spot_img
Home Blog Page 1329

ୟୁକ୍ରେନ ଉପରେ ପ୍ରଥମ ଥର ପାଇଁ ICBM କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ, ଭୟଙ୍କର ମୋଡ଼ରେ ଯୁଦ୍ଧ

ନୂଆଦିଲ୍ଲୀ: ଭୟଙ୍କର ମୋଡ଼ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ । ପ୍ରଥମ ଥର ପାଇଁ ୟୁକ୍ରେନ ବିରୋଧରେ ICBM (ଇଣ୍ଟରକଣ୍ଟିନେଣ୍ଟ ବାଲେଷ୍ଟିକ ମିଜାଇଲ) କ୍ଷେପଣାସ୍ତ୍ର ବ୍ୟବହାର କରିଛି ଋଷ । ଏଥିପାଇଁ ଋଷ RS-26 Rubezh ମିଜାଇଲ ବ୍ୟବହାର କରିଥିବା ଅନୁମାନ କରାଯାଉଛି । ଏଥିରେ ଋଷ, ୟୁକ୍ରେନର ଦିନପ୍ରୋ ସହରକୁ ଟାର୍ଗେଟ କରିଛି । ଯାହାକୁ ଅଷ୍ଟ୍ରାଖାନ ଅଞ୍ଚଳରୁ ଲଞ୍ଚ କରାଯାଇଥିଲା । ୟୁକ୍ରେନ ବାୟୁସେନା ପକ୍ଷରୁ ICBM କ୍ଷେପଣାସ୍ତ୍ର ମାଡ଼ର ସୂଚନା ଦିଆଯାଇଛି । ଏହି ମିଜାଇଲ ବ୍ୟତୀତ କିଞ୍ଜଲ ହାଇପରସୋନିକ ଓ KH-101 କ୍ରୁଜ ମିଜାଇଲରେ ମଧ୍ୟ ଋଷ ଭୟଙ୍କର ଆକ୍ରମଣ କରିଛି । ଏହାଦ୍ବାରା ଗୁରୁତ୍ବପୂର୍ଣ୍ଣ ସ୍ଥାନ, ବିଲ୍ଡିଂ ଓ ପ୍ରୋଜେକ୍ଟର ବହୁତ କ୍ଷତି ହୋଇଥିବା ୟୁକ୍ରେନ ବାୟୁସେନା ସ୍ବୀକାର କରିଛି ।

କ୍ରୁଜ ମିଜାଇଲକୁ ଋଷ ତା’ର ଦୂରଗାମୀ ବମର Tu-95MSରୁ ମାଡ଼ କରିଛି । ଏହି ବମର ବେଲଗୋଗ୍ରାଡ ଅଞ୍ଚଳରୁ ଉଡ଼ାଣ ଭରିଥିଲେ । ସେହିପରି କିଞ୍ଜଳ ହାଇପରସୋନିକ ମିଜାଇଲକୁ ତାମ୍ବୋଭ ଅଞ୍ଚଳାରୁ MiG-31K ଫାଇଟର ଜେଟରୁ ମାଡ଼ କରାଯାଇଥିଲା ।

ଋଷର ଦାବି ବ୍ରିଟେନର ଷ୍ଟ୍ରମ ସ୍ୟାଡୋକୁ ନଷ୍ଟ କଲା

ଏହାରି ଭିତରେ ଋଷ ଦାବି କରିଛି, ତାହାର ଡିଫେନ୍ସ ସିଷ୍ଟମ ଦୁଇଟି ବ୍ରିଟିଶ ଷ୍ଟ୍ରୋମ୍ ସ୍ୟାଡୋ ମିଜାଇଲକୁ ନଷ୍ଟ କରି ଦେଇଛି । ଏହାକୁ ୟୁକ୍ରେନ ଋଷ ଉପରକୁ ମାଡ଼ କରିଥିଲା । ୟୁକ୍ରେନ ପ୍ରଥମ ଥର ଏହି ମିଜାଇଲକୁ ଋଷ ବିରୋଧରେ ବ୍ୟବହାର କରିଥିବା ବେଳେ ଋଷର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରି ଦେଇଛି ।

