spot_img
Home Blog Page 126

ଦିନରେ ତତାଇବ ଅପରାହ୍ଣରେ ବର୍ଷିବ !

ନନ୍ଦିଘୋଷ ବ୍ୟୁରୋ : ଆକାଶରୁ ଅଗ୍ନିବର୍ଷା l ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ l ପଶ୍ଚିମରେ ତାତିକୁ ଉପକୂଳରେ ଗୁଳୁଗୁଳି l ତା ସାଙ୍ଗକୁ ଅପରାହ୍ନରେ ଡରାଉଛି କାଳ ବୈଶାଖୀ l ଏଭଳି ସ୍ଥିତି ଆସନ୍ତା ୨ ତାରି ଯାଏ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ହିଟ ୱେଭ ପାଇଁ ୪ ଜିଲ୍ଲା ସୋନପୁର, ସମ୍ବଲପୁର, ବଲାଙ୍ଗୀର ଓ ବୌଧକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି l ସେହିପରି ସମ୍ବଲପୁର ଓ ବଲାଙ୍ଗୀର ରେ ଉଭୟ ଦିନ ଓ ରାତି ପାଇଁ ହିଟ ୱେଭ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ଉପକୂଳ, ପଶ୍ଚିମ ଓଡିଶାର ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାରେ ଅସହ୍ୟ ତାତି ସହ ଅଧିକ ଗୁଳୁଗୁଳି ଅନୁଭୂତ ହେବ l ସେହିପରି ସାରା ରାଜ୍ୟରେ କାଳ ବୈଶାଖୀ ପାଇଁ ଓ୍ବାର୍ଣ୍ଣିଂ ଜାରି ହୋଇଛି l କାଳ ବୈଶାଖୀ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ l ସେହିପରି ରାଜ୍ୟର ଅନ୍ୟ ସମସ୍ତ ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ ଡାକରା

ଜୟପୁର : ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ ଡାକରା । ଡାକରା ଦେଇଛି ପେପର ମିଲ୍ ବଞ୍ଚାଅ ମିଳିତ କ୍ରାୟାନୁଷ୍ଠାନ କମିଟି । ଏଥିରେ ମୁଖ୍ୟ ଅଂଶିଦାର ରାଜନୈତିକ ଦଳ ଭାବେ ବିଜେଡି ସାମିଲ ହୋଇଛି । ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ ଏଥିରେ ପ୍ରାୟ ୧୦ ହଜାର ପରିବାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ସେଥିପାଇଁ ବାରମ୍ବାର ଦାବି କରାଯ଼ାଇଛି । କିନ୍ତୁ ସରକାର ପେପର ମିଲ୍ ଚଲେଇବାରେ କୌଣସି ଆଗ୍ରହ ଦେଖାଉ ନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ନିଜେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ଗ୍ରସ୍ତ ସମୟରେ ପେପର ମିଲ୍ କୁ ଚଲାଇବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ପେପର ମିଲ୍ ଚାଲିବା ପରିବର୍ତ୍ତେ ଅଚଳାବସ୍ଥା ସୃଷ୍ଟି ହୋଇଛି । ତୁରନ୍ତ ପେପର ମିଲ୍ ଚଲାଇବାକୁ ଦାବିକରି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ମିଳିତ କ୍ରିୟାନୁଷ୍ଠାନ କମିଟି।

ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିରେ ହଟଚମଟ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସିଦ୍ଧରମୈୟା । ଏନେଇ ଆଜି ୧୧ଟାରେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି ସିଦ୍ଧରମୈୟା। ଏହି ସାକ୍ଷାତକାର ବେଳେ ସେ ନିଜ ଇସ୍ତଫାପତ୍ର ଦେଇପାରନ୍ତି । କଂଗ୍ରେସ ହାଇକମାଣ୍ଡର ନିର୍ଦ୍ଦେଶ ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଦ୍ଧରମୈୟା । କଂଗ୍ରେସର ସର୍ତ ଅନୁଯାଇ ଏବେ ଉପମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ଡିକେ ଶିବ କୁମାର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ଡିକେ ଶିବ କୁମାର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବେ। ଅନ୍ୟପକ୍ଷରେ ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ କର୍ଣ୍ଣାଟକା କ୍ୟାବିନେଟ ସଦସ୍ୟଙ୍କ ସହ ସିଦ୍ଦରମୈୟା ନିଜ ବେଙ୍ଗାଳୁରୁ ବାସଭବନରେ ବ୍ରେକ ଫାଷ୍ଟ ବୈଠକ କରିବେ । ଏହାପରେ ସେ ବୈଠକରୁ ସିଧା ରାଜଭବନକୁ ଯାଇ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ ବୋଲି ସୂଚନା ରହିଛି । କଂଗ୍ରେସର ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଗୁରୁବାର ବେଙ୍ଗାଳୁରୁରେ ପହଞ୍ଚିବେ।

