spot_img
Home Blog Page 1223

କିଏ ଏହି ଆରଜେ ସିଦ୍ଧିକ, କାହିଁକି ତାଙ୍କ ସହ ଯୋଡ଼ି ହୋଇଛି ନିକିତାଙ୍କ ନାମ ?

ନନ୍ଦିଘୋଷ ବ୍ୟୁରୋ: ବାଙ୍ଗାଲୋରର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣାର ଏବେ ତଦନ୍ତ ଚାଲିଛି । ପତ୍ନୀଙ୍କ ସହ ୩ ଜଣ ଏବେ ଜେଲରେ ରହିଛନ୍ତି । ତେବେ ଏହି ଘଟଣାର ତଦନ୍ତ ବାଙ୍ଗାଲୋର ସହ ଲକ୍ଷ୍ନୌ ପୋଲିସ ମଧ୍ୟ ତଦନ୍ତ ଚଳାଇଛି । ତେବେ ପତ୍ନୀ ନିକିତାଙ୍କ ସମ୍ପର୍କରେ ଅନେକ କଥା ଭିଡିଓ ମାଧ୍ୟମରେ ଅତୁଲ ଜଣାଇଛନ୍ତି । ଯେଉଁଥିରେ ରହିଛି କି, ଆରଜେ ସିଦ୍ଧିକ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ ଅତୁଲ । ତେବେ ଏହି ଆରଜେ ସିଦ୍ଧିକ କିଏ ? ଏହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ଏହାକୁ ନେଇ ନିକିତା ଜଣାଇଛନ୍ତି କି ଆରଜେ ସିଦ୍ଧିକ କିଏ ସେ ଜାଣିନାହାନ୍ତି ।

ସେପଟେ ଯଦି ଜାଣିନାହାନ୍ତି ତାହେଲେ ତାଙ୍କ ଆକାଉଣ୍ଟରେ କେମିତି ଟଙ୍କା ପଠାଉଥିଲେ ଅତୁଲ । ଆଉ ତାଙ୍କ ପୁଅଙ୍କ ଜନ୍ମଦିନ ମଧ୍ୟ ଆରଜେ ସିଦ୍ଧିକଙ୍କ ଘରେ ପାଳନ କରାଯାଇଥିବା କୁହାଯାଇଛି । କିନ୍ତୁ ଏହାକୁ ନେଇ ନିକିତା କୌଣସି ଉତ୍ତର ଦେଇନାହାନ୍ତି । ସେପଟେ ପୂର୍ବରୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିବାବେଳେ ଏହାକୁ ମଧ୍ୟ ଖଣ୍ଡନ କରିଛନ୍ତି ନିକିତା । ରୋହିତ ନିଗମ ନାମକ ଜଣେ ଯୁବକଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଥିଲା । ମାତ୍ର ନିକିତା କହିଥିଲେ କି, ସେ ହେଉଛନ୍ତି ମୋ ବାପାଙ୍କ ବନ୍ଧୁଙ୍କ ପୁଅ । ତାଙ୍କ ସହ ଆମର ପାରିବାରିକ ସମ୍ପର୍କ ରହିଛି । ସେପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଡିସେମ୍ବର ୩୧ରେ ଘଟଣାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି ।

 

କେତେ ନମ୍ବରରେ ବ୍ୟାଟିଂ ଆସିବେ ରୋହିତ ? ଜାଣନ୍ତୁ ଏହାକୁ ନେଇ କଣ କହିଲେ ଅଭିଶେକ ନାୟାର..

