ନନ୍ଦିଘୋଷ ବ୍ୟୁରୋ: ମାନବ ଶୃଙ୍ଖଳ ଦ୍ଵାରା ନିଶାକୁ ବିରୋଧ କଲା କଳିଙ୍ଗ ମହିଳାଶକ୍ତି । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସଂଘର ମହିଳାମାନେ ପାରାଦୀପର ଅଠରବାଙ୍କି ଠାରେ ଏକତ୍ରିତ ହୋଇ ନିଶାକୁ ବିରୋଧ କରିଛନ୍ତି । ନିଶା ସେବନ ଦ୍ୱାରା ପାରାଦୀପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଅନେକଙ୍କ ଧନ, ଜୀବନ ହାନି ଘଟୁଛି । ପାରାଦୀପ ଏକ ଆନ୍ତର୍ଜାତିକ ବନ୍ଦର ହୋଇଥିବା ବେଳେ ଏଠାରେ ୧୦୦ ମିଟର ଦୂରରେ ଗୋଟିଏ ଗୋଟିଏ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଛି । ଯାହା ଫଳରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଠରବାଙ୍କି ଠାରୁ ଦୋଛକି ପଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ରାସ୍ତାର ମରାମତି ସହିତ ପାରାଦୀପରୁ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରିଛନ୍ତି କଳିଙ୍ଗ ମହିଳାଶକ୍ତିର ସଦସ୍ୟାମାନେ ।
ଭାରତ କରୁଛି ନୂଆ ଯୋଜନା, AI ଦୁନିଆରେ ଦେଖାଇବ ଦମ୍
ନନ୍ଦିଘୋଷ ବ୍ୟୁରୋ: AIର ଦୁନିଆ । ଡିପଫେକ୍ ଭିଡିଓ ଏବଂ ଚାଟ୍ ଜିପିଟି ପାଇଁ ସମସ୍ତେ ପାଗଳ । ଏହାକୁ ଅଧିକ ବ୍ୟବହାର କରାଯାଉଥିବାବେଳେ ଟେକ୍ନୋଲୋଜିର ବ୍ୟବହାର ହେଉଛି । ତେବେ ଭାରତ ରେସରେ ଆଗରେ ରହିବା ପାଇଁ ଯୋଜନା କରୁଛି । ଯଦି ଭାରତର ଏହି ଯୋଜନା ସଫଳ ହୁଏ ତାହେଲେ ଡିପଫେକ୍ ଏବଂ ଚାଟ୍ ଜିପିଟିକୁ ଲୋକେ ଭୁଲିଯିବେ । ଏମିତି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଉତ୍କଳ ଓଡ଼ିଶା ସମୟରେ ଟେକ୍ନୋଲୋଜିକୁ ନିଜର ବକ୍ତବ୍ୟ ରଖିଥିଲେ । ଭାରତ ଏବଂ ନୂଆ ଏଆଇ ମଡେଲର ଯୋଜାନାରେ ରହିଛି । ସରକାର ଏଆଇ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।
Developing a world-class semiconductor and AI ecosystem with our own talent for Viksit Odisha.
