spot_img
Home Blog Page 132

ପୁରୀ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ

ପୁରୀ : ଗତକାଲି ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ ଘଟଣା ଘଟିଯାଇଛି । ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରି ଟ୍ରାନସଫରମରରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲେ । ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାନସଫରମରରେ ନିଆଁ ଲାଗି ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ଘଟଣାରେ ଟ୍ରାନ୍ସଫରମରଟି ଜଳି ପୋଡି ନଷ୍ଟ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ନିଆଁ ବ୍ୟାପିବା ପୂର୍ବରୁ ଆୟତ କରାଯାଇଥିଲା । ତେବେ ସଟସର୍କିଟ ଯୋଗୁଁ ଟ୍ରାନସଫରମରରେ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ହେତୁ ଅଗ୍ନିକାଣ୍ଡ ଘଟିଛି ସେନେଇ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି

ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ, ଫେଲ ମାରିଛି CMCର ଥଇଥାନ ନୀତି

ନନ୍ଦିଘୋଷ ବ୍ୟୁରୋ: କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଭିକ୍ଷୁକ ସଂଖ୍ୟା । ସମସ୍ତ ଧାର୍ମିକ ସ୍ଥଳ ଓ ସର୍ବସାଧାରଣ ସ୍ଥାନରୁ ଭିକ୍ଷୁକଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖିଥିଲା କଟକ ମହାନଗର ନିଗମ । କିନ୍ତୁ ଦୁଇ ବର୍ଷ ହେଲା ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ଥିବାରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନି । ଯାହାକୁ ନେଇ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ ।

ଅଧାରେ ଅଟକିଛି ଭିକ୍ଷୁକ ମୁକ୍ତ କଟକ ଅଭିଯାନ । ଫେଲ ମାରିଛି ସିଏମସିର ଭିକ୍ଷୁକ ଥଇଥାନ ନୀତି । ବହୁ ଉଦ୍ୟମ ପରେ ବି ସଫଳ ହେଉନି ପ୍ରୟାସ । କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ଗୋଷ୍ଠୀଙ୍କ ଅସହଯୋଗ ମୁଖ୍ୟ କାରଣ । କଟକ ସହରକୁ ଭିକ୍ଷୁକ ମୁକ୍ତ କରିବା ନିମନ୍ତେ ସିଏମସି ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା । ସବୁ ଧାର୍ମିକ ତଥା ସର୍ବସାଧାରଣ ସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ସ୍ରୋତରେ ସାମିଲ କରାଯିବାକୁ ଲକ୍ଷ୍ୟ ରହିଥିଲା । ଏଥିପାଇଁ ବିଭିନ୍ନ ବେସରକାରୀ ସଂସ୍ଥାଙ୍କୁ ଦାୟିତ୍ଵ ମଧ୍ଯ ଦିଆଯାଇଥିଲା । କିନ୍ତୁ ଗତ ଦୁଇବର୍ଷ ଧରି ସହରରେ ଭିକ୍ଷୁକ ଚିହ୍ନଟ ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ବିଭିନ୍ନ ମନ୍ଦିର ଓ ସର୍ବସାଧାରଣ ସ୍ଥାନରେ ଭିକ୍ଷୁକ ସଂଖ୍ୟା ବୃଦ୍ଧି ପାଉଥିବା ସହରବାସୀ ଅଭିଯୋଗ କରିଛନ୍ତି ।

