଚିଛନ୍ତି ଇତିହାସ

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର କ୍ୟାରିୟରରେ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଉପହାର ଦେଇଛନ୍ତି । ଆଜି ମଧ୍ୟ ତାଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ କ୍ରେଜ୍ ରହିଛି । ତେବେ ସଲମାନ ଏମିତି କିଛି ଫିଲ୍ମ ରହିଛି ଯାହାକୁ ସେ କରିଥିଲେ ରିଜେକ୍ଟ । କିନ୍ତୁ ଏହି ଅଫର ମିଳିଥିବା ଅମୀର ଏବଂ ଶାହାରୁଖ ହିଟ୍ କରିଛନ୍ତି । ବକ୍ସ ଅଫିସରେ ହିଟ୍ ହେବା ସହ ଦର୍ଶକଙ୍କ ମହଲରେ ସବୁଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।

ବାଜିଗର (୧୯୯୩) : ବାଜିଗର ଫିଲ୍ମ ଶାହାରୁଖଙ୍କୁ ଦର୍ଶକଙ୍କ ମହଲରେ ଅଧିକ ଆଦୃତ କରିପାରିଛି । କାଜୋଲଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମର ଅଫର ପ୍ରଥମେ ସଲମାନଙ୍କୁ ମିଳିଥିଲା । ମାତ୍ର ଏଥିରେ ନାୟକଙ୍କ ଭୂମିକା ନେଗେଟିଭ୍ ରହିଥିବାରୁ ନକରାତ୍ମକ ପ୍ରଭାବ ପଡ଼ିବ ଭାବି ମନା କରି ଦେଇଥିଲେ । କପିଲ ଶର୍ମା ଶୋ’କୁ ଆସି ଏଭଳି କହିଥିଲେ ସଲମାନ । ତେବେ ଏହି ଫିଲ୍ମର ଅଫର ପରେ ଶାହାରୁଖଙ୍କୁ ଦିଆଯାଇଥିଲା ।

ଦିଲଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ (୧୯୯୫) : ୟସ ଚୋପ୍ରାଙ୍କ ଫିଲ୍ମ ଡିଡିଏଲଜେ କେତେ ଯେ ସଫଳ ହୋଇଛି ତାହା କାହାକୁ ବି ଅଛପା ନାହିଁ । ତେବେ ଏହି ଫିଲ୍ମର ଅଫର ପ୍ରଥମେ ସଲମାନ ଖାନଙ୍କୁ ମିଳିଥିଲା । ମାତ୍ର ଡେଟ୍ ନଥିବାରୁ ସଲମାନ ମନା କରିଥିଲେ । ଏହାପରେ ଏହି ଅଫର ସୈଫ ଅଲ୍ଲି ଖାନଙ୍କୁ ମିଳିଥିଲା । ମାତ୍ର ସେ ମନା କରିବା ପରେ ଆଦିତ୍ୟ ଚୋପ୍ରା ଶାହାରୁଖଙ୍କୁ ଅଫର କରିଥିଲେ ।

ଚକ ଦେ ଇଣ୍ଡିଆ (୨୦୦୭) : ’ତେରେ ନାମ’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ସଲମାନ ଜାଣିଥିଲେ କି, ରୋମାଣ୍ଟିକ ଏବଂ ଆକ୍ସନ ମୁଭିକୁ ଦର୍ଶକେ ଅଧିକ ଭଲ ପାଆନ୍ତି । ଯେଉଁ କାରଣରୁ ଦେଶାତ୍ମକ ବୋଧକ ଫିଲ୍ମ ଚକ ଦେ ଇଣ୍ଡିଆର ଅଫରକୁ ମନା କରିଥିଲେ । ଆଉ ଶାହାରୁଖ ଏଥିରେ ଅଭିନୟ କରିଥିଲେ ।

