spot_img
Home Blog Page 1262

ସରକାର ବଦଳିବା ପରେ ଅନ୍ଧାରରେ ଆସିକା ଚିନି ଶିଳ୍ପ, ଆଖୁଚାଷରୁ ମୁହଁ ଫେରାଇଲେଣି ଚାଷୀ

ଆସିକା : ଗଞ୍ଜାମ ଜିଲ୍ଲା ଆସିକାରେ ୧୯୫୬ ମସିହାରେ ସ୍ଥାପିତ ହୋଇଥିଲା ସର୍ବ ବୃହତ ଚିନି ଶିଳ୍ପ । ୧୯୬୩ ମସିହାରୁ ଶିଳ୍ପରୁ ଚିନି ଉତ୍ପାଦନ ହେଉଥିଲା । ପରେ ପରେ ଏହାର କ୍ଷମତା ବୃଦ୍ଧି ହୋଇ ଚିନି ସହ ଅନ୍ଯାନ୍ୟ ପଦାର୍ଥ ଉତ୍ପାଦନ ହୋଇ ଆସୁଛି l  ଚିନି ଶିଳ୍ପ ପ୍ରତିଷ୍ଠା ହେବା ପରଠୁ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀମାନେ ଆଖୁ ଚାଷ କରି ଶିଳ୍ପକୁ ଯୋଗାଉଥିଲେ । କିନ୍ତୁ କାଳ କ୍ରମେ ଆଖୁ ଚାଷରୁ ଚାଷୀ ମାନେ ମୁହଁ ଫେରାଇଲେଣି l ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳୁ ନଥିବାରୁ ପୂର୍ବ ବର୍ଷ ଭଳି ଆଉ ଆଖୁ ଚାଷ କରୁନାହାଁନ୍ତି ଚାଷୀ । ଫଳରେ ହ୍ରାସ ପାଇଛି ଆଖୁ ପେଡା । ଆଖୁ ଚାଷ ଛାଡି ଧାନ ଚାଷକୁ ଆପଣାଇ ନେଇଛନ୍ତି ଚାଷୀ । ସେପଟେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆସିକା ଚିନି ଶିଳ୍ପର ପୁନରୁଉଦ୍ଧାର ପାଇଁ ଟାକ୍ସ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାହା ହାସ୍ୟାସ୍ପଦ ସହ ଆଖୁ ଚାଷୀ ଙ୍କୁ ଲଲିପପ ଦେଖାଇଛନ୍ତି ବୋଲି କହିଛନ୍ତି ଚାଷୀ ନେତା।

ପୂର୍ବ ସରକାର ଚିନି ଶିଳ୍ପର ଉନ୍ନତି ପାଇଁ ପାଖାପାଖି ୩୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଯାହା ଫଳରେ ଚିନି ଶିଳ୍ପର ଅଗ୍ରଗତି ହୋଇପାରିଛି । ଏବେ ବର୍ତ୍ତମାନର ସରକାର ଚିନି ଶିଳ୍ପର ଅଗ୍ରଗତି ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ଟାସ୍କ ଫୋର୍ସ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାହା କେତେ ଦୂର କାର୍ଯ୍ଯକାରୀ ହେଉଛି ନା ଟାସ୍କ ଫୋର୍ସ ଗଠନ ଗଠନରେ ହି ରହିଯିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଗଜପତିରେ ଧାନ କିଣା ପୂର୍ବରୁ ଦେଖାଦେଇଛି ଅବ୍ୟବସ୍ଥା

ଗଜପତି : ଡିସେମ୍ବର ୨୮ରୁ ଗଜପତିରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା । ଚାଷୀ ନେତା ଓ ମିଲରଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ କଲାଣି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ ୪୫ଟି ସୋସାଇଟି ମାଧ୍ୟମରେ ମୋଟ ୧୫ ହଜାର ୪୯୧ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଧାର୍ଯ୍ଯ ରଖିଛି ଜିଲ୍ଲା ପ୍ରଶାସନ । କିନ୍ତୁ ଧାନ କିଣା ପୂର୍ବରୁ ପ୍ରଶାସନ ଓ ମିଲରଙ୍କ ମଧ୍ୟରେ ଧାନର ମାନ ଓ ମିଲିଂ ଚାଉଳକୁ ନେଇ ଉପୁଜିଛି ଗମ୍ଭୀର ସମସ୍ୟା । ଗତବର୍ଷ ମିଲରଙ୍କ ଠାରୁ ଚାଉଳ ଆକାରରେ ୪୩ ହଜାର ମେଟ୍ରିକ୍ ଟନ୍ କିଣିବା ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ୨୭ ହଜାର ୩୭୭ ମେଟ୍ରିକ୍ ଟନ୍ ଚାଉଳ କ୍ରୟ କରାଯାଇଛି । ମିଲରଙ୍କ ଠାରେ ପୂର୍ବ ବର୍ଷର ଚାଉଳ ଏଯାଏଁ ଗଚ୍ଛିତ ରହିଛି। ଯାହା ଅକ୍ଟୋବର ସୁଦ୍ଧା ଗୋଦାମକୁ ଆସିବାର ଥିଲା । ତେବେ ମିଲରଙ୍କ ଠାରେ ଏପର୍ଯ୍ଯନ୍ତ ପୂର୍ବ ଗଚ୍ଛିତ ଚାଉଳ ଥିବା ବେଳେ ଏବେ ନୂତନ ଅମଳ କେଉଁଠି ରହିବ ? ତାକୁ ନେଇ ବଢିଛି ସମସ୍ୟା । ସେପଟେ ବର୍ତ୍ତମାନ ସୁଦ୍ଧା ମିଲର୍ସ ନିଜର ସ୍ଵୀକାର ପତ୍ର ବିଭାଗକୁ ଦେଇନାହାଁନ୍ତି । ମିଲିଂ ଚାଉଳ ଉଠାଣ, ପୂର୍ବ ଜମାରାଶି ଫେରସ୍ତ, ଟ୍ରାନ୍ସପୋର୍ଟି ଦର ବୃଦ୍ଧି  ଭଳି ଅନେକ ଦାବି ପୂରଣ ନ ହେଲେ ସ୍ବୀକାର ପତ୍ର ଦିଆଯିବ ନାହିଁ  ବୋଲି ସିଧାସଳଖ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି ମିଲର ।