କଟକ ମହାନଗର ନିଗମ ପକ୍ଷରୁ ଭିକ୍ଷୁକଙ୍କ ପାଇଁ ସହରରେ ତିଆରି ହୋଇଛି ୩ଟି ପୁନର୍ବାସ କେନ୍ଦ୍ର । ଜଗତପୁରଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ କେନ୍ଦ୍ର ଥିବାବେଳେ ୪୨ ମୌଜାର ବେଣ୍ଟକାର ଓ କଟକ ସଦର ଭାଣପୁରଠାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଆନନ୍ଦାଳୟ ବନ୍ଦାଳୟ ଖୋଲା ଯାଇଛି । ପୂର୍ବରୁ ପ୍ରତି ଦୁଇ ସପ୍ତାହରେ ୩ ଥର ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ଆନନ୍ଦାଳୟକୁ ଅଣାଯାଇ ସେମାନଙ୍କୁ ଖାଦ୍ୟ ପାନୀୟ ଓ ରହଣି ଖର୍ଚ୍ଚ ଯୋଗାଇ ଦେଉଥିଲେ ସରକାର । କିନ୍ତୁ କାର୍ଯ୍ଯାନୁଷ୍ଠାନ ଓ ଦାୟିତ୍ବରେ ଥିବା ଗୋଷ୍ଠୀର ଆନ୍ତରିକତା ଅଭାବରୁ ଏହା କାର୍ଯ୍ଯକ୍ଷମ ହୋଇ ପାରୁ ନଥିବା କହିଛନ୍ତି ମେୟର ।

ବାରରେ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ମ୍ୟାନେଜର ଅଟକ

ବାରରେ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ମ୍ୟାନେଜର ଅଟକ

ନନ୍ଦିଘୋଷ ବ୍ୟୁରୋ: ଜନପଥର ଜନଗହଳିପୂର୍ଣ୍ଣ ସ୍ଥାନରେ ନିୟମକୁ ଜଳାଞ୍ଜଳି । ରାତି ଅଧରେ ଛାତି ଥରାଇ ଦେଇ ବାଜୁଥିଲା ଡିଜେ । ଖବର ପାଇ ଅତର୍କିତ ଚଢ଼ାଉ କଲା ଅବକାରୀ ବିଭାଗ । ମହଙ୍ଗା ପଡ଼ିଲା ଷ୍ଟ୍ରାଇକିଂ ଟିମକୁ ମରଣାନ୍ତକ ଆକ୍ରମଣ । ପ୍ରେମ ନିଶା ସାଙ୍ଗକୁ ମଦ ନିଶା। ଭାଲେଣ୍ଟାଇନ ଡେ’ ସେଲିବ୍ରେସନ କରିବା ସହ ଯୁବପୀଢ଼ିଙ୍କୁ ନିଶାର ଆସର ଦେଇ ମତୁଆଲା କରିଥିଲା OD O2 ବାର । କିନ୍ତୁ ଭୁଲିଯାଇଥିଲା ସମୟ ସୀମା । ରାତି ସାଢେ ୨ଟା ପର୍ଯ୍ୟନ୍ତ ଡିଜେ ସାଙ୍ଗକୁ ଚାଲିଥିଲା ମଦର ଆସର । କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ରାଜଧାନୀ ଭୁବନେଶ୍ବର ଖାରବେଳନଗର ଥାନାଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା ଏହି ବାର ସମସ୍ତ ନିୟମ କାନୁନର ଉଡାଇଥିଲା ଧଜ୍ଜିଆ । ଖବର ପାଇ ପହଞ୍ଚିଥିଲା ଅବକାରୀ ବିଭାଗ । ଯାଞ୍ଚ ସମୟରେ ଅବକାରୀ ବିଭାଗର ଷ୍ଟ୍ରାଇକିଂ ଟିମକୁ ରୋକିବାକୁ ଚେଷ୍ଟା କରିଥିଲେ ବାର କର୍ତ୍ତୃପକ୍ଷ । ଡିଜେ ବନ୍ଦ କରିବା ବଦଳରେ ଓଲଟା ଅବକାରୀ ବିଭାଗର ଅଫିସରଙ୍କୁ ଆକ୍ରମଣ କରିଥିଲେ ।

