ଜଗତସିଂହପୁର : ଜଗତସିଂହପୁର ବଡ଼ବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ। ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ସୂଚନା ଅନୁସାରେ, ଜଗତସିଂହପୁର ସହର ଠାରୁ ମାତ୍ର ଦୁଇ କିଲୋମିଟର ଦୂର ବଡ଼ବାଗ ଗ୍ରାମର ସୁଶୀଲ ଦାସଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥଇଲା । ବିସ୍ଫୋରଣରେ ସୁଶୀଲ ଦାସଙ୍କ ବଡ଼ ପୁଅ ରାଜେନ୍ଦ୍ର ଦସ ଓ ସ୍ତ୍ରୀ ସସ୍ମିତା ଦାସଙ୍କ ମୃତ ଦେହ ଉଦ୍ଧାର କରଯାଇଥିବା ବେଳେ ତାଙ୍କ ସାନ ଭାଇ ପରେଶ ଦାସ ଓ ପରେଶଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ସେମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଛାତ ଉଡିଯାଇଛି ଓ ଲୁଗାପଟା ଏଣେତେଣେ ପଡ଼ିଛି। ସୂଚନାରୁ ଜଣାପଡ଼ିଛି ଯେ, ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସ ଘର ଭିତରେ ବାଣ ତିଆରି କରୁଥିଲେ। ଅନ୍ୟ ଏକ ଘରେ ପରେଶ ଦାସ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଶୋଇଥିଲେ । ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଘଟଣାସ୍ତଲରେ ବଡ଼ପୁଅ ରାଜେଶ ଦାସ ଓ ତାଙ୍କ ପତ୍ନୀ ସସ୍ମିତା ଦାସ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।
ଜୀବନ ବଞ୍ଚାଉଥିବା ଏୟାର ବ୍ୟାଗ୍ ନେଲା ଝିଅର ଜୀବନ
ପ୍ରାୟ ସମସ୍ତେ ଲକ୍ଷ୍ୟ କରିଥିବେ ବର୍ତ୍ତମାନ ସମୟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ସୀମା ପାର୍ କରିଛି । ସଡକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଯାତ୍ରୀଙ୍କ ସୁରକ୍ଷା ପାଇଁ କାର୍ ଗୁଡିକରେ ଏୟାରବ୍ୟାଗ୍ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି ଏୟାରବ୍ୟାଗ୍ ଲୋକଙ୍କ ଜୀବନ ମଧ୍ୟ ନେଇଯାଇପାରେ ବୋଲି । ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେ , ମୁମ୍ବାଇରେ ଏକ କାରରେ ଏୟାରବ୍ୟାଗ ଖୋଲିବା ପରେ ଗୋଟିଏ ୬ବର୍ଷର ଝିଅର ଜୀବନ ଚାଲିଯାଇଛି । ପ୍ରକୃତରେ ଘଟଣାଟି ଥିଲା ଏହିପରି । ଦୁଇଟି କାର୍ ପରସ୍ପର ସହ ଧକ୍କା ହେବା ଫଳରେ ସୁରକ୍ଷା ପାଇଁ କାରର ଏୟାରବ୍ୟାଗଟି ଖୋଲିଯାଇଥିଲା । କିନ୍ତୁ ଏୟାରବ୍ୟାଗ୍ ଟି ଏତେ ଜୋରେ ଖୋଲିଲା ଯେ ଝିଅଟିର ବେକରେ ଯାଇ ଜୋରେ ମାଡ ହେଲା । ଫଳରେ ସେହି ସମୟରେ ହିଁ ସାଙ୍ଗେ ସାଙ୍ଗେ ଝିଅଟିର ମୃତ୍ୟୁ ଘଟିଲା । ତେବେ ଏଥିରୁ ପ୍ରଶ୍ନ ଉଠୁଛି ଯେ, ଏୟାରବ୍ୟାଗ୍ କଣ ଆପଣଙ୍କ ପିଲା ପାଇଁ ଘାତକ ହୋଇପାରେ କି ? ଆସନ୍ତୁ ଜାଣିବା ।
ପ୍ରଥମେ ଜାଣନ୍ତୁ ଏୟାରବ୍ୟାଗ୍ କଣ ?
