spot_img
Home Blog Page 1386

ଶଂଭୁ ସୀମାନ୍ତରେ ଆଜି ଚାଷୀଙ୍କ ପ୍ରାର୍ଥନା ଦିବସ

ନନ୍ଦିଘୋଷ ବ୍ୟୁରୋ: ଶମ୍ଭୁ ବର୍ଡରରେ ଆଜି ଚାଷୀମାନେ ପାଳନ କରିବେ ପ୍ରାର୍ଥନା ଦିବସ। କୃଷକ ନେତା ଶରୱନ ସିଂହ ପନ୍ଧେର ଏହି ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି,  ଆମର ଆନ୍ଦୋଳନର ଏକ ଅଂଶ ବିଶେଷ ଭାବେ ଆଜି ଆମେ ପ୍ରାର୍ଥନା ଦିବସ ପାଳନ କରିବୁ। ଚାଷୀ ଆନ୍ଦୋଳନର ସଫଳତା ପାଇଁ ସାରା ଦେଶବାସୀ ପ୍ରାର୍ଥନା କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପନ୍ଧେର ଆହୁରି କହିଛନ୍ତି, ଆସନ୍ତା ୧୪ ତାରିଖରେ ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ଶମ୍ଭୁ ବର୍ଡରରୁ ଏହି ଯାତ୍ରା ଆରମ୍ଭ ହେବ। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ଯାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ୧୪ ତାରିଖ ଯାଏ ସ୍ଥଗିତ ରଖାଯାଇଛି। ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଗତ ସୋମବାର ପ୍ରଧାନମନ୍ତ୍ରୀ ମୋଦି ହରିୟାଣା ଗସ୍ତରେ ଯାଇଥିଲେ। କିନ୍ତୁ ଚାଷୀ ଆନ୍ଦୋଳନ ସଂପର୍କରେ କିଛି କହିନଥିଲେ। ତେଣୁ କେନ୍ଦ୍ର ସରକାକୁ କଡ଼ା ସମାଲୋଚନା କରିଛନ୍ତି ପାନ୍ଧେର। ଚାଷୀଙ୍କ ପାଇଁ କେହି କିଛି କରୁନଥିବାର ସେ କ୍ଷୋଭର ସହିତ କହିଛନ୍ତି ।

ଗଛକୁ ପିଟିଲା ବାଲି ବୋଝେଇ ଟ୍ରକ

ନନ୍ଦିଘୋଷ ବ୍ୟୁରୋ: କଟକ ବାଙ୍କୀରେ ବାଲି ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ରାତି ପ୍ରାୟ ୨ଟି ସମୟରେ ବାଲି ବୋଝେଇ ଏକ ହାଇୱା ଏକ ଗଛକୁ ଧକ୍କା ଦେଇଥିଲା।ପାଥପୁର ପଟୁ କଟକ ଯାଉଥିବା ବେଳେ କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆଠାରେ ଗଚ୍ଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ହାଇୱାର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ। ବାଙ୍କୀ, ଆଠଗଡ଼, ବାରଙ୍ଗରୁ ଯାଇଥିବା ଅଗ୍ନିଶମବାହିନୀ ଟିମ ପହଞ୍ଚି ତିନି ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଥିଲେ। ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କାଟି ଡ୍ରାଇଭରଙ୍କୁ ଗାଡ଼ିରୁ ଉଦ୍ଧାର କରିଛନ୍ତି।ଡ୍ରାଇଭର କିନ୍ତୁ ଜୀବିତ ଥିଲେ। ଉଦ୍ଧାର ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଉଦ୍ଧାରକାର୍ଯ୍ଯ ସମୟରେ କଟକ ବାଙ୍କୀ ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।.