ନନ୍ଦିଘୋଷ ବ୍ୟୁରୋ: ମେଲବର୍ଣ୍ଣ ଟେଷ୍ଟରେ ପ୍ରଥମ ଦିନର ଖେଳ ସରିଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୬ ଓ୍ବିକେଟ ହରାଇ ୩୧୧ ରନ ସଂଗ୍ରହ କରିଛି । ତେବେ ଏକ ବଡ଼ ସ୍କୋର ଅଭିମୁଖେ ଅଷ୍ଟ୍ରେଲିଆ ଗତି କରୁଥିବାବେଳେ ଭାରତୀୟ ବ୍ୟାଟ୍ସମ୍ୟାନମାନେ କିଭଳି ଭାବେ ପ୍ରଦର୍ଶନ କରିବେ ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା ଚଳ୍ପନା । ତେବେ ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ସେ କେଉଁ ନମ୍ବରରେ ବ୍ୟାଟିଂ ଆସିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏହି ମ୍ୟାଚ ଖେଳୁନଥିବାବେଳେ ରୋହିତ ଶର୍ମା ଜୟସ୍ବାଲଙ୍କ ସହ ଓପନିଂ କରିବେ । ଅଭିଶେକ ନାୟାର ପ୍ରେସମିଟ୍ ଜରିଆରେ ଏଭଳି ସୂଚନା ଦେଇଛନ୍ତି । ତିନି ନମ୍ବର ସ୍ଥାନରେ କେ.ଏଲ ରାହୁଲ ଖେଳିବେ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ରୋହିତ ଶର୍ମା ୨୦୨୪ରେ ଖରାପ ଫର୍ମ ଦେଇ ଗତି କରିଛନ୍ତି । ୧୪ ମ୍ୟାଚରେ ମାତ୍ର ୬୦୭ ରନ ସଂଗ୍ରହ କରିପାରିଛନ୍ତି । ୨୬.୩୯ ହାରରେ ସେ ଏହି ସ୍କୋର କରିଛନ୍ତି । ଅଷ୍ଟ୍ରେଲିଆ ସିରିଜରେ ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରି ନଥିବାବେଳେ ଓପନିଂ କରି ଦଳକୁ କିଭଳି ପରିସ୍ଥିତିକୁ ନେଉଛନ୍ତି ତାହା ଉପରେ ରହିଛି ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ।

ବରଙ୍ଗରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, ସଂଥପୁରାରେ ଟଳିପଡିଲେ ଚାଷୀ !

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ବୋଲି ଜଣାପଡ଼ିଛି । ଲଗାଣ ଅଦିନିଆ ବର୍ଷାରେ ତାଙ୍କର ଧାନ ଫସଲ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ଥିଲେ । କରଜ କରି ଧାନ ଚାଷ କରିଥିଲେ ଚାଷୀ ବନମାଳୀ ପେଣ୍ଠେଇ । ଅଦିନିଆ ବର୍ଷାରେ ତାଙ୍କର ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ ଓ ଋଣ ଶୁଝିବା ନେଇ ଚିନ୍ତାରେ ଥିଲେ ବନମାଳୀ । ଫସଲ କ୍ଷୟକ୍ଷତି ଓ ଚାଷୀଙ୍କ ମୃତ୍ୟୁ ଘଟଣାରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ତଦନ୍ତ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସଂଥପୁରା ଗାଁରେ ଅଭାବନୀୟ ଘଟଣା । ଅଦିନିଆ ବର୍ଷାରେ ୮ ଏକର ଜମିରେ ଧାନ ଫସଲ ନଷ୍ଟ ପରେ ଜଣେ ଚାଷୀଙ୍କ ହୃଦଘାଟରେ ମୃତ୍ୟୁ ହୋଇଛି । ସନ୍ଥପୁରା ଗାଁର ମଳିକ ସାହିର ୫୫ ବର୍ଷୀୟ ଭାବଗ୍ରାହୀ ମଳିକ ଏକାଧିକ ଜମି ମlଳିକଙ୍କଠାରୁ ଜମି ନେଇ ଭାଗ ଚାଷ କରିଥିଲେ । ଚାଷ କାର୍ଯ୍ୟ ପାଇଁ ସେ ଋଣ ମଧ୍ୟ କରିଥିଲେ । ଫସଲ ଭଲ ହୋଇଥିଲା । ହେଲେ ଅଦିନିଆ ବର୍ଷାରେ  ତାଙ୍କର ଅମଳ ହେବାକୁ ଥିବା ସମସ୍ତ ଧାନ ଫସଲ ନଷ୍ଟ ହୋଇଯାଇଛି । ବର୍ଷକର ପରିଶ୍ରମ ତଥା ବର୍ଷକର ଆହାର କେଉଁଠୁ ଆସିବା ଏହା ସହିତ ଋଣ ପରିଶୋଧ କେଉଁଠୁ ହେବ, ଏହାକୁ ନେଇ ସେ ୨ଦିନ ହେବ ଚିନ୍ତାରେ ଥିଲେ ଚାଷୀ । ସେ ଆଜି ଧାନ କ୍ଷେତରେ ଉଜୁଡ଼ା ଫସଲ ଦେଖି ଭାବଗ୍ରାହୀ ଛାତିରେ ଯନ୍ତ୍ରଣା ଅନୁଭବ କରି କ୍ଷେତରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଷୀଙ୍କ ମୃତ୍ୟୁକୁ ନେଇ ସନ୍ଥପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ଉଜୁଡ଼ା ଧାନ କ୍ଷେତ ଆଉ ମୁଣ୍ଡ ଉପରେ ଥିବା ଋଣ ଭାର ଯୋଗୁଁ ଭାବଗ୍ରାହୀ ମଳିକଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ସରକାର ତୁରନ୍ତ ମୃତ ଭାବଗ୍ରାହୀଙ୍କ ପରିବାରକୁ ଚାଷ କ୍ଷତିପୂରଣ ଓ ତାଙ୍କର ମୃତ୍ୟୁର କ୍ଷତିପୂରଣ ଦେବାକୁ ସ୍ଥାନୀୟ ଚାଷୀ ନିବେଦନ କରିଛନ୍ତି ।