ଏୟାରବ୍ୟାଗ୍ ସାଧାରଣତଃ ଏକ ବେଲୁନ୍ ପରି ଆବରଣ ଅଟେ । ଯାହା ପଲିଷ୍ଟର ପରି ଏକ ଶକ୍ତିଶାଳୀ ଟେକ୍ସଟାଇଲ୍ କିମ୍ବା କପଡାରେ ନିର୍ମିତ । ଏହାକୁ ଏକ ଖାସ୍ ମ୍ୟାଟେରିଆଲରେ ତିଆରି କରାଯାଇଛି । ଯାହାକି ଦୁର୍ଘଟଣା ସମୟରେ ଯାତ୍ରୀକୁ ସୁରକ୍ଷିତ ରଖିପାରିବ । ଏହା କାରରେ ଏକ ସୁରକ୍ଷିତ ତକିଆ ପରି କାମ କରେ । ଯେତେବେଳେ ବି କାର୍ ସହ କାହାର ଧକ୍କା ହେବ କି କାର୍ କେଉଁଠି ବି ମାଡ ହେବ ଏହି ସିଷ୍ଟମ ଟି ସାଙ୍ଗେ ସାଙ୍ଗେ ଚାଲୁ ହୋଇଯିବ ।
ଏୟାରବ୍ୟାଗ୍ କାମ କରେ କେମିତି ?
ଏୟାରବ୍ୟାଗକୁ ସପ୍ଲିମେଣ୍ଟ୍ରି ରିସଣ୍ଟ୍ରେଟ୍ ସିଷ୍ଟମ ମଧ୍ୟ କୁହାଯାଏ । ଏହି ସିଷ୍ଟମରେ ପୂର୍ବରୁ ହିଁ ନାଇଟ୍ରୋଜେନ୍ ଗ୍ୟାସ୍ ଏୟାରବ୍ୟାଗ୍ ଭିତରେ ଭର୍ତ୍ତି ହୋଇଥାଏ । ଏହି ପୁରା ପ୍ରକ୍ରିୟା ଆଖି ବନ୍ଦ କରିବା ଖୋଲିବା ସମୟ ମଧ୍ୟରେ ହିଁ ଶେଷ ହୋଇଯାଇଥାଏ । ଏହା ପରେ ଏୟାରବ୍ୟାଗ୍ ଖୋଲିଯାଇଥାଏ ଏବଂ ଯାତ୍ରୀଙ୍କୁ ଉନ୍ନତ ତକିଆ ମିଳିବା ସହ ସୁରକ୍ଷା ମଧ୍ୟ ଯୋଗାଇଥାଏ ।
ଏୟାରବ୍ୟାଗରେ ଏକ କଣା ରହିଥାଏ ଯାହାକି ଖୋଲିବା ମାତ୍ରେ ତା ଭିତରେ ଥିବା ଗ୍ୟାସ୍ ବାହାରକୁ ବାହାରିଯାଇଥାଏ । ଏହି ସବୁ ପ୍ରକ୍ରିୟା ମଧ୍ୟରେ ଏୟାରବ୍ୟାଗ୍ ଗାଡି ଭିତରର ମଧ୍ୟ ଯତ୍ନ ନେଇଥାଏ । ଫଳରେ ଦୁର୍ଘଟଣା ସମୟରେ ଗାଡି ଭିତରେ ବସିଥିବା ବ୍ୟକ୍ତିର କୈାଣସି ବି କ୍ଷୟକ୍ଷତି ହୋଇନଥାଏ ।
ଏୟାରବ୍ୟାଗର ସ୍ପିଡ଼୍ କେତେ ରହିବା ଆବଶ୍ୟକ ?