📍Utkarsh Odisha Conclave, Bhubaneswar pic.twitter.com/KdtAC8Cwz3
— Ashwini Vaishnaw (@AshwiniVaishnaw) January 28, 2025
ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୫ହଜାରରୁ ଅଧିକ ମିଶନ ଶକ୍ତି ମହିଳା
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୫ହଜାରରୁ ଅଧିକ ମିଶନ ଶକ୍ତି ମହିଳା । ଇସି ମେମ୍ବରଙ୍କୁ ଉଚ୍ଛେଦ ନକରି ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରିଲେ। ପୂର୍ବ ସରକାରରେ ମିଶନ ଶକ୍ତିକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ, ବିଜେପି ସରକାର ମିଶନ ଶକ୍ତି ସଂଗଠନକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ ଉଦ୍ୟୋଗୀ ହୋଇଥିଲେ ମହିଳା । ହେଲେ ବର୍ତ୍ତମାନର ବିଜେପି ସରକାର କେବଳ ଭାଷଣରେ ସୀମିତ। ମିଶନ ଶକ୍ତିକୁ ଭାଙ୍ଗିବାକୁ ଉଦ୍ୟମ କଲେ ପରିଣତି ଭୟାବହ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା ।
ବାପା ଅନାସ୍ଥା ଭୋଟ୍ ଦେବାକୁ ଗଲା ବୋଲି ବିଷ ପିଇଦେଲା ପୁଅ
ନନ୍ଦିଘୋଷ ବ୍ୟୁରୋ: ଅନାସ୍ଥା ଭୋଟ ବେଳେ ବିଷ ପିଇଲେ ଓ୍ଵାର୍ଡ ସଭ୍ୟଙ୍କ ପୁଅ । ବାପାଙ୍କୁ ଅନାସ୍ଥା ଭୋଟରେ ଅଂଶଗ୍ରହଣ ନକରିବାକୁ ପୁଅ କହିଥିଲା । ହେଲେ ବାପା ଭୋଟ କେନ୍ଦ୍ରକୁ ଯିବା ପରେ ପୁଅ ବିଷ ପିଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣାରେ । ସୂଚନା ଅନୁସାରେ, ବାଲିସାହିପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କୈଳାସ ପରିଡ଼ାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଚାଲିଛି । କଡା ସୁରକ୍ଷା ବଳୟ ଭିତରେ ଭୋଟ ଗ୍ରହଣ କରାଯାଉଛି । ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପାଇଁ ୮ ଜଣ ଓ୍ଵାର୍ଡ ସଭ୍ୟ ଲିଖିତ ଅଭିଯୋଗ କରିଥିଲେ । ଯାହା ଫଳରେ ଆଜି ଅନାସ୍ଥା ଭୋଟିଂ ଚାଲିଛି । ଅପରପକ୍ଷରେ ୧୧ ନଂ ଓ୍ଵାର୍ଡ ମଧୁପୁର ଗାଁର ଓ୍ଵାର୍ଡ ମେମ୍ବର ରବୀନ୍ଦ୍ର ଜେନା ନିଖୋଜ ଥିବାନେଇ ପୁଅ ଅଞ୍ଜନ ଜେନା ରାଜନଗର ଥାନାରେ ଆଜି ସକାଳେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ଘରକୁ ଫେରିବାରୁ ଅଞ୍ଜନ ତାଙ୍କୁ ଅନାସ୍ଥା ଭୋଟ ଦେବାକୁ ମନା କରିଥିଲେ । କିନ୍ତୁ ଏହାକୁ ନମାନି ରବୀନ୍ଦ୍ର ଭୋଟ କେନ୍ଦ୍ରକୁ ଯିବାପରେ ପୁଅ ଅଞ୍ଜନ ବିଷ ପିଇଦେଇଥିବା ନେଇ ଅଭିଯୋଗ ହୋଇଛି । ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଞ୍ଜନଙ୍କୁ ସ୍ଥାନାନ୍ତର କରାଯାଇଛି ।
ଭାଲୁ ପଞ୍ଝାରୁ ବାପାଙ୍କୁ ବଞ୍ଚାଇଲା ଦଶ ବର୍ଷର ପୁଅ
