spot_img
Home Blog Page 127

ହଟ୍ଟଗୋଳ ଭିତରେ ରାଜ୍ୟସଭାରେ ପାସ ହେଲା ଭିବିଜୀ ରାମ ଜୀ ବିଲ୍

ହଟ୍ଟଗୋଳ ଭିତରେ ରାଜ୍ୟସଭାରେ ପାସ ହେଲା ଭିବିଜୀ ରାମ ଜୀ ବିଲ୍

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ପାରିତ ହେଲା ଭିବିଜୀ ରାମ ଜୀ ବିଲ୍ । ତେବେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ଘଣ୍ଟାର ଆଲୋଚନା ବିରୋଧୀଙ୍କ ହଟ୍ଟଗୋଳ ଓ ଓ୍ବାକଆଉଟ ମଧ୍ୟରେ ବିଧେୟକ ରାଜ୍ୟସଭାରେ ଗୃହିତ ହୋଇଛି ।

ବିଲକୁ ବିରୋଧ କରି ସଂସଦ ପରିସର ସମ୍ବିଧାନ କକ୍ଷ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ଛଅ ଘଣ୍ଟା ଆଲୋଚନା ପରେ ଭିବିଜୀ ରାମ ଜୀ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା । ବିରୋଧୀ ଦଳ ରାଜ୍ୟସଭାରେ ହଙ୍ଗାମା କରିବା ସହ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଭାଷଣ ପରେ ଯେତେବେଳେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିତର୍କର ଉତ୍ତର ଦେବାକୁ ଠିଆ ହୋଇଥିଲେ। ବିରୋଧୀ ସାଂସଦମାନେ ହଙ୍ଗାମା କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସେମାନେ କଳା ଆଇନ ଫେରାଇ ନିଅ ସ୍ଲୋଗାନ ଦେଇଥିଲେ । ଶିବରାଜ ସିଂହ ଚୌହାନଙ୍କ ଭାଷଣ ସମୟରେ ମଧ୍ୟ ବିରୋଧୀ ସାଂସଦମାନେ ସ୍ଲୋଗାନ ଜାରି ରଖିଥିଲେ ଓ ବିଲ୍ ପ୍ରତ୍ୟାହାର ଦାବି କରି ୱାକଆଉଟ୍ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ଏହାକୁ ଭଏସ୍ ଭୋଟ ଦ୍ୱାରା ଗୃହୀତ କରାଯାଇଥିଲା ।

ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ବିଲ୍ ଉପରେ ସଂଶୋଧନକୁ ଗୃହ ପ୍ରତ୍ୟାଖ୍ୟାନ କରିଥିଲା । ବିଲ୍ ପୂର୍ବରୁ ଲୋକସଭାରେ ମଞ୍ଜୁରୀ ପାଇଥିଲା ।

ଟିଏମସି ସାଂସଦଦଙ୍କ ବିରୋଧ

ଭିବିଜୀ ରାମ ଜୀ ବିଲକୁ ବିରୋଧ କରି ଟିଏମସି ସାଂସଦ ସଂସଦ ପରିସରରେ ଅହୋରାତ୍ର ଧାରଣା ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ନାଁକୁ ହଟାଇବାକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । ରାତି ୧୨ଟାରୁ ଧାରଣାରେ ବସିଛନ୍ତି ଟିଏମସି ସାଂସଦ । ମନରେଗାକୁ ବଦଳାଇ ଭିବିଜୀ ରାମ ଜୀ ବିଲ୍ ଗୃହୀତ ହୋଇଛି ।

ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ

 

