spot_img
Home Blog Page 1380

ହମାସକୁ ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ବିଜୟୀ ହେଉ ହେଉ ଆତଙ୍କୀ ସଂଗଠନ ହମାସକୁ ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ। ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହେବା ପୂର୍ବରୁ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବା ଲାଗି ହମାସକୁ ଚେତାବନୀ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେପଟେ ଆମେରିକା ଇତିହାସ ବଦଳାଇନ୍ତି ଟ୍ରମ୍ପ। ପ୍ରଥମ ଥର ଲାଗି ହ୍ବାଇଟ ହାଉସ ଚିଫ ଅଫ ଷ୍ଟାଫ ଭାବେ ଜଣେ ମହିଳା ସୁସି ୱାଇଲସଙ୍କୁ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ନିର୍ବାଚନ ସମୟରେ କ୍ଯାମ୍ପେନ ମ୍ଯାନେଜର ଥିଲେ ସୁସି। ଏହି ନିଯୁକ୍ତି ଦ୍ବାରା ଦେଶ ଗର୍ବିତ ହେବ ବୋଲି କହିଛନ୍ତି ଟ୍ରମ୍ପ। ସେ ଏହି ପଦବୀ ଲାଗି ଯୋଗ୍ଯ ଥିଲେ ବୋଲି ଟ୍ରମ୍ପ କହିଛନ୍ତି। ସେପଟେ ଟ୍ରମ୍ପଙ୍କ ବିଜୟ ପରେ ମୁହଁ ଖୋଲିଲେ ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି- ଆସନ୍ତା ବର୍ଷ ଜାନୁଆରୀ ୨୦ରେ ସେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର କରିବେ । ଗଣତନ୍ତ୍ରରେ ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି ବାଇଡେନ । ନିଜ ଅଭିଭାଷଣରେ ବାଇଡେନ କହିଛନ୍ତି- ଡେମୋକ୍ରାଟିକ ଦଳର ପ୍ରାର୍ଥୀ କମଳା ହାରିସ ନିଜର ସମସ୍ତ ଶକ୍ତି ଖଟାଇଥିଲେ । ମାତ୍ର ତାଙ୍କର ପ୍ରଚେଷ୍ଟା ନିଷ୍ଫଳ ହେଲା । ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ କମଳା ଓ ତାଙ୍କ ଟିମର ପ୍ରୟାସ ପ୍ରଶଂସାଜନକ । ବିଜୟ ପରେ ଟ୍ରମ୍ପଙ୍କ ସହ କଥା ହୋଇଥିଲେ ବାଇଡେନ । ଟ୍ରମ୍ପଙ୍କ ସହ ସକାରାତ୍ମକ କାର୍ଯ୍ୟ କରିବା ଲାଗି ସେ ତାଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବାଇଡେନ । ସେ ସମ୍ବିଧାନକୁ ସମ୍ମାନ ଦେବେ ଏବଂ ଦେଶବାସୀଙ୍କ ଚୟନକୁ ସ୍ବୀକାର କରିବେ । ଜାନୁଆରୀ ୨୦ରେ ସେ ସସମ୍ମାନେ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର କରିବେ ।

ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କ ଲିଖିତ ବିବାଦୀୟ ଉପନ୍ୟାସ ଦ ସାଟାନିକ ଭର୍ସେସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । ତତକାଳୀନ ରାଜୀବ ଗାନ୍ଧି ସରକାର ୧୯୮୮ରେ ଏହି ପୁସ୍ତକର ଆମଦାନି ଉପରେ କୌଣସି କଟକଣା ଲାଗୁ କରିବାର ପ୍ରମାଣ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । କଟକଣା ସଂକ୍ରାନ୍ତରେ ଯଥାର୍ଥ ବିଜ୍ଞପ୍ତି ଦାଖଲ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସେପରି କୌଣସି କଟକଣା ଜାରି ହୋଇନାହିଁ ବୋଲି କହିଛନ୍ତି କୋର୍ଟ ।

ଫଳରେ ଏହି ତଥାକଥିତ ନିଷେଧାଦେଶ ବିରୋଧରେ ଆଗତ ଏକ ପିଟିସନକୁ ବନ୍ଦ କରିଛନ୍ତି ଅଦାଲତ । ଜଷ୍ଟିସ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ପିଟିସନ ଅଯଥାର୍ଥ ଏବଂ ପିଟିସନରକାରୀ ଆଇନ ଅନୁସାରେ ହିଁ କୌଣସି ପଦକ୍ଷେପ ନେଇପାରିବେ । ୧୯୮୮ରେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବୁକର ପ୍ରାଇଜ ବିଜେତା ଏହି ପୁସ୍ତକକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ ।

