ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ନୂଆଶାସନ ଛକରେ ରାସ୍ତା ଅବରୋଧ। ସ୍ଥାନୀୟ ଲୋକ କରଛନ୍ତି ରାସ୍ତା ଅବରୋଧ।ରାସ୍ତାରେ ଅଟକିଲେ ଯାତ୍ରୀଙ୍କ ସହିତ ଶତାଧିକ ଗାଡ଼ି।ପିପିଲି ବଜାର ଦେଇ ବସ ଚଳାଚଳ କରିବା ପରିବର୍ତ୍ତେ ବାଇପାସରେ ଯାତ୍ରା କରୁଥିବାରୁ ପିପିଲି ଜନସାଧାରଣ ଆଜି ରାସ୍ତା ଅବରୋଧ କରିଛନ୍ତି। ପିପିଲି ବଜାର ଦେଇ ଯାତ୍ରା କରିବା ପାଇଁ ଦାବି କରିଛନ୍ତି। ବାରମ୍ବାର ପିପିଲି ବଜାର ଦେଇ ବସ ଚଳାଚଳ କରିବା ପାଇଁ ଦାବି ହୋଇ ଆସୁଥିବାବେଳେ ଗତ କିଛିଦିନ ହେବ ପିପିଲି ବଜାର ଦେଇ ବସ ଯାଆସ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳୁ ସ୍ଥାନୀୟ ଜନସାଧାରଣ ରାସ୍ତା ଅବରୋଧ କରିଥିବା ବେଳେ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି।
ବିରାଟଙ୍କୁ ନିଜ ସ୍ଥାନ ଛାଡ଼ିଲେ ବଦୋନୀ, କହିଲେ..
ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୩ ବର୍ଷ ପରେ ରଣଜୀ ଟ୍ରଫିକୁ ଓହ୍ଲାଇଛନ୍ତି ବିରାଟ । ରେଲଓ୍ବେ ବିପକ୍ଷରେ ଆଜି ରଣଜୀ ଖେଳୁଛନ୍ତି କୋହଲି । ଟସ ଜିତି ପ୍ରଥମେ ବୋଲିଂ କରୁଛି ଦିଲ୍ଲୀ । ଦର୍ଶକେ ଆଶା ରଖିଥିଲେ କି, କୋହଲିଙ୍କ ବ୍ୟାଟିଂ ଦେଖିବେ । କିନ୍ତୁ ଆଜି ଏକପ୍ରକାର ଏହା ଅସମ୍ଭବ । କାରଣ ପ୍ରଥମେ ରେଲଓ୍ବେ ବ୍ୟାଟିଂ କରୁଛନ୍ତି । ସେପଟେ ବିରାଟ ତେନ୍ଦୁଲକରଙ୍କ ପରେ ଫାଷ୍ଟଡାଉନରେ ବ୍ୟାଟିଂ ଜାରି ରଖିଛନ୍ତି । ବଦେନୀ ସବୁବେଳେ ୪ ନମ୍ବରରେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କୋହଲିଙ୍କୁ ସେ ଏହି ସ୍ଥାନ ଛାଡ଼ିଛନ୍ତି । ଏହାସହ ସେ କହିଛନ୍ତି କି, ଆମେ ଦଳରେ ବିରାଟଙ୍କୁ ପାଇଥିବାରୁ ବେଶ ଖୁସି । ସେପଟେ ଫିଲ୍ଡକୁ ନେଇ କହିଛନ୍ତି କି, ସେ ଯେଉଁଠାରେ ଚାହିଁବେ ସେଠାରେ ଜଗିବେ । ସେପଟେ ବଦୋନି କହିଛନ୍ତି କି, ବିରାଟ ଭାଇ ଦଳରେ ଯୋଗଦେବା ପରେ ଆମ ଖେଳାଳିଙ୍କ ମନୋବଳ ଆହୁରି ବଢ଼ିଯାଇଛି । ପୂର୍ବରୁ ସେ ଦିଲ୍ଲୀର ଅଧିନାୟକ ରହିଥିଲେ । ଆଉ ଏତେ ବଡ଼ ଖେଳାଳିଙ୍କ ସହ ଡ୍ରେସିଂରୁମ ସେୟାର କରିବା ବଡ଼ ଗୌରବର ବିଷୟ ।
ହରଭଜନଙ୍କୁ ଗୋଡ଼େଇଲେ ଅଖତର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପୂର୍ବତନ ଦକ୍ଷ ବୋଲର ଏବଂ ହରଭଜନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ହରଭଜନଙ୍କୁ ଗୋଡ଼ାଉଛନ୍ତି ଅଖତର । ପରେ ଆସି ବେକକୁ ଧରୁଛନ୍ତି ଆଉ ମଜା କରୁଛନ୍ତି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବାବେଳେ ୟୁଜର୍ସମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଏମିତି ଉଭୟଙ୍କ ମଜାଳିଆ ଭିଡିଓ ମାନେ ଦେଖିବାକୁ ମିଳିଛି । ଯଦିଓ ମଇଦାନରେ ଏହି ମହାନ ଖେଳାଳି ପୂର୍ବରୁ ଟକରା ଟକରି ହୋଇଛନ୍ତି କିନ୍ତୁ ଫିଲ୍ମ ବାହାରେ ସେମାନେ ଏଭଳି ମଜା କରୁଥିବା ଦେଖିବାକୁ ମିଳିଥାଏ ।
https://www.instagram.com/reel/DFa3jQzz3Ok/?utm_source=ig_embed&ig_rid=f2e1d9fb-6cb8-4fa8-afb7-e5a7c5d5739c