ନନ୍ଦିଘୋଷ ବ୍ୟୁରୋ: ବାପା ପାଇଁ ଦେବଦୂତ ସାଜିଲା ପୁଅ। ଭାଲୁ ପଞ୍ଝାରୁ ବାପାଙ୍କୁ ବଞ୍ଚାଇଲା ଦଶ ବର୍ଷର ପୁଅ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାରେ ଏଭଳି ସାହସିକତାର ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ଭାଲୁ ସହିତ ଲଢ଼େଇ କରି ବାପାଙ୍କ ଜୀବନ ରକ୍ଷା କରିଛି ୧୦ ବର୍ଷର ନାବାଳକ । ପୁଅର ଏହି ସାହସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି । ଭାଲୁ ଆକ୍ରମଣରେ ଆହତ ହୋଇ ଉଭୟ ବାପା ଏବଂ ପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହାନ୍ଦାୱାଡା ଅଞ୍ଚଳର ବାଞ୍ଜାରାମ ନେତାମ ଓ ତାଙ୍କ ଦଶ ବର୍ଷର ପୁଅ ଦୀପେନ୍ଦ୍ର ଆବୁଝମାଡ ଜଙ୍ଗଲକୁ ବାଉଁଶ କାଟିବାକୁ ଯାଇଥିଲେ । ବାଉଁଶ କାଟିବା ସମୟରେ ଭାଲୁଟି ସେମାନଙ୍କ ସାମ୍ନାକୁ ଆସି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା। । ଏହି ସମୟରେ ପୁଅ ଦୀପେନ୍ଦ୍ର ଉପସ୍ଥିତ ବୁଦ୍ଧି ଲଗାଇ ଭାଲୁ ସହିତ ଲଢେଇ କରିଥିଲା । କିଛି ସମୟ ଲଢେଇ ପରେ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ଭାଲୁ ଉପରେ ପ୍ରହାର କରିଥିଲା । ଜୀବନ ବିକଳରେ ଦୁହେଁ ବଡ଼ ପାଟି କରିବା ପରେ ଭାଲୁଟି ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା । ବାପା ପୁଅଙ୍କ ପାଟି ଶୁଣି ଗାଁ ଲୋକେ ଦୁହିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଦାନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ବିରାଟଙ୍କ ପାଇଁ ୨ କିଲୋମିଟର ପର୍ଯ୍ୟନ୍ତ ଲାଇନ୍ ଲଗାଇଲେ ଦର୍ଶକ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ରେଲଓ୍ବେ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯାଉଛି ରଣଜୀ ମ୍ୟାଚ୍ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେବେ ଦୀର୍ଘ ୧୩ ବର୍ଷ ପରେ ରଣଜୀ ଖେଳୁଛନ୍ତି ବିରାଟ । ଲୋକାଲ ବୟଙ୍କ ଟିକେ ଝଲକ ପାଇବାକୁ ଷ୍ଟାଡିୟମରେ ଲାଗିଛି ଦର୍ଶକଙ୍କ ଭିଡ଼ । ପ୍ରାୟ ୨ କିଲୋମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ଫ୍ୟାନ୍ସମାନେ କୋହଲିଙ୍କୁ ଚିୟରଅପ କରିବା ପାଇଁ ବିଭିନ୍ନ ପୋଷ୍ଟର ଧରି ଷ୍ଟାଡିୟମରେ ପହଞ୍ଚିଛନ୍ତି । ଯାହାର ଭିଡିଓ ମାନ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୧୬ ନମ୍ବର ଗେଟ ବାହାରେ ଦର୍ଶକଙ୍କ ପ୍ରବଡ଼ ଭିଡ ଲାଗିଥିବାବେଳେ ଠେଲାପେଲା ହୋଇ ଭିତରେ ପଶୁଥିବା ଦେଖିବାକୁ ମିଳିଛି ।