ଗଜନୀ (୨୦୦୮) : ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଅମୀର ଖାନଙ୍କ ଗଜନୀ ଫିଲ୍ମ ପ୍ରଥମେ କଲେକ୍ସନର ରେକର୍ଡ ସାଙ୍ଗକୁ କେତେ ହିଟ୍ ହୋଇଥିଲା ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ଆକ୍ସନ ଥ୍ରୀଲର ଫିଲ୍ମଟି ପ୍ରଥମେ ସଲମାନଙ୍କୁ ଅଫର କରାଯାଇଥିଲା । ତେରେ ନାମରେ ତାଙ୍କ ଗେଟଅପକୁ ଦେଖି ଏହି ଅଫର କରାଯାଇଥିଲା । ମାତ୍ର ତାଙ୍କୁ ଏହା ସୁଟ୍ କରିବନି ଭାବି ସେ ଅଫରକୁ ପ୍ରତ୍ୟାଖାନ କରିଥିଲେ ।

କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହେଲେ ପୂର୍ବତନ ସେନା ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: କଟକରେ ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ ଶିକାର ହୋଇଛନ୍ତି ପୂର୍ବତନ ସେନା ଅଧିକାରୀ। ସାଇବର ଠକଙ୍କ ଜାଲରେ ପଡ଼ି କୋଟିଏରୁ ଅଧିକ ଟଙ୍କା ହରାଇଛନ୍ତି କଟକର ଜଣେ ପୂର୍ବତନ ସେନା ଅଧିକାରୀ। ଡିସେମ୍ଵର ୧୮ ତାରିଖରେ ଦିନ ଗୋଟାଏ  ସମୟରେ ସେନା ଅଧିକାରୀଙ୍କ ହ୍ୱାଟ୍‌ସଆପ୍‍କୁ ଏକ ଭିଡିଓ କଲ୍ ଆସିଲା । ଅଫିସ ଭଳି ଦେଖାଯାଉଥିବା ଘରେ କିଛି ଅଧିକାରୀ ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’ ଅଧିକାରୀ ପରିଚୟ ଦେଇଥିଲା । ତୁମ ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ମନି ଲଣ୍ଡରିଂ ଅଭିଯୋଗ ରହିଥିବା କହିଥିଲେ ।

ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାମରେ ତୁମର ସଂପୃକ୍ତ ରହିଛି। ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା । ଆସନ୍ତାକାଲି ସ୍ପେଶାଲ ସିବିଆଇ କୋର୍ଟରେ ତୁମର ବିଚାର ଚାଲିବ, ତମେ ଉପସ୍ଥିତ ରହିବ। ପୁଣି ୧୯ ତାରିଖରେ ୱାଟ୍ସଆପରେ ଭିଡିଓ କଲ ଆସିଥିଲା । ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା। ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ତୁମ ନାରେ ଅଭିଯୋଗ ହୋଇଛି ତମକୁ ବେଲ ମିଳିବ ନାହିଁ ବୋଲି କହିଥିଲେ । ଡିଜିଟାଲ ଆରେଷ୍ଟ ହୋଇଛ ତମେ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ ।

ମାମଲା ସରିବା ପରେ ଟଙ୍କା ଫେରିପାଇବ। ପ୍ରଥମେ ୬୭ ଲକ୍ଷ ଏବଂ ଏହାପରେ ଫିକ୍ସଡ୍ ଡିପୋଜିଟ ଥିବା ଟଙ୍କା ଉଠାଇ ପଠାଇବା ସହିତ ପରଦିନ ପୁଣି ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲେ। ଏଣୁ ଠକେଇର ଶିକାର ହୋଇଥିବା ଜାଣିପାରି ସେନା ଅଧିକାରୀ ଜଣକ ସାଇବର ଥାନାରେ ଏତଲା ଦେଇଛନ୍ତି । ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି। ଏହାର ନମ୍ବର ଯାଞ୍ଚ କରିବା ସହ ଆଇପି ଆଡ୍ରେସ ମଧ୍ୟ ଯାଞ୍ଚ କରୁଛି । ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍ ଯିବ ବୋଲି କହିଛନ୍ତି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ।

୨୦୦୭ ଟି-୨୦ ବିଶ୍ବକପ ସମୟରେ ୟୁସୁଫଙ୍କ ଏହି ଘଟଣା ସମ୍ପର୍କରେ ଜାଣି ନଥିଲେ ଧୋନି, ଏବେ ରାଜ ଖୋଲିଲେ ଇରଫାନ୍

