spot_img
Home Blog Page 1292

ସାବଧାନ ! ଭାରତର ନ୍ୟୁକ୍ଲିୟର ସବମରାଇନ୍ ଦେବ ଶତ୍ରୁଙ୍କୁ କଡା ଜବାବ୍

ନନ୍ଦିଘୋଷ ବ୍ୟୁରୋ: ଏୟାରକ୍ରାଫ୍ଟ ଏବଂ ଯୁଦ୍ଧ ବିମାନ କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ଜାହାଜ ଭାବରେ ଗଣାଯାଉଥିବା ସବମରିନ୍ ବା  ବୁଡାଜାହାଜ ପାଣି ଭିତରେ ରହି ଗୁପ୍ତ ଭାବରେ ଅତର୍କିତ ଆକ୍ରମଣ କରିବାରେ ବେଶ୍ ଜଣାଶୁଣା । କିନ୍ତୁ ଏବେ ଭାରତ ସବୁଠାରୁ ଶକ୍ତିଶାଳୀ ବୁଡାଜାହାଜ ଲଗାଇ ଚୀନ୍ ଏବଂ ପାକିସ୍ତାନର ନିଦ ହଜାଇବା ପ୍ଲାନରେ ଲାଗିପଡିଛି  । ଭାରତର ନ୍ୟୁକ୍ଲିୟର୍ ବୁଡାଜାହାଜ ଚୀନର ନୌବାହାନୀକୁ ଚ୍ୟାଲେଞ୍ଜ୍ କରିବା ପାଇଁ ପ୍ରସ୍ତୁତ ହେଉଛି  । ପ୍ରଥମତଃ INS ଅରିହନ୍ତ ଏବଂ INS ଅରିଘାତ ଭଳି ଉନ୍ନତ ଶକ୍ତିଶାଳୀ  ମିସାଇଲ୍ ଭାରତର ନୌବାହିନୀରେ ସାମିଲ୍ ହୋଇସାରିଛି  । ପୂର୍ବ ସପ୍ତାହରେ INS ଅରିହନ୍ତ ଦ୍ବାରା କରାଯାଇଥିବା k4 ବ୍ଲାଷ୍ଟିକ୍ ଫାୟାର ଚୀନ୍ ଏବଂ ପାକିସ୍ତାନକୁ ଘାଇଲା କରିଦେଇଥିଲା  । ଏବେ ବହୁତ ଶୀଘ୍ର ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ନ୍ୟୁକ୍ଲିୟର ବୁଡାଜାହାଜ ଚୀନ୍ ଏବଂ ପାକିସ୍ତାନର ଚିନ୍ତା ବଢାଇଦେବ  । INS ଅରିଘାତର ଲଞ୍ଚ ବେଳେ କରାଯାଇଥିବା ଟ୍ରାଏଲ୍ ରନରେ ଅରିଘାତ ସଫଳ ଭାବରେ କାମ କରୁଛି ବୋଲି ନୌସେନା ପ୍ରମୁଖ ଦିନେଶ ତ୍ରିପାଠୀ କହିଛନ୍ତି  ।

ଭାରତୀୟ ନୌସେନା ନିଜର ଶକ୍ତି ବଢାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଛି । ଯେଉଁଥିରେ କି , ପାଣି ଭିତରେ ରହି ଶତ୍ରୁକୁ ଦମନ କରିବା ମଧ୍ୟ ସାମିଲ୍ ଅଛି । ପୁରା ବିଶ୍ବରେ ମୋଟ ୩ ପ୍ରକାରର ସବମରାଇନ୍ ବା ବୁଡାଜାହାଜ ରହିଛି । ଗୋଟେ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନ୍ , ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନ୍ AIP ଏବଂ ଆଣିବିକ ବା ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ । ଏବେ ଭାରତ ପାଖରେ ୧୬ଟି ଡିଜେଲ୍ ଚାଳିତ ସବମରାଇନ୍ ଥିବା ବେଳେ ୨ଟି ବ୍ଲାଷ୍ଟିକ୍ ମିସାଇଲ୍ ନ୍ୟୁକ୍ଲିୟର ସବମରାଇ୍ନ୍ ରହିଛି । ଏବେ ଆହୁରି ୨ଟି ନ୍ୟୁକ୍ଲିୟର୍ ଶକ୍ତି ଚାଳିତ ସବମରାଇନର ନିର୍ମାଣ ପାଇଁ ସରକାର ଗ୍ରୀନ୍ ସିଗ୍ନାଲ୍ ଦେଇଦେଇଛନ୍ତି । ନୌସେନା ପ୍ରମୁଖ କହିଛନ୍ତି ଯେ ,ପ୍ରଥମ ନ୍ୟୁକ୍ଲିୟର ସବମରାଇନ୍ ୨୦୩୬ରୁ ୨୦୩୭ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏବଂ ଅନ୍ୟଟି ତାର ୧-୨ ବର୍ଷ ମଧ୍ୟରେ ପ୍ରସ୍ତୁତ ହେବ  ।