ଦୁର୍ଘଟଣାର ଗମ୍ଭୀରତାକୁ ଆଧାରକୁ ନେଇ ଏୟାରବ୍ୟାଗ ଖୋଲିବାର ସ୍ପିଡ୍ ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟ୍ ନିର୍ଧାରିତ କରିଥାଏ । ଦୁର୍ଘଟଣା ସ୍ଥିତିରେ କ୍ରାସ୍ ସେନ୍ସର ଏୟାରବ୍ୟାଗ୍ କଣ୍ଟ୍ରୋଲ୍ ୟୁନିଟକୁ ଏକ ସଙ୍କେତ ଦେଇଥାଏ । ଏହି କଣ୍ଟ୍ରୋଲ୍ ୟୁନିଟ୍ ଇନଫ୍ଲେକ୍ସନ ଡିଭାଇସକୁ ଆକ୍ଟିଭ୍ କରିଥାଏ । ଯାହାକି ଏୟାରବ୍ୟାଗରେ ଭିତରେ ଥିବା ସୋଡିୟମ୍ ଏଜାଇଡ୍ ଏବଂ ପୋଟାସିୟମ୍ ନାଇଟ୍ରେଟର ମିଶ୍ରଣକୁ ଆହୁରି ଉତ୍ତେଜିତ କରି ନାଇଟ୍ରୋଜେୱ୍ ଗ୍ୟାସ୍ ଉତ୍ପନ୍ନ କରାଏ । ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଦୁର୍ଘଟଣା ହେଲା ବୋଲି ଜାଣିବା ପରେ ଏବଂ ଏୟାରବ୍ୟାଗ୍ ପୁରା ଭଲସେ ଖୋଲିବାର ସମୟ ମଧ୍ୟରେ ପ୍ରାୟ ୦.୦୧୫ ସେକେଣ୍ଡରୁ ୦.୦୫୦ସେକେଣ୍ଡ ସମୟ ଲାଗିଥାଏ । ସେହି ସମୟରେ ଏୟାରବ୍ୟାଗର ସ୍ପିଡ୍ ୩୦୦ କିଲୋମିଟର ପ୍ରତି ଘଣ୍ଟା ଥାଏ ।
ଏୟାରବ୍ୟାଗ୍ ନିୟୋଜିତ ହେବା ପାଇଁ ୩୦ରୁ ୫୦ ମିଲିସେକେଣ୍ଡ ଲାଗିଥାଏ । ଗୋଟିଏ ସାମାନ୍ୟ କାର୍ ଦୁର୍ଘଟଣାର ପ୍ରକ୍ରିୟା ୧୨୦ ମିଲିସେକେଣ୍ଡ ଯାଏଁ ଚାଲିଥାଏ । ତେବେ ଏହି ଦୁଇଟା ଜିନିଷକୁ ତୁଳନା କଲେ ଆଖି ଖୋଲି ବନ୍ଦ କରିବାର ପ୍ରକ୍ରିୟା ପାଖାପାଖି ୧୦୦ରୁ ୧୫୦ରୁ ମିଲିସେକେଣ୍ଡ ପର୍ଯ୍ୟନ୍ତ ଚାଲିଥାଏ । ବହରହାଲ୍ ନାଭି ମୁମ୍ବାଇର ଏହି ଘଟଣା ସମସ୍ତଙ୍କ ପାଇଁ ଏକ ଆର୍ଲାମ ଘଣ୍ଟି, ଯେଉଁମାନେ ପିଲାମାନଙ୍କୁ ବେପରୁଆ ଭାବରେ ଯେଉଁଠି ସେଇଠି କାରରେ ବସାଇଦିଅନ୍ତି । କାରରେ ପିଲାମାନଙ୍କୁ ସେମାନଙ୍କର ବୟସ ଅନୁଯାୟୀ ବସିବାର ନିୟମ ରହିଛି । ଛୋଟ ପିଲାମାନଙ୍କୁ କେବେ ବି ଆଗରେ ବସାଇବା କଥା ନୁହେଁ । କାରଣ ତାଙ୍କ ଶରୀରର ପ୍ରାୟ ଅଙ୍ଗ କୋମଳ ଥାଏ । ଏବଂ ଦୁର୍ଘଟଣା ସମୟରେ ଏୟାରବ୍ୟାଗ ଖୋଲିବା ପିଲାମାନଙ୍କ ପାଇଁ ବିପଦଜନକ ହୋଇପାରେ ।
କ’ଣ ଆପଣ ଜାଣିଛନ୍ତି କି ଦିନକୁ କେତେ ଥର ଏବଂ କଣ ଖାଇବା ଖାଇବା ଉଚିତ୍ ?