ଈଶ୍ବର ନିନ୍ଦା ଦର୍ଶାଇ ସାରା ବିଶ୍ବରେ ଏହି ପୁସ୍ତକ ବିରୋଧରେ ମୁସଲିମ ସମ୍ପ୍ରଦାୟ ସ୍ବର ଉତ୍ତୋଳନ କରିଥିଲେ । ୧୯୮୮ ଅକ୍ଟୋବର ୫ରେ କେନ୍ଦ୍ର ପରୋକ୍ଷ କର ଓ ଶୁଳ୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ପୁସ୍ତକର ଆମଦାନି ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ସେ ପୁସ୍ତକ ଆମଦାନି କରିପାରୁନାହାନ୍ତି ବୋଲି ଅଭିଯୋଗ କରି ଏହା ବିରୋଧରେ ସନ୍ଦୀପନ ଖାନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ନିଷେଧାଦେଶ ସଂକ୍ରାନ୍ତ କୌଣସି ବିଜ୍ଞପ୍ତି ଉପଲବ୍ଧ ହୋଇପାରି ନଥିଲା । ଏନେଇ ୨୦୧୯ରେ ସେ କୋର୍ଟରେ ପିଟିସନ ଫାଇଲ କରିଥିଲେ । ଏହା ସହ ଏହି ବହି ଆମଦାନି ଲାଗି ତାଙ୍କୁ ଅନୁମତି ଦିଆଯାଉବୋଲି ଆବେଦନ କରିଥିଲେ ।

ଜାମମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଶ୍ରୀନଗର: ଜାମମୁ କାଶ୍ମୀରରେ ସେନାର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ସୋପୋର ଅଂଚଳରେ ଏବେବି ଚାଲିଛି ସୁରକ୍ଷାକର୍ମୀଙ୍କ ଅପରେସନ। ଆତଙ୍କୀମାନଙ୍କ ଠାରୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି। ଆଉ କିଛି ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ।

ସୋପୋର ପାନୀପୋରା ଅଂଚଳରେ ଆସି ଲୁଚିଥିଲେ ଏହି ଆତଙ୍କୀ  । ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ପରେ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ। ଆତଙ୍କୀଙ୍କ ନିକଟରେ ସୁରକ୍ଷାକର୍ମୀ ପହଞ୍ଚିବା ପରେ ଗୁଳିମାଡ଼ କରିଥିଲେ ଆତଙ୍କୀ। ଏହାର କଡ଼ା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ଆତଙ୍କୀଙ୍କ ଚିହ୍ନଟ ହୋଇପାରିନାହିଁ। ଆତଙ୍କୀଙ୍କୁ ନିପାତ କରିବାତୁ ସେନା ପକ୍ଷରୁ ଜୋରଦାର ଅଭିଯାନ ଚାଲିଛି।

ଆମ୍ବ ଟାକୁଆ ଖାଇ ୨ ମୃତ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି

ଭୁବନେଶ୍ବର: ଆମ୍ବ ଟାକୁଆ ଖାଇ ୨ ମୃତ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଖାଦ୍ୟ ସୁରକ୍ଷା ଗୋଟେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ଏହାର ଅବ୍ୟବସ୍ଥା ନେଇ ସମ୍ବେଦନଶୀଳ ଘଟଣା ଘଟୁଛି । ଯୋଗାଣ ମନ୍ତ୍ରୀଙ୍କ ବିବୃତି ଆହୁରି ଦୁର୍ଭାଗ୍ୟ ଜନକ ହୋଇଥିବା କହିଛନ୍ତି ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ  ।