ଭୁଶୁଡି ପଡ଼ିଲାଣି ଜେଲ ବ୍ୟବସ୍ଥା । କେଉଁଠାରେ କଏଦୀ ଚମ୍ପଟ ମାରିଲେଣି ତ ଆଉ କେଉଁଠାରେ ପାରୋଲରେ ଯାଇ ଫେରୁନାହାନ୍ତି କଏଦୀ । ଏଭଳି ଏକ ସଙ୍ଗିନ ଘଟଣା ସାମ୍ନାକୁ ଆସିଛି ଝାରପଡା ଜେଲରୁ । ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ । ଜଣେ ଦୁଷ୍କର୍ମ ଅଭିଯୁକ୍ତ, ଆଉ ଜଣେ ହତ୍ୟା ଅଭିଯୁକ୍ତ । ଜଣଙ୍କ ନାଁ ଶୁଶୀଲ ଦିଗଲ ଓ ଅନ୍ୟ ଜଣଙ୍କ ନାଁ ରଞ୍ଜିତ ନାୟକ । ଏଭଳି ଘଟଣାକୁ ନେଇ ଗତକାଲି ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଝାରପଡା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ । ତେବେ ବଡ଼ କଥା ହେଉଛି ଦୁଇ ଜଣ କଏଦୀ ଏତେ ଦିନ ଧରି ବାହାରେ ରହିଲେ । କେହି କେମିତି ତାଙ୍କୁ ଖୋଜିଲେନି ? ନା ବିଭାଗୀୟ ଉଦାସୀନତା ପଦାରେ ପଡିବା ଭୟରେ ଏସବୁକୁ ଲୁଚାଇ ରଖିଲେ ? ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଜେଲ ବିଭାଗର ଅପାରଗତା ପଦାରେ ପଡିଛି ।

ସାପ୍ତାହିକ ବଜାରରୁ ଦହିବରା ଖାଇ ୭୦ ଅସୁସ୍ଥ

କଣ୍ଡାମାଳ : ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶିମିଳି ପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।ଦହିବରା ବ୍ୟବସାୟୀ ଜଣଙ୍କ ସାପ୍ତାହିକ ହାଟରେ ଦହିବରା ବିକ୍ରି କରିବା ପରେ ଅପରାହ୍ନରେ ଗବଯୋର ଗାଁକୁ ଯାଇଥିଲେ । ସେଠାରେ ଛୋଟ ପିଲା ଠାରୁ ବଡଲୋକ ସମସ୍ତେ ଦହିବରା ଖାଇଥିଲେ । ଦହିବରା ଖାଇ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା । ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଟିମ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଅସୁସ୍ଥଙ୍କ ସଂଖ୍ୟା ବଢୁ ଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଏକ ଟିମ ଆସି ଗାଁ ରେ ପହଁଚିଛି । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।ସମସ୍ତ ଅସୁସ୍ଥଙ୍କ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

ସରକାରୀ ଅର୍ଥ ହଡପ କଲେ ଛାତ୍ରଛାତ୍ରୀ : ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ରୁଜୁ…

ସରକାରୀ ଅର୍ଥ ହଡପ କଲେ ଛାତ୍ରଛାତ୍ରୀ। ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ମେଧାବୃତ୍ତି ଯୋଜନାରେ ମହାଦୁର୍ନୀତି। ମିଥ୍ୟା ଆୟ ଓ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ୧୪୯ ଛାତ୍ରଛାତ୍ରୀ ବିରୋଧରେ ଜିଲା ମଙ୍ଗଳ ଅଧିକାରୀ ଗତ ନଭେମ୍ବର ୧୩ରେ ଆଦର୍ଶ ଥାନାରେ ଥାନା ଲିଖତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ହେଲା ଦି ଟେକ୍ନୋ ସ୍କୁଲ, ସୁବାସ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଗୁରୁକୁଳ ଇଞ୍ଜିନିୟରିଂ ସ୍କୁଲ, ଗୁରୁକୁଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମହାବୀର ଇଞ୍ଜିନିୟରିଂ କଲେଜ, ମହାବୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଶିବାନୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ ଅଧିନିୟମ ପାଇଁ ସେମାନଙ୍କ ଜିଲ୍ଲାପାଳ ମାନଙ୍କୁ ଅନୁରୋଧ କରାଯାଇଛି।.

