spot_img
Home Blog Page 1328

ଜୋମାଟୋ, ସ୍ୱିଗୀରେ ଅର୍ଡର କରିବା ବେଳେ ଏହି ସବୁ ପ୍ରଡକ୍ଟର ବନାନ କରନ୍ତୁ ଚେକ୍

ନନ୍ଦିଘୋଷ ବ୍ୟୁରୋ : ଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ! ଅର୍ଡର ପୂର୍ବରୁ ଯାଞ୍ଚ କରନ୍ତୁ ହଲଦୀରାମ, ଡୋମିନୋଜ ଆଦି ପ୍ରଡକ୍ଟ ନାଁର ବନାନ । ନଚେତ୍ ନକଲି ରେଣ୍ଟୁରାଣ୍ଟରୁ ଆସି ପାରେ ଖାଦ୍ୟ । ତେଣୁ ପ୍ରତ୍ୟେକ ଅର୍ଡର ପୂର୍ବରୁ ଆପଣ ରେଣ୍ଟୁରାଣ୍ଟର ନାମ ଏବଂ ବିବରଣୀ ଭଲ ଭାବରେ ଯାଞ୍ଚ କରିବା ଜରୁରୀ ।

ନିକଟରେ ଭାରତର ଜଣାଶୁଣା ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବେ ଏକ ବିବାଦରେ ଫସିଯାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସ ଏହି କମ୍ପାନୀରେ ନକଲି ରେଷ୍ଟୁରାଣ୍ଟ ଥିବା କଥା ଉଠାଇଥିଲେ । ବିବାଦ ପରେ ଜୋମାଟୋ ଏହି ନକଲି ରେଷ୍ଟୁରାଣ୍ଟକୁ ଏହି ପ୍ଲାଟଫର୍ମରୁ ହଟାଇ ଦେଇଛି । ଏନେଇ ଜୋମାଟୋ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଜୋମାଟୋ, ସ୍ୱଗୀ ଅଥବା ଅନ୍ୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବା ସମୟରେ ଲୋକେ କାହିଁକି ସଠିକ୍ ସ୍ଥାନ ଏବଂ ନାମ ଅସଲି ନା ନକଲି ତାହା ଯାଞ୍ଚ କରି କାହିଁକି ଅର୍ଡର କରୁନାହାନ୍ତି ? ଯେହେତୁ ସ୍ୱିଗୀରେ ଏପରି କୌଣସି ମାମଲା ସାମ୍ନାକୁ ଅସିନି, ତଥାପି ଖାଦ୍ୟ ଅର୍ଡର ପୂର୍ବରୁ ସବୁ ପ୍ରଡକ୍ଟର ନାମ ଏବଂ ସ୍ଥାନ ସଠିକ୍ ଭାବେ ଚେକ୍ କରି ଅର୍ଡର କରିବା ଉଚିତ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ ଏକ୍ସ ୟୁଜର୍ସ ଅମିତ ମନ୍ତ୍ରୀ ଟ୍ୱିକ୍ କରି ଲେଖିଛନ୍ତି ଯେ, ସେ ଭୁଲବସତଃ ଏକ ନକଲି ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିଦେଇଥିଲେ । ଏବଂ ଖାଦ୍ୟ ଅର୍ଡର ପରେ ସେ ଜାଣିଥିବାକୁ ପାଇଲେ କି ସେ କେଓ୍ୱର୍ସ ନୁହେଁ ବରଂ କେଓ୍ୱର୍ସର୍ସ ନାମକ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଦେଇଛନ୍ତି ।ଏହା ପରେ ସେ ଜୋମାଟୋର ଚାର୍ଟ ସପୋର୍ଟ ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ପରେ ଜୋମାଟୋ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ଏବଂ ଏହି ସମସ୍ୟା ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି । ଏହି ନକଲି ରେଷ୍ଟୁରାଣ୍ଟକୁ ଜୋମାଟୋରୁ ହଟାଇ ଦିଆଯାଇଥିବା ଜଣାଯାଇଛି । ଏହାଛଡ଼ା ଅନ୍ୟ ନକଲି ରେଷ୍ଟୁରାଣ୍ଟ ଉପରେ ନଜର ରଖି ଶୀଘ୍ର ହଟାଇଦିଆଯିବ ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି ।

 

ଅଧିନାୟକ ପଦକୁ ଫେରିବେ କି ବିରାଟ?