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ଟି-୨୦ ବିଶ୍ବକପ ଜିତିଛି ଭାରତ । ୨୦୦୭ ଟି-୨୦ ବିଶ୍ବକପରେ ଭାରତ ପାକିସ୍ତାନକୁ ହରାଇ ଟାଇଟଲ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛି । ଟିମ ଇଣ୍ଡିଆର ଯୁବ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଦଳ ବିଶ୍ବକପ ଜିତିଥିବାବେଳେ ଇତିହାସ ରଚିଥିଲା । ମିସବା ଉଲ ହକ ଶେଷ ପର୍ଯ୍ୟନ୍ତ ଭାରତକୁ ହରାଇବା ପାଇଁ ପ୍ରୟାସ ଜାରି ରଖିଥିଲେ । ମାତ୍ର ମୁନାଫ ପଟେଲଙ୍କ ଘାତକ ବୋଲିଂ ଭାରତକୁ ବିଜୟ କରାଇଥିଲା । ତେବେ ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ପାଇଥିବା ୟୁସୁଫ ପଠାନ ବିରେନ୍ଦ୍ର ସେହଓ୍ବାଗଙ୍କ ସ୍ଥାନରେ ଖେଳିଥିଲେ ।

ସେହଓ୍ବାଗ ଆହତ ରହିଥିବାବେଳେ ତାଙ୍କ ବଦଳରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଥିଲେ ୟୁସୁଫ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ୟୁସୁଫ ପଠାନ ମଧ୍ୟ ଆହତ ଥିଲେ ମାତ୍ର ଏକଥା କାହାକୁ ଜଣାନଥିଲା । ପ୍ରଥମେ ସେ ଭାଇ ଇରଫାନଙ୍କ ଏସମ୍ପର୍କରେ ଜଣାଇଥିଲେ । ମାତ୍ର ସେ ବୁଝାଇବା ସହ ଦେଖ ପାଇଁ ଖେଳିବାର ସୁଯୋଗ ମିଳିଥିବା ସମ୍ପର୍କରେ ଜଣାଇଥିଲେ । ଡେବ୍ୟୁ କରିଥିବା ୟୁସୁଫ ମଧ୍ୟ ଏକ ସୁନ୍ଦର ଛକା ମାରିଥିଲେ । ତେବେ ଏକ ୟୁଟ୍ୟୁବ ଚ୍ୟାନେଲରେ ଇଣ୍ଟରଭିୟୁ ସମୟରେ ଇରଫାନ ପଠାନ ଏଭଳି ରାଜ୍ ଖୋଲିଛନ୍ତି । ତେବେ ୟୁସୁଫଙ୍କ ଆହତ ସମ୍ପର୍କରେ ଧୋନିଙ୍କ ମଧ୍ୟ ଜଣାନଥିବା କଥା କହିଛନ୍ତି ଇରଫାନ ।

ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ । ବରଗଡ଼ ଅଞ୍ଚଳର ଶୁଭ ପାତ୍ର ସାଥି ମାନଙ୍କ ସହ ଗାଧଉଥିବା ବେଳେ ସମୁଦ୍ର ରେ ଭାସି ନିଖୋଜ ହୋଇଛନ୍ତି  । ବରଗଡ଼ର ଆକାଶ ମାର୍ସଲ ଆର୍ଟ କ୍ଲବର ୧୦ ଜଣ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ଚକ୍ରତୀର୍ଥ ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ ନିଖୋଜ ହୋଇଥିଲେ ଶୁଭ । ସାଥିମାନେ ଖୋଜା ଖୋଜି କରିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତା ମିଳିପାରିନାହିଁ । ତେବେ ଆକାଶ ମାର୍ସଲ ଆର୍ଟର ଖେଳାଳି ଆସନ୍ତା କାଲି କୋଣାର୍କରେ ଏକ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବାବେଳେ ଆଜି ପୁରୀ ବୁଲିବାକୁ ଆସିଥଲେ। ସମୁଦ୍ରରେ ସ୍ନାନ କରିବାବେଳେ ଜଣେ ନିଖୋଜ ହୋଇଯାଇଛନ୍ତି । ପୁରୀ ପୋଲିସ ଓ ଅଗ୍ନିଶମ ପକ୍ଷରୁ ଛାନବିନ ଜାରି ରହିଛି ।