ଜାଣନ୍ତୁ ୬ ଦିନରେ କେତେ ରୋଜଗାର କଲାଣି ’ପୁଷ୍ପା-୨’

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୬ଦିନ ହୋଇଥିବାବେଳେ ଭଲ ରୋଜଗାର କରୁଛି । ବିଶ୍ବବ୍ୟାପି କଲେକ୍ସନ ଏବେ ୬ ଦିନରେ ୯୫୦ କୋଟି ପାର କରି ସାରିଥିବା ସୂଚନା ରହିଛି । ତେବେ ଖୁବଶୀଘ୍ର ଏହା ଏକ ହଜାର କୋଟି ଟଙ୍କା ଆୟ କରିବାକୁ ଯାଉଛି । ଯାହାକି ରୋକର୍ଡ ବ୍ୟବସାୟ ହେବ । ତେବେ ଷଷ୍ଠ ଦିନରେ କେବଳ ଭାରତରେ ୫୨.୫୦ କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ । ଯେଉଁଥିରେ ତେଲୁଗୁ ଭାଷାରେ ୧୧ କୋଟି, ହିନ୍ଦୀରେ ୩୮ କୋଟି, ତାମିଲରେ ୨.୬୦ କୋଟି ଏବଂ ମାଲାୟାଲମ-କନ୍ନଡରେ 0.4 ଏବଂ 0.5 କୋଟି ଟଙ୍କା ବ୍ୟବସାୟ କରାଯାଇଛି। ଯଦି ଏହି ସଂଗ୍ରହକୁ ପଞ୍ଚମ ଦିନ ସହିତ ତୁଳନା କରାଯାଏ, ତେବେ ଆୟ 18.70 ପ୍ରତିଶତ ହ୍ରାସ ପାଇଛି | କିନ୍ତୁ ଏଥିରେ ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଅଛି | ବାସ୍ତବରେ ଅଧିକାଂଶ ଅର୍ଥ ହିନ୍ଦୀରେ ଆୟ ହୋଇଛି |

ଆଜି ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା

ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା । ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ । ଗତ ୯ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । କ୍ଯାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ସଞ୍ଜୟଙ୍କ ନାଁ ଘୋଷଣା କରିଥିଲେ । ସେ ଆସନ୍ତା ୩ ବର୍ଷ ଲାଗି ଦାୟିତ୍ବରେ ରହିବେ । ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ କମିଟିର ସଚିବ ମନୀଷ ସକ୍ସେନା । ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚର ରାଜସ୍ଥାନ କ୍ଯାଡର ଆଇଏଏସ । ସେ ଆଇଆଇଟି କାନପୁରରେ ଶିକ୍ଷାଲାଭ କରିଥିଲେ । ପୂର୍ବରୁ ସେ ରାଜସ୍ବ ସଚିବ ଓ ଅର୍ଥ ସେବା ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ଅକ୍ଟୋବର ୯ରେ ତାଙ୍କୁ ରାଜସ୍ବ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ଯୁଟି ଦାୟିତ୍ବ ଦିଆଯାଇଥିଲା । ୨୦୨୨ ଡିସେମ୍ବର  ୧ରେ ସେ ରାଜସ୍ବ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଆସନ୍ତା ୨୦୨୮ ଫେବୃଆରୀ ୨୯ରେ ସେ ଅବସର ନେବେ । ସେ ଆରଇସି ଲିମିଟେଜର ଅଧ୍ଯକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଗତ ୧୨ ଡିସେମ୍ବର ୨୦୧୮ରେ ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ । ଆରବିଆଇ ଇତିହାସରେ ସେ ସର୍ବାଧିକ୬ ବର୍ଷ ଗଭର୍ଣ୍ଣର ଦାୟିତ୍ବରେ ଥିଲେ ।

