spot_img
Home Blog Page 1348

ବେଆଇନ ବନ୍ଧୁକ କାରବାରର ମୁଖ୍ୟ ଅଭିଯୁକ୍ତ ବିହାରରୁ ଗିରଫ

ବରଗଡ଼: ବେଆଇନ ବନ୍ଧୁକ କାରବାରର ମୁଖ୍ୟ ଅଭିଯୁକ୍ତ ବିହାରରୁ ଗିରଫ। ଗିରଫ ଅଭିଯୁକ୍ତ ହେଲା ମହମ୍ମଦ ଅକରମ। ବିହାରରୁ ବରଗଡ଼କୁ ଚୋରା ବନ୍ଧୁକ କାରବାର କରୁଥିଲା ଅକରମ। ଆଉ ବରଗଡରେ କିଛି ବିହାରୀ ଯୁବକ ରହି ଅପରାଧୀଙ୍କୁ ବିକ୍ରି କରୁଥିଲେ ବେଆଇନ ବନ୍ଧୁକ । ବରଗଡ ପୁଲିସ ଟିମ ବିହାରକୁ ଗସ୍ତ କରି ମହମ୍ମଦ ଅକରମକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି। ମହମ୍ମଦ ଅକରମକୁ ବରଗଡ ଅଣାଯିବା ପରେ ତା ପାଖରୁ ପୁଲିସ ଅଧିକ ସୂଚନା ସଂଗ୍ରହ କରୁଛି ।

ଗତ କିଛିଦିନ ତଳେ ଚୋରା ବନ୍ଧୁକ ଡିଲ ବେଳେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ୫ଟି ଚୋରା ବନ୍ଧୁକ ଜବତ କରାଯାଇଥିଲା । ଏସପିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଏହାର ତଦନ୍ତ କରାଯାଉଥିଲା। ଏହି ସମୟରେ ବିହାରରୁ ଏଠାକୁ ବନ୍ଧୁକ ଯୋଗାଣ କରୁଥିବା ସପ୍ଲାଇର ମହମଦ ଅକରମ ଓ ତାର ଆଉ ଏକ ସହଯୋଗୀକୁ ପୁଲିସ ଗିରଫ କରିଛି।

ବାଘ ଶିକାର ପରେ ବାଣ୍ଟିକୁଣ୍ଟି ଖାଇଲେ ମାଂସ, ୨ ଶିକାରୀ ଗିରଫ

କନ୍ଧମାଳ: ଜି.ଉଦୟଗିରି ଗମ୍ଭାରୀଗୁଡା ଓ ମାଲାନସୁଗା ଅଞ୍ଚଳରୁ ୨ ବାଘ ଶିକାରୀ ଗିରଫ। ରେଡ୍ ବେଳେ କଲରାପତରିଆ ବାଘ ଚମଡା ଜବତ ସହ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ ହୋଇଛି। ବାଘ ଚମଡାର ଲମ୍ବ ୨୩୯ ସେଣ୍ଟିମିଟର ହୋଇଥିବା ବେଳେ, ବାଘର ଆନୁମାନିକ ବୟସ ୫ ରୁ ୭ ବର୍ଷ ହେବ ବୋଲି କହିଛି ବନ ବିଭାଗ। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବାରାହା ଶିକାର ପାଇଁ ଫାସ ବିଛା ଯାଇଥିବା ବେଳେ ଏଥିରେ ବାଘ ପଡ଼ିଥିଲା। ପରେ ଦେଶୀ ବନ୍ଧୁକ ସହାୟତାରେ ବାଘକୁ ମାରିଥିଲେ ଅଭିଯୁକ୍ତ। ସବୁଠୁ ସାଂଘାତିକ କଥା ହେଉଛି ଯେ, ବାଘକୁ ମାରିବା ପରେ ତାର ମାଂସକୁ ବାଣ୍ଟିକୁଣ୍ଟି ଖାଇ ଦେଇଥିଲେ ଅଭିଯୁକ୍ତ। ଏନେଇ ସୂଚନା ଦେଇଛି ବନ ବିଭାଗ।

୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି।

ତେଲଙ୍ଗାନା ପୋଲିସକୁ ବଡ଼ ସଫଳତା; ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ତେଲଙ୍ଗାନା ପୋଲିସକୁ ମିଳିଲା ବଡ଼ ସଫଳତା। ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ମୁଲୁଗୁ ଏସ୍‌ପି ଡକ୍ଟର ସବାରିଶ ଏହି ସୂଚନା ଦେଇଛନ୍ତି। ମାଓବାଦୀଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।