ଅବକାରୀ ସୁପରିଟେନଣ୍ଡେଣ୍ଟଙ୍କୁ ‘ହୁ ଆର ୟୁ’ କହିବା ସହ ପୋଲିସ ଉପସ୍ଥିତିରେ ଠେଲାପେଲା କରିଥିଲେ । ବାଉନସର ମଧ୍ୟ ନିଜ ସୀମା ଭୁଲିଯାଇ ବାହୁବଳ ଦେଖାଇଥିଲେ । ଏପରିକି ଅଫିସରଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥିଲେ । ଖାରବେଳନଗର ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ବାର ମ୍ୟାନେଜର ଅବିନାଶ ସାହୁଙ୍କୁ ଅଟକ ରଖିଛି । ଅସ୍ଥାୟୀ ଭାବେ ବାରକୁ ସିଲ କରାଯାଇଛି । ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ସିସିଟିଭି ହାର୍ଡଡିସ୍କ ମଧ୍ୟ ଜବତ କରାଯାଇଥିବା କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ ।

ଅଧିକାଂଶ ବାର ଓ ପବ୍ ଗୁଡିକ ରାତି ତମାମ ଖୋଲୁଛି । ଖବର ମିଳିଲେ ଆକ୍ସନ ନିଆଯାଉଛି । କିନ୍ତୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନହେବାରୁ ରାତି ବଢ଼ିଲେ ନିଶା ମାଫିଆଙ୍କ ତାତି ବଢୁଥିବା ଦେଖାଯାଇଛି ।

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ଔଷଧ ଦୋକାନୀ ଗିରଫ

ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ଔଷଧ ଦୋକାନୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ କାରବାରରେ ସମ୍ପୃକ୍ତି ନେଇ ନବରଙ୍ଗପୁର ଜଣେ ଔଷଧ ଦୋକାନୀଙ୍କୁ ଗିରଫ କଲା ଛତିଶଗଡ଼ ବସ୍ତର ପୋଲିସ । ନବରଙ୍ଗପୁର ସହରର ଜେଇଏଲସି କମ୍ପ୍ଲେକ୍ସରେ ଥିବା ଶ୍ରୀ ଲକ୍ଷ୍ମଣା ମେଡିକାଲ ଷ୍ଟୋର ମାଲିକ ଉନ୍ନା ରାମକୃଷ୍ଣଙ୍କୁ ବସ୍ତର ପୋଲିସ ଗିରଫ କରିଛି ।

ତାଙ୍କ ଦୋକାନ ପଛପଟେ ଥିବା ଏକ ଘରୁ ୧୨ଟି ବକ୍ସରେ ୨ ହଜାର ୮୪୮ ଟି ଟ୍ରମାଡୋଲ କ୍ୟାପସୁଲ ଜବତ କରାଯାଇଛି । ଏହାର ବଜାର ମୂଲ୍ୟ ୧୧ ଲକ୍ଷ ୩୯ ହଜାର ୨୦୦ ଟଙ୍କା ହବ । ତାଙ୍କ ବିରୋଧରେ ଏନଡିପିଏସ ଧାରା ଅନୁସାରେ ମାମଲା ରୁଜୁ କରିଛି ବସ୍ତରର ବୋଧଘାଟ ପୋଲିସ ।

ଶୁକ୍ରବାର ବସ୍ତର ବୋଧଘାଟ ପୋଲିସ ଇନ୍ସପେକ୍ଟର ଲୀଳାଧର ରାଠୋର ନବରଙ୍ଗପୁରରେ ପହଞ୍ଚି ଔଷଧ ଦୋକାନରେ ଯାଞ୍ଚ କରି ଔଷଧ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଥିଲେ । ଉନ୍ନ। ରାମକୃଷ୍ଣ ବେଆଇନ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାବେଳେ ଏହି କାରବାର ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ କହିଛି ।

ମହାଶିବରାତ୍ରିରେ ଅଘଟଣ: ଦୀପ ନିଆଁରେ ଦୁଇ ମହିଳା ଗୁରୁତର

ମହାଶିବରାତ୍ରିରେ ଅଘଟଣ: ଦୀପ ନିଆଁରେ ଦୁଇ ମହିଳା ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ମହାଶିବରାତ୍ରିକୁ ନେଇ ସବୁଠି ଉତ୍ସାହର ମାହୋଲ । ଶୈବପୀଠରେ ଦୀପ ଜାଳି ଶ୍ରଦ୍ଧାଳୁ ଭୋଳେନାଥଙ୍କୁ ନିଜର ଭକ୍ତି ଜଣାଉଛନ୍ତି । ଆଉ ଏହାରି ଭିତରେ ବାଲେଶ୍ବର ଓ ଆନନ୍ଦପୁରରୁ ଦୁଇଟି ଅଘଟଣ ଖବର ଆସିଛି । ଉଭୟ ସ୍ଥାନରେ ଦୀପ ନିଆଁରୁ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାପଡିଛି ।

ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଗଣ୍ଡିବେଡ ଗାଁର ଭଗବାନ ବେହେରାଙ୍କ ପତ୍ନୀ ରଞ୍ଜୁସ୍ମିତା ବେହେରା ଦୀପ ନିଆଁରେ ଆହତ ହୋଇଛନ୍ତି । ସେ ଗ୍ରାମର ଥିବା ଲଙ୍କେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ସେଠାରେ ଦୀପ ଜାଳିବା ବେଳେ ପୂର୍ବରୁ ଜଳୁଥିବା ଦୀପରୁ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି କେଉଁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋରେ ମଧ୍ୟ ଜଣେ ମହିଳା ଦୀପ ନିଆଁରେ ଆହତ ହୋଇଛନ୍ତି । ମହିଳା ଜଣଙ୍କ ଶିବରାତ୍ରି ଅବସରରେ ବଟେଶ୍ବର ମହାଦେବ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ସେଠାରେ ଦୀପରୁ ନିଆଁ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଠାକୁର ଦର୍ଶନ ସମୟରେ ଅସାବଧାନତାରୁ ଦୀପ ନିଆଁ ତାଙ୍କ ଶାଢ଼ିରେ ଲାଗିଯାଇଥିଲା ।

ଜର୍ମାନୀରେ ପାକିସ୍ତାନ ସେନାମୁଖ୍ୟ ମୁନିର ହଟହଟା

ଜର୍ମାନୀରେ ପାକିସ୍ତାନ ସେନାମୁଖ୍ୟ ମୁନିର ହଟହଟା

ନନ୍ଦିଘୋଷ ବ୍ୟୁରୋ: ଜର୍ମାନୀରେ ହଟହଟା ହେଲେ ପାକିସ୍ତାନ ସେନା ମୁଖ୍ଯ ଫିଲ୍ଡ ମାର୍ଶାଲ ଜେନେରାଲ ଆସିମ ମୁନିର । ପାକ ସେନା ମୁଖ୍ଯ ମୁନିରଙ୍କୁ ଜର୍ମାନ ମ୍ଯୁନିକ ସହରରେ ଅନୁଷ୍ଠିତ ହେଉଥିବା ଅନ୍ତଃରାଷ୍ଟ୍ରୀୟ ସୁରକ୍ଷା ସମ୍ମିଳନୀ ବୈଠକକୁ ଡକାଯାଇଥିଲା । ମୁନିର ସେଠାରେ ପହଞ୍ଚିବା ପରେ ସୁରକ୍ଷା କର୍ମୀ ତାଙ୍କୁ କାର୍ଯ୍ଯକ୍ରମ ସ୍ଥଳୀକୁ ଛାଡ଼ି ନଥିଲେ । ଏପରିକି ସେ ପରିଚୟ ଦେଇଥିଲେ ବି ସୁରକ୍ଷା କର୍ମୀ କିଛି ଶୁଣି ନଥିଲେ । ଆଉ ବାଧ୍ଯ କରିଥିଲେ ମୁନିରଙ୍କୁ ତାଙ୍କ ପରିଚୟ ପତ୍ର ଦେଖାଇବାକୁ । ଏପରିକି ଗୋଟିଏ ରାଷ୍ଟ୍ରର ସେନାମୁଖ୍ଯ ଫିଲ୍ଡ ମାର୍ଶାଲ ଆସିମ ମୁନିରଙ୍କୁ ଜଣେ ସାଧାରଣ ଅତିଥି ଭାବେ ବ୍ଯବହାର କରାଯାଇଥିଲା । ମୁନିର ହଟହଟା ହେବା ପରେ ସାରା ବିଶ୍ବରେ ଏଇ ଖବର ଚର୍ଚ୍ଚାର ବିଷୟ ହୋଇଛି ।

ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ମୁନିର ବିଶ୍ବ ସମୁଦାୟ ଆଗରେ ଅପଦସ୍ତ ହୋଇଛନ୍ତି । ସୁରକ୍ଷା ସମ୍ମିଳନୀକୁ ଆସିମ ମୁନିରଙ୍କ ଗସ୍ତକୁ ବିରୋଧ କରୁଛି ଜର୍ମାନୀସ୍ଥିତ ସିନ୍ଧ ରାଜନୀତି ସଂଗଠନ ଜୟ ସିନ୍ଧ ମୁତାହିଦା ମହଜ ବା JSMM । ଏ ନେଇ ଅନ୍ତରାଷ୍ଟ୍ରୀୟ ନେତୃତ୍ବ ଦୃଷ୍ଟି ଆକର୍ଷଣ କରିଛି ସମ୍ପୃକ୍ତ ସଂଗଠନ । ସଂଗଠନ ଅଧ୍ଯକ୍ଷ ସଫି ବୁରାଫତ କ୍ଷୋଭ ପ୍ରକାଶ କରି କହିଛନ୍ତି ଏଭଳି ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀକୁ ମୁନିରଙ୍କ ଭଳି ସେନା ଅଧିକାରୀଙ୍କୁ ନିମନ୍ତ୍ରଣ କରିବା ଅତ୍ଯନ୍ତ ଦୁର୍ଭାଗ୍ଯଜନକ ଓ ଦୁଃଖଦାୟକ ।

ଅନ୍ତରାଷ୍ଟ୍ରୀୟ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବର୍ଷ ମ୍ୟୁନିକ ସହରରେ ଆୟୋଜିତ ହୋଇଥାଏ ସୁରକ୍ଷା ସମ୍ମିଳନୀ । ବିଶ୍ବର ପ୍ରାୟ ବଛାବଛା ରାଷ୍ଟ୍ରର ସେନା ମୁଖ୍ଯମାନେ ଏକାଠି ହୋଇ ସୀମାପାର ଆତଙ୍କବାଦ ଓ ତସ୍କରୀ ରୋକିବାକୁ ଆଲୋଚନା କରିଥାନ୍ତି ।

ଟି-୨୦ ବିଶ୍ବକପ: ସୁପର ସଣ୍ଡେରେ ଭାରତ-ପାକ ମହା ମୁକାବିଲା

ଟି-୨୦ ବିଶ୍ବକପ: ସୁପର ସଣ୍ଡେରେ ଭାରତ-ପାକ ମହା ମୁକାବିଲା

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ସୁପରହିଟ ମୁକାବିଲା । ଟି-ଟ୍ବେଣ୍ଟି ପୁରୁଷ ବିଶ୍ବକପ ୨୦୨୬ର ଆଜି ସବୁଠୁ ହାଇଭୋଲଟେଜ ମ୍ୟାଚ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଆଜି ସନ୍ଧ୍ୟା ୭ରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ଟ୍ବେଣ୍ଟି -ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରି ରହିଛି । ୨୦୦୭ରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ବକପରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ସମୁଦାୟ ୮ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ଭାରତ ୭ ଥର ବାଜିମାତ କରିଥିବା ବେଳେ ପାକିସ୍ତାନ ଥରେ ମାତ୍ର ବାଜିମାତ କରିଛି । ଉଭୟ ଦଳରେ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଘାତକ ସାଜିପାରନ୍ତି ।

