spot_img
Home Blog Page 136

ଉଚ୍ଚ ବିଦ୍ୟାଳୟ ପରିସରରେ କାଟିଦେଲେ ବିରାଟକାୟ ଗଛ: ପ୍ରଶାସନର ଅଜାଣତରେ କଟାଯାଇଥିବା ଅଭିଯୋଗ

ପୁରୀ ଜିଲ୍ଲା କାକଟପୁର ପାଟପୁର ସ୍ଥିତ ବରୁଣେଇ ଉଚ୍ଚ ବିଦ୍ୟାଳୟ ପରିସରରେ କାଟିଦେଲେ ବିରାଟକାୟ ଗଛ । ସ୍ଥାନୀୟ ପ୍ରଶାସନର ଅଜାଣତରେ ଗଛକୁ କାଟି ଦେଇଥିବା ଅଭିଯୋଗ ହୋଇଛି । ପ୍ରଧାନ ଶିକ୍ଷକ ଲକ୍ଷାଧିକ ଟଙ୍କାରେ ଗଛକୁ ବିକ୍ରି କରିବାକୁ ମସୁଧା କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ ବୃକ୍ଷ ରୋପଣ ବଦଳରେ ଗଛ କଟାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ସେପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କହିଛନ୍ତି, ଗଛ କିଏ କାଟିଲା ବିଦ୍ୟାଳୟ କର୍ମଚାରୀ ଅବଗତ ନାହାନ୍ତି। କିନ୍ତୁ ଥାନାରେ ଅଭିଯୋଗ ହେବ।

୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ, ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି

ସଂଶୋଧନ ହେବ ବିଭିନ୍ନ ଜିଲ୍ଲା ଏବଂ ସ୍ଥାନର ନାଁର ଇଂରାଜୀ ବନାନ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାର ଇଂରାଜୀ ନାମରେ ବନାନ ବଦଳିବ, ପୁରୁଣା ବନାନରେ ସଂଶୋଧନ କରାଯିବ। ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ବନାନ। ଖୋର୍ଦ୍ଧ ଜିଲ୍ଲାକୁ ଏଣିକି ଓଡିଆ ନାମ ଅନୁସାରେ ଇଂରାଜୀରେ ମଧ୍ୟ ଖୋରଧା ଲେଖାଯିବ। ସେହିପରି ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ ଯେଉଁ ଦେଓଗଡ଼ ବୋଲି ଲେଖାଯାଉଛି, ତାକୁ ସଂଶୋଧନ କରି ଇଂରାଜୀରେ ମଧ୍ୟ ଦେବଗଡ ବୋଲି ଲେଖାଯିବ। ଏପରି ୭ ଜିଲ୍ଲାର ନାଁ ବଦଳିବ। ଅନେକ ସ୍ଥାନରେ ଡ ପାଇଁ ଇଂରାଜୀରେ R ଲେଖାଯାଏ। କେନ୍ଦ୍ରାପଡ଼ାକୁ ଇଂରାଜୀରେ କେନ୍ଦ୍ରାପରା, ମହାକାଳପଡ଼ାକୁ ମହାକାଳପରା, ନୟାଗଡ଼କୁ ନୟାଗର ବୋଲି ଇଂରାଜୀରେ ଲେଖାଯାଇଥାଏ। ଏଥିରେ ସଂଶୋଧନ କରାଯିବ। ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମରେ ସଂଶୋଧନ କରାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଭିତରେ ଅଭିଯୋଗ ଆପତ୍ତି ଥିଲେ ତଥ୍ୟ ସହ ଦେବାକୁ ବିଜ୍ଞପ୍ତିରେ କୁହାଯାଇଛି