0

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜଣେ ନୂତନ ଅଧିନାୟକଙ୍କ ସହିତ ଖେଳିବ। ଫାଫ୍ ଡୁ ପ୍ଲେସିସ୍ ଟିମ ରିଲିଜ କରିବା ପରେ  , ଅଧିନାୟକତ୍ୱକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିରାଟ କୋହଲି ଦଳର ଅଧିନାୟକ ହେବେ ବୋଲି ପ୍ରଶଂସକ ଆଶା କରିଛନ୍ତି।


ଆଇ ଦୁଇ ମାସ ପରେ ଆରମ୍ଭ ହେବ ବିଶ୍ବର ସବୁଠୁ ଦାମୀ କ୍ରିକେଟ ଲିଗ୍  । ଏହି ଲିଗର ସବୁଠାରୁ ଲୋକପ୍ରିୟ ଦଳ ଆରସିବି ବିଷୟରେ ଏବେ ସବୁଆଡେ ଚର୍ଚ୍ଚା  । ଟିମ ଫାଫ୍ ଡୁ ପ୍ଲେସିସ ଙ୍କୁ ଦଳରୁ ରିଲିଜ କଲା ପରେ ଏବେ ଟିମର ଅଧିନାୟକ କିଏ ହେବ ତାକୁ ନେଇ ଚିନ୍ତାରେ ଟିମ । କୋହଲିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା  । ପୁଣି ଥରେ ଆରସିବିର ମଙ୍ଗ ଧରିବେକି ବିରାଟ । ପ୍ରଶଂସକଙ୍କ ମନରେ ଏବେ ଉତ୍ସହ କିଏ ହେବେ ଅରସିବି ଟିମର ଅଧିନାୟକ । ଏ ବିଷୟରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୈାଣସି ଘୋଷଣା କରାଯାଇନାହିଁ   ।

ସ୍ପୋର୍ଟସ୍ ଟକ୍ ସହିତ ଏକ ସାକ୍ଷାତକାର ବେଳେ ଆରସିବିର ସିଇଓ ରାଜେଶ ମେନନ୍ ଙ୍କୁ ପ୍ରଶ୍ନ କରାଯାଇଥିଲା ୨୦୨୫ ପାଇଁ କିଏ ଦଳର ଅଧିନାୟକ ହେବେ  । ସେ ଏହାର ଉତ୍ତରରେ କହିଥିଲେ ଟିମ୍ ଏ ପର୍ଯ୍ୟନ୍ତ କୈଣସି ନିଷ୍ପତି ନେଇ ନାହିଁ  । ଆମ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି  । ଆମ ନଜରରେ  ୪ ,୫ ଜଣ ଖେଳାଳୀ ଅଛନ୍ତି ଯିଏ ଅଧିନାୟକ ହେବା ପାଇଁ ଯୋଗ୍ୟ ଅଛନ୍ତି । ଟିମ ସହ ବିଚାର କରି ଆମେ ବହୁତ ଜଲିଦି ଏହାର ନିଷ୍ଟିତି ନେବୁ ।

ବିରାଟ କୋହଲି ୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ ୧୪୩ ଟି ମ୍ୟାଚରେ ଆରସିବି ପାଇଁ ଅଧିନାୟକତ୍ବ କରିଛନ୍ତି । ସେ ଦଳକୁ ୬୬ ମ୍ୟାଚରେ ବିଜୟୀ କରାଇଥିବା ବେଳେ ଦଳକୁ ୭୦ ଥର ପରାଜୟର ସାମ୍ନା କରିବାକୁ ପଡିଛି  । ୨୦୧୬ରେ ଦଳ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା । ସେହି ସିଜିନରେ ବିରାଟ ଚମତ୍କାର ପ୍ରଦର୍ଶନ କରି ୯୭୩ ରନ କରିଥିଲେ  ।