ଠିକ୍ ଖାଇବା ପିଇବା ହେଉଛି ସୁସ୍ଥ ରହିବାର ମୂଳଦୂଆ । ସେଥିପାଇଁ ବଡ ଲୋକମାନେ କହିଛନ୍ତି ଯେ,ଖାଇବା ଠିକ୍ ସମୟରେ ଖାଇବା ଦରକାର । କିନ୍ତୁ ଏହା କେହି କେବେ କୁହନ୍ତିନି ଯେ, କଣ ଏବଂ କେତେ ପରିମାଣର ଖାଇବ ? ଖାଇବାର ଠିକ୍ ସମୟ କେଉଁଟା ଏବଂ ସାକ୍ନସ ଖାଇବା ଠିକ୍ କି ନୁହେଁ ? ଦିନରେ ୨ଥର ଖାଇବା କଥା ନାଁ ତିନିଥର ? ଏମିତି ଅନେକ ପ୍ରଶ୍ନ ମନକୁ ଆସେ । ଯଦି ଆମେ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ନ ଖାଇବା ତେବେ ଆମ ଶରୀର ଦୁର୍ବଳ ହୋଇଯାଏ । ଫଳରେ ଯେତେବେଳେ ରୋଗ ଆମ ଶରୀରକୁ କ୍ଷତି ପହଞ୍ଚାଏ ସେତେବେଳେ ଯାଇ ଆମେ ଜାଣୁ ।
ତେବେ ଆସନ୍ତୁ ଜାଣିବା ଦିନରେ କେତେ ଥର ଖାଇବା ଦରକାର ଏବଂ କଣ ଖାଇବା ଉଚିତ୍ ?
ସୂଚନା ଅନୁସାରେ, ଦିନରେ ତିନି ଥର ବଡ ବଡ ମିଲ୍ ଖାଇବା ଦରକାର । ଯେମିତି କି, ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ । ଥରେ ଖାଇବା ପରେ ତାର ୪ ଘଣ୍ଟା ପରେ ହିଁ ଖାଇବା ଦରକାର । ସାକ୍ନସ୍ ଖାଇବା ମଧ୍ୟ ବହୁତ ଜରୁରୀ । ଆମ ଶରୀରକୁ ପ୍ରତି ୨- ୩ଘଣ୍ଟା ବ୍ୟବଧାନ ଖାଦ୍ୟ ଦରକାର ହୁଏ । ସେଥିପାଇଁ ସାକ୍ନସରେ ଫଳ ନିହାତି ଖାଇବା ଦରକାର । ସାକ୍ନସ ଖାଇବା ଦ୍ବାରା ଶରୀରରେ ମେଟାବୋଲିଜିମ୍ ଭଲ ରହିଥାଏ । ରକ୍ତ ଶର୍କରା ଶରୀରରେ ନିୟନ୍ତ୍ରିତ ରହିବା ସହ ହଜମ ଶକ୍ତି ମଧ୍ୟ ଠିକ୍ ରହିଥାଏ ।
ତେବେ ଗୋଟିଏ ଦିନରେ କେତେ ଖାଇବା ଦରକାର ?
ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୨୫୦ ଗ୍ରାମ ଶସ୍ୟ , ୧୦୦ ଗ୍ରାମ ଫଳ, ୪୦୦ ଗ୍ରାମ ସବୁଜ ପନିପରିବା , ୮୫ଗ୍ରାମ୍ ଡାଲି, ଅଣ୍ଡା କିମ୍ବା ସବୁଜ ଫଳ ଖାଇବା ଦରକାର । ଏହା ବ୍ୟତୀତ ବିଭିନ୍ନ ପ୍ରକାର ବାଦାମ ମଧ୍ୟ ଖାଇବା ଉଚିତ୍ ।ସକାଳ ଜଳଖିଆ ଖାଇବାର ସଠିକ୍ ସମୟ ହେଉଛି ସକାଳ ୭ଟାରୁ ୯ଟା । ସେହିପରି ମଧ୍ୟାହ୍ନ ଭୋଜନ ଦିନ ୧୨ଟା ୩୦ରୁ ଦିନ ୨ଟା ଭିତରେ ଖାଇବା ଦରକାର । ଏବଂ ରାତି ଭୋଜନ ଶୋଇବାର ତିନିଘଣ୍ଟା ପୂର୍ବରୁ ଖାଇବା ଉଚିତ୍ । କିନ୍ତୁ ପ୍ରକୃତରେ ରାତି ଭୋଜନର ସମୟ ହେଉଛି ସଂଧ୍ୟା ୭ଟାରୁ ୮ଟା ମଝିରେ ।