ସେ କହିଛନ୍ତି ଯେ, ୨୦୨୨ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିବା ସମୟରେ ପିୟୁଷ ଗୋୟଲ କେନ୍ଦ୍ର ମନ୍ତ୍ରୀ ଥିଲେ । ଫୁଡ୍‌ ଇଣ୍ଡେକ୍ସ ରାଙ୍କରେ ଓଡ଼ିଶା ଏକ ନମ୍ବର ଥିଲା । ଓଡିଶା ୦.୮୩୬ ପଏଣ୍ଟ ପାଇଥିଲା । ଖାଦ୍ୟ ଯୋଗାଣରୁ ନେଇ ବିତରଣ ଯାଏଁ ମାର୍କ ମିଳିଥିଲା । ଏଥିପାଇଁ ପିୟୁଷ ଗୋୟଲ ଓଡ଼ିଶାର ଭଲ କାମ ପାଇଁ ଦିଲ୍ଲୀ ଡାକିଥିଲେ । ଜାତିସଙ୍ଘ ବି ଭୋକର ଓଡ଼ିଶାରରୁ ଖାଦ୍ୟ ପରିପୂର୍ଣ୍ଣ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏହି ତଥ୍ୟ ଯୋଗାଣ ମନ୍ତ୍ରୀ ନିଅନ୍ତୁ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ।

ଠିକଣା ସମୟରେ ଚାଉଳ ପହଞ୍ଚାଇବା ହିଁ ଖାଦ୍ୟ ସୁରକ୍ଷା ଆଇନ । ହେଲେ ନ ପହଞ୍ଚିବାରୁ ଆମ୍ବ ଟାକୁଆ ଖାଇଲେ । ଶସ୍ତା ମନ୍ତବ୍ୟ ନ ଦେବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା  ।  ପିଆଜ ଯୋଗାଣରେ ବି ଏପରି ଶସ୍ତା କଥା କହିଥିଲେ । ଓଡ଼ିଶାର ସୁନାମ ଏହି ଘଟଣା ପରେ ହଜିଛି । ବୋଧେ ଯୋଗାଣ ମନ୍ତ୍ରୀ ଗୋଵେଲସ ଥିଓରୀ ଦେଖାଉଛନ୍ତି । ସମ୍ବେଦନଶୀଳ ଘଟଣାରେ  ଯୋଗାଣ ମନ୍ତ୍ରୀ ବାସ୍ତବବାଦୀ ହୁଅନ୍ତୁ ବୋଲି କହିଛନ୍ତି ବିଜେଡି ନେତା  ।

ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଆଡମିସନ୍ ଅନିୟମିତତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଭୁବନେଶ୍ବର: ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ଅନିୟମିତତା ପ୍ରସଙ୍ଗ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ। ଶତାଧିକ ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତମାସରେ ବାଲେଶ୍ବର ର ଛାତ୍ର ବିଜୟ କୁମାର ସାହୁ ଉତ୍କଳ ୟୁନିଭରସିଟିରେ ପିଜି ଆଡମିସନ୍ ପାଇଁ ସାମସ୍ ଓ୍ବେବସାଇଟରେ ଆବେଦନ କରିଥିଲେ। ତାଙ୍କର ଓ୍ବେଟିଂ ଲିଷ୍ଟରେ ନାଁ ରହିଥିଲା।

ଆଡମିସନ୍ ପାଇଁ ପିଜି କାଉନସିଲରୁ ତାଙ୍କୁ କଲ ଯାଇଥିଲା। ସେ ସମସ୍ତ ଡକୁମେଣ୍ଟ ଦାଖଲ କରିଥିଲେ। କିନ୍ତୁ ପରେ ତାଙ୍କ ଡକ୍ୟୁମେଣ୍ଟ ଫେରେଇ ଦିଆଯାଇଥିଲା। ବିଜୟଙ୍କ ପରେ ଥିବା ପିଲାକୁ ଆଡମିସନ୍ ମିଳିଥିଲା ବୋଲି ଅଭିଯୋଗ ହୋଇଥିଲା।

ଏନେଇ ବିଜୟ ଅନ୍ୟ ଛାତ୍ରଙ୍କ ସହ ଗତ ମାସ ୫ ତାରିଖରେ ପିଜି କାଉନସିଲ୍ ଆଗରେ ଧାରଣା ଦେଇଥିଲେ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଚାପରେ ତାଙ୍କ ତଳେ ଥିବା ପିଲାକୁ ଆଡମିସନ୍ ଦେଇଥିଲେ କର୍ତ୍ତୃପକ୍ଷ। ପ୍ରତିବାଦ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ କର୍ତ୍ତୃପକ୍ଷ। ତେଣୁ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ।

