spot_img
Home Blog Page 1298

ପୁଣି ପ୍ରଭାତୀଙ୍କ ଆଶ୍ବାସନା ; ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର : ପୋର୍ଟାଲରେ ଅଣ୍ଡର ପ୍ରୋସେସ ଦେଖାଉଥିବା ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କେଓ୍ବାଇସି ଯାଞ୍ଚ ସମସ୍ୟା ଥିବାରୁ ଏବେ ଏହି ୫ ଲକ୍ଷ ୧୧ ହଜାର ଆବେଦନ କରିଥିବା ମହିଳାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ଓଟିପି ଜରିଆରେ କେଓ୍ବାସି କରିଥିଲେ ବି ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । କେୱାଇସି ଅପଡେଟ ହୋଇନଥିବାରୁ ଅଟକିଛି ସେମାନଙ୍କ ଏହି ଆବେଦନ । ଏହି ସବୁ କେଓ୍ବାଇସି ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦିଆଯିବ ।

କମନ ସର୍ଭିସ ସେଣ୍ଟର ଜନ ସେବା କେନ୍ଦ୍ରରେ କେୱାଇସି ଯାଞ୍ଚ କରି ପାରିବେ । ଅନ୍ୟପଟେ ଏବେ ଯାଏଁ ୩୧ ହଜାର ମହିଳା ଅପ୍ଟ ଆଉଟ ହେଇଛନ୍ତି । ସେମାନେ ଆଉ ଥରେ ଅଭିଯୋଗ କରି ପାରିବେ । ସେମାନଙ୍କ କଥା ବି ବିଚାର କରାଯିବ । ପୋର୍ଟାଲ ଜରିଆରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ବାତିଲ ହୋଇଥିବା ୨ ଲକ୍ଷ ୮୧ ହଜାର ଆବେଦନର ୧୫ ପ୍ରତିଶତ ଏବେ ବି ଜମି ସମସ୍ୟା ପାଇଁ ଆବେଦନ ପଡିରହିଛି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

ରାଜ୍ୟସଭାରେ ସମ୍ବିଧାନ ବିତର୍କ : ନିର୍ମଳା-ଖଡଗେ ମୁହାଁମୁହିଁ ; ଅର୍ଥମନ୍ତ୍ରୀଙ୍କ ଅଭିଯୋଗରେ ବର୍ଷିଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ : ରାଜ୍ୟସଭାରେ ସମ୍ବିଧାନ ବିତର୍କ। ମୁହାଁମୁହିଁ  ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ରାଜ୍ୟସଭାରେ ଆଜି ସରକାରଙ୍କ ପକ୍ଷରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କଂଗ୍ରେସକୁ ଟାର୍ଗେଟ କରି କହିଥିଲେ, ନେହରୁ ସମ୍ବିଧାନର ସଂଶୋଧନ ନିଜ ସ୍ଵାର୍ଥ ପାଇଁ କରିଥିଲେ। କଂଗ୍ରେସ ପାର୍ଟି ପରିବାରବାଦ ଏବଂ ବଂଶବାଦକୁ ସହାୟତା କରିବାକୁ ସମ୍ବିଧାନର ସଂଶୋଧନ କରିଚାଲିଥିଲା। ଶାସନରେ ବସିଥିବା ଲୋକଙ୍କ ସୁରକ୍ଷା ଲାଗି କଂଗ୍ରେସ ସମ୍ବିଧାନ ସଂଶୋଧନ କରିଥିଲା।

ଏହାର ଜବାବ ରଖିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। କହିଥିଲେ ଯେଉଁମାନେ ସମ୍ବିଧାନକୁ ଘୃଣା କରୁଥିଲେ ଆଜି ସେମାନେ ସମ୍ବିଧାନର ଶିକ୍ଷା ଦେଉଛନ୍ତି। ଯେଉଁ ଦିନ ସମ୍ବିଧାନ ପ୍ରଣୟନ ହୋଇଥିଲା ସେହିଦିନ ଦିଲ୍ଲୀର ରାମଲୀଳା ମୈଦାନରେ ଅମ୍ବେଦକର, ଜବାହରଲାଲ ନେହରୁ ଏବଂ ମହାତ୍ମା ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ମନୁ ସ୍ମୃତି ଉପରେ ଆଧାରିତ ନଥିବାରୁ ଲଗାତାର ଏହାର ବିରୋଧ ହୋଇ ଆସୁଥିଲା। ସମ୍ବିଧାନ ପ୍ରସଙ୍ଗରେ ଲୋକସଭାରେ ରଖିଥିବା ସରକାରଙ୍କ ଭାଷଣକୁ ନେଇ ସମାଲୋଚନା କରିଥିଲେ ମଲ୍ଲିକାର୍ଜୁନ ଖଡ଼ଗେ।