ଭାରତ ପାଇଁ ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ ଗେମ୍ ଚେଞ୍ଜର କେମିତି ?

ନ୍ୟୁକ୍ଲିୟର ଶକ୍ତିଚାଳିତ ସବମରାଇନ୍ ଯାହାର ନାମରୁ ଜଣାପଡୁଛି ଯେ , ଏହି ସବମରାଇନ୍ ପରମାଣୁ ଶକ୍ତି ଦ୍ବାରା ଚାଳିତ  । ଭାରତ ପାଖରେ ବ୍ଲାଷ୍ଟିକ୍ ମିସାଇଲ୍ ନ୍ୟୁକ୍ଲିୟର ସବମରାଇନ୍ ତ ରହିଛି କିନ୍ତୁ ଏବେ ସୁଦ୍ଧା ଭାରତ ପାଖରେ ପରମାଣୁ ଶକ୍ତି ଚାଳିତ ସବମରାଇନ୍ ନାହିଁ । ଏବେ ସରକାରଙ୍କର ମଞ୍ଜୁରୀ ପରେ ଭାରତ ପାଖରେ ପରମାଣୁ ଶକ୍ତି ଚାଳିତ ସବମରାଇନର ଅଭାବ ପୂରଣ ହେବ । ଭାରତ ପାଖରେ ଡିଜେଲ୍ ଇଲେକ୍ଟ୍ରିକ୍ ଚାଳିତ ସବମରାଇଇନ୍ ଅଛି । କିନ୍ତୁ ଯଦି ଆମେ ନ୍ୟୁକ୍ଲିୟର ସବମରାଇନ୍ ଏବଂ ଡିଜେଲ୍ ଇଲେକ୍ଟ୍ରିକ୍ ସବମରାଇନ ଭିତରେ ତୁଳନା କରିବା ତେବେ ଦୁହିଁଙ୍କ ମଧ୍ୟରେ ଆକାଶ ପାତାଳର ଫରକ୍ ରହିଛି  ।

ସବମରାଇନ ଦ୍ବାରା ଯେତେ ସମ୍ଭବ ପାଣି ଭିତରେ ଶତ୍ରୁଠାରୁ ଲୁଚି ରହି ଅଚାନକ ଶତ୍ରୁ ଉପରେ ଆକ୍ରମଣ କରାଯାଇପାରିବ । କିନ୍ତୁ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନକୁ ଚଲେଇବା ପାଇଁ ତାର ବ୍ୟାଟେରୀ ଚାର୍ଜ କରିବାକୁ ପଡେ । ଏବଂ ବ୍ୟାଟେରୀ ଚାର୍ଜ କରିବା ପାଇଁ ସବମରାଇନକୁ ପାଣିରୁ ବାହାରକୁ ଆସିବାକୁ ପଡେ । ୨-୪ ଦିନ ମଧ୍ୟରେ ଡିଜେଲ୍ ଇଲେକ୍ଟ୍ରିକ୍ ପାଓ୍ବାର ସବମରାଇନକୁ ବାହାରକୁ ଆସିବାକୁ ପଡିବ । ଏହା ଦ୍ବାରା  ଯଦି କିଛି ବହୁତ ଦିନ ଧରି ହେବାକୁ ଥିବା ଅଣ୍ଡର ଓ୍ବାଟର ଅପରେସନରେ ଅସୁବିଧା ହୋଇପାରେ । କିନ୍ତୁ ନ୍ୟୁକ୍ଲିୟର ପାଓ୍ବାର ସବମରାଇନରେ ସେଭଳି କିଛି ଅସୁବିଧା ହେବ ନାହିଁ  । ଏହା ୫୦ରୁ ଅଧିକ ଦିନ ଧରି ପାଣି ଭିତରେ ରହିପାରିବ । କାରଣ ଏହା ନ୍ୟୁକ୍ଲିୟର ରିଆକ୍ଟରରୁ ଉତ୍ପାଦିତ ଶକ୍ତି ସାହାର୍ଯ୍ୟରେ ଚାଲିଥାଏ  । ଫଳରେ ଏହାକୁ ବାହାରକୁ ଆସିବାର ସେମିତି କିଛି ଆବଶ୍ୟକତା ନଥାଏ  ।

ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନୌସେନା ଦିବସରେ ଯୋଗ ଦେବେ

ଭୁବନେଶ୍ବର: ଓଡିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି। ବିମାନ ବନ୍ଦରରୁ ଚନ୍ଦ୍ରଶେଖରପୁର ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନବନିର୍ମିତ ପ୍ରତିମୂର୍ତ୍ତୀକୁ ଉଦଘାଟନ କରିବେ। ସନ୍ଧ୍ୟାରେ ସେ ରାଜଭବନ ଫେରି ସେଠାରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ସକାଳୁ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୯ଟା ୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଁଚିବେ। ସକାଳ ୧୦ଟା ୧୫ରେ ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବେ।

ଏହାପରେ ସେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟା ୧୦ରେ ପୁରୀ ବ୍ଲୁ-ଫ୍ଲାଗ ବିଚରେ ପହଁଚିବେ । ସେଠାରେ ସେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ବ୍ଲୁ-ଫ୍ଲାଗ ବିଚରେ ସେ ଅପରାହ୍ନ ୫ଟା ୪୫ରେ ସେ ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ।

ଡିସେମ୍ବର ୫ ତାରିଖରେ ପୂର୍ବାହ୍ନ ୧୦ଟା ୫୫ରେ ଓଡିଶା କୃଷି ବିଶ୍ବବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ଅପରାହ୍ନ ୫ଟା ୨୦ରେ ଭୁବନେଶ୍ବରରେ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଉଦଘାଟନ କରିବେ । ୬ ତାରିଖ ସକାଳ ୯ଟା ୫ରେ ଭୁବନେଶ୍ବର ଏଜି ଛକ ସ୍ଥିତ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରେ ସେ ସିଧାସଳଖ ଭୁବନେଶ୍ବର ବିମାନ ବନ୍ଦର ଯାଇ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ୍ ଅନୁସାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ 3 ଜଣ ଡିସିପି ରାଙ୍କର ଅଫିସର, 15 ଜଣ ଅତିରିକ୍ତ ଡିସିପି ରାଙ୍କର ଅଫିସର, 45 ଏସିପି ରାଙ୍କର ଅଫିସର, 200 ଜଣ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥା ପାଇଁ 40 ପ୍ଲାଟୁନରୁ ଉର୍ଦ୍ଧ୍ବ ଫୋର୍ସ ମୁତୟନ ହେବ।