ଖୋଲା ଆକାଶ ତଳେ କଟିଲା ମିଶନ ଶକ୍ତି ମାଆଙ୍କ ରାତି

ନନ୍ଦିଘୋଷ ବ୍ୟୁରୋ: ରାଜରାସ୍ତାରେ ଶୋଇଲେ ଶତାଧିକ ମହିଳା । ଶୀତ କାକରରେ ଖୋଲା ଆକାଶ ତଳେ ବିତିଲା ରାତି। ୬ କମ୍ୟୁନିଟି ସପୋର୍ଟ ଷ୍ଟାଫର ଶହ ଶହ କର୍ମୀଙ୍କ ରାତି ଏମିତି ଖୋଲା ଆକାଶ ତଳେ କଟିଛି। ୯ ମାସ ଧରି ଦରମା ମିଳିନଥିବା ବେଳେ ସେମାନେ ୨ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଘୋଡ଼ ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ବି କରି ନାହାନ୍ତି। ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ସେମାନେ ଖୋଲାଖୋଲି  ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ପୂର୍ବ ସରକାରରେ ଦୁଇ ଘଣ୍ଟା ଭିତରେ ମାମାନଙ୍କର ସମାଧାନ ହେଉଥିଲା । ହେଲେ ନୂଆ ସରକାର ସେମାନଙ୍କୁ ଆଣି ରାଜରାସ୍ତାରେ ଛିଡ଼ା କରିଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।

ଆଜି ବି ଗୃହରେ ଉଠିପାରେ ମିଶନ ଶକ୍ତି କର୍ମୀଙ୍କ ଦରମା ପ୍ରସଙ୍ଗ

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ। ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ। ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ ହୋଇଛନ୍ତି। ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ବିଜେଡି। ତେଣୁ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ବିଜେଡି ଉଠାଇପାରେ। ଗତକାଲି ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ସେହିପରି ଇଷ୍ଟ କୋଷ୍ଟ ରେଳୱେରୁ ୱାଲଟିଅର ଡିଭିଜନ ଉଠିଯିବା  ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇ ପାରନ୍ତି। ଏପରିକି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ମୁଖ୍ୟ ବିରୋଧୀ ବିଜେଡି ମୁଲତବୀ ପ୍ରସ୍ତାବାର ସମ୍ଭାବନା ଅଛି, ଲାଗୁଛି ଆଜି ମଧ୍ୟ ଗୃହ ସରଗରମ ରହିବ। ପ୍ରଶ୍ନକାଳରେ ରହିଛି କୃଷି ଓ କୃଷକ   ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,  ଶକ୍ତି,  ସମବାୟ,  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,  ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର ।

ନୀତୀଶ କୁମାରଙ୍କ ମହିଳା ସମ୍ବାଦ ଯାତ୍ରାକୁ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: ପୁଣି ମୁହାଁମୁହିଁ ହୋଇଛନ୍ତି ଲାଲୁ ଯାଦବ ଓ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଆଗରୁ ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ପ୍ରାକ୍ ପ୍ରସ୍ତୁତ ସ୍ବରୂପ ନୀତିଶ କୁମାର  ଡିସେମ୍ଵର ୧୫ରୁ ମହିଳା ସମ୍ବାଦ ଯାତ୍ରାରେ ବାହାରିବେ। ଏହି କାର୍ଯ୍ୟକ୍ରମରେ ସେ ସମାବେଶ କରି ମହିଳାଙ୍କୁ ଭେଟିବେ। ନିର୍ବାଚନ ଆଗରୁ ମହିଳାଙ୍କ ସମର୍ଥନ ଯୋଗାଡ଼ କରିବେ। କିନ୍ତୁ କଟାକ୍ଷ କରି ଲାଲୁ କହିଛନ୍ତି, ମହିଳାଙ୍କ ଉପରେ ଖରାପ ନଜର ରଖି ଏହି କାର୍ଯ୍ୟକ୍ରମ କରିଛନ୍ତି ନୀତିଶ। ତାଙ୍କର ଏହି ମନ୍ତବ୍ୟ ବଡ଼ ଝଡ଼  ସୃଷ୍ଟି କରିଛି ବିହାର ରାଜନୀତିରେ। ଜେଡିୟୁ ଓ ବିଜେପି ଲାଲୁଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଲାଲୁଙ୍କ ପ୍ରକୃତ ମାନସିକତା ଏବେ ପଦାକୁ ଆସିଛି ବୋଲି କହିଛନ୍ତି ବରିଷ୍ଠ ଜେଡିୟୁ ନେତା ରାଜୀବ ରଂଜନ। ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଲାଲୁ ଯାଦବଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ?