ଭଦ୍ରକ ଜିଲ୍ଲା ବିଜେଡି ସଭାପତି ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ

ଭଦ୍ରକ ଜିଲ୍ଲା ବିଜେଡି ସଭାପତି ହେଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ସେ ଜିଲ୍ଲା ସଭାପତି ହେବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ନେତା ଓ କର୍ମୀ ନବୀନ ପଟ୍ଟନାୟକ ମୋ ଉପରେ ଯେଉଁ ଭରସା ଓ ବିଶ୍ୱାସ ରଖି ଭଦ୍ରକ ଜିଲ୍ଲାର ଦାୟୀତ୍ଵ ଦେଇଛନ୍ତି ମୁଁ ନିଶ୍ଚୟ ତାହା ପୂରଣ କରିବି । ତୃଣମୂଳ ସ୍ତରରୁ ଦଳକୁ ସଙ୍ଗଠିତ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବ୍ୟୋମକେଶ ରାୟ ।

ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ

ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେଉଛି ବ୍ଲାକ୍ ସ୍ୱାନ୍ ସମ୍ମିଳନୀ। ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେବେ । ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ ଜାତୀୟ ନୀତି ନିର୍ଦ୍ଧାରକମାନଙ୍କୁ ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟଅପ୍, ନିବେଶକ ଏବଂ ଶିକ୍ଷାବିତଙ୍କ ମଧ୍ୟରେ କାର୍ଯ୍ୟାନ୍ୱୟନମୁଖୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଡିଜିଟାଲ୍ ଅର୍ଥନୀତି କ୍ଷେତ୍ରରେ ଓଡିଶା ଆଗକୁ ବଢିବ । ଏହାସହ ଓଡ଼ିଆ ମେଧାବୀ ପିଲାମାନଙ୍କୁ ବିଶ୍ବ ସ୍ତରରେ ସୁଯୋଗ ମିଳିବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ରାଇରଙ୍ଗପୁର ଠାରେ ଥିବା ନିଜ ବାସଭବନରେ ରାତ୍ରି ଯାପନ କରିଥିଲେ । ଆଜି ସକାଳ ୮. ୫୫ ମିନିଟରେ ରାଇରଙ୍ଗପୁର ଛାଡ଼ି ୯.୪୦ ମିନିଟରେ ତାଙ୍କ ଶ୍ୱଶୁର ଘର ପାହାଡ଼ପୁର ଅଭିମୁଖେ ଯାଇ ମୁର୍ମୁ ଛକରେ ଥିବା ତାଙ୍କ ସ୍ୱାମୀ ସ୍ୱର୍ଗତ ଶାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ନିକଟରେ ଥିବା ଜାହିରାରେ ପୂଜାର୍ଚ୍ଚନା କରିବେ। ପରେ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ପରିଚାଳିତ ଆତ୍ମନିର୍ଭରଶୀଳ ତାଲିମ କେନ୍ଦ୍ର ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କ ସହିତ ମତ ବିନିମୟ କରିବେ । ସେଠାରେ ଥିବା ଏସଏଲସି ସ୍ମୃତି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ସହିତ କିଛି ସମୟ ବିତାଇବେ । ଦିନ ୧୨.୩୦ ମିନିଟରେ ପାହାଡ଼ପୁର ଛାଡ଼ି ଅପରାହ୍ନ ୧.୨୦ ମିନିଟରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଅଭିମୁଖେ ଆସିବେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମହାପ୍ରଭୁଙ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଏହାପରେ ନିଜ ରାଇରଙ୍ଗପୁର ବାସଭବନରେ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ ଟାରେ ଘର ଛାଡ଼ିବେ । ଅପରାହ୍ନ ୩.