ଏକଦା ଏସିଆ କପରେ ହରଭଜନ ଏକ ବିଶାଳ ଛକା ମାରି ପାକିସ୍ତାନକୁ ପରାସ୍ତ କରିଥିଲେ । ଯେଉଁଥିରେ ଭଜି ଛକା ମାରିବା ପରେ ଆଖି ଦେଖାଇଥିଲେ । ଏବଂ ଅଖତର ରାଗି ଯାଇଥିଲେ । ହୋଟେଲକୁ ଆସ ଦେଖା ହେବ ବୋଲି କହିଥିଲେ । ମାତ୍ର ସେମାନଙ୍କ ଦେଖା ମିଳିନଥିଲା । ପରେ ସେମାନଙ୍କ ରାଗ ଶାନ୍ତ ହୋଇଯାଇଥିଲା । ଆଉ ସେମାନଙ୍କ ଦୋସ୍ତି ଆଜି ମଧ୍ୟ ସମାନ ରହିଥିବା ବିଭିନ୍ନ ଟୁର୍ଣ୍ଣାମେଣ୍ଟ ସମୟରେ ଦେଖିବାକୁ ମିଳେ ।
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ସୋଏବ ଅଖତରକୁ ଏକ ଜବାବ ଦେଇଛନ୍ତି ଦାଦା । ସୌରଭ ଗାଙ୍ଗୁଲି ଏକ ପୋଷ୍ଟରେ ଲେଖିଥିଲେ କି, ୧୯୯୯ରେ ଏକ ଫ୍ରେଣ୍ଡଲି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅଖତର ୧୫୦ ଗତିରେ ବୋଲିଂ କରୁଥିଲେ । ଏଥିରେ ଫ୍ରେଣ୍ଡସିପ କେଉଁଠି ରହିଲା ବୋଲି ମଜାଳିଆ ଢ଼ଙ୍ଗରେ ଲେଖିଥିଲେ । ଯାହାର ଉତ୍ତର ରଖିଛନ୍ତି ଅଖତର । ସେ ଲେଖିଛନ୍ତି କି, ଦାଦା ତୁମ ବିନା ଟିମ ଇଣ୍ଡିଆ ଅସମ୍ପୂର୍ଣ୍ଣ । ତେବେ କହି ରଖୁଛୁ କି, ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେଉଥିବାବେଳେ ଭାରତ-ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ ଖେଳାଯିବ ।
୨୭ ବର୍ଷ ପରେ କୁମ୍ଭମେଳାରେ ସ୍ବାମୀଙ୍କୁ ପାଇଲେ ସ୍ତ୍ରୀ, ଅଘୋରୀ ବାବା ମାନିବାକୁ ନାରାଜ
ନନ୍ଦିଘୋଷ ବ୍ୟୁରୋ : ନିଜର ଆତ୍ମୀୟ ଲୋକ ହଜି ଯାଇଥିବେ ଆଉ ଆପଣ ତାଙ୍କୁ ଦୀର୍ଘବର୍ଷ ପରେ ଦେଖିବେ । ସେହି ସମୟରେ କେତେ ଖୁସି ଅନୁଭବ ହେବ ତାହା ଆପଣ କଳ୍ପନା କରି ପାରୁଥିବେ । ଠିକ ସେହିପରି ଜଣେ ବ୍ୟକ୍ତି ହଜି ଯାଇଥିଲେ । ତାଙ୍କ ପରିବାର ଲୋକେ ଦୀର୍ଘ ୨୭ ବର୍ଷ ପରେ ତାଙ୍କୁ କୁମ୍ଭମେଳାରେ ଭେଟ ପାଇଛନ୍ତି । କିନ୍ତୁ ସେ ଏବେ ଅଘୋରୀ ଭାବେ ଜୀବନ ବିତାଉଛନ୍ତି । ଆଉ ବାବା ଏହାକୁ ଅସ୍ବୀକାର କରିଛନ୍ତି । ସେପଟେ ପରିବାର ଲୋକେ ଡିଏନଏ ଟେଷ୍ଟ କରିବା ପାଇଁ କହିଛନ୍ତି ।
କହି ରଖୁଛୁ କି, ଗଙ୍ଗାସାଗର ନାମ ବ୍ୟକ୍ତି ଦୀର୍ଘ ୨୭ ବର୍ଷ ତଳେ ହଜି ଯାଇଥିଲେ । ପରିବାର ଲୋକେ ତାଙ୍କୁ କୁମ୍ଭମେଳାରେ ଦେଖିବାକୁ ପାଇଲେ । ତାଙ୍କ ଦେହରେ ଥିବା କିଛି ଚିହ୍ନ ଏବଂ ମୁହଁ ମିଶୁଥିବାକୁ ନେଇ କହିଥିଲେ । କିନ୍ତୁ ବାବା ଏହାକୁ ମାନି ନଥିଲେ । ତାଙ୍କ ସହ ଥିବା ଜଣେ ସାଧ୍ବୀ ମଧ୍ୟ ଏହାକୁ ମନା କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିବାବେଳେ ଏବେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି ।
ଯାତ୍ରା ଦେଖିବାକୁ ଯାଇଥିଲେ, ଘରୁ ସବୁ ଲୁଟିନେଲେ
ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ସୋର ତୁଣ୍ଡପଡା ଗାଁରେ ସିରିଜ ଚୋରି। ବିଳମ୍ବିତ ରାତିରେ ୪ ଜଣଙ୍କ ଘରୁ ସୁନା ଅଳଙ୍କାର ଲୁଟ୍। ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ l ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଛନ୍ତି ୧୦ରୁ ଅଧିକ ଦୁର୍ବୃତ୍ତ। ଗାଁର ସଞ୍ଜୟ ନାୟକ, ମାର୍କଣ୍ଡ ନାୟକ, ଧିରେନ ଦାସ ଓ ମନ୍ମଥ ନାୟକଙ୍କ ପରିବାର ଗତକାଲି ଗାଁ ନିକଟରେ ପଡ଼ିଥିବା ଯାତ୍ରା ଦେଖିବାକୁ ଯାଇଥିବାବେଳେ ଘରେ ପଶି ଲୁଟପାଟ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆମେରିକାରେ ବଡ଼ ବିମାନ ଦୁର୍ଘଟଣା
ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା। ହେଲିକପ୍ଟର ସହ ଏକ ବିମାନର ଧକ୍କା ହୋଇଛି। ରୋନାଲ୍ଡ ରେଗନ ଏୟାରପୋର୍ଟ ନିକଟରେ ଏକ ବିମାନ ଅବତରଣ କରିବା ସମୟରେ ହେଲିକପ୍ଟରକୁ ଧକ୍କା ଦେଇଥିଲା। ଏଥିରେ ୩ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବିମାନଟି ପୋଟୋମେକ୍ ନଦୀକୁ ଖସି ପଡିଥିଲା। ବିମାନଟି ଆମେରିକାର କାନସାସ ସହରରୁ ରାଜଧାନୀ ୱାସିଂଟନ ଆସୁଥିଲା। ବିମାନରେ ୬୦ ଜଣ ଯାତ୍ରୀ ଥିବା ଜଣାପଡିଛି। ଆମେରିକା ହ୍ଵାଇଟ ହାଉସ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟର ସହ ବିମାନ ଧକ୍କା ପରେ ବିମାନଟି ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଥିଲା। ଦୁର୍ଘଟଣା ପରେ ପୋଟୋମେକ ନଦୀରେ ରେସକ୍ଯୁ ଅପରେସନ ଜାରି ରହିଛି।
ଭିଜିଲାନ୍ସ ଜାଲରେ ବଣାଇ ITDA PA ବିଶ୍ଵଦର୍ଶୀ ସାହୁ
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ବଣାଇ ITDA PA ବିଶ୍ଵଦର୍ଶୀ ସାହୁ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDA ପ୍ରକଳ୍ପ ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ରେଡ୍ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିିଜିଲାନ୍ସ। ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ୩ ଡିଏସପି ଏବଂ ୧୦ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଚାଲିଛି ଏହି ଚଢାଉ। ରେଡରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଂଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଂଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ, ଯାଜପୁୁର ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଏବଂ ଆଇଟିଡିଏ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ ।
ଆଜି ରଣଜୀ ମ୍ୟାଚ ଖେଳିବେ ବିରାଟ କୋହଲି
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କ ଆଜି ହେଉଛି ରଣଜୀ ପରୀକ୍ଷା । ଦୀର୍ଘବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି ବିରାଟ । ଦିଲ୍ଲୀ ପକ୍ଷରୁ ବିରାଟ ରଣଜୀ ଖେଳୁଥିବାବେଳେ ତାଙ୍କ ପ୍ରଦର୍ଶନ କିଭଳି ରହିବ ତା ଉପରେ ରହିଛି ନଜର । କାରଣ ନିକଟରେ ବର୍ଡର ଗାଭାସ୍କର ଟଫ୍ରିରେ ସେମିତି ଆଖିଦୃଷ୍ଟିଆ ପ୍ରଦର୍ଶନ କରିନଥିଲେ ବିରାଟ । ଆଗକୁ ଚାମ୍ପିୟନ୍ସ ଟ୍ରଫି ରହିଥିବାବେଳେ ବିରାଟ ଏହି ରଣଜୀ ଟ୍ରଫିରେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ରେଲଓ୍ବେ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ବିରାଟ ।
