spot_img
Home Blog Page 1333

ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି ଆଣ୍ଟିବାୟୋଟିକ୍ ଔଷଧ

ନନ୍ଦିଘୋଷ ବ୍ୟୁରୋ: ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି ଆଣ୍ଟିବାୟୋଟିକ୍ ଔଷଧ । ମଣିଷ ସହିତ ଗୃହପାଳିତ ପଶୁପକ୍ଷୀ ଓ କୃଷିକ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଏହା ମଣିଷ ଶରୀର ଉପରେ ଯେତିକି ପ୍ରଭାବ ପକାଉଛି, ସେତିକି ପଶୁପକ୍ଷୀଙ୍କ ଉପରେ ବିପରୀତ ପ୍ରଭାବ ପକାଉଛି । ଯାହା ଆଗାମୀ ଦିନରେ ବଡ଼ ବିପଦ ଆଣିପାରେ । ବିନା ଡାକ୍ତର ପରାମର୍ଶରେ ଏହି ଔଷଧକୁ ବ୍ୟବାହର କଲେ ଶରୀରକୁ ଘାତକ ହୋଇଥାଏ । ଏହାଦ୍ଵାରା ରୋଗ ପ୍ରତିଶୋଧକ ଶକ୍ତି ହ୍ରାସ ପାଇ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ । ଏ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଗତ କିଛି ମାସ ପୂର୍ବରୁ ସତର୍କ କରାଇଛି । ଏବେଠାରୁ ସଚେତନ ହେବାର ଆବଶ୍ୟକତା ରହିଛି । ଓୟୁଏଟି ଭୁବନେଶ୍ଵର ପକ୍ଷରୁ ବିଶ୍ଵ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାଂସ ଆୱାରନେଶ ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ଡାକ୍ତର ଦେବାଶିଷ ଦାସ । କାର୍ଯ୍ୟକ୍ରମରେ ବୈଜ୍ଞାନିକ, ଡାକ୍ତରମାନେ ଭାଗନେଇଥିଲେ । ଆଗକୁ କିଭଳି ଗ୍ରାମୀଣ ସ୍ତରରେ ସମସ୍ତେ ସଚେତନ ହୋଇପାରିବେ ସେନେଇ ବିସ୍ତୃତ ଆଲୋଚନା କରାଯାଇଛି।

ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ : କଳିକେଶ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ମା ଆଜି ଛୁଆ ବିକ୍ରି କରୁଛି । ଲୋକଙ୍କ ପାଖରେ ଚାଉଳ ପହଞ୍ଚୁନାହିଁ  । ମନରେଗାରେ କାମ ପାଉନାହାନ୍ତି ଲୋକମାନେ । ଗରିବ ଲୋକଙ୍କ ପାଇଁ ନବୀନ ସରକାର ବିଭିନ୍ନ ଯୋଜନା କରୁଥିଲେ । ନୂଆ ସରକାରକୁ ୬ ମାସ ବିତିଲାଣି । ହେଲେ ସାମାଜିକ ସୁରକ୍ଷା ଯୋଗାଇ ଦେଉନାହାନ୍ତି । ଏନେଇ ସରକାରଙ୍କୁ ବିଧାନସଭାରେ ଆମେ ଜବାବ ମାଗିବୁ । ଶିଶୁ ବିକ୍ରି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ ଘଟଣା ଘଟିବା ପରେ ତଦନ୍ତ ନିର୍ଦ୍ଦେଶ କଣ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ କଳିକେଶ ସିଂହ ଦେଓ ।