୨୫ଦାଣ୍ଡ ବୋଷ ହେଲିପ୍ୟାଡରେ ପହଞ୍ଚି ଯଶିପୁର ଅଭିମୁଖେ ଯାତ୍ରା କରିବେ । ସେଠାରୁ ସଡ଼କ ପଥରେ ଶିମିଳିପାଳ ଅଭିମୁଖେ ଯିବେ। ଆଜି ରାତିରେ ଅଭୟାରଣ୍ୟ ଭିତରେ ଥିବା ଗୁଡୁଗୁଡିଆ ଠାରେ ଥିବା ଜଙ୍ଗଲ ବିଭାଗର ନେଚର କ୍ୟାମ୍ପରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମ ସାରି ରାଇରଙ୍ଗପୁରରେ କରିଥିଲେ ରାତ୍ରୀ ଯାପନ । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରୀ ଯାପନ କରିବେ । କାଲି ଶିମିଳିପାଳ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି । ତେବେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଗସ୍ତ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ଏକ ଅବକାଶ ଗୃହ ଉଦଘାଟନ କରିଥିଲେ । ପରେ ସରକାରୀ ବାଳିକା ବିଦ୍ୟାଳୟର ଗୋଲ୍ଡେନ ଜୁବଲି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତାଙ୍କ ସହିତ ରାଜ୍ୟପାଳ ହରି ବାବୁ କୁମ୍ଭମପାଟି ଏଵଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବହୁ ମନ୍ତ୍ରୀ ଓ ସାଂସଦ ସାମିଲ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ବଡ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଇରଙ୍ଗପୁରର ପୂଣ୍ୟେଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ପରେ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଯାଇ ବ୍ରହ୍ମକୁମାରୀ ମାନଙ୍କ ସହିତ ସମୟ ବିତାଇଥିଲେ । ଅପରାହ୍ନରେ ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ୨୮୪ କୋଟି ୩୦ ଲକ୍ଷ ଟଙ୍କାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ଏହି ପରିପ୍ରେକ୍ଷିରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧ କୋଟି ୬୭ ଲକ୍ଷ ଆର୍ଥିକ ସହାୟତାରେ ଏକ ପରିବର୍ଦ୍ଧିତ ଆଇଟି କ୍ୟାମ୍ପସକୁ ଲୋକାର୍ପିତ କରିଥିଲେ । ଏତଦବ୍ୟତୀତ ୮୫ କୋଟି ଟଙ୍କା ଆର୍ଥିକ ସହାୟତାରେ ଏକ ଆୟୁଷ ହସ୍ପିଟାଲ ଓ ମେଡିକାଲ କଲେଜ, ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୃଷି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ୨୩ କୋଟି ଟଙ୍କା ବ୍ୟୟରେ ତୀରନ୍ଦାଜ ପ୍ରତିଷ୍ଠାନ, ୩୫ କୋଟି ଟଙ୍କା ବ୍ୟୟରେ ରାଇରଙ୍ଗପୁର ମୁନସିପାଲଟିର ସହରର ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ । ଅନୁରୁପ ଭାବେ ଏନଟିପିସିର ସିଏସ୍ଆର ପାଣ୍ଠିରୁ ୨୬ କୋଟି ୯୯ ଲକ୍ଷ ଟଙ୍କା ସହାୟତାରେ ରାଇରଙ୍ଗପୁର ଠାରେ ଏକ ସାଂସ୍କୃତିକ କେନ୍ଦ୍ର, ରାଇରଙ୍ଗପୁର କଲେଜରେ ୧୦ କୋଟି ୨୨ ଲକ୍ଷ ଟଙ୍କା ସହାୟତାରେ ୩୬୦ ସିଟ ବିଶିଷ୍ଟ ଏକ ଛାତ୍ରୀ ନିବାସ ଏଵଂ ୨ କୋଟି ୫୦ ଲକ୍ଷ ଟଙ୍କା ସହାୟତାରେ ବ୍ରହ୍ମକୁମାରୀ ନିଶାମୁକ୍ତ କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ ।