ୟୁକ୍ରେନ କରିଥିଲା ଋଷ ଆକ୍ରମଣର ପୂର୍ବାନୁମାନ

୨୦ ନଭେମ୍ବରରେ ୟୁକ୍ରେନ ଇଣ୍ଟେଲିଜେନ୍ସି ଋଷ RS-26 Rubezh ମାଡ଼ କରିବାକୁ ଯୋଜନା କରୁଥିବା ଦାବି କରିଥିଲା । ଏହାସହ ୟୁକ୍ରେନ ପକ୍ଷରୁ ଦାବି କରାଯାଇଥିଲା ଯେ, ଏଥିରେ ପରମାଣୁ ବୋମା ବ୍ୟବହାର ହେବନାହିଁ । ହେଲେ କମ ପ୍ରଭାବ ପକାଉଥିବା ପରମାଣୁ ବୋମା ବ୍ୟବହାର କରିପାରେ ଋଷ । ୟୁକ୍ରେନର ଦାବି ସତ ହୋଇଛି । ହେଲେ ଋଷ ଏଥିରେ ପରମାଣୁ ବୋମା ବ୍ୟବହାର କରିନାହିଁ ।

ମୋବାଇଲ ବନ୍ଧକକୁ ନେଇ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

କନ୍ଧମାଳ: ଏକ ମୋବାଇଲ ପାଇଁ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ମଦ୍ୟପ ସ୍ବାମୀ ପତ୍ନୀର ମୋବାଇଲକୁ ବନ୍ଧକ ରଖି ଟଙ୍କା ଖର୍ଚ୍ଚ କରିଦେକାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ଓ ପରେ ଉଭୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡ୍ରୁକିଆ ଗାଁରେ ।

ଅଭିଯୋଗ ଅନୁସାରେ, ବୁଡ୍ରୁକିଆ ଗାଁର ମଝିସାହିରେ ପ୍ରମୋଦ ମଲ୍ଲିକ ଏବଂ ତାଙ୍କ ପତ୍ନୀ ପୁଆରି ମଲ୍ଲିକ ରୁହନ୍ତି । ପ୍ରମୋଦ କୌଣସି କାମଧନ୍ଦା ନକରି ଏଣେ ତେଣେ ବୁଲିବା, ମଦ୍ୟପାନ କରିବା ଆଦି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସବୁଦିନ କଳହ ଲାଗି ରହୁଥିଲା । ଏହାରି ଭିତରେ ପ୍ରମୋଦ, ପୁଆରିର ମୋବାଇଲଟିକୁ ବନ୍ଧକ ରଖି କିଛି ଟଙ୍କା ଆଣି ଖର୍ଚ୍ଚ କରିଦେଇଥିଲେ । ଯାହାକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଦୁଇଟି ଘରୁ ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ପାରିବାରିକ କଳହରୁ ଏପରି ଘଟିଥିବା କୁହାଯାଉଛି । ଖବର ପାଇବା ପରେ ବାଲିଗୁଡ଼ା ପୋଲିସ୍ ଓ ତହସିଲଦାର ପହଁଚି ଶବ ଜବତ କରି ବ୍ୟବଛେଦ ପେଇଁ ପଠାଇଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଫଳାଫଳ ଆସିବା ଆଗରୁ MVAରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ-ଶିବସେନା ଧରାପରା

ମହାରାଷ୍ଟ୍ର :  ବୁଧବାର ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି । ଶନିବାର କରାଯିବ ଭୋଟ ଗଣନା । କିନ୍ତୁ ଏହା ପୂର୍ବରୁ MVAର ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପରସ୍ପର ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ପଦ ଉପରେ କଂଗ୍ରେସ ଦାବିକୁ ଶିବସେନା ପ୍ରତ୍ୟାଖାନ କରିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟେଲ କହିଛନ୍ତି କି, ନୂଆ ମୁଖ୍ୟମନ୍ତ୍ରୀ କଂଗ୍ରେସରୁ ହେବେ, ଅନ୍ୟପଟେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ନିଜ ବିବୃତ୍ତିରେ ପଟେଲଙ୍କ କଥାରେ ସହମତ ନୁହଁନ୍ତି ବୋଲି କହିଛନ୍ତି ।