ଜମ୍ମୁ କାଶ୍ମୀର ବିଧାନସଭାରେ ପୁଣି ହଙ୍ଗାମା, ଟେବୁଲ ଉପରେ ଚଢି ହୋହାଲ୍ଲା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ନାହିଁ ନଥିବା ସ୍ଥିତି। ଧାରା ୩୭୦କୁ ନେଇ ବିଧାନସଭାରେ ଗତକାଲି ହଙ୍ଗମା ସୃଷ୍ଟି ହୋଇଥିବାବେଳେ ଆଜି ପୁଣି ସେହି ଅବସ୍ଥା ଅଧିକ ଉଗ୍ର ହୋଇଛି। ଶାସକ ଓ ବିରୋଧୀ ବିଧାୟକ ଗୃହ ଭିତରେ ହାତାହାତି ହେବା ସହ ଧକ୍କା ମାରିବା ଦେଖାଯାଇଛି। ଏପରିକି କିଛି ବିଧାୟକ ଟେବୁଲ ଉପରେ ଚଢି ହଙ୍ଗାମା କରିଛନ୍ତି।

ବାଚସ୍ପତି ବି କିଛି କରିବା ଅବସ୍ଥାରେ ନଥିବା ଦେଖାଯାଉଛି। ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ଯତା ଦେବା ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଗତ ୬ ତାରିଖରେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବ ପ୍ରତ୍ଯାହାର ନହେବା ଯାଏ ଗୃହ କାର୍ଯ୍ୟ ଚଳାଇଦିଆଯିବ ନାହିଁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ଏହାକୁ ନେଇ ତିନି ଦିନ ଧରି ଚାଲିଛି ହଟ୍ଟଗୋଳ।

ବିଗତ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଥିଲା। ଏହି ଧାରାକୁ ପୁନଃଲାଗୁ ନିମନ୍ତେ ନ୍ଯାସନାଲ କନଫରେନ୍ସ ଦାବି କରିବା ସହ ମୁଖ୍ଯ ନିର୍ବାଚନ ପ୍ରସଙ୍ଗ କରିଥିଲା। ବିଧାନସଭା ପରି ପବିତ୍ର ଗୃହରେ ବିଧାୟକଙ୍କ ଏପରି କାଣ୍ଡ ଦେଶରେ ସାମ୍ବିଧାନିକ ବ୍ଯବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଇକୋଟୁରିଜିମ୍‌ରୁ ସାଢେ ୭ ଫୁଟର କୁମ୍ଭୀର ଉଦ୍ଧାର

ବାଲେଶ୍ବର: ବିଚିତ୍ରପୁର ଇକୋଟୁରିଜିମରୁ ସାଢ଼େ ୭ ଫୁଟର କୁମ୍ଭୀର ଉଦ୍ଧାର। ବିଳମ୍ବିତ ରାତିରେ ବନବିଭାଗର ୩୦ ଜଣିଆ ଟିମ୍ କୁମ୍ଭୀରଟିକୁ ଉଦ୍ଧାର କରିଛି। ଗତ କାଲି ମଧ୍ୟାହ୍ନରେ ହେନ୍ତାଳ ବଣ ଭିତରେ କୁମ୍ଭୀର ଦେଖିଥିଲେ ମତ୍ସ୍ୟଜୀବୀ ।

ଏନେଇ ବନବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ଭିତର କନିକାର ରେସ୍କ୍ୟୁ ଟିମ୍, ଉଦୟପୁର ଫରେଷ୍ଟର, ଜଳେଶ୍ଵର ରେଞ୍ଜର ଓ ସବୁଜ ବାହିନୀ ଜାଲ ଲଗାଇ ଖୋଜା ଖୋଜି କରିଥିଲେ। କୁମ୍ଭୀରକୁ ଉଦ୍ଧାର ପରେ ଭିତର କନିକାକୁ ସ୍ଥାନାନ୍ତର କରାଯାଇଛି । ବଉଳା ପ୍ରଜାତିର କୁମ୍ଭୀରଟି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ଦାନା ପ୍ରଭାବରେ ଚାଲିଆସିଥିବା ଅନୁମାନ କରାଯାଉଛି।

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁରୁଷ ବନ୍ଧୁ ସହ ବନ୍ଧା ହେଲେ ୬

କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ। ଛାତ୍ରୀଙ୍କ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ ଦଶହରା ସମୟରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ଏହାପରେ ସେଠାରେ ଛାତ୍ରୀଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ବୟଫ୍ରେଣ୍ଡ୍। ଆଉ ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭଗତପୁର ଅଞ୍ଚଳର ଯୁବକ।