ଭାରତର ବିସ୍ଫୋରକ ବ୍ୟାଟର ଅଭିଷେକ ଶର୍ମା, ଇଶାନ କିଷନ, ତିଳକ ବର୍ମା, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପାକିସ୍ତାନ ତୀକ୍ଷଣ ନଜର ରଖିବ । ପାକିସ୍ତାନ ବୋଲର ଉସମାନ ତାରିକ ଟ୍ରମ୍ପ କାର୍ଡ ସାଜିପାରନ୍ତି । ତାରିକଙ୍କ ବୋଲିଂ ଶୈଳୀ ଯେକୌଣସି ମୁହୂର୍ତ୍ତରେ ପ୍ରତିପକ୍ଷଙ୍କୁ ଚାପରେ ପାକଇପାରେ ।

ଚଳିତ ବିଶ୍ବକପରେ ଭାରତ ପାକିସ୍ତାନ ଉଭୟ ଗୃପ-‘ଏ’ ରେ ରହିଛନ୍ତି । ଉଭୟ ୨ଟି ଲେଖାଏଁ ମ୍ୟାଚ ଖେଳି ଏଯାବତ ଅପରାଜୟ ରହିଛନ୍ତି । ଉଭୟ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ତେବେ କାହାର ବିଜୟରେ କିଏ ରୋକ ଲଗାଉଛି ତାହା ଦେଖିବାକୁ ସମସ୍ତ କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଲଘୁଚାପ ପ୍ରଭାବରେ ମ୍ଯାଚ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଂକା ପ୍ରକାଶ ପାଇଛି ।

କାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନଭଣ୍ଡାର ସମୀକ୍ଷା ପରେ ସ୍ପଷ୍ଟ ହେବ ସ୍ଥିତି

କାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନଭଣ୍ଡାର ସମୀକ୍ଷା ପରେ ସ୍ପଷ୍ଟ ହେବ ସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସରିଛି । ହେଲେ ରତ୍ନ ମଣତି ଗଣତିକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ରନ୍ତଭଣ୍ଡାର ପ୍ରସଙ୍ଗରେ ସୀକ୍ଷା କରିବାକୁ ଯାଉଛନ୍ତି । ଏହାପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

ଆସନ୍ତାକାଲି ରତ୍ନଭଣ୍ଡାର ପ୍ରସଙ୍ଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲି ରତ୍ନଭଣ୍ଡାର ନେଇ ଦୁଇଟି ବୈଠକ ହେବ । ପ୍ରଥମେ ଦିନ ୧୧ଟାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ବସିବ । ଏହାପରେ ଦିନ ଗୋଟାଏରେ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ । ଏହି ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନ ଭଣ୍ଡାର SOP ହସ୍ତଗତ ହୋଇଛି । ଆସନ୍ତାକାଲି ସମୀକ୍ଷା ପରେ ସବୁ ସ୍ପଷ୍ଟ ହେବ ।

ମହାଶିବରାତ୍ରୀ: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ମହାଶିବରାତ୍ରୀ: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସେବାୟତ ଗୋଷ୍ଠୀ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରୀ । ଦେଶ ତଥା ରାଜ୍ୟର ବିଭିନ୍ନ ଶୈବପୀଠ ଉତ୍ସବ ମୁଖର । ସକାଳୁ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନରେ ଯାଇ ଭୋଳେନାଥଙ୍କ ଦର୍ଶନ କରୁଛନ୍ତି । ହେଲେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଶିବରାତ୍ରୀରେ ପୁଣି ଥରେ ସେବାୟତଙ୍କ ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଛି ।

ଆଜି ପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଥିବା ବେଳେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବା ସହ ମାରପିଟ ହୋଇଥିଲା । ଏପରିକି ମନ୍ଦିରରେ ମୁତୟନ ସୁରକ୍ଷାକର୍ମୀ ବି ବର୍ତ୍ତି ନଥିଲେ । ସେବାୟତ ଓ ପୋଲିସ କର୍ମୀଙ୍କ ମଧ୍ୟରେ ବି ଧସ୍ତାଧସ୍ତି ହୋଇଥିଲା ।

ସେବାୟତମାନେ ନିଜ ପରିବାର ଲୋକଙ୍କୂ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରାଇବାକୁ ନେଇ ଏହି ବିବାଦ ଦେଖା ଦେଇଥିବା ଜଣାପଡ଼ିଛି ।

