spot_img
Home Blog Page 137

ଭଡ଼ାଟିଆଙ୍କ ପାଇଁ ଆଇନ: ମନମାନୀ କରିପାରିବେନି ଘର ମାଲିକ

ନନ୍ଦିଘୋଷ ବ୍ୟୂରୋ: ଘରୁ ବାହାରେ ରହିବା ଚାକିରି କରିବା ହେଉ କି କିଛି ବ୍ୟବସାୟ । ଅଥବା ଅନ୍ୟ କିଛି କାରଣ । ରହିବାକୁ ହେଲେ ଘରଟିଏ ଦରକାର । ଆଉ ଏଥିପାଇଁ ଲୋକେ ଘର ଭଡ଼ାରେ ନେଇ ରହିଥାନ୍ତି । ହେଲେ ଭାରତରେ ଘର ଭଡ଼ାରେ ନେବା କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାଧାରଣ ହିସାବ-କିତାବ ନୁହେଁ । ଏହା ଆଇନ, ଅଧିକାର ଓ ଦାୟିତ୍ବ ନେବାର ଏକ ମିଶ୍ରଣ । ଭଡ଼ାଟିଆଙ୍କୁ ବିନା କାରଣରେ ବାହାର କରିବା, ମନଇଚ୍ଛା ଭଡ଼ା ଆଦାୟ କରିବା ଓ ଗୋପନୀୟତା ଭଙ୍ଗ ନହେବା ପାଇଁ ଏକାଧିକ ଆଇନ ରହିଛି । ଏଥିପାଇଁ ଭଡ଼ାରେ ରହୁଥିବା ସମସ୍ତ ଲୋକଙ୍କୁ ସେମାନଙ୍କ ଅଧିକାର ଜାଣିବା ନିହାତି ଜରୁରୀ । ଯଦି ଆପଣ ଘର ଭଡ଼ାରେ ନେଇ ରହୁଛନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କ ସୁରକ୍ଷା ପାଇଁ କ’ଣ ରହିଛି ନିୟମ ।

କେନ୍ଦ୍ର ସରକାରଙ୍କ ଅଣା ଯାଇଥିବା ଆଦର୍ଶ କିରାଲଦାରୀ ଅଧତନୟମ ୨୦୨୧ (Model Tenancy Act, 2021 – MTA)ରେ ଏହି ଅଧିକାରକୁ ଆହୁରି ଦୃଢ଼ କରୁଛି । ହେଲେ ଏହାକୁ ଲାଗୁ କରିବା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ।

ଘରୁ ବାହାର କରିପାରିବେନି

ଭଡାରେ ରହୁଥିବା ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଧିକାର ହେଲା ସେମାନଙ୍କୁ ମନଇଚ୍ଛା ଘରୁ ବାହାର କରାଯାଇପାରିବ ନାହିଁ । ଏଥିପାଇଁ ଆଇନ ଭଡ଼ାଟିଆଙ୍କୁ ସୁରକ୍ଷା ଦେଉଛି । ଘର ମାଲିକ, ଭଡ଼ାଟିଆଙ୍କୁ ସେପର୍ଯ୍ୟନ୍ତ ବାହାର କରିପାରିବ ନାହିଁ, ଯେପର୍ଯ୍ୟନ୍ତ ଭଡ଼ାଟିଆ କୌଣସି ଆଇନ ଉଲ୍ଲଂଘନ କରିନଥିବେ । ଏହା ମଧ୍ୟରେ ଆସିଥାଏ ଲଗାତାର ଦୁଇମାସ ଭଡ଼ା ନଦେବା, ଭଡ଼ଶ ଘରକୁ rୁରୂପଯୋଗ କରିବା, ଭଡ଼ା ସର୍ତ୍ତ ଉଲ୍ଲଂଘନ କରିବା । ଏହାସହ ଘର ମାଲିକ କିମ୍ବା ତାଙ୍କ କରିବାର ବ୍ୟକ୍ତିଗତ ଭାବେ ରହିବାକୁ ଚାହୁଁଥିଲେ ତେବେ ସେ ଭଡ଼ା ଛଡ଼ାଇ ପାରିବେ ।