ପୁଲିସ ସୂଚନା ମୁତାବକ, ରବିବାର ସକାଳୁ ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୟେଲାଣ୍ଡୁ-ନରସମପେଟ୍‌ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ନିଶ୍ଚିତ ହୋଇନାହିଁ। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ଭଦ୍ରାଦ୍ରିର କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟର କରାଯାଇଥିବା ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।

ଦ୍ବିତୀୟ ପ୍ରେମିକ ସହ ମିଶି ପ୍ରଥମ ପ୍ରେମିକ ଉପରେ ଏସିଡ୍ ମାଡ଼ କଲେ ଯୁବତୀ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ପ୍ରତାପଗଡ଼ରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ନାର୍କୋଟିକ୍ସ ବିଭାଗର ଇନ୍ସିପେକ୍ଟରଙ୍କ ଉପରେ ଏସିଡ ମାଡ଼ ଘଟଣାରେ ପୋଲିସ ଜଣେ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଏକ ବାଇକ ଜବତ କରିବା ସହ ସେମାନଙ୍କୁ ପଚରା ଉପରା ଜାରି ରଖିଛି । ତେବେ ଶୁକ୍ରବାର ଏହି ଘଟଣା ଘଟିଥିବାବେଳେ ୨୨ ବର୍ଷୀୟ ଯୁବତୀଙ୍କ ସହ ତାଙ୍କ ବୟଫ୍ରେଣ୍ଡକୁ ଗିରଫ କରିଛି । ତଦନ୍ତରୁ ଜଣା ପଡ଼ିଛି କି, ଯୁବତୀଙ୍କ ସହ ଇନ୍ସିପେକ୍ଟର ଆଫାୟାର୍ସ ଚାଲିଥିଲା । ଯାହାକି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଯୁବତୀ ଜଣକ ପରେ ଭଲ ପାଉଥିବା ଯୁବକଙ୍କୁ ଅଧିକ ଭଲ ପାଉଥିବାର ପ୍ରମାଣ ଦେବାକୁ ଯାଇ ଏଭଳି ଏସିଡ୍ ମାଡ଼ କରିଥିବା ଜଣାପଡ଼ିଛି । ସବଇନ୍ସିପ୍ଟେରଙ୍କ ସହ ଇନଷ୍ଟାଗ୍ରାମରୁ ପ୍ରେମ ହୋଇଥିଲା । ପ୍ରଥମ ଉଭୟ ବନ୍ଧୁତା କରିଥିଲେ ଆଉ ପରେ ଭଲ ପାଇଥିଲେ । ମାତ୍ର ପରେ ଅନ୍ୟ ଜଣେ ଅଥବା ଅଭିଯୁକ୍ତ ଯୁବକଙ୍କ ସହ ପ୍ରେମ ହୋଇଥିଲା । ସେହି ଯୁବକଙ୍କୁ ନିଜର କରିବାକୁ ଯାଇ ରାସ୍ତାରୁ ହଟାଇବାକୁ ଯାଇ ,ଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସତ ମାନିଛନ୍ତି । ଯେଉଁ କାରଣରୁ ସେ ଏଭଳି ଏକ ପନ୍ଥା ଆପଣାଇଥିଲେ ।

