spot_img
Home Blog Page 1339

ସାଣ୍ଟା କ୍ଳଜ ଡ଼୍ରେସ ପିନ୍ଧି କରୁଥିଲେ ଫୁଡ଼ ଡ଼େଲିଭରି , ରାସ୍ତାରେ କିଛି ଯୁବକ ଅଟକାଇ ଖୋଲିଲେ ତାଙ୍କ ଡ଼୍ରେସ

ନନ୍ଦିଘୋଷ ବ୍ୟୁରୋ: ଖ୍ରୀଷ୍ଟମାସ୍ ରେ ଇନ୍ଦୋରରୁ ଏକ ଅଜବ ଘଟଣା ସାମ୍ନାକୂ ଆସିଛି ।  ଜଣେ ଫୁଡ଼୍ ଡ଼େଲିଭରୀ ବୟେ ଆଜିର ଦିନରେ  ସାଣ୍ଟା କ୍ଳଜ ଙ୍କର ଡ଼୍ରେସ ପିନ୍ଧି ନିଜର ଡ଼େଲିଭରି କରୁଥିଲେ । ଅଚାନକ ତାଙ୍କୁ ହିନ୍ଦୁ  ଜାଗରଣ ମଞ୍ଚର କିଛି ଜଣ ଯୁବକ ରାସ୍ତାରେ  ଅଟକାଇଥିଲେ । ଏବଂ ସେ ସାଣ୍ଟାଙ୍କର ଡ଼୍ରେସ ପିନ୍ଧିଥିବାରୁ ତାଙ୍କୁ ରାସ୍ତା ଉପରେ ଡ଼୍ରେସ ଖୋଲିବାକୁ କହିଥିଲେ । ସେମାନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେ ଆମ ପର୍ବ ଗୁଡ଼ିକରେ  କାହିଁକି ଏଭଳି ଡ଼୍ରେସ କରି ପିନ୍ଧିବାକୁ ଦିଆଯାଉନାହିଁ । ମାତ୍ର ଖ୍ରୀଷ୍ଟିଆନ , ମୁସଲିମ ମାନଙ୍କ ଦିନ ଗୁଡ଼ିକରେ କାହିଁକି ଏଭଳି ଡ଼୍ରେସ ଦେଇ ତାଙ୍କ ପର୍ବ ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଅନୁମତି ଦିଆଯାଉଛି । ବାସ୍ତବରେ ଜୋମାଟୋ ରେ କାମ କରୁଥିବା ସେହି ଡ଼େଲିଭରି ବୟେ କହିଛି ଯେ ଖ୍ରାଷ୍ଟମାସ୍ ଦିନ ତାଙ୍କ ସମସ୍ତଙ୍କୁ କମ୍ପାନୀ ତରଫରୁ ଏହି ଡ଼୍ରେସ ଗିଫ୍ଟ ମିଳିଥିଲା ।

ତେବେ ହିନ୍ଦୁ ଜାଗରଣ ମଞ୍ଚର ଲୋକମାନଙ୍କ କହିବା ଅନୁଯାୟୀ ଯଦି ଏପରି କରି ପର୍ବ ଗୁଡ଼ିକର ସନ୍ଦେଶ ବାଣ୍ଟୁଛ ତେବେ ଆମ ହିନ୍ଦୁ ପର୍ବ ଗୁଡ଼ିକରେ କାହିଁକି ଏଭଳି କରି ସେନ୍ଦଶ ବାଣ୍ଟୁନାହାନ୍ତି  କମ୍ପାନୀ ମାନେ । ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ସମ୍ପାଦକ ସୁମିତ୍ ହାଣ୍ଡିଆ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ଆମ ହିନ୍ଦୁ ମାନଙ୍କର ପର୍ବ ଆସୁଛି ସେତେବେଳେ ଏହି ବଡ଼  ବଡ଼ କମ୍ପାନୀ ଏବଂ ତାର ଲୋକମାନେ କୁଆଡ଼େ ଯାଉଛନ୍ତି? ଆମ ପର୍ବ ଗୁଡ଼ିକରେ ଭଗବାନ ରାମ, କି ଶିବ କି କୃଷ୍ଣ ହୋଇ କାହିଁକି ବାହାରକୁ ଏପରି ବାହାରୁନାହାଁନ୍ତି?   ଯେବେକି ସେମାନଙ୍କଠାରୁ ଅଧିକ ଅର୍ଡ଼ର ହିନ୍ଦୁ ଲୋକମାନେ କରୁଛନ୍ତି । ଯେହେତୁ ଆମ ପର୍ବ ଗୁଡ଼ିକରେ ଏଭଳି ପ୍ରମୋସନ କରାଯାଉନାହିଁ ସେଥିପାଇଁ ଆମକୁ ଖରାପ ଲାଗିଲା ଓ ଆମେ ମାନେ ମିଶି ସେ ପିଲା ପିନ୍ଧିଥିବା ଡ଼୍ରେସକୁ କାଢିଲୁ ।