ଅତ୍ୟଧିକ ନିଶାର ମାଧ୍ୟମ ସାଜିଛି କଫ୍ ସିରପ୍: ଔଷଧ ଦୋକାନରେ ଚଢ଼ାଉ କଲା ଅବକାରୀ ବିଭାଗ

ଅତ୍ୟଧିକ ନିଶାର ମାଧ୍ୟମ ସାଜିଛି କଫ୍ ସିରପ୍ । ନିଶାଡି ମାନେ ମଦ ପରିବର୍ତ୍ତେ କଫ୍ ସିରପକୁ ବ୍ୟବହାର କରୁଛନ୍ତି । ସରକାର ଏହି ନିଶାଯୁକ୍ତ କଫ୍ ସିରପକୁ ବିକ୍ରି ବନ୍ଦ କରିଛନ୍ତି । ହେଲେ ଲାଭ ପାଇଁ ଔଷଧ ଦୋକାନୀମାନେ ଖୁଲମ ଖୋଲା କଫ ସିରଫ ବିକ୍ରୀ କରୁଛନ୍ତି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଭିନ୍ନ ଔଷଧ ଦୋକାନରେ ବିକ୍ରି ହେଉଛି କଫ ସିରପ୍ । ବାସୁଦେବପୁର ଦୁର୍ଗା ମେଡିସିନ ଷ୍ଟୋରକୁ ପେଟି ପେଟି କଫ୍ ସିରପ୍ ଆସୁଥିବାର ସୂଚନା ପାଇଥିଲା ବାସୁଦେବପୁର ଅବକାରୀ ବିଭାଗ । ଔଷଧ ଦୋକାନ ଚଢାଉ କରିଥିଲେ ଭଦ୍ରକ ଡ୍ରଗର୍ସ ଇନ୍ସପେକ୍ଟର ଓ ସ୍ଥାନୀୟ ପୋଲିସ । ସାତ ପେଟି ବେଆଇନ ନିଶା ଯୁକ୍ତ କଫ୍ ସିରପ୍ ଜବତ କରି ଜଣକୁ ଗିରଫ କରାଯାଇଥିଲା ।

ରାଜ୍ୟରେ ସାଂଘାତିକ ସ୍ଥିତିରେ କର୍କଟ, ବର୍ଷକୁ ଚିହ୍ନଟ ହେଉଛନ୍ତି ୬୦ ହଜାର ନୂଆ ରୋଗୀ

ଭୁବନେଶ୍ୱର : ରାଜ୍ୟରେ ସାଙ୍ଘାତିକ ସ୍ଥିତିରେ କର୍କଟ ରୋଗୀ ଚିହ୍ନଟ । ବର୍ଷକୁ ଚିହ୍ନଟ ହେଉଛନ୍ତି ୬୦ ହଜାର ନୂଆ ରୋଗୀ । ଏହା ସହିତ ଚି଼ହ୍ନଟର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୫ ହଜାର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। କର୍କଟ ଭଳି ରୋଗକୁ କିଭଳି ଭାବରେ ଜଲଦି ଚି଼ହ୍ନଟ କରାଯିବ ସେନେଇ ଗାଁ ଗାଁ ବୁଲି ସଚେତନତା କରିବେ ଏସଏଚଜି ଗ୍ରୁପ । କର୍କଟ ରୋଗର ହଟ ସ୍ପଟ ପାଲଟିଛି ପଶ୍ଚିମ ଓଡିଶା ।  ତେବେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଅଧିକ ଚିହ୍ନଟ ହେଉି । ପ୍ରତି ଏକ ଲକ୍ଷରେ ୯୭ ଜଣଙ୍କୁ ହେଉଛି କର୍କଟ ।  ଏହା ପାଖାପାଖି ଜାତୀୟ ସ୍ତର ସହିତ ସମାନ। କିନ୍ତୁ ପାଶ୍ଚାତ ଦେଶ ମାନଙ୍କରେ ଯେଉଁଠାରେ ବିଜ୍ଞାନ ର ବ୍ୟବହାର ଅଧିକ ସେଠାରେ ଏକ ଲକ୍ଷ ଜନସଂଖ୍ୟାରେ ୧୬୦ ରୁ ୨୦୦ ଜଣ ନୂଆ କର୍କଟ ଚିହ୍ନଟ ହେଉଛନ୍ତି। ଏହା ତୁଳନାରେ ଓଡ଼ିଶାରେ କମ କର୍କଟ ରୋଗୀ ରହିଛନ୍ତି ।  ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ବର୍ଷକୁ ପାଖାପାଖି ୬୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। କର୍କଟ ଚିହ୍ନଟ ପାଇଁ ତଳ ସ୍ତରରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ମୁଖ ଗହ୍ୱର କର୍କଟ ଅଧିକ ରହୁଛି । ଯେତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଆଯିବ ସେତେ ଶୀଘ୍ର କର୍କଟ ରୋଗ ଉପରେ ଚିକିତ୍ସା କରାଯାଇପାରିବ ବୋଲି ସେ କହିଛନ୍ତି ।

