spot_img
Home Blog Page 1293

ଶିବତଲା ଓ ମହିମୁଣ୍ଡା ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା ଦାବି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ନୂତନ ବ୍ଲକ ପୁନର୍ଗଠନ ପାଇଁ ଦାବି ଜୋର । ଶିବତଲା ପଞ୍ଚାୟତ ଓ ସେହିପରି ମହିମୁଣ୍ଡା ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣ ନିମନ୍ତେ ଦାବି ହେଉଛି । ନୂତନ ବ୍ଲକ ମାନ୍ୟତା ପ୍ରଦାନ କରିବାକୁ ଅଣ୍ଟା ଭିଡୁଛନ୍ତି ଲୋକେ । ସଦର ବ୍ଲକର ୧୪ ଟି ପଞ୍ଚାୟତ ଓ ଦେଓଗାଁ ବ୍ଲକର ୩ଟି ପଞ୍ଚାୟତକୁ ମିଶ୍ରଣ କରି ଶିବତଲାକୁ ରାଜ୍ଯ ସରକାର ବ୍ଲକ ମାନ୍ଯତା ଦେବାକୁ ଦାବି ହେଉଛି । ଏନେଇ ଶିବତଲା ନୂତନ ବ୍ଲକ କମିଟି ସଭାପତିଙ୍କ ନେତୃତ୍ଵରେ ସଭାସମିତି ଓ ବୈଠକ ଅନୁଷ୍ଠିତ ହେଉଛି । ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ଯ ପ୍ରଦାନ କରାଯାଇଛି । ଗତ କିଛି ଦିନ ତଳେ ରାଜ୍ଯ ସରକାର ନୂତନ ବ୍ଲକ ପୁନର୍ଗଠନ ନେଇ ସବୁଜ ସଙ୍କେତ ଦେବା ପରେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ବ୍ଲକ ଅଞ୍ଚଳକୁ ନେଇ ନୂତନ ବ୍ଲକ ଗଠନ ପାଇଁ ଦାବି ଜୋର ଧରିଛି ।

୧୯୯୨ ମସିହା ଠାରୁ ଶିବତଲାକୁ ପଞ୍ଚାୟତ ସମିତି ମାନ୍ଯତା ପ୍ରଦାନ କରିବାକୁ ଦାବି ହୋଇଆସୁଛି । ନୂଆ ବ୍ଲକ୍ ଗଠନ ଦାବି ବହୁ ପୁରୁଣା, ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ନୂଆ ବ୍ଲକ୍ ଗଠନ ଦାବି ଜୋର ଧରିଥିଲା । ଯେହେତୁ ନୂଆ ସରକାର ବ୍ଲକ ପୁନଃଗଠନ କଥା କହି କୌଣସି ଆଭିମୁଖ୍ଯ ଗ୍ରହଣ କରୁନାହାଁନ୍ତି ସେଥିପାଇଁ ତେଜୁଛି ଅସନ୍ତୋଷ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶିବତଲା ବାସୀ ଆନ୍ଦୋଳନ କରିବା ପାଇଁ ସଜବାଜ ହେଲେଣି । ଏନେଇ ଜିଲ୍ଲା ପ୍ରଶାସନ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହିଁ ।