ଆଇପିଏଲ ୨୦୨୫ର ମେଗା ନିଲାମିରେ ଆରସିବି  ଫିଲ୍ ସଲ୍ଟ, ଲିଆମ୍ ଲିଭିଙ୍ଗଷ୍ଟନ,  ଜାକବ୍ ବେଥେଲ୍, ଟିମ୍ ଡେଭିଡ୍, ଭୁବନେଶ୍ୱର କୁମାର, ଜିତେଶ ଶର୍ମା, ଦେବଦତ୍ତ ପାଡିକ୍କଲ୍, ଜୋଶ୍ ହାଜେଲଉଡ୍, ରୋମାରିଓ ସେଫର୍ଡ, ନୁୱାନ୍ ତୁଷାରା ଏବଂ ସୁୟାଶ ଶର୍ମାଙ୍କ ଉପରେ ବାଜି ଲଗାଇଥିଲା। ମେନନ ଆହୁରି କହିଛନ୍ତି, “ଆମେ ଦେଖିଲୁ ଯେ ଦଳରେ କ’ଣ ତ୍ରୁଟି ଥିଲା ଏବଂ ଦଳ ପାଇଁ କଣ  କରିବା ଆବଶ୍ୟକ ଥିଲା। ଆମେ ଟିମ ଆବଶ୍ୟକ ଅନୁସାରେ ଖେଳାଳି ଚୟନ କରିଛୁ  ।

୨୦୫ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ମିଲିଟାରୀ ପ୍ଲେନ୍ ଆସୁଛି ଭାରତ

ନନ୍ଦିଘୋଷ ବ୍ୟୁରୋ : ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏବେ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀଙ୍କ ଉପରେ କଠୋର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସରକାର ଏବେ ନିରନ୍ତର ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ଫେରାଇ ଦେଉଛନ୍ତି । ଏହାରି ମଧ୍ୟରେ ୨୦୫ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ସାମରିକ ବିମାନ ଭାରତ ଆସୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆମେରିକୀୟ C-147 ବିମାନ ଯୋଗେ ଏହି ଅବୈଧ ଭାରତୀୟ ପ୍ରବାସୀ ମାନେ ଆସୁଛନ୍ତି । ଏହି ବିମାନଟି  ପ୍ରାୟ ୬ଘଣ୍ଟା ପୂର୍ବରୁ ଆମେରିକାର ସାନ୍ ଆଣ୍ଟୋନିଓରୁ ଉଡାଣ ଭରିଥିଲା । ଏହି ବିମାନରେ ସମସ୍ତ ଭାରତୀୟଙ୍କୁ ଚିହ୍ନଟ କରାଯାଇ ଭାରତ ଫେରାଇ ଅଣାଯାଉଛି । ଏହି ବିମାନଟି ଅମୃତସରରେ ଅବତରଣ କରିପାରେ ବୋଲି ସୂଚନା ରହିଛି । ତଥାପି ଏପର୍ଯ୍ୟନ୍ତ ଲ୍ୟାଣ୍ଡିଂ ନେଇ ନିଶ୍ଚିତ ସୂଚନା ମିଳିନାହିଁ । ଅନ୍ୟପଟେ ବିମାନଟି ଇନ୍ଧନ ଭର୍ତ୍ତି ପାଇଁ ଜର୍ମାନୀରେ କିଛି ସମୟ ଅଟକିପାରେ ବୋଲି କୁହାଯାଉଛି ।