ମାଆଙ୍କ ଦ୍ବାଦଶାହ ଦିନରେ ଚାଲିଗଲା ଘରର ବଡ ପୁଅ

ଦିଗପହଣ୍ଡି : ମାଆଙ୍କ ଦ୍ବାଦଶାହ ଦିନରେ ଚାଲିଗଲା ଘରର ବଡ ପୁଅ। ଏଭଳି ଅଭାବନୀୟ ଘଟଣାଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତିତିଖଣ୍ଡି ଗାଁରେ। ମାଆଙ୍କ ବାରପତ୍ର ଦେଇ ଘରକୁ ଫେରୁଥିବାବେଳେ ଟଳିପଡିଲେ ପୁଅ। ତିତିଖଣ୍ଡି ଗାଁର ମାଆ ଏନ.ସଜନୀଙ୍କ ଆଜକୁ ବାର ଦିନ ହେବ ମୃତ୍ୟୁ ହୋଇଥିଲା। ବଡ ପୁଅ ଏନ କୈଳାସ ମା ଙ୍କ କ୍ରିୟା କର୍ମ ବାର ଦିନ ହେଲା କରି ଆସୁଥିଲେ। ସମସ୍ତ ରୀତି କାନ୍ତି ଅନୁଯାୟୀ ମା ଙ୍କ ବାର ଦିନ କର୍ମ ସାରିଥିଲେ। ଆଜି ଯେତବେଳେ ବାର ପତ୍ର ପଡ଼ିବା ପରେ ବଡ ପୁଅ ଅଚାନକ ଟଳି ପଡିଥିଲେ ପରିବାର ଲୋକ ପୁଅ କୁ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ପୁଅ ଏନ.କୈଳାଶ କୁ ମୃତ ଘୋଷଣା କରିଛନ୍ତି ।ଉଭୟ ମାଆ,ପୁଅଙ୍କ ମୃତ୍ୟୁ ଖବରକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

୪ ଦିନିଆ ରିମାଣ୍ଡରେ ଶଙ୍କର, ସୁରେଶ ଓ ସାଗର

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସ୍ଆଇ ପରୀକ୍ଷା ସ୍କାମ। ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବେ ଶଙ୍କର, ସୁରେଶ ଓ ସାଗର । ଏନେଇ ସ୍ବତନ୍ତ୍ର ସିବିଆଇ କୋର୍ଟ ଅନୁମତି ମିଳିଛି । ଝାରପଡ଼ା କାରାଗାରରୁ ୩ ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା। ଏହି ୩ ଅଭିଯୁକ୍ତ ଏସ୍ଆଇ ଅନିୟମିତତାର ମୁଖ୍ୟ କାର୍ପଟଦାର ବୋଲି ଦର୍ଶାଇଛି ସିବିଆଇ । ବିଶେଷ କରି ଶଙ୍କର ଠାରୁ ହଜାରେ କୋଟି ଟଙ୍କା ଡିଲ୍, ପ୍ରଚ୍ଛଦପଟରେ ଥିବା ବ୍ୟକ୍ତିଙ୍କ ଭୂମିକା କଣ ଥିଲା ତାହା ଜାଣିବା ପାଇଁ CBI ଯୋଜନା କରିଛି । ସେହିଭଳି ଅନ୍ୟ ଦଲାଲଙ୍କ ଠାରୁ ସଂଗ୍ରହ କରିଥିବା ତଥ୍ୟକୁ ନେଇ ଶଙ୍କର ଲାଗି ଅଡୁଆ ବଢ଼ିବା ସହ ସେ ପେସାଦାର ଅପରାଧୀ ବୋଲି ସିବିଆଇ ଅଦାଲତରେ ଦର୍ଶାଇଛି। ଏହି ଗୋଟିଏ ପରୀକ୍ଷା ନୁହେଁ, ପୂର୍ବରୁ ହୋଇଥିବା ଏକାଧିକ ପରୀକ୍ଷାରେ ଶଙ୍କରର ଭୂମିକା ରହିଥିବା ଜଣାପଡ଼ିଛି। ଶଙ୍କରକୁ ପଚରାଉଚରା ପରେ ଅନେକ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସିବା ପରେ ବଡ଼ ବଡ଼ିଆଙ୍କ ପାଳି ପଡ଼ିବ। ଶଙ୍କର ଲିଙ୍କରେ ଥିବା କିମ୍ବା ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କୁ ହାଜର ହେବା ଲାଗି ସିବିଆଇ ସମନ କରିଛି। ଏଥିସହ ସୁରେଶଠାରୁ ମଧ୍ୟ ଅନେକ ପ୍ରମାଣ ଯୋଗାଡ଼ କରିବ CBI । ପ୍ରଶ୍ନପତ୍ର ଛାପା ଓ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବା ଟ୍ରାନ୍ସପୋର୍ଟ ଦାୟିତ୍ବ ସୁରେଶ ସଂସ୍ଥା ସିଲିକନ ଟେକ୍ ଲାବ୍ ନେଇଥିଲା। ଏହି ବଡ଼ଧରଣ ଅନିୟମିତତା କରି ଟଙ୍କା ଆତ୍ମସାତ କରିବାକୁ ପରସ୍ପର ଯୋଜନା ରଚିଥିଲେ। ଶଙ୍କରର ଦଲାଲ ନେଟୱର୍କ ଥିବାରୁ ସେହି ଆଧାର କରି ମୋଟା ଅଙ୍କର ଟଙ୍କା ହାତେଇବା ଷଡ଼ଯନ୍ତ୍ର ହୋଇଥିଲା। ଶଙ୍କରକୁ ନିଜେ ଘରେ ଆଶ୍ରୟ ଦେବା ସହ ନେପାଳ ସୀମାନ୍ତ ଉତ୍ତରାଖଣ୍ଡକୁ ଖସାଇବାରେ ବଡ଼ ଭୂମିକା ମଧ୍ୟ ନେଇଥିଲା ସୁରେଶ।