 ପିଲାଙ୍କ ଆଡମିସନ ଟଙ୍କାକୁ ଆତ୍ମସାତ କଲେ କଲେଜ ଟ୍ରଷ୍ଟି ମୁଖ୍ୟ

କେନ୍ଦ୍ରାପଡା: ପିଲାଙ୍କ ଆଡମିସନ ଟଙ୍କାକୁ ଆତ୍ମସାତ କଲେ କଲେଜ ଟ୍ରଷ୍ଟି ମୁଖ୍ୟ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଗୁହାଳସିଂ ସ୍ଥିତ ଶ୍ରୀ ବଳଦେବ ଜୀଉ ନର୍ସିଙ୍ଗ କଲେଜର ଟ୍ରଷ୍ଟି ବୋର୍ଡ ମୁଖ୍ୟ କଳାକାର ରାଉତଙ୍କ ବିରୋଧରେ । କଳାକାର ରାଉତ ନିଜକୁ କଲେଜର ଚେୟାରମ୍ୟାନ ପରିଚୟ ଦେଇ କିଛି ଛାତ୍ରଛାତ୍ରୀଙ୍କଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଲେଖାଏଁ ଟଙ୍କା ଆଣିଥିଲେ । ହେଲେ ଟଙ୍କାକୁ କଲେଜକୁ ନଦେଇ ନିଜେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରଛାତ୍ରୀଙ୍କ ସନ୍ଦେହ ହେବାରୁ ସେମାନେ କଲେଜ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ । କଳାକାର ରାଉତ କଲେଜର ରସିଦ ଖାତାରୁ କିଛି ରସିଦ ପୃଷ୍ଠା ଚୋରି କରି ବେଆଇନ ଭାବେ ପିଲାଙ୍କୁ ନକଲି ରସିଦ ଦେଇଥିଲେ । କଲେଜ ରସିଦ ଖାତାରୁ ରସିଦ ଚୋରି ହୋଇଥିବା ନେଇ କଲେଜ ଷ୍ଟାପ ଓ କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ଅଧ୍ୟକ୍ଷାଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା । ଏନେଇ କଲେଜ ଅଧ୍ୟକ୍ଷା କଳାକାର ରାଉତଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ଏନେଇ ଅଭିଯୁକ୍ତ କଳାକାର ରାଉତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବଡ ଘୋଷଣା: ଡଲାରର ଅବମୂଲ୍ୟାୟନ କିମ୍ବା ଅନ୍ୟ ମୁଦ୍ରା ବ୍ୟବହାର କଲେ ମହଙ୍ଗା ହେବ ପରିଣତି

ଓ୍ବାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବଡ ଘୋଷଣାରେ ଛାନିଆ ଭାରତ । ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଯଦି ଆମେରିକୀୟ ଡଲାରର ଅବମୂଲ୍ୟାୟନ କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରା ବ୍ୟବହାର କରନ୍ତି ତେବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ବୋଲି କହିଛନ୍ତି ଟ୍ରମ୍ପ । ବର୍ତ୍ତମାନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ସଦସ୍ୟ ଅଛନ୍ତି ବ୍ରାଜିଲ, ରୁଷିଆ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା ଓ ଅନ୍ୟାନ୍ୟ ରାଷ୍ଟ୍ର । ଗତ ଅକ୍ଟୋବରରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଅନ୍ତର୍ଜାତୀୟ କାରବାର କ୍ଷେତ୍ରରେ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲାଗି ଆଲୋଚନା ହୋଇଥିଲା। ଏହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଟ୍ରମ୍ପ । ଏକ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର କୌଣସି ନୂଆ ମୁଦ୍ରାର ପ୍ରଚଳନ କରନ୍ତି କିମ୍ବା ଅନ୍ୟ କୌଣସି ଦେଶର ମୁଦ୍ରା ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆମେରିକା ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ପଛାଇବ ନାହିଁ । ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀରେ ବି ସଦସ୍ୟ ଭାବେ ସାମିଲ ହୋଇଛନ୍ତି ଇଜିପ୍ଟ, ଇରାନ ଓ ୟୁଏଇ । ତେବେ ବ୍ରିକ୍ସ ସମ୍ମିଳନୀ ଶେଷ ଭାଗରେ ବିକଳ୍ପ ମୁଦ୍ରା ଲାଗି କୌଣସି ଯୋଜନା ନଥିବା କହିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।

ସେପଟେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇର ନିର୍ଦ୍ଦେଶକ ହୋଇଛନ୍ତି ଭାରତୀୟ-ଆମେରିକୀୟକାଶ୍ୟପ କାସ୍ ପଟେଲ । ଟ୍ରମ୍ପଙ୍କ ପାଖଲୋକ ଭାବେ ବେଶ୍ ଜଣାଶୁଣା କାସ୍ ପଟେଲ । ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ, ନ୍ୟାୟ, ଆମେରିକୀୟଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ସେ ବେଶ୍ ଚର୍ଚ୍ଚିତ । ଖ୍ରୀଷ୍ଟୋଫରେଙ୍କ ସ୍ଥାନରେ କାସ୍ ପଟେଲ ଦାୟିତ୍ବ ନେବେ । ନ୍ୟୁୟର୍କର କ୍ଯୁଇନ୍ସରେ ଜନ୍ମିତ ପଟେଲଙ୍କ ପିତାମାତା ହେଉଛନ୍ତି ଗୁଜରାଟର । ସେମାନେ ପୂର୍ବ ଆଫ୍ରିକାରୁ ଆସି ଆମେରିକାରେ ବସବାସ କରୁଛନ୍ତି । ସେ ଫ୍ଲୋରିଡାରେ ସରକାର ଓକିଲ ଭାବେ କାର୍ଯ୍ୟରତ । ସେ ନ୍ୟାୟ ବିଭାଗରେ ପ୍ରସିକ୍ୟୁଟର ଭାବେ କାର୍ଯ୍ୟ କରିଥିଲେ । ଆମେରିକା ଓ ପୂର୍ବ ଆଫ୍ରିକା ସମତେ ବିଭିନ୍ନ ଦେଶରେ ଘଟିଥିବା ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ମାମଲାରେ ସେ ସରକାରଙ୍କ ପକ୍ଷ ନେଇ ଲଢିଥିଲେ । ଟ୍ରମ୍ପଙ୍କ ପ୍ରଥମ ପାଳିରେ ପଟେଲ ରୁଷିଆ ସମ୍ପର୍କିତ ତଦନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟ୍ରମ୍ପଙ୍କ ଜାତୀୟ ନିରାପତ୍ତା ନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପଟେଲ ।

ସରକାରୀ ବାସଭବନରେ ବେକରେ ରଶି ଲଗାଇ କର୍ମଚାରୀଙ୍କ ଆତ୍ମହତ୍ୟା

ଫୁଲବାଣୀ: ସରକାରୀ ବାସଭବନରେ ବେକରେ ରଶି ଲଗାଇ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଫୁଲବାଣୀ କୃଷି ଉଦ୍ୟାନ ବିଭାଗ ସରକାରୀ ବାସଭବନରେ ଘଟିଛି ଏହି ଅଘଟଣ। ମୃତକ ଫୁଲବାଣୀ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ନାୟକ । ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି। ସେପଟେ ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକେ । ମୃତକଙ୍କ ପୁଅ ଆଣିଛନ୍ତି ହତ୍ୟା ଅଭିଯୋଗ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ମୃତକ ବିଜୟ କୁମାର ନାୟକ ନିଜ ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହ ପୁଅ ପାଖକୁ ଅନ୍ ଲାଇନରେ ଦୁଇ ହଜାର ଟଙ୍କା ପଠାଇଥିଲେ । ଏଥିସହିତ ସେ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁ କୁ ଯିବେ ବୋଲି ସ୍ତ୍ରୀ ଙ୍କୁ କହିଥିଲେ । କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ । ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଟାଉନ୍ ପୋଲିସ୍ ।

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଚୟନ । ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ କଂସ ଚୟନ ପ୍ରକ୍ରିୟା । ଏଥିରେ ୩ ଜଣ ବିଚାରକ ରହିଥିବା ବେଳେ ୪ ଜଣ କଳାକାର ଅଂଶ ଗ୍ରହଣ କରିବେ । କଂସ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ, ସୁଶୀଲ କୁମାର ମେହେର ଅଂଶ ଗ୍ରହଣ କରି ନିଜ ଅଭିନୟ ପ୍ରଦର୍ଶନ କରିବେ। ଜାନୁୟାରୀ ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ କିଏ ହେବ ଏନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିରହିଛି।