୨୦ ହଜାର ଟଙ୍କାରେ ଝିଅକୁ ବିକି ଦେଲା ମାଆ

ନନ୍ଦିଘୋଷ ବ୍ୟୁରୋ: ଦାରିଦ୍ର୍ୟ ଯୋଗୁ ନବଜାତ ଶିଶୁ କନ୍ୟାକୁ ମା ବିକ୍ରୀ କରିଥିବା ଅଭିଯୋଗ। ୨୦ ହଜାର ଟଙ୍କାରେ ମାଆ ବିକିଥିବା ଅଭିଯୋଗ ହୋଇଛି। ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି CWC । ଗତ ୩ ତାରିଖରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧ ତାରିଖରେ ବିକ୍ରୀ କରିଥିଲା ମା। ବିକ୍ରୀ ହୋଇଥିବା ଶିଶୁ କନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା  ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ ବର୍ଷର ଏକ ଶିଶୁ କନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କର ରାସନ କାର୍ଡ ନଥିବାରୁ ସେ ପିଡିଏସ ଚାଉଳ ପାଉ ନଥିବା ସୂଚନା ମିଳିଛି।  ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଇଥାନ୍ତି। ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହେବାପରେ କତାପେଟାର ଏକ ବୁଲା ବିକାଳି ପିଲାଟିକୁ ମାଗିଥିଲା। ସେ ୨୦ ହଜାର ଟଙ୍କା ଦେବା ପରେ ପିଲାଟିକୁ ମା ବିକ୍ରୀ କରିଦେଇଥିଲା।  ଏହି ଘଟଣା ପାଇବା ପରେ ନୂଆପଡା ସାହିରେ ପହଞ୍ଚି CWC ଏବଂ DCPU ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି CWC ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ରାୟଗଡା DCC ରାଜ୍ୟ ସମ୍ପାଦକ  ଦୁର୍ଗା ପଣ୍ଡା।

ବାରଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ସେଲୁନରୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ଲଜ୍ଜା। ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଶିଶୁକନ୍ୟାକୁ ଶିଶୁକୁ କଟକ ଶିଶୁଭବନ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କୈଳାସ ହେମ୍ରମକୁ ବାରଙ୍ଗ ପୋଲିସ ଗିରଫ କରିଛି । ଅଭିଯୁକ୍ତ କୈଳାସ ହେମ୍ବ୍ରମ ଘର ଝାଡ଼ଖଣ୍ଡରେ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଓ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ନୟାଗଡ଼ ଅଞ୍ଚଳର କିଛି ଲୋକେ ସପରିବାର ସହ  ତ୍ରିଶୂଳିଆ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଜଣେ ଶ୍ରମିକ ୬ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଫେରାର୍ ହୋଇଯାଇଥିଲେ । ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ ।

ଭୋଟ୍ ଦେବା ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ଅଜିତ ପାଓ୍ବାର

ନନ୍ଦିଘୋଷ ବ୍ୟୁରୋ: ବୁଧବାର ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଚାଲିଛି ମତଦାନ । ଏଥର କଡ଼ା ଟକ୍କର ହେଉଥିବାବେଳେ ସରକାର କିଏ ଗଢ଼ିବ ତାକୁ ନେଇ ଲାଗି ରହିଛି ସସପେନ୍ସ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଥରର ପାରିବାରିକ ଲଢ଼େଇ ଦେଖିବାକୁ ମିଳିଛି ନିର୍ବାଚନୀ ମଇଦାନରେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପୁତୁରା ଯୋଗେନ୍ଦ୍ର ପାଓ୍ବାର । ବାରମତି ଆସନରୁ ଲଢ଼େଇ କରୁଥିବାବେଳେ ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏନସିପି ଦୁଇ ଭାଗ ହେବା ପରେ ଦାଦା ଶରଦ ପାଓ୍ବାର ଏବଂ ଅଜିତଙ୍କ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗତ ଲୋକସଭା ଆସନରେ ଅଜିତ ପାଓ୍ବାରଙ୍କ ପତ୍ନୀ ଶରଦଙ୍କ ଝିଅଠାରୁ ପରାସ୍ତ ହୋଇଛନ୍ତି । ଏଣୁ ଏଥରକ ଅଜିତଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଭୋଟ ଦେବାକୁ ଯିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ଦାଦା, ପୁତୁରା ଏବଂ ପରିବାର ତାଙ୍କଠାରୁ ରାଜନୀତି ପାଇଁ ଦୂରେଇ ଯାଇଥିବାବେଳେ ମା ତାଙ୍କ ସାଥୀରେ ରହିଥିବା ଦର୍ଶାଇଛନ୍ତି । କୁହାଯାଉଛି କି, ଭୋଟ ଦେବା ପୂର୍ବରୁ ଇମୋସନାଲ କାର୍ଡ ଖେଳିଛନ୍ତି ଅଜିତ ପାଓ୍ବାର ।

ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ, ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରେ: ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ରାଜଧାନୀର ସ୍ଥିତି । ଦିଲ୍ଲୀରେ ଚରମ ସୀମାରେ  ପ୍ରଦୂଷଣ। ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ। ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯିବାକୁ ଯାଉଛି । ୫୦ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି, ୫୦ ପ୍ରତିଶତ ସରକାରୀ କର୍ମଚାରୀ ଘରୁ ରହି କାମ କରିବେ । ତେବେ ଏନେଇ ଆଜି ଅପରାହ୍ନ ୧ରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ନିର୍ଦ୍ଦେଶ ଦିଲ୍ଲୀ ଏବଂ ଏମସିଡି ପାଇଁ ପ୍ରଯୁଜ୍ୟ ।