ନନ୍ଦିଘୋଷ ବ୍ୟୁରୋ: କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? କେନ୍ଦ୍ର ସରକାରୀ କର୍ମଚାରୀ ସଂଘ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବାରମ୍ବାର ଚିଠି ଲେଖିଲେ ବି ଉତ୍ତର ମିଳୁନି । ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ । ହେଲେ ନିହଲ ବସିଛନ୍ତି କେନ୍ଦ୍ର ସରକାର । ସଂସଦରେ ବି ଉତ୍ତର ମିଳୁନି । ଯାହାକୁ ନେଇ ୨୦ ଲକ୍ଷ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଅଭିଯୋଗ ହୋଇଛି, ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ବି ଏଡାଇଯାଉଛନ୍ତି କେନ୍ଦ୍ର ସରକାର । ସେପଟେ କେନ୍ଦ୍ର ସରକାର ଦରମା ବୃଦ୍ଧି କଲା ପରେ ରାଜ୍ୟମାନେ ପଦକ୍ଷେପ ନେବେ । ରାଜ୍ୟ ସରକାରୀ କର୍ମଚାରୀ ବି କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଗ୍ରହଣ କରିପାରୁନାହାନ୍ତି ।

ଫି ଦିନ ବଢୁଛି ବଜାର ଦର । ହେଲେ ଦରମା ବଢିବ ୧୦ ବର୍ଷରେ ଥରେ । ମହଙ୍ଗା ଭତ୍ତା ଟପିଲାଣି ୫୦ ପ୍ରତିଶତ । ଏଯାଏ ଗଠନ ହେଲାନି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଏକାଧିକ ଚିଠି ଲେଖିଲେ ବି ମିଳୁନି ଉତ୍ତର । କେନ୍ଦ୍ର ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କଲେଣି ସରକାରୀ କର୍ମଚାରୀ । କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? ସଂସଦରେ ଏହାର ଉତ୍ତର ମିଳୁଛି ନା କର୍ମଚାରୀ ସଂଘ ଚିଠି ଲେଖିଲେ ମିଳୁଛି ଜବାବ । ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଏଡ଼ାଇଯାଉଛନ୍ତି ଏବର କେନ୍ଦ୍ର ସରକାର ।

ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ପାଉଛନ୍ତି ୫୩ ପ୍ରତିଶତ ମହଙ୍ଗା ଭତ୍ତା । ସପ୍ତମ ବେତନ ଆୟୋଗ ନିୟମ କରିଥିଲେ, ଯେତେବେଳେ ସରକାରୀ କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ଟପିବ ସେତେବେଳେ ବେତନ କମିଶନ ଗଠନ ନହେବା ସ୍ଥଳେ ମହଙ୍ଗାଭତ୍ତା ୫୦ ପ୍ରତିଶତ କର୍ମଚାରୀଙ୍କ ମୂଳ ଦରମାରେ ମିଶାଯାଇ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଯାହା ଏପର୍ଯ୍ୟନ୍ତ ହୋଇନି । କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ବ ୨୦୧୫ରୁ ୨୦୨୩ ଭିତରେ ଦୁଇଗୁଣ ବଢିଲାଣି । ସେପଟେ ବଜାରରେ ଦର ବଢିଛି ୮୦ ପ୍ରତିଶତ । ପୂର୍ବତନ ସରକାରୀ କର୍ମଚାରୀ ଓ ବାମଦଳ ନେତାଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର ଲଗାତାର ଭାବେ ସରକାରୀ କର୍ମଚାରୀଙ୍କ ସ୍ବାର୍ଥକୁ ଅଣଦେଖା କରିଆସୁଛନ୍ତି  ।