କମିଶନରେଟ୍ ପୋଲିସକୁ ବଡ଼ ସଫଳତା, ବନ୍ଧୁକ ଦେଖାଇ ଲଘୁ ଖଣିଜ ଲୁଟ୍ ମାମଲାରେ କାବୁ ହେଲେ ଅଭିଯୁକ୍ତ

ଭୁବନେଶ୍ବର : ଆକ୍ସନ ମୋଡରେ ଟିମ୍ ପିନାକ । ବଡ଼ ଦିନରେ ବଡ଼ ସଫଳତା । କ୍ରିମିନାଲଙ୍କୁ ଆକ୍ସନ ପୂର୍ବରୁ ପୋଲିସର ରିଆକ୍ସନ । ଗ୍ରୀଲ କଟା ଗ୍ୟାଙ୍ଗକୁ ବି ଘାଇଲା କଲା ପୋଲିସ୍ । ରାଜଧାନୀରେ ଡନ୍ ବନୁଥିଲେ । ମେସିନ୍ ଧରି କ୍ରାଇମ୍ କରିବା ପାଇଁ ମୌକା ଖୋଜୁଥିଲେ । କିନ୍ତୁ ସେମାନଙ୍କ ହିରୋଗିରି ପୂର୍ବରୁ ଘାଇଲା କରିଦେଇଛି ପିନାକଙ୍କ ସ୍କ୍ବାଡ।  ବନ୍ଧୁକ ମୁନରୁ ଲଘୁ ଖଣିଜ ଲୁଟ ଉଦ୍ୟମ ଓ ରାଜଧାନୀର ୪ ଥାନା ଅଞ୍ଚଳରୁ ଲୁଟ୍ କରିଥିବା ବଡ଼ ଅପରାଧୀ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇଦିନ ହେଲା ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଥିଲା ଚେକିଂ, ବ୍ଳକିଂ ଓ ନାକାବନ୍ଦୀ । ଏହି ସମୟରେ ଏକ ଧଳା ରଙ୍ଗର ଟାଟା ହ୍ୟାରିୟର ଗାଡ଼ିରେ ସନ୍ଦିଗ୍ଧ ଅବସ୍ଥାରେ ଧରା ପଡିଥିଲେ ୫ ଯୁବକ । ଅଭିଯୁକ୍ତ ଭବାନୀ ପ୍ରସାଦ ମହାନ୍ତି, ଏସ.କେ ରେହମତ ଅଲ୍ଲୀ, ଏମଡି ଜାକିର, ଦୀପକ କୁମାର ସାହୁ, ଚନ୍ଦନ ପ୍ରଧାନଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୫ ଟି ମାଉଜର, ୧୫ ଟି ଗୁଳି, ୭ ଟି ମୋବାଇଲ, ୮୪ ହଜାର ଟଙ୍କା ଜବତ କରାଯାଇଛି ।