ରାଜ୍ୟସଭା ଚତୁର୍ଥ ଆସନ: ଘୋଡା ବେପାରକୁ ନେଇ ଶାସକ ଦଳ ଓ କଂଗ୍ରେସ ମୁହାଁମୁହିଁ

ରାଜ୍ୟସଭା ଚତୁର୍ଥ ଆସନ: ଘୋଡା ବେପାରକୁ ନେଇ ଶାସକ ଦଳ ଓ କଂଗ୍ରେସ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ବିଜେପି କେମିତି କହୁଛି ରାଜ୍ୟସଭା ଚତୁର୍ଥ ଆସନ ହାତେଇବ ? ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡା ବେପାର କରିବାକୁ ପ୍ରୟାସ ଆରମ୍ଭ କରିଛି । ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ବିଜେପି ବିରୋଧରେ ଏପରି ବଡ଼ ଅଭିଯୋଗ ଆଣିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଜେପି କହିଛି ପିସିସି ସଭାପତି ନିଜ ଘୋଡା ଉପରେ ନଜର ରଖନ୍ତୁ । ବିଜ୍ଞପ୍ତି ପ୍ରକାଶ ପରେ ନବୀନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

ରାଜ୍ୟସଭାରେ ଖାଲି ପଡିବ ୪ଟି ଆସନ । ବିଜେପି ୩ଟି ଦଖଲ ପାଇଁ ସ୍ବପ୍ନ ଦେଖୁଛି । ସଂଖ୍ୟା ନଥାଇ ବିଜେପି ୩ଟି ଆସନ ହାତେଇବା ନେଇ ଦମ୍ଭୋକ୍ତି ଦେଖାଇବାକୁ ଘୋଡା ବେପାରର ଆଖ୍ୟା ଦେଇଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଛନ୍ତି, ରାଜ୍ୟସଭା ପାଇଁ ବିଜେପି ଏବେଠାରୁ ଘୋଡା ବେପାର କରିବା ଆରମ୍ଭ କରି ଦେଇଛି । ଯେଉଁଥିପାଇଁ ରାଜ୍ୟ ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ନେତା ଯାଏଁ ସମସ୍ତେ କହୁଛନ୍ତି ଦଳ ୩ଟି ଆସନ ହାତେଇବ । ରାଜ୍ୟସଭା ପାଇଁ ୨ଟି ଆସନ ଲାଗି ବିଜେପି ପାଖରେ ସଂଖ୍ୟା ଥିବାରୁ ସେମାନେ ତୃତୀୟ ଆସନ ପାଇଁ ଘୋଡା ବେପାର କରିବାକୁ ପ୍ରୟାସ କରିଛନ୍ତି । କଂଗ୍ରେସର ୧୪ଜଣ ବିଧାୟକଙ୍କୁ ନେଇ ପିସିସି ସଭାପତି ବୈଠକ କରିବେ ଓ ସମସ୍ତ ଭୋଟ କଂଗ୍ରେସ ପାଖରେ ରହିବ ବୋଲି ପିସିସି ସଭାପତି କହିଛନ୍ତି । ବିଜେପି ରାଜ୍ୟସଭାରେ ଘୋଡା ବେପାର କରିବ ବୋଲି ପିସିସି ସଭାପତିଙ୍କ ଅଭିଯୋଗର ଦୃଢ ଜବାବ ଦେଇଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, କଂଗ୍ରେସ ନିଜ ଦଳର ଘୋଡାଙ୍କୁ ଆଗ ଜଗୁ ।

ରାଜ୍ୟସଭାର ଚତୁର୍ଥ ଆସନ କାହାର ହେବ ? ସସପେନ୍ସ ଜାରି ରହିଥିବା ବେଳେ ୩ ପ୍ରମୁଖ ରାଜନୈତିକ ଦଳ ମିଶାଣ ଫେଡାଣ କରୁଛନ୍ତି । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି  ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ ପାଇଁ ବିଜେଡି କିଙ୍ଗ ମେକର ସାଜିବ । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।