ସେପଟେ କଳାହାଣ୍ଡିରେ କଟନି ଛଟନିରେ ଚାଲିଛି ଧାନ କିଣା । ଚଳିତ ବର୍ଷ ୨୨୩ଟି ମଣ୍ଡି ମାଧ୍ଯମରେ ପ୍ରଥମ ପର୍ଯ୍ଯାୟରେ 50ଲକ୍ଷ 80ହାଜର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ଯ ରଖିଛି ଜିଲ୍ଲା ପ୍ରଶାସନ । ହେଲେ କେଉଁଠି ମଣ୍ଡି ଖାଲି ତ ଆଉ କେଉଁ ମଣ୍ଡିରେ ପଡ଼ି ରହିଛି ଧାନ ତ ଆଉ କେଉଁ ଚାଷୀ ନିଜ ବିଲରେ ଧାନ ରଖି ଶୀତ କାକରରେ ଦିନ ବିତାଉଛି । ନଭେମ୍ବର ୨୯ ତାରିଖରେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଘୋଟିଆ ମଣ୍ଡିରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୫ କେଜି ଓ ବସ୍ତା ବାବଦକୁ ୨କେଜି ସମୁଦାୟ ୭ କେଜି କଟନି ପରେ ଚାଷୀଙ୍କ ଧାନ କିଣା ଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଧାନକିଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ମିଲର  ଏବଂ ଜିଲ୍ଳା ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଏବେ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କା ଦେଖାଦେଇଛି ।

ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର, କେଉଁଠି ଫାଟକ ଅଛି ତ ପାଚେରୀ ନାହିଁ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନରେ ଶିକ୍ଷା ବିଭାଗର ମୁକୁଳା ଚିତ୍ର । କେଉଁଠି ଫାଟକ ଅଛି ପାଚେରୀ ନାହିଁ । ତ ଆଉ କେଉଁଠି ତାର ବାଡ ପଡିଛି । ଭୁବନ ବ୍ଲକ ଓ ଏନଏସିରେ ମୋଟ ୧୧୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରହିଛି । ହେଲେ ଅନେକ ସ୍କୁଲରେ ପାଚେରୀ, ଶୌଚାଳୟ ଓ ପାନୀୟ ଜଳ ମୁଖ୍ୟ ସମସ୍ୟା ପାଲଟିଛି । ଦେଖନ୍ତୁ ଏହି ଦୃଶ୍ୟକୁ ଏ ହେଉଛି ଭୁଷଳ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗାଁର ଶୁଣ୍ଡିକାଟେଣୀ ପ୍ରାଥମିକ ବିଦ୍ଯାଳୟ । ଯେଉଁଠାରେ ମୂଖ୍ୟ ଫାଟକ ଅଛି ହେଲେ ପାଚେରୀ ନାହିଁ। ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ପାଚେରୀ ନଥିବାରୁ ସ୍କୁଲ ପରିସରକୁ ଗାଈ ଗୋରୁ ପସି ଆସୁଛନ୍ତି । ସ୍କୁଲ ନିକଟରେ ଜଙ୍ଗଲ ଥିବାରୁ ଅନେକ ସମୟରେ ଜଙ୍ଗଲୀ ଜନ୍ତୁମାନେ ବିଦ୍ୟାଳୟ ଭିତରକୁ ଆସିଥିବାରୁ ଏକ ପ୍ରକାର ଭୟରେ ଛାତ୍ରଛାତ୍ରୀ । ପିଇବା ପାଣିର ସୁବିଧା ନଥିବାରୁ ମଧ୍ୟାହ୍ନ ଭୋଜନ ତିଆରି କରିବାରେ ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି ।

ସେହିପରି ଭୁବନ ବ୍ଲକ ଦୟଣାବିଲ ପଞ୍ଚାୟତର ପ୍ରାଥମିକ ସ୍କୁଲ ଜାତୀୟ ରାଜପଥ କଡରେ ରହିଥିବା ବେଳେ ଏହି ସ୍କୁଲରେ ପାଚେରୀ ନାହିଁ । ନୂଆ ବଜାର ସ୍ଥିତ ବାଳିକା ପ୍ରାଥମିକ ବିଦ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅନୁରୂପ ଭାବରେ ଗଡନୃସିଂହ ପ୍ରସାଦ, ଅନନ୍ତପୁର, ଭୁଷଳ , ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ଯାଳୟରେ ପାଚେରୀ ଓ ଫାଟକ ନାହିଁ । ଯାହା ଫଳରେ ବିଦ୍ଯାଳୟ ପରିସରଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ଅଭିଯୋଗ । ସେପଟେ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି ।

ପୁରୁଷୋତ୍ତମପୁରରେ ଭୁଶୁଡିଛି ପରିମଳ ବ୍ୟବସ୍ଥା, ରାସ୍ତାରେ ପଡିଛି କୁଢକୁଢ ଅଳିଆ

ବ୍ରହ୍ମପୁର : ଭୁଶୁଡି ପଡିଛି ପରିମଳ ବ୍ଯବସ୍ଥା । ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ । ମୁକୁଳା ପଡିଛି ଡ୍ରେନ । ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ଏ ହେଉଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ଅବସ୍ଥା । ସହରକୁ ପ୍ରତ୍ଯେକ ଦିନ ହଜାର ହଜାର ଲୋକ ଆସିଥାନ୍ତି । ମାତ୍ର ସହରର ସ୍ଵଚ୍ଛତା ପ୍ରତି ଦୃଷ୍ଟି ଦେଉନାହାନ୍ତି ଏନଏସି କର୍ତ୍ତୃପକ୍ଷ । ସହରର ଏଣେ ତେଣେ ଆବର୍ଜନା ପଡିବା ସହିତ ଡ୍ରେନ ଯାକ ସଫାସୁତରା ହେଉନଥିବାରୁ ମଶା ମାଛିଙ୍କ ସଂଖ୍ଯା ବଢିବାରେ ଲାଗିଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେଡିକାଲ ପାଖରେ ଥିବା ଶୌଚାଳୟ ମଧ୍ଯ ଅପରିଷ୍କାର ହୋଇ ପଡିଛି । ଫଳରେ ମେଡିକାଲକୁ ଆସୁଥିବା ରୋଗୀଙ୍କ ସମେତ ସଂପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ସରକାରଙ୍କ ସମୟରେ ସହର ସଫାସୁତରା ରହୁଥିବା ବେଳେ ଏବେ ୫ ମାସରୁ ଅଧିକ ଦିନ ହେବ ଅଳିଆ ଆବର୍ଜନାରେ ସହର ପୋତି ହୋଇ ପଡିଛି ବୋଲି ଅଞ୍ଚଳବାସୀ କହିଛନ୍ତି ।

ଖାଲି ସେତିକି ନୁହେଁ ସହରରେ ମଶା ମାରିବା ପାଇଁ ଗ୍ଯାସର ଉପଯୋଗ କରାଯାଉନଥିବା ଅଭିଯୋଗ । ଏନେଇ ସହରବାସୀ ବାରମ୍ବାର NAC କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ଯ ଏହାର ସମାଧାନ ହୋଇପାରିନାହିଁ । ଆଗାମୀ ଦିନରେ ସହରର ସ୍ଵଚ୍ଛତା ଦିଗରେ ପଦକ୍ଷେପ ନିଆନଗଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ପୁରୁଷୋତ୍ତମପୁର ଚେୟାରମ୍ଯାନ କହିଛନ୍ତି ସହରର ପରିମଳ ବ୍ଯବସ୍ଥା ଠିକ ଥିବା ସାଙ୍ଗକୁ ଅଞ୍ଚଳରେ ମଶା ଧୂଆଁ ଗାଡି ବୁଲୁଛି । ଯଦି କେଉଁ ସାହିକୁ ମଶା ଧୂଆଁ ଗାଡି ଯାଉନାହିଁ ତାହାର ସମାଧାନ କିପରି ହୋଇପାରିବ ତାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି l ପୁରୁଷୋତ୍ତମପୁରରେ କେବେ ପରିମଳ ବ୍ଯବସ୍ଥାରେ ସୁଧାର ଆସିବ ତାହା ଉପରେ ସମସ୍ତଙ୍କ ନଜର ।