ଗୁଜରାଟକୁ ହରାଇ ଫାଇନାଲରେ ବେଙ୍ଗାଲୁରୁ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ୍‌ ୨୦୨୬ର ପ୍ରଥମ କ୍ବାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦମଦାର ପ୍ରଦର୍ଶନ କରିଛି। ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରି ଦଳ ଗୁଜରାଟ ଟାଇଟନ୍ସକୁ ୯୨ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ସିଧା ଫାଇନାଲରେ ପ୍ରବେଶ କରିଛି।

ଧର୍ମଶାଳା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ, ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୫୪ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ ।

ଜବାବରେ ୨୫୫ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶୁଭମନ ଗିଲ୍‌ଙ୍କ ଗୁଜରାଟ ଟିମ୍‌ ପ୍ରାରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବାଙ୍ଗାଲୁରୁର ଶୃଙ୍ଖଳିତ ବୋଲିଂ ଆଗରେ ଦଳୀୟ ସ୍କୋର ମାତ୍ର ୫୧ ରନ୍‌ ହୋଇଥିବା ବେଳେ ଆଗଧାଡ଼ିର ୫ ଜଣ ପ୍ରମୁଖ ଖେଳାଳି ପାଭିଲିୟନ ଫେରିଯାଇଥିଲେ ।

ଗୁଜରାଟ ପାଇଁ କେବଳ ରାହୁଲ ତେୱାଟିଆ ଏକାକୀ ଲଢ଼େଇ କରି ଏକ ଚମତ୍କାର ଅର୍ଦ୍ଧଶତକ  ହାସଲ କରିଥିଲେ, ତାହା ଦଳକୁ ଜିତାଇବା ପାଇଁ ଯଥେଷ୍ଟ ନଥିଲା। ଶେଷରେ ଗୁଜରାଟ ୧୯.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

NEET-UG ପେପର୍ ଲିକ୍: CBI ଦ୍ୱାରା ଆଉ ୨ ଗିରଫ

ନୂଆଦିଲ୍ଲୀ: NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) କୁ ଆଉ ଏକ ବଡ଼ ସଫଳତା । ଏହି ମାମଲାରେ ସିବିଆଇ ଆଜି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ହାଇପ୍ରୋଫାଇଲ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ଗିରଫଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି। ଗିରଫ ହୋଇଥିବା ଦୁଇ ବ୍ୟକ୍ତି ମହାରାଷ୍ଟ୍ରର ବାସିନ୍ଦା ଏବଂ ସେମାନେ ପ୍ରଶ୍ନପତ୍ରର କିଛି ଅଂଶ ଲିକ୍ କରିବାରେ ସକ୍ରିୟ ଭାବରେ ଜଡିତ ଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତ:
ଡକ୍ଟର ମନୋଜ ଶିରୁରେ: ସେ ଲାଟୁରର ଜଣେ ଡାକ୍ତର। ଲିକ୍ ହୋଇଥିବା ରସାୟନ ବିଜ୍ଞାନ (Chemistry) ପ୍ରଶ୍ନଗୁଡ଼ିକୁ ପାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅଭିଯୋଗ ଅନୁଯାୟୀ, ସେ ଏହି ପ୍ରଶ୍ନଗୁଡ଼ିକ ପ୍ରଖ୍ୟାତ ରେଣୁକାଇ ରସାୟନ ବିଜ୍ଞାନ କ୍ଲାସେସ୍  କୋଚିଂ ସେଣ୍ଟରର ପ୍ରତିଷ୍ଠାତା ଶିବରାଜ ମୋଟେଗାଓଁକରଙ୍କ ପୁଅ ସମେତ ତିନି ଜଣ ଛାତ୍ରଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରଶ୍ନଗୁଡ଼ିକ ପେପର୍ ସେଟର୍ ପି.ଭି. କୁଲକର୍ଣ୍ଣିଙ୍କଠାରୁ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