ନୋଟିସ ଅବଧି ଓ ଅଧିକାର

ଘରଭଡ଼ା ଛଡ଼ାଇବା ପୂର୍ବରୁ ଆଇନଗତ ପ୍ରସ୍ତୁତି ଆରମ୍ଭ କରିବା ପୂର୍ବରୁ ଘର ମାଲିକଙ୍କୁ ଭଡ଼ାଟିଆଙ୍କୁ ନୋଟିସ୍ ଦେବାକୁ ପଡ଼ିଥାଏ । ଯାହାର ଅବଧି ସାଧାରଣତଃ ଏଗ୍ରିମେଣ୍ଟ ସମୟରେ ସ୍ଥିର ହୋଇତାଏ । ଘର ମାଲିକ ବିନା କୋର୍ଟଙ୍କ ଆଦେଶ କିମ୍ବା ଭଡ଼ଶ ପ୍ରାଧିକରଣ ନିଷ୍ପତ୍ତିରେ ଭଡ଼ାଟିଆଙ୍କୁ ଜୋର ଜବରଦସ୍ତ ବାହାର କରିପାରିବ ନରହିଁ । ଭଡ଼ାଟିଆଙ୍କ ଏଗ୍ରିମେଣ୍ଟ ଶେଷ ହୋଇ ସାରିଥିଲେ ବି ଘର ମାଲିକ ଏମିତି କରିପାରିବେ ନାହିଁ ।

ଆଦର୍ଶ ଘରଭଡ଼ା ଅଧିନିୟମ ୨୦୨୧ ଅନୁସାରେ, ଘର ଭଡ଼ା ଦେବା ବେଳେ ଆବାସିକ ସମ୍ପତ୍ତି ପାଇଁ ସୁରକ୍ଷା ଜମା ବାବଦକୁ ଘର ମାଲିକ ଦୁଇମାସରୁ ଅଧିକ ରଖିପାରିବେ ନାହିଁ । ସେହିପରି ଅଣ ଆବସିକ ସମ୍ପତ୍ତି ପାଇଁ ୬ ମାସରୁ ଅଧିକ ସୁରକ୍ଷା ଜମା ନରଖିବାର ନିୟମ ରହିଛି ।

ଜମା ରାଶି ଫେରସ୍ତ ଅଧିକାର

ଘର ଖାଲି କରିବା ପରେ ମାଲକଙ୍କୁ ମରାମତି ବାବାଦ ଖର୍ଚ୍ଚ କାଟି ବାକି ଟଙ୍କା ନିର୍ଦ୍ଧାରିତ ସମୟରେ ଭଡ଼ାଟିଆଙ୍କୁ ଫେରାଇବାକୁ ନିୟମ ରହିଛି ।

ଘର ଭଡ଼ା ବଢ଼ାଇବା

ଘର ଭଡ଼ା ବୃଦ୍ଧି ମନଇଚ୍ଛା ହୋଇପାରିବ ନାହିଁ । ଏହା ଭଡ଼ା ନେବା ବେଳେ ହୋଇଥିବା ଏଗ୍ରିମେଣ୍ଟ ସର୍ତ୍ତ ଅନୁସାରେ ହୋଇଥାଏ । କୌଣସି ଘର ମାଲିକ ମନଇଚ୍ଛା ଘର ଭଡ଼ା ବଢ଼ାଇ ପାରିବେ ନାହିଁ । ଆଇନ ଅନୁସାରେ ଭଡ଼ା ବଢ଼ାଇବାକୁ ହେଲେ ଘର ମାଲିକଙ୍କୁ ତିନି ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡ଼ିଥାଏ ।

ଗୋପନୀୟତାର ଅଧିକାର

ଭଡ଼ାଟିଆଙ୍କୁ ନିଜ ଭଡ଼ା ସମ୍ପତ୍ତିରେ ଶାନ୍ତିପୂର୍ଣ୍ଣ ଓ ବିନା ବାଧାରେ ରହିବାର ଅଧିକାର ରହିଛି । ଜରୁରୀକାଳୀନ ପରିସ୍ଥିତିକୁ ଛାଡିଦେଲେ ଘର ମାଲିକ ବିନା ପୂର୍ବ ଅନୁମତି କିମ୍ବା ୨୪ ଘଣ୍ଟାର ନୋଟିସ ବିନା ପରିସରକୁ ପ୍ରବେଶ କରିପାରିବେ ନାହିଁ । ଏପରିକି ପ୍ରବେଶ ସମୟ ସକାଳ ୭ଟାରୁ ରାତି ୮ଟା ମଧ୍ୟରେ ରହିବା ନିୟମ ରହିଛି ।