ଗୁଗଲ ମ୍ୟାପ୍ ଦେଖାଇଲା ଭୁଲ ରାସ୍ତା: କେନାଲକୁ ଖସିଲା କାର୍, ୩ ଆହତ

ବରେଲି: ଗୁଗଲ ମ୍ୟାପ୍ ଦେଲା ଧୋକ୍କା । ଗୁଗଲ ମ୍ୟାପରୁ ରାସ୍ତା ଦେଖି ଠିକଣା ସ୍ଥଳକୁ ଯିବା ହେଲା କାଳ । ରାସ୍ତା ଛାଡି କେନାଲକୁ ଖସିଲା କାର୍ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିରେ ୩ ଲୋକ । ଘଟଣା ଘଟିଛି ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ । ଏହି ଅଞ୍ଚଳ ଦେଇ ଯାଇଥିବା କଲାପୁର କେନାଲରେ କାରଟି ଖସି ପଡ଼ିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ସୂଚନାଯୋଗ୍ୟ, ଏକ କାରରେ ତିନି ଜଣ ବ୍ୟକ୍ତି ପିଲିଭତି ଯାଉଥିଲେ । ସେମାନଙ୍କ କହିବା ଅନୁସାରେ, ସେମାନ ଗୁଗଲ ମ୍ୟାପ ଦେଖି ଆଗକୁ ବଢୁଥିଲେ । ଏହି ସମୟରେ ବରେଲିର କସଓ୍ବା ରିଠୋରାରେ ସେମାନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ କେନାଲରେ ପାଣି ନଥିବାରୁ ସମସ୍ତେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ କାରରୁ ଜଣେ ବାହାରକୁ ଆସି ପୋଲିସକୁ ଖବର ଦେଇଥିଲେ । ତାଙ୍କଠାରୁ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ କ୍ରେନ ସାହାଯ୍ୟରେ କାରଟିକୁ କେନାରୁ ବାହାର କରିଥିଲା ।
ଉଜ୍ଜତନଗର ଥାନା ଅଧିକାରୀ କହିଛନ୍ତି, ଔରେୟା ବାସିନ୍ଦା ଦିବ୍ୟାଶଂ ସିଂ ତାଙ୍କ କାରର ଜିପିଏସ ସାହାରାରେ ପିତିଭତି ଯାଉଥିଲେ । ଏହି ସମୟରେ କଲାପୁର କେନାଲ ପାଖରେ ବରକାପୁର ରାସ୍ତା କଟି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି । ସର୍ଟକଟ ଚକ୍କରେ ମୁଖ୍ୟ ରାସ୍ତା ଛାଡି ସେମାନେ ଏହି ରାସ୍ତାରେ ପଶିଥିଲେ ।

ମହାରାଷ୍ଟ୍ରରୁ ଆସିଲା ବଡ ଖବର, ବିଜେପି ରଖିବ ୨୨ ବିଭାଗ

ମୁମ୍ବାଇ: ସରକାର ଗଠନକୁ ନେଇ ମହାରାଷ୍ଟ୍ରରୁ ଆସିଲା ବଡ ଖବର  । ଆସନ୍ତା ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ସମେତ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ ନେବେ ଶପଥ  । ଗଣିତ କହୁଛି ମହାରାଷ୍ଟ୍ର ସରକାରରେ ବିଜେପି ପାଖରେ ୨୧ ରୁ ୨୨ ବିଭାଗ ରହିବ  । ରିପୋର୍ଟରୁ ପ୍ରକାଶ ଯେ ଗୃହ ମନ୍ତ୍ରାଳୟ ବିଜେପି ପାଖରେ ରହିବ  । ସେହିପରି ବାଚସ୍ପତି ପଦ ବିଜେପିକୁ ମିଳିବ  ।

ନୂଆ ସରକାରରେ ଏକନାତ ସିନ୍ଦେଙ୍କ ଶିବସେନାକୁ ୧୧ ରୁ ୧୨ ମନ୍ତ୍ରୀ ପଦ ମିଳିବ  । ଅଜିତ ପାୱାରଙ୍କ ଏନସିପିରୁ ସରକାରରେ ୧୦ ମନ୍ତ୍ରୀ ରହିବେ  । କିନ୍ତୁ ଏକନାଥ ସିନ୍ଦେଙ୍କ କ୍ୟାବିନେଟ ୧୬ଟି ମନ୍ତ୍ରୀ ପଦ ମାଗିଛନ୍ତି  । ଏକନାଥ ସିନ୍ଦେ ଓ ଅଜିତ ପାୱାର ଶପଥ ନେବେ  । ଆସନ୍ତା ଡିସେମ୍ବର ୫ରେ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ   । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ  ।