ହାତୀ ପାଇଁ ଗାଁ ଚାରି ପାଖେ ନିଆଁ

ଅନୁଗୁଳ : ହାତୀ ପାଇଁ ଗାଁ ଚାରି ପାଖେ ନିଆଁ । ଅନୁଗୁଳ ବନଖଣ୍ଡ କାଙ୍ଗୁଲା ବେନ୍ତପୁର ଗାଁ ଚାରି ପାଖେ ଲାଗିଛି ନିଆଁ । ତେବେ କୌଣସି କାରଣ ବଶତଃ ଏହି ନିଆଁ ଲାଗି ନାହିଁ ବଂର ଜାଣିଶୁଣି ଏହି ନିଆଁ ଲଗାଯାଇଛି। ଏହି ନିଆଁକୁ ଗାଁ ଲୋକେ ଏବଂ ଚାଷୀ ମାନେ ଲଗାଇଛନ୍ତି । ଯାହା ଫଳରେ ଏକ ଭୟଙ୍କର ଦୃଶ୍ୟ ଭଳି ଦେଖା ଯାଉଛି। କାଙ୍ଗୁଲା ବେନ୍ତପୁର ଅଞ୍ଚଳରେ ଗତକାଲି ସନ୍ଧ୍ୟାବେଳେ ୪୦ଟି ହାତୀ ଆସିଥିଲେ। ଯାହା ଫଳରେ ଗାଁ ଲୋକେ ଏବଂ ଚାଷୀ ଚିନ୍ତାରେ ପଡି ଯାଇଥିଲେ। ଧାନ ଏବଂ ପନିପରିବାକୁ ବଞ୍ଚାଇବା ପାଇଁ ଏବଂ ହାତୀ ପଲ ଗାଁ ଭିତରକୁ ନ ପଶିବା ପାଇଁ ଗାଁ ଲୋକେ ଏବଂ ଚାଷୀ ବିଲରେ ଗଦା ଯାଇଥିବା ପାଳକୁ ଗାଁ ଚାରି ପାଖେ ବିଛାଇ ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ ହାତୀ ଆଉ ଗାଁ ଭିତରକୁ ପଶି ପଶି ନଥିଲେ। ଯାହା ଫଳରେ କାଙ୍ଗୁଲା ଶିବ ମନ୍ଦିର ନିକଟରେ ଅଧା ହାତୀ ପଲ ଏବଂ ବେନ୍ତପୁର ଗାଁ ନିକଟରେ ଆଉ କିଛି ହାତୀପଲ ଥିବା ବନ ବିଭାଗ କହିଛି।

ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା। ବାଂଲାଦେଶରେ ଲାଗି ରହିଥିବା ସଂକଟ ୧୯୭୧ ପରଠାରୁ ଭାରତ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାୂବେ ସୃଷ୍ଟି ହୋଇଛି। ଚୀନ୍ ଓ ପାକିସ୍ତାନ ଭୂମିକାକୁ ନେଇ ସତର୍କ କରିଛି ସଂସଦୀୟ କମିଟି। ସଂସଦରେ ଉପସ୍ଥାପିତ ରିପୋର୍ଟରେ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବହିଷ୍କାର ଏବଂ ତାଙ୍କ ଦଳ ଆୱାମୀ ଲିଗ୍ ଦଳର ପତନ ପରେ ଇସଲାମୀୟ ଶକ୍ତିର ଉତଥାନକୁ ନେଇ ଚିନ୍ତା ପ୍ରକଟ କରିଛି। ଚୀନ୍ ଏବଂ ପାକିସ୍ତାନର ବଢ଼ୁଥିବା ପ୍ରଭାବକୁ ପ୍ରମୁଖ ପରିବର୍ତ୍ତନ ଭାବେ ଦର୍ଶାଇଛି।କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ରାଜନୈତିକ ପରିବର୍ତ୍ତନ, ଚୀନ୍ ଏବଂ ପାକିସ୍ତାନର ବର୍ଦ୍ଧିତ ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରି ଏହି ଚେତାବନୀ ଦେଇଛି। ୧୯୭୧ ଯୁଦ୍ଧ ପରେ ବାଂଲାଦେଶର ପରିସ୍ଥିତି ଭାରତର ସବୁଠାରୁ ବଡ଼ ରଣନୈତିକ ଚ୍ୟାଲେଂଜ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କମିଟିକୁ ସୂଚନା ଦେଇଛି ଯେ ବାଂଲାଦେଶର ଆଭ୍ୟନ୍ତରୀଣ ବିକାଶରୁ ଦ୍ୱିପାକ୍ଷିକ ସମ୍ପର୍କକୁ ପୃଥକ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଭାରତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଆଲୋଚନା ଜାରି ରଖିଛି ଏବଂ ବାଂଲାଦେଶୀ ଲୋକଙ୍କ ଆଶା ଆକାଂକ୍ଷାକୁ ସମର୍ଥନ କରିଆସୁଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ନିୟମିତ ଭାବରେ ବାଂଲାଦେଶର ବିକାଶ ଉପରେ ପ୍ରାଥମିକତା ଭିତ୍ତିରେ ନଜର ରଖିଛନ୍ତି ।