This is called a crowd puller @imVkohli and this is going to inspire the domestic cricket of India as well. History at #arunjaitleystadium . Hope Indian cricket fans will love and support all domestic cricket just like today pic.twitter.com/QTdrVU6y1b
— Nitin K Srivastav (@Nitin_sachin) January 30, 2025
ଆମେରିକା ବିମାନ ଦୁର୍ଘଟଣା : ମିଳିଲାଣି ୧୯ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ଆମେରିକା ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମିଳିଲାଣି ୧୯ ମୃତଦେହ। ନଦୀକୁ ଖସିଥିବା ବିମାନରୁ ମୃତଦେହ ଉଦ୍ଧାର କରାଯାଇଛି। ୱାସିଂଟନ ଡିସିରେ ଘଟିଛି ଏ ବିମାନ ଦୁର୍ଘଟଣା। ଏକ ସାମରିକ ହେଲିକପ୍ଟର ସହ ବିମାନର ମଝି ଆକାଶରେ ଧକ୍କା ହୋଇଥିଲା। ଧକ୍କା ପରେ ବିମାନଟି ପୋଟମେକ୍ ନଦୀକୁ ଖସି ପଡିଥିଲା। ବିମାନକୁ ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରାଇଥିଲେ। ବିମାନରେ ୬୦ ଜଣ ଯାତ୍ରୀ ଥିବା ଜଣାପଡିଛି। ନଦୀ ଭିତରୁ ଶବ ଗୁଡିକୁ ଉଦ୍ଧାର କରାଯାଇଛି। ଏବେବି ପୋଟମେକ୍ ନଦୀରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଫାୟାର ଟିମ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ଯାତ୍ରୀବାହୀ ବିମାନଟି ଅବତରଣ କରିବା ସମୟରେ ସାମରିକ ହେଲିକପ୍ଟର ସହ ଧକ୍କା ହୋଇଥିଲା। ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଡିସି ଆସୁଥିଲା। ଆମେରିକା ହ୍ଵାଇଟ ହାଉସ ଠାରୁ ୫ କିମି ଦୂର ଆକାଶ ଉପରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁସଂଖ୍ଯା ଆହୁରି ଅଧିକ ହେବା ଆଶଂକା କରାଯାଉଛି।
’ବିବାହ’ରେ ସଲମାନଙ୍କ ବଦଳରେ ସାହିଦଙ୍କୁ କାହିଁକି କରାଗଲା ହିରୋ ? ନିର୍ଦ୍ଦେଶକ କହିଲେ..
ନନ୍ଦିଘୋଷ ବ୍ୟୁରୋ: ’ପ୍ରେମ୍’ । ଏହି ନାମଟି ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ପ୍ରଜୁଯ୍ୟ । କାରଣ ବହୁ ଫିଲ୍ମରେ ତାଙ୍କ ନାମ ପ୍ରେମ ରଖାଯାଇଛି । ନିର୍ଦ୍ଦେଶକ ସୁରଜ ତାଙ୍କ ନାମ ପ୍ରଥମେ ଏହା ରଖିଥିଲେ । ଉଭୟ ବହୁ ହିଟ୍ ଫିଲ୍ମ ଦେଇଛନ୍ତି । କିନ୍ତୁ ଯେତେବେଳେ ବିବାହ ଫିଲ୍ମ ପାଇଁ ଯୋଜନା ହେଲା ସେତେବେଳେ ସଲମାନଙ୍କ ବଦଳରେ ସାହିଦଙ୍କୁ ବାଛିଥିଲେ ସୁରଜ । ଯାହାକୁ ନେଇ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ନିର୍ଦ୍ଦେଶକ । ୨୦୦୬ ମସିହାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ରରେ ସେ ସଲମାନଙ୍କ ଫିଟ୍ ଭାବି ନଥିବା କହିଛନ୍ତି । ସଲମାନଙ୍କ ହାତରେ ସେତେବେଳେ ବହୁ ଫିଲ୍ମର ଅଫର ରହୁଥିଲା । ଏଣୁ ଅମୃତା ରାୟଙ୍କ ବିପକ୍ଷରେ ସାହିଦଙ୍କୁ ହିରୋ କରିଥିଲେ । ଆଉ ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ । ତେବେ ଏହି ଫିଲ୍ମ ପୂର୍ବରୁ ନିର୍ଦ୍ଦେଶକଙ୍କର ଦୁଇ ବଡ଼ ଫିଲ୍ମ ଫ୍ଲପ ହୋଇଥିଲା । ମେଁ ପ୍ରେମ କି ଦିଓ୍ବାନି ହୁଁ ଫ୍ଲପ ହୋଇଥିଲା । ଏଣୁ ସଲମାନ ତାଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ଯୋଜନା କରିଥିଲେ । ମାତ୍ର ବିବାହରେ ସେ ସାହିଦଙ୍କ ବାଛିଥିଲେ ।
ଘର ଭିତରେ ପଶିଲା ନାବାଳିକାଙ୍କୁ ମାରିଦେଲା
ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳରେ ହାତୀ ଆକ୍ରମଣରେ ନାବାଳିକା ମୃତ। ଏକ ୮ ବର୍ଷୀୟ ନାବାଳିକାର ମୃତ୍ୟୁ ହୋଇଛି। ହିନ୍ଦୋଳ ଅଂଚଳରେ ଘରେ ପଶି ହାତୀ ଛୋଟ ଝିଅକୁ ଦଳି ମାରିଛି। ଓଡାପଡା ବ୍ଲକ ବଦାଳୁ ପଞ୍ଚାୟତର ମୋଟଙ୍ଗା ଥାନା ଯାମ୍ବୁଚକଡା ଗାଁର ପ୍ରମୋଦ ନାୟକଙ୍କ ଝିଅ ପିହୁ ନାୟକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ଦନ୍ତା ହାତୀ ପଶି ନାବାଳିକାଙ୍କୁ ଦଳି ଦେଇଥିଲା।ହାତୀ ଆକ୍ରମଣର ପ୍ରତିବାଦ କରି ଗଡ଼ିଆ କାଟିଣି ହିନ୍ଦୋଳ ରାସ୍ତା ଅବରୋଧ କଲେ ଗ୍ରାମବାସୀ। ଖବର ପାଇ ବନ ବିଭାଗ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକେ କ୍ଷତିପୂରଣ ଏବେ ଏହି ହାତୀ ଆତଙ୍କର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ।
ପଏଣ୍ଟ ନେମୋରେ ଭାରତୀୟ ନୌସେନାର ଦୁଇ ମହିଳା ଅଧିକାରୀ
ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା । ଦୁଇ ମହିଳା ଅଧିକାରୀଙ୍କ ସହ ପଏଣ୍ଟ ନେମୋ ଅତିକ୍ରମ କଲା INSV ତାରିଣୀ । ପଏଣ୍ଟ ନେମୋ ହେଉଛି ସବୁଠାରୁ ଦୂର ସ୍ଥାନ । ସମୁଦ୍ରର ସବୁଠାରୁ ଦୂର ସ୍ଥାନ । ଆଉ ଏଠାରେ ପହଞ୍ଚିଛନ୍ତି ୨ ମହିଳା ନୌସେନା ଅଧିକାରୀ । ୨ ଅକ୍ଟୋବର ୨୦୨୪ରୁ ଗୋଆରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ତେବେ ଡିସେମ୍ବର ୨୨ରେ ନ୍ୟୁଜିଲାଣ୍ଡର ଲିଟେନଟନ ବନ୍ଦରରେ ପହଞ୍ଚିଥିଲା । ତେବେ ଚଳିତ ମାସ ଆରମ୍ଭରୁ କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଫାଲଲ୍ୟାଣ୍ଡ ଦୀପପୁଞ୍ଜର ପୋର୍ଟ ଷାନଲି ଅଭିମୁଖେ ଯାତ୍ରା କରିଥିଲେ ।
ତେବେ ପଏଣ୍ଟ ନେମୋ ପ୍ରସାନ୍ତ ମହାସାଗରରେ ଅବସ୍ଥିତ । ଏହା ହେଉଛି ପୃଥିବୀର ବିଚ୍ଛିନ୍ନ ସ୍ଥାନ । ନିକଟ ସ୍ଥଳଠାରୁ ୧୬୦୦ ମାଇଲ୍ ଦୂରରେ ଅବସ୍ଥିତ । ଏହା ନ୍ୟୁଜିଲାଣ୍ଡ ଏବଂ ଆଟଲାଣ୍ଟିକା ମଧ୍ୟରେ ଏହା ଅବସ୍ଥିତ । ଏହା ୧୯୯୨ ମସିହାରେ କାନାଡିୟ ଋଷର ଇଞ୍ଜିନିୟର ହ୍ରଭୋଜେ ଲୁକାଟେଲା ଚିହ୍ନଟ କରିଥିଲେ ।