ପାଣି, ବିଦ୍ୟୂତ ଓ ସଫେଇ କରି ମୌଳିକ ସୁବିଧା ଭଡ଼ାଟିଆ ନିରବିଚ୍ଛିନ୍ନ ଭାବେ ପାଇବାର ଅଧିକାର ରହିଛି । ଭଡ଼ାକୁ ନେଇ ବିବାଦ ହେଲେ ବି ମାଲିକ ଏହି ପ୍ରକାର ସୁବିଧାକୁ କାଟି ପାରିବେ ନାହିଁ ।

ମରାମତି ଓ ରକ୍ଷଣାବେକ୍ଷଣ ଅଧିକାର

ଘର ମାଲିକଙ୍କୁ ସମ୍ପତ୍ତିର ଗଠନମୂଳକ ଓ ମୁଖ୍ୟ ମରାମତି କରିବାକୁ ପଡ଼ିଥାଏ । ଯଦି ଘର ମାଲିକ କୌଣସି ମରାମତି କରିବାକୁ ମନା କରେ ତେବେ କିଛି ସ୍ଥାନରେ ଭଡ଼ାଟିଆ ନିଜେ ମରାମତି କରି ଖର୍ଚ୍ଚ ଭଡାରୁ କାଟି ପାରିବେ । ସେହିପରି ଉଭୟ ପକ୍ଷଙ୍କ ସୁରକ୍ଷା ପାଇଁ ଲିଖିତ ଏଗ୍ରିମେଣ୍ଟ କରାଯିବା ଜରୁରୀ । ଏହି ଏଗ୍ରିମେଣ୍ଟ ଭବିଷ୍ୟତରେ ଦେଖା ଦେବାକୁ ଥିବା ବିବାଦର ସମାଧାନ ପାଇଁ ଆଧାର ହୋଇଥାଏ ।

ପୁଣିଥରେ ନକଭିଙ୍କୁ ଚେତାବନୀ ଦେଲା ବିସିସିଆଇ, ଯଦି ଟ୍ରଫି ନଫେରାଇବ ତାହେଲେ…

0

ନନ୍ଦିଘୋଷ ବ୍ୟୁରୋ : ଏସୀଆ କପ ୨୦୨୫ରେ ଭାରତ ଚାମ୍ପିୟନ ହୋଇଛି । ତେବେ ଟ୍ରଫିକୁ ଲାଗି ରହିଥିବା ବିବାଦ ପୁଣିଥରେ ଆରମ୍ଭ ହୋଇଛି । ନକଭି ଟ୍ରଫି ନେଇ ହୋଟେଲ ଯାଇଥିବାବେଳେ ଆଜିଯାଏଁ ଭାରତକୁ ଟ୍ରଫି ପ୍ରଦାନ କରିନାହାନ୍ତି । ତେବେ ଏବେ କଠୋର ହୋଇଛି ବିସିସିଆଇ । ନକଭିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଲେଖିଛନ୍ତି କି, ଯଦି ଟ୍ରଫି ନଫେରାଇବେ ତାହେଲେ ପରବର୍ତ୍ତୀ ପଦକ୍ଷେପ ନେଇପାରେ । ଇଣ୍ଡିଆ ଟୁଡେର ଏକ ସ୍ବତନ୍ତ୍ର ଆଲୋଚନାରେ ବିସିସିଆଇର ସଚିବ ଏଭଳି କହିଥିବା ଦେଖିବାକୁ ମିଳିଛି । ୨୮ ସେପ୍ଟେମ୍ବରରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ଟାଇଟଲ ଜିତିଥିଲା। ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ତଥାପି, ମ୍ୟାଚ୍ ପରେ ଉପସ୍ଥାପନା ସମୟରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ PCB ଏବଂ ACC ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ୱରୂପ, ମୋହସିନ ନକଭି ଏସିଆ କପ୍ ଟ୍ରଫି ନେଇ ଚାଲିଯାଇଥିଲେ ।

ବିଜେଡି ସ୍ବର ଚାପି ଦେବାକୁ ଉଦ୍ୟମ: ମହିଳା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ, ଘଟଣାକୁ ନବୀନଙ୍କ ନିନ୍ଦା