ଅଷ୍ଟମ ବେତନ କମିଶନ ଗଠନ ୬ ମାସ ତଳୁ ହେବା କଥା । ୨୦୨୬ ଜାନୁଆରୀ ପହିଲାରୁ ନୂଆ ବେତନ କମିଶନ ଲାଗୁ ହେବ । ବେତନ କମିଶନ ସରକାରଙ୍କୁ ସୁପାରିସ କରିବାର ୩ରୁ ୬ ମାସ ପରେ ବେତନ ବୃଦ୍ଧି ନେଇ ସରକାର ଘୋଷଣା କରନ୍ତି । ନିୟମ ଦୃଷ୍ଟିରୁ ସପ୍ତମ ବେତନ କମିଶନ ଅବଧି ପୂରିବାର ୨ ବର୍ଷ ପୂର୍ବରୁ ଅଷ୍ଟମ ବେତନ କମିଶନ ଗଠନ ହେବା କଥା । ଏହି ନିୟମ ୧୯୮୪ ମସିହା ଚତୁର୍ଥ ବେତନ କମିଶନ ଗଠନ ହେବା ପରଠୁ ଲାଗୁ ହୋଇଆସୁଛି । ସେପଟେ କେନ୍ଦ୍ର ସରକାରଙ୍କ ବେତନ କମିଶନଙ୍କୁ ଅନାଇ ବସିଛନ୍ତି ରାଜ୍ୟ ସରକାରୀ କର୍ମଚାରୀ । ବିଶେଷକରି ଓଡ଼ିଶାରେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩ ଲକ୍ଷ ପେନ୍ସନ୍ ଭୋଗୀଙ୍କ ସ୍ବାର୍ଥକୁ ମଧ୍ୟ କେନ୍ଦ୍ର ସରକାର ଏକ ପ୍ରକାର ଅଟକାଇ ଦେଇଥିବା ଅଭିଯୋଗ ହୋଇଛି ।

ନୂଆ ବେତନ କମିଶନ ଗଠନକୁ ଆଉ ମାତ୍ର ବର୍ଷେ ସମୟ । କମିଶନ ଗଠନ ହେବ କି ନାହିଁ । ନା ବିନା ବେତନ କମିଶନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନିଷ୍ପତ୍ତି ନେବେ  । ଯଦି ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ କେବେ କରିବେ ? ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ କର୍ମଚାରୀ ମହଲରେ ଦାବି ଉଠିଛି ।

୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ,ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନନ୍ଦିଘୋଷ ବ୍ୟୁରୋ: ୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ । ତେଲେଙ୍ଗାନାର ବିଆରଏସ ବିଧାୟକ ଚେନ୍ନାମନାଇ ରମେଶଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର ହୋଇଛି । ୧୯୯୦ ମସିହାରେ ଜର୍ମାନୀରେ ବିବାହ କରିଥିଲେ । ସେଠାରେ ତାଙ୍କ ପରିବାର ଅଛି। ଜର୍ମାନୀ ନାଗରିକତା ନେଇଥିଲେ। କିନ୍ତୁ ଜର୍ମାନୀ ନାଗରିକତା ତ୍ୟାଗ ନକରି ଭାରତୀୟ ନାଗରିକତା ନେଇଥିଲେ। ୨୦୦୮ରେ ଭାରତୀୟ ନାଗରିକତା ନେଇଥିଲେ। ୨୦୦୯ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଭାରତୀୟ ନାଗରିକତା ନେବା ପରେ ବି ଜର୍ମାନୀ ପାସପୋର୍ଟ୍ ତ୍ୟାଗ କରିନଥିଲେ। ତେବେ ସେ ନାଗରିକତା ଲୁଚାଇବା ସହ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ୩୦ ଲକ୍ଷ ଟଙ୍କାର ଜରିମାନା ହୋଇଛି ।  ଏହାସହ ତାଙ୍କୁ ଜର୍ମାନ ନାଗରିକ ଭାବେ ଘୋଷଣା କରାଯାଇଛି ।

ହଜିବାକୁ ବସିଲାଣି ଦାସକାଠିଆ, ସଂକିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ ଏବଂ ବାଘ ନାଚ