କିନ୍ତୁ ସିଏମ ପଦକୁ ନେଇ ଏବେବି ସସପେନ୍ସ ଜାରି ରହିଛି  । ଶୁଣିବାକୁ ମିଳୁଛି ଯେ ମହାୟୁତିର ସବୁଠାରୁ ବଡ ପାର୍ଟି ବିଜେପି ମୁଖ୍ୟମନ୍ତ୍ରୀ ପଦ ଚାହୁଁଛି  । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ ଫଡନଭୀସଙ୍କ ନାମ ସବୁଠାରୁ ଆଗରେ ଅଛି  । ଫଡନଭୀସଙ୍କୁ ସମର୍ଥନ ଦେଉଛନ୍ତି ଅଜିତ ପାୱାର  । କିନ୍ତୁ ଶିବସେନା ପୁଣିଥରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି  । ସିନ୍ଦେ ସରକାରଙ୍କ ନିତି କାରଣରୁ ନିର୍ବାଚନରେ ମହାୟୁତି ବିଜୟ ହାସଲ କରିଛି ବୋଲି ଶିବସେନା ଯୁକ୍ତି ବାଢିଛି  ।

ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୨ ଆସନ ମିଳିଥିବାବେଳେ ବିଜେପିକୁ ୧୩୨,ଶିବସେନା(ସିନ୍ଦେ ଗୋଷ୍ଠୀ) ୫୭ ଓ ଅଜିତ ପାୱାରଙ୍କ ଏନସିପି ୪୧ ଆସନରେ ବିଜୟ ହାସଲ କରିଛି  ।

ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର : ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି । ବିଜେଡି ଏହି ଦାବି ଉଠାଇବା ପରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ତାହାକୁ ସମର୍ଥନ କରିଥିଲେ ।ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ଏହି ଦାବି ଉଠାଇଥିଲେ । ପୂର୍ବ କମିଟି ଦରମା ବୃଦ୍ଧି ନେଇ ଯାହା ସୁପାରିସ କରିଛି ତାହାକୁ କାର୍ଯ୍ୟକାରୀ କରାଯାଉ । ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ହଜାର କରାଯାଉ ବୋଲି ପ୍ରମିଳା ଗୃହରେ ଦାବି ଉପସ୍ଥାପନ କରିଥିଲେ  ।

ସେହିପରି ଶୂନ୍ଯକାଳରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଧାୟକ ପ୍ରତାପ କେଶରୀ ଦେବ  । କଂଗ୍ରେସ ବିଧାୟକ ଦଳ ନେତା ବି ବିଧାୟକଙ୍କ ଦରମା ବୃଦ୍ଧି ଓ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ପୂର୍ବତନ ବିଧାୟକମାନେ ଅସୁବିଧାରେ ଅଛନ୍ତି  । ତେଣୁ ଦରମା ବୃଦ୍ଧି କରାଯାଉ  । ବିଧାୟକଙ୍କ ପାଣ୍ଠିକୁ ୩କୋଟିରୁ ୫ କୋଟିକୁ ବୃଦ୍ଧି କରାଯାଉ ବୋଲି କାଡ଼ାମ ଦାବି କରିଛନ୍ତି  ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ବିଧାୟକ ଦରମା ବୃଦ୍ଧି ଦାବିକୁ ଜୋରଦାର କରିଛନ୍ତି । ପୂର୍ବତନ ବିଧାୟକ ଅବସ୍ଥା ଦେଖିଲେ ଆଖିରେ ଲୁହ ଆସିଯାଉଛି  । ତେଣୁ ପୂର୍ବ କମିଟି ସୁପାରିଶ ଅନୁସାରେ ଦରମା ବୃଦ୍ଧି କରାଯାଉ  । ସେହପରି ବିଜେପି ବିଧାୟକ ଭାସ୍କର ମଡେଇ ବି ଦରମା ବୃଦ୍ଧି ଦାବି କରିଛନ୍ତି  । ବିଧାୟକମାନେ ଖୁବ ଅସୁବିଧାରେ ଅଛନ୍ତି  । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବହୁତ କମ୍ ଦରମା ମିଳୁଛି  । ତେଣୁ ବିଜେଡି ଓ କଂଗ୍ରେସ ପ୍ରସ୍ତାବକୁ ବିଜେପି ସମର୍ଥନ କରୁଛି ବୋଲି ଗୃହରେ କହିଛନ୍ତି ଭାସ୍କର । ବିଧାୟକ ପାଣ୍ଠିକୁ ୩ କୋଟିରୁ ୫ କୋଟି କରାଯାଉ ବୋଲି ଭାସ୍କର ଦାବି ଦୋହରାଇଛନ୍ତି  ।