ବିଶ୍ୱନାଥ ଆନନ୍ଦ ମାତ୍ର ୪ବର୍ଷରେ ଡି. ଗୁକେଶଙ୍କୁ କଲେ ବିଶ୍ୱ ଚାମ୍ପିୟନ

ନନ୍ଦିଘୋଷ ବ୍ୟୁରୋ : କୁହାଯାଏ ଯଦି ଗୋଟେ ପିଲାକୁ ଗୁରୁ ଭଲ ଏବଂ ପ୍ରେରଣାଦାୟୀ ମିଳିଯାଏ, ତେବେ ଶିଷ୍ୟକୁ ତାର ଲକ୍ଷ୍ୟ ହାସିଲ୍ କରିବାକୁ ଅଧିକ ସମୟ ଲାଗେ ନାହିଁ । ଏମିତି ଏକ ଶିଷ୍ୟଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯିଏ କି ନିକଟରେ ବିଶ୍ବ ଚେସ୍ ଚାମ୍ପିୟନର ଟ୍ରଫି ହାସଲ୍ କରିଛନ୍ତି । ଡି ଗୁକେଶ୍ ଛୋଟ ବେଳୁ ହିଁ ବିଶ୍ବ ଚେସ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଥିଲେ । ତାଙ୍କ ଗୁରୁ ବିଶ୍ବନାଥନ୍ ତାଙ୍କୁ ଏଥିରେ ବହୁତ ସହଯୋଗ ମଧ୍ୟ କରିଥିଲେ । ୧୮ ବର୍ଷର ଡି ଗୁକେଶ ଏବେ ତାଙ୍କ ଗୁରୁ ବିଶ୍ବନାଥନଙ୍କ ରେକର୍ଡ ଭାଙ୍ଗି ସର୍ବ କନିଷ୍ଠ ବିଶ୍ବ ଚେସ୍ ଚାମ୍ପିୟନର ଅଧିକାରୀ ହୋଇପାରିଛନ୍ତି ।
ଗୁରୁବାର ଦିନ ସିଙ୍ଗାପୁରରେ ହୋଇଥିବା ବିଶ୍ବ ଚେସ୍ ଚାମ୍ପିୟନର ନିର୍ଣ୍ଣାୟକ ମ୍ୟାଚରେ ୧୪ ବାଜିରେ ନିଜ ପ୍ରତିଦ୍ବନ୍ଦୀ ଚୀନର ଡିଙ୍ଗ୍ ଲିରେନଙ୍କୁ ହରାଇ ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ୧୮ ବର୍ଷ ବୟସରେ ବିଶ୍ବବିଜେତା ହେବାର ଗୌରବ ହାସଲ କରିପାରିଛନ୍ତି । ତାଙ୍କର ଏହି ଗୌରବ ଚେସ୍ ଇତିହାସରେ ଏକ ନୂଆ ଯୁଗ ସୃଷ୍ଟି କରିବା ସହ ଚେସ୍ ଖେଳାଳୀଙ୍କୁ ଆହୁରି ଅଧିକ ପ୍ରେରଣା ଯୋଗାଇଛି । ଡି ଗୁକେଶ ଗୁରୁ ବିଶ୍ବ ଚେସ୍ ବିଜେତା ତଥା କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦଙ୍କ କୀର୍ତ୍ତିକୁ ଆଗକୁ ବଢାଇବେ । ବିଶ୍ବନାଥ ଆନନ୍ଦଙ୍କ ପରେ ଡି ଗୁକେଶ ଏହି ଟ୍ରଫି ହାସଲ କରିଥିବା ଦ୍ବିତୀୟ ଭାରତୀୟ । କିମ୍ବଦନ୍ତୀ ଷ୍ଟାର୍ ଚେସ୍ ଖେଳାଳି ବିଶ୍ବନାଥ ଆନନ୍ଦ ତାଙ୍କ କ୍ୟାରିୟରରେ ମୋଟ ୫ ଥର ଏହି ଟ୍ରଫି ହାସଲ କରିଛନ୍ତି । ୫୫ବର୍ଷୀୟ ବିଶ୍ବନାଥ ଆନନ୍ଦ ଚେନ୍ନାଇର ତାଙ୍କ ଚେସ୍ ଏକାଡେମୀରେ ଡି ଗୁକେଶଙ୍କ ପ୍ରତିଭାର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ମାତ୍ର ୪ବର୍ଷରେ ତାଙ୍କୁ ବିଶ୍ବ ଚେସ୍ ଚାମ୍ପିୟନର ଟାଇଟଲ୍ ହାସିଲ୍ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
ଡି. ଗୁକେଶ ୧୪ବାଜିର ଏହି ମୁକାବିଲାର ଶେଷ ବାଜିରେ ଜରୁରୀ ଥିବା ୭.୫ ପଏଣ୍ଟ ସଂଗ୍ରହ କରି ଥିବା ବେଳେ ଲିରେନ୍ ୬.୫ ପଏଣ୍ଟ ପାଇଥିଲେ । ଖେଳଟି ଧୀରେ ଧୀରେ ଡ୍ର ଆଡକୁ ଯାଉଥିବା ଭଳି ଲାଗୁଥିବା ବେଳେ ଡି ଗୁକେଶ ଶେଷ ବାଜିରେ୭.୫ ପଏଣ୍ଟ କରି ଜିତିଯାଇଥିଲେ । ଏହି ଟାଇଟଲ୍ ଜିତିବା ପରେ ଡି. ଗୁକେଶଙ୍କୁ ୨୫ ଲକ୍ଷ ଡଲାରରୁ ୧୩ ଲକ୍ଷ ଡଲାର୍ ଟଙ୍କା ମିଳିଥିଲା । ଚେନ୍ନାଇର ଡି.ଗୁକେଶ ଏହି ଐତିହାସିକ ବିଜୟ ପରେ କହିଛନ୍ତି ଯେ , ମୁଁ ଗତ ୧୦ବର୍ଷ ଧରି ଏହି ମୂହୂର୍ତ୍ତ୍ବର ସ୍ବପ୍ନ ଦେଖିଆସୁଥିଲି । ମୁଁ ବହୁତ ଖୁସି ଯେ , ବାସ୍ତବରେ ମୋର ସ୍ବପ୍ନକୁ ମୁଁ ସତରେ ପରିଣତ କରିଛି । ମୁଁ ଟିକିଏ ଭାବପ୍ରବଣ ହୋଇଯାଉଛି କାରଣ ମୁଁ ଆଶା କରିନଥିଲି ଜିତିବି ବୋଲି । କିନ୍ତୁ ମୋତେ ଆଗକୁ ବଢିବାର ସୁଯୋଗ ମିଳିଲା । ଜିତିବା ପରେ ଗୁକେଶ ମୁହଁରେ ଖୁସିର ଏକ ବଡ ହସ ତାଙ୍କ ମୁହଁରେ ଦେଖିବାକୁ ମିଳିଥିଲା । ତେବେ ୪ ଘଣ୍ଟାର ଏହି ମ୍ୟାଚର ୫୫ତମ ଚାଲ୍ ରେ ଗୁକେଶଙ୍କ ପ୍ରତିଦ୍ବନ୍ଦ୍ବୀ ଡିଙ୍ଗ୍ ଲିରେନ୍ ଏକ ଭୁଲ୍ କରିଦେଇଥିଲେ ସେ , ଚେସର ହାତୀ ଗୋଟିକୁ ଅଦଳବଦଳ କରିଥିଲେ । ଗୁକେଶ ଏହି ଗୋଟି ଚାଳନାର ତୁରନ୍ତ ଫାଇଦା ଉଠେଇଥିଲେ । ଏବଂ ତା ପରର ୩ଟି ବାଜିରେ ହିଁ ଖେଳ ଶେଷ ହୋଇଗଲା । ଚଳିତ ବର୍ଷର ପ୍ରଥମ ମାସରେ ହିଁ ଗୁକେଶ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ବିଶ୍ବ ଚେସ୍ ଚାମ୍ପିୟନ ଟାଇଟଲ୍ ଚ୍ୟାଲେଞ୍ଜ କରିଥିବା ସେ ସବୁଠୁ କନିଷ୍ଠ ଖେଳାଳୀ ଥିଲେ ।
ତେବେ ଗୁକେଶ ୨୯ ମେ ୨୦୦୬ ମସିହାରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ଡାକ୍ତର ଥିବା ବେଳେ ମାଆ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଅଟନ୍ତି ।

ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରୁ ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ  ମ୍ୟାଚ ଆସନ୍ତା ଶନିବାର ଠାରୁ ଗାବା ମଇଦାନରେ ଖେଳାଯିବ ।  ଏହି ମ୍ୟାଚ ପାଇଁ ଅଷ୍ଟେଲିଆ ତାର ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି । ବ୍ରିସବେନ ଟେଷ୍ଟ ପାଇଁ ଅଷ୍ଟେଲିଆ ତାର ଦଳରେ ଗୋଟିଏ ପରିବର୍ତ୍ତନ କରିଛି ।  ଡେ ନାଇଟ ମ୍ୟାଚରେ ୫ ଓ୍ବିକେଟ ନେଇଥିବା ପେସ ବୋଲର ସ୍କଟ ବୋଲାଣ୍ଡଙ୍କୁ ଦଳରୁ ବାହାର କରିଦିଆଯାଇଛି । ସେ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତର ତିନିଜଣ ବଡ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶଶ୍ବୀ ଜୟସ୍ବାଲଙ୍କୁ ଆଉଟ କରିଥିଲେ ।  କିନ୍ତୁ ଏହି ମ୍ୟାଚରେ ତାଙ୍କୁ ଦଳରୁ ବାହାର କରି ଦିଆାଯାଇଛି । ତାଙ୍କ ସ୍ଥାନରେ  ସୁସ୍ଥ ହୋଇ ଫେରିଥିବା ବୋଲର ଜୋଶ୍ ହେଜେଲଉଡଙ୍କୁ ଦଳ ଚୟନ କରିଛି । ଉଭୟ ଦଳ ଦୁଇଟି ମ୍ୟାଚ ଖେଳି ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି । ପର୍ଥରେ ଖେଳା ଯାଇଥିବା ମ୍ୟାଚରେ ଭାରତ ବିଜୟଲାଭ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ଭାରତକୁ ପରାସ୍ତ କରିଥିଲା ।