 

ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହେଲେ ୧୭ ଜଣ ଶିଶୁ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରେ ୧୭ ଜଣ ପିଲାଙ୍କୁ ସମ୍ମାନିତ କରିଛନ୍ତି ।  ଚଳିତ ବର୍ଷ ଏହି ପୁରସ୍କାର ପାଇଁ  ୧୪ ଟି ରାଜ୍ୟ ବା  ୟୁନିୟନ ଅଞ୍ଚଳର ୧୭ ଜଣ ପିଲାଙ୍କୁ ଚୟନ କରାଯାଇଥିଲା ।  ଏଥିରେ ୭ ଜଣ ପୁଅ ଏବଂ ୧୦ ଜଣ ଝିଅ ଅର୍ନ୍ତଭୁକ୍ତ ।  ତେବେ ଆଜି ରାଷ୍ଟ୍ରପତି ଦିଲ୍ଲୀର  ଭାରତ ମଣ୍ଡପମ ଠାରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର 2024 ରେ ସମ୍ମାନିତ ପିଲାମାନଙ୍କୁ ଭେଟିଥିଲେ।  ସେ ପିଲାମାନଙ୍କ ସହ ବହୁତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ମଙ୍ଗଳ ବିଷୟରେ ମଧ୍ୟ ପଚାରିଥିଲେ |ପ୍ରଧାନମନ୍ତ୍ରୀ ମୋଦୀ ଶିଶୁ ପୁରସ୍କାର ବିଜେତାଙ୍କୁ ଭେଟି ସେମାନଙ୍କୁ ଅଟୋଗ୍ରାଫ୍ ଦେଇଥିଲେ। ଏହା ସହିତ ବାଲ ପୁରସ୍କର ଗ୍ରହଣ କରିଥିବା ପ୍ରାୟ ସମସ୍ତ ପିଲା ପିଏମ ମୋଦୀଙ୍କ ସହ କଥା ହୋଇଥିଲେ। ଗତ ବର୍ଷ 2023 ମସିହାରେ 11 ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶିଶୁ ପୁରସ୍କାର ପ୍ରଦାନ କରାଯାଇଥିଲା।

1996 ମସିହାରେ ପ୍ରଧାନମନ୍ତ୍ରୀଙ୍କ ଶିଶୁ ପୁରସ୍କାର ଆରମ୍ଭ ହୋଇଥିଲା | ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର ପାଇଁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ପୁରସ୍କାର ଦିଆଯାଇଥାଏ ଯେଉଁ ପିଲାମାନଙ୍କର ବୟସ 5 ବର୍ଷରୁ 18 ବର୍ଷ ମଧ୍ୟରେ ହୋଇଥାଏ | ଏହି ପୁରସ୍କାର ଜିତୁଥିବା ପିଲାମାନଙ୍କୁ ଏକ ସାର୍ଟିଫିକେଟ୍ ସହିତ  1 ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଏ |

କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ କାହିଁକି ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ? ଜାଣନ୍ତୁ କିଛି ପ୍ରମୁଖ କାରଣ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାବର୍ଷ ଦିଲ୍ଲୀରେ ହେବାକୁ ଯାଉଛି ନିର୍ବାଚନ । ଏହା ପୂର୍ବରୁ କିନ୍ତୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଲାଣି । କଂଗ୍ରେସଠାରୁ ଦୂରତା ରଖିବା ଆରମ୍ଭ କରିଛି ଆପ । ଲୋକସଭା ନିର୍ବାଚନ ଫଳାଫଳ ପରଠାରୁ ଆପ ଧିରେ ଧିରେ କଂଗ୍ରେସଠାରୁ ଦୂରେଇ ଯାଉଛି । ଏପରିକି ଦିଲ୍ଲୀ ନିର୍ବାଚନରେ ଏକାକି ଲଢ଼ିବା ପାଇଁ ଘୋଷଣା କରିଛି ଆପ୍ । ଆଉ ଏବେ କେଜ୍ରିଓ୍ବାଲ ସିଧା ସିଧା କଂଗ୍ରେସକୁ ଚେତାବନୀ ଦେଇଛି । କହିଛନ୍ତି କି, ଦିଲ୍ଲୀର କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇଛନ୍ତି  । ଯଦି ହେବ ତାହେଲେ ସେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ଅଲଗା କରିବା ପାଇଁ ଅନ୍ୟ ଦଳର ନେତାଙ୍କ ସହ କଥାହେବେ । ତେବେ କାହିଁକି କଂଗ୍ରେସକୁ ଅଲଗା କରିବା ପାଇଁ ଚାହୁଁଛନ୍ତି କେଜ୍ରିଓ୍ବାଲ ।