ଓଡ଼ିଶାବାସୀଙ୍କ ବିଶ୍ୱାସକୁ ଭରସା କରି ଆଗକୁ ବଢୁଛି ବିଜେଡି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ପାଳୁଛି ପ୍ରତିଷ୍ଠା ଦିବସ । ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ବିଜେଡି ପ୍ରତିଷ୍ଠା  ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ସେ କହିଛନ୍ତି, ବିଜେଡି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ । ବିଜେଡି ଉପରେ ଲୋକଙ୍କ ଆସ୍ଥା ରହିଛି । ବିଜେଡି ଜନ୍ମ ବେଳେ ଦଳ ସଫଳ ହେବ ନାହିଁ ବୋଲି ବିରୋଧି କହୁଥିଲେ । କିନ୍ତୁ ଓଡ଼ିଶାବାସୀଙ୍କ ସମର୍ଥନରେ ଦଳ ୫ଥର ସରକାର ଗଠନ କରିଛି । ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ଶସକ୍ତ ରାଜ୍ୟର ପରିଚୟ ଦେଇଛି । ଓଡ଼ିଶାରେ ଗରିବି କମିବା ସହ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି । ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି । ଗତ ନିର୍ବାଚନରେ ଆମେ ପରାଜିତ ହୋଇନାହୁଁ । ବିଜେପି ମିଛ କହି କ୍ଷମତାକୁ ଆସିଛି । ଦରଦାମ ବୃଦ୍ଧିରେ ଲୋକ ଅତିଷ୍ଠ ହୋଇଛନ୍ତି । ଆମ ଭୁଲ ହେଲା ସେମାନଙ୍କ ନକରାତ୍ମକ ପ୍ରଚାରର କାଉଣ୍ଟର କରିପାରିଲୁ ନାହିଁ । ଏବେ ଓଡ଼ିଶାବାସୀ  ବୁଝିଲେଣି ଯେ, ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ଗତ ୬ ମାସରେ ରାଜ୍ୟ ବିଜେପି ସରକାରର ବଡ଼ ଉପଲବ୍ଧି ହେଉଛି ଦରଦାମ ବୃଦ୍ଧି । କେବେ ଏହି ସରକାରର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ? ବିଜେଡିର ଭବିଷ୍ୟତ ଉଜ୍ୱଳ । ଓଡ଼ିଶାର ହକ ପାଇଁ ଲଢୁଥିବା ଦଳ ହେଉଛି ବିଜେଡି ଲୋକଙ୍କ ହୃଦୟରେ ସବୁଦିନ ପାଇଁ ଅଛି  । ଆଗାମୀ ଶହେ ବର୍ଷ ପାଇଁ ବିଜେଡି ଓଡ଼ିଶାର ସେବା କରିବ ବୋଲି କହିଛନ୍ତି ନବୀନ ।

ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି ।

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦିଗପହଣ୍ଡି : ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗାଁ ନିକଟ ପାହାଡ ଉପରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ମହିଳା ଓ ପୁରୁଷ ଉଭୟ ପାଟପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି ।  ଉଭୟ ପୂର୍ବରୁ ବିବାହିତ ହୋଇଥିବା ବେଳେ ଉଭୟଙ୍କର ୩ଟି ଲେଖାଏଁ ସନ୍ତାନ ରହିଛି । ଗତ ଡିସେମ୍ବର ୧୯ ତାରିଖରୁ ଉଭୟ ନିଖୋଜ ଥିଲେ । ଏନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଅଲାରିଗଡ ଗାଁ ନିକଟ ପାହାଡ ଉପରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ କୀଟନାଶକ, ରସି ଓ ଛୁରି ପଡି ପଡ଼ିଥିବା ଦେଖିବାକୁ ମଳିଛି ।

ଓଡ଼ିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ । ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳିବାକୁ ଯାଉଛି ୨୮ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ୍ସ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରଷାକୁ ଅତୁଟ ରଖି ବିଜେଡି ଦୃଢତା ସହ ଆଗକୁ ବଢୁଛି । ପ୍ରତିଟି କର୍ମୀଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ କାର୍ଯ୍ୟ ବିଜେଡିକୁ ଶ୍ରେଷ୍ଠ ଆଞ୍ଚଳିକ ଦଳର ପରିଚୟ ଦେଇଛି । ଓଡ଼ିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ । ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଆସନ୍ତୁ ସଙ୍କଳ୍ପବଦ୍ଧ ହେବା । ଏକ ହୋଇ ଓଡ଼ିଶାବାସୀଙ୍କ ସେବାରେ ଲଢେଇକୁ ସମସ୍ତେ ଜୋରଦାର କରିବା  ନବୀନ ଦେଇଛନ୍ତି ଆହ୍ବାନ ।

ଅନ୍ୟପଟେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ ।

୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା

ଜୟପୁର : ରାଜସ୍ଥାନର ସାରୁନ୍ଦ ଅନ୍ତର୍ଗତ କୋଟପୁତଲିରେ ବୋରୱେଲରେ ଏବେ ବି ଫସିଛି ୩ ବର୍ଷର ଶିଶୁ ଚେତନା। ୪ ଦିନ ପରେ ବି ଉଦ୍ଧାର ହୋଇପାରୁନି ଚେତନା। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେସ୍କ୍ଯୁ ଅପରେସନରେ ସାମିଲ ହୋଇଛନ୍ତି ସ୍ବତନ୍ତ୍ର ଟିମ ବା ରେଟ୍ ମାଇନର । ଗତ ୨୩ ତାରିଖରେ ୭୦୦ ଫୁଟ ଗଭୀର ନଳକୂପରେ ଖସିଯାଇଥିଲା ଚେତନା।ତେବେ ସେ ୧୫୦ ଫୁଟରେ ଲାଗିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରେଟ୍ ମାଇନରମାନେ ବିଶେଷ କରି ମେଘାଳୟରେ ବସବାସ କରିଥାନ୍ତି। ସେମାନେ ଅତି କ୍ଷୁଦ୍ର ଗର୍ତ୍ତ ଖୋଳି ଭିତରେ ପଶିବାର କୌଶଳ ହାସଲ କରିଛନ୍ତି। ଗତବର୍ଷ ନଭେମ୍ବରରେ ଉତ୍ତରାଖଣ୍ଡର ସିଲ୍କୟାରା ଟନେଲରେ ଫସିଥିବା ୪୧ ଶ୍ରମିକକୁ ରେଟ୍ ମାଇନର ଟିମ୍ ଉଦ୍ଧାର କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ୨୦୧୪ରେ ଏହି ଧରଣର ମାଇନିଂକୁ ମେଘାଳୟ ସରକାର ନିଷିଦ୍ଧ କରିଥିଲେ। ବର୍ତ୍ତମାନ ଚେତନା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।