ମହିଳାଙ୍କ ଜରାୟୁ ଗ୍ରିଭା କର୍କଟ ୩୦ ରୁ ୬୦ ବର୍ଷ ମଧ୍ୟରେ ହୋଇଥାଏ। ଯେତେ ବୟସ ବଢିବ ସେହି ତୁଳନାରେ ଅନ୍ୟ ସବୁ କ୍ୟାନ୍ସର ଦେଖାଯିବ। ଲୋକଟିର ଯେତେ ବୟସ ବୃଦ୍ଧି ଘଟିବ ସେହି ତୁଳନାରେ କ୍ୟାନ୍ସର ପ୍ରଭାବ ବେଶୀ ବଢିବ । ପୁରୁଷ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ରହିଥାଏ । ଏସଏଚଜି ଗ୍ରୁପର ମହିଳାମାନଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାକୁ  ଯୋଜନା କରିଛନ୍ତି ରାଜ୍ୟ ସରକାର । ଏସଏଚଜି ଗ୍ରୁପର ମହିଳାଙ୍କୁ ଏନେଇ ଟ୍ରେନିଂ ଦିଆଯିବ। ରାଜ୍ୟରେ ଡ଼ାଇଗନୋସିସ ହେବାର ପ୍ରଥମ ବର୍ଷରେ ୬୦ ପ୍ରତିଶତ ଅର୍ଥାତ ୩୫ ହଜାର କ୍ୟାନ୍ସର ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ଏହି ୬୦ ପ୍ରତିଶତ ମୃତ୍ୟୁକୁ କମାଇବା ପାଇଁ ସରକାର ଚାହୁଁଛନ୍ତି। ସୁସ୍ଥ ଜୀବନ ଶୈଳୀ ସହ ସଚେତନତା ହିଁ କ୍ୟାନ୍ସର ରୋଗର ପ୍ରତିହତ କରିପାରିବ ।

‘ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ ସଂଖ୍ୟାରେ ପଡ଼ିନି ପୂର୍ଣ୍ଣଚ୍ଛେଦ’

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ ସଂଖ୍ଯାରେ ପଡ଼ିନି ପୂର୍ଣ୍ଣଚ୍ଛେଦ। ଆସ ସ୍କୁଲ ଯିବା କାର୍ଯ୍ଯକ୍ରମ ଜରିଆରେ ପିଲାଙ୍କ ଡ୍ରପ ଆଉଟ ହାର କମାଇବାକୁ ଆବାସିକ ବିଦ୍ଯାଳୟ ଠାରୁ ଆରମ୍ଭ କରି ଖାଦ୍ଯ ବ୍ଯବସ୍ଥା ସବୁ କିଛି ସରକାରୀ ସ୍ତରରେ କରାଯାଇଛି। ତଥାପି ଆଜିର ତାରିଖରେ ଓଡ଼ିଶାରେ ସ୍କୁଲ ଡ୍ରପ ଆଉଟ ପିଲାଙ୍କ ସଂଖ୍ଯା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷାରେ ମୋଟ ୫୪ ଲକ୍ଷ ୫୮ ହଜାର। ଆଜି ରାଜ୍ଯସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ। ମନ୍ତ୍ରୀ କହିଛନ୍ତି ଗତ ୩ ବର୍ଷରେ ପିଲା ଓ ଅଭିଭାବକଙ୍କ ଭିତରେ ସଚେତନତା ବୃଦ୍ଧି ପାଇଛି। ତଥାପି ଗଜପତି ଜିଲ୍ଲାରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶ୍ରେଶୀରେ ସ୍କୁଲ ପିଲାଙ୍କ ଡ୍ରପ ଆଉଟ ସଂଖ୍ଯା ସର୍ବାଧିକ। ସେହିପରି ଉପାନ୍ତ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ସ୍କୁଲ ଡ୍ରପ ଆଉଟ ସଂଖ୍ଯ ମଧ୍ଯ ଅଧିକ ରହିଛି। କେନ୍ଦ୍ର ସରକାରଙ୍କ ତଥ୍ଯ କହୁଛି ୨୦୨୨-୨୩ରେ ରାଜ୍ଯରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷାରେ ମୋଟ ୨୦ ଲକ୍ଷ ୮୭ ହଜାର ପିଲା  ସ୍କୁଲ ପାଠପଢ଼ା ଛାଡ଼ିଥିବାବେଳେ ୨୦୨୩-୨୪ରେ ଛାଡ଼ିଛନ୍ତି ୧୪ ଲକ୍ଷ ୮୦ ହଜାର ପିଲା। ସେହିପରି ୨୦୨୪-୨୫ରେ ପାଠ ଛାଡ଼ିଥିବା ପିଲାଙ୍କ ସଂଖ୍ଯା ହେଉଛି ୧୮ ଲ୍‌କ୍ଷ ୯୬ ହଜାର।

୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ : ଆଫଗାନିସ୍ତାନକୁ ହରାଇ ଫାଇନାଲକୁ ଗଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ୨୦୨୬ ମସିହାର ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ହରାରେ ସ୍ପୋର୍ଟ୍ସ କ୍ଲବ୍‌ରେ ଖେଳାଯାଇଥିଲା । ଯେଉଁଠାରେ ଭାରତୀୟ ଟିମ୍ ଫାଇନାଲକୁ ଯିବା ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲା। ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୫୦ ଓଭରରେ ୩୧୦ ରନର ଏକ ବଡ ସ୍କୋର କରିଥିଲା। ତଥାପି, ଆରନ୍ ଜର୍ଜଙ୍କ ଏକ ସ୍ୱତନ୍ତ୍ର ଇନିଂସ ପାଇଁ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।

ଆଫଗାନିସ୍ତାନ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଫୈଜଲ ସିନୋଜାଦା ୯୩ ବଲରୁ ୧୧୦ ରନର ଚମତ୍କାର ଶତକ ହାସଲ କରିଥିଲେ। ଉଜୈରୁଲ୍ଲାହ ନିଆଜାଇ ମଧ୍ୟ ଅପରାଜିତ ୧୦୧ ରନ୍ କରିଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୨୦୮ ରନର ଏକ ମହାନ ଭାଗୀଦାରୀ କରି ଭାରତ ପାଇଁ ଏକ ମହାନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ଟାର୍ଗେଟ ପିଛା କରି ଭାରତୀୟ ଖେଳାଳି ଦମଦାର କରିଥିଲେ। ଓପନର ବୈଭବ ସୂର୍ଯ୍ୟବଂଶୀ ୩୩ ବଲରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳି ପ୍ରଥମ ୱିକେଟ ପାଇଁ ୯୦ ରନ ଯୋଡିଥିଲେ। ଏହାପରେ ଅଧିନାୟକ ଆୟୁଷ ମହାତ୍ରେ ୫୯ ବଲରୁ ୬୨ ରନ କରିଥିଲେ। କିନ୍ତୁ ମ୍ୟାଚର ପ୍ରକୃତ ନାୟକ ଥିଲେ ଓପନର ଆରନ୍ ଜର୍ଜ, ଯିଏ ଏକ ଚମତ୍କାର ଇନିଂସ ଖେଳି ଶତକ ହାସଲ କରିଥିଲେ । ଯାହା ଭାରତୀୟ ଦଳକୁ ୧୯ ବର୍ଷରୁ କମ୍ ଏକଦିବସୀୟ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍ ଇତିହାସରେ ସର୍ବାଧିକ ଟାର୍ଗେଟ ପିଛା କରିବାରେ ସାହାଯ୍ୟ କରିଥିଲା।