spot_img
Home Blog Page 1326

ଆଦିବାସୀଙ୍କୁ ସୁରକ୍ଷା ଦିଅନ୍ତୁ ସରକାର : ବିଜେଡି

ଭୁବନେଶ୍ବର : ବଙ୍ଗୋମୁଣ୍ଡାରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ବିଷ୍ଠା ଖୁଆଇବା ଘଟଣାର କଡ଼ା ସମାଲୋଚନା କରିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସେ କହିଛନ୍ତି, ରାଜ୍ୟରେ ଏହା ପ୍ରଥମ ଘଟଣା । ୨୪ ବର୍ଷ ମଧ୍ୟରେ ଏଭଳି ଘଟଣା କେବେ ଘଟି ନଥିଲା । ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିପାରି ନାହିଁ ପୋଲିସ । ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ । ତା ପରେ ବି ସରକାର ଚୁପ,  ମୁଖ୍ୟମନ୍ତ୍ରୀ ବି ଚୁପ । ବିଜେପି ସରକାରରେ ଆଦିବାସୀ ସୁରକ୍ଷିତ ନୁହଁନ୍ତି । ଆଦିବାସୀଙ୍କୁ ନ୍ୟାୟ ମିଳୁନି । ଆଦିବାସୀଙ୍କ ପ୍ରତି ବିଜେପି ସରକାର ସମ୍ବେଦନହୀନ ବୋଲି କହିଛି ବିଜେଡି । ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବିଦେଶରେ ବୁଲୁଛନ୍ତି । ଲାଗୁଛି ମୁଖ୍ୟମନ୍ତ୍ରୀ ନିଦରେ ଅଛନ୍ତି । ଖପ୍ରାଖୋଲରେ ଆଦିବାସୀ ଶିଶୁ ବିକ୍ରି ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଅଭାବ ଅନାଟନ ପାଇଁ ଆଦିବାସୀ ମାନେ ଶିଶୁକୁ ବିକ୍ରି କରୁଛନ୍ତି । ୨୨ ଦିନ ପରେ ବି ଶିଶୁକୁ ଉଦ୍ଧାର କରି ପାରିଲାନି ପ୍ରଶାସନ । ପୋଲିସ ବିଫଳ ହୋଇଛି । ଆଦିବାସୀଙ୍କୁ ଚାଉଳ ମଧ୍ୟ ଯୋଗାଇ ପାରିଲେନି ସରକାର । ଆଦିବାସୀମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛି ବିଜେଡି ।

ଚଳିତ ବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ

ଭୁବନେଶ୍ବର : ଚଳିତ ବର୍ଷ ଯୁକ୍ତ ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ । ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୨୦ ମାର୍କର ଦେବେ ଆସେସମେଣ୍ଟ ପରୀକ୍ଷା ।  ଉଭୟ ଆସେଶମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ଦେବେ । ୧୦୦ରୁ ୨୪ ମାର୍କ ରଖିଲେ ହେବେ ପାସ । ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତି ନେଇଛି । ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ । ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲେ ୧୦ ମାଓବାଦୀ

ରାୟପୁର : ବର୍ତ୍ତମାନର ବଡ ଖବର ଆସିଛି । ଯବାନଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଅଞ୍ଚଳରେ ଯବାନଙ୍କ ଗୁଳିରେ ୧୦ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ ବିପୁଳ ବିସ୍ଫୋରକ ଜବତ ହୋଇଛି । ଆଜି ସକାଳୁ ଚାଲିଥିଲା ଯବାନଙ୍କ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓଦୀଙ୍କ ସିହତ ଯବାନଙ୍କ ଗୁଳି ବିନିମୟ ହୋଇଥିଲା  । ଯବାନଙ୍କ ଗୁଳିରେ  ୧୦ ମାଓବାଦୀ ନିହତ  ହୋଇଛନ୍ତି । ସୂଚନା ଦେଇଛନ୍ତି ସୁକମା ଏସପି ।