ଶେଷ ଓଭରରେ ଅଲଆଉଟ ହେଲା ଭାରତ, ଇଂଲଣ୍ଡକୁ ୩୫୭ ରନର ଟାର୍ଗେଟ୍

ଅହମ୍ମଦାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ଅହମ୍ମଦାବାଦରେ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ସମସ୍ତ ଓ୍ବିକେଟ ହରାଇ ଓଭରରେ ୩୫୬ ରନ ସଂଗ୍ରହ କରିଛି  । ଫଳରେ ଇଂଲଣ୍ଡ ଆଗରେ ୩୫୭ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ଇନିଂସରେ ଭୁବମନ ଗିଲ ଶତକ ହାସଲ କରିଥିବା ବେଳେ ଅର୍ଦ୍ଧ ଶତକ କରିଛନ୍ତି ବିରାଟ କୋହଲି ଓ ଶ୍ରେୟସ ଆୟର । ଶୁଭମନ ଗିଲ ୧୦୨ ବଲରେ ୧୧୨ ରନ ସଂଗ୍ରହ କରିଛନ୍ତି । ବିରାଟ ୫୫ ବଲରେ ୫୨ ରନ କରିଥିବା ବେଳେ ଶ୍ରେୟସ ଆୟର ୬୪ ବଲରେ ୭୮ ରନ ସଂଗ୍ରହ କରିଛନ୍ତି । ରୋହିତ ଶର୍ମା ଏକ ରନ କରି ଆଉଟ ହୋଇଯାଇଥଇବା ବେଳେ  କେଏଲ ରାହୁଲ ୪୦, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ଅକ୍ଷର ପଟେଲ ୧୩, ଓ୍ବାସିଙ୍ଗଟନ ସୁନ୍ଦର ୧୪, ହର୍ଷିତ ରାଣା ୧୩, ଅର୍ଶଦୀପ ସିଂ ୨ ଓ କୁଲଦୀନ ଯାଦବ ଗୋଟିଏ ରନ କରିଛନ୍ତି ।

ଅନ୍ୟପଟେ ଇଂଲଣ୍ଡର ଆଦିଲ ରସିଦ ୪ଟି ଓ୍ବିକେଟ୍, ମାର୍କ ଉଡ୍‌ ଦୁଇଟି ଓ୍ବିକେଟ ନେଇଥିବା ବେଳେ ସକିବ ମହମୁଦ,  ଗୁସ ଆଟକିନସନ ଓ ଜୋ ରୁଟ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଅନେକ ରେକର୍ଡ ଭାଙ୍ଗିଲେ ଶୁଭମନ ଗିଲ, ଅର୍ଦ୍ଧଶତକ କଲେ ଆୟର

ଅହମ୍ମଦାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ଅହମ୍ମଦାବାଦରେ ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ ଟିମ୍ ଇଣ୍ଡିଆ ଜିତିବା ପରେ ତୃତୀୟ ଦିନିକିଆ ଜିତି କ୍ଲିନ ସୁଇପ କରିବାକୁ ଚାହୁଁଛି ଭାରତ । ଆଜିର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ପ୍ରଥମ ଦିନିକିଆରେ ଶତକ ହାତଛଡ଼ା କରିବା ପରେ, ସେ ଏବେ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି। ଗିଲ୍ ଅହମ୍ମଦାବାଦରେ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୯୫ ବଲ୍ ରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୭ମ ଶତକ। ଏହି ଫର୍ମାଟରେ ୫୦୭ ଦିନ ପରେ ତାଙ୍କ ବ୍ୟାଟରୁ ଏହି ଶତକ ଆସିଛି। ସେ ଶେଷ ଥର ପାଇଁ ୨୪ ସେପ୍ଟେମ୍ବର ୨୦୨୩ରେ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ।ଶୁଭମନ ଗିଲ ଅହମ୍ମଦାବାଦରେ ୧୦୨ ବଲ୍ ରେ ୧୧୨ ରନ୍ ର ଇନିଂସ ଖେଳିଥିଲେ ।

ଶୁଭମନ ଗିଲ ଅହମ୍ମଦାବାଦରେ ଶତକ ମାରିବା ପରେ ନିଜ ନାମରେ ଅନେକ ରେକର୍ଡ କରିଥିଲେ। ଶୁଭମନ ଗିଲ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ଯିଏ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ତିନୋଟି ଫର୍ମାଟରେ ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ଏକଦିବସୀୟ କ୍ରିକେଟରେ ୭ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ମଧ୍ୟ ହୋଇଥିଲେ। ଶୁଭମନ ମାତ୍ର ୫୦ଟି ଦିନିକିଆ ଇନିଂସରେ ୭ଟି ଶତକ ମାରିଛନ୍ତି ।  କେବଳ ଏତିକି ନୁହେଁ, ସେ ତାଙ୍କର ୫୦ତମ ଦିନିକିଆ ଇନିଂସରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମଧ୍ୟ । ଅନ୍ୟପଟେ ଶ୍ରେୟସ ଆୟର ମଧ୍ୟ ଏହି ତୃତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୬୪ ବଲରେ ୭୮ ରନ କରିଛନ୍ତି  । ଯେଉଁଥିରେ ଦୁଇଟି ଛକା ଥିବା ବେଳେ ୮ଟି ଚୌକା ରହିଛି ।