ତେଜସ୍ ହର୍ଷଦକୁମାର ଶାହ: ପୁଣେର ‘ଡକ୍ଟର ଅଭଙ୍ଗ ପ୍ରଭୁ ମେଡିକାଲ୍ ଏକାଡେମୀ’ ର ଜଣେ ପଦାର୍ଥ ବିଜ୍ଞାନ (Physics) ଫ୍ୟାକଲ୍ଟି ସଦସ୍ୟ। ସେ ପୂର୍ବରୁ ଗିରଫ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ ମନୀଷା ହାବଲଦାରଙ୍କଠାରୁ ଲିକ୍ ହୋଇଥିବା ପଦାର୍ଥ ବିଜ୍ଞାନ ପ୍ରଶ୍ନଗୁଡ଼ିକୁ ପାଇଥିଲେ।

ଏହି ମାମଲାରେ ସିବିଆଇ ବର୍ତ୍ତମାନ ସୁଦ୍ଧା ଦେଶର ୪୯ଟି ସ୍ଥାନରେ ଛାପା ମାରିସାରିଲାଣି। ଏପର୍ଯ୍ୟନ୍ତ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁଣେ, ଲାଟୁର ଏବଂ ଅହଲ୍ୟାନଗର ସମେତ ବିଭିନ୍ନ କେନ୍ଦ୍ରରୁ ମୋଟ ୧୩ ଜଣଙ୍କୁ ଗିରଫ କରାଗଲାଣି। ତେବେ ସମଗ୍ର ଆର୍ଥିକ ନେଟୱାର୍କ ଏବଂ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ସିବିଆଇର ସ୍ୱତନ୍ତ୍ର ଦଳ ବର୍ତ୍ତମାନ ସୁଦ୍ଧା ଲାପଟପ୍, ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରିଛି।

ପରୀକ୍ଷାର ସ୍ଵଚ୍ଛତା ବଜାୟ ରଖିବା ପାଇଁ ପେପର୍ ଲିକ୍ ର ଏହି ଗମ୍ଭୀର ଅଭିଯୋଗ ପରେ, ଗତ ମେ ୩ ତାରିଖରେ ହେବାକୁ ଥିବା NEET-UG ପରୀକ୍ଷାକୁ ବାତିଲ କରାଯାଇଥିଲା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆସନ୍ତା ୨୧ ଜୁନରେ ପୁନଃପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରିଛି।

ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର

ଭୁବନେଶ୍ବର : ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର । ଗଞ୍ଜାମ ଜଗନ୍ନାଥ ପ୍ରସାଦର ପପୁନ ମାଝୀକୁ ଏନକାଉଣ୍ଟର। ହାର୍ଡକୋର ନିଶା ମାଫିଆକୁ ଏନକାଉଣ୍ଟର କରି ଘାଇଲା କଲା ସ୍ପେଶାଲ କ୍ରାଇମ ୟୁନିଟ। ଇନ୍ଫୋଭ୍ୟାଲି ଥାନା ଅରିସଲ ନିକଟରେ ପପୁନ ଏକ ନିଶା ସାମଗ୍ରୀ ବିକ୍ରି ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ପୋଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ। ପୋଲିସ ଉପରକୁ ଗୁଳିମାଡ଼ କରିଥିଲା। ପୋଲିସ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା ବେଳେ ଆହତ ହୋଇଛି ପପୁନ । ତାକୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ପୁପୁନର ଘର ଗଞ୍ଜାମ ଜଗନ୍ନାଥ ପ୍ରସାଦ। ସେ ଭୁବନେଶ୍ୱର ଡୁମୁଡୁମାରେ ରୁହେ। ୧୭ ବର୍ଷ ହେଲା ସେ ଅପରାଧ ଜଗତ ସହିତ ଜଡ଼ିତ। ଚୋରିଠୁ ଆରମ୍ଭ କରି ବୋମାମାଡ ଓ ହତ୍ୟା ଯାଏ, ଅନେକ ଅଭିଯୋଗ ଅଛି ତା ନାଁରେ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି।