ଏହି ପେଶାଦାର ଅପରାଧୀଙ୍କ ନାଁ ରେ ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ମର୍ଡର ଠାରୁ ଅପହରଣ ପର୍ଯ୍ୟନ୍ତ ସଙ୍ଗୀନ କେସ ଥିବା ବେଳେ ଆବଶ୍ୟକ ସ୍ଥଳେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡିଛି । ସେପଟେ ପୋଲିସ ପାଇଁ ଗତକିଛି ଦିନ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସିନ୍ଧିଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏୟାରପୋର୍ଟ, ତମାଣ୍ଡୋ, ମଞ୍ଚେଶ୍ୱର, ଭରତପୁର ରେ ଏହି ଅଭିଯୁକ୍ତ ମାନେ ଗ୍ରୀଲ କାଟି ଲୁଟୁଥିଲେ । ସେମାନଙ୍କ ଠାରୁ ୧୦୨ ଗ୍ରାମ ସୁନା , ଫରେନ ମନି, ନଗଦ ଟଙ୍କା, ଦାମୀ ମୋବାଇଲ , ବ୍ରାଣ୍ଡେଡ ଘଣ୍ଟା ଆଦି ଜବତ କରାଯାଇଛି । ଆଗାମୀ ଦିନରେ ନୂଆବର୍ଷ ଥିବା ବେଳେ ଆଗକୁ ଅପରେସନ ଆହୁରି ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଓ ଡିସିପି । କମିଶନରେଟ ପୋଲିସର ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗତ କିଛିଦିନ ହେଲା ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଏଭଳି ଅପରାଧୀ ଗ୍ୟାଙ୍ଗ ଠାବ ଘଟଣା ରାଜଧାନୀବାସୀଙ୍କ ପାଇଁ ଆଣିଦେଇଛି ଆସ୍ୱସ୍ତି ।

ଜିରୋ ନାଇଟ୍ ପାଇଁ କମିଶନରେଟ ପୋଲିସର ଜିରୋ ଟଲରାନ୍ସ

ଭୁବନେଶ୍ବର : ଜିରୋ ନାଇଟରେ ପୋଲିସର ଜିରୋ ଟଲରାନ୍ସ । ସେଲିବ୍ରେସନ କର, କିନ୍ତୁ କ୍ରାଇମ କରନି । ମତୁଆଲା ହୁଅ, କିନ୍ତୁ ନିୟମ ଭାଙ୍ଗନି । ବାର, ପବ, ହୋଟେଲରେ ହେବ ବ୍ୟାପକ ଚେକିଂ । ଉତ୍ସାହ ଉଦ୍ଦୀପନା ସହ ଆସୁଛି ନୂଆବର୍ଷ । ଜିରୋ ନାଇଟ ସେଲିବ୍ରେସନ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୨୦୨୪ କୁ ବିଦାୟ ସହ ୨୦୨୫ ମସିହାକୁ ସ୍ୱାଗତ ପାଇଁ ଉତ୍ସାହର ସହ ସଭିଏଁ ଅପେକ୍ଷା କରିଥିବା ବେଳେ   ସୁରକ୍ଷା ବ୍ୟବସ୍ଥା ନେଇ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ଚେକିଂ, ବ୍ଲକିଂ ସାଙ୍ଗକୁ ହେବ ନାକାବନ୍ଦୀ । ନନ୍ଦିଘୋଷ ଟିଭିକୁ Exclusive ଇଣ୍ଟରଭିୟୁ ବେଳେ ଏକଥା କହିଛନ୍ତି ପୋଲିସ କମିଶନର । ନିଶାଶକ୍ତଙ୍କ ବିରୋଧରେ ହେବ ଦୃଢ଼ ଆକ୍ସନ । ବ୍ୟାପକ ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଏଭିକ୍ସନ । କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଛି । ଅବକାରୀ ବିଭାଗ ସହ ଆଲୋଚନା ସରିଛି । ଏଣୁ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଟୁଇନ ସିଟି ପୋଲିସ ପୁରା ପ୍ରସ୍ତୁତ ଥିବା କହିଛନ୍ତି କମିଶନର ।

ସେପଟେ ୮ ତାରିଖରୁ ରାଜଧାନୀରେ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଦେଶ ଓ ଦେଶ ବାହାରୁ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ, ଓଡିଶା ପୋଲିସ ସହାୟତାରେ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରିଛି । ସେହିପରି ଗତ ବର୍ଷ ଫିଜିକାଲ କ୍ରାଇମ ଠାରୁ ବହୁ ମାତ୍ରାରେ ବଢିଚାଲିଥିବା ସାଇବର ମୁକାବିଲା ନେଇ କମିଶନରେଟ ପୋଲିସ ପକ୍ଷରୁ ସଚେତନ କରିଛନ୍ତି ଏସ. ଦେବଦତ୍ତ ସିଂ । ଅଧିକ ଲୋଭରୁ ଦୂରେଇ ରହିବା ସହ ଠକେଇର ଶିକାର ହେଲେ ଗୋଲ୍ଡେନ ଆୱାର  ମଧ୍ୟରେ ନିକଟସ୍ଥ ଥାନାରେ ଅଭିଯୋଗ କିମ୍ବା ସାଇବର ପୋଲିସ ଦ୍ୱାରା ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ କଲେ ଅଦୃଶ୍ୟ ଠକକୁ ଧରାଯାଇପାରିବ ବୋଲି କହିଛନ୍ତି ପୋଲିସ କମିଶନର ।

ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ

ପୁରୀ : ଶ୍ରୀକ୍ଷେତ୍ରରେ ବିପଦ ସାଜିଛି ମୁକୁଳା ଡ୍ରେନ୍ । ପଦାରେ ପଡ଼ିଛି ପ୍ରଶାସନ ଓ ଅଧିକାରୀଙ୍କ ଅବହେଳା । ଗଜପତି ନଗର ମୃତ୍ଯୁ ଘଟଣାରେ ଏନଏଚଆରସିରେ ମାମଲା । ମଙ୍ଗଳବାର ଦିନ ଘଟିଛି ଏପରି ଅଭାନୀୟ ଘଟଣା । ପୁରୀ ଗଜପତି ନଗରର ପ୍ରଦୀପ୍ତ ଚୌଧୁରୀଙ୍କ ଡ୍ରେନରେ ପଡି ମୃତ୍ୟୁ ହୋଇଛି । ମୁକୁଳା ଡ୍ରେନ୍ ଯୋଗୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖୋଲା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ବାରମ୍ବାର ସହରବାସୀ ପୌର ପ୍ରଶାସନକୁ ନିବେଦନ କରିଥିଲେ ମଧ୍ୟ ଏହାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି ପୁରୀର ସୂଚନା ଅଧିକାର କର୍ମୀ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଦାବି ରଖାଯାଇଅଛି । ଏହାସହ ପର୍ଯ୍ୟଟନ ନଗରୀରେ ଥିବା ସମସ୍ତ ଡ୍ରେନରେ ତୁରନ୍ତ ସ୍ଲାବ ପକାଇବାକୁ ଦାବି ହୋଇଛି । ତେବେ ପୁରୀରେ ମଧ୍ୟ ପୂର୍ବରୁ ଏପରି ଘଟଣା ଘଟିଥିବା ନଜରକୁ ଆସିଥିବାରୁ କମିଶନ ପ୍ରଶାସନକୁ ତାଗିଦ କରିଛନ୍ତି ।

କେବଳ ଗଜପତି ନଗର ଡ୍ରେନ ନୁହେଁ ସହରର ବିଭିନ୍ନ ନଳା ମୁକୁଳା ହୋଇ ପଡିରହିଛି । ଏଥିରେ କେବଳ ମଣିଷ ନୁହେଁ ଏଥିରେ ପଡ଼ି ଷଣ୍ଢ ଗାଇଗୋରୁଙ୍କ ମଧ୍ଯ ମୃତ୍ଯୁ ହେଉଛି । ତେବେ ପୁରୀ ପୌରପାଳିକା ଅଞ୍ଚଳରେ ଥିବା ସମସ୍ତ ମୁକୁଳା ଡ୍ରେନର ସର୍ଭେ କରାଯିବ । ସହରର ଏହି ମୁକୁଳା ଡ୍ରେନ ରେ ସ୍ଲାବ ପକାଇବା ପାଇଁ ବିଭାଗୀୟ ଅଧିକାରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ପୁରୀ ବିଧାୟକ କହିଛନ୍ତି । ପୁରୀ ପୌରପାଳିକା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ଲାବ ପକାଯିବାକୁ ଆଗାମୀ ୩୦ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସରିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବରୁ ୨୦୨୨ ମେ ୧୮ ଏବଂ ନଭେମ୍ୱର ୬ ତାରିଖରେ ବଡ଼ଦାଣ୍ଡର ମାର୍କେଟ ଛକ ଏବଂ ରେଡକ୍ରସ ରୋଡରେ ଥିବା ମୁକୁଳା ଡ୍ରେନରେ ପଡି ଦୁଇଜଣଙ୍କର ଜୀବନ ଯାଇଥିଲା ।