 

କେରଳର ସରକାରୀ ନର୍ସିଂ କଲେଜରେ ଭୟଙ୍କର ରାଗିଂ ଘଟଣାର ପର୍ଦ୍ଦାଫାସ୍

ଥିରୁଅନନ୍ତପୁରମ : କେରଳର ଏକ ସରକାରୀ ନର୍ସିଂ କଲେଜରେ ଭୟଙ୍କର ରାଗିଂ ଘଟଣାର ପର୍ଦ୍ଦାଫାସ୍। ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ର ଦେଉଥିଲେ ଅମାନୁଷିକ ନିର୍ଯାତନା। ଏପରିକି ଛାତ୍ରମାନଙ୍କ ଗୁପ୍ତାଙ୍ଗରେ ଝୁଲାଇଦେଉଥିଲେ ଡମବେଲ। କେବଳ ଏତିକି ନୁହେଁ, କମ୍ପାସରେ ଆଘାତ କରିବା ସହ ଆଖିବୁଜା ମାଡ ମାରୁଥିଲେ। ଏହି ଘଟଣାରେ ୫ ଜଣ ତୃତୀୟ ବର୍ଷ ନର୍ସିଂ ଛାତ୍ରଙ୍କୁ ଗିରଫ କରାଯାଇଛି। କେରଳ କୋଟ୍ଟାୟମସ୍ଥିତ ସରକାରୀ ନର୍ସିଂ କଲେଜର ଏହି ଘଟଣାକୁ ନେଇ ଦେଶବ୍ଯାପୀ ଚର୍ଚ୍ଚା। ପ୍ରାୟ ୩ ମାସ ଧରି ନିର୍ଯାତନାର ଶିକାର ହୋଇଥିବା ଛାତ୍ରମାନେ କୋଟ୍ଟାୟମ ଗାନ୍ଧୀନଗର ପୋଲିସ ଷ୍ଟେସନରେ ଏଫଆଇର ଦାୟର କରିବା ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଗିଂନିରୋଧ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି। ପ୍ରଥମ ବର୍ଷ ଛାତ୍ରମାନଙ୍କୁ ଉଲଗ୍ନ ହୋଇ ଠିଆ ହେବାକୁ ବାଧ୍ଯ କରାଯାଉଥିଲା। ପରେ ସେମାନଙ୍କ ଗୁପ୍ତାଙ୍ଗରେ ଡମବେଲ ଝୁଲାଇଦିଆଯାଉଥିଲା। ଶରୀରରେ କ୍ଷତ ସୃଷ୍ଟି କରିବା ପରେ ନିର୍ଦ୍ଦୟ ସିନିଅର ଛାତ୍ରମାନେ ସେହି କ୍ଷତରେ ବିଭିନ୍ନ ଲୋସନ ଲଗାଇଦେଉଥିଲେ। ଫଳରେ ସେମାନଙ୍କ ଯନ୍ତ୍ରଣା ବଢୁଥିଲା। ଏହି ଘଟଣାର ଭିଡିଓ ସୁଟିଂ କରାଯାଉଥିଲା ଏବଂ ଏହି କଥା ପ୍ରଘଟ କଲେ କ୍ଯାରିଅର ନଷ୍ଟ କରିଦେବା ଲାଗି ସେମାନେ ଧମକ ଦେଉଥିଲେ। ଏପରିକି ଜୁନିଅରମାନଙ୍କଠାରୁ ସିନିଅରମାନେ ଅର୍ଥ ଲୁଟୁଥିୂବା ଜଣାଯାଇଛି। ରାଗିଂର ଶିକାର ହୋଇ କୋଚିରେ ଜଣେ ୧୫ ବର୍ଷୀୟ ଛାତ୍ରର ଆତ୍ମହତ୍ଯା ପରେ ନର୍ସିଂ କଲେଜର ଘଟଣା ପଦାକୁ ଆସିଛି।