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର ମହିଳା ହିଂସା ନେଇ ବିଜେଡି ସ୍ବର ଉଠାଉଥିଲା । ଏବେ ବିଜେଡିର ସ୍ବର ଚାପିବାକୁ ଆରମ୍ଭ ହୋଇଯାଇଛି ଉଦ୍ୟମ । ବିଜେଡିର ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରନ୍ତି । ଗତ ରାତିରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି । ଏ ସରକାର ସୁଭଦ୍ରା ଓ ନାରୀ କଥା କହୁଛି । ହେଲେ ଏବେ ଏ ଅପାରଗ ସରକାର ସମାଲୋଚନା ନସହି ପାରି ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେଡି । ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ମହିଳାଙ୍କ ଉପରେ ବଢ଼ୁଥିବା ହିଂସା ଘଟଣା କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ଦୀପାବଳିରେ ଜୀବନ ଲିଭାଇବାକୁ ଚେଷ୍ଟା କରୁଛି ବିଜେପି । ଏକଛତ୍ରବାଦ ଶାସନ କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି । ରଶ୍ମିଙ୍କ ନାଁରେ ମିଛ FIR ଦେଇ ନପାରିବାରୁ ହତ୍ୟା କରିବାକୁ ଚେଷ୍ଟା କରାଯାଇଛି । ଆଜି ମହିଳା ଅସୁରକ୍ଷିତ । ସୁରକ୍ଷା ଦେବା ଦାୟିତ୍ୱ ସରକାରଙ୍କ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ହେଲେ ଅପରାଧୀ ଡରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ ଉଠିଛି । ଆଇଆଇସି ପ୍ରଥମେ FIR ରଖୁ ନାହାନ୍ତି ।  ଶାସକ ଦଳର ଜଣେ ବିଧାୟକଙ୍କ ଲୋକ ଏହି କାମ କରିଥିବା ଅଭିଯୋଗ ହୋଇଛି । ଫଳରେ କାହାରିକୁ ଘଟଣାରେ ଗିରଫ ନକରି ପୋଲିସ ଚୁପ ହୋଇ ବସିଛି । ଅଭିଯୋଗ କରିବାକୁ ଗଲେ ବୁଝାସୁଝା କରି ପଠାଇ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ରଶ୍ମି ପରିଜାଙ୍କ ଉପରେ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମହିଳାଙ୍କ ଉପରେ ବଢ଼ୁଥିବା ହିଂସା ଘଟଣା କଦାପି ଗ୍ରହଣୀୟ ନୁହେଁ । ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି । ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି । ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆଖିରେ ଲାଗିଛି ‘ହୀରା’, ଲାଇଟ୍ ପଡ଼ିଲେ ଝଲସି ଉଠେ

ନନ୍ଦିଘୋଷ ବ୍ୟୁରୋ: ଆପଣ ଫିଲ୍ମ ଓ ଟିଭିରେ କଳାକାରଙ୍କୁ ସୁନାର ଦାନ୍ତ ଗାଇ ଥିବା ଦେଖିଥିବେ । କିଛି କିଛି ଲୋକ ବାସ୍ତବରେ ମଧ୍ୟ ସୁନାର ଦାନ୍ତ ଲଗାଇ ଥିବା ଦେଖିଥିବେ । ହେଲେ କେବେ କେହି ନିଜ ଶରୀରର କୌଣସି ଅଙ୍ଗକୁ ହୀରାରେ ତିଆରି କରିଥିବା ଦେଖି ନଥିବେ କି ଶୁଣି ନଥିବେ । ହେଲେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯାହାଙ୍କ ଆଖିରେ ହୀରା ଲଶଗିଛି । ଆଉ ଏହି ହୀରା ଆଖି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ତେବେ ବେଶି ଡେରି ନକରି ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଓ କାହିଁକି ତାଙ୍କୁ ନିଜ ଆଖିରେ ହୀରା ଲଗାଇବାକୁ ପଡ଼ିଲା ।

Odditycentra ରିପୋର୍ଟ ଅନୁସାରେ ଅଲବାମାର ମୂଳ ବାସିନ୍ଦା ସ୍ଲେଟର ଜୋନ୍ସଙ୍କ ପାଖରେ ଦୁନିଆର ସବୁଠାରୁ ଦାମୀ କୃତ୍ରିମ ଆଖି ରହିଛି । ଜୋନ୍ସ ଏକ ଜୁଏଲରୀ ଦୋକାନର ମାଲିକ । ସେ ନିଜ କୃତ୍ରିମ ଆଖିରେ ଦୁଇ କ୍ୟାରେଟର ହୀରା ଲଗାଇଛନ୍ତି ।