ସୂଚନା ରହିଛି ଯେ, ଟ୍ରମ୍ପଙ୍କ ପ୍ରଶାସନ ଏହା ପୂର୍ବରୁ ଗ୍ୱାଟେମାଲା, ପେରୁ ଏବଂ ହୋଣ୍ଡୁରାସରୁ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲା ।  ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ଏବଂ ଟେକ୍ସାସର ଅଲପାସୋ ଏବଂ କାର୍ଲିଫର୍ଣ୍ଣିଆର ସେନାଙ୍କ ହେପାଜତରେ ଥିବା ୫୦୦୦ରୁ ଉର୍ଦ୍ଧ୍ୱ ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଆରମ୍ଭ କରିଦେଇଛନ୍ତି ।

ମୋ ବସ୍ ଧକ୍କାରେ ୧୩ ବର୍ଷ ନାବାଳିକାର ମୃତ୍ୟୁ

ଭୁବନେଶ୍ୱର : ମୋ ବସ୍ ଧକ୍କାରେ ୧୩ ବର୍ଷ ନାବାଳିକାର ମୃତ୍ୟୁ। ଭୁବନେଶ୍ୱର ନନ୍ଦନକାନନ ଥାନା ରଘୁନାଥପୁର ଛକ ନିକଟରେ ଦୁର୍ଘଟଣା। ଫୁଲ ତୋଳି ସାଇକେଲରେ ଫେରୁଥିବା ବେଳେ ଧକ୍କା ଦେଲା ମୋ ବସ୍। ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ ରଘୁନାଥ ପୁର ଅଞ୍ଚଳର ରାମ ତିଆଡ଼ିଙ୍କ ଝିଅ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି  । ମୋ ବସଟି ନନ୍ଦନକାନନ ଥାନାରେ ଅଟକ ଅଛି  । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ।

ମାଡ଼ି ଆସୁଛି ବଡ଼ ଘୂର୍ଣ୍ଣି ଝଡ଼ ; ଅନେକ ରାଜ୍ୟରେ ପାଗ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ : ମାଡ଼ି ଆସୁଛି ପଶ୍ଚିମ ଝଡ଼ । ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ପାଗ ହଠାତ୍‌ ପରିବର୍ତ୍ତନ ।  ଆଇଏମଡି ଅନୁଯାୟୀ, ପଶ୍ଚିମ ଝଡ ପୁଣି ସକ୍ରିୟ ହେବ। ଫେବୃଆରୀ ୪ ଏବଂ ୫ ତାରିଖରେ ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁଯାୟୀ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶା ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଘୂର୍ଣ୍ଣିବାତ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ମାଇନସରେ ଅଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନ ପାଇଁ ଏହି ଅଞ୍ଚଳଗୁଡ଼ିକରେ ତୁଷାରପାତ ଜାରି ରହିବ, ଯାହାର ପ୍ରଭାବ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ-ଏନସିଆର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖାଯିବ। ପାହାଡ଼ଗୁଡ଼ିକରେ ତୁଷାରପାତ ଯୋଗୁ ଏହି ରାଜ୍ୟଗୁଡ଼ିକରେ ଥଣ୍ଡା ବଢ଼ିପାରେ। ଅନ୍ୟପଟେ କିଛି ରାଜ୍ୟରେ ହାଲୁକା କୁହୁଡ଼ି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି।

ଆଜିକାଲି ପାରଦ ବୃଦ୍ଧି ଯୋଗୁ କେବଳ ସକାଳ ଏବଂ ସାରେ ଥଣ୍ଡା ଅନୁଭୂତ ହେଉଛି, କିନ୍ତୁ ଏବେ ଦିଲ୍ଲୀ-ଏନସିଆରରେ କିଛି ଦିନ ପାଇଁ ସକାଳେ ହାଲୁକା କୁହୁଡ଼ି ମଧ୍ୟ ଦେଖାଯିବ। ମଙ୍ଗଳବାର ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଫେବୃଆରୀ ୫ ତାରିଖରୁ ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ଏବଂ ସର୍ବାଧିକ ୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିପାରେ। ବଦଳୁଥିବା ପାଗ ସହିତ, ଉତ୍ତର ଭାରତର ଅନେକ ରାଜ୍ୟରେ ଘନ କୁହୁଡ଼ି ଯୋଗୁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି।

ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା

ନନ୍ଦିଘୋଷ ବ୍ୟୁରୋ : ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା । ପୁରୀ ବଳିଆପଣ୍ଡା ସ୍ଥିତ ଏକ ବିବାହ ମଣ୍ଡପରୁ ସୁଟକେସ୍ ଚୋରି ବେଳେ ଧରାପଡ଼ିଛି । ବଳିଆପଣ୍ଡା ଥାନା ପୋଲିସ ଏହି ସୁଟବୁଟ୍ ପିନ୍ଧା ଚୋରକୁ ଗିରଫ କରିଛି। ଗିରଫ ଲୁଟେରା ମଧ୍ୟପ୍ରଦେଶ କାଦିଆ ଗାଁର ୨୦ବର୍ଷୀୟ ରିତେଶ ସିସୋଦିଆ।

୨ ତାରିଖ ରାତି ୧୦ଟାରେ ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲ୍‌ ପରିସରରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ରିତେଶ ଏକ ସୁଟ୍‌କେସ୍ ଚୋରି କରି ନେଇ ପଳାଉଥିବାବେଳେ ହୋଟେଲ୍‌ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ। ହେଟେଲ ପରିଚାଳକ ଏନେଇ ଥାନାରେ ଏତଲା ଦେଇଥିଲେ। ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ଭୁବନେଶ୍ୱର ଷ୍ଟାର ହୋଟେଲରୁ ବହୁମୂଲ୍ୟ ସୁନା ଗହଣା ଲୁଟିନେଇଥିଲା। ସୁଟବୁଟ ପିନ୍ଧି ବରଯାତ୍ରୀ ବେଶରେ ଆସି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର ସହ ଖାମରେ ଥିବା ଅଢେଇ ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲା।

ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡଶ ଅର୍ଥ କମିଶନ। ଚେୟାରମ୍ୟାନ ଅରବିନ୍ଦ ପାନଗାରିଆଙ୍କ ନେତୃତ୍ବରେ ଆସୁଛି ଟିମ। ଫେବୃଆରୀ ୬ ତାରିଖ ସକାଳ ୯ଟା ୩୦ରୁ ଅପରାହ୍ନ ଗୋଟାଏ ଯାଏଁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ସହ ସେ ବୈଠକ କରିବେ। ସବୁ ବିଭାଗ ମୁଖ୍ୟଙ୍କୁ ସେହି ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଓଡ଼ିଶା କଣ ଦାବି ଉପସ୍ଥାପନ କରିବ ସେନେଇ ବୁଦ୍ଧିଜୀବୀ ମହଲର ନଜର ରହିବ।

ଦାଦା ବଟି ପାଈଁ ମାଛ ବ୍ୟବସାୟୀଙ୍କୁ ରକ୍ତାକ୍ତ କଲେ ଦୁର୍ବୁତ୍ତ

କେନ୍ଦ୍ରାପଡ଼ା : ଦାଦାବଟିକୁ କେନ୍ଦ୍ରକରି ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ। ଦାଦାବଟି ନଦେବାରୁ ଆକ୍ରମଣ କରି ସୁନା ଚେନ, ମୁଦି, ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାରେ ପହଞ୍ଚି ଅଭିଯୋଗ କଲେ ବ୍ୟବସାୟୀ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା କୁଦାନଗରୀ ଥାନା ଅଞ୍ଚଳର ଘଟଣା। ବ୍ୟବସାୟୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଚଅଁପୁର ଗାଁର ବ୍ୟବସାୟୀ ରାକେଶ ମାହାଳିକଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଘରକୁ ଫେରୁଥିଵା ସମୟରେ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟରେ ଆକ୍ରମଣ ହୋଇଛି।