ବିଜେପି ନେତୃତ୍ଵାଧୀନ ସରକାରକୁ ମିଛୁଆ କହିବା ସହ ୧୫ ଲକ୍ଷ ଟଙ୍କା ଫେରାଇବା ପ୍ରତିଶୃତି କୁଆଡେ ଗଲା ବୋଲି କହିଥିଲେ ଖଡ଼ଗେ। ସରକାରୀ ଦଳ ପାଖରେ ଥିବା ୱାସିଂ ମେସିନ ଦେଇ ଆମ ଦଳରୁ ଅନେକ ନେତା ଗଲେ। ଆମ ସହ ଜୀବନସାରା ରହି ଏବେ ଆମକୁ ଶୁଣାଇବାକୁ ଆସିଛନ୍ତି ବୋଲି କହିଛନ୍ତି ଖଡ଼ଗେ। ୧୧ ବର୍ଷ ଧରି କ୍ଷମତାରେ ରହି ସଂସଦକୁ ସଶକ୍ତ କରିବା ପାଇଁ କି ପଦକ୍ଷେପ ନେଇଛ କହି ସରକାରକୁ ଟାର୍ଗେଟ କରିଛନ୍ତି ଖଡ଼ଗେ। କେନ୍ଦ୍ର ସରକାର କେବଳ ଜୁମଲାବାଜିରେ ମାତିଛନ୍ତି। ମିଛ କଥା କହି ଦେଶକୁ ବିଭ୍ରାନ୍ତ କରୁଛନ୍ତି। ଗୋଟିଏ ମିଛକୁ ଶହେ ଥର କହି କହି ତାକୁ ସତ୍ଯରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି । ସମ୍ବିଧାନ ପ୍ରଣୟନର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ଚାଲିଛି ଆଲୋଚନା। ସମ୍ବିଧାନ ଉପରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଏହି ଆଲୋଚନା।

ଭୁବନେଶ୍ଵର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟଲେଟ

ଭୁବନେଶ୍ଵର :  ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି “ଲଣ୍ଡନ ବେରୀ – Style For Life”। ଭୁବନେଶ୍ଵର ସ୍ଥିତ ଜାଗମରା ରୋଡରେ ଆଜି “ଲଣ୍ଡନ ବେରୀ” ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦଘାଟନ କରିଛନ୍ତି। । କମ୍ପାନୀ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଅଫର ସହିତ ଶୀତ ପୋଷାକ ଉପରେ ୭୦ ପ୍ରତିଶତ ରିହାତି ରହିଛି ।

ଲଣ୍ଡନ ଵେରି ବ୍ରାଣ୍ଡ ଶ୍ରୀ ବାଙ୍କେ ବିହାରୀ କ୍ଳଦିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ଦେଶର ବିଭିନ୍ନ ଅଞ୍ଚଳରେ ୧୭୦ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ରହିଛି । ସବୁ ବର୍ଗର ଓ ସବୁ ପସନ୍ଦର ଗରାଖଙ୍କ ପାଇଁ ତାଙ୍କ ମନଲାଖି ବସ୍ତ୍ର ଯୋଗାଇବା ସହ ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବା ଲକ୍ଷ୍ୟ ରଖିଥିବା  କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।

ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ

ଭୁବନେଶ୍ୱର : ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ । ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍ । ଅଏଲ ଇଣ୍ଡିଆ ଲିମିଟେଡ-ବିଏମସି ମଧ୍ୟରେ ଏନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବା ଆବଶ୍ୟକୀୟ ଜମି । ବର୍ଜ୍ୟବସ୍ତୁରୁ ନିର୍ଗତ ଗ୍ୟାସରେ ଗାଡି ଗଡିବା ସହିତ ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ବ୍ୟୟରେ ୨ଶହ ଟିପିଡି ବିଶିଷ୍ଟ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୮ଏକର ଜମି ଯୋଗାଇଦେବେ ।