 

ମୁମ୍ବାଇସ୍ଥିତ ଖାର୍ ପୋଲିସ ଷ୍ଟେସନରେ ହାଜର ହେଲେ ଅପୂର୍ବା ମୁଖିଜା

ମୁମ୍ବାଇ : ଥମୁନି ୟୁଟ୍ଯୁବର ରଣବୀର ଆଲାହାବାଦିଆ ଝଡ଼। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅପୂର୍ବା ମୁଖିଜାଙ୍କ ବିରୋଧରେ ମାମଲା ଦାୟର ପରେ ସେ ମୁମ୍ବାଇସ୍ଥିତ ଖାର୍ ପୋଲିସ ଷ୍ଟେସନରେ ହାଜର ହୋଇଛନ୍ତି। ସମୟ ରାଣାଙ୍କ ଇଣ୍ଡିଆଜ ଗଟ ଲାଟେଣ୍ଟରେ ଅରୁଚିକର ମନ୍ତବ୍ଯ ମାମଲାରେ  ଅପୂର୍ବାଙ୍କ ନାମରେ ବି ଏଫଆଇଆର ଦାୟର ହୋଇଥିଲା। ସୋ ଚାଲିଥିବାବେଳେ ଅରୁଚିକର ତଥା ଅଶ୍ଳୀଳ ମନ୍ତବ୍ଯକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଅପୂର୍ବାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା। ଏହି କାର୍ଯ୍ଯକ୍ରମରେ ରଣବୀର, ଆଶିଷ ଚଞ୍ଚଲାନି, ଯଶପ୍ରୀତ ସିଂ ଓ ହୋଷ୍ଟ ସମୟ ରାଇନାଙ୍କ ସହ ସାମିଲ ହୋଇଥିଲେ ଅପୂର୍ବା। ରିବେଲ କିଡ ବା କାଲେଶୀ ଔରତ ନାମରେ ପରିଚିତ ଅପୂର୍ବା ଏହି ସୋରେ କଟୁ ମନ୍ତବ୍ଯ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରଣବୀରଙ୍କ ବିରୋଧରେ ଆସାମ ଓ ମହାରାଷ୍ଟ୍ର ପୋଲିସ ପକ୍ଷରୁ ମାମଲା ଦାୟର ହୋଇଥିଲା। ୨୦୦୧ରେ ଜନ୍ମିତ ଅପୂର୍ବାଙ୍କ ଇନଷ୍ଟାଗ୍ରାମରେ ରହିଛନ୍ତି ୨୭ ଲକ୍ଷ ଫଲୋୟର୍ସ।

ବାରବାଟୀରେ ଘୋର ଅବ୍ୟବସ୍ଥା, ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ ଟାଣୁଥିବାର ଦୃଶ୍ୟ ଭାଇରାଲ୍