SIR ପ୍ରସଙ୍ଗରେ ; ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଭୋଟର ତାଲିକାରେ ନାଁ ନ ଥିବା ଅର୍ଥ ନୁହେଁ ନାଗରିକତା କଟିଯିବ। ଭୋଟର ତାଲିକାରେ ଜଣକର ନାଁ ରହିବ କି ନାହିଁ କେବଳ ସେହି କ୍ଷମତା ନିର୍ବାଚନ କମିଶନରଙ୍କର ଅଛି। ନିର୍ବାଚନ କମିଶନ କାହାରି ନାଗରିକତା ସ୍ଥିର କରିପାରିବେ ନାହିଁ। ଆଇନ ଅନୁସାରେ ଏହା ସ୍ଥିର ହେବ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏହି ସହିତ ସୁପ୍ରିମକୋର୍ଟ କହିଛନ୍ତି, ଯଦି ଭୁଲରେ କାହାର ନାଁ ଏସଆଇଆର୍ ଜରିଆରେ ଭୋଟର ତାଲିକାରୁ କଟି ଯାଇଛି, ତାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାଇବ। ଏସଆଇଆର୍ ପ୍ରସଙ୍ଗରେ ଆଜି ରାୟ ଦେଇ ଏହି ସବୁ କଥା କହିଛନ୍ତି ସୁପ୍ରିମକୋର୍ଟ। ଆଜିର ରାୟରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆଇନ ଅନୁସାରେ ଏସଆଇଆର୍ ହେଉଛି ସଂପୂର୍ଣ୍ଣ ଠିକ୍। ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଏସଆଇଆର୍ କରାଇବା ପାଇଁ ନିର୍ବାଚନ କମିଶନଙ୍କ କ୍ଷମତା ଅଛି। ସମ୍ବିଧାନର ଗୋଟିଏ ଲକ୍ଷ୍ୟ ହେଉଛି ମୁକ୍ତ ଓ ଅବାଧ ନିର୍ବାଚନ । ଏଥିପାଇଁ ଯେଉଁ ନିର୍ଭୁଲ ଭୋଟର ତାଲିକା ଦରକାର, ସେଥିପାଇଁ ଏସଆଇଆର୍ ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏସଆଇଆର୍ କରାଇ ନିର୍ବାଚନ କମିଶନ କୌଣସି ଆଇନ ଉଲ୍ଲଂଘନ କରି ନାହାନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବରଂ ଏହା ସମ୍ବିଧାନର ଲାଇଫ ଲାଇନ। ସୁପ୍ରିମକୋର୍ଟରେ SIR ବିରୋଧରେ ଯେଉଁ ଆବେଦନ ହୋଇଥିଲା, ତାକୁ ନେଇ ୪ଟି ପ୍ରଶ୍ନ ଉଠିଥିଲା। ପ୍ରଥମତଃ, SIR କମିଶନଙ୍କ ସାମ୍ବିଧାନିକ ଏବଂ ବୈଧାନିକ ନିର୍ଦ୍ଦେଶ ସହିତ ସୁସଙ୍ଗତ ଥିଲା କି? ଦ୍ୱିତୀୟତଃ, କମିଶନ ଦ୍ୱାରା ଗ୍ରହଣ କରାଯାଇଥିବା ଉପାୟରେ ଲକ୍ଷ୍ୟ ପୂରଣ ହେଉଛି କି। ତୃତୀୟତଃ, ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଆବଶ୍ୟକ ଥିଲା କି ଏବଂ ଅନ୍ୟ କୌଣସି ବିକଳ୍ପ ନଥିଲା କି? ଚତୁର୍ଥରେ ଉଦ୍ଦେଶ୍ୟ ହାସଲର ଗୁରୁତ୍ୱ ଏବଂ ସାମ୍ବିଧାନିକ ଅଧିକାର ଉପରେ ଲାଗୁ ହୋଇଥିବା ସୀମା ମଧ୍ୟରେ ଏକ ଉଚିତ୍ ସନ୍ତୁଳନ ବଜାୟ ରଖାଯାଇଛି କି? କୋର୍ଟ କହିଛନ୍ତି, ନିର୍ବାଚନୀ ଅଖଣ୍ଡତାର ଆବଶ୍ୟକତା ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଇଛି ଏସଆଇଆରରେ। …

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ ; ଶାନ୍ତି କଥାବାର୍ତ୍ତା ଚାଲିଥିବାବେଳେ ପୁଣି ବଡ଼ ଆକ୍ସନ ନେଇଛି ଆମେରିକା