ଏହି ଭିଡିଓ ରଖି କାଫେ ମାଲିକ ଓ ପୁରୁଷ ବନ୍ଧୁର ସାଙ୍ଗମାନେ ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ବାଦାମବାଡ଼ି ପୋଲିସ ଘଟଣାର ତଦନ୍ତ କରି ଛାତ୍ରୀଙ୍କ ପୁରୁଷ ବନ୍ଧୁ ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ପୁଣି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ: ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ଯା ଧମକ।ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଆସିଛି ଏହି ଧମକପୂର୍ଣ୍ଣ ଫୋନକଲ। ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ଫୋନକଲ। ଏହାପରେ ବର୍ଲି ଥାନାରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସଲମାନଙ୍କୁ ହତ୍ଯା କରିବାକୁ ନେଇ ଏହା ଚତୁର୍ଥ ଧମକପୂର୍ଣ୍ଣ ଫୋନକଲ। ପୂର୍ବରୁ ସଲମାନଙ୍କ ଉଦ୍ଦେଶ୍ୟରେ ଧମକ ଦେଇଥିବା ବିକ୍ରମ ନାମକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ବିକ୍ରମକୁ କର୍ଣ୍ଣାଟକରୁ ଗିରଫ କରିଥିଲା ପୋଲିସ। ବିକ୍ରମ ଫୋନ କରି ୫ କୋଟି ଟଙ୍କା ଦେବାକୁ ଧମକ ଦେଇଥିଲା।

ବିଷ୍ଣୋଇ ସମୁଦାୟ ମନ୍ଦିରକୁ ଯାଇ କୃଷ୍ଣସାର ମୃଗ ଶିକାର ଘଟଣାରେ ଭୁଲ ମାଗିବାକୁ ଦାବି କରିଥିଲା ବିକ୍ରମ। ଗତକାଲି ଶାହରୁଖ ଖାନଙ୍କୁ ହତ୍ଯା କରିବାକୁ ମଧ୍ୟ ପୋଲିସକୁ ଆସିଥିଲା ଫୋନକଲ। ମୁମ୍ବାଇ ବାନ୍ଦ୍ରା ପୋଲିସକୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଛତିଶଗଡ଼ ରାୟପୁରରୁ ଆସିଥିଲା ଏହି ଫୋନକଲ।

ବିଭିନ୍ନ ନଦୀପଠାରେ ଛଟ୍‌ ପୂଜା ଭିଡ, ପରିବାରକୁ ଧରି ପୂଜା କଲେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ବାଲିଯାତ୍ରା ପଡିଆ କୁଆଖାଇ ନଦୀ ପଠାରେ ପବିତ୍ର ଛଟ ପୂଜା ପାଳନ ହୋଇଛି । ପରିବାରର ଶୁଭ ମନାସି ଓ ସୁଖ ଶାନ୍ତି କାମନା କରିବା ସହ ସମାଜର କଲ୍ୟାଣ ପାଇଁ ଏହି ପୂଜା ପାଳନ କରିଛନ୍ତି ବିହାରୀ ଓ ଝାଡଖଣ୍ଡ ସମାଜର ମହିଳା। ଏଥିରେ ସୂର୍ଯ୍ୟଦେବଙ୍କୁ ଆରାଧନା କରାଯାଇଥାଏ। । ଭୋରୁ ସୂର୍ଯ୍ୟଉଦୟ ହେବା ପରେ ଅର୍ଘ୍ୟ ଅର୍ପଣ କରିଥିଲେ ମହିଳା।

ଆଇପିଏସ ଅଫିସର ଓ ତାଙ୍କ ପରିବାର ମଧ୍ୟ ଛଟ ପୂଜାରେ ଯୋଗ ଦେଇଥିଲେ। ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ଆଇପିଏସ ରାଜେଶ କୁମାର ଓ ତାଙ୍କ ପରିବାର ମିଠା, ପିଠା ଓ ଫଳ ନେଇ ପୂଜା କରିଥିଲେ। ସୂର୍ଯ୍ୟଉଦୟ ହେବା ପରେ ଅର୍ଘ୍ୟ ଅର୍ପଣ କରିଥିଲେ।