ବାୟୁର ମାନ ୪୨୨  ଉପରେ ଥିବା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । ଦିଲ୍ଲୀରେ AQI ରେକର୍ଡ ଭାଙ୍ଗିଛି । ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି । ଦିଲ୍ଲୀକୁ ବାହାର ରାଜ୍ୟରୁ ଆସୁଥିବା ଟ୍ରକ ପ୍ରବେଶ କରି ପାରିବେ ନାହିଁ। ସିଏନଜି, ଇଲେକ୍ଟ୍ରି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକକୁ ପ୍ରବେଶ ଅନୁମତି ରହିବ। ଦିଲ୍ଲୀ ବାହାରେ ପଞ୍ଜିକୃତ ହାଲୁକା ବ୍ୟବସାୟିକ ଯାନ ବି ପ୍ରବେଶ କରିପାରିବେ ନାହିଁ।

ଏହା ପୂର୍ବରୁ ଦିଲ୍ଲୀ ସରକାର ବିଭିନ୍ନ ସମୟରେ କାର୍ଯ୍ୟାଳୟ ଏବଂ ଏମସିଡି ପାଇଁ କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରିଥିଲେ। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 8.30 ରୁ 5 ଟା ପର୍ଯ୍ୟନ୍ତ ସ୍ଥିର ହୋଇଥିବାବେଳେ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟ ସକାଳ 10 ଟାରୁ 6.30 ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା। ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ମେଟ୍ରୋ ଦ୍ୱାରା ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ମେଟ୍ରୋ ନଭେମ୍ବର 18 ରେ ଗୋଟିଏ ଦିନରେ ଯାତ୍ରା କରିବାର ସମସ୍ତ ରେକର୍ଡ ଭାଙ୍ଗିଛି। ଚୁକ୍ତିଭିତ୍ତିକ ବସ୍ ଡ୍ରାଇଭର ଏବଂ ଦିଲ୍ଲୀ ପରିବହନ ନିଗମର କଣ୍ଡକ୍ଟରମାନେ ମଧ୍ୟ ସୋମବାର ଧର୍ମଘଟ କରିଥିଲେ, ଯେଉଁ କାରଣରୁ ଲୋକମାନେ ମେଟ୍ରୋ ଆଡକୁ ମୁହାଁଇଥିଲେ।

ବାରଙ୍ଗରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗରେ ଲଜ୍ଜା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଗୁରୁତର ଅବସ୍ଥାରେ ଶିଶୁକୁ କଟକ ଶିଶୁଭବନରେ ଭର୍ତ୍ତି  କରାଯାଇଛି।  ନୟାଗଡ଼ ଅଞ୍ଚଳର କିଛି ଲୋକେ ସପରିବାର ସହ  ତ୍ରିଶୂଳିଆ ଅଞ୍ଚଳରେ ଥିବା ଏକ ଇଟା ଭାଟିରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ରାତିରେ ଇଟା ଭାଟିରେ କାମ କରୁଥିବା ଜଣେ  ଶ୍ରମିକ ୬ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି। ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ ଶିଶୁଭବନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ  ବାରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ମୁଖ୍ୟ ଅଭିଯୁକ୍ତକୁ ବାରଙ୍ଗ ଥାନାରେ ଅଟକ ରଖିଛି ପୋଲିସ । ଯୁବକ ଜଣକ ଏକ ସେଲୁନରେ ଚୁଟି କାଟୁଥିବା ବେଳେ ଧରିଛି ପୋଲିସ । ସେ ଶିଶୁକନ୍ୟାର ସମ୍ପର୍କୀୟ ମାମୁଁ ବୋଲି ସୂଚନା ମିଳିଛି । ଅଟକ ଅଭିଯୁକ୍ତ ମୟୂରଭଞ୍ଜର କୈଳାସ ହେମ୍ବ୍ରମ ହୋଇଥିବା ଜଣପଡ଼ିଛି।