ନନ୍ଦିଘୋଷ ବ୍ୟୁରୋ : ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଶାନ୍ତି କଥାବାର୍ତ୍ତା ଚାଲିଥିବାବେଳେ ପୁଣି ବଡ଼ ଆକ୍ସନ ନେଇଛି ଆମେରିକା । IRGCର ଜାହାଜ ଓ ମିସାଇଲ ଲଞ୍ଚ ସାଇଟ ଉପରେ ଆକ୍ରମଣ । ମିସାଇଲ ଆଟାକରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଇରାନର ବନ୍ଦର ଆବାସ ପୋର୍ଟ ଉପରେ ଭୟଙ୍କର ଆକ୍ରମଣ କରିଛି ଅମେରିକା । ଇରାନର ବୈଦିଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସମାଇଲେ ବାକଇ ଶାନ୍ତି କଥାବାର୍ତ୍ତାରେ ଅଗ୍ରଗତି ହେଉଥିବା ସୂଚନା ଦେଇଥିବାବେଳେ ଆମେରିକାର ଏହି ଆକ୍ରମଣ ପୁଣି ଦ୍ବନ୍ଦ୍ବ ସୃଷ୍ଟି କରିଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ ତରଫରୁ କୁହାଯାଇଛି ଯେ, ଇରାନ ପକ୍ଷରୁ ହେଉଥିବା ବିପଦକୁ ଏଡ଼ାଇବାକୁ ଏପରି ଆକ୍ରମଣ କରାଯାଇଛି । CENTCOM ମୁଖପାତ୍ର ନେଭି କ୍ଯାପେଟେନ ଟିମ ହକିନ୍ସଙ୍କ କହିବା କଥା, ୟୁଏସ ସେଣ୍ଟ୍ରାଲ କମାଣ୍ଡ ସିଜଫାଇୟାରରୁ ନିଜ ସେନାଙ୍କୁ ସୁରକ୍ଷା ଦେବାକୁ ଯାଇ ଏହି ଆକ୍ରମଣ କରାଯାଇଛି । ନ୍ୟୁୟର୍କ ଟାଇମ୍ସ ର ସୂଚନା ଅନୁସାରେ, ଏହି ଆକ୍ରମଣର ଟାର୍ଗେଟ ଥିଲା ବନ୍ଦର ଆବାସ ନିକଟବର୍ତ୍ତୀ ଅଞ୍ଚଳ । ଯାହା ହର୍ମୁଜ ଷ୍ଟେଟ ନିକଟରେ ଇରାନର ନେଭାଲ ବେସ ।

 

ଚାପିଦେଲା ହାଇୱା ; ଜେସିବି ଅପରେଟରଙ୍କ ମୃତ୍ୟୁ

ଚାପିଦେଲା ହାଇୱା । ଜେସିବି ଅପରେଟରଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଢେଲୁଆ ପଞ୍ଚାୟତର ଘୋଘର ଗ୍ରାମ ସ୍କୁଲ ବସ୍ତି ନିକଟରେ ଏକ ଜମିରେ କାରଖାନା ବର୍ଯ୍ୟ ବସ୍ତୁ ପକାଇବା ସମୟରେ ଘଟିଛି ଅଘଟଣ । ବ୍ୟର୍ଯ୍ୟବସ୍ତୁ ପକାଉଥିବା ହାଇୱା ଚକ ତଳେ ଚାପି ହୋଇ ଜଣେ ଜେସିବି ଅପରେଟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଶୋଇ ଥିବା ବେଳେ ହାଇୱାଟି ଚଢି ଯିବରୁ ତାଙ୍କ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେଶ୍ରାମାଲ ପଞ୍ଚାୟତ ରାଇବେର୍ଣ୍ଣା ଗ୍ରାମର ୨୭ବର୍ଷୀୟ ସାଲବିନ ବାର୍ଲ। । ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଥିବା ହାଇୱାଟି ଫେରାର ହୋଇ ଯାଇଛି । ଅନ୍ୟ ପକ୍ଷରେ ବେଆଇନ ବର୍ଜ୍ୟବସ୍ତୁ ପକାଯାଉଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛି ।

ଚଳଚଞ୍ଚଳ ରଥଖଳା ; ତିନି ରଥର ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି

ନନ୍ଦିଘୋଷ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗରମ ସତ୍ତ୍ବେ ଚଳଚଞ୍ଚଳ ରଥଖଳା। ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ଆବଶ୍ୟକୀୟ ୪୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ତିନିରଥର ଚାରି ନାହାକା ସହ ୧୪ ନାହାକା କାମ ମଧ୍ୟ ଶେଷ ହୋଇଛି । ତେବେ ଆଜି ରଥଖଳାରେ ତିନି ରଥର ଦଣ୍ଡା ହଣା କାର୍ଯ୍ୟ ଜାରି ରହିଛି।