କାବିଲ ପୁର ଓ ଛକନା ଅଞ୍ଚଳର କିଶୋର ଓରଫ ଖଟୁ ନାୟକ, ଚିଙ୍କୁ,ଚିଣ୍ଟୁ,ବିଳାସ ରାଉଳ ଓ ତାଙ୍କର ସହଯୋଗୀ ତାଙ୍କୁ ଅଟକାଇଥିଲେ। ମଦ ବୋତଲରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା,ସୁନା ଲୁଟି ନେଇଥିଲେ। ପୂର୍ବରୁ ଏମାନେ ବାରମ୍ବାର ଦାଦାବଟି ମାଗୁଥିଲେ। ହେଲେ ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ କୁଦାନଗରୀ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

ସିରିଆରେ ଭୟଙ୍କର କାର୍ ବମ୍ ବିସ୍ଫୋରଣ, ୧୯ ମୃତ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ସିରିଆର ମନ୍‌ବିଜ୍‌ ସହରରେ ଭୟଙ୍କର ବୋମା ବିସ୍ଫୋରଣ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଛି । କିଛି ସ୍ଥାନୀୟ କୃଷି ଶ୍ରମିକଙ୍କୁ ନେଇ ଏକ ଟ୍ରକ୍‌ ଯାଉଥିବାବେଳେ ନିକଟରେ ଥିବା ଏକ କାର୍‌ରେ ବୋମା ବିସ୍ଫୋରଣ ଘଟିଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୧୮ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସେହିପରି ଅନ୍ୟ ୧୫ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ମନ୍‌ବିଜ୍‌ ସହରରେ ଗତ ମାସକ ମଧ୍ୟରେ ଏହା ସପ୍ତମ କାର୍‌ ବୋମା ବିସ୍ଫୋରଣ ବୋଲି ସ୍ଥାନୀୟ ନାଗରିକ ସୁରକ୍ଷା ଉପନିର୍ଦ୍ଦେଶକ ମୁନୀର ମୁସ୍ତଫା କହିଛନ୍ତି।

ସରିଲା ଦିଲ୍ଲୀ ପ୍ରଚାର, କାଲି ଭୋଟ ; ଦେଢ଼ କୋଟିରୁ ଅଧିକ ଭୋଟର୍ କରିବେ ମତଦାନ

ନୂଆଦିଲ୍ଲୀ : ଆସନ୍ତାକାଲି ଭୋଟ ଦେବ ଦିଲ୍ଲୀ। ଗତ ସଂଧ୍ୟାରେ ସରିବ ପ୍ରଚାର। ଏଥର ବିଜେପି ଓ ଆପ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। କେଜରିୱାଲ କହିଛନ୍ତି, ତାଙ୍କ ଦଳ ୫୫ଟି ସିଟ୍ ପାଇବ। ୨୦୨୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି। ସୁରୁଖୁରୁରେ ନିର୍ବାଚନ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ। ଦେଢ଼ କୋଟିରୁ ଅଧିକ ଭୋଟର୍ ଏଥର ନିଜର ପ୍ରତିନିଧି ବାଛିବେ। ଏଥିପାଇଁ ୧୩ ହଜାର ୭୬୬ ଟି ବୁଥ୍ କରାଯାଇଛି। ସେଥି ମଧ୍ୟରୁ ପ୍ରାୟ ୩ ହଜାର ସମ୍ବେଦନଶୀଳ ବୁଥ ଅଛି। ସୁରକ୍ଷା ପାଇଁ ୪୩ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଉଛି। ଏଥିରେ ରହିଛନ୍ତି ୨୨୦ କମ୍ପାନି ଅର୍ଦ୍ଧ ସାମରିକ ବାହିନୀ। ୬୦୦ ରୁ ଅଧିକ ଫ୍ଲାଇଂ ସ୍କ୍ଵାର୍ଡ ବି ରହିଛନ୍ତି। ଦିଲ୍ଲୀ ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟର ପୋଲିସ ମଧ୍ୟ ଆଲର୍ଟ ଅଛନ୍ତି। କାଲି ଭୋଟ ସରିବା ପରେ ୮ ତାରିଖରେ ହେବ ଗଣତି।