ଏକ ତରଫା ପ୍ରେମକୁ ନେଇ ହସ୍ପିଟାଲ ଆଗରେ ଯୁବକଙ୍କ ହାଇଡ୍ରାମା

ଭୁବନେଶ୍ବର : ଏକ ତରଫା ପ୍ରେମକୁ ନେଇ ହସ୍ପିଟାଲ ଆଗରେ ଯୁବକଙ୍କ ହାଇଡ୍ରାମା । ତୁ ମୋତେ ଛାଡ଼ି ଆଉ କାହାକୁ ପ୍ରେମ କରୁଛୁ ? ଯଦି ତୁ ମୋର ହବୁନାହିଁ, ତେବେ କାହାର ହୋଇ ପାରିବୁନାହିଁ   । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ଏଭଳି ଚିତ୍କାର ଶୁଣି ସମସ୍ତେ ତାଜୁବ ହୋଇଯାଇଥିଲେ  । ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଏଭଳି ହାଇଡ୍ରାମା । ତେବେ ୱାନ ସାଇଡ ଲଭ ଷ୍ଟୋରୀ ଏତିକିରେ ଥମିନଥିଲା । ହସ୍ପିଟାଲରେ କାମ କରୁଥିବା ଜଣେ ଯୁବତୀ ପାଟି ଶୁଣି ବାହାରକୁ ଆସିବା ସହ ଯୁବକ ଜଣଙ୍କୁ ପିଟି ଚାଲିଥିଲେ । ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ । କଥା ଆପୋଷ ବୁଝାମଣାରେ ଥମିନଥିଲା  । ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷକୁ ବୁଝାସୁଝା କରି ଥାନାକୁ ଆଣିଥିଲା।  ଥାନାରେ ଉଭୟ ଅଣ୍ଡରଟେକିଂ ଲେଖିଥିଲେ । ଲେଖାପଢ଼ା ପରେ ପୋଲିସ ଦୁହିଁଙ୍କୁ ଛାଡିଥିଲା।  କାଲିର ଏହି ଘଟଣା ଦେଖିବା ପରେ ଏକପାଖିଆ ପ୍ରେମ ଯେ କେତେ ଭୟଙ୍କର ତାହା ମୋବାଇଲରେ ରେକର୍ଡ ହୋଇଥିବା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡୁଛି ।

ତାଲା ଭାଙ୍ଗି ଚାରୋଟି ଦୋକାନରୁ ଲୁଟ୍ !

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ଏକ କମ୍ପେକ୍ସର ଚାରୋଟି ଦୋକାନରୁ ଚୋରି। ଦୋକାନର ତାଲା ଭାଙ୍ଗି ଚୋରି କରି ନେଇଥିବା ଅଭିଯୋଗ । ଦିଗପହଣ୍ଡି ପୋଲିସ ପହଞ୍ଚି ଛାନଭିନ ଆରମ୍ବ କରିଛି । ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ଏକ କମ୍ପେଳ୍କ ର ଚାରୋଟି ଦୋକାନ ତାଲା ଭାଙ୍ଗି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଦୋକାନ ରେ ଥିବା କିଛି ସାମଗ୍ରୀ ନଗଦ ଟଙ୍କା ଚୋରି କରି ନେଇଛନ୍ତି ଚୋର। ଆଜି ସକାଳୁ ଦୋକାନୀ ମାନେ ଦୋକାନ ଖୋଲିବା ପାଇଁ ଯାଇଥିବା ବେଳେ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ଦିଗପହଣ୍ଡି ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଥିବା ବେଳେ ଆଖ ପାଖରେ ଥିବା ସିସିଟିଭି ଯାଞ୍ଚ କରୁଛି । ସେହି କମ୍ପେକ୍ସରେ ଲାଗିଥିବା ସିସିଟିଭି କୁ ଚତୁରତା ସହ ଅନ୍ୟ ଆଡେ ବୁଲାଇ ଚୋର ଚୋରି କରିଥିବା ଦେଖିବାକୁ ମିଳିଛି।