ନୂଆ କମିଟି ନୁହେଁ, ପୁରୁଣା କମିଟିର ସୁପାରିସ ଅନୁସାରେ ଦରମା ମିଳୁ ବୋଲି ଭାସ୍କର ଦାବି କରିଛନ୍ତି । ଗୃହରେ ସବୁ ଦଳର ଦାବି ପରେ ଏ ନେଇ ବାଚସ୍ପତି ରୁଲିଂ ଦେଇଛନ୍ତି  । ବିଧାୟକମାନଙ୍କ ଦରମା ବୃଦ୍ଧି ଓ ପାଣ୍ଠି ବୃଦ୍ଧି ସମୟର ଆବଶ୍ୟକତା । ଗୃହର ଉଦବେଗକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି  । ସେପଟେ ସାମ୍ବାଦିକଙ୍କ ସ୍ବାସ୍ଥ୍ଯବୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଆଶୀଷ ନେବେ ମହାମହିମ ରାଷ୍ଟ୍ରପତି

ପୁରୀ :  ଆସନ୍ତାକାଲି ପୁରୀ ଯିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ। ସକାଳ ୯ଟା ୪୫ରେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ । ସେଠାରୁ ରାଷ୍ଟ୍ରପତି ସିଧାସଳଖ ସ୍ୱତନ୍ତ୍ର କାରକେଡ୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ସକାଳ ୧୦ଟା ୧୫ ରୁ ୧୦ଟା ୪୦  ମଧ୍ୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବେ । ପରେ ୧୦ଟା ୪୦ରେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ।

ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରି ମହାମହୀମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ୭୫ ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଅପରାହ୍ନ ୧୨ ଟାରେ ମହାମହିମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ। ରାଜଭବନରେ ଦ୍ୱିପ୍ରହର ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ବ୍ଲୁଫ୍ଲାଗ୍ ବେଳାଭୂମିରୁ ପ୍ରତ୍ୟାବର୍ତ୍ତନ କରି ମହାମହିମ ସିଧାସଳଖ ରାଜଭବନ ଅଭିମୁଖେ ବାହାରି ରାତ୍ରଭୋଜନ ଗ୍ରହଣ କରିବା ସହ ସେଠାରେ ରାତ୍ରିଯାପନ କରିବେ।

ପାପର ପ୍ରାୟଶ୍ଚିତ କଲେ ସୁଖବିନ୍ଦର ସିଂହ ବାଦଲ

ଚଣ୍ଡିଗଡ଼ : ପାପର ପ୍ରାୟଶ୍ଚିତ। ଅପରାଧର ଦଣ୍ଡ ବିଧାନ। ବେକରେ ସିଲଟ ଝୁଲାଇ ସେବା କଲେ। ଏପରି ଦଣ୍ଡ ଭୋଗିଛନ୍ତି, ପ୍ରାୟଶ୍ଚିତ କରିଛନ୍ତି ପଂଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ବାଦଲ। ଆଜି ସକାଳେ ସେ ଅମୃତସରର ସ୍ଵର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ। ଗେଟ୍ ବସି ସେବା କରିଛନ୍ତି। ସେବାଦାର ଭାବେ ସେବା କରିଛନ୍ତି। ତାଙ୍କର ଶଳା ବିକ୍ରମ ସିଂହ ମଝିଠା ମଧ୍ୟ ସ୍ଵର୍ଣ୍ଣମନ୍ଦିରରେ ସେବା କରିଛନ୍ତି। ସେଠାରେ ଲୋକଙ୍କ ଅଇଁଠା ଥାଳି ସଫା କରିଛନ୍ତି ବିକ୍ରମ ସିଂହ।

ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହଙ୍କୁ ଶିଖ ଧର୍ମର ସର୍ବୋଚ୍ଚ ସଂଗଠନ ଅକାଲ୍ ତଖକ୍ତ ଦଣ୍ଡ ଦେଇଥିଲେ। ସେମାନେ ସରକାରରେ ଥିବା ବେଳେ ଧର୍ମଦ୍ରୋହୀ କାମ କରିଥିବାର ଅଭିଯୋଗ ହୋଇଥିଲା। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ୍ ୨୦୧୫ରେ ଗୁରୁଗ୍ରନ୍ଥ ସାହିବକୁ ଅପମାନ ଦେଇଥିବା ବେଳେ ସୁଖବିନ୍ଦର ସିଂହ ତାଙ୍କୁ ସମର୍ଥନ କରିଥିବାର ଅଭିଯୋଗ ହୋଇଥିଲା।ଏହାର ଦଣ୍ଡ ସ୍ଵରୂପ ସେବାଦାର ଭାବେ ବିଭିନ୍ନ ଗୁରୁଦ୍ଵାରା ଓ ଲଙ୍ଗରରେ କାମ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ସେବା କରିଛନ୍ତି ସୁଖବିନ୍ଦର ସିଂହ ଓ ବିକ୍ରମ ସିଂହ।

ସଂସଦରେ ଉଠିଲା ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ଯସଭାରେ ଉଠିଲା ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପ୍ରସଙ୍ଗ। ଶୂନ୍ଯକାଳରେ ପ୍ରସଙ୍ଗ ଉଠାଇଲେ ବିଜେଡି ସାସଂଦ ସୁଭାଶିଷ ଖୁଣ୍ଟିଆ। ୨୦୨୩ ଜୁଲାଇରେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଡିପିଆର ,ଜମିଅଧିଗ୍ରହଣ ଓ ପାଚେରୀ ନିର୍ମାଣ ସରିଛି। ଐତିହାସିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ପୁରୀରେ ଆନ୍ତର୍ଜାତୀକ ବିମାନ ବନ୍ଦର ଗୁରୁତ୍ବ ବହନ କରୁଛି। ଏହା ପ୍ରତିଷ୍ଠା ହେଲେ ପୁରୀକୁ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ଯଟକଙ୍କ ଆଗମନ ବୃଦ୍ଧି ପାଇବ।ସ୍ଥାନୀୟ ଲୋକ ଆର୍ଥିକ ଭାବେ ସୁଦୃଢ ହେବେ ।

ସଂସଦରେ ପୁଣି ଉଠିଲା ଆଦାନୀ ପ୍ରସଙ୍ଗ ; କକ୍ଷତ୍ୟାଗ କଲେ କଂଗ୍ରେସ ସମେତ ଅନ୍ୟ ଦଳ

ନୂଆଦିଲ୍ଲୀ : ସଂସଦରେ ଯଦିଓ ଅଚଳାବସ୍ଥା ନାହିଁ, ତଥାପି ସ୍ଵାଭାବିକ ପରିସ୍ଥିତି ମଧ୍ୟ ଫେରି ନାହିଁ। ଗୃହରେ ଆଜି ମଧ୍ୟ ଆଦାନୀ ପ୍ରସଙ୍ଗ ଉଠିଛି। ବିଭିିନ୍ନ ପ୍ରକଳ୍ପ ହାତେଇବାକୁ ଆଦାନୀ ତରଫରୁ ୨ ହଜାର କୋଟି ଟଙ୍କାର ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ଆଜି ମଧ୍ୟ ପ୍ରସଙ୍ଗ କରିଛନ୍ତି ବିରୋଧୀ। ଏହା ଉପରେ ସଂସଦରେ ଆଲୋଚନା କରିବାକୁ ଦାବି କରିଛନ୍ତି। କିନ୍ତୁ ଅନୁମତି ନ ମିଳିବାରୁ କଂଗ୍ରେସ ସମେତ ବିଭିନ୍ନ ଦଳ କକ୍ଷ ତ୍ୟାଗ କରିଛନ୍ତି।