ନିଜ ଡାହାଣ ଆଖିକୁ ଦେଖାଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ପରେ ଅଲବାମାର ଏହି ଗହଣା ଦୋକାନର ମାଲିକ ତଥା ଅଭିନେତା ଜୋନ୍ସ କୃତ୍ରିମ ଆଖିରେ ହୀରା ଲଗାଇବାକୁ ମନସ୍ଥ କରିଥିଲେ । ଏକ ରୋଗ କାରଣରୁ ତାଙ୍କ ଡାହାଣ ଆଖିକୁ ଦେଖାଯିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହାପରେ ସେ କୃତ୍ରିମ ଆଖି ପାଇଁ ବିଶେଷଜ୍ଞ ଜନ୍ ଲିମଙ୍କ ପାଖକୁ ଯାଇଥିଲେ । ଜୋନ୍ସ ତାଙ୍କୁ ଏକ ସ୍ପେଶାଲ ଆର୍ଟିଫଇସିଆଲ ଆଖି ବନାଇବାକୁ ଅର୍ଡର ଦେଇଥିଲେ । ସେ ଏମିତି ଏକ ଆଖି ଚାହୁଁଥିଲେ, ଯେଉଁଥିରେ ସେ ନିଜକୁ ଜଣେ ଜୁଏଲରୀ ଡିଜାଇନର ଭାବେ ଦେଖାଇବାକୁ ଚାହୁଁଥିଲେ । ତେଣୁ ସେ କୃତ୍ରିମ ଆଖିରେ ଦୁଇ କ୍ୟାରେଟର ହୀରା ଲଗାଇବାକୁ କହିଥିଲେ ।

ଲାଇଟ ପଡ଼ିଲେ ଚମକି ଉଠେ ଆଖି

ଜୋନ୍ସଙ୍କ ଆଖିରେ ଲାଗିଥିବା ହୀରାରେ ଲାଇଟ ପଡ଼ିବା ମାତ୍ରେ ଏହା ଚମକି ଉଠିଥାଏ । ଏହି କାରଣରୁ ସେ ଯେଉଁଠିକୁ ଯାଇଥାନ୍ତି, ସେଠାରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ଏହାକୁ ନେଇ ଜୋନ୍ସ କହିଛନ୍ତି, ମୁଁ ପ୍ରକୃତ ଆଖି ହରାଇ ସାରିଛି । ହେଲେ ଏହା ମୋ ଜୀବନରେ ନୂଆ ଆଲୋକ ନେଇ କି ଆସିଛି । ଏହା ମୋ ପାଇଁ ଏକ ସାଧାରଣ ଚିକିତ୍ସା ଉପକରଣଠାରୁ ବହୁତ ଅଧିକା । ଏହା ଏବେ ଏକ ଆର୍ଟିଫିସିଆଲ ଆଖି ନୁହେଁ, ବରଂ ଆର୍ଟିକ୍ୟାକ୍ଟ ହୋଇସାରିଛି । ଆଗକୁ ସେ କହିଥିଲେ, ମୁଁ ୬ ସପ୍ତାହର ଶିଶୁଠାରୁ ନେଇ ୧୦୧ ବର୍ଷର ବ୍ୟକ୍ତିଙ୍କ ପାଇଁ ୧୦ ହଜାରରୁ ଅଧିକ କୃତ୍ରିମ ଆଖି ବନାଇଛି । ହେଲେ ଏହା ସବୁଠାରୁ ଦାମୀ ଆର୍ଟିଫିସିଆଲ ଅଙ୍ଗ ।

ଜୋନ୍ସଙ୍କ ଏହି ହୀରା ଆଖିକୁ ସୋସିଆଲ ମିଡିଆରେବହୁତ ପ୍ରଶଂସା କରାଯାଉଛି । କିଛି ଲୋକ ତାଙ୍କର ଏହି କ୍ରିଏଟିଭିଟିକୁ ପ୍ରଶଂସା କରୁଛନ୍ତି । ଆଉ କିଛି ଲୋକ ନକଲି ଆଖିରେ ଅସଲି ହୀରା ନେଇ ବୁଲିବା ଦ୍ବାରା ତାଙ୍କ ପ୍ରତି ବିପଦ ବଢ଼ି ଯାଇଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଭାଙ୍ଗିଲେ ଯୁବରାଜଙ୍କ ରେକର୍ଡ ! ୯ ବଲରୁ ମାରିଲେ ୮ ଛକା…