ଆଜିଠାରୁ କମିବ ବର୍ଷାର ପ୍ରଭାବ

ଭୁବନେଶ୍ବର : ଦୁର୍ବଳ ହେଲା ଓ୍ବେଲମାର୍କ ଲୋପ୍ରେସର। ଆଜିଠାରୁ କମିବ ବର୍ଷାର ପ୍ରଭାବ। ସାମାନ୍ୟ ପଶ୍ଚିମ ଦିଗକୁ ଗତିକରିବା ପରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର। ରାଜ୍ୟର ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଜାରି ରହିଛି। ଆଜିଠାରୁ ରାଜ୍ୟରୁ ଧୀରେ ଧୀରେ କମିବ ବର୍ଷାର ପ୍ରଭାବ। ଆଜି ରାଜ୍ଯର କିଛି ସ୍ଥାନରେ ବର୍ଷା ହେବା ସହ ମେଘୁଆ ପାଗ ଲାଗି ରହିଛି।

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ଏକାଧିକ ସ୍ଥାନରେ ରେଡ୍

ଜୟପୁର : ଭିଜିଲାନ୍ସ ଜାଲରେ ଏଆରଆଇ ତଥା ଆରଆଇ ଇନଚାର୍ଜ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ  କୋରାପୁଟ ବୋରିଗୁମ୍ମା ତହସିଲ କୁମୁଳି ସର୍କଲର ଆରଆଇ ଇନଚାର୍ଜ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ। ରେଡରେ ସାମିଲ ହୋଇଛନ୍ତି ୩ ଜଣ ଡିଏସପି, ୭ ଇନ୍ସପେକ୍ଟର ଓ ୫ ଏଏସଆଇ। ବୋରିଗୁମ୍ମାସ୍ଥିତ ୨ ମହଲା ବିଶିଷ୍ଠ କୋଠା ଓ ଭଡାଘର, ରଣସପୁରସ୍ଥିତ ନିଜ ଘର, କମତାସ୍ଥିତ ନିଜର ସମ୍ପର୍କୀୟଙ୍କ ଘର, କୁମୁଳିସ୍ଥିତ ଅଫିସ ଆଦି ସ୍ଥାନରେ ରେଡ ହୋଇଛି।

ଚାଷୀ ନେତା ଜଗଜିତ ସିଂ ଦାଲେୱାଲଙ୍କୁ ଭେଟିଲା ପଞ୍ଜାବ ଆପ୍

ଚଣ୍ଡିଗଡ଼ : ଆମରଣ ଅନଶନରତ ଚାଷୀ ନେତା ଜଗଜିତ ସିଂ ଦାଲେୱାଲଙ୍କୁ ଭେଟିଲା ପଞ୍ଜାବ ଆପ୍। ଚାଷୀ ସମ୍ପର୍କିତ ବିଭିନ୍ନ ଦାବି ନେଇ ଆମରଣ ଅନଶନ କରିଆସୁଛନ୍ତି ଦାଲେୱାଲ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଅବନତି ହୋଇଥିବା  ପରିଲକ୍ଷିତ ହୋଇଛି। ଦାଲେୱାଲଙ୍କ ଆମରଣ ଅନଶନ ପହଞ୍ଚିଛି ୩୨ ଦିନରେ। ଗତକାଲି ପଞ୍ଜାବ ଆପ୍ ସଭାପତି ଅମନ ଅରୋରା, ମନ୍ତ୍ରୀ ଗୁରମିତ ସିଂ କୁଦିଆନ, ବଲବୀର ସିଂ, ବାରିନ୍ଦର କୁମାର ଗୋୟଲ, ହରଦୀପ ସିଂ ମୁଣ୍ଡିଆନ ପ୍ରମୁଖ ଆସି ଦାଲେୱାଲଙ୍କୁ ଭେଟିଥିଲେ। ଶସ୍ୟର ଏମଏସପି ଲାଗି ଆଇନଗତ ଗ୍ଯାରେଣ୍ଟି ସମେତ ଅନ୍ଯାନ୍ୟ ଦାବି ନେଇ ଗତ ନଭେମ୍ବର ୨୬ରୁ ଖାନାଉରି ସୀମାରେ ଅନଶନ କରିଆସୁଛନ୍ତି ୭୦ ବର୍ଷ ବୟସ୍କ ଦାଲେୱାଲ। ଦାଲେୱାଲଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ବିଗିଡିବାରେ ଲାଗିଛି।