ବିସ୍ଫୋରକ ବୋଲର ସ୍କଟ୍ ବୋଲାଣ୍ଡ ଆଡିଲେଡ ଟେଷ୍ଟରେ ୫ଟି ଓ୍ବିକେଟ ନେଇଥିଲେ। ସେ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଶୁଭମନ୍ ଗିଲ ଓ କ୍ୟାପଟେନ ରୋହିତ୍ ଶର୍ମାଙ୍କୁ ତାଙ୍କ ଶୀକାର କରିଥିଲେ । ଦ୍ବିତୀୟ ପାରିରେ ମଧ୍ୟ ସେ ନିଜର ଭଲ ବୋଲିଙ୍ଗ ବଳରେ ଭାରତର ଓପନର ଯଶସ୍ବୀ ଜୟସଓ୍ବାଲ, ବିରାଟ କୋହଲି ଓ ମହମ୍ମଦ ସିରାଜଙ୍କୁ ଆଉଟ୍ କରି ଭାରତର ପରାଜୟର କାରଣ ସାଜିଥିଲେ । ସ୍ୱାସ୍ଥ୍ୟଗତ କାରଣରୁ ଦ୍ବିତୀୟ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିବା ଜୋଶ୍ ହେଜଲଉଡ ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିଛନ୍ତି । ହେଜଲଉଡ ଏବେ ପୁରା ଫିଟ୍ ଥିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି ।

ଭାରତ ଓ ଅଷ୍ଟଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ସକାଳ ୫ଟା ୩୦ମିନିଟରୁ ଖେଳାଯିବ । ବ୍ରିସବେନର ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ୮ମ ଥର ପାଇଁ  ମୁହାଁମୁହିଁ ହେବେ । ଏହି ପିଚରେ ଭାରତର ପ୍ରଦର୍ଶନ ବହୁତ ଖରାପ ରହିଛି ।

ଜେଲ୍ ଗଲେ ଅଭିନେତା ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ : ଜେଲ୍ ଗଲେ ଅଭିନେତା ଅଲ୍ଲୁ ଅର୍ଜୁନ। ଦଳାଚକଟା ମାମଲାରେ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଅଲ୍ଲୁ ଅର୍ଜୁନ। ନାମପଲ୍ଲୀ କୋର୍ଟ ବିଚାର ବିଭାଗ ହାଜତକୁ ପଠାଇଲେ। ଜାମିନ ଖାରଜ ପରେ ଜେଲକୁ ପଠାଇଲେ ଅଦାଲତ। ତୁରନ୍ତ ଶୁଣାଣି ପାଇଁ ତେଲଙ୍ଗାନା ହାଇକୋର୍ଟ ଗଲେ ଅଲ୍ଲୁ ଅର୍ଜୁନ । ଦଳାଚକଟା ମୃତ୍ୟୁ ମାମଲାରେ ସେ ଗିରଫ ହୋଇଥିଲେ ।

୧୩ ତାରିଖ ଓ ଶୁକ୍ରବାରକୁ କାହିଁକି ଅଶୁଭ କୁହାଯାଏ ? କଣ କହୁଛି ସନାତନୀ ଧର୍ମ

ନନ୍ଦିଘୋଷ ବ୍ୟୁରୋ: ୧୩ ତାରିଖ ଆସିଲେ କାହିଁକି ଦୁନିଆର ଲୋକେ ଏହି ଦିନକୁ ଡରି ଯାଆନ୍ତି  । ଏହାକୁ ଅନଲକୀ ଆଉ ବିପଦର ଦିନ ଭାବନ୍ତି  । ଏହାକୁ ନେଇ ଅନେକ କାହାଣୀ, ଲୋକକଥା ଓ ଅନ୍ଧବିଶ୍ବାସ ରହିଛି  । ଖାସ ଏଥିପାଇଁ ହୋଟେଲ ରୁମ, ଘର ଠିକଣା ଓ ଗାଡି ନମ୍ବର ୧୩ର ବ୍ୟବହାର ହେଉନାହିଁ  । ଇଉରୋପୀୟ ଦେଶ ଗୁଡିକ ୧୩ ତାରିଖରେ ପଡୁଥିବା ଶୁକ୍ରବାରକୁ ସବୁଠାରୁ ଅଧିକ ଅଶୁଭ ମାନିଥାନ୍ତି  । ସନାତନ ଧର୍ମରେ ୧୩ ତାରିଖକୁ ଅଶୁଭ ମାନନ୍ତି ନାହିଁ  । ଗ୍ରୀସ ମାନ୍ୟତାରେ ବି ଶୁକ୍ରବାର ଓ ୧୩ ତାରିଖକୁ ଅଶୁଭ ଧରାଯାଏ ନାହିଁ  । କିନ୍ତୁ ୟୁରୋପ ଓ ଆମେରିକା କାହିଁକି ୧୩କୁ ଅଶୁଭ ମାନିଥାଆନ୍ତି ?