0

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟରେ ନୂଆ ରେକର୍ଡ । ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ । ଟି-୨୦ରେ ଯୁବରାଜଙ୍କ ନାଁରେ ରହିଛି ଦ୍ରୁତତମ ଅର୍ଦ୍ଧଶତକ ମାରିବାର ରେକର୍ଡ ରହିଛି । ସେ ୧୨ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି । ମାତ୍ର ନେପାଳର ଜଣେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ସେ ୯ ବଲରୁ ୫୨ ରନ କରିଛନ୍ତି । ୮ ଛକା ଏବଂ ଗୋଟିଏ ଚୌକା କରିଛନ୍ତି । ତେବେ ଏହା ୨୦୨୩ ମସିହାର କଥା । ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ ଦୀପେନ୍ଦ୍ର ସିଂ ଏହି ରେକର୍ଡ ଅର୍ଜନ କରିଥିଲେ । ଏହି ମ୍ୟାଚରେ ଅନେକ ଗୁଡ଼ିଏ ବିଶ୍ବ ରେକର୍ଡ ମଧ୍ୟ ହୋଇଛି ।

୨୦୨୩ ମସିହାରେ ଚୀନର ହାଙ୍ଗଜୁରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ନେପାଳ ଏବଂ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିଲା । ଶେଷ ଓଭର ସମୟରେ ଆସିଥିବା ଦୀପେନ୍ଦ୍ର ପ୍ରତ୍ୟେକ ବଲକୁ ବାଉଣ୍ଡୁରୀ ପଠାଇଥିଲେ । ସେ ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରିପାରିଥିଲେ । ୮ ଛକା ଏବଂ ଗୋଟିଏ ଚୌକାର ମାରିଥିଲେ । ତେବେ ଏହି ମ୍ୟାଚରେ ଆଉ ଜଣେ ନେପାଳି ଖେଳାଳି କୁଶଲ ୩୪ ବଲରେ ଶତକ ହାସଲ କରିଥିଲେ । ଏହି ମ୍ୟାଚରେ ଅନେକ ଗୁଡ଼ିଏ ରେକର୍ଡ ମଧ୍ୟ ସ୍ଥାପନ ହୋଇଥିଲା ।

ମହିଳା ବିଶ୍ବକପ : ସେମିଫାଇନାଲରେ କେମିତି ପହଞ୍ଚିବ ଭାରତ ?

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ବକପ ୨୦୨୫ ଏବେ ବେଶ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । ସେମିଫାଇନାଲରେ ପହଞ୍ଚିବ କେଉଁ ଦଳ ? ଏହାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଭିତରେ ଭାରତ କେମିତି ପହଞ୍ଚିବ ? ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ୪ଟି ଲେଖାଏଁ ବିଜୟ ସହ ଏକପ୍ରକାର ସ୍ଥାନ ପକ୍କା କରିଥିବାବେଳେ ଶେଷ ସ୍ଥାନରେ ଯିବା ଲାଗି ଏବେ ୩ ଦଳ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି । ନ୍ୟୁଜିଲାଣ୍ଡ, ଭାରତ ଏବଂ ଶ୍ରୀଲଙ୍କା ୪ ପଏଣ୍ଟ ପାଇଛନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚ ଜିତିବା ପରେ ଶ୍ରୀଲଙ୍କା ଏହି ଦୌଡରେ ସାମିଲ ହୋଇଛି । ଭାରତର ନେଟ୍ ରନରେଟ୍ ଭଲ ରହିଛି । ଭାରତ ନିଜର ଶେଷ ଦୁଇ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ବାଲାଂଦେଶକୁ ଭେଟିବାକୁ ଯାଉଛି । ଏଣୁ ଭାରତ ଯଦି ଏହି ଦୁଇଟି ଯାକ ମ୍ୟାଚ ଜିତେ ତାହେଲେ ସେମିଫାଇନାଲ ରାସ୍ତା ଏକପ୍ରକାର ନିଶ୍ଚିତ ।