ପ୍ଲାଣ୍ଟ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ଆର୍ଥିକ ସହାୟତା ଯୋଗାଇବା ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ରିକ୍ସ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ସହାୟତା ଯୋଗାଇଦେବ । ବର୍ତ୍ତମାନ ଭୁବନେଶ୍ବରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏଥିରୁ ୧୨୦ ଟନ୍ ବର୍ଜ୍ୟବସ୍ତୁ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଟିଂ ସେଣ୍ଟର୍ରେ ପ୍ରକ୍ରିୟାକରଣ କରାଯାଉଛି । ଅବଶିଷ୍ଟ ୨୬୦ ଟନ୍ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟି ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି । ଆଗକୁ ରାଜ୍ୟର ୭ ଟି ସହରରେ ଏଭଳି ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେବେ ରାଜ୍ୟ ସରକାର ।

ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲାଣି ବାୟୁ , ଲାଗୁ ହେଲା ଜିଆରଏପି-୩ କଟକଣା

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ବିଗିଡିଲାଣି ବାୟୁର ଗୁଣବତ୍ତା । ଦିନକୁ ଦିନ ବିଷାକ୍ତ ହେଉଛି ବାୟୁ । ଏପରି ବାୟୁ ପ୍ରଦୂଷଣ ବୃଦ୍ଧିକୁ ଆଖି ଆଗରେ ରଖି ଦିଲ୍ଲୀ ଏନସିଆରରେ ପୁଣି ଥରେ ଜିଆରଏପି-୩ର କଟକଣା ଲାଗୁ ହୋଇଛି । ଏହା ଯୋଗୁଁ ଏନସିଆରର ସମସ୍ତ ସ୍କୁଲରେ ୫ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ କ୍ଲାସ ହାଇବ୍ରିଡ୍ ମୋଡରେ କରିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଡିଜେଲ ଚାଳିତ ଯାନବାହନ ଚଳାଚଳ ଏବଂ ପ୍ରବେଶକୁ ନେଇ କଟକଣା ଲାଗୁ ହେବ ।

କେନ୍ଦ୍ରର ବାୟୁ ଗୁଣବତ୍ତା ପ୍ୟାନେଲ CXUM ପକ୍ଷରୁ ଜାରି କରାଯାଇଥିବା ଅଧିକାରୀଙ୍କ ଆଦେଶରେ କୁହାଯାଇଛି ଯେ, ଶାନ୍ତ ପବନ ସହିତ ପ୍ରତିକୂଳ ପରିବେଶ ମଧ୍ୟରେ ସନ୍ତୁଳନ ନରହିବା କାରଣରୁ ଦିଲ୍ଲୀର AQI ବହୁତ ଖରାପ ସ୍ଥିତିରେ ପହଞ୍ଚିଗଲାଣି ।  ଏହାକୁ ଦୃଷ୍ଟିରେ ରଖି ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନର ପ୍ୟାନେଲ  ପୁନର୍ବାର ଜିଆରଏବି-୩ର ନୂଆ କଟକଣା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନୂଆ କଟକଣା ଅନୁଯାୟୀ, ଦିଲ୍ଲୀ, ଗୁରୁଗ୍ରାମ, ଫରଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରର ସ୍କୁଲ ଗୁଡିକରେ ୫ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସମାନଙ୍କୁ ହାଇବ୍ରିଡ୍ ମୋଡରେ ଚଳାଇବାକୁ ନିର୍ଦ୍ଦେଶ ହୋଇଛି । ଏହି ପ୍ରକ୍ରିୟାରେ ସ୍କୁଲରେ ଫିଜିକାଲ୍ କ୍ଲାସ ଚାଲିବା ସହ  ପିଲା ଏବଂ ଅଭିଭାବକ ମାନଙ୍କ ପାଖରେ ଅନଲାଇନ ଜରିଆରେ କ୍ଲାସ୍ ଚୟନ କରିବାର ବିକଳ୍ପ ରହିବ ।

ଏହାଛଡା ଗ୍ରୁପ୍-୩ରେ ଦିଲ୍ଲୀ ଭିତରକୁ ବିଏସ୍-୪ ବା ଏହା ଠାରୁ ପୁରୁଣା ଡିଜେଲ୍ ଚାଳିତ ଟ୍ରକ୍ , ଟ୍ରାକ୍ଟର , ଟ୍ରଲି ଆଦି ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।  ଏହା ସହିତ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ସହର ଭିତରକୁ ପ୍ରବେଶର ଅନୁମତି ନାହିଁ ।