ନାନା ପଟେଲ ନିଜ ବୟାନରେ କହିଛନ୍ତି ଯେ, ମହାରାଷ୍ଟ୍ରରେ କଂଗ୍ରେସର ନେତୃତ୍ୱରେ ହିଁ ଅଘାଡି ସରକାର ହେବ । ରାଜ୍ୟରେ କଂଗ୍ରେସର ସବୁଠାରୁ ଅଧିକ ବିଧାୟକ ଚୟନ ହେବେ । ଅନ୍ୟପଟେ ତାଙ୍କ ବୟାନକୁ ପ୍ରତ୍ୟାଖାନ କରି ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଏଥିରେ ରାଜି ନୁହେଁ, କେହି ଏହାକୁ ମାନିବେ ନାହିଁ । ଆମେ ସମସ୍ତେ ଏକାଠି ବସି ନିଷ୍ପତ୍ତି ନେବୁ… ଅଘାଡି ସରକାର ଏକାଠି ବସି ଏହାର ନିଷ୍ପତ୍ତି ନେବୁ । ଯଦି ନାନା ପଟେଲଙ୍କୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କହିଛନ୍ତି , ତେବେ ସେ ଏହାକୁ ଘୋଷଣା କରିପାରିବେ ।

ଏହା ପ୍ରଥମ ଘଟଣା ନୁହେଁ ଯେ, ପଟେଲ ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ ଏଭଳି ବାକ୍ୟ ଯୁଦ୍ଧ ଘଟିଛି । ପୂର୍ବରୁ ମଧ୍ୟ ଶିବସେନା ନେତା ସଞ୍ଜୟ ରାଉତ ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଦୃଢ ପ୍ରତିକ୍ରିୟା ଦେଇଥିଲେ। ଯାହାପରେ ମହାବିକାଶ ଅଘାଡିର ବୈଠକ ପୂର୍ବରୁ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ନାନାନ ପଟେଲ ସଞ୍ଜୟ ରାଉତଙ୍କୁ ବୟାନ ଜରିଆରେ ତେରଛାବାଣ ମାରିଥିଲେ । ସେ କହିଥିଲେ, ସଞ୍ଜୟ ରାଉତ ଯାହା ଲେଖିଛନ୍ତି ଏବଂ କହିଛନ୍ତି ତାହା ମୁଁ ଜାଣିନାହିଁ । କିନ୍ତୁ ଆପଣ ସର୍ବଜାନୀନ ଭାବେ ମେଣ୍ଟ ଉପରେ ଏପରି ଅଭିଯୋଗ କରିପାରିବେ ନାହିଁ । ସଞ୍ଜୟ ରାଉତଙ୍କ ବୟାନକୁ ଆମେ ଗ୍ରହଣ କରୁ ନାହୁଁ ।

ବ୍ଲାକ୍ ଲିଷ୍ଟେଡ କମ୍ପାନୀକୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମ ଦିଆଯିବାକୁ ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ବର: ଏକ ବ୍ଲାକ ଲିଷ୍ଟେଡ କମ୍ପାନୀକୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାମର ଟେଣ୍ଡର ଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । କମ୍ପାନୀ ନାଁରେ ମାଳା ମଳା ଅଭିଯୋଗ ଥିବା ବେଳେ କେଉଁଠି କାମ କରିଛି ତାହା ଭୁଶୁଡ଼ିଛି । ଏମିତି ସ୍ଥିତିରେ କମ୍ପାନୀକୁ ମେଟ୍ରୋ ପ୍ରକଳ୍ପ କାମ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଦଳ ପକ୍ଷରୁ କାମ ନେଇଥିବା ଠିକା କମ୍ପାନୀର ଇତିହାସ ନେଇ ଚିଠା ଜାରି କରାଯାଇଛି । ଏଥିରେ କୁହାଯାଇଛି, ଭୁବନେଶ୍ୱର ମେଟ୍ରୋ କାମ ରଞ୍ଜିତ ବିଲ୍ଡକନ୍ ନାମକ ଏକ ସଂସ୍ଥାକୁ ଦିଆଯାଇଛି । ଯେଉଁ ରାଜ୍ୟରେ କମ୍ପାନୀ କାମ କରିଛି ସବୁ ଭୁଶୁଡିଛି । କମ୍ପାନୀ ନାମରେ ମାଳମାଳ ମାମଲା ହୋଇଛି । ଯାହା ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ । ଏହି କମ୍ପାନୀ ନାଁରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଚେନ୍ନାଇରେ କେସ ଚାଲିଛି । ଏହି କମ୍ପାନୀ ଯେଉଁଠି କାମ କରିଛି ସେଠି ପୋଲ ଭୁଶୁଡ଼ିଛି ନହେଲେ ଅର୍ଥ ଆତ୍ମସାତ କରିଛି ।  ସେଭଳି ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଓଡ଼ିଶା ସରକାର ମେଟ୍ରୋ କାମ ଦେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ତେଣୁ ତୁରନ୍ତ ରଞ୍ଜିତ ବିଲ୍ଡକନ ଟେଣ୍ଡର ବାତିଲ କରାଇ ରାଜ୍ୟ ସରକାର ନୂଆ ଟେଣ୍ଡର କରନ୍ତୁ । ଯେଉଁ କମ୍ପାନୀ ନାଁରେ କେସ ନାହିଁ ସେଭଳି କମ୍ପାନୀକୁ ଟେଣ୍ଡର କରି କାମ ଦିଆଯାଉ । ନହେଲେ କଂଗ୍ରେସ ଏହାକୁ ବିରୋଧ କରିବ । କାମ କରିବାକୁ ଦିଆଯିବନି ।