ପତ୍ନୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କଟକ : କଟକରେ ଚାଞ୍ଚଲ୍ୟ । ସିଧେଶ୍ୱର ସାହିରେ ପତ୍ନୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ଯା ଉଦ୍ଯମ । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗୁରତର ସ୍ବାମୀଙ୍କୁ ଏସସିବି ମେଡିକାଲ କାଜୁଏଲଟିରେ ଭର୍ତ୍ତି କରାଯାଇଛି । ହତ୍ୟାକାଣ୍ଡର ଶିକାର ମହିଳା ହେଲେ ବିଷ୍ଣୁ ପ୍ରିୟା । ସେ ସାଇବର ଥାନାରେ ପୋଲିସ ସିଗନାଲରେ କନଷ୍ଟେବଳ ଭରେ କାମ କରନ୍ତି । ତାଙ୍କ ସ୍ୱାମୀ ବିଶ୍ୱଜିତ ମଲ୍ଲିକ ବ୍ୟବସାୟ କରନ୍ତି । ଉଭୟେ ୨୦୧୯ ରେ ପ୍ରେମ ବିବାହ କରିଥିଲେ । ଦମ୍ପତିଙ୍କ ୫ ବର୍ଷର ଝିଅ ଟିଏ ଅଛି । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି କହିଛନ୍ତି ପଡୋଶୀ । ଏପରିକି ବିଷ୍ଣୁ ପ୍ରିୟା ବିଶ୍ୱଜିତ ସହିତ ରହିବେ ନାହିଁ ବୋଲି କହି ଦେଇଥିଲେ । ତେବେ ଆଜି ବିଶ୍ୱଜିତ ହଠାତ୍ ଆସି ଝଗଡା କରିବା ସହିତ ତାଙ୍କ ବେକ କାଟି ଦେଇଥିଲେ । ତା ପରେ ନିଜେ ନିଜର ବେକ କାଟି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ୍ ।

ସରିଲା ଅମଳ, ମିଳିଲାନି ଟୋକନ : ଟିଟିଲାଗଡ ପରାସରାରରେ ଚାଷୀ ଆଣିଲେ ଅଭିଯୋଗ

ଟିଟିଲାଗଡ : ଧାନ ଅମଳ ସରିଯାଇଛି , ଖଳାରେ ପଡି ରହିଛି ଶହ ଶହ କ୍ଵିଣ୍ଟାଲ୍ ଧାନ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟୋକନ ଆସିବ ଓ  ମଣ୍ଡିରେ ଧାନ ବିକ୍ରି କରି ୨ ପଇସା ରୋଜଗାର ହେବ ବୋଲି ଆଶା ରଖିଥିଲେ ଟିଟିଲାଗଡ ପରାସରାର ୨ ଭାଇ ୟଶପାଲ ସିଂହ ଓ ସନ୍ତୋଷ ସିଂହ। କିନ୍ତୁ ଚଳିତ ବର୍ଷ ସରକାରଙ୍କ ଦସ୍ତାବିଜରେ ଜମିର ଲୋକେସନ ଭୁଲ ଥିବା ଦର୍ଶାଇ ଆଉ ଟୋକନ ମିଳିନି। ଫଳରେ ଧାନ ବିକ୍ରି କରିନପାରି ହତାଶ ହୋଇପଡିଛନ୍ତି ଦୁଇ ଭାଇ। ତେବେ ଗତ ୨୫ରୁ ୩୦ ବର୍ଷ ହେବ କେମିତି ଟୋକନ ଆସୁଥିଲା ବୋଲି ପ୍ରଶାସନକୁ ଦୁହେଁ ପ୍ରଶ୍ନ କରିଛନ୍ତି।

ୟଶପାଲ ସିଂହ ଓ ସନ୍ତୋଷ ସିଂହଙ୍କର ୩୦ ଏକରରୁ ଅଧିକ ଜମି ରହିଛି। ଏହି ଜମିରୁ ଅଧିକାଂଶ ଜମିରେ ଚାଷ ହୋଇ ଭଳ ଅମଳ ହୋଇଥିଲା। କେବଳ ଏହି ଦୁଇ ଜଣ ନୁହେଁ ପରାସରା ପେକ୍ସ ଅଞ୍ଚଳରେ ପରେ ୨/୩ ଜଣ ଚାଷୀଙ୍କ ଏଭଳି ସମସ୍ଯା ଦେଖାଦେଇଥିଲା। ସମସ୍ଯା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଓ ଖୁବଶୀଘ୍ର ସମସ୍ଯା ସମାଧାନ ହେବ ବୋଲି ଉଚାଧିକାରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପେକ୍ସ ସମ୍ପାଦକ। କିଛି ଟା ଭୁଲ ପାଇଁ ବନ୍ଦ ହୋଇଯାଇଛି ରୋଜଗାରର ବାଟ।