ଅନ୍ୟପଟେ ଭାରତ ଯଦି ନ୍ୟୁଜିଲାଣ୍ଡଠାରୁ ହାରେ ଏବଂ ବାଲାଂଦେଶଠାରୁ ଜିତେ ତାହେଲେ କଷ୍ଟକର ରହିଛି । କାରଣ ନ୍ୟୁଜିଲାଣ୍ଡ ଯଦି ଇଂଲଣ୍ଡଠାରୁ ହାରେ ତାହେଲେ ଭାରତର ସେମିଫାଇନାଲ ଯିବା ଆଶା ଉଜ୍ଜିବିତ ହେବ । ଅନ୍ୟପଟେ ଶ୍ରୀଲଙ୍କା ନିଜର ଶେଷ ଦୁଇ ମ୍ୟାଚ ମଧ୍ୟରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଖେଳଯିବାକୁ ଯାଉଛି । ଏଣୁ ଏହି ଦଳର ପ୍ରଦର୍ଶନ ଉପରେ ନିର୍ଭର କରୁଛି ।  ଯଦି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ବିପକ୍ଷ ଦୁଇଟି ଯାକ ମ୍ୟାଚ ଜିତେ ତାହେଲେ ସେମିଫାଇନାଲରେ ପହଞ୍ଚି ପାରିବ ଶ୍ରୀଲଙ୍କା ।

ଆସିପାରେ ବଡ଼ ବାତ୍ୟା ! ଦକ୍ଷିଣ ଓଡ଼ିଶାକୁ ରେଡ଼ ଆଲର୍ଟ ..

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର। ଏକ ବିଦେଶୀ ସଂସ୍ଥାର ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ହୋଇପାରେ ବୋଲି ଅନୁମାନ କରିଛି ଆମେରିକାର ଏକ ସଂସ୍ଥା। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ସେହି ଅଞ୍ଚଳକୁ ରେଡ଼ ଆଲର୍ଟରେ ରଖା ଯାଇଛି । ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି। ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି।

ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ : ଯେବେ ବଚ୍ଚନ ପରିବାରର ଦୀପାବଳି ପାର୍ଟିରେ ଯୋଗ ଦେଇ ଜଣଙ୍କ ଜୀବନ ବଞ୍ଚାଇଥିଲେ କିଙ୍ଗ୍ ଖାନ୍…

ନନ୍ଦିଘୋଷ ବ୍ୟୁରୋ: ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି । ଆଲୋକର ପର୍ବ ବୋଲାଉଥିବା ଏହି ଉତ୍ସବ ସବୁଠି ଖୁସିରେ ପାଳନ କରାଯାଇଥାଏ । ତେବେ ବଲିଉଡ କଳାକାରଙ୍କ ଦିଓ୍ବାଲୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସେମାନଙ୍କ ଜୀବନଶୈଳୀ ସାଙ୍ଗକୁ ସାଜସଜ୍ଜା ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଏ । ତେବେ ବଚ୍ଚନ ପରିବାର ବଲିଉଡର ବେଶ ଜଣାଶୁଣା । ଅମିତାଭ ବଚ୍ଚନଙ୍କ ପରିବାର ପକ୍ଷରୁ ପ୍ରତିବର୍ଷ ଦୀପାବଳି ବେଶ ଧୁମଧାମରେ ପାଳନ କରାଯାଇଥାଏ । କ୍ରୀଡା, ରାଜନୀତି ଠାରୁ ଆରମ୍ଭ କରି ବଲିଉଡର କଳାକର ଏବଂ ବିଭିନ୍ନ ବ୍ୟବସାୟୀମାନେ ମଧ୍ୟ ଏହି ଭବ୍ୟ ଉତ୍ସବରେ ଯୋଗ ଦେଇଥାନ୍ତି ।

୨୦୧୯ ମସିହାରେ ବଚ୍ଚନ ପରିବାର ପକ୍ଷରୁ କରାଯାଇଥିବା ଦୀପାବଳି ଉତ୍ସବରେ ଯୋଗ ଦେଇଥିଲେ କିଙ୍ଗ୍ ଖାନ ଶାହାରୁଖ ଖାନ୍ । ତେବେ ସମସ୍ତେ ବେଶ ହସଖୁସିରେ ପାଳନ କରୁଥିବାବେଳେ ଐଶର୍ଯ୍ୟାରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନାଙ୍କ ଲେହେଙ୍ଗାରେ ଦୀପରୁ ନିଆଁ ଲାଗି ଯାଇଥିଲା । ସମସ୍ତେ ଭୟ କରିଯାଇଥିଲେ । ରେଶମ ଲେହେଙ୍ଗାଟି ଜୋରରେ ଜଳୁଥିବାବେଳେ ପାଖକୁ ଯିବାକୁ ସମସ୍ତେ ଭୟ କରିଥିଲେ । ମାତ୍ର ଶାହାରୁଖ ଖାନ ନିଜର ଉପସ୍ଥିତ ବୁଦ୍ଧି ବଳରେ ତାଙ୍କ ଜ୍ୟାକେଟ୍ ଖୋଲି ନିଆଁକୁ ଆୟତ୍ତ କରିଥିଲେ । ଏପରିକି ନିଆଁରେ ଶାହାରୁଖ ମଧ୍ୟ ପୋଡ଼ି ହୋଇଥିଲେ । ମାତ୍ର ସେ ଏକଥା କାହାକୁ ଜଣାଇନଥିଲେ । ପରଦିନ ଫିଲ୍ମ ନିର୍ମାତା ଫରହାନ ଖାନ୍ ଏନେଇ ଏକ ଟ୍ବିଟ୍ କରିଥିଲେ । ଆଉ ଶାହାରୁଖ ଖାନଙ୍କ ବେଶ ପ୍ରଂଶସା କରିଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ଦୁଇ ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିବେ ପନ୍ତ