ଦଳ ପକ୍ଷରୁ କୁହାଯାଇଛଇ ରଞ୍ଜିତ ବିଲ୍ଡକନ୍ ଏକ ଗୁଜରାଟ କମ୍ପାନୀ । ଏହି କମ୍ପାନୀ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି । ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି ।

ମହିଳା କମିଶନଙ୍କୁ ଭାଙ୍ଗିବା ଓ ସଦସ୍ୟଙ୍କୁ ବରଖାସ୍ତ କରାଯିବା ପ୍ରସଙ୍ଗରେ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ରାଜ୍ୟ ମହିଳା କମିଶନକୁ ଭାଙ୍ଗି ଅଧ୍ଯକ୍ଷା ଓ ସଦସ୍ଯାଙ୍କୁ ବରଖାସ୍ତ କରିବା ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୧ ତାରିଖ ହେବ । ଏହି ସମୟ ମଧ୍ଯ୍ଯରେ କୌଣସି ନୂଆ ନିଯୁକ୍ତି ନ କରିବାକୁ ଖଣ୍ଡପୀଠ ରାଜ୍ଯ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଯଦି କମିଶନଙ୍କ କାର୍ଯ୍ଯ ସନ୍ତୋଷଜନକ ନଥିଲା ତେବେ ଫରଫରମାନ୍ସ ଆପ୍ରାଇଜଲ କାର୍ଡ ମଧ୍ୟ ଦେଖାଇବାକୁ ସରକାରଙ୍କୁ କହିଛନ୍ତି । ଗତ ଅକ୍ଟୋବର ୨୮ ତାରିଖରେ କମିସନଙ୍କୁ କାରଣ ଦର୍ଶାଅ ନୋଟିସ ଓ ପରେ ଅକ୍ଟୋବର ୯ ତାରିଖରେ ପଦଚ୍ଯୁତ ସମ୍ପର୍କିତ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ । ଏହାକୁ ଚ୍ଯାଲେଞ୍ଜ କରି ପଦଚ୍ଯୁତ ହୋଇଥିବା ତିନି ଜଣ ସଦସ୍ଯା ବିଜୟ ବରୁଆ, ସ୍ଵର୍ଣ୍ଣଲତା ସାମଲ ଏବଂ ବବିତା ସ୍ଵାଇଁ ହାଇକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଥିଲେ ।

ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର, ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ବଢୁଛି ଅତ୍ୟାଚାର : ବିଜେଡି