ବର୍ଡର ଗାଭାସ୍କର ଟ୍ରଫି, ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ଟିମ ଇଣ୍ଡିଆର ଅଧିନାୟକ ଏବଂ ଶୁଭମନ ଗିଲ ପ୍ରଥମ ମ୍ୟାଚରେ ଆହତ କାରଣରୁ ଖେଳି ପାରିବେ ନାହିଁ । ଯାହାକି ଏବେ ସମସ୍ତଙ୍କ ଚିନ୍ତାର କାରଣ । ଏମାନଙ୍କ ସ୍ଥାନରେ ଦଳରେ କିଏ ସ୍ଥାନ ପାଇବେ । ତେବେ ଏହାକୁ ନେଇ ଲାଗି ରହିଥିବାବେଳେ ଭାରତୀୟ ଦଳର ଖେଳାଳିମାନେ ନେଟରେ ଅଭ୍ୟାସ ଜାରି ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ଦଳର ପ୍ରଦର୍ଶନ କିଭଳି ରହିବ ତାଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି । ଏହାସହ ଏହି ସିରିଜ ଭାରତର ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛି । ତେବେ ଅଭ୍ୟାସ ବେଳେ ଭାରତୀୟ ଦଳର ଖେଳାଳିଙ୍କ ସ୍ଥିତିରୁ ଜଣା ପଡ଼ିଛି କି କେଉଁମାନେ ଦଳରେ ସ୍ଥାନ ପାଇବେ ।

ଓପନର ଭାବେ ରୋହିତ ଶର୍ମାଙ୍କ ସ୍ଥାନରେ ଦଳ କେ.ଏଲ ରାହୁଲଙ୍କୁ ସୁଯୋଗ ଦେଇପାରେ । ସେହିପରି ଭାବେ ଶୁଭମନ ଗିଲଙ୍କ ସ୍ଥାନରେ ଦେବିଦତ୍ତ ପାଡିକଲ ସ୍ଥାନ ପାଇପାରନ୍ତି । ଅନ୍ୟପଟେ ସର୍ଫରାଜ ଖାନ ପ୍ରଥମ ମ୍ୟାଚରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇନପାରନ୍ତି । ଅଭିଜ୍ଞ ଅଲରାଉଣ୍ଡ ରବିନ୍ଦ୍ର ଜାଡେଜା କିନ୍ତୁ ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ । ଅନ୍ୟପଟେ ଯୁବ ଓପନର ବ୍ୟାଟ୍ସମ୍ୟାନ ଇଶ୍ବରନ ମଧ୍ୟ ସ୍ଥାନ ପାଇନପାରନ୍ତି ।

ଶତ୍ରୁକୁ ସହାଁର କରିବ ସାଗର କବଚ, ଆତଙ୍କବାଦୀ ଧରିବାକୁ ନୌସେନା ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଶତ୍ରୁ ସଂହାର ସହ ଆତଙ୍କବାଦୀ ମୁକାବିଲା ଲାଗି ନୌସେନା ପ୍ରସ୍ତୁତ । ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ସମୁଦ୍ରରେ “ସାଗରକବଚ” ର ସମରାଭ୍ୟାସ। ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ `ସି ଭିଜିଲ୍’। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ଯାସରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ,ଅସ୍ତରଙ୍ଗ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ସମରାଭ୍ୟାସ ହୋଇଛି।। ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି। ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳକୁ ଶତ୍ରୁ ପଶି ନ ଯିବେ ସେନେଇ ସମସ୍ତ ବିଭାଗକୁ ସଚେତନ କରିବା ଏହି ସମରାଭ୍ୟାସର ମୂଳଲକ୍ଷ ।

 

ବଙ୍ଗୋପସାଗରରେ ଆସୁଛି ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଘୂର୍ଣ୍ଣିବଳୟ। ୨୩ ତାରିଖରେ ନେବ ଲଘୁଚାପର ରୂପ। ପରବର୍ତ୍ତୀ ୨ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ କରିବ ଗତି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ନେବ ଅବପାତର ରୂପ। ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ। ବାତ୍ୟା  ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳ ମୁହାଁ ହେବ ବୋଲି ସୂଚନା ମିଳିଛି। ୨୫ କିମ୍ବା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ତେବେ ଲଘୁଚାପ କିମ୍ବା ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ। ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଛି। ବାତ୍ୟାର ତୀବ୍ରତା କେତେ ରହିବ ଏଯାଏଁ ହୋଇନି ସ୍ପଷ୍ଟ। ଲଘୁଚାପ ସୃଷ୍ଟି ପରେ ଚିତ୍ର ସ୍ପଷ୍ଟ କରିବ ଭାରତୀୟ ପାଣିପାଗ ବିଭାଗ ।