୨୦୧୩ରେ ଆପ ସହ କଂଗ୍ରେସ ମେଣ୍ଟ ସରକାର ଦିଲ୍ଲୀରେ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆପ ନିଜର ପ୍ରାଧାନ୍ୟ ବିସ୍ତାର କରିବା ସହ କଂଗ୍ରେସ ତାଙ୍କ ପାଇଁ ବୋଝ ଭଳି ହୋଇ ଯାଇଛି । ଏକାକି ସରକାର ଗଠନ କରିଥିବା ଆପ ଏବେ ମେଣ୍ଟ କରିବା କଥା ମନା କରିବା ପରେ କଂଗ୍ରେସ ନେତାମାନେ ଲଗାତାର ଆପକୁ ଟାର୍ଗେଟ କରୁଛନ୍ତି । ସରକାରଙ୍କୁ କଟାକ୍ଷ କରୁଥିବାବେଳେ ଆପ ଏହାକୁ ବିରୋଧ କରୁଛି । କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି କି, ୨୦୧୩ ନିର୍ବାଚନରେ ଆପକୁ ସମର୍ଥନ କରିବା ଆମର ବଡ଼ ଭୁଲ୍ ଥିଲା । ଏଭଳି ପ୍ରତିକ୍ରିୟା ପରେ ଏବେ ଦିଲ୍ଲୀ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।

କଂଗ୍ରେସ ଦିଲ୍ଲୀରେ ପୁଣିଥରେ ଦବଦବା ହାଜିର କରିବା ପାଇଁ ପୁଣିଥରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଯେଉଁ କାରଣରୁ ଏଠାରେ ନିଜ ଦଳର ପୁରୁଣା ଲୋକଙ୍କୁ ଟିକେଟ ଦେବା ଆରମ୍ଭ କରିଛି । କେଜ୍ରିଓ୍ବାଲଙ୍କ ବିରୋଧରେ ସିଲା ଦିକ୍ଷିତଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି । ଏଭଳି ଭାବେ ସଂଗଠନକୁ ଦୃଢ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଯାହାକି ଆପ ପାଇଁ କଣ୍ଟା ହୋଇଛି । ବିଜେପିକୁ ନିଜର ପ୍ରତିଦ୍ବନ୍ଦି ଭାବୁଥିବା ଆପ ପାଇଁ ଏବେ କଂଗ୍ରେସ ବଡ଼ ଅସୁବିଧାର କାରଣ ଭାବେ ମଧ୍ୟ ଉଭା ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା । ଯାହାକୁ ନେଇ କେଜ୍ରିଓ୍ବାଲ ଏବେ କଂଗ୍ରେସକୁ ଚେତାବନୀ ଦେଇଛନ୍ତି ।

ମୁସଲମାନ ଏବଂ ଦଳିତଙ୍କ ଭୋଟ୍ ଦିଲ୍ଲୀ ରାଜନୀତିରେ ବେଶ ପ୍ରଭାବ ପକାଇଥାଏ । କାରଣ ୩୦ ପ୍ରତିଶତ କେବଳ ଏହି ଦୁଇ ସମ୍ପ୍ରଦାୟର ରହିଛି । ୨୦୨୦ ଉତ୍ତରପୂର୍ବ ଦିଲ୍ଲୀର ଦଙ୍ଗା ପରେ ଏହି ଭୋଟ ଆପ ବିପକ୍ଷରେ ଯିବ ବୋଲି ଆଶା କରାଯାଉଛି । ତେବେ କଂଗ୍ରେସ ଏହାର ଫାଇଦା ଉଠାଇବ ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ-ଆପ ବିବାଦ ମଧ୍ୟରେ ବିଜେପିର ଫାଇଦା ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।