ଭୁବନେଶ୍ବର :  ରାଜ୍ୟ ସରକାର ଓ ବିଜେପି ଉପରେ ବର୍ଷିଲା ବିଜେଡି । ରାଜ୍ୟ ସରକାର ଓ ବିଜେପି ଉପରେ ମହିଳା,ନାବାଳିକା ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ତଥା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର  । ଦିନକୁ ଦିନ ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ବଢୁଛି ଅତ୍ୟାଚାର । ନବୀନ ପଟ୍ଟନାୟକଙ୍କ ସମୟର ସାମାଜିକ ସୁରକ୍ଷା ଏହି ସରକାରରେ ତଳକୁ ଖସିଲାଣି । କିଛି ଦିନ ହେବ ବଲାଙ୍ଗୀରରେ ଛୁଆ ଓ ମହିଳା ଅତ୍ୟାଚାର ଖବର ଆସୁଛି । ଖପ୍ରାଖୋଲ ବ୍ଲକରେ ଛୁଆ ବିକ୍ରି ଖବର ଆସିଛି । ଏହା ପୁଣି ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ । ବ୍ରହ୍ମପୁରରେ ମଧ୍ୟ ଛୁଆ ବିକ୍ରି ହୋଇଛି । ବୋଙ୍ଗାମୁଣ୍ଡାରେ ଆଦିବାସୀ ମହିଳା ଉପରେ ଅତ୍ୟାଚାର ହୋଇଛି  । ହେଲେ ବିଜେପି ସରକାର ଆଇନ ଶୃଙ୍ଖଳା ରକ୍ଷା ପାଇଁ କିଛି କରି ପାରୁନାହାନ୍ତି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ ।

ଅନ୍ୟପଟେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ନୂଆ ସରକାର ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡିଛି ଓ ସରକାର ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି,  ବିଜେପି ସାରା ଦେଶରେ ସୋସିଆଲ ଇଞ୍ଜିନିଅରିଙ୍ଗ କରୁଛି । ବିଭାଜନ କରି ଭୋଟ ନେଉଛି । ହେଲେ ସାମାଜିକ ନ୍ୟାୟ ଦେବାରେ ବିଫଳ । ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଲାଣି । ବୋଙ୍ଗାମୁଣ୍ଡା ଥାନା ଅନ୍ତର୍ଗତରେ ଜଣେ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର, ମାଡ଼ ଓ ବିଷ୍ଟା ଖୁଆଇବା ନିନ୍ଦନୀୟ । ପାଟଣାଗଡ଼ ଖପ୍ରାଖୋଲରେ ସାମାଜିକ ନ୍ୟାୟ ନ ପାଇ ଶିଶୁ ବିକ୍ରି କଲେ । ଟିଟିଲାଗଡ଼ରେ ବିଜେପି ବିଧାୟକ ନବୀନ ଜୈନ ଜଣେ ନାବାଳିକା ଦଳିତ ଝିଅର ଜୋରଜବରଦସ୍ତ ବିବାହରେ ସମ୍ପୃକ୍ତ ଅଛନ୍ତି । ନୀଳଗିରି, ରେମୁଣାରେ ନାବାଳିକା ଧର୍ଷଣ ହୋଇଛି । ବଲାଙ୍ଗୀର ହେଉଛି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓଙ୍କ ଜିଲ୍ଲା । ତଥାପି ସେ  ଚୁପ ଅଛନ୍ତି । ଆଉ ଜଣେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ଜଣେ ମହିଳା । ଏ ସବୁ ଘଟଣା ମହିଳାଙ୍କ ଉପରେ ଉତ୍ପୀଡନର କଥା  । ତଥାପି ସେ ଚୁପ ଅଛନ୍ତି । ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରେ ଭଗୋଡାଙ୍କ ସହ ଭେଟୁଛନ୍ତି । ସେମାନଙ୍କ ନାଁରେ NBW ଜାରି ହୋଇଛି ଓଡ଼ିଶାରେ । ସେମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଛାଡି ସିଙ୍ଗାପୁର ଯାଇଛନ୍ତି । ଟିକସ ଦାତାଙ୍କ ପଇସାରେ ବିଦେଶ ବୁଲିବା ନିନ୍ଦନୀୟ । ଯଦି ବୁଲିବେ, ନିଜ ପଇସାରେ ବୁଲନ୍ତୁ । ଉପ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର କଥା ଉପରେ ବି ନ୍ୟାୟ ଦେବାର ପ୍ରତିଶୃତି ଦେଇ ନାହାନ୍ତି । ବିଜେପି ଆସିବାରେ ଅପରାଧୀଙ୍କ ସାହସ ବଢୁଛି । କାରଣ ସେମାନେ ଜାଣିଛନ୍ତି ଏଠି ପୋଲିସ କିଛି କରିବ ନାହିଁ । ବିଜେପି ଓଡ଼ିଶାକୁ ନ୍ୟାୟ ଦେଉନି । କେବଳ ପ୍ରତୀକ ଭାବେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ବସାଯାଇଛି ।  ହେଲେ ଆଦିବାସୀଙ୍କ ଜମି, ଖଣି, ପାହାଡ଼, ଜଙ୍ଗଲ ବିକିବାରେ ଚାଲିଛି ବିଜେପି । ଯଦି ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ, ଏହା ସ୍ୱାଗତଯୋଗ୍ୟ । ହେଲେ ୨୪ ପ୍ରତିଶତ ଆଦିବାସୀଙ୍କୁ ନ୍ୟାୟ ମିଳିବା ଦରକାର । ନ ହେଲେ ଭୋଟ ପାଇଁ ରବର ଷ୍ଟାମ୍ପ ହୋଇ ମୁଖ୍ୟମନ୍ତ୍ରୀ ରହିଯିବେ ।  ନ୍ୟାୟ ନ ମିଳିଲେ ରାଜରାସ୍ତାରେ ଆନ୍ଦୋଳନ କରିବ ବିଜେଡି ।

