ଧର୍ମଶାଳା ଫାର୍ମହାଉସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାକୁ ନେଇ ପୋଲିସକୁ ଦାୟୀ କଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପୋଲିସ ପ୍ରଶାସନ ସଜାଗ ଥିଲେ ଧର୍ମଶାଳାରେ ଏଭଳି ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ପ୍ରମିଳା । ସିଧାସଳଖ ଥାନା ଅଧିକାରୀ ଓ ଏସ୍ପିଙ୍କୁ ଦାୟୀ କରିଛନ୍ତି ପ୍ରମିଳା । କହିଲେ ବିଜେପି ପୋଲିସକୁ ଧରି ରାଜନୀତି କରୁଛି । କେବଳ ଚାରିଜଣ ନୁହେଁ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଗିରଫ ନକଲେ ବିଜେଡି ନିଜ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଚେତାବନୀ ଦିଆଯାଇଛି ।
ଆଇପିଏଲ ଅକ୍ସନ ୨୦୨୬ : କିଣା ହେଲେନି ଏହିବସୁ ବଡ଼ ଖେଳାଳି
ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଭାବେ ଜଣାଶୁଣା ଆଇପିଏଲ । ଆଇପିଏଲ ୨୦୨୬ ପାଇଁ ଚାଲିଛି ଅକ୍ସନ । ଚଳିତ ଅକ୍ସନରେ ବହୁ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ବହୁ ବଡ଼ ବଡ଼ ଖେଳାଳି ଅନସୋଲ୍ଡ ରହିଛନ୍ତି । ସେପଟେ କେମରୁନ୍ ଗ୍ରୀନଙ୍କୁ ୨୫.୨୦ କୋଟି ଏବଂ ପଥିରାନାଙ୍କୁ ୧୮ କୋଟିରେ କିଣିଛି କୋଲକାତା ନାଇଟ ରାଇଡର୍ସ । ଏହି ଦୁଇ ଦାମୀ ଖେଳାଳିଙ୍କୁ କୋଲକାତା ନିଜ ଦଳରେ ସାମିଲ କରିଛି । ତେବେ ଆସନ୍ତୁ ନଜର ପକାଇଲା ଅନସୋଲ୍ଡ ରହିଥିବା ଖେଳାଳିଙ୍କ ଉପରେ..
ଶେଷ ଖବର ସୁଦ୍ଧା କିଣା ହୋଇନଥିବା ଖେଳାଳି
ପୃଥୀ ଶ’
ଡେଭନ କନଓ୍ବେ
ସର୍ଫରାଜ ଖାନ
ରଚିନ ରବିନ୍ଦ୍ର
ଲିଆନ ଲିଭିଙ୍ଗଷ୍ଟନ୍
ଜନି ବେୟାରଷ୍ଟ୍ର
ଜେମି ସ୍ମିଥ୍
ରହମଦୁଲ୍ଲା ଗୁରବାଜ୍
ଶିଭମ ମାଭି
ତିକ୍ଷାଣା
ମାଲକାନଗିରି ହିଂସା ଘଟଣା: ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କଲା ବିଜେଡି ଟିମ୍
ମାଲକାନଗିରି ହିଂସା ପ୍ରସଙ୍ଗ। ଏମଭି ୨୬ ଓ ରାଖେଲଗୁଡାରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ବିଜେଡିର ୭ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ। ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଏହି ଟିମ ଘଟଣାସ୍ଥଳକୁ ଗସ୍ତ କରିଥିଲା। ତୃଣମୂଳ ସ୍ତରରେ ସ୍ଥିତି ଅନୁସନ୍ଧାନ କର ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବ ଟିମ୍। ଏହି ଟିମରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ପ୍ରଦୀପ ମାଝୀ ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,ବିଜେଡି ନେତା ତଥା କେସିସି ବ୍ୟାଙ୍କ ସଭାପତି ଈଶ୍ୱର ପାଣିଗ୍ରାହୀ , ମାଲକାନଗିରିର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମି ଏବଂ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ। ମାଲକାନଗିରି ଜିଲ୍ଲାର ଆଦିବାସୀ ସମାଜ ଓ ବଙ୍ଗାଳୀ ସମାଜର କର୍ମକର୍ତ୍ତା, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ଟିମ। ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ମାନସ ମାଡକାମୀ।
ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟ ତାରକା ଅର୍ଜୁନ ରଣତୁଙ୍ଗା ହୋଇପାରନ୍ତି ଗିରଫ
ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟ ତାରକା ଅର୍ଜୁନ ରଣତୁଙ୍ଗା ହୋଇପାରନ୍ତି ଗିରଫ। ମନ୍ତ୍ରୀ ଥିବାବେଳେ ହୋଇଥିବା ତୈଳ ଦୁର୍ନୀତି ମାମଲାରେ ସେ ହୋଇପାରନ୍ତି ଗିରଫ। ଏହି ଦୁର୍ନୀତି ଯୋଗୁ ଶ୍ରୀଲଙ୍କା ରାଜକୋଷରୁ ୮୦୦ ନିୟୁତ ଟଙ୍କା କ୍ଷତି ଘଟିଥିଲା ବୋଲି ଅଭିଯୋଗ ହୋଇଥିଲା। ସିଲନ ପେଟ୍ରୋଲିୟମ କର୍ପୋରେସନ ବା ସିପିସି ଏହି କ୍ଷତି ସହିଥିଲା। ସ୍ପଟ ଟେଣ୍ଡରରେ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ବି ସାମିଲ ଅଛନ୍ତି ଅର୍ଜୁନଙ୍କ ଭାଇ ଧମିକା। ତାଙ୍କୁ ପ୍ରଥମ ଅଭିଯୁକ୍ତ ଦର୍ଶାଯାଇଛଇ। ସିଲନ ପେଟ୍ରୋଲିୟମ କର୍ପୋରେସନର ଅଧ୍ୟକ୍ଷ ଧମିକା ଥିବାବଳେ ଅର୍ଜୁନ ରଣତୁଙ୍ଗା ଥିଲେ କେନ୍ଦ୍ର ପେଟ୍ରୋଲିୟମ ସମ୍ପଦ ବିକାଶର ମନ୍ତ୍ରୀ। ଧମିକାଙ୍କୁ ୧ ନିୟୁତ ଟଙ୍କା ବଦଳରେ ଜାମିନ ଦିଆଯାଇଛି। ଅଭିଯୋଗ ଅନୁସାରେ ୨୦୧୭-୨୦୧୮ ବର୍ଷ ଲାଗି ସିପିସି ପକ୍ଷରୁ ଦୀର୍ଘସୂତ୍ରୀ ଟେଣ୍ଡର ଆହ୍ବାନ କରାଯାଇଥିଲା। ମାତ୍ର ଅଧିକ ଦରରେ ପଡିଥିବା ଟେଣ୍ଡରକୁ ମଞ୍ଜୁରୀ ମିଳିଥିଲା। ଏହି ଦୁର୍ନୀତି ଯୋଗୁ ରାଜକୋଷ ୮୦୦ ନିୟୁତ ଡଲାର କ୍ଷତି ସହିଥିଲା।