ଯୁନିଟ-୪ ଯୁନିୟନ ଚର୍ଚ୍ଚରେ ବଡଦିନ ପାଳନ କଲେ ନବୀନ

ଭୁବନେଶ୍ବର : ଭୁବନେଶ୍ବରରେ ସତ୍ଯନଗର ପରେ ଯୁନିଟ-୪ ଯୁନିୟନ ଚର୍ଚ୍ଚରେ ବଡଦିନ ପାଳନ କଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁନିଟ-୪ ଯୁନିୟନ ଚର୍ଚ୍ଚରେ ପହଞ୍ଚିବା ପରେ ଚର୍ଚ୍ଚ ମୁଖ୍ଯ ଓ ସ୍ଥାନୀୟ କର୍ପୋରେଟର ତାଙ୍କୁ ଚର୍ଚ୍ଚ ଭିତରକୁ ପାଛୋଟି ନେଇଥିଲେ। ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ନେଇଥିଲେ ନବୀନ। ସେଠାରେ ଉପସ୍ଥିତ ଥିବା ଖ୍ରୀଷ୍ଟିଆନ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା। ଭୁବନେଶ୍ବର ସତ୍ଯନଗର ଚର୍ଚ୍ଚରେ ମେୟର ସୁଲୋଚନା ଦାସ, ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା, ବେଜେଡି ନେତା ମନ୍ମଥ ରାଉରତରାୟ ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ରହିଥିଲେ।

ମୃତକଙ୍କୁ ଜୀବିତ ଦେଖାଇ ମଧୁବାବୁ ପେନସନ ଟଙ୍କା ହଡପ ଅଭିଯୋଗ

ନବରଙ୍ଗପୁର  : ସୀମା ଟପିଲା ଟଙ୍କା ହଡପର ମାଧ୍ୟମ। ମୃତକଙ୍କୁ ଜୀବିତ ଦେଖାଇ ମଧୁବାବୁ ପେନସନ ଟଙ୍କା ହଡପର ଆସିଲା ଅଭିଯୋଗ। ନବରଙ୍ଗପୁର ପାପଡାହାଣ୍ଡି ନୂଆକୋଟରେ ୧୭ ଜଣଙ୍କ ଆଙ୍ଗୁଳି ଛାପରେ ପେନସନ ଟଙ୍କା ଉଠାଯାଇଛି। ୨୭ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାର ମୃତ୍ୟୁକାଳୀନ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପାଇବା ପରେ ବି ମୃତକଙ୍କ ନାଁରେ ଉଠିଛି ଭତ୍ତା ଟଙ୍କା।