ଗୌତମ ଆଦାନୀଙ୍କୁ ଗିରଫ କର : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କ ଗିରଫ ଦାବି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରେସମିଟ କରି ରାହୁଲ କେନ୍ଦ୍ର ସରକାର ଓ ଗୌତମ ଆଦାନୀଙ୍କ ମଧୁଚନ୍ଦ୍ରିକାକୁ ଟାର୍ଗେଟ କରିଛନ୍ତି । ବିଜେପିର ଏକ ହୈ ତୋ ସେଫ ହୈ ନାରାକୁ ନେଇ କଟାକ୍ଷ କରିଛନ୍ତି ରାହୁଲ । କେନ୍ଦ୍ର ସରକାର ଓ ଆଦାନୀ ଏକ ହୋଇଥିବାରୁ ସେମାନେ ଏବେ ସୁରକ୍ଷିତ । ଦେଶରେ ଆଦାନୀଙ୍କର କେହି କିଛି କରିପାରିବେ ନାହିଁ । ଯେଉଁଠି ଜଣେ ମୁଖ୍ଯମନ୍ତ୍ରୀ ୧୦ରୁ ୧୫ କୋଟି ହଡ଼ପ ଅଭିଯୋଗରେ ବନ୍ଧା ହୋଇଯାଉଛନ୍ତି ସେଇଠି ଆଦାନୀ ଦୁଇ ହଜାର କୋଟି ସ୍କାମ କରି ନିର୍ଭୟରେ ବିଚରଣ କରୁଛନ୍ତି । ଏହା କି ପ୍ରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଆମେରିକାରେ ଆଦାନୀ ଅପରାଧ କରିଛନ୍ତି । ସୌର ଯୋଜନାରେ ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ  ଆଦାନୀ ଓ ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ-ଏସଇସି ପକ୍ଷରୁ ଏହି ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି । ଏହାକୁ ନେଇ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଜେପିକୁ ଘେରିଛନ୍ତି ବିରୋଧୀ। ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗୃପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି । ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସ୍ଇସି। ଏହାକୁ ନେଇ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହାପରେ ଉଭୟ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି। ଅନ୍ଯପଟେ ଏ ନେଇ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ପରଠାରୁ ସେୟାର ତଳମୁହାଁ ହୋଇଚାଲିଛି ।

ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ। କାମ ନେଇଥିବା ଠିକା କମ୍ପାନୀର ଇତିହାସ ନେଇ ଜାରି କଲା ଚିଠା। ଯେଉଁ ରାଜ୍ୟରେ କମ୍ପାନୀ କାମ କରିଛି ସବୁ ଭୁଶୁଡିଛି। କମ୍ପାନୀ ନାମରେ ମାଳମାଳ ମାମଲା ହୋଇଛି। ଭୁବନେଶ୍ୱର ମେଟ୍ରୋ କାମ ରଞ୍ଜିତ ବିଲ୍ଡକନ୍ ନାମକ ଏକ ସଂସ୍ଥାକୁ ଦିଆଯାଇଛି। ଯାହା ଏକ ବ୍ଲାକ ଲିଷ୍ଟେଡ୍ କମ୍ପାନୀ। ଏହି କମ୍ପାନୀ ନାଁ ରେ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଚେନ୍ନାଇ ଭଳି ରାଜ୍ୟରେ କେସ ଚାଲିଛି। ଏହି କମ୍ପାନୀ ଯେଉଁଠି କାମ କରିଛି ସେଠି ପୋଲ ଭୁଶୁଡ଼ିଛି ନହେଲେ ଅର୍ଥ ଆତ୍ମସାତ କରିଛି।  ସେଭଳି ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଓଡ଼ିଶା ସରକାର ମେଟ୍ରୋ କାମ ଦେଇ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ ତୁରନ୍ତ ରଞ୍ଜିତ ବିଲ୍ଡକନ ଟେଣ୍ଡର ବାତିଲ କରାଯାଉ। ନୂଆ ଟେଣ୍ଡର କରନ୍ତୁ। ଯେଉଁ କମ୍ପାନୀ ନାଁରେ କେସ ନାହିଁ ସେଭଳି କମ୍ପାନୀକୁ ଟେଣ୍ଡର କରି କାମ ଦିଆଯାଉ। ନହେଲେ କଂଗ୍ରେସ ଏହାକୁ ବିରୋଧ କରିବ । କାମ କରିବାକୁ ଦିଆଯିବନି। ରଞ୍ଜିତ ବିଲ୍ଡକନ୍ ଏକ ଗୁଜରାଟ କମ୍ପାନୀ। ଏହି କମ୍ପାନୀ ବିଜେପିକୁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଇଲେକ୍ଟ୍ରୋରାଲ ବଣ୍ଡ ଦେଇଛି। ସେଥିପାଇଁ ବିଜେପି ନେତାଙ୍କ ପ୍ରରୋଚନାରେ ରାଜ୍ୟ ସରକାର କଳାତାଲିକା ଭୁକ୍ତ କମ୍ପାନୀକୁ କାମ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛି କଂଗ୍ରେସ।

WWE ରିଙ୍ଗରେ ଯାହାଙ୍କୁ ଟ୍ରମ୍ପ୍ ଲଣ୍ଡା କରିଥିଲେ,ତାଙ୍କ ପତ୍ନୀଙ୍କୁ କଲେ ଶିକ୍ଷାମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ନିଷ୍ପତ୍ତି ନେଉଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଉଛି । ଟ୍ରମ୍ପ ମଙ୍ଗଳବାର ଦିନ WWEର ପୂର୍ବତନ ସିଇଓ ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷାମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି । କଥା ହେଉଛି, ଲିଣ୍ଡା ମ୍ୟାକମୋହନଙ୍କ ସ୍ବାମୀଙ୍କୁ  WWE ରିଙ୍ଗରେ ସମସ୍ତଙ୍କ ସାମ୍ନାରେ ଟ୍ରମ୍ପ ଲଣ୍ଡା କରିଥିଲେ । ଯାହାର ଫଟୋ ଆଉ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏକ ବିବୃତ୍ତି ଟ୍ରମ୍ପ କହିଛନ୍ତି,ଆମେ ରାଜ୍ୟକୁ ଭଲ ଶିକ୍ଷା ଦେବୁ, ଆଉ ଏହି ପ୍ରୟାସର ନେତୃତ୍ବ ଲିଣ୍ଡା ନେବେ । ତାଙ୍କୁ ସରକାରରେ ପ୍ରାୟ ୪୦୦୦ ପଦବୀ ପୂରଣ କରିବାର ଦାୟିତ୍ବ ଦିଆଯାଇଛି । ଶିକ୍ଷା କ୍ଷେତ୍ରରେ ମ୍ୟାକମୋହନଙ୍କ  ଅଭିଜ୍ଞତା ବିଷୟରେ ଟ୍ରମ୍ପ କହିଛନ୍ତି କନେକ୍ଟିକଟ୍ ବୋର୍ଡ ଅଫ ଏଜୁକେସନରେ ତାଙ୍କର ଦୁଇ ବର୍ଷର କାର୍ଯ୍ୟକାଳ ଓ ଘରୋଇ କ୍ୟାଥୋଲିକ ସ୍କୁଲ ସିକ୍ରେଡ ହାର୍ଟ ୟୁନିଭରସିଟିର ଟ୍ରଷ୍ଟି ବୋର୍ଡରେ ତାଙ୍କର ୧୬ ବର୍ଷର କାର୍ଯ୍ୟକାଳ ବିଷୟରେ ଉଲ୍ଲେଖ କରିଛନ୍ତି ।