ଦିଲ୍ଲୀରେ ବେକାବୁ ପ୍ରଦୂଷଣର ସ୍ଥିତି : ପ୍ରଥମ ଦିନରେ କଟିଲା ୩ ହଜାର ୭ଶହରୁ ଅଧିକ ଚାଲାଣ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ବେକାବୁ ପ୍ରଦୂଷଣର ସ୍ଥିତି। ପିୟୁସି ନାହିଁ ତ ଇନ୍ଧନ ନାହିଁ ଅଭିଯାନର ପ୍ରଥମ ଦିନରେ କଟିଲା ୩ ହଜାର ୭ଶହରୁ ଅଧିକ ଗାଡିର ଚାଲାଣ।ବାୟୁ ପ୍ରଦୂଷଣ ରୋକିବା ପାଇଁ ନୋ ପିୟୁସି, ନୋ ଇନ୍ଧନ ଅଭିଯାନ ଆରମ୍ଭ କରିବାର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ କର୍ତ୍ତୃପକ୍ଷ ୩ହଜାର ୭୦୦ରୁ ଅଧିକ ଗାଡ଼ିର ଚାଲାଣ କାଟିଛନ୍ତି। ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଦଳଗୁଡ଼ିକ ଅଭିଯାନର ପ୍ରଥମ ଦିନରେ ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥାନରେ ପ୍ରାୟ ୫ ହଜାର ଯାନବାହନ ଯାଞ୍ଚ କରିଥିଲେ। ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର PUCC ନଥିବା ପାଇଁ ୩ହଜାର ୭୪୬ ଗାଡିର ଚାଲାଣ କରାଯାଇଥିଲା। ସୀମାନ୍ତରେ ୫୬୮ ଗାଡିକୁ ପ୍ରବେଶ କରିବାକୁ ମନା କରାଯାଇଥିଲା। ଏହା ସହିତ, ସହର ମଧ୍ୟକୁ ଅନାବଶ୍ୟକ ପ୍ରବେଶ ରୋକିବା ପାଇଁ 217 ଅଣ-ଗନ୍ତବ୍ୟ ଟ୍ରକକୁ ପୂର୍ବ ଏବଂ ପଶ୍ଚିମ ଏକ୍ସପ୍ରେସୱେ ଦେଇ ଗତିପଥ ପରିବର୍ତ୍ତନ କରାଯାଇଥିଲା।ଏହି ପ୍ରବର୍ତ୍ତନ ଅଭିଯାନ ସହିତ PUCC ଚାହିଦାରେ ତୀବ୍ର ବୃଦ୍ଧି ଘଟିଥିଲା। ଡିସେମ୍ବର ୧୭ ରୁ ୧୮ ମଧ୍ୟରେ ୬୧ ହଜାରରୁ ଅଧିକ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। BS-VI ଅନୁପାଳନ ଏବଂ ବୈଧ PUC ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ କର୍ତ୍ତୃପକ୍ଷମାନେ ଦିଲ୍ଲୀର ସୀମା, ଟୋଲ୍ ପ୍ଲାଜା ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଯାଞ୍ଚକୁ ବୃଦ୍ଧି କରିଛନ୍ତି। ଡକ୍ୟୁମେଣ୍ଟ ଯାଞ୍ଚ କରିବା ଏବଂ ଚାଲାଣ ଜାରି କରିବା ପାଇଁ ଦଳଗୁଡ଼ିକ ପ୍ରମୁଖ ଛକଗୁଡ଼ିକରେ ସ୍ମାର୍ଟପ୍ଲେଟ୍-ରିଡର ସରଞ୍ଜାମ ନିୟୋଜିତ କରିଛନ୍ତି।ପେଟ୍ରୋଲ ପମ୍ପ ଗୁଡିକରେ କର୍ମଚାରୀମାନେ ବୈଧ ପ୍ରମାଣପତ୍ର ବିନା ଗାଡ଼ିଗୁଡ଼ିକୁ ଇନ୍ଧନ ଦେବାକୁ ମନା କରିଥିଲେ। ଯାହା ଫଳରେ କାଗଜପତ୍ର ଯାଞ୍ଚ ହେବା ସମୟରେ ଧାଡ଼ି ଲାଗିଥିଲା। ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ, କେବଳ BS-VI ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ପଲ୍ୟୁସନ ସାର୍ଟିଫିକେଟ ନିୟମ ଠିକରେ ପାଳନ ହେଉଛି କି ନାହିଁ, ନିଜେ ପେଟ୍ରୋଲ ପମ୍ପରେ ଯାଞ୍ଚ କରିଛନ୍ତି ମନ୍ତ୍ରୀ ସିରସା।

ମଣ୍ଡି ଅବ୍ୟବସ୍ଥା ନେଇ ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ…

ସମ୍ବଲପୁର : ଆଜି ସମ୍ବଲପୁର ବନ୍ଦ। ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। ସରକାରଙ୍କୁ ହକ ମାଗି ମାଗି ନୟାନ୍ତ ହୋଇଛନ୍ତି ଅନ୍ନଦାତା। ଏବେ ତେଜିଛି ଅସନ୍ତୋଷ। ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର କୃଷକ ସୁରକ୍ଷା ସଂଗଠନ। ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଗତକାଲି ଶହ ଶହ ଚାଷୀ ବାଇକ ରାଲି କରି ସହର ପରିକ୍ରମା କରିଥିଲେ। ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଏହି ବନ୍ଦ ପାଳନ। ବନ୍ଦ୍ ପାଳନରେ ସ୍ଵତଃପ୍ରବୃତ ଭାବେ ସହରବାସୀ ସମର୍ଥନ କରିବେ ବୋଲି କହିଛନ୍ତି ଚାଷୀ ନେତା। ଦୋକାନ ବଜାର ବନ୍ଦ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କୃଷକ ସୁରକ୍ଷା ସଂଗଠନ।