ଜମି ଠକେଇ ମାମଲାରେ ଜଣେ ଗିରଫ

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳରେ ଜମି ଠକେଇ ମାମଲାରେ ଚନ୍ଦକା ଅଞ୍ଚଳର ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତି ଜଣଙ୍କକ ଚନ୍ଦକା ଅଞ୍ଚଳର ତାପସ କୁମାର ବୋଲି ଜଣାପଡ଼ିଛି । ଅଭିଯୁକ୍ତ ତାପସ କୁମାର ନରେନ୍ଦ୍ର ନିଜ ପିତା ମାତାଙ୍କଙ୍କ ଅଂଶୀଦାର ହିସାବରେ ସମସ୍ତ ପ୍ଲଟକୁ ନିଜ ନାଁରେ ପାୱାର ଅଫ୍ ଆର୍ଟନି କରିଛନ୍ତି କହି ଜଣେ ବିଲଡରଙ୍କ ସହିତ ଏକ ଆପାଣ୍ଟମେଣ୍ଟର ଚୁକ୍ତି କରିଥିଲେ । ଉକ୍ତ ପୈତୃକ ସମ୍ପତ୍ତିରେ ୮ ଜଣଙ୍କ ନାଁରେ ଲିଗାଲହିଅର ଥିବା ବେଳେ ଚୁକ୍ତି କରି ୧କୋଟି ୧୮ ଲକ୍ଷ ଟଙ୍କା  ଠକିନେଇଥିବା ବିଲଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ।

ଯାଯାବର ହତ୍ୟା ମାମଲା, ୬ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କରମଡିହି ଯାଯାବର ଗଣହତ୍ୟା ମାମଲା ପୋଲିସକୁ ବଡ଼ ସଫଳତା। ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କର୍ଣ୍ଣାଟକରୁ ସେମାନଙ୍କୁ ଧରିଛି  ପୋଲିସ । ଗତ ଗତ ୨୯ ତାରିଖରେ ସୁନ୍ଦରଗଡ଼ ସଦର ଥାନା କରମଡ଼ିହି ଗୀତପଡ଼ାରେ ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟରେ ଶୋଇଥିବା ବେଳେ ହତ୍ୟା କରି ଫେରାର ମାରିଥିଲେ ଅଭିଯୁକ୍ତ। ତିନି ଜଣ ମହିଳା ଙ୍କ ସମେତ ୫ ଜଣଙ୍କୁ ହତ୍ୟା  କରାଯାଇଥିା। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ଯାକାଣ୍ଡ ହୋଇଥିଲା। ଏତେ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୀମାରେ ବଡ ସଫଳତା, ସିଙ୍ଗଲ୍ ସଟ ରାଇଫଲ ସମେତ ମାଓ ସାମଗ୍ରୀ ଜବତ

ଉମରକୋଟ : ଛତ୍ରଭଙ୍ଗ ଦେଲେ ନକ୍ସଲ । ସୀମାରେ ବଡ ସଫଳତା, ସିଙ୍ଗଲ୍ ସଟ ରାଇଫଲ ସମେତ ମାଓ ସାମଗ୍ରୀ ଜବତ । ନବରଙ୍ଗପୁର ସୀମାନ୍ତ ଛତିଶଗଡ଼  ଗରିଆବନ୍ଧ ଜିଲ୍ଲାର ଅମର ଜଙ୍ଗଲରେ ସୁରକ୍ଷା ବାହିନୀ ବଡ଼ ସଫଳତା ମିଳିଛି। ଡିଆରଜି, କୋବ୍ରା-୨୦୭, ଓଡିଶା ଏସଓଜି, ଏବଂ ସିଆରପିଏଫ ର ମିଳିତ ଦଳ ସର୍ଚ୍ଚ ଅପରେସନ୍ କରିଥିଲେ।  ନକ୍ସଲ କ୍ୟାମ୍ପ ଉପରେ ଚଢଉ କରି ରାଇଫଲ, ନକ୍ସଲ ସାହିତ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗରିଆବନ୍ଧ ପୋଲିସ ଅଧୀକ୍ଷକ ନିଖିଲ ରାଖେଚା କହିଛନ୍ତି ସର୍ଚ୍ଚ ଅପରେଶନ ଦେଖି ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ  ପାଲଟା ଆକ୍ରମଣ ପରେ ନକ୍ସଲମାନେ  ଛତ୍ରଭଙ୍ଗ  ଦେଇଛନ୍ତି। ଏସପି କହିଛନ୍ତି  କିଛିଦିନ ମଧ୍ୟରେ  ନକ୍ସଲ୍ ଦମନ ଅପରେଶନ ଶେଷ ପର୍ଯ୍ୟାୟ ରେ ପହଞ୍ଚିବ।