ଆସନ୍ତାକାଲିଠୁ ରତ୍ନଭଣ୍ଡାର ମରାମତି ; ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁୟାୟୀ ହେବ କାମ

ପୁରୀ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି ନେଇ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମରାମତି ସମୟରେ ସାଧାରଣ ଭକ୍ତ ବାହାର କାଠ ନିକଟରେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ  । ସେଥିପାଇଁ ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନକରି ଏଏସଆଇ କରିବେ ମରାମତି  ।

ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବାକୁ ଥିବାବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିକୁ ସୂଚାରୁ ରୂପେ ସମ୍ପାଦିତ କରାଯିବା ଲକ୍ଷ୍ୟ ରଖାଯାଇଛି। ଦିନ ୧୨ଟା ୩୦ କିମ୍ବା ୧ଟା ପରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଖାପାଖି ମରାମତି କାର୍ଯ୍ୟ କରିବ ଏଏସଆଇ। ପ୍ରଥମେ ଲୁହା ଭାରା ବନ୍ଧାଯିବା ପରେ ଡିପ୍ଲାଷ୍ଟରିଂ କରାଯିବ। ଏହାପରେ ପୁରୁଣା ଲୁହା ବିମ୍ ଓ ପଥର‌ ମରାମତି କାର୍ଯ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ। ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ଆଗାମୀ ୫୦୦ ବର୍ଷକୁ ଦୃଷ୍ଟିରେ ରଖି ଉନ୍ନତ ଜ୍ଞାନକୌଶଳ ଦ୍ଵାରା ଦୀର୍ଘସ୍ଥାୟୀ ମରାମତି କରିବାକୁ ମତ ରଖିଛନ୍ତି ସେବାୟତ।

 ସ୍ମାର୍ଟ ତରିକାରେ ସ୍ମାର୍ଟ ଶିକାର, ବାନ୍ଧିଲା ବନ୍ୟ ପ୍ରାଣୀ ବିଭାଗ

ଟାଙ୍ଗୀ : ସ୍ମାର୍ଟ ଶିକାରୀକୁ ଗିରଫ କଲା ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।  ସ୍ମାର୍ଟ ତରିକାରେ ବାଇନାକୁଲ ସାହାଯ୍ୟରେ ଶିକାର କରୁଥିଲା ସ୍ମାର୍ଟ ଶିକାରୀ। ଉଚ୍ଚ ସ୍ଥାନରେ ରହି ବାଇନାକୁଲର ବ୍ୟବହାର କରି ବନ୍ୟ ପ୍ରାଣୀ ବିଭାଗର ପାଟ୍ରୋଲିଙ୍ଗ ପାର୍ଟି ଉପରେ ନଜର ରଖୁଥିଲା । ସୁଯୋଗ ଦେଖି କଇଁ ଫୁଲ ନାଡ଼ରେ ବିଷ ପ୍ରୟୋଗ କରି ପକ୍ଷୀଙ୍କୁ ଶିକାର କରୁଥିଲା ଶିକାରୀ।  ଆଜି ୨୫ରୁ ଅଧିକ ବିଦେଶୀ ପକ୍ଷୀ ଶିକାର କରି ବିକ୍ରି କରିବାକୁ ନେବା ବେଳେ ଅଭିମାନପୁର ନିକଟରେ ମାଡି ବସିଥିଲା ବନ୍ୟପ୍ରାଣୀ ବିଭାଗ । ପକ୍ଷୀ ଶିକାରୀକୁ ଗିରଫ କରି ତା ପାଖରୁ ୨୫ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି ।  ଶୀକାରୀ ନିକଟରୁ ଗୋଟେ ବାଇକ ବି ଜବତ କରିଛି ପୋଲିସ । ଗିରଫ ଶିକାରୀର ନାଁ ଆଲୋକ ପ୍ରଧାନ ହୋଇଥିବା ବେଳେ ତାର ଘର ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥପୁର ଗାଁରେ ବୋଲି ଜଣା ପଡିଛି।

୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି, ୪ ଜିଲ୍ଲାକୁ କୋଲ୍ଡୱେଭ୍ ଆଲର୍ଟ