ନଭେମ୍ବର ୨୦୧୨ରେ ଶେଷ ରଣଜୀ ମ୍ୟାଚ ଖେଳିଥିଲେ ବିରାଟ । କାରଣ ସେତେବେଳକୁ ସେ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ସ୍ଥାନ ପକ୍କା କରିସିରିଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ବ୍ୟସ୍ତ ରହିଥିବାବେଳେ ୧୨ ବର୍ଷ ପରେ ରଣଜୀ ଖେଳିବାକୁ ଯାଉଛନ୍ତି ବିରାଟ । ସେପଟେ ଦିଲ୍ଲୀର ଏହି ମ୍ୟାଚଟି ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ବୋନସ ପଏଣ୍ଟ ସହ ଦଳ ବିଜୟୀ ହେଲେ ପରବର୍ତ୍ତୀ ନକଆଉଟ ପାଇଁ ସୁବିଧା ହେବ । ଏଣୁ ଦଳ ବିରାଟଙ୍କ ଠାରୁ ବଡ଼ ସ୍କୋର ଆଶା କରିଛି ।
ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍
ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ହମଲାର ଅଭିଯୁକ୍ତ ତହଉର ରାଣାକୁ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ଆଣିବା ଲାଗି ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍ । ପ୍ରତ୍ୟର୍ପଣ କ୍ଷେତ୍ରରେ ରହିଥିବା ସମସ୍ତ ବିଧି ପାଳନ କରିବା ପରେ ତାକୁ ଭାରତ ଅଣାଯିବ । ସେପଟେ ରାଣାକୁ ଭାରତ ଅଣାଗଲେ ତାକୁ ତିହାର ଜେଲରେ ହିଁ ରଖାଯିବ ଏବଂ ଜେଲରେ ହାଇସିକ୍ଯୁରିଟି ବ୍ଯବସ୍ଥାସମ୍ପନ୍ନ ଓ୍ବାର୍ଡରେ ରଖିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକାର ଲସ ଆଞ୍ଜେଲସ ଜେଲରେ ବନ୍ଦୀ ଥିବା ରାଣାର ସମସ୍ତ ଆବେଦନ ବିଭିନ୍ନ ନିମ୍ନ କୋର୍ଟରେ ଖାରଜ ହୋଇଥିଲା । ଶେଷରେ ଗତ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ବି ପ୍ରତ୍ୟର୍ପଣ ରଦ୍ଦ ସଂକ୍ରାନ୍ତ ଆବେଦନ ଖାରଜ କରିଦେଇଥିଲେ । ୨୦୦୮ ନଭେମ୍ବର ୨6ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ହମଲାରେ ପ୍ରାଣ ହରାଇଥଲେ ୧୬୬ ନାଗରିକ । ୨୦୦୮ ଆତଙ୍କୀ ହମଲା ପରେ ୨୦୦୯ରେ ତାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ। ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲମାନ ହେଡଲି ଓରଫ ଦାଉଦ ଗିଲାନି ସହ ତହିଉରର ସମ୍ପର୍କ ଥିଲା। ମୁମ୍ବାଇ ହମଲା ମାମଲାରେ ହେଡଲି ବର୍ତ୍ତମାନ ଆମେରିକାରେ ୩୫ ବର୍ଷିଆ ଜେଲଦଣ୍ଡ ଭୋଗୁଛି।
ରାଜ୍ୟରୁ ଶୀତ ଗାଏବ, ଆଜିଠୁ ଟାଇଁଟାଇଁ ଖରା
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରୁ ଶୀତ ଗାଏବ, ଆଜିଠୁ ଟାଇଁଟାଇଁ ଖରା । ସପ୍ତାହେ ଯାଏଁ ଗରମର ଅନୁଭୂତି ହେବା ସହ ଖରାରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ରୁ ୪ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ୪୮ ଘଣ୍ଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୨ ଘଣ୍ଟା ପାଇଁ ୨୪ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ ତାରିଖରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡିଶାରେ ଦେଖିବାକୁ ମିଳିବ।