ନନ୍ଦିଘୋଷ ବ୍ୟୁରୋ: ସମାଜରୁ ହଜିଗଲାଣି ଅନେକ ଲୋକକଳା । ଦାଶକାଠିଆ, ଗାହାଣି ଓ ସଂକିର୍ତ୍ତନ ପରି ଅନେକ କଳା ଏବେ ହଜି ଯିବାକୁ ବସିଛି । ଆଧୁନିକତାର ଛାପରେ କଳୁଷିତ ହେଉଛି ପୌରାଣିକ କାହାଣୀ । ଦିନକୁ ଦିନ କଳା ଓ କଳାକାରଙ୍କ ସଂଖ୍ୟା କମୁଥିବା ବେଳେ ବଞ୍ଚି ରହିଥିବା କଳାକୁ ଅଧୁନିକତାର ଛାପ ଗ୍ରାସ କଲାଣି । ସରକାର ବଦଳିବା ପରେ କଳାକାର ମାନଙ୍କୁ ମୁଳୁନି କାମ l ଯାହାକି ନିଜ ପେଟ ପାଟଣା ପାଇଁ ଦାଦନ ଖିବାକୁ ବାହାରିଲେଣି l ଲୋକକଳାର ଭିତ୍ତିଭୂମି ସଜାଡ଼ିବା ସହିତ ଏହାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଧରାକୋଟ ବ୍ଲକର କଳାକାର ।

ସମାଜରୁ ଦାସକାଠିଆ, ସଙ୍କିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ, ବାଘ ନାଚ, ଭଳି ଅନେକ ଲୋକ କଳା ହଜିଯିବାକୁ ବସିଛି । ପ୍ରୋତ୍ସାହନ ଅଭାବରୁ ଏହି କଳାକାରମାନେ କଳାକୁ ଛାଡ଼ି ଦାଦନ ଖଟିବାକୁ ବାହାରିଲେଣି । ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ୨୫ଟି ପ୍ରମୁଖ ଲୋକ କଳା ଜୀବିତ ରହିଛି । କଳାକାର ମାନଙ୍କୁ ଚିହ୍ନଟ କରି ପୂର୍ବ ନବୀନ ସରକାର କଳାକାର ଭତ୍ତା ପ୍ରଦାନ ଆରମ୍ଭ କରିଥିଲେ । ଏହି କଳାକାରଙ୍କୁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସେମାନଙ୍କୁ ସାମିଲ କରାଯାଉଛି । ଏହାପରେ ମଧ୍ୟ ଅନେକ କଳାକାର ଲୋକ କଳା ଛାଡ଼ି ଏବେ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଗାଁ ଗହଳିରେ ପୁର୍ବରୁ ଆଦୃତ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ସହିତ କଳାକାରଙ୍କୁ ଆଧୁନିକ ବାଦ୍ୟ ଯନ୍ତ୍ର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର କଳାକାର ।

ଆଧୁନିକତାର କଷାଘାତରେ ଅନେକ ଲୋକକଳା ସମାଜରୁ ହଜି ଗଲାଣି । ଅନେକ ଲୋକକଳା ଏବେ ଲୁଚି ଯିବାକୁ ବସିଲାଣି । ମହରଗ ଯୁଗରେ କଳା ପ୍ରଦର୍ଶନ କରି ପରିବାର ଚଳାଇବା ସମ୍ଭବ ହେଉନାହିଁ । ଦାସକାଠିଆ, ସଙ୍କିର୍ତ୍ତନ ଓ ଖଞ୍ଜଣି ଗାୟକ ସଂଖ୍ୟା ବହୁ ମାତ୍ରାରେ କମି ଗଲାଣି। ନୂଆପୀଢ଼ି ଲୋକକଳାକୁ ଆପଣାଇବାକୁ ବିମୁଖ ହେଉଛନ୍ତି । ଯେଉଁ କିଛି ଆଗ୍ରହୀ ଯୁବକ ରହିଛନ୍ତି କଳା ଶିକ୍ଷା ଦେବାକୁ ସୁବିଧା ସୁଯୋଗର ଅଭାବ ରହିଛି । ଲୋକକଳାକୁ ବଞ୍ଚିଇବାକୁ ବ୍ଲକ ସ୍ତରରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ଗଠନ କରିବାକୁ ଦାବି କରିଛନ୍ତି କଳାକାର ସଂଘ ।