କଟକ: ବାରବାଟୀ ଷ୍ଟାଡିୟମର ଆଉ ଏକ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିିଛି। ଭିଆଇପି ବକ୍ସରେ ଜଣେ ବ୍ୟକ୍ତି ସିଗାରେଟ୍ ଟାଣୁଥିବାର ଭିଡିଓ ଭାଇରାଲ ହେଉଛି । ଷ୍ଟାଡିୟମକୁ କୌଣସି ତମାଖୁ ଜାତୀୟ ଦ୍ରବ୍ୟ ନେବାରେ କଟକଣା ଥିବା ସତ୍ତ୍ୱେ କିପରି ଗଲା ସିଗାରେଟ୍ ବୋଲି ପ୍ରଶ୍ନ ଉଠିଛି । ପୁଣି ଭିଆଇପି ବକ୍ସ ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ନିର୍ଦ୍ୱନ୍ଦ୍ବରେ ବସି ସିଗାରେଟ୍ ଟାଣୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଖେଳ ଦିନ ଫ୍ଲଡ୍ ଲାଇଟ୍ ଚର୍ଚ୍ଚା ସରିନଥିବାବେଳେ ଏବେ ପୁଣି ଭିଆଇପି ବକ୍ସରେ ସିଗାରେଟ୍ ଟାଣିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । କେମିତି ଓ କିଏ ସିଗାରେଟ୍ ନେଲେ ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ବଢୁଛି ଜିବିଏସ ସିଣ୍ଡ୍ରୋମ ଆତଙ୍କ: ମୁମ୍ବାଇରେ ପ୍ରଥମ ମୃତ୍ୟୁ, ୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ୱାଇ: ଗୁଲେନ ବେରେ ସିଣ୍ଡ୍ରୋମରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ। ଫଳରେ ଜିବିଏସ ଭାଇରସଜନିତ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ମୁମ୍ବାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ନାୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଜିବିଏସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି । ମୃତକ ମୁମ୍ବାଇ ଅନ୍ତର୍ଗତ ବଦାଲାର ବୋଲି ଜଣାପଡିଛି।

ସେପଟେ ଜିବିଏସକୁ ନେଇ ସତର୍କ ହୋଇଛନ୍ତି ପୁଣେ କର୍ତ୍ତୃପକ୍ଷ। ୩୦ଟି ଘରୋଇ ଜଳ ଯୋଗାଣ ପ୍ଲାଣ୍ଟକୁ ସିଲ୍ କରାଯାଇଛି। ଏହି ରୋଗରେ ଆକ୍ରାନ୍ତ ବ୍ଯକ୍ତିଙ୍କ ସ୍ନାୟୁଗତ ନିଷ୍କ୍ରିୟତା ପରିଲକ୍ଷିତ ହେବା ସହ ମାଂସପେଶୀ ଦୁର୍ବଳ ହୋଇଯାଏ । ଗୋଡ ଓ ହାତରେ ସ୍ନାୟବିକ ଦୁର୍ବଳତା ପରିଲକ୍ଷିତ ହେବା ସହ ଖାଇବା ଓ ନିଶ୍ବାସପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ଏପରିକି କେତେକ ରୋଗୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ପାରାଲିସିସ ଘଟଣା ଘଟିଥାଏ । ପୁରୁଷ ଓ ଯୁବକଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ । ତେବେ ସବୁ ବୟସର ଲୋକଙ୍କୁ ଏହି ସିଣ୍ଡ୍ରୋମ ଆକ୍ରାନ୍ତ କରିଥାଏ ।

୧୪ ରୁ ରାସ୍ତାକୁ ଓହ୍ଳାଇବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର: ହକ ଦାବିରେ ରାସ୍ତାକୁ ଓହ୍ଲାଇବେ ଅଧ୍ୟାପକ। ଆସନ୍ତା ୧୪ରୁ ରାଜରାସ୍ତାରେ ଆନ୍ଦୋଳନ କରିବେ ୬୬୨ ବର୍ଗ ଅଧ୍ୟାପକ । କଲେଜ ଛାଡି ଲୋୟର ପିଏମଜିରେ କରିବେ ଆନ୍ଦୋଳନ । ପେନସନ, ପ୍ରମୋସନ ଏବଂ ସର୍ଭିସ କଣ୍ଡିସନ ପାଇଁ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛି ସଂଘ। ୮ ମାସ ହେବ ରାଜ୍ୟ ସରକାର ଆଲୋଚନା କରୁନାହାନ୍ତି ।