ଭୁବନେଶ୍ଋର :  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ। କୋଲ୍ଡ ଓ୍ବେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଏବଂ ଜଗତସିଂହପୁରକୁ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହାଡଭଙ୍ଗା ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ। ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଶୀତ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଶୀତ ଲହରୀ ସହ ଘନ କୁହୁଡି ଆକ୍ତାମାକ୍ତା କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବାର ସମ୍ଭାବନା ରହିଛି। ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୧୦ ଡିଗ୍ରୀ ତଳକୁ ଖସି ଆସିବ ତାପମାତ୍ରା ଗତ କାଲି ତୁଳନାରେ ଆଜି ସ୍ବାଭାବିକ ଠାରୁ ୩ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ।

ଗତ କାଲି ରାଜ୍ୟରେ ପ୍ରବଳ ଜାଡ ଅନୁଭୁତ ହେବା ସହ ସିଜିନରେ ପ୍ରଥମ ଥର ପାଇଁ ଭୁବନେଶ୍ବରର ତାପମାତ୍ରା ୧୦.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠାରୁ କମ୍ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ଜି ଉଦୟଗିରିରେ ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ଭାବରେ ରାଉରକେଲାରେ ୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ୭.୧, ଦାରିଙ୍ଗବାଡିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, ଜଗତସିଂହପୁରରେ ୯.୫, ଢେଙ୍କାନାଳ ଏବଂ କୋରାପୁଟରେ ୯.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ତାମିଲନାଡୁ ମୁହାଁ ହେଇଥିବା ବେଳେ ଓଡ଼ିଶା ଉପରେ ତାହାର ସିଧାପ୍ରଭାବ ନାହିଁ। କିନ୍ତୁ କୋହଲା ପାଗ ସହ ବାୟୁ ଚଳାଚଳ ଉପରେ ପ୍ରଭାବ ପକାଇବ। ବିଶେଷ କରି ସମୁଦ୍ରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ। ପ୍ରଭାବରେ ୧୮ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଶ୍ରୀମନ୍ଦିର ଭିତରେ ସେବକ ସେବକ ମଧ୍ୟରେ ମାରପିଟ୍

ପୁରୀ : ଶ୍ରୀମନ୍ଦିର ଭିତରେ ପାଟିତୁଣ୍ଡ ଆଉ ମାରପିଟ୍। ସେବକ ସେବକ ମଧ୍ୟରେ ମାରପିଟ୍ ହୋଇଛି। ଉଭୟ ମୁଖପଖାଳ ସେବକ ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ମାରପିଟ୍ ହୋଇଛି। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ଉଭୟ ସେବକଙ୍କ ମଧ୍ୟରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି। ଏନେଇ ସିଂହଦ୍ଵାର ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

୧୦ ଲକ୍ଷ ଲାଞ୍ଚ ମାମଲା, ଜେରାରେ ଝାଡାବାନ୍ତି ହେଇ କ୍ୟାପିଟାଲ ହସ୍ପିଟାଲରେ ଠିକାଦାର ସନ୍ତୋଷ ମହାରଣା

ଭୁବନେଶ୍ବର: ସିବିଆଇ ଜେରାରେ ଛାନିଆ ଠିକାଦାର ସନ୍ତୋଷ ମହାରଣା । ଝାଡାବାନ୍ତି ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସନ୍ତୋଷ । ଆଜ୍ଞା ହଁ ସିବିଆଇର ୩ ଦିନିଆ ରିମାଣ୍ଡରେ ଥିବା କଣ୍ଟ୍ରାକ୍ଟରସନ୍ତୋଷ ମହାରଣା ଜେରାର ସମ୍ମୁଖୀନ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଗତ ୭ ତାରିଖରେ ଧରାପଡ଼ିଥିବା ୧୦ ଲକ୍ଷ ଲାଞ୍ଚ କାରବାରରେ ମୁଖ୍ୟ କାର୍ପଟଦାର ଥିଲେ ସନ୍ତୋଷ । ସେପଟେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ମାମଲାରେ ସାମ୍ନାକୁ ଆସିଛି ଏକ ଚିଠି। ଏହି ଚିଠି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ଲେଖାଯାଇଛି। ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ଭେଟିବା ଲାଗି କମ୍ପାନୀ ତରଫରୁ ଅନୁମତି ମଗାଯାଇଥିଲା।

୫ ତାରିଖରେ ଭେଟିବାକୁ ଅନୁମତି ମଗାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁଚାହୁଁଥିଲେ। ସେପଟେ ଆଜି ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇପାରନ୍ତି। ସିିବିଆଇ ଅଫିସରେ କଡ଼ା ସୁରକ୍ଷା କରାଯାଇଛି।