ଟ୍ରମ୍ପ ଲିଣ୍ଡାଙ୍କ ପରିବାରକୁ ବହୁତ ନିକଟରୁ ଜାଣିଛନ୍ତି । ୧୯୮୦ ଦଶକରେ ଲିଣ୍ଡାଙ୍କ ପତି ବିସ ମ୍ୟାକମୋହନ WWE ରେସଲମାନିଆ ୪  ଏବଂ ୫କୁ ପ୍ରୟୋଜିତ କରିଥିଲେ । ଏହି ମେଗା ଇଭେଣ୍ଟଗୁଡିକ ଆଟଲାଣ୍ଟିକ୍ ସିଟିର ଟ୍ରମ୍ପ ପ୍ଲାଜାରେ ଆୟୋଜିତ ହୋଇଥିଲା  । ଏହା ପରେ, ୨୦୦୭ ରେ ରେସଲେମାନିଆ ୨୩ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା,  ​​ଯାହାକୁ କେହି ଆଶା କରିନଥିବେ  । ୧ ଏପ୍ରିଲ ୨୦୦୭ ରେ ଟ୍ରମ୍ପ ଭିନ୍ସ ମ୍ୟାକମୋହନଙ୍କୁ ଲଣ୍ଡା କରିଥିଲ । ଝଗଡା ସେତେବେଳେ ଆରମ୍ଭ ଯେତେବେଳେ ଶୋମ୍ୟାନ୍ ଡୋନାଲ୍ଡ ଟ୍ରମ୍ପ ଜନତାଙ୍କ ମଧ୍ୟରେ ଟଙ୍କା ପିଙ୍ଗିଥିଲେ ।  ଯେଉଁଠାରେ ଉଭୟ ବିଲିୟନେୟାର ସେମାନଙ୍କ ତରଫରୁ ଲଢିବା ପାଇଁ WWE ରେସଲର ଚୟନ କରିଥିଲେ | ବବି ଲଶଲିଙ୍କ ଉପରେ ଟ୍ରମ୍ପ ଭରଷା କରିଥିବାବେଳେ ମ୍ୟାକମାହନ୍ ଉମାଗାଙ୍କୁ ସମର୍ଥନ କରିଥିଲେ । ସର୍ବସାଧାରଣରେ ହାରିଯାଇଥିବା ବ୍ୟକ୍ତିଙ୍କୁ ଲଣ୍ଡା କରାଯାଇଥିଲା ।

ବନ୍ଧା ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

ସୁବର୍ଣ୍ଣପୁର : ବନ୍ଧା ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ତାଙ୍କୁ ଗିରଫ କରିଛି। ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁରେଶ ପାଣିଗ୍ରାହୀଙ୍କ ସୋନପୁର ଭଡା ଘର, ଅଫିସରେ ରେଡ୍ ହୋଇଥିଲା। ବଲାଙ୍ଗୀର ତୁଳସୀ ନଗର ଘର, ସୋନପୁରରେ ଥିବା ଅଫିସ, ବରଗଡ ବିଜେପୁରରେ ଥିବା ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସୋନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନରେ ଥିବା ଭଡ଼ାଘରେ ରେଡ୍ କରିଥିଲା ଭିଜିଲାନସ ।  ତାଙ୍କର ୨ଟି ବିଲଡିଂ, ୪ ଏକରର ଏକ ଫାର୍ମ ହାଉସ୍‌, ସେଥିରେ ରହିଛି ୫୦୦ ଶାଗୁଆନ ଗଛ, ୧୯ଟି ପ୍ଲଟ । ଏଥି ମଧ୍ୟରୁ ବରଗଡ଼ରେ ୧୧ଟି, ୩ଟି ଭୁବନେଶ୍ଵରରେ, ୪ଟି ସମ୍ବଲପୁରରେ ଅଛି। ଏହା ସହିତ ୧ କୋଟି ୭୨ ଲକ୍ଷ ଟଙ୍କାର ଜମା, ଦେଢ଼ ଲକ୍ଷ ନଗଦ ମିଳିଥିଲା। ଏହା ପରେ ଭିଜିଲାନସ ତାଙ୍କୁ ଗିରଫ କରିଛି । ଆଜି କୋର୍ଟରେ ହାଜର କରାଯିବ।