ତେବେ ଗୃହରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଛନ୍ତି ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସ। ଏଥିରୁ ଜଣାପଡୁଛି ବିରୋଧୀ ଗୋଷ୍ଠୀ ମଧ୍ୟରେ ରହିଛି ଫାଟ। ଫ୍ଲୋର୍ ମ୍ୟାନେଜମେଣ୍ଟରେ ତାଳମେଳ ନାହିଁ। ଗତ ୪ ଦିନ ହେଲାଣି ଆଦାନୀ ଲାଞ୍ଚ ପ୍ରସଙ୍ଗରେ ସଂସଦ ହୁଲସ୍ତୁଲ ହୋଇଥିଲା। ତେବେ ସଂଧ୍ୟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ସମ୍ଵିଧାନ ଉପରେ ଆଲୋଚନା କରିବାକୁ ସହମତି ହୋଇଥିଲା। ଆଶା କରାଯାଉଥିଲା, ଆଜିଠାରୁ ସ୍ଵାଭାବିକ ଭାବେ ଗୃହ ଚାଲିବ। କିନ୍ତୁ ସେପରି ହୋଇନାହିଁ। ଆଦାନୀ ପ୍ରସଙ୍ଗରେ ଆଲୋଚନା ଦାବି କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ। କେତେକ ଦଳ ମଣିପୁର, ସମ୍ଭଲ, ଚାଷୀ ଆନ୍ଦୋଳନ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ଦାବି କରିଛନ୍ତି।

ଅଭିନେତ୍ରୀ ନର୍ଗିସ ଫାଖରୀଙ୍କ ଭଉଣୀ ବିରୋଧରେ ଚାଲିଲା ପୂର୍ବତନ ପ୍ରେମିକଙ୍କୁ ପୋଡି ମାରିବା ମାମଲା

ନୂଆଦିଲ୍ଲୀ : ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନର୍ଗିସ ଫାଖରିଙ୍କ ଭଉଣୀ ।  ଫିଲ୍ମ ରକଷ୍ଟାରରେ ରଣବୀର କପୁରଙ୍କ ସହ ନଜର ଆସିଥିବା ନର୍ଗିସ ଫାଖରିଙ୍କ ଭଉଣୀ ଆଲିଆ ଫାଖରିଙ୍କ ନାଁରେ  ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି ।  ପୂର୍ବତନ ପ୍ରେମିକଙ୍କୁ ପୋଡି ମାରିବା ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରିଛି ନ୍ୟୁୟର୍କ ପୋଲିସ । ଏହି ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ନର୍ଗିସ ଫାଖରିଙ୍କ ଭଉଣୀ ଆଲିଆ ଫାଖରି ନିଜ ପୂର୍ବତନ ପ୍ରେମିକଙ୍କ ସହିତ ପୁଣି ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପୂର୍ବତନ ପ୍ରେମିକ ଏଡଓ୍ୱାଡ ଜ୍ୟାକୋବସ୍ ଏପରି ଚାହୁଁନଥିଲେ ଏବଂ ସେ ତାଙ୍କ ସହ ରିଲେସନସିପରେ ରହିବାକୁ ମନା କରିଦେଇଥିଲେ । ଏଥିରେ ରାଗିଯାଇ ଆଲିଆ ନିଜ ପୂର୍ବତନ ପ୍ରେମିକ ଏଡଓ୍ୱାଡ୍ ଏବଂ ତାଙ୍କ ଗଲଫ୍ରେଣ୍ଡ ଇଟିଏନକୁ ହତ୍ୟା କରିଥିଲେ । ଉଭୟଙ୍କୁ ଗ୍ୟାରେଜରେ ନିଆଁ ଲଗାଇ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏବେ ଏହି ମାମଲାରେ ଆଲିଆ ଫାଖରିଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ ।

ଆଲିଆ ଫାଖରିଙ୍କ ନାଁରେ ରହିଛି ଅନେକ ଅଭିଯୋଗ । ସୂଚନା ଅନୁସାରେ, ୨୬ ନଭେମ୍ୱରରେ ଗିରଫ କରାଯାଇଥିଲା  । ଏହା ପର ଦିନ ତାଙ୍କୁ ନିଆଁ ଲଗାଇବା ତଥା  ପ୍ରଥମ ସ୍ତରୀୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ  ।  ଯଦି ଏହି ଅଭିଯୋଗ ଗୁଡିକ ସତ ପ୍ରମାଣିତ ହୁଏ ,ତେବେ ଆଲିଆଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।