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ବଡ଼ ଦାୟିତ୍ବ ମିଳିଛି । ଭାରତ-ଏ ପକ୍ଷରୁ ଅଧିନାୟକ ପଦ ସମ୍ଭାଳିବେ ଏହି ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ । ଆସନ୍ତା ମାସରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଏହି ସିରିଜରେ ପନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ । କୋଲକାତାର ଇଡେନ ଗାଡେନରେ ଏହି ମ୍ୟାଚ ଖେଳାଯିବ । ନଭେମ୍ବର ୧୪ରୁ ପ୍ରଥମ ମ୍ୟାଚ ଖେଳାଯିବ । ରିଷଭ ପନ୍ତ ବର୍ତ୍ତମାନ ଆଘାତ ଯୋଗୁଁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ସମୟରେ ତାଙ୍କର ଗୋଡ଼ରେ ଆଘାତ ଲାଗିଥିଲା। ସେହି ଆଘାତରୁ ସୁସ୍ଥ ହେବା ପରେ, ପନ୍ତ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଏହି କାରଣରୁ ବିସିସିଆଇ ତାଙ୍କୁ ମ୍ୟାଚ୍ ଅଭ୍ୟାସ ପାଇଁ କେବଳ ଭାରତ ଏ ଦଳରେ ସାମିଲ କରିନାହିଁ, ବରଂ ତାଙ୍କୁ କମାଣ୍ଡ ମଧ୍ୟ ଦେଇଛି। ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ମଧ୍ୟ ଖେଳିବ ।

ବିଜେପି ବିରୋଧରେ ଫେରାଦ ବିଜେଡି ; ଗଣ୍ଡ ସମାଜକୁ ପ୍ରଲୋଭିତ କରିବା ଲାଗି ପ୍ରତିଶୃତି

ଭୁବନେଶ୍ବର : ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣ୍ଡ ସମାଜ ସଭାପତି, ବିଜେପି ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ ଓ ନୂଆପଡା ବ୍ଲକ ଗୋଡ଼ଫୁଲ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି । ଗଣ୍ଡ ସମାଜକୁ ପ୍ରଲୋଭିତ କରିବାକୁ କଲେଜ ଭିତରେ ବୈଠକ କରି ଉପନିର୍ବାଚନ ସମୟରେ ନିତ୍ୟାନନ୍ଦ ଗଣ୍ଡ କିଛି ନିୟମ ବିରୋଧୀ ପ୍ରତିଶୃତି ଦେଇଥିବା ଅଭିଯୋଗ କରିଛି ବିଜେଡି ।

ଏହା ବିରୋଧରେ ବିଜେଡିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନଙ୍କ ପାଖରେ ଫେରାଦ ହୋଇଛି । CEO ମଧ୍ୟ ଏହାକୁ ଗୁରୁତର ଭାବେ ନେଇ ଉଚିତ ଆକ୍ସନ ନେବାକୁ ପ୍ରତିଶୃତି ଦେଇଥିବା ବିଜେଡି ସୂଚନା ଦେଇଛି । ପ୍ରଥମେ ପ୍ରାର୍ଥୀ ଚୋରି ଓ ଏବେ ନିର୍ବାଚନ ହାରିବା ଭୟ ଯୋଗୁଁ ବିଜେପି ଏପରି କରୁଥିବା ବିଜେଡି ଅଭିଯୋଗ କରିଛି ।