 

ଗଣିତ ନିୟମ ଅନୁସାରେ ୧୨ ନମ୍ବର ପୂର୍ଣ୍ଣାଙ୍ଗ ହୋଇଥାଏ  । ବର୍ଷକ ୧୨ ମାସ, ୧୨ ଘଣ୍ଟା ଓ ୧୨ ରାଶି ରହିଥାଏ । ଏଣୁ ନମ୍ବର ୧୩କୁ ସନ୍ତୁଳନ କମ ଯୁକ୍ତ ସଂଖ୍ୟା ଧରାଯାଏ । ସେହିପରି ଶୁକ୍ରବାର ଦିନ ହିଁ ଜିସସ କ୍ରାଇଷ୍ଟଙ୍କୁ ଶୂଲିରେ ଚଢାଇ ଦିଆଯାଇଥିଲା  । ଏଭଳି କ୍ଷେତ୍ରରେ ଯଦି ଦିନ ଓ ତାରିଖ ଗୋଟିଏ ଦିନରେ ପଡିଥାଏ ଦୁର୍ଭାଗ୍ୟ ବୋଲି ଧରାଯାଏ । ଅଶୁଭ ମାନି ଲୋକେ ଘରୁ ବାହାରନ୍ତି ନାହିଁ  ।

 

ଦୁନିଆରେ ୧୩ ତାରିଖ ଓ ଶୁକ୍ରବାରକୁ ଏଥିପାଇଁ ଅଶୁଭ କୁହାଯାଇଥାଏ କାରଣ ଏହି ଅନେକ ବଡ ଦୁର୍ଘଟଣା ଘଟିଛି  । ଫ୍ରାନ୍ସରେ ୧୩ ଅକ୍ଟୋବର ୧୩୦୭ରେ ଏକ ବଡ ଦୁର୍ଘଟଣା ଘଟିଥିଲା । ଏହି ଦିନ ଶୁକ୍ରବାର ବି ଥିଲା  । ଇଂଲଣ୍ଡର ଏକ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ୧୯୯୩ ଏକ ଷ୍ଟଡିରେ କୁହାଯାଇଛି ଯେ ୧୩ ତାରିଖ ଶୁକ୍ରବାର ଦିନ ଅଧିକ ଦୁର୍ଘଟଣା ଘଟିଥାଏ । ଏକ ଡଚ୍‌ ଇନସ୍ୟୁରାନ୍ସ କମ୍ପାନୀର ରିପୋର୍ଟ କହୁଛି ଯେ ୧୩ ତାରିଖ ଓ ଶୁକ୍ରବାର ଦିନ ଚୋରି, ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଭଳି ଘଟଣା ଅନ୍ୟ ଦିନ ତୁଳନାରେ କମ ହୋଇଥଆଏ  ।  କାରଣ ଏହି ଦିନ ଲୋକେ ଘରୁ କମ ବାହାରିବା ପାଇଁ ପ୍ରାଥମିକତା ଦେଇଥାନ୍ତି  । ଲୋକେ ଅଧିକ ସତର୍କତା ଅବଲମ୍ବନ କରିଥାନ୍ତି  । ଏହି ଡରକୁ ନେଇ େକ ପିଲ୍ମ ରିଲିଜ ମଧ୍ୟ ହୋଇଛି  ।

 

 

ହିନ୍ଦୁ ଧର୍ମ ଅନୁସାରେ କୌଣସି ମାସର ୧୩ ତାରିଖ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ  । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ୧୩ ଦିନ ତ୍ରୟୋଦଶୀ ହୋଇଥାଏ  ।  ଯାହାକି ଭଗବାନ ଶିବଙ୍କ ପୂଜାର୍ଚ୍ଚନା ପାଇଁ ସମର୍ପିତ ଦିନ ହୋଇଥାଏ  । ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ପ୍ରଦୋଷ ବ୍ରତ ପାଳନ କରାଯାଇଥାଏ  । ପ୍ରତି ମାସର ୧୩ତମ ଦିନରେ ଏହା ପଡିଥାଏ  । ମହାଶିବରାତ୍ରି ମଧ୍ୟ ମାଘ ମାସର ୧୩ତମ ଦିନରେ ପାଳନ କରାଯାଏ  । ପ୍ରାଚୀନ ଗ୍ରୀସରେ ପୌରାଣିକ କଥାରେ ଜଣେ ଜୀସସ ଭଗବାନ ଥିଲେ ଯିଏ କି ୧୩ତମ ସବୁଠାରୁ ଶକ୍ତିଶାଳୀ ଭଗବାନ ଥିଲେ  । ସେହିପରି ୧୩ ନମ୍ବରକୁ ପ୍ରକୃତି, ଶକ୍ତି ଓ ପବିତ୍ରତାର ପ୍ରତୀକ କୁହାଯାଏ  । ଏହା ଛଡା ୧୩ ନମ୍ବର ସମଗ୍ରତା, ସମାପନ ଓ ପ୍ରାପ୍ତିର ପ୍ରତୀକ ହୋଇଥାଏ  ।

ଜମ୍ମୁ-କାଶ୍ମୀରରେ ତୁଷାରପାତ, ରାସ୍ତାରୁ ବରଫ ହଟାଇବା କାମ ଜାରି

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ କ୍ରମାଗତ ତୁଷାରପାତ ଯୋଗୁଁ ଅନେକ ଅଞ୍ଚଳ ବରଫାବୃତ ହୋଇଛି । ରାସ୍ତାରୁ ବରଫର ଚାଦର ହଟାଇବା କାମ ଜାରି ରହିଛି । ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରର ଅଧିକାଂଶ ଅଞ୍ଚଳରେ ଶୀତଳ ଲହରୀ ମଧ୍ୟ ଦେଖାଯାଉଛି । ଉତ୍ତର ଭାରତର ଅନେକ ରାଜ୍ୟରେ ଥଣ୍ଡା ଲହରୀ ଆରମ୍ଭ ହୋଇଛି । ଯେଉଁଥିପାଇଁ ତାପମାତ୍ରା ହ୍ରାସ ହେବା ସହିତ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାର୍ବତ୍ୟରେ ତୁଷାରପାତ ଯୋଗୁଁ ସମତଳ ଅଞ୍ଚଳରେ ଥଣ୍ଡା ବଢ଼ିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଜାମ୍ମୁ କାଶ୍ମୀରରେ ତୁଷାରପାତ ଯୋଗୁଁ ଅନେକ ରାସ୍ତା ବନ୍ଦ ରହିଛି । ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଚାଲିଛି  । ପରିସ୍ଥିତିରେ ଲୋକମାନେ ପ୍ରବଳ ଥଣ୍ଡାରୁ ରକ୍ଷାପାଇବାକୁ ବିଭିନ୍ନ ଉପାୟ ଅବଲମ୍ଵନ କରୁଛନ୍ତି । ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ସେଲସିୟସ ସହିତ ଗୁଲମର୍ଗ ଉପତ୍ୟକାର ସବୁଠାରୁ ଥଣ୍ଡା ଅଞ୍ଚଳ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଉପତ୍ୟକାରେ ହାଲୁକା ତୁଷାରପାତ ଏବଂ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଜାମ୍ମୁ ସହରରେ ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ରହିଛି ।  ପହଲଗାମରେ ମାଇନସ୍ ଜିରୋ ଡିଗ୍ରୀ, ଶ୍ରୀନଗରରେ ଜିରୋ ଡିଗ୍ରୀ, ବାନିହାଲରେ ମାଇନସରେ ତାପମାତ୍ରା ରହିଛି ।  କାଟ୍ରାରେ ମାଇନସ୍ ଡିଗ୍ରୀ, କୁପୱାରାରେ ଡିଗ୍ରୀ ସେଲସିୟସ୍ ହେବାର ସମ୍ଭାବନା ରହିଛି ।

କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା

କାମାକ୍ଷାନଗର : କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ୍ ରାସ୍ତା  । କାମାକ୍ଷାନଗର ସହରର ଇଲେକ୍ଟ୍ରିଅଫିସ ଛକଠାରୁ ଗୁଣ୍ଡିଚାନାଳୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଉଛି  । ପ୍ରଥମ କରି ସିନ୍ଥେଠିକ ଉପରେ ପିଚୁ ପକାଇ ଜର୍ମାନ ଟେକନୋଲୋଜିରେ ରାସ୍ତା ନିର୍ମାଣ ହେଉଛି  । ପୂର୍ବ ନବୀନ ସରକାର ସମୟରେ ଏହି ରାସ୍ତା ପାଇଁ ହୋଇଥିଲା ଭିତ୍ତିପ୍ରସ୍ତର ସ୍ଥାପନ  । ପୂର୍ବତନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗତ ଫେବ୍ରୁଆରୀ ୨୫ ତାରିଖରେ ଏହି ନୂତନ ଟେକନୋଲୋଜି ରାସ୍ତା ପାଇଁ ଭିତ୍ତିପ୍ରସ୍ତର ହୋଇଥିଲା  ।

ସାରା ଦେଶରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଏହି ରାସ୍ତା । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତାରେ ପ୍ରଥମକରି ସିନ୍ଥେଠିକ ବିଛାଯାଇ ତାହା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କରାଯାଉଛି  । ରାସ୍ତାର ସ୍ଥାୟୀତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇପାରିବ  । ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିଗନାଏନେଟେକ କନଷ୍ଟ୍ରକସନ ସହଯୋଗରେ ୭୦୦ ମିଟରର ଏହି ସିନ୍ଥେଠିକ ରାସ୍ତା ନିର୍ମାଣ କରାଯାଉଛି  । ପ୍ରଥମ କରି ଭାରତରେ କାମାକ୍ଷାନଗରରେ ଏହି ରାସ୍ତା ନିର୍ମାଣ ହେଉଥିବା ବେଳେ ରାସ୍ତାର ସ୍ଥାୟୀତ୍ବ ଓ ଗୁଣବତ୍ତା ନିଶ୍ଚୟ ଉଚ୍ଚମାନର ହେବା ନେଇ ଆଶା କରିଛନ୍ତି ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନଷ୍ଟ୍ରକସନ ଇଞ୍ଜିନିଅର  ।