ପ୍ରିୟଙ୍କାଙ୍କୁ ଏମିତି ସାହାର୍ଯ୍ୟର ହାତ ବଢ଼ାଇଥିଲେ ହ୍ରିତିକ୍

ନନ୍ଦିଘୋଷ ବ୍ୟୁରୋ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀବନ । ସବୁବେଳେ ସେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜିକାଲି ମଧ୍ୟ ସେ ଗଣମାଧ୍ୟମରେ ହେଡଲାଇନ ପାଲଟିଛନ୍ତି । ଡିଡିଜି ଲିଟିଲଗାର୍ଲକୁ ନେଇ ବେଶ ଚର୍ଚ୍ଚା ପରିସର ଭିତରେ ରହିଥିବା ପ୍ରିୟଙ୍କା ଏଥିରେ ସ୍ପଷ୍ଟ କରିଛନ୍ତି କି, ସେ ତାଙ୍କ ବାପାଙ୍କୁ କେତେ ଭଲ ପାଆନ୍ତି । ଯଦିଓ ଏବେ ତାଙ୍କ ବାପା ଆଉ ଏଦୁନିଆରେ ନାହାନ୍ତି କିନ୍ତୁ ସେ ତାଙ୍କୁ ଭଲ ପାଉଥିବା ଜଣାଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ପ୍ରିୟଙ୍କାଙ୍କ ଖରାପ ସମୟରେ ତାଙ୍କ ସାଥିରେ ରହିଥିଲେ ଅଭିନେତା ହ୍ରିତିକ ରୋଶନ ତାଙ୍କ ତାଙ୍କ ବାପା ରାକେଶ ।

ନିକଟରେ ପ୍ରିୟଙ୍କାଙ୍କ ମା’ ମଧୁ କହିଛନ୍ତି କି, ତାଙ୍କ ସ୍ବାମୀଙ୍କ ଦେହ ଖରାପ ସମୟରେ କିପରି ଭାବେ ତାଙ୍କର ଚିକିତ୍ସା ଲାଗି ଆମେରିକା ନେବା ଲାଗି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ ଏକ ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଛନ୍ତି । ଏହାସହ ପ୍ରିୟଙ୍କ ଜନ୍ମଦିନ ପରେ ଘଟିଥିବା କିଛି ଘଟଣା ମଧ୍ୟ ଜଣାଇଛନ୍ତି । ତେବେ ଯେତେବେଳେ ପ୍ରିୟଙ୍କାଙ୍କ ବାପାଙ୍କ ଦେହ ସିରିୟସ ରହିଥିଲା ଆଉ ତାଙ୍କୁ ଆମେରିକା ନେବା ଲାଗି କୁହାଯାଇଥିବା ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମାତ୍ର ହ୍ରିତିକ ଜଣେ ଭଲ ବନ୍ଧୁଭାବେ ପ୍ରିୟଙ୍କାଙ୍କ ପରିବାର ସହ ଛିଡ଼ା ହୋଇଥିଲେ ।

ମଧୁ କହିଛନ୍ତି କି, କ୍ରିସ୍ ଫିଲ୍ମ ସୁଟିଂ ସମୟରେ ଏଭଳି ଘଟଣା ଘଟିଥିଲା । ସୁଟିଂ ସେଟରେ ପ୍ରିୟଙ୍କା ବେଶ ଚିନ୍ତାରେ ରହିଥିଲେ । ଏହାକୁ ଦେଖି ହ୍ରିତକ ଏବଂ ତାଙ୍କ ବାପା ନିର୍ଦ୍ଦେଶକ ରାକେଶ ତାଙ୍କୁ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ବିମାନ ପାଇଁ ଯେଉଁ ଅସୁବିଧା ହୋଇଥିଲେ ସେ ସମ୍ପର୍କରେ ମଧ୍ୟ ଜଣାଇଥିଲେ । ଏହାପରେ ବାପା ପୁଅ ମିଶି ସମସ୍ତ ସମସ୍ୟାର ସମାଧାନ କରିବା ସହ ସହଯୋଗ କରି ଆମେରିକା ପ୍ରିୟଙ୍କାଙ୍କ ବାପାଙ୍କୁ ଚିକିତ୍ସା ଲାଗି ପଠାଇଥିଲେ ।

 

ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ମାତାଲ ପୁଅ

ନନ୍ଦିଘୋଷ ବ୍ୟୁରୋ: ମଦୁଆ ପୁଅ ଭୁଲିଗଲା ନିଜର ହିତାହିତ ଜ୍ଞାନ । ମଦ ନିଶାରେ ଉନ୍ମତ୍ତକାଣ୍ଡ । ନିଶାରେ ନିଜ ଜନ୍ମକଲା ମା’କୁ ମାରି ଦେଇଛି ପୁଅ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ତୁମୁଲିଆ ଗାଁରୁ ଆସିଛି ଏଭଳି ଖବର ।  ମାତାଲ ପୁଅ ବିଶ୍ବ ଲାକଡ଼ା ମାକୁ ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସେପଟେ ପୁଅର ଏଭଳି ଜଘନ୍ୟକାଣ୍ଡକୁ ସାଧାରଣରେ ନିନ୍ଦା କରାଯାଇଛି ।