ମୁଖ୍ୟମନ୍ତ୍ରୀ କହୁଛନ୍ତି ଅଧ୍ୟାପକଙ୍କ ପାଇଁ ସରକାର ଗଭୀର ଭାବରେ ଚିନ୍ତା କରୁଛନ୍ତି । ଗତ ବିଧାନସଭା ଅଧିବେଶନରୁ ଆଉ ଏକ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଅଧ୍ୟାପକଙ୍କ ବିଷୟରେ ଚିନ୍ତା କରିବା ପାଇଁ ସରକାରଙ୍କର ସମୟ ନାହିଁ । ତେଣୁ ପରୀକ୍ଷାରେ ସହଯୋଗ କରିବେ । ଦାବି ପୂରଣ ନହେଲେ ଅଧ୍ଯାପକ ମୂଲ୍ୟାୟନ କରିବେନି ବୋଲି କହିଛି ସଂଘ । ପୂର୍ବ ନବୀନ ସରକାର ଅଧ୍ୟାପକଙ୍କ ପାଇଁ ଅନେକ ଗୁରତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଏବେ ବିଜେପି ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ଶୁଣୁ ନାହାଁନ୍ତି । ଚାକିରି ସରିଲେ ବିନା ପେନସନରେ କେମିତି ଚଳିବେ ଅଧ୍ୟାପକ ବୋଲି ପ୍ରଶ୍ନ କରିଛନ୍ତି ସଂଘ ।

ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲା। କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ଡିଏସପି ଅନିଲ କୁମାର ଦାସ ପାଟଣାଗଡ଼ SDJM କୋର୍ଟରେ ହାଜର ହୋଇ ସାକ୍ଷ୍ୟ ରଖିଛନ୍ତି। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଥିବାବେଳେ କିପରି ତଥ୍ୟ ପ୍ରମାଣ ଯୋଗାଡ କରାଯାଇଥିଲା, କିପରି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିକଟରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ସେନେଇ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି ଅନିଲ । ଅନିଲଙ୍କ ସହ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ପୁଞ୍ଜିଲାଲ କେମିତି ବୋମା ତିଆରି କୌଶଳ ଶିଖିଥିଲେ? ବୋମା ତିଆରି କଲା ପରେ ତାକୁ କିପରି ଟେଷ୍ଟିଂ କରିଥିଲେ ? କିପରି ତଦନ୍ତ କରାଯାଇଥିଲା କୋର୍ଟରେ ପକ୍ଷ ରଖିଥିବା ଜଣାପଡ଼ିଛି । ପୂର୍ବରୁ ୬୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ୬୨ନଂ ସାକ୍ଷୀ ଭାବେ ଅନିଲ କୋର୍ଟରେ ହାଜର ହୋଇଥିଲେ।

ଗତ ସେପ୍ଟେମ୍ବର ୩ ଓ ଡିସେମ୍ବର ୨୩ ତାରିଖରେ ପାଟଣାଗଡ଼ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା । ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଅଛି । ମାମଲାକୁ ୨ ସପ୍ତାହ ମଧ୍ୟରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ।

ପୁଣି ଅଶାନ୍ତ ଜାମ୍ମୁ ଓ କାଶ୍ମୀର; ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ଆଇଇଡି ବିସ୍ଫୋରଣରେ ୨ ଯବାନଙ୍କ ସହିଦ ହେବା ଘଟଣା। ଅଖନୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼଼ାକଡି କରାଯାଇଛି। ସେନା ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି।

ଗତକାଲି ଏଲଓସିରେ ୩ ଜଣିଆ ସେନା ଟିମ ପାଟ୍ରୋଲିଂ କରୁଥିବାବେଳେ ଆଇଇଡି ବିସ୍ଫୋରଣ ଘଟିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଜଣେ କ୍ୟାପଟେନଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସୂଚନା ଦେଇଥିଲେ ଜାମ୍ମୁର ହ୍ବାଇଟ ନାଇଟ କର୍ପ୍ସ ୟୁନିଟ। ଆଇଇଡି ବିସ୍ଫୋରଣ ପରେ ସେଠାକୁ ଅଧିକ ସଂଖ୍ୟକ ସେନା ପଠାଯାଇଛି।

ସେପଟେ ୨ ଯବାନଙ୍କ ସହିଦ ହେବା ଘଟଣାରେ ସମ୍ବାସ୍ଥିତ କାମିଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।