ଆଜି ଭାଙ୍ଗିବନି ଶ୍ରୀବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର : ଆଜି ଭାଙ୍ଗିବନି ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ। ଶ୍ରୀବୈକୁଣ୍ଠଧାମ ଆଶ୍ରମର ଉଚ୍ଛେଦ ଉପରେ ରହିତାଦେଶ ଲଗାଇଛନ୍ତି ହାଇକୋର୍ଟ। ଆସନ୍ତା ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଆଶ୍ରମ ଉଚ୍ଛେଦ ଉପରେ ଲାଗିଛି ରହିତାଦେଶ। ଆଶ୍ରମ ଭଂଗା ଯିବା ନେଇ ବିଡିଏର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ। ଆବେଦନକୁ ଗ୍ରହଣ କରି ଏହି ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଏହି ନିର୍ଦ୍ଦେଶ ପରେ ଆଜି ଆଶ୍ରମ ଭଂଗାଯିବନି ବୋଲି ସ୍ପଷ୍ଟ କରିଛି ବିଡିଏ। ହାଇକୋର୍ଟଙ୍କ ରହିତାଦେଶ ପରେ ବଦଳିଲା ବିଡିଏର ନିଷ୍ପତ୍ତି। କୋର୍ଟଙ୍କ ରହିତାଦେଶ ପରେ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି ବାବାଙ୍କ ସମର୍ଥକ। ଏହା ପୂର୍ବରୁ ଆଜି ଖଣ୍ଡଗିରି ଶ୍ରୀବୈକୁଣ୍ଠଧାମ ଆଶ୍ରମ ଭଂଗାଯିବ ବୋଲି ନିଷ୍ପତ୍ତି ନେଇଥିଲା ବିଡିଏ। ସରକାରୀ ଜମିରେ ଆଶ୍ରମ ଗଢି ଉଠିଥିବା ନେଇ ବିବାଦ ସୃଷ୍ଟି ପରେ ଆଶ୍ରମରେ ପହଞ୍ଚି ମାପଚୁପ କରିଥିଲା ବିଡିଏ। ମାପଚୁପରୁ ଆଶ୍ରମ ସରକାରୀ ଜମିରେ ଥିବା ଜଣାପଡିଥିଲା

ବର୍ଡର ଗାଭାସ୍କର ଟ୍ରଫି : ପର୍ଥରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ନନ୍ଦିଘୋଷ ବ୍ୟୁରୋ : ବହୁ ପ୍ରତୀକ୍ଷିତ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ । ପର୍ଥରେ ଖେଳାଯାଉଛି ପ୍ରଥମ  ଟେଷ୍ଟ । ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ ।  ଭାରତ ତରଫରୁ ଡେବ୍ଯୁ କରୁଛନ୍ତି ହର୍ଷିତ ରାଣା ଓ ହର୍ଷିତ ରେଡ୍ଡି ।  ଭାରତୀୟ କ୍ରିକେଟ ଟିମର ଅଧିନାୟକ ଯଶପ୍ରୀତ ବୁମରା ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ଭାରତକୁ ଲାଗିଛି ପ୍ରାରମ୍ଭିକ ଝଟକା। ଯଶସ୍ଵୀ ଓ ଦେବଦତ୍ତ ଡକ୍ ଆଉଟ ହୋଇଛନ୍ତି। ବିରାଟ କୋହଲି ମଧ୍ୟ ମାତ୍ର ୫ ରନ୍ କରି ଆଉଟ ହୋଇଛନ୍ତି।