ଜିଲ୍ଲାର ୧୬୯ ଟି ପଞ୍ଚାୟତରେ ଏଭଳି ମୃତକଙ୍କ ନାଁରେ ଟଙ୍କା ଉଠୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ଅଞ୍ଚଳବାସୀ। ପଞ୍ଚାୟତର ସମିତି ସଭ୍ୟ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି। ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପଞ୍ଚାୟତକୁ ତାଲା ପକାଇବା ସହ ବ୍ଲକ ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ନବୀନଙ୍କୁ ଦିଆଯାଉ ଭାରତରତ୍ନ, ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ବର : ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ଏହି କ୍ରମରେ ବୁଧବାର ଦିନ ଏକ ଉଲ୍ଲେଖନୀୟ ଘଟଣା ଘଟିଛି । କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ରାଜନୈତିକ ବିରୋଧରୁ ଉର୍ଦ୍ଧ୍ୱକୁ ଉଠି ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ବିହାରର ବେଗୁସରାୟରେ ଏକ କାର୍ଯ୍ୟକ୍ରମରେ ଯୋଗେ ଦେବା ପରେ ସାମ୍ବାଦିକଙ୍କ ସହିତ ଆଲୋଚନା କାଳରେ ସେ ଏହି ପ୍ରସ୍ତାବ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗିରିରାଜ କହିଛନ୍ତି ଯେ,ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାର ବିକାଶ ହୋଇଛି । ଏଭଳି ନେତାଙ୍କୁ ଭାରତରତ୍ନ ଦିଆଯିବା ଉଚିତ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚକ ଭାବେ ଜଣାଶୁଣା ଗିରିରାଜ ମଧ୍ୟ ନୀତୀଶଙ୍କୁ ପ୍ରଶଂସାରେ ପୋତିଛନ୍ତି । ନୀତୀଶଙ୍କ ଶାସନକୁ ପ୍ରଶଂସା କରି ସେ ତାଙ୍କୁ ମଧ୍ୟ ଭାରତରତ୍ନ ଦିଆଯାଉ ବୋଲି କହିଛନ୍ତି । ସେ କହିଥିଲେ ଯେ, ଯେଉଁମାନେ ୧୯୯୫ ମସିହା ପରେ ଜନ୍ମ ହୋଇଛନ୍ତି ଓ ଯେଉଁମାନଙ୍କ ବୟସ ୩୦ ବର୍ଷରୁ କମ,ସେମାନେ ବିହାରରେ ଲାଲୁଙ୍କ ଜଙ୍ଗଲ ରାଜ ବିଶୟରେ କିଛି ମଧ୍ୟ ଜାଣି ନାହାନ୍ତି । ନୀତୀଶ ବିହାରକୁ ସେହି ଜଙ୍ଗଲରାଜରୁ ବାହାରୁ ଆଣିବାରେ ସଫଳ ହୋଇଛନ୍ତି । ଓଡ଼ିଶାରେ ନବୀନ ମଧ୍ୟ ଭଲ କାମ କରିଛନ୍ତି । ଏଭଳି ନେତାମାନଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ ।

ପ୍ରବଳ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା, ମୁଣ୍ଡରେ ହାତ ଦେଲାଣି ଚାଷୀ

ଭୁବନେଶ୍ବର : ଚାଷ କାମ ଯାହାର କେତେ ଦୁଃଖ ତାହାର। ପ୍ରଥମେ ଚାଷ ଆରମ୍ଭ ବେଳେ ବର୍ଷା ଅଭାବ ଦେଖାଦେଲା। ପରେ ରୋଗ ପୋକ, ଆଉ ଏବେ ଅମଳ ଶେଷ କରି ଧାନ ବିକିବା ବେଳେ ଲଘୁଚାପଜନିତ ବର୍ଷା ଚାଷୀଙ୍କ ଦୁଃଖ ବଢେଇଦେଇଛି। ବର୍ଷା ଯୋଗୁଁ ରାଜରାସ୍ତା ଓ ମଣ୍ଡିରେ ଚାଷୀଙ୍କ ଧାନ ଭିଜୁଛି।  ଧର୍ମଗଡ ଉପଖଣ୍ଡରେ ପ୍ରାୟ ୬୦ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଚାଷୀ ଧାର କରଜ କରି ଚାଷ କରୁଥିଲେ l ଏବେ ଫସଲ ଭିଜିବା ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ  ବର୍ଷା ଲାଗିରହିଛି। ବର୍ଷାରେ ଭିଜି ଫସଲ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଚାଷୀ। ଧାର କରଜ କରି ଚାଷ ହୋଇଥିବା ବେଳେ କେମିତି ଋଣ ସୁଝାଯିବ ଏବେ ସେହି ଚିନ୍ତା। ଭଦ୍ରକ, ଆରଡି, ତିହିଡି, ଭଣ୍ଡାରିପୋଖରୀ ସମେତ ଧାମନଗର ଅଞ୍ଚଳରେ ପୁଣି  ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି । କ୍ଷେତରେ ପଡି ଭିଜା ଧାନ ଗଜା ହେଲାଣି।  ବର୍ଷା ଯୋଗୁଁ ବ୍ଯାପକ ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତି ଆକଳନ କରିବା ପାଇଁ ଚାଷୀଙ୍କ ପାଖରେ କର୍ତ